() ଭି କେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ l ନବୀନ ନିବାସରେ ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି l ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ ବୈଠକ ପାଣ୍ଡିଆନ ବିଜେଡିରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଦଛୁଇଁ ପାଣ୍ଡିଆନ ଆଶିର୍ବାଦ ନେଲେ l ମନ୍ତ୍ରୀ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ , ବିଜେଡି ବିଧାୟକ ଅରୁଣ ସାହୁ,ବିଧାୟକ ପ୍ରଣବ ବଳବନ୍ତରାୟ ରାୟ, ସ୍ନେହାଗିନୀ ଚୁରିଆ, ବାସନ୍ତୀ ହେମ୍ରାମ, ସମୀର ଦାଶ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ l ବିଜେଡିରେ ସାମିଲ ହେବା ପୂର୍ବରୁ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କୁ ଭେଟି ଆଶିର୍ବାଦ ନେଇଥିଲେ l ଏହାପରେ ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ l
ଭିକେ ପାଣ୍ଡିଆନଙ୍କୁ ମିଳିବ ଗୁରୁ ଦାୟିତ୍ବ…..
() କାର୍ତ୍ତିକ ପୂର୍ଣ୍ଣିମାରେ ନବୀନ ଓଡ଼ିଶା ପ୍ରଗତୀର ସାରଥି ଭିକେ ପାଣ୍ଡିଆନଙ୍କୁ ମିଳିବ ଗୁରୁ ଦାୟିତ୍ବ l ଏନେଇ ଆସନ୍ତା କାଲି ବିଜେଡିର ବରିଷ୍ଠ ନେତାମାନଙ୍କ ଗୁରୁତ୍ଵ ପୁର୍ଣ୍ଣ ବୈଠକ ବସିବାକୁ ଯାଉଚି l ଭିକେ ପାଣ୍ଡିୟାନ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେବା ପରେ ରୂପାନ୍ତରଣ ଓଡିଶା ପଥରେ ଆଗେଇ ଚାଲିଛି l ସ୍ବାସ୍ଥ୍ୟ , ଶିକ୍ଷା, ଶିଳ୍ପ, ପର୍ଯ୍ୟଟନ ଆରମ୍ଭ କରି ଗମନାଗମନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶର ଟପରେ ପହଞ୍ଚିଲାଣୀ ଓଡ଼ିଶା । ନବୀନ ଓଡ଼ିଶା ଗଠନ ପ୍ରକୀୟାରେ ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଭିକେ ପାଣ୍ଡିଆନଙ୍କ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଆଗକୁ ସବୁ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ହୋଇ ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ କାର୍ତ୍ତିକ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ନବୀନ ବିଜେଡି ରାଜନୀତିରେ ଗୁରୁ ଦାୟିତ୍ବ ଦେଇପାରନ୍ତି। ନବୀନଙ୍କ ନେତୃତ୍ବରେ ଭିଜନମ୍ୟାନ ଭିକେ ପାଣ୍ଡିଆନ ଓଡ଼ିଶାକୁ ବିକାଶର ପ୍ରଯୋଗଶାଳାରେ ପରିଣତ କରୁଛନ୍ତି l ଫଳରେ ରୂପାନ୍ତରଣ ଏବେ ଦେଶର ରୋଲ ମଡ଼େଲ ସାଜିଛି l ଆଜି ଉପାନ୍ତଅଚଂଳରୁ ଉପକୂଳ ଯାଏ ରୂପାନ୍ତରଣ ଯୋଗୁଁ ବଦଳିଯାଇଛି ବିକାଶର ନକ୍ସା । ୨୫ ବର୍ଷ ଜନସେବାର ସେବକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଗତୀର ସେନାପତି ଭିକେ ପାଣ୍ଡିଆନ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ କରିବାକର ସାଜିଛନ୍ତି ସାରଥି । ଯାହା ଆଜି ପୁରା ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରୂପାନ୍ତରଣରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରିଛନ୍ତି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରରୁ ସିଏମଓଙ୍କୁ ମିଳିଥିବା ମତାମତ ଆଧାରରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନୀତ କରୁଛନ୍ତି ସେ । ସ୍ବଚ୍ଛତା ଓ ସମୟ ଅନୁସାରେ ସବୁ କାମ କିପରି ସରିବ ତାହାର ସବୁସ୍ତରରେ ସମୀକ୍ଷା କରି ଓଡ଼ିଶା ଭିତ୍ତିଭୂମି ବିକାଶରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ପାଣ୍ଡିଆନଙ୍କ ଆଖୀରେ ନିଦନାହିଁ । ବିକାଶ ରାଜ୍ୟ ସରକାରଙ୍କ ମୂଳମନ୍ତ୍ରକୁ ସଫଳ କରିଛି କରିବାରା ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କ ଉଦ୍ୟମକୁ ପୁରା ଓଡିଶା ଖୁସି l ଲୋକାଭିମୁଖୀ ଯୋଜନା ଓ ଜନସେବାର କାମ ଠିକ ସମୟରେ ସ୍ବଚ୍ଛତାର ସହ ଶେଷ କରିବାର ସଂକଳ୍ପ ରୂପାନ୍ତରଣ ଓଡିଶାର ସ୍ବତନ୍ତ୍ର ପରିଚୟ ସାଜିଛି । ୬ମାସ ଧରି ସିଏମଓ ଓଡିଶା ଗସ୍ତ କରି ଲୋକଙ୍କ ଠାରୁ ଆଣିଥିବା ମତାମତ ଓ ବିଭିନ୍ନ ପ୍ରକଳ୍ନ କାମ ଯୁଦ୍ଧକାଳିନ ଭିତ୍ତିରେ କାମ ଆଗେଇ ଚାଲିଛି ଗ୍ରାଉଣ୍ଡରେ । ଯାହାକୁ ନେଇ ଓଡ଼ିଶାବାସୀ ବେଶ ଖୁସି । ୬ହଜାରରୁ ଅଧିକ ସ୍କୁଲ ରୂପାନ୍ତରଣ , କଲେଜରେ ମଧ୍ୟ ରୂପାନ୍ତରିଣ କରାଯିବ ସହ ଆଲୁମିନିଙ୍କ ସହ ଯୋଡ଼ାଯାଇ ଭିତ୍ତିଭୂମି ବିକାଶ କରାଯାଇଛି। ମାଗଣାରେ ଆଇଏସ କୋଚିଙ୍ଗ ,ସ୍ମାର୍ଟ କ୍ଲାସ ସହ ବିଭିନ୍ନ ମେଧାବୃତି ଯୋଜନା , ଓଡ଼ିଆ ମାଧ୍ୟକିମ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତର ପାଠ ପାଇଁ ସିଟ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ରୂପାନ୍ତରଣ ଯୋଗୁଁ ୩ଟିରୁ ୧୧ ଅଧିକ ମେଡ଼ିକାଲ କଲେକ ଓଡ଼ିଶାରେ ପ୍ରତିଷ୍ଠା ହୋଇ ସ୍ବାର୍ଥ କ୍ଷେତ୍ରରେ ବୈପ୍ଲବିକ ପରିବତ୍ତରନ ଆସିଛି । ସେହିପରି ଧାର୍ମିକ ପୀଠୀରେ ମଧ୍ୟ ବିଶ୍ବସ୍ତରରେ ବିକାଶ କରାଯାଇଛି । ଯାହା ଜଳଜଳ କରି ପୁରୀ, ଲିଙ୍ଗରାଜ, ସମଲେଇ, ବିରଜା ପୀଠ ଳ ଗୁପ୍ତେଶ୍ବର ଓ ଚର୍ଚ, ମସଜିତ ନୂଆରୂପ ଦେଖିଲେ ସ୍ପଷ୍ଟ ବାରୀ ହେଉଛି । ସେହିପରି ଦରିଦ୍ରଦୂରିକରଣ, ବେକାରୀ ହ୍ରାସ, ନିଯୁକ୍ତିର ସମ୍ଭାର ସହ ଓଡିଶାକୁ କ୍ରୀଡ଼ା, ଶିଳ୍ପ, ଆଇଟି ଓ ପର୍ଯ୍ୟଟନର ହବ ନୂଆରୂପନ ନେଇଛି ନବୀନଙ୍କ ରୂପାନ୍ତରଣ । ୫ଟି ଓ ନବୀନ ଓଡ଼ିଶାକୁ ଭିଜନ ମୋଡ଼ରେ ନେଇ କାମ ଜାରୀ ରଖିଛନ୍ତି ଭିକେ ପାଣ୍ଡିଆନ l ପ୍ରଶାସନିକ କ୍ଷେତ୍ରରେ ସେ ତାଙ୍କର ଦକ୍ଷତା ଦେଖାଇ ସାରିଛନ୍ତି l ଓଡ଼ିଶା ବିକାଶର ସାରଥୀ ସାଜିଥିବା ଭିକେ ପାଣ୍ଡିୟାନ ପୁରା ନବୀନଙ୍କ ପରି l କଥା କମ କାମ ଅଧିକକୁ ମୂଳମନ୍ତ୍ର କରି ଓଡିଶାବାସୀଙ୍କ ସେବାରେ ଲାଗିଛନ୍ତି l ଏଥିପାଇଁ ତାଂକୁ ଅନେକ ସମାଲୋଚନା ଓ ଅପବାଦ, ଅପ୍ରଚାର ସାମ୍ନା କରିବାକୁ ପଡିଛି l ଏସବୁ ପଛରେ ପକାଇ ଜଣେ ନିରବ ଜନ ସେବକ ଭାବେ ସେ ଓଡିଶାବାସୀଙ୍କ ସେବା କରିଚାଲିଛନ୍ତି l ତେଣୁ ନବୀନ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡି ରାଜନୀତିରେ ତାଙ୍କୁ ଗୁରୁ ଦାୟିତ୍ବ ଦେବେ ବୋଲି ପୁରା ଓଡିଶାରେ ଜୋରଦାର ଚର୍ଚ୍ଚା l
ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସମୀକ୍ଷା…
() ଶ୍ରୀକ୍ଷେତ୍ରର ଏବେ ପଞ୍ଚୁକ ହେତୁ ପ୍ରବଳ ଗହଳି ଲାଗିରହିଛି।ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା କୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଚି ସମୀକ୍ଷା କରିଛନ୍ତି।ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା8 ରହିଥିବାରୁ ଭକ୍ତଂକ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କରୁଛନ୍ତି ପୋଲିସ ଆଇଜି। ପୁରୀ ଏସ୍ପି ବିଶାଳ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଭିନ୍ନକ୍ଷମ, ବୟସ୍କ ଓ ହାବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 50 ଜଣ ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ଅନ୍ୟାନ୍ୟ ପବିତ୍ର ପୁଷ୍କରିଣୀରେ, ସମୁଦ୍ରକୂଳ ଅଂଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ 7 ଜଣ ଅତିରିକ୍ତ ଏସ୍ପି, 20 ଜଣ ଡ଼ିଏସପି, 32 ଜଣ ଇନ୍ସପେକ୍ଟର, 132 ଜଣ ସବଇନ୍ସପେକ୍ଟର, 240 ଜଣ ହାବିଲଦାର, 432 ଜଣ ହୋମଗାର୍ଡ ଏହିଭଳି ମୋଟ 50 ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି ।
ସୋଆ ଉତ୍ସବରେ ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି, ଦିବଙ୍ଗତ କବିଙ୍କୁ ‘ଆଲୋକ ବର୍ତିକା’ ସମ୍ବୋଧନ…
() ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ କବି ଦିବଙ୍ଗତ ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନି ଦିନିଆ ସାହିତ୍ୟ ଉତ୍ସବରେ ସାରା ଭାରତରୁ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଓ କଳାକାର ଯୋଗ ଦେଇଥିବା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନରେ ଗତ ଅଗଷ୍ଟ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ୯୫ ବର୍ଷ ବୟସ୍କ କବି ମହାପାତ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା ।
ଏହି ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ବିଶିଷ୍ଟ କବି ଶ୍ରୀମତି ସ୍ୱୀକ୍ରିତା ପଲ୍ କୁମାର କହିଥିଲେ ଯେ ଜୟନ୍ତ ମହାପାତ୍ର ତାଙ୍କ ପଛରେ ସାହିତ୍ୟର ଏକ ବିଶାଳ ଧାରା ଛାଡ଼ି ଚାଲି ଯାଇଛନ୍ତି ।
ଆରମ୍ଭରେ ତାଙ୍କ ଲେଖାକୁ ଭାରତରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥିଲା । ମାତ୍ର ପଶ୍ଚିମ ଦେଶଗୁଡ଼ିକରେ ତାଙ୍କ କାର୍ଯ୍ୟର ଅନେକ ପ୍ରଶଂସା କରାଯିବା ପରେ ସେ ଉପଯୁକ୍ତ ସମ୍ମାନ ପାଇଥିଲେ ବୋଲି କୁମାର କହିବା ସହ ସେ ଭାରତୀୟ ଇଂରାଜୀ କବିତା ଜଗତର ‘ଆଲୋକ ବର୍ତିକା’ ଥିଲେ ବୋଲି କହିଥିଲେ । ମହାପାତ୍ର ହେଉଛନ୍ତି ଇଂରାଜୀ କବିତା କ୍ଷେତ୍ରରେ ସାହିତ୍ୟ ଅକାଦେମୀ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ କବି । ଏଥି ସହିତ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସ୍ୱତନ୍ତ୍ର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅଧିବେଶନରେ ବିଶିଷ୍ଟ କବି ପ୍ରଫେସର ଅଶ୍ୱନୀ କୁମାର, ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଶ୍ରୀ ନୀଲିମ୍ କୁମାର ଓ ଶ୍ରୀ ଦୀପକ ସାମନ୍ତରାୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କୁ ଭାରତୀୟ ସାହିତ୍ୟର ‘କିମ୍ବଦନ୍ତୀ’ ଭାବେ ବର୍ଣ୍ଣନା କରିଥିଲେ । ଶ୍ରୀମତି କୁମାର କହିଥିଲେ ଯେ ମହାପାତ୍ର ଜନ୍ମ ମାଟି ସହ ଜଡ଼ିତ ଥିଲେ ଏବଂ କଟକକୁ ତାଙ୍କ କର୍ମଭୂମି ଭାବେ ବାଛିଥିଲେ । ସେ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଯାଇ ରହି ପାରିଥାନ୍ତେ କିନ୍ତୁ ସେ ତାଙ୍କର ପୈତୃକ ଘର କଟକକୁ ଛାଡ଼ି ଯିବାକୁ ଚାହିଁ ନଥିଲେ । ଶିଶୁ ସୁଲଭ ପ୍ରକୃତିର କବି ମହାପାତ୍ର ସବୁବେଳେ ନିଜ ଭାବନାରେ ମଗ୍ନ ରହିଥାନ୍ତି । ତାଙ୍କ ସ୍ମୃତିଚାରଣ କରି କୁମାର କହିଥିଲେ ଥରେ ମହାପାତ୍ର କହିଥିଲେ ଯେ ସେ ପ୍ରତ୍ୟେକ ଦିନକୁ ତାଙ୍କ ଜୀବନରେ ଏକ ଉପହାର ଭାବେ ଗ୍ରହଣ କରୁଥିଲେ । ମହାପାତ୍ର ଅନେକ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଥିଲେ । ସେ ଭାବୁଥିଲେ ବିଭିନ୍ନ ଭାଷାଗୁଡ଼ିକ ପରସ୍ପରକୁ ରୁଦ୍ଧିମନ୍ତ କରିବା ଆବଶ୍ୟକ । ଏହି ଅଧିବେଶନରେ ଯୋଗ ଦେଇଥିବା ମୁମ୍ବାଇ ସ୍ଥିତ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ର ପ୍ରଫେସର କୁମାର କହିଥିଲେ ଯେ ସେ ଗତ ୬ ବର୍ଷ ହେବ ପ୍ରତ୍ୟେକ ଦିନ ଜୟନ୍ତ ମହାପାତ୍ରଙ୍କ ସହିତ କଥା ହୋଇ ଆସୁଥିଲେ । ସେ ଜଣେ ଖୁବ୍ ସ୍ନେହୀ ମଣିଷ ଥିଲେ କିନ୍ତୁ ଲୋକମାନେ ତାଙ୍କ କାର୍ଯ୍ୟକୁ ଉପଯୁକ୍ତ ନ୍ୟାୟ ଦେଇପାରି ନାହାନ୍ତି ବୋଲି ସେ କହିଥିଲେ ।
ଏହି ଅବସରରେ ଆସାମୀ କବି ଶ୍ରୀ ନୀଲିମ କୁମାର ତାଙ୍କର ଏକ ଓଡ଼ିଆ କବିତା ପାଠ କରିଥିଲେ ଓ ତାହାର ଇଂରାଜୀ ଅନୁବାଦ ପ୍ରଫେସର କୁମାରଙ୍କ ଦ୍ୱାରା ପାଠ କରାଯାଇଥିଲା ।
ମହାପାତ୍ରଙ୍କ ଖୁବ୍ ଅନ୍ତରଙ୍ଗ ଥିବା ଶ୍ରୀ ସାମନ୍ତରାୟ ତାଙ୍କ ସ୍ମୃତିଚାରଣ କରି ୨୦୨୦ରେ ଆୟୋଜିତ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ସେ ତାଙ୍କର ସାକ୍ଷାତ୍କାର ନେବାର ସୁଯୋଗ ପାଇଥିଲେ ବୋଲି କହିଥିଲେ । ଏହି କବିଙ୍କର ଆବଶ୍ୟକତା ଗୁଡ଼ିକ ଖୁବ୍ କମ୍ ଥିଲା ଏପରିକି ତାଙ୍କ ଘରେ ସେ କେବେ ଶୀତତାପ ନିୟନ୍ତ୍ରକ ଯନ୍ତ୍ରର ଆବଶ୍ୟକତା ଅନୁଭବ କରିନଥିଲେ ବୋଲି ସେ କହିଥିଲେ । ରିକ୍ସା ଚାଳକ ହେଉ ଅଥବା ତାଙ୍କ ଘର ପାଖରେ ଥିବା ସାଇକେଲ୍ ମେକାନିକ େସେ ସମସ୍ତଙ୍କର ଅତି ନିକଟତର ଥିଲେ । ସମସ୍ତେ ତାଙ୍କର ବନ୍ଧୁ ଥିଲେ । ମହାପାତ୍ରଙ୍କୁ ଅତି ନିକଟରୁ ଜାଣିଥିବା ଶ୍ରୀ ପଣ୍ଡା ଏକ ସ୍ମୃତିକୁ ମନେ ପକାଇ କହିଥିଲେ ଯେ ମହାପାତ୍ରଙ୍କୁ ଏକଦା ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ନିମନ୍ତ୍ରିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ସମ୍ବଲପୁର ଆଣିବା ନିମନ୍ତେ ଏକ କାର ପଠାଇବାକୁ ନିଷ୍ପତି କରିଥିଲେ । କିନ୍ତୁ ସେ ଏହାକୁ ଅତି ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ନିଜ ବ୍ୟବସ୍ଥାରେ ଯିବେ ବୋଲି ଜଣାଇଥିଲେ । ମହାପାତ୍ର ଜଣାଇଥିଲେ ସେ ସମ୍ବଲପୁରକୁ ଟ୍ରେନ୍ରେ ଯିବେ । ସମ୍ବଲପୁର ଷ୍ଟେସନ୍ରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଅପେକ୍ଷାରତ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ଏକ ପାସେଞ୍ଜର ଟ୍ରେନ୍ରେ ଆସି ପହଂଚିଥିଲେ ଯାହାକି ଅନେକ ଘଂଟା ବିଳମ୍ବରେ ଆସିଥିଲା । ସେଠାରେ ତାଙ୍କୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ସେ କହିଥିଲେ ଯେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କ ସହ ସେହି ଟ୍ରେନ୍ରେ ଆସିଥିବା ବେଳେ ସେମାନଙ୍କ ସହ ତାଙ୍କ ସମୟ ଖୁବ୍ ଭଲରେ କଟିଥିଲା ।
ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍ଘାଟିତ, ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ…
() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ।ରୋପ କରିଥିଲେଯେଉଁଥିରେ ପ୍ରତ୍ୟେକ ନାଗରିକର ଅବଦାନ ରହିବ ଓ ଉନ୍ନତି ହୋଇପାରିବ । ସୋଆ ଦ୍ୱାରା ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ନିମନ୍ତେ ସ୍ଥାପିତ ସୋଆ ସେଂଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଐତିହାସିକ, ସମାଲୋଚକ ଓ କଳାକାର ଯୋଗ ଦେଇଛନ୍ତି ।
ଅର୍ଥନୈତିକ ପ୍ରଗତି ଓ ବ୍ୟକ୍ତିଗତ ସଫଳତା ପଛରେ ଧାଇଁ ସାମୂହିକ ସଂଲଗ୍ନତାକୁ ଅଣଦେଖା ନ କରିବାକୁ ମତ ଦେଇ ଡକ୍ଟର ରାୟ ସାମାଜିକ ବୈଷ୍ୟମତାକୁ ଦୂର କରିବାକୁ ଆହ୍ୱାନ ଦେଇଥିଲେ । ସେ ଏହି ସାହିତ୍ୟ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଏଥିରେ ବିଶିଷ୍ଟ ସମାଜବିଜ୍ଞାନୀ ତଥା ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ଶ୍ରୀ ମାଧବ କୌଶିକ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଅକାଦେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ, ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ଦିବ୍ୟା ଦତ ବକ୍ତବ୍ୟ ରଖିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନ୍ର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଘୋଷଣା କରିଥିଲେ ଯେ ଆଗାମୀ ବର୍ଷ ଠାରୁ ଜାତୀୟ ସ୍ତରରେ ଦେଶର ଜଣେ ବିଶିଷ୍ଟ ସାହିତ୍ୟିକଙ୍କୁ ସୋଆ ସାହିତ୍ୟ ସ୧ାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏକ ବିଚାରକ ମଣ୍ଡଳୀ ଏହି ସ୧ାନ ପାଇଁ ସାହିତ୍ୟିକଙ୍କୁ ମନୋନୀତ କରିବେ ଏବଂ ତାଙ୍କୁ ୭ ଲକ୍ଷ ଟଙ୍କାର ରାଶି ପୁରସ୍କାର ପ୍ରଦାନ କରାଯିବ ।
ଜ୍ଞାନପୀଠ ପୁରସ୍କାର ବିଜେତା ଡକ୍ଟର ରାୟ କହିଥିଲେ ଯେ ଭାରତୀୟ ସଂସ୍କୃତି ଗର୍ବର ଉତ୍ସ ଏବଂ ନିଜର ସମୂହତା, ସହନଶୀଳତା ଓ ଆଧ୍ୟାତ୍ମିକତାକୁ ନେଇ ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଭାବେ ଉଭା ହୋଇଛି । ତେବେ ସମକାଳୀନ ପରିସ୍ଥ ିତି ଆହ୍ୱାନ ସୃଷ୍ଟି କରିଥିବା ବେଳେ ଏ ଦିଗରେ ସମସ୍ତେ ଚିନ୍ତାଶୀଳ ହେବାର ଆବଶ୍ୟକତା ରହିଛି । ଦ୍ରୁତଗତିରେ ହେଉଥିବା ଜଗତିକରଣ, ବୈଷୟିକ ଅଗ୍ରଗତି ଏବଂ ବିବିଧ ପ୍ରଭାବ ଆମ ସାଂସ୍କୃତିକ ପରିଚୟର ଅବକ୍ଷୟର ସମ୍ଭାବନା ସୃଷ୍ଟି କରୁଛି ବୋଲି ସେ କହିଥିଲେ ।ଏଭଳି ଜଟିଳ ପରିସ୍ଥିତି ମଧ୍ୟରେ ଆମର ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରସାରର ପ୍ରାଥମିକ ଗୁରୁତ୍ୱ ରହିଛି । ତେଣୁ ଆମେ ଉଭୟ ଜଗତିକରଣରୁ ମିଳୁଥିବା ସୁଯୋଗ ଏବଂ ଆମ ପରିଚୟର ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହିପରି ଏକ ସାହିତ୍ୟ ଉତ୍ସବର ଆୟୋଜନ କରିଥିବାରୁ ଡକ୍ଟର ରାୟ ସୋଆ ବିଶ୍ୱବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦୀ ସାହିତ୍ୟିକ ମାନଙ୍କର ରଚନାତ୍ମକତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ସାହିତ୍ୟିକ ସେମାନଙ୍କ ସୃଷ୍ଟିକୁ ନିଜେ ସ୍ୱୀକାର ମଧ୍ୟ କରିପାରନ୍ତି ନାହିଁ । ବିଶିଷ୍ଟ ଭାରତୀୟ ଗଣିତଜ୍ଞ ଶ୍ରୀନିବାସନ୍ ରାମନୁଜନ୍ଙ୍କ ଉଦାହରଣ ଦେଇ ପ୍ରଫେସର ନନ୍ଦୀ କହିଥିଲେ ଯେ ସେ ବିନା ପ୍ରଶିକ୍ଷଣ କିମ୍ବାକୌଣସି ପୁସ୍ତକର ସାହାଯ୍ୟରେ ଗାଣିତ୍ୟିକ ଉଦ୍ଭାବନ କରିଥିଲେ । ତେବେ ତାଙ୍କର ଗବେଷଣା କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରତ୍ୟାଖ୍ୟାନକରିଦିଆଯାଇଥିବା ବେଳେ ଲଣ୍ଡନ୍ର ଟ୍ରିନିଟି କଲେଜର ଗାଣିତ୍ୟିକ ଜି.ଏଚ୍. ହାର୍ଡି ପୁଣି ଥରେ ଅନୁଧ୍ୟାନ କରି ତାଙ୍କ ଉଦ୍ଭାବନକୁ ସାମ୍ନାକୁ ଆଣିଥିଲେ ।ହାର୍ଡି ଅନୁଭବ କରିଥିଲେ ଯେ ରାମାନୁଜଙ୍କ କାର୍ଯ୍ୟ ସ୍ୱତବ । ଏହି ମଣିଷଟି ହୁଏତ ଖୁବ୍ ବିଚକ୍ଷଣ ଅଥବା ଜଣେ ପ୍ରତିଭାଶାଳୀ ଠକ ବୋଲି ସେ ଭାବିଥିଲେ । ରାମାନୁଜନଙ୍କ ପରିସ୍ଥ ିତି ତାଙ୍କୁ ଅସୁରକ୍ଷିତ କରି ରଖିଥିଲା ଯାହା ଦ୍ୱାରା ସେ କ’ଣ ଆବିଷ୍କାର କରିଛନ୍ତି ସେ ନିଜେ ମଧ୍ୟ ଗ୍ରହଣ କରିପାରି ନଥିଲେ ।ନିଜ ବକ୍ତବ୍ୟରେ ଶ୍ରୀ କୌଶିକ ଲେଖକ ଓ କବିମାନଙ୍କୁ ସାଧାରଣ ଜନତାଙ୍କ ମୁଖପାତ୍ର ବୋଲି ବର୍ଣ୍ଣନା କରି କହିଥିଲେ ଯେ ଜଣେ ଲେଖକନିଜ ଚାରିପଟେ ଥିବା ଲୋକମାନଙ୍କର ଦୁଃଖ ଓ ସମସ୍ୟାକୁ ଅନୁଭବ କରି ନିଜ ଲେଖନୀ ଦ୍ୱାରା ତାହାକୁ ପ୍ରକାଶ କରିଥାଏ ।
ଏହି ଅବସରରେ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ରଚିତ ଚାରିଟି ଓଡ଼ିଆ ପୁସ୍ତକ ଉନ୍ମୋଚିତ ହୋଇଥିଲା ।ଏହି ପୁସ୍ତକଗୁଡ଼ିକ ମଧ୍ୟରେ ସାହିତ୍ୟ ଅକାଦେମୀ ଦ୍ୱାରା ତାଙ୍କ ରଚିତ ‘ଦୟାନଦୀ’ ପୁସ୍ତକର ପଞ୍ଜାବୀ ଓ ସଂସ୍କୃତ ଅନୁବାଦ, ‘ବାଘ’ର ହିନ୍ଦୀ ଅନୁବାଦ, ହିନ୍ଦୀ ଭାଷାରେ ‘ଆସାନ ନହିଁ ଇତିହାସ ଲିଖ୍ନା’ ଏବଂ ଇଂରାଜୀ ଭାଷାରେ ନିର୍ବାଚିତ କ୍ଷୁଦ୍ରଗଳ୍ପ ‘ମାଇ ଟ୍ରୁଥ୍, ମାଇ ଷ୍ଟୋରୀ’ ରହିଛି । ଏହା ଛଡ଼ା ପ୍ରାଚୀନ ଦ୍ୱାରାପ୍ରକାଶିତ ‘ସାରୋଳଦାସ ମହାଭାରଥ ସଂପାଦନା ପ୍ରସ୍ତାବ- ଭବିଷ୍ୟତ, ଅତୀତ ଓ ବର୍ତମାନ’ ମଧ୍ୟ ଉନ୍ମୋଚିତ ହୋଇଥିଲା ।
ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ…
() ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ । ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି । ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍’ (ଶବ୍ଦ ଓ ଭାବନାର ଉତ୍ସବ) । ଏହି ସମାବେଶକୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦେଶର ସାହିତ୍ୟ ଓ କଳା ପରମ୍ପରାର ମିଳନ ଭୂମି ହେବାକୁ ଯାଉଛି । ୨୦୨୦ ଫେବୃୟାରୀ ୧ ଓ ୨ ତାରିଖରେ ସୋଆ ପକ୍ଷରୁ ପ୍ରଥମ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏଥିରେ ୧୦୦ ରୁ ଊର୍ଦ୍ଧ୍ୱ ସାହିତ୍ୟିକ, କବି ଓ କଳାକାର ଯୋଗ ଦେଇଥିଲେ ।
ଏହି ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ), ଯାହାକି ଭାରତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରୁଛି, ପକ୍ଷରୁ ଆୟୋଜନ କରାଯାଇଛି । ପ୍ରାଚୀନ ଗ୍ରନ୍ଥ ସମ୍ପାଦନା, ଗବେଷଣା, ଡିଜିଟାଇଜେସନ୍, ସଂପାନ, ପାଠଚକ୍ରର ଆୟୋଜନ ଏବଂ କଳା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଚର୍ଚ୍ଚା ସହିତ ଭାରତୀୟ କଳା ଓ ସାହିତ୍ୟକୁ ଅଧିକ ସମୃଦ୍ଧ ଓ ପ୍ରସ୍ଫୁଟିତ କରିବା ଦିଗରେ କାର୍ଯ୍ୟ କରିବା ପ୍ରାଚୀନ୍ର ମୁଖ୍ୟ ଆଭିମୁଖ୍ୟ ବୋଲି ଏହି କେନ୍ଦ୍ରର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ତଥା କ୍ୟୁରେଟର୍ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।
ଏହି ଉତ୍ସବ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ଚିନ୍ତକମାନଙ୍କ ପାଇଁ ମତ ଆଦାନ ପ୍ରଦାନର ଏକ ପ୍ରମୁଖ ପୀଠ ହୋଇପାରିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ସୋଆ ଅଧିନରେ ୧୮ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ପ୍ରାଚୀନ ଏହା ମଧ୍ୟରୁ ଅନ୍ୟତମ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ ପ୍ରାଚୀନ୍ ମାଧ୍ୟମରେ କରାଯାଉଥିବା ସୋଆ କୁଳପତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ । ଚଳିତ ସୋଆ ସାହିତ୍ୟ ଉତ୍ସବର ଶୀର୍ଷକ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’ । ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମାଜତତ୍ୱବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ, ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ଶ୍ରୀ ମାଧବ କୌଶିକ ଓ ସଚିବ ଶ୍ରୀ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ । ସେହିପରି ନଭେମ୍ବର ୨୬ ତାରିଖରେ ଉଦ୍ଯାପନୀ ଉତ୍ସବରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ଶ୍ରୀ ସୁରଜିତ ପତର ଏବଂ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀମତି କୁମୁଦ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକ ଓ ମଂଚ ବିଶେଷଜ୍ଞଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । ସେମାନେ ହେଲେ ପ୍ରଖ୍ୟାତ କବି ଓ କଥାକାର ଶ୍ରୀ ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ଶ୍ରୀ ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଶ୍ରୀ ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ଶ୍ରୀ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀ ଶ୍ରୀନିବାସ ଉଦ୍ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଡକ୍ଟର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଶ୍ରୀ ଅନନ୍ତ ମହାପାତ୍ର ।
ଏହି ଉତ୍ସବରେ ଯୋଗ ଦେଉଥିବା ସାହିତ୍ୟିକ ଓ ସଂସ୍କୃତି କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ଦାମୋଦର ଖାଡ୍ସେ, ଶ୍ରୀ ଦାମୋଦର ମୌଜୋ, ଶ୍ରୀ ଗିରିଶ କାଶରଭାଲି, ଶ୍ରୀ ଲୀଲାଧର ମାଣ୍ଡଲୋଇ, ଶ୍ରୀମତି ଶୋଭନା ନାରାୟଣ, ଶ୍ରୀ ଯତୀନ ଦାସ, ଶ୍ରୀ ସୁବୋଧ ସରକାର, ଶ୍ରୀ ହରପ୍ରସାଦ ଦାସ, ଶ୍ରୀ ମୃତ୍ୟୁଞ୍ଜୟ କୁମାର ସିଂହ, ଶ୍ରୀ ପଲ୍ ଜାକାରିଆ, ଶ୍ରୀ ପଙ୍କଜ ପରାଶର, ଶ୍ରୀମତି ପ୍ରୀତି ସେନୟ, ଶ୍ରୀ ପ୍ରଶାନ୍ତ ନନ୍ଦ, ଶ୍ରୀ ପ୍ରବୋଧ ପାରିଖ, ଶ୍ରୀ ସନ୍ତୋଷ ଚୌବେ, ଶ୍ରୀ ଶରନ୍ କୁମାର ଲିମ୍ବାଲେ, ଶ୍ରୀ ଅତୁଲ ତିୱାରି, ଶ୍ରୀ ବଳରାମ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ଶ୍ରୀ ସବ୍ୟସାଚୀ ମହାପାତ୍ର ଏବଂ ଶ୍ରୀ ସୁଶାନ୍ତ ମଣି ଅଛନ୍ତି । ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ସେସନ୍ ରହିଥିବା ବେଳେ ଉତ୍ସବର ପ୍ରଥମ ଦିନରେ ପ୍ରଥିତଯଶା କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସୁଜାତା ଆର କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ନିଯୁକ୍ତ…
() ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ । ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।
ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ….
{} ବସ୍ତିବାସିନ୍ଦାଙ୍କୁ ମିଳିଲା ଆଶ୍ରୟ, ସମ୍ମାନର ସହ ବଞ୍ଚିବାର ଅଧିକାର।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ ୧୭୨୨ଟି ଜଣ ହିତାଧିକାରୀ ଘର ପାଇଲେ।
ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ,
ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୂନଃର୍ବିକାଶ ପ୍ରକଳ୍ପ, ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ।
() ଭୁବନେଶ୍ୱରର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ମିଳିଛି ରହିବା ପାଇଁ ଘର। ଆଶ୍ରୟ ଅଧିକାର। ସମ୍ମାନର ସହ ବଞ୍ଚିବାର ଅଧିକାର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୁନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ। ଏହି ସବୁ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକ ମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଯାଇ ସେଠାରେ ସୁଲଭ ବାସଗୃହ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଟି ୫ ମହଲା ବିଶିଷ୍ଟ ଏବଂ ଏହା ୧୨ ଏକର ଜମିରେ ନିର୍ମାଣ କରାଯାଇଛି। ଏଥିରେ ୮୨୦ଟି ଘର ସମ୍ପୁର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସମୁଦାୟ ୨୬୦୦ଟି ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି।
ସେହପରି ସତ୍ୟନଗର ଶାନ୍ତିପାଲିଠାରେ ବସ୍ତି ପୁନଃଉନ୍ନୟନ ଯୋଜନାରେ (In Situ Slum Redevelopment Project) ସମୁଦାୟ ୧୩୦୦ଟି ଘର ନିର୍ମାଣ କରାଯାଉଛି। Bhubaneswar Town Centre District (BTCD) ଅଞ୍ଚଳରେ ଥିବା ବସ୍ତି ଅଞ୍ଚଳ ଗୁଡିକର ରୂପାନ୍ତର ଲକ୍ଷ୍ୟରେ ଏହା ହେଉଛି ପ୍ରଥମ ପ୍ରକଳ୍ପ। ୫୬୦ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପରେ ୩୪୨ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି । ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫ ମହଲା ବିଶିଷ୍ଟ ।
ଏହି ସବୁ ପ୍ରକଳ୍ପ ପାଇଁ ପାନୀୟ ଜଳଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଦୋକାନ ଘର ସହିତ ପାଠାଗାର, ରିଡିଙ୍ଗ ରୁମ୍, ଡିସ୍ପେନ୍ସରି ଆଦି ଅନେକ ସୁବିଧାର ବ୍ୟବସ୍ଥା କରାଯାଇଛି।ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବି.ଏମ୍.ସି, ବି.ଡି.ଏ. ଗୃହ ନଗର ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୋଆରେ ଏନ୍ଏସ୍ଏସ୍ର ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ୍ ଉଦ୍ଘାଟିତ…
() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ବୁଧବାର ଜାତୀୟ ସେବା ସଂସ୍ଥା (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ୧୦ ଦିନିଆ ପୂର୍ବାଂଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରେ ଯୋଗ ଦେଇଥିବା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବକାଳୀନ ଓ ସର୍ବୋଚ୍ଚ ସ୍ୱେଚ୍ଛାସେବୀ ବୋଲି ଅଭିହିତ କରିଥିଲେ ।
୧୯୬୯ରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନ୍ୟାସ୍ନାଲ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ପ୍ରତିଷ୍ଠା ହୋଇଥିବା ବେଳେ ତାଙ୍କ ଭଳି ନିଃସ୍ୱାର୍ଥପର ଓ ସହନଶୀଳ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ମହାତ୍ମାଙ୍କ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେବା ସହ ଅନ୍ୟମାନଙ୍କ ଠାରୁ ଅଲଗା ଭାବେ କାର୍ଯ୍ୟ କରିବାର ଦକ୍ଷତା ରଖିବା ଉଚିତ୍ ବୋଲି ଉପଦେଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ସୋଆ ଏନ୍ଏସ୍ଏସ୍ କୋର୍ଡିନେଟର ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍, ରାଜ୍ୟ ଏନ୍ଏସ୍ଏସ୍ ଅଫିସର ଡକ୍ଟର ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ସୋଆ ଏନ୍ଏସ୍ଏସ୍ ବ୍ୟୁରୋ ଆଡିସ୍ନାଲ୍ ପ୍ରୋଗ୍ରାମ କୋର୍ଡିନେଟର ଡକ୍ଟର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ନଭେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି କ୍ୟାମ୍ପରେ ଅରୁଣାଚଳ ପ୍ରଦେଶ, ଆସାମ୍, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକିମ୍, ତ୍ରିପୁରା ଓ ପଶ୍ଚିମବଙ୍ଗର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଛନ୍ତି ।
ସୋଆ ଜାଗୋ ପକ୍ଷରୁ ସ୍କୁଲ୍ବ୍ୟାଗ୍ ବଂଟନ…
( ) ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି । ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି ।
ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ବାଂଟି ଥିଲେ । ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ସୋଆ ସବୁବେଳେ ସମାଜ ର ଉନ୍ନତି ଦିଗରେ ଉଦ୍ୟମ କରିଆସିଛି । ଜାଗୋର ଏହି ସ୍କୁଲ୍ ବ୍ୟାଗ ବଂଟନ କାର୍ଯ୍ୟକ୍ରମ ଏହି ଦିଗରେ ଏକ କ୍ଷୁଦ୍ର ଉଦ୍ୟମ । ପାଖ ବସ୍ତିର ପିଲାମାନେ ଏହା ଦ୍ୱାରା ଉତ୍ସାହିତ ହେବେ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସୋଆ ଏବଂ ଜାଗୋ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ଉଦ୍ୟମ କରିଥାଏ । ସମାଜ ର ଏକ ଅଙ୍ଗଭାବେ ସୁଯୋଗ ଓ ସୁବିଧା ମିଳିଲେ ସମସ୍ତେ ସମାଜ ସେବା କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ଅବସରରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଜାଗୋ ଉଦ୍ୟମ କରୁଛି ବୋଲି କହିଥିଲେ । ଏହି ପିଲାମାନେ ଆଗକୁ ବଡ ହୋଇ ସମାଜ ସେବା ପ୍ରତି ଆଗ୍ରହ ଦେଖାଇବେ ବୋଲି ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଥିଲେ ।
ଏହି ଅବସରରେ ଆଡିସନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଜାଗୋର କୋର୍ଡିନେଟର ପ୍ରଫେସର ଅନୀତା ପଣ୍ଡା ଜାଗୋ କାର୍ଯ୍ୟ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଡିସନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇ ଉପସ୍ଥିତ ଥିଲେ ।














