କିଛି ସମୟ କୋଳାହରରୁ ବାହାରି ଲିଟୁ ଚିନ୍ତା କଲା ମୁଁ ଯାହା କରିଛି ଠିକ୍ କରିଛି l ସେଦିନର ଗୋଟେ ଜିଦ୍ ମୋ ଜୀବନର ମୋଡ ବଦଲାଇ ଦେଇଛି l ହେଲେ ଜିଦ୍ ଟା ପୁଣି କଣ ବୋଲି ଲିଟୁ ତା ସାଙ୍ଗ ମାନସ ପଚାରିଲା l ସେ କହିଲା ଭାଇ ତୁ କଣ କୌଣସି କଥାରେ କିଛି ଜିଦ୍ କରିନାହୁ ? ଜାଣିପାରୁନୁ କଣ ଯେ l
ଜିଦ୍ ଭାରୀ କଠିନ ଶବ୍ଦ ହେଲେ ବି ଏହା ଭିତରେ ଥାଏ ମିଠାପଣ l ଛୁଆ ହେଉ କି ବୁଢ଼ା ଅବା ଯୁବକ ,ଯଦି ନିଜ ଜିଦ୍ ରେ ସଫଳ ହୁଏ ତେବେ ଜୀବନର ମିଠାପଣ କଣ ତାହା ଅନୁଭବ କରିଥାଏ l ଜିଦ୍ ଟା କାହାକୁ ସଫଳତାର ଶୀର୍ଷରେ ପହଞ୍ଚlଇ ଦେଇଛି ତ କାହାର ସଫଳତାରେ ବ୍ରେକ ଲଗାଇ ଦେଇଛି l ହେଲେ ସବୁ ଜିଦ୍ ଭିତରେ କିଛି ବାସ୍ତବ କାହାଣୀ ଲୁଚି ରହିଥାଏ l କାରଣ ତାହା ଅନ୍ତରର ବ୍ୟଥା ବ୍ୟକ୍ତ କରେ l ଜିଦ୍ ର ଭିନ୍ନ ଭିନ୍ନ ପରିଭାଷା ଦେଖିବାକୁ ମିଳିଥାଏ l ସ୍କୁଲରେ ବାରମ୍ବାର ଫେଲ୍ ହେଉଥିବା ପିଲାଟି ସାର ଓ ସାଙ୍ଗଙ୍କ ପରିହାସ ପାଇଁ ଜିଦ୍ ଧରି ବସିଲା ଯେ ସେ ବଡ ହେଲେ ଜଣେ ଭଲ ଆଇଏଏସ ହେବ, ଆଉ ଦିନରାତି ଏକ କରି ତାହା ଜିଦ୍ ରେ ସେ ଅଟଳ ରହେ ଓ ଶେଷରେ ସଫଳତା ପାଏ l ଯେଉଁ ସାଙ୍ଗମାନେ ତାକୁ ସ୍କୁଲ୍ ରେ ପରିହାସ କରୁଥିଲେ ପରିଣତ ବୟସରେ ତାକୁ ନିଜର ସାଙ୍ଗ ବୋଲି ଅନ୍ୟ ମାନଂକ ପାଖରେ କହି ଗର୍ବ ଅନୁଭବ କରନ୍ତି l ଆଉ କଥା କଥାରେ କହନ୍ତି ଲିଟୁ ର ଜିଦ୍ ତାକୁ ଆଇଏଏସ କରିଦେଲା l ସେମିତି ପ୍ରେମିକା ଓ ପ୍ରେମିକର ଅନେକ କାହାଣୀ ବି ଆପଣଙ୍କ ନଜରକୁ ଆସିଥିବ l ପ୍ରେମିକାକୁ ପାଇବା ଜିଦ୍ ରେ ସାତ ଦରିଆ ପାର ହୋଇ ପ୍ରେମିକ ନିଜ ପ୍ରେମକୁ ପାଇଛି l ଏହା ବି ଜିଦ୍ ର ମିଠାପଣ l ଠିକ୍ ସେହିପରି ଜିଦ୍ ବେଳେ ବେଳେ ଭଲ ବନ୍ଧୁକୁ ଉଚିତ ବାଟରେ ଆଣେ ତ ଆଉ କେଉଁ ଜିଦ୍ ମନୋଭାବ ମଣିଷକୁ ଉଚିତ୍ ଶିକ୍ଷା ଦେଇଥାଏ l ଜୀବନକୁ ସରସ ଓ ସୁନ୍ଦର କରିବାରେ ଜିଦ୍ ଭୂମିକା ବହୁତ ବେଶୀ l ଜିଦ୍ କଷ୍ଟ ଦିଏନି ବରଂ କଷ୍ଟ ଲାଘବ କରେ l ପୁଣି ଜିଦ୍ ଲକ୍ଷ ଦିଏ ଓ ସଂକଳ୍ପ ପୂରଣ କରିବାକୁ ସାହସ ଦିଏ l ଯାହା ଦୈନଦିନ ଜୀବନରେ ପ୍ରତ୍ୟେକ ମଣିଷ କେବେନା କେବେ ଅଙ୍ଗେ ଲିଭାଇଛି l ସ୍ବାମୀ, ସ୍ତ୍ରୀ କୌଣସି କାରଣରୁ ଝଗଡ଼ା ଲାଗି ଜିଦ୍ ଧରି ବସନ୍ତି କୌଣସି ଗୋଟେ ପ୍ରସଙ୍ଗକୁ ନେଇ l ଜିଦ୍ ଟା ଏତେ ପରିମାଣରେ ଥାଏ ଯେ ପରସ୍ପର କଥା ବାର୍ତ୍ତା ବି ମାସ ମାସ ଧରି ବନ୍ଦ କରି ଦିଅନ୍ତି l ହଠାତ୍ ଦିନେ ସେହି ଜିଦ୍ ଶାନ୍ତ ହୁଏ ଓ ସ୍ବାମୀ -ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆଗ ଅପେକ୍ଷା ବହୁତ ବଢିଯାଏ l ଆଉ ଉଭୟ ଜିଦ୍ କରନ୍ତି ଜୀବନ ସାରା କେବେ କିଏ କାହାର ଦୋଷ ଧରିବେ ନାହିଁ l
ଜିଦ୍ ତ ଗୋଟେ ମହା ସମୁଦ୍ର l ଏହି ସମୁଦ୍ରରେ କେତେ ନଦୀ, ନାଳ ଓ ବର୍ଷା ଜଳ ପରି ଅସରନ୍ତି ଜିଦ୍ ମିଶିଛି l ହେଲେ ମଣିଷ କଣ କେବେ ଜିଦ୍ ଛାଡ଼ିଛି ନା ଛାଡ଼ିବ l କାରଣ ଜିଦ୍ ଟା ଭାରି ଭଲ……




ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ।

କ୍ରୀଡ଼ା ଉତ୍ସବରେ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ମ୍ୟାଚରେ ୯ନମ୍ବର ୱାର୍ଡ଼ ଓ ୩ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l
ଏହି ମ୍ୟାଚରେ ୩ନମ୍ବର ୱାର୍ଡ଼ ବିଜୟ ଲାଭ କରିଥିଲା। ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ୧ନମ୍ବର ୱାର୍ଡ଼ ଓ ୧୦ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ୧ନମ୍ବର ୱାର୍ଡ଼ ବିଜୟ ଲାଭ କରିଥିଲା। କ୍ରୀଡା ଉତ୍ସବର ଫାଇନାଲ୍ ମ୍ୟାଚ୍ ୧ନମ୍ବର ୱାର୍ଡ଼ ଓ ୩ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l
ଏହି ମ୍ୟାଚରେ ୩ନମ୍ବର ୱାର୍ଡ଼ ବିଜୟ ଲାଭ କରି ଫାଇନାଲ୍ ରେ ପ୍ରବେଶ କରିଛି।









