୪୪୧ କୋଟିର ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ;ଉପକୃତ ହେବେ ୩୫ ଲକ୍ଷ ଚାଷୀ…

() ୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି।

୨୦୨୨-୨୩ ପାଇଁ ଦୁଇଟି ପର୍ଯ୍ୟାୟରେ ସମୁଦାୟ ୮୫୬.୯୯ କୋଟି ଟଙ୍କାର ସୁଧ ରିହାତି।

ଚାଷୀମାନେ ହେଉଛନ୍ତି ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି, ସେମାନଙ୍କ ସଶକ୍ତୀକରଣ ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ । ସୁଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ Video Conference ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା । ବିକାଶର ଆଧାର । ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା ମାନେ ଓ ଯୁବକଯୁବତୀ ମାନେ । ତେଣୁ ଆପଣମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ବିନା ସୁଧ ରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି । ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ ।ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି । ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁ କୃଷି କ୍ଷେତ୍ରରେ ଓଡିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି । ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନିତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ । ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।ସମବାୟ ବିଭାଗ ପ୍ରମୁଖ ସଚିବ ଶ୍ରା ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଶ୍ରୀ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଝାରସୁଗୁଡାରେ ବିଜେପିର ପ୍ରେସମିଟ ନେଇ ବିଜେଡିର ପ୍ରତିକ୍ରିୟା ….

() ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର । ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀ ରେ କିଛି ନା କିଛି ସେଠି ଝାମେଲା ହୁଏ । କିଏ ଝାମେଲା କରେ ତାହା ରାଜ୍ୟ ବାସୀ ଜାଣିଛନ୍ତି । ମାନ୍ୟବର ବର୍ତ୍ତମାନର ବିରୋଧୀ ଦଳ ନେତା । ଏଇଟା ଆଜି କା କଥା ନୁହେଁ ବିଗତ 20 ବର୍ଷ ହେବ ଏମିତି କରି ଆସିଛନ୍ତି । ହନୁ ମାନ ଜୟନ୍ତୀ ରାମ ନବମୀ ରେ ସେଠି ଅସାମାଜିକ କାର୍ଯ୍ୟକ୍ରମ କରି ହିନ୍ଦୁ ମୁସଲିମ ଟେନସେନ ବା ସାମ୍ପ୍ରଦାୟିକ ଟେନସନ କିଏ ସୃଷ୍ଟି କରୁଛି । ନିଜେ ପୂଜାରୀ ବାବୁ ଅଛନ୍ତି ସେଠାକାର ସେ ନିଜେ କହୁ ନାହାନ୍ତି ବିଗତ 15 ବର୍ଷ ହେବ ଯେଉଁ ଟେନସନ ହେଉଛି କଣ ବିଜେଡି କରଉଛି କି ? କେବଳ ବିଜେପି ହିଁ ସେ ସବୁ କରଉଛି । ଗଣ ମାଧମ ପାଖରେ ବି ତାହାର ଶହ ଶହ କ୍ଲିପିଂ ଥିବ। ସେ ଏଥର ନଥିଲେ ବି ସେ ଯେଉଁ ସଂସ୍ଥା ତିଆରି କରିଛନ୍ତି ସେମାନେ ଏପରି କରିଛନ୍ତି । ଆମେ ବି ସିଧା କହୁଛୁ ଆଇନଶୃଙ୍ଖଳା ଯିଏ ଭାଙ୍ଗୁଛି ଯିଏ ଉସକଉଛି ସେ ବିଜେଡି କି ବିଜେପି ,କଂଗ୍ରେସ ହେଉ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଆଇନ କୁ ତା କାମ କରିବା ପାଇଁ ଦିଆଯାଉ ।

ପ୍ରତାପ ଦେବ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ

ରାଜ୍ୟରେ ପାୱାର କଟ ହେଉନି ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରି ଯାଉଛି…

() ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏ ର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡୀଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇ ଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ 6 ରୁ 7 ଘଣ୍ଟା ଲାଗୁଛି ତାକୁ ଠିକ କରିବା ପାଇଁ । ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ଆମ ସମସ୍ତ ଙ୍କ ତରଫରୁ ଚେଷ୍ଟା କରୁଛୁ । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ।

ଲୋ ଭୋଲଟେଜ ନେଇ ଯେଉଁ ଅଭିଯୋଗ ଆସୁଛି ସିଧା କଥା କହିବାକୁ ଗଲେ ଟେକ୍ନିକାଲ ତ୍ରୁଟି ରହିଛି । ଯେଉଁଠି ଲାଇନ ଦୂର ବାଟ ରେ ଅଛି , ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ ପିରିୟଡ଼ ରେ ରାଜ୍ୟରେ 5 ହଜାର 600 ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା 5 ହଜାର 500 ମେଗାୱାଟ ରହିଥିଲା ।

ଟେନସନ ହେଉଛି କଣ ବିଜେଡି କରଉଛି କି ? କେବଳ ବିଜେପି ହିଁ ସେ ସବୁ କରଉଛି । ଗଣ ମାଧମ ପାଖରେ ବି ତାହାର ଶହ ଶହ କ୍ଲିପିଂ ଥିବ। ସେ ଏଥର ନଥିଲେ ବି ସେ ଯେଉଁ ସଂସ୍ଥା ତିଆରି କରିଛନ୍ତି ସେମାନେ ଏପରି କରିଛନ୍ତି । ଆମେ ବି ସିଧା କହୁଛୁ ଆଇନଶୃଙ୍ଖଳା ଯିଏ ଭାଙ୍ଗୁଛି ଯିଏ ଉସକଉଛି ସେ ବିଜେଡି କି ବିଜେପି ,କଂଗ୍ରେସ ହେଉ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଆଇନ କୁ ତା କାମ କରିବା ପାଇଁ ଦିଆଯାଉ ।

ପ୍ରତାପ ଦେବ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ

ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥାଗତ ଶତପଥୀ…

() ଶଙ୍ଖ ଭବନ ଉଦଘାଟନ ବେଳେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ରାଜନେତା ତଥାଗତ ଶତପଥୀ l ସେ କହିଛନ୍ତି ଯେ ମୁଁ ନିର୍ଦଳୀୟ ବିଜେଡ଼ିରେ ନାହିଁ l

ମୁଁ ସାମ୍ବାଦିକ ହିସାବରେ ଆସିଥିଲି ଆଜି lମୁଁ କୌଣସି ଦଳରେ ନାହିଁ ଶଙ୍ଖ ଭବନ ସୁନ୍ଦର ହୋଇଛି l ଭଲ ଲାଗିଲା ମତେ ବିଜେଡି ସଭାପତି ଆସିବାପାଇ ନିମିତ୍ରଣ କରିଥିଲେ ଯେହେତୁ ମୁଁ ନିର୍ଦଳୀୟ l ମୁଁ ଆସିଲି 2024 ନିର୍ବାଚନି ରାଜନୀତିରେ ମୁଁ ପ୍ରବେଶ କରିବି ନାହିଁ ଇଛା ନାହିଁ l

ଶଙ୍ଖ ଭବନ ପାଇଁ ଧନ୍ୟବାଦ ଦେଲି ମୁଖ୍ୟମନ୍ତ୍ରୀଙ୍କୁ ,ନିମିତ୍ରଣ କଲେ ନିହାତି ଲୋକ ଯିବେ ତେଣୁ ମୁଁ ଆସିଲି ଏଠିକି ବୋଲି ବିଜେଡ଼ିର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତଥାଗତ ଶତପଥୀ କହିଛନ୍ତି l

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କୋଲାବିରା ବ୍ଲକ ପତ୍ରାପାଲ୍ଲି ଗ୍ରାମରେ ଅଖିମୁଠି ଅନୁକୂଳ କଲେ….

{} ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କୋଲାବିରା ବ୍ଲକ ପତ୍ରାପାଲ୍ଲି ଗ୍ରାମରେ ଅଖିମୁଠି ଅନୁକୂଳ କଲେ।

() ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର ପତରାପଲ୍ଲି ଗ୍ରାମରେ ଶ୍ରୀ ଶରତ ପଟ୍ଟନାୟକ ଅକ୍ଷିମୁଠି କ୍ଷେତରେ ବୁଣି କୃଷି କାର୍ଯ୍ୟର ଶୁଭ ଅନୁକୂଳ କରି ହଳ କଲେ ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସମସ୍ତ ଚାଷୀ କୂଳଙ୍କୁ ଏବଂ ଚାଷ କାର୍ଯ୍ୟ ସହିତ ସଂପୃକ୍ତ ସମସ୍ତ ପରିବାରବର୍ଗଙ୍କୁ ପବିତ୍ର ଅକ୍ଷୟ ତୃତୀୟର ଶୁଭେଚ୍ଛା ଓ ଶଦିଚ୍ଛା ଜଣାଇଛନ୍ତି । ଚଳିତ କୃଷି ବର୍ଷରେ କୃଷି ଉତ୍ପାଦନ ବୃଦ୍ଧି ଘଟିବା ସହିତ ରାଜ୍ୟର କୃଷକମାନଙ୍କର ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସ୍ମରଣ କରାଇକହିଥିଲେ ଯେ, ୧୯୯୬ ମସିହାରେ ତତ୍‌କାଳୀନ କଂଗ୍ରେସ ସରକାର ପ୍ରଥମ ଥର ପାଇଁ ପବିତ୍ର ଅକ୍ଷୟ ତୃତୀୟକୁ କୃଷି ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିବା ସହିତ ସରକାରୀ ସ୍ତରରେ ନିଷ୍ପତି ନେଇଥିଲେ । ରାଜ୍ୟର ୭୦ ପ୍ରତିଶତ ଜନସାଧାରଣ ଆଜି ମଧ୍ୟ କୃଷି ଉପରେ ନିର୍ଭର କରନ୍ତି । ଏହି ମୁଷ୍ଠିମେୟ ବର୍ଗଙ୍କର ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ଆୟ ଭାରତ ବର୍ଷରେ ସର୍ବନିମ୍ନ । ଏପରିକି ଏ ରାଜ୍ୟର କୃଷକର ଆୟ ମାସକୁ ମାତ୍ର ୫ ହଜାର ୧୬୨ ଟଙ୍କା । କଂଗ୍ରେସ ସରକାର ସମୟରେ ରାଜ୍ୟରେ ବହୁ କୃଷିଭିତିକ ଶିଳ୍ପ ପ୍ରତ୍ୟେକ ଜିଲ୍ଲା ପ୍ରତିଷ୍ଠା କରାଯାଇଥିଲା । ତତ୍‌ଦ୍ୱାରା କୃଷକ ମାନଙ୍କର ଆୟକୁ ବୃଦ୍ଧି କରିବା

ସହିତ ଉତ୍ପାଦନକୁ ବହୁଗୁଣରେ ବୃଦ୍ଧି କରାଯାଇପାରିଥିଲା । ସେ ସମୟରେ ଯାହାକିଛି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିଲା ତା ବାଦ୍ ବିଜେଡ଼ି ସରକାର ୨୩ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡା ପ୍ରତିଷ୍ଠା କରିପାରିନାହାନ୍ତି । ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧି ଘଟୁ ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତିନନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନକୁ ପାର ହେବା ପାଇଁ ମିଛ ଯୋଜନାମାନ ପ୍ରଣୟନ କରାଯାଏ, କିନ୍ତୁ ପ୍ରକୃତସ୍ଥିତିର କୌଣସି ପରିବର୍ତନ ଘଟୁନାହିଁ । ଆଳୁ ମିଶନ, ପିଆଜ ମିଶନ ସଂପୂର୍ଣ୍ଣ ଫେଲ୍ ମାରିଲା । ଯାହାକିଛି କୃଷିଭିତିକ ଶିଳ୍ପ ଥିଲା ବିଜେଡ଼ି ସରକାର ସମୟରେ ବନ୍ଦ ହୋଇଗଲା । ଚାଷୀ ଆତ୍ମହତ୍ୟା ଭାରତ ବର୍ଷର ଓଡ଼ିଶାରେ ସବୁଠାରୁ ଅଧିକ ।

ଏହି ଅକ୍ଷି ଅନୁକୂଳରେ ଶ୍ରୀ ପଟ୍ଟନାୟକଙ୍କ ସହିତ ଝାରସୁଗୁଡ଼ାର ଉପନିର୍ବାଚନର ପ୍ରାର୍ଥୀ ଶ୍ରୀ ତରୁଣପାଣ୍ଡେ, ଦୁର୍ଘା ପାଢ଼ି, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବିଦୁଭୁଷଣ ତ୍ରିପାଠୀ, ବୁଲୁ ପଣ୍ଡା-ବେଲପାହାଡ଼ ବ୍ଲକ ଚେୟାରମ୍ୟାନ, ଦୀପକ କିଷାନ-କିର୍‌ମିରା ବ୍ଲକ, ମନୋଜ ଦେହୁରୀ, ଶ୍ରୀକର ସାହୁ-ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କୋଲାବିରା, କୃଷ୍ଣଚନ୍ଦ୍ର ଭୋଇ-ଲାଇକେରା ବ୍ଲକ କଂଗ୍ରେସ ସଭାପତି, ରାଜେଶ ମାଫିଦାର, ଭିକାରୀ ସାହୁ ଓ ବହୁ ବ୍ଲକ ଓ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଲୋକସଭା ଭବନରେ ଖୋଲିଲା ମିଲେଟ କାଫେ ଉଦଘାଟନ କଲେ ନବୀନ…

() କୃଷି ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷି ମୁଠି ଅନୁକୂଳ।

ମିଲେଟ ଶକ୍ତି କାଫେ, କ୍ରେଚ ‘ କଳିକା’ ଲୋକାର୍ପଣ,

କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇ ଥିଲେ।

ଏହାପରେ ସେ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟି ହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟ ଶସ୍ୟ ର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ outlet ଖୋଲା ଯାଇ ସାରିଲାଣି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ର ଉଦଘାଟନ ମଧ୍ୟ କରିଥଲେ। ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control system ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନ (real time information ) ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ୫ ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରା ଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ସହିତ ଲୋକ ସେବା ଭବନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଶିଶୁ ସନ୍ତାନ ମାନଂକ ପାଇଁ ଏକ creche ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତମାନ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କର ଯାଇଛି।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ, ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଲୋକଙ୍କ ପାଇଁ ସମର୍ପିତ ଶଙ୍ଖ ଭବନ: ନବୀନ…

( )ଅକ୍ଷୟ ତୃତୀୟାରେ ଲୋକାର୍ପିତ ହେଲା ଶଙ୍ଖ ଭବନ,

ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

ଓଡ଼ିଶାକୁ ଭଲ ପାଉଥିବା ତଥା ନୂଆ ଓଡିଶା , ସଶକ୍ତ ଓଡିଶା ଗଠନ ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥାଳୀ ହେବ ଶଙ୍ଖ ଭବନ।

ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିବ।

ଭବନର ସମ୍ମିଳନୀ କକ୍ଷ ବରପୁତ୍ରମାନଙ୍କ ନାମ ଓ ଉକ୍ତିରେ ଶୋଭିତ ହେବ।

ଓଡ଼ିଶାର ଅତୀତ ସହ ଭବିଷ୍ୟତକୁ ଯୋଡ଼ିବ ଶଙ୍ଖ ଭବନ।

ଭବନରେ ସ୍ଥାନ ପାଇବ ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି।

{} ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି ।ଏହି ଅବସରରେ ଶଙ୍ଖ ଭବନରୁ ଓଡିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ , ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ । ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ । ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶା ବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ । ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି । ବିଜୟର ଶୁଭଶଙ୍ଖ ବାଜି ଚାଲିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ଶଙ୍ଖ ଭବନ ହେବ ସାଢେ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ଭବନ ।ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ । ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ । ଓଡିଶାର ବିକାଶ ପାଇଁ ସମର୍ପିତ ହେବ । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ । ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ।ଜୟ ଜଗନ୍ନାଥ ଧ୍ୱନିରେ ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ଵ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରି ଚାଲିବ ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିଚାଲିବ।

ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ଥିରତା ଆମକୁ ସଫଳତା ଦେଇଛି। ସାଧୁତା ଆନନ୍ଦ ର ମାର୍ଗ ଖୋଲିଛି। ଶାନ୍ତି ଆମକୁ ସମୃଦ୍ଧି ଦେଇଛି ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି।ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ , ଛାତ୍ର ,ମହିଳା କର୍ମୀ ଏବଂ ନେତା, ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ। ସେବାର ସଂସ୍କୃତିକୁ ଆଗକୁ ନେବା , ବିକାଶକୁ ଆଗକୁ ନେବା ,ଓଡିଶା ମା’ର ଗୌରବକୁ ଆହୁରି ଉଜ୍ଜଳ କରିବା ପାଇଁ ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ Talisman (ତାବିଜ ) ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ।ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ।ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ।

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ…

() ପୁଞ୍ଚ ରେ ସହିଦ୍ ହୋଇଥିବା ଦେବାଶିଷ ବିଶ୍ବାଳଙ୍କ ପରିବାର ପାଇଁ ପଚିଶ ଲକ୍ଷ୍ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଜାମ୍ମୁ କାଶ୍ମୀରର ପୁଞ୍ଚ ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ବାଳଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଷ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

 

ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

{} ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।

ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ହେବ ଶେଷକୃତ୍ୟ।

() ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି  ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ,ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି।ସେ ଥିଲେ ସାଧାରଣ ଲୋକ ର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ।

ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନ ର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟି ର ଚେୟାରମ୍ଯାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି ।ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର…

() ବିଜେଡି ର ମିଶ୍ରଣ ପର୍ବ ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ବିଜେଡି କାର୍ଯ୍ୟାଳୟ ରେ ସାଂସଦ ମାନସ ମଙ୍ଗରାଜ ଙ୍କ ଉପସ୍ଥିତ ରେ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଢିଲା ବିଜେଡି ର ଶକ୍ତି କଂଗ୍ରେସ ଛାଡି ବିଜେଡି ରେ ମିଶିଲେ 2019 ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକ ମହେନ୍ଦ୍ର ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି।ମହେନ୍ଦ୍ର 2019 ସାଧାରଣ ନିର୍ବାଚନ ରେ କଂଗ୍ରେସ ରୁ ପାର୍ଥି ହୋଇ 18823 ଖଣ୍ଡ ଭୋଟ ପାଇଥିଲେ ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତା ବିଜେଡିରେ ସାମିଲ ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ତଥା 2019 ଝାରସୁଗୁଡା କଂଗ୍ରସ ପାର୍ଥି ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ବିକାଶ ଧାରା କୁ ଆଗକୁ ନେବା ପାଇଁ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର ନାୟକ।ତାଙ୍କ ସହ 60 ରୁ ଉର୍ଦ୍ଧ୍ୱ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି । ଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା କହିଛନ୍ତି ମହେନ୍ଦ୍ର, ଝାରସୁଗୁଡା ଜିଲ୍ଲାରେ ଲକ୍ଷାଧିକ ଆଦିବାସୀ ଭୋଟର ଅଛନ୍ତି ଆଦିବାସୀଙ୍କ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛି ଆମର ସମର୍ଥନ ବିଜେଡି ପାର୍ଥି ଦୀପାଳି ଦାସ ଙ୍କ ସହ ରହିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news