ବିପଦର ବନ୍ଧୁ ପ୍ରଣବ: ଅସୁସ୍ଥ ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ

0
263

ବୈତରଣୀ ନଦୀର ଆସିଛି ବନ୍ୟା, ଯାଜପୁର ନିର୍ବାଚନୀ ମଣ୍ଡଳୀର ବହୁ ଗାଁ ପାଣି ଘେରରେ। ଏ ସମୟରେ ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କ ବଳ ବୃଦ୍ଧି କରିବାକୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସହ କାନ୍ଧରେ କାନ୍ଧମିଶାଇ ଛିଡାହୋଇଛନ୍ତି ଯାଜପୁରବାସୀଙ୍କ ଦୁଇ ଭାଇ ବବି ଓ ଭବ । ଅସୁସ୍ଥ ଥିବା ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ବିଜେଡି ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବୈତରଣୀରେ ଜଳସ୍ତର ବଢିବା ଯୋଗୁ ଦଶରଥପୁର ଅଞ୍ଚଳରେ ବନ୍ୟା ଜଳ ମାଡିଯାଇଛି।

କିଛି ଦିନତଳେ ରାଜଧାନୀରେ ଆଇନ ଶୁଙ୍ଖଳା , ନାରୀ ନିର୍ଯାତନାଓ ରାଜ୍ୟରେ ମହିଳାମାନଙ୍କୁ ବିଜେପି ସରକାର ସୁରକ୍ଷା ଯୋଗାଇ ଦେବା ଦାବିରେ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା। ଏହି ସମୟରେ ପ୍ରଣବଙ୍କ ଗୋଡରେ ଆଘାତ ଲାଗିଥିଲା। ହେଲେ ଅସୁସ୍ଥ ସତ୍ତ୍ବେ ଆଜି ବନ୍ୟା ଅଂଚଳରେ ଯାଜପୁରବାସୀଙ୍କ ପାଖରେ ଛିଡା ହୋଇଛନ୍ତି ପ୍ରଣବ। ଯେଉଁଠି ସରକାର ଏଯାଏ ପହଞ୍ଚି ପାରିନାହାନ୍ତି ସେଠାରେ ବିରୋଧୀ ଦଳର ସଦସ୍ୟ ପ୍ରଣବ ପ୍ରକାଶ ଦାସ ପ୍ରଭାବିତ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବନ୍ୟାବିପନ୍ନ ସୁରକ୍ଷା ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପ୍ରଣବ।

ଅଶି ଓ ନବେ ଦଶକରେ ଓଡ଼ିଶାର ସାଲିସ ବିହୀନ ନେତା ସ୍ଵର୍ଗତ ଅଶୋକ ଦାସ , ଯେତେବେଳେ ବନ୍ୟା ବା ପ୍ରାକୃତିକ ବିପର୍ଯ୍ୟୟରେ ଯାଜପୁର ପ୍ରଭାବିତ ହେଉଥିଲା । ସେତେବେଳେ ସେ ଜଣେ ରାଜନେତା ଭାବରେ ନୁହେଁ ଯାଜପୁରର ମୁରବି ଭାବରେ ଦିନରାତି ଏକ କରି ବିପନ୍ନଙ୍କ ପାଖରେ ଛିଡା ହେଉଥିଲେ । ବନ୍ୟାରେ ଯେମିତି ଘାଇ ସୃଷ୍ଟି ନହେବ ନିଜେ ବାଲିବସ୍ତା ନେଇ ନଦୀବନ୍ଦରେ ପକାଉଥିଲେ ଓ ବନ୍ୟାବିପନ୍ନ ସହ ରହି କାମ କରୁଥିଲେ । ନଦୀବନ୍ଦ ଓ ତଳିଆ ଅଞ୍ଚଳରେ ରାତି କଟାଉଥିଲେ। ବନ୍ୟାବିପନ୍ନ ପାଖରେ କିଭଳି ସହାୟତା ପହଞ୍ଚିବ , ଲୋକେ କିଭଳି ବିପଦ ମୁକ୍ତ ହେବେ ସେନେଇ ତତ୍ପର ହେଉଥିଲେ । ଠିକ୍ ବାପାଙ୍କ ପରି ତାଙ୍କ ପୁଅ ତଥା ବିଜେଡି ଉପ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ପାଖରେ ଏହି ଗୁଣ ଦେଖିବାକୁ ମିଳୁଛି। ତାଙ୍କ ସହ ଯୁବନେତା ଭବ ପ୍ରକାଶ ବି। ରାଜନୀତି ପାଇଁ ନୁହେଁ, ଦୁଇ ଭାଇ ଲୋକଙ୍କ ସେବା ପାଇଁ ଯେ ରାଜନୀତି କରୁଛନ୍ତି ତାହା ବନ୍ୟା ସମୟରେ ଉଭୟ ବିପନ୍ନଙ୍କ ସହ  ରହି ପ୍ରମାଣିତ କରିଛନ୍ତି l

ଯେତେବେଳ ବି ବୈତରଣୀ ନଦୀରେ ବଡ ବନ୍ୟା ଆସିଛି । ଏଥିରେ ଯାଜପୁର ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ବିପନ୍ନଙ୍କ ଦୁଖଃରେ ନବୀନଙ୍କ ଦୁଇ ଯୁବ ଯୋଦ୍ଧା ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ପୌର ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଛିଡା ହୋଇଛନ୍ତି । ଯାଜପୁର ବାସୀଙ୍କ ଦୁଃଖରେ ଏହି ଦୁଇ ଭାଇ ସବୁବେଳେ ସହାୟତାର ହାତ ବଢାଇଥାନ୍ତି। କାରଣ ସେମାନେ ଲୋକଙ୍କ ନେତା। ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ରାଜନେତା ଭାବେ ନୁହେଁ, ବଂର ନିଜର ଭାଇ ବୋଲି ଭାବନ୍ତି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାନା ସମସ୍ୟା ଭିତରେ ଲୋକେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଯାଜପୁର ଦୁଇ ଭାଇ ପ୍ରଣବ ଓ ଭବ ।ଲୋକେ ବି ତାଙ୍କ କାନ୍ଦରେ କାନ୍ଦ ମିଶାଇ କାମ କରୁଛନ୍ତି ।

ସାରା ଓଡିଶା ନେତା ସାଜିଥିବା ପ୍ରଣବ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ଯାଜପୁରବାସୀ ଯେତେବେଳେ ବିପଦରେ ପଡ଼ିଥିବେ ସେତେବେଳେ ସେ ସବୁ ଭୁଲି ଯାଆନ୍ତି ।ଏପରି ନିଜ ପରିବାରକୁ । ଯାହା ପୁଣିଥରେ ଦେଖିବାକୁ ମିଳିଛି ଏହି ବନ୍ୟାରେ । ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ୟାପାଣି ମାଡି ଯାଇଛି। ଏଥିଲାଗି ଯାଜପୁରବାସୀଙ୍କ ଭାଇ ପ୍ରଣବ ପ୍ରକାଶ ଦାସ ଓ ଯୁବ ନେତା ଭଵ ପ୍ରସାଦ ଦାସ ଲୋକ ସମସ୍ୟା ପଚାରି ବୁଝିବା ସହ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନକୁ ପାଖରେ ଦାବି କରିଛନ୍ତି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବ ଓ ଭଵଙ୍କ ପରି ।ଯେ କି ଲୋକଙ୍କ ଦୁଃଖରେ ଦୁଖୀ ଓ ସୁଖରେ ସାଥି ହୋଇ ସବୁବେଳେ ପାଚେରୀ ପରି ଠିଆ ହେବେ । କ୍ଷମତାରେ ଥିବା ବେଳେ ଯେମିତି, ବିରୋଧୀ ଦଳରେ ଥିବା ବେଳେ ବବି ଓ ଭବ ଯାଜପୁରବାସୀଙ୍କ ସହ ସେମିତି ଅଛନ୍ତି ।