ଧର୍ମେନ୍ଦ୍ରଙ୍କ ବିନା ଗତିନାହିଁ

0
182

 କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଜେପି ଦଳର ବଡ ଚେହେରା। ଓଡ଼ିଶାରେ ବିଜେପି ଶାସନକୁ ଆସିବାରେ ତାଙ୍କ ଭୂମିକା କିଛି କମ୍ ନୁହେଁ। ୨୦୦୯ରୁ ବିଜେପିକୁ ଓଡ଼ିଶାରେ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ସେ ଗୁରୁତ୍ଵପୂର୍ଣ୍ଣ ଭାବେ କାମ କରୁଥିଲେ। ଯାହାଫଳରେ ଓଡ଼ିଶା ବିଧାନସଭାରେ ବିଜେପି ୨୦୦୯ରେ ୬ଟି ବିଧାୟକ ରୁ ୨୦୨୪ରେ ୭୮ ବିଧାୟକ ନିର୍ବାଚିତ ହୋଇ ଦଳ ପ୍ରଥମଥର ଓଡ଼ିଶାରେ ଏକକ ସରକାର ଗଠନ କରିବାରେ ସର୍ମଥ ହୋଇଛି। ଦଳୀୟ ସଂଗଠନ ସଶକ୍ତ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶାକୁ ଅଧିକ ଫୋକସ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ବିଜେପିର ସଶକ୍ତ କରିଥିଲେ। ୨୦୨୪ ନିର୍ବାଚନ ପରେ ବିଜେପି ରାଜ୍ୟ ଶାସନ ଭାର ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଜେପି ନେତୃତ୍ଵ ଏକଘରିଆ କରିଥିବା ଚର୍ଚ୍ଚା ଲାଗିରହିଛି। ଓଡିଶା ବିଜେପି ରାଜନୀତିରେ ଘଟୁଥିବା କିଛି ଘଟଣା ମଧ୍ୟ ଏ କଥାକୁ ପ୍ରମାଣିତ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ଆଗପରି ଓଡ଼ିଶା ରାଜନୀତିରେ ପତିଆରା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ଲାଗି ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବାକୁ କସରତ ଆରମ୍ଭ କରିଛନ୍ତି । ଏଥିଲାଗି ଭୁବନେଶ୍ଵରରୁ ଦିଲ୍ଲୀ ଯାଏ ଚାଲିଛି ଭେଟଘାଟ ଓ ଆଲୋଚନା। ମନ୍ତ୍ରିମଣ୍ଡଳରରେ କିଏ ରହିବେ ଓ କିଏ ବାଦ ପଡିବେ ସେ ଚର୍ଚ୍ଚା ମଧ୍ୟ ଜାରୀ ରହିଛି। ଏହାରି ଭିତରେ ରାଜ୍ୟପାଳ ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ରାଜନୈତିକ ମହଲରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ବିଜେପି ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଗତିନାହିଁ। କେନ୍ଦ୍ରମନ୍ତ୍ରୀଙ୍କୁରାଜ୍ୟପାଳ ସୌଜନ୍ୟମୂଳକ ସାକ୍ଷାତ କାର କରିଛନ୍ତି । ହେଲେ  ଏହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଏନାନା ଚର୍ଚ୍ଚା।