() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଡ ଦାୟିତ୍ୱରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ l ସାଂସଦ ମାନସ ମଙ୍ଗରାଜ ବ୍ରହ୍ମପୁର ସାଂସଦ କ୍ଷେତ୍ର ପାଇଁ ନୂଆ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି Iବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୂମୋଦନ ଦେବା ପରେ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ଆଉ 5 ଜଣ ନେତାଂକୁ ମଧ୍ଯ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି l
ବଦଳିବ ଯୋରନ୍ଦା ମହିମାଗାଦି ପୀଠର ରୂପରେଖ….
() ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର,
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ 112 କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ।
ମଇ ୨୯ରେ 5T ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ।
{} ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ 29 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ 15 ଦିନ ଭିତରେ ପ୍ରକଳ୍ପ report ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି 112 କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି ।ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି ।
ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।
ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ toilet ନିର୍ମାଣ କରାଯିବ।
ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟ କରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।
ପହିଲି ରଜ…
() ଆଜି ହେଉଛି ରଜ ପର୍ବ, ରଜ ଓଡ଼ିଶାର ଗଣପର୍ବ। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ଏହି ପର୍ବଟି ହେଉଛି ଝିଅ ବୋହୂ ମାନଙ୍କ ପର୍ବ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ।
ତେବେ ରଜ ପୂର୍ବ ଦିନଟିକୁ ସଜବାଜ ବୋଲି କୁହାଯାଏ। ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି। ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ। ଘରେ ଘରେ ନାନାପ୍ରକାର ସୁସ୍ଵାଦୁ ଖାଦ୍ୟ ସହ, ବିଭିନ୍ନ ପ୍ରକାର ପିଠାପଣାର ଆୟୋଜନ କରାଯାଇଥାଏ। ସଜବାଜ ଦିନ ପୋଡ଼ପିଠା ପ୍ରସ୍ତୁତି ହେଉଛି ରଜପର୍ବ ର ବିଶେଷ ଆକର୍ଷଣ। ପହିଲି ରଜଦିନ ସକାଳୁ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରଧାନ କରିଥାନ୍ତି। ରଜରେ ଦୋଳି ଖେଳ ହେଉଛି ବିଶେଷ ଆକର୍ଷଣ। ଝିଅମାନେ ଦୋଳି ଖେଳିବା ପାଇଁ ସତେ ଯେପରି ଅନେଇ ବସିଥାନ୍ତି ଏହି ପର୍ବକୁ ସେଥିପାଇଁ ଗାଁର ପ୍ରତିଟି ଗଛରେ ରଜଦୋଳି ଲଗାଯାଏ। ଝିଅ ବୋହୂମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳି ରଜପର୍ବର ଆନନ୍ଦ ଉଠାଇଥାନ୍ତି।
ସେହିପରି ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ୍, ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ। ଗାଁମାନଙ୍କରେ ଧୁମଧାମରେ ପାଳନ କରାଯାଏ ଏହି ପର୍ବ।
ବିତରଣ କମ୍ପାନୀକୁ ମୁଖ୍ୟ ଶାସନ ସଚିବଙ୍କ ତାଗିତ: ଯୁଦ୍ଧ କାଳୀନ ଭିତ୍ତିରେ ବିଜୁଳି କାଟର ସମାଧାନ କର….
() ସାମାନ୍ୟ କାଳବୈଶାଖୀରେ ୪ରୁ ୫ ଘଣ୍ଟା ପାୱାର କଟ l ଉପାନ୍ତ ଅଞ୍ଚଳରେ ନୁହେଁ, ରାଜ୍ୟ ରାଜଧାନୀ ଏପରି ଅବସ୍ଥା l ଲାଗୁଛି ଯେମିତି ଅଶୀ ଦଶକ ସମୟ ଫେରିଆସିଛି l ପୁଣି ବିଜୁଳି ସମସ୍ୟା ନେଇ ସାଧାରଣ ରେ ପୁରୁଣା ସ୍ଲୋଗାନ ତାଜା ହୋଇଛି l ବିଜୁଳି ଶାସନ ଗଲାଣି ହୁଗୁଳି l ହ ଏକଥା ଅପ୍ରିୟ ହେଲେ ମଧ୍ୟ ସତ l ଏକଥାକୁ ମଧ୍ୟ ରାଜ୍ୟ ସରକାର ଓ ଶାସକ ଦଳର ବଡପଣ୍ଡା ମାନେ ମଧ୍ୟ କହିଲେଣି l ସାମାନ୍ୟ କାଳ ବୈଶାଖୀ ବର୍ଷା ପରେ ବିଜୁଳି ଆସିବା ଯେମିତି ସାତ ସପନ ହୋଇଗଲାଣି ଲୋକଙ୍କ ପାଇଁ l ୨୩ବର୍ଷ ର ସରକାର ଙ୍କୁ ସାଧାରଣରେ ଏପରି ବଦନାମ କରିଛନ୍ତି କି କିଛି ବିତରଣ କମ୍ପାନୀ l ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ l
ପ୍ରଚଣ୍ଡ ଖରା ସାଙ୍ଗକୁ , ଅସହ୍ୟ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ l ଆଉ ଠିକ୍ ଏତିକି ବେଳେ ବୋଝ ଉପରେ ଲଳିତାବିଡା ସାଜିଛି ତ୍ରୁଟି ପୁର୍ଣ୍ଣ ବିଜୁଳି ପରିଚାଳନା l ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ନିଆ କୁହୁଳୁଛି ବ୍ୟବସ୍ଥାକୁ ନେଇ l ସାମାନ୍ୟ ବର୍ଷା ଓ ପବନ ଆସିଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେବାରୁ ଲୋକେ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ବିଜୁଳି ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଆଜି ସମୀକ୍ଷା କରିଛନ୍ତି l ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେଶକ୍ତି ବିଭାଗ ଓ ୪ଟି ବିତରଣ କମ୍ପାନୀ ଏହି ବୈଠକରେ ସାମିଲ ହୋଇ ବିଜୁଳି ବିଭ୍ରାଟ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ କିପରି ଶୀଘ୍ର ହୋଇ ପାରିବ ଏବଂ ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି ତାକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଡିସକମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିl
ସୁଚନାକଣ୍ଟ୍ରୋଲ ରୁମ କୁ ଆସୁଥିବା ଅଭିଯୋଗକୁ ଗୁରୁତ୍ଵ ଦେଇ ବିଦ୍ୟୁତ ସେବା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ତାଗିତ କରିଛନ୍ତି l ବିଦ୍ୟୁତ କାଟ ସମସ୍ୟାକୁ ଦୂର ପାଇଁ ତତକାଳ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ। ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହାସହ ସବ ଷ୍ଟେସନ ଓ ଷ୍ଟେସନ ସହ ଯୋଗାଯୋଗ କରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ lଅଘୋଷିତ ବିଦ୍ୟୁତ କାଟ କୁ ଟାଟା ପାୱାର ନାଁ ରେ ସୋସିଆଲ ମିଡିଆ ବହୁ ଅଭିଯୋଗ ଆସୁଛି l ଏପରି ବିଦ୍ୟୁତ ସେବା ଯୋଗାଇ ଦେବାରେ ଟାଟା ପାୱାର ମନମୁଖି କାର୍ଯ୍ୟକଳାପକୁ ନେଇ ମଧ୍ୟ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ହେଲେ ନେଇ କିନ୍ତୁ ପୁରା ନିରବ ଟାଟା ପାୱାର ଅଧିକାରୀ l ଚୋରା ଗଲା ପରେ ଟାଟା ପାୱାର ର ଚେତା ପଶିଛି l କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ବିଜୁଳି ସମସ୍ୟା ଦୂର କରିବା ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି କମ୍ପାନୀ l
ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସେରିମୋନି ଆୟୋଜିତ…
() ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୩୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ରବିବାର ଏକ ବିଶେଷ ଗ୍ରାଜୁଏସନ୍ ସେରିମୋନିରେ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।ସିରିଆ, ଉଗାଣ୍ଡ, ଭୁଟାନ ଓ ନେପାଳରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ସୋଆରେ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ , ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଏବଂ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ ର ୪ବର୍ଷ ଅଧ୍ୟୟନ ସମାପ୍ତ କରିଛନ୍ତି । ବିଶ୍ୱବିଦ୍ୟାଳୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୁଳାଧିପତି ପ୍ରଫେସର ଅମିତ ବାନାର୍ଜୀ ଏହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କନ୍ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସେସ୍ର ଆଡିସ୍ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ ।ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ଦେଇ ପ୍ରଫେସର ବାନାର୍ଜୀ ସେମାନେ ଅଧ୍ୟୟନ ନିମନ୍ତେ ସୋଆକୁ ମନୋନୀତ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ନିକଟରେ ଭାରତ ସରକାରଙ୍କ ର୍ୟାଙ୍କିଙ୍ଗ୍ରେ ଦେଶରେ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କର ଶିକ୍ଷା ଗ୍ରହଣ ଉତମ ହୋଇଅଛି ବୋଲି ସେ କହିଥିଲେ ।କୁଳପତି ପ୍ରଫେସର ନନ୍ଦ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସୋଆର ଅଂଶ ଭାବେ ରହିବା ସହିତ ସେମାନଙ୍କ ନିଜ ଦେଶରେ ବିଶ୍ୱବିଦ୍ୟାଳୟର ପରିଚୟ ହେବେ ବୋଲି କହିଥିଲେ । ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତରୋତର ଅଧ୍ୟୟନ ମଧ୍ୟ ସୋଆରେ କରିପାରିବେ ବୋଲି ପ୍ରଫେସର ନନ୍ଦ ଉଲ୍ଲେଖ କରିଥିଲେ ।
ଏହାର ଉତରରେ ନେପାଳରୁ ଆସିଥିବା ଜଣେ ଛାତ୍ରୀ ଜଇନୀବ ମୁସିର ଇରାକୀ ସୋଆ ସେମାନଙ୍କ ଜୀବନ ଯାତ୍ରାରେ ଏକ ଅଭୁଲା ସ୍ୱୁତି ହୋଇ ରହିବ ବୋଲି କହିଥିଲେ । “ ଆମର ୪ ବର୍ଷ ର ଯାତ୍ରା ଆଜି ଶେଷ ହେଲେ ମଧ୍ୟ ସମାଜ ପ୍ରତି ଆମର ପ୍ରତିବଦ୍ଧତାର ଆରମ୍ଭ ହୋଇଛି । ଏହି ଅଧ୍ୟୟନ ସମୟରେ ଆମେ ବିଭିନ୍ନ ବିଷୟକୁ ଗ୍ରହଣ କରିବା, ସହିଷ୍ଣୁ ହେବା ଓ ଶିକ୍ଷାକୁ ଅଗ୍ରାଧିକାର ଦେବା ଶିକ୍ଷା କରିପାରିଛୁ” ବୋଲି ସେ କହିବା ସହିତ ଏହି ସୁଯୋଗ ନିମନ୍ତେ ଭାରତ ସରକାର ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସିରିଆରୁ ଆସିଥିବା ଛାତ୍ର ଅହମ୍ମଦ ଇସ୍କନ୍ଦର ମଧ୍ୟ ସେମାନଙ୍କୁ ମାର୍ଗଦର୍ଶନ କରାଇଥିବାର ସୋଆକୁ କୃତଜ୍ଞତା ଜଣାଇଥିଲେ । ଭାରତ ତଥା ଓଡ଼ିଶାବାସୀ ବିଦେଶୀ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତି ଆତ୍ମିୟତା ପ୍ରଦର୍ଶନ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ । ପ୍ରଫେସର ଶର୍ମା ଏହି ଛାତ୍ରଛାତ୍ରୀମାନେ ସେମାନଙ୍କ ନିଜ ଦେଶରେ ସୋଆର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଘନ ବିଦ୍ୟୁତ କାଟ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଗୃହ ଆଗରେ ବିକ୍ଷୋଭ…
{} ଘନ ବିଦ୍ୟୁତ କାଟ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତିମନ୍ତ୍ରୀଙ୍କ ସରକାରୀ ବାସଗୃହ ଆଗରେ ବିକ୍ଷୋଭ ଶକ୍ତିମନ୍ତ୍ରୀ ଟାଟା ପାୱାରର ସ୍ଥାବକ ସାଜିଛନ୍ତି- ୟାସିର
() ଆଜି ପୂର୍ବାହ୍ନ ୧୧ ଘଂଟା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସର ନୱାଜଙ୍କ ନେତୃତ୍ୱରେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଛାତ୍ର କଂଗ୍ରେସର କର୍ମକର୍ତାମାନେ ହାତରେ ଲଣ୍ଠନ ଓ ବିଂଚଣା ଧରି ଅଭିନବ ଉପାୟରେ ସେଠାରେ ପ୍ରତିବାଦ ଜଣାଇଥିଲେ । ଛାତ୍ରକଂଗ୍ରେସର କର୍ମକର୍ତମାନେ ଶକ୍ତିମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପାଇଁ ତାଙ୍କ ବାସଗୃହ ଆଡକୁ ଧସେଇ ପଶୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ପ୍ରାୟ ଏକ ଘଂଟା କାଳ ଛାତ୍ରକଂଗ୍ରେସର କର୍ମକର୍ତାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ଚାଲିଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଜଣେ ଜନପ୍ରତିନିଧି ହୋଇ ସାଧାରଣଙ୍କ ଜନତାଙ୍କର ସମସ୍ୟାକୁ ଉପେକ୍ଷା କରି ଟାଟା ପାୱାର କମ୍ପାନୀ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ସତେ ଯେପରି ସେ ଟାଟା ପାୱାର କମ୍ପାନୀର ସେ ଜଣେ ସ୍ତାବକ । ବିଦ୍ୟୁତ କାଟକୁ ଶକ୍ତିମନ୍ତ୍ରୀ ଅସ୍ୱୀକାର କରୁଛନ୍ତି । ଏହାକୁ ଟ୍ରିପ ହେଉଛି କହି ଉପଭୋକ୍ତମାନଙ୍କୁ ଭୁଆଁ ବୁଲାଉଛନ୍ତି । ଏବେ କାଳବୈଶାଖିର କ୍ଷତିଗ୍ରସ୍ତ ଯୋଗୁଁ ବିଦ୍ୟୁତ ସରବରାହରେ ବ୍ୟାଘତ ହେଉଛି ବୋଲି ନୂଆ କାହାଣୀ ଲେଖୁଛନ୍ତି ।
ଛାତ୍ରମାନେ ପାଠ ପଢ଼ିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମାତ୍ର ସରକାରଙ୍କର ସେଥିପ୍ରତି ନିଘା ନାହିଁ ।
ନିର୍ବାଚନ ପୂର୍ବରୁ ସବୁବେଳେ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତି ବିଜୁ ଜନତା ଦଳ ଦେଇଥାଏ । ମାତ୍ର ନିର୍ବାଚନ ପରେ ଏହି ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଥାଏ । ଓଡ଼ିଶା ସରକାର ବିଗତ ୧୦ ବର୍ଷ ଭିତରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଥିବା ସ୍ଥଳେ ଏଥିରେ ୨୦ ଟଙ୍କା ଖର୍ଚ୍ଚ ହେଲା ଭଳି ଉପଲବ୍ଧି ହେଉନାହିଁ । ତାର, ଖୁଂଟି ଓ ଟ୍ରାନ୍ସ୍ଫରମରର ବ୍ୟାପକ ପରିବର୍ତନ ହେବା ପରିଦୃଷ୍ଟ ହେଉନାହିଁ । ଏଣୁ ଏଥିରେ ପ୍ରାୟ କୋଟି କୋଟି ଟଙ୍କା ଆତ୍ମସାତ ହେଉଛି ବୋଲି ଅଭିଯୋଗ ହେଉଛି । ଭୁବନଶ୍ୱେର ଓ କଟକରେ ଭୂତଳ ବିଦ୍ୟୁତକରଣ ବ୍ୟବସ୍ଥା ହେବାର ଘୋଷଣା କରାହେଲା । ଭୁବନେଶ୍ୱର ପାଇଁ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କଲେ । ମାତ୍ର ଫଳ ଶୂନ । ୧୫ ମାସ ଭିତରେ ହକି ଷ୍ଟାଡ଼ିୟମ ହୋଇଗଲା ବୋଲି ୫ଟି ସଚିବ ଗର୍ଜନ କରୁଥିବାବେଳେ ୧୦ ବର୍ଷ ଭିତରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର କାହିଁ ହୋଇପାରିଲା ନାହିଁ ତା’ର ଉତର ଦେବେ କି? ସାରା ଭାରତ ବର୍ଷରେ ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ପରିଗଣିତ ହେଉଥିବାବେଳେ ଏଠାରେ ଉପଭୋକ୍ତାମାନେ ଚଢ଼ା ଦରରେ ବିଦ୍ୟୁତ କିଣୁଛନ୍ତି ।
ଟାଟା ପାୱାର ବିଦ୍ୟୁତ ବଂଟନ ଦାୟିତ୍ୱ ନ ନେବେ ଆଗରୁ ପ୍ରଥମ ସ୍ଲାବ୍କୁ ଶୂନ ରୁ ୧୦୦ ୟୁନିଟ୍ ଭିତରେ ରଖାଯାଉଥିବାବେଳେ ଏବେ ପ୍ରଥମ ସ୍ଲାବ ୟୁନିଟକୁ ୦ ରୁ ୫୦ ୟୁନିଟ୍ ଭିତରେ ରଖାଯାଉଛି । ଉପଭୋକ୍ତାଙ୍କ ତଂଟି ଚିପି ଟାଟା ପାୱାର ରକ୍ତ ଶୋଷଣ କରୁଥିବାବେଳେ ଶକ୍ତିମନ୍ତ୍ରୀ, ଶକ୍ତିସଚିବ, ଓଇଆରସି, ନୀରବ ଦ୍ରଷ୍ଟା ସାଜିଛନ୍ତି । କାରଣ ନବୀନ ସରକାର ଟାଟା ପାୱାର ଦ୍ୱାରା ଉପକୃତ ହେଉଛି । ଏଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ବଳି ପଡ଼ିଲେ ବି ଏହି ଅଧିକାରୀମାନେ ଏବଂ ଜନପ୍ରତିନିଧି ଚୁପ୍ ବସିଛନ୍ତି ।
କେବଳ ଯେ ଚୁପ୍ ବସିନାହାନ୍ତି ବରଂ ଟାଟା କମ୍ପାନୀ ସପକ୍ଷରେ ଚୁକ୍ତି ବାଢ଼ୁଛନ୍ତି । ନିକଟରେ କର୍ଣ୍ଣାଟକ ଗରୀବ ଲୋକଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣା ଯୋଗାଉଥିବାବେଳେ ଆମ ରାଜ୍ୟ ବିପିଏଲ କାର୍ଡ଼ଧାରୀଙ୍କୁ ୨୦୦ ୟୁନିଟ୍ ମାଗଣା ଦିଆଯିବା ପାଇଁ ଛାତ୍ର କଂଗ୍ରେସ ଦାବୀ କରୁଛି । ଅନ୍ୟପକ୍ଷରେ ଟାଟା କମ୍ପାନୀର ଦାଦାଗିରି ବଢ଼ିଯାଇଛି । ମିଟର ରିଡ଼ିଂ ଓ ତ୍ରୁଟିପୂର୍ଣ୍ଣ କରି ଉପଭୋକ୍ତାଙ୍କ ଠାରୁ ଅସଦ୍ଉପାୟରେ ଅର୍ଥ ଆଦାୟ କରାଯାଉଛି । ପ୍ରତିବାଦ କଲେ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ।
ସୁପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଦାବୀ କରାଯାଉଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଦ୍ୟୁତ ବ୍ୟବସ୍ଥାର ସୁଧାର ଆଣିବା ସହ ଟାଟା କମ୍ପାନୀ ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ଦାବୀ କରାଯାଉଛି । ଶକ୍ତିମନ୍ତ୍ରୀ ଟାଟାର ସ୍ଥାବନ ନ ହୋଇ ଜନସାଧାରଣଙ୍କର ସ୍ୱାର୍ଥର ସୁରକ୍ଷା କରନ୍ତି । ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ସୁରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଦୀପିକା ପାତ୍ର, ସାହାରୁଖ ଖାନ, ଆର୍ଯ୍ୟନ ସାସମଲ, ଅଭିନାଷ ନନ୍ଦ, ସୌମ୍ୟ ବରାଳ, ରାଜଦୀପ ବେହେରା, ଅହମଦ ଖାନ, ମହମ୍ମଦ ମନୱାର ଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ବିକାଶ ପଥରେ କେନ୍ଦୁଝର ଜିଲ୍ଲା…
{} 5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ
ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ।
ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ,
ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ।
ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର,
ଗୋନାସିକା ଜୁଆଙ୍ଗ ଶିକ୍ଷାନିକେତନରେ ଆରମ୍ଭ ହେବ ଯୁକ୍ତଦୁଇ ପାଠ୍ୟକ୍ରମ।
ଆନନ୍ଦପୁର ବ୍ୟାରେଜ କାମ ଠିକ୍ ସମୟରେ ଶେଷ ହେବ, ଜଳସେଚିତ ହେବ କେନ୍ଦୁଝର ଓ ବାଲେଶ୍ଵରର ୬୦ ହଜାର ହେକ୍ଟର ଜମି।
() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଏଥିସହ ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଗସ୍ତକରି ସେଠାକାର ଉନ୍ନତୀକରଣ ବାବଦରେ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ।ଆଜି ପ୍ରଥମେ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ 5ଟି ସଚିବ। ସେଠାରେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ କରିବା ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପୀଠର ରୂପରେଖ ବଦଳିବ ବୋଲି 5ଟି ସଚିବ ସୁଚନା ଦେଇଥିଲେ।
ଏହାପରେ ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ଯାଇ ବିଭିନ୍ନ ନୂଆ ନିର୍ମାଣ ସବୁ ବୁଲି ଦେଖିଥିଲେ 5ଟି ସଚିବ। ଫୁଟବଲ ଗ୍ରାଉଣ୍ଡ, ଆଥଲେଟିକ ଗ୍ରାଉଣ୍ଡ, ଇଣ୍ଡୋର ବ୍ୟାଡ଼ମିଣ୍ଟନ କୋର୍ଟ, ଆର୍ଚେରି ଗ୍ରାଉଣ୍ଡ ଏବଂ ଇଣ୍ଡୋର ଜିମ୍ ପରିଦର୍ଶନ କରିବା ସାଙ୍ଗକୁ ଉପସ୍ଥିତ ଖେଳାଳିମାନଙ୍କର ସହ ଆଲୋଚନା କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ତାଲିମ୍, ଖାଦ୍ୟପେୟ ଓ ହଷ୍ଟେଲ ସୁବିଧା ମିଳୁଥିବା ଜାଣି 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।
ସେଠାରୁ ସିଧା ଘଟଗାଁ ଗସ୍ତ କରିଥିଲେ 5ଟି ସଚିବ। ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ମା ତାରିଣୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ଦେହୁରୀ ସେବାୟତଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମା’ଙ୍କର ପୀଠର ବିକାଶ କାମ ହାତକୁ ନିଆଯାଇ ଏହାର ରୁପାନ୍ତର କରାଯିବ ବୋଲି କହିଥିଲେ। ତା’ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ 5ଟି ସଚିବ। ଏହି ଅବସରରେ ସମସ୍ତଙ୍କ ଆଗରେ ସେ ନିଜ ଚାକିରି ଜୀବନର ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ। ଓଡ଼ିଶା କ୍ୟାଡରରେ ଯୋଗଦେବାପରେ ସେ କିଭଳି କେନ୍ଦୁଝର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏବଂ ପ୍ରଥମ କରି କିଭଳି ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ସେ କଥା ବର୍ଣ୍ଣନା କରି ଥିଲେ। ଏଥିସହ ପୁରୀ ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଇ ପୀଠ ଭଳି ଘଟଗାଁରେ ମଧ୍ୟ ମା ତାରିଣୀଙ୍କ ପୀଠର ବିକାଶ କରାଯିବ।
ସେହିଭଳି ଗୁଣ୍ଡିଚାଘାଗି ଜଳପ୍ରପାତର ମଧ୍ୟ ଉନ୍ନତିକରଣ ହେବ। ଆଗାମୀ 500 ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବାର 6 ମାସ ମଧ୍ୟରେ ଏହାକୁ ଶେଷ କରାଯିବ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।ଏହାପରେ ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଅଭିମୂଖେ ବାହାରିଥିଲେ। ସେଠାରେ ଜୁଆଙ୍ଗ ପିଲାଙ୍କ ପାଇଁ ଏସସି, ଏସଟି ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷାନିକେତନ ଓ ଏହା ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସ୍କୁଲରେ 5ଟି ରୁପାନ୍ତର ଦେଖି ଖୁସି ହେବାସହ ସେ ଏନେଇ ପିଲାମାନଙ୍କ ସହ ଅଧିକ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ଶିକ୍ଷାନିକେତନରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବବୋଲି 5ଟି ସଚିବ ପ୍ରକାଶ କରିଛନ୍ତି।
ପରେ, ବୈତରଣୀ ନଦୀର ଉତ୍ପତିସ୍ଥଳ ତଥା ଗୁପ୍ତଗଙ୍ଗା ସ୍ଥଳୀ ପରିଦର୍ଶନ କରି ଏହାର ବିକାଶ ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ। ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେଠାରୁ ପ୍ରସିଦ୍ଧ ଶୈବପୀଠ ବ୍ରହ୍ମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଏବଂ ପାରିପାର୍ଶ୍ୱିକ ବିକାଶ କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ 5ଟି ସଚିବ। ସେହିଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ। ଅଞ୍ଚଳବାସୀଙ୍କ ସମସ୍ତ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବେ ଏବଂ ସରକାରୀ ବିଧି ବ୍ୟବସ୍ଥା ଆଧାରରେ ସେ ସବୁ ପୂରଣ ହେବ ବୋଲି ସଚିବ ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ସେଠାରୁ ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଯାଇ ସ୍ଥାନୀୟ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର(ଏପିସି) କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମହିଳା ଚାଷୀମାନେ ଲାଭାନ୍ୱିତ ହୋଇପାରିଛନ୍ତି ସେସବୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ ଏବଂ ସବୁବେଳେ ସେମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇ ଥିଲେ। ଏହାପରେ ସେ ବଘାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ଅଭିମୂଖେ ବାହାରିଥିଲେ। ସେଠାରେ ସେ ମହିଳାମାନେ କିଭଳି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଟସର ସିଲ୍କରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି, ସେ ସବୁ ଦେଖିଥିଲେ। ସେଣ୍ଟରଟିର କାର୍ଯ୍ୟପ୍ରଣାଳୀ ଉପରେ ପଚାରି ବୁଝିବା ସହ ପ୍ରସ୍ତୁତ ଦେଉଥିବା ସମସ୍ତ ଦ୍ରବ୍ୟର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି 5ଟି ସଚିବ କହିଥିଲେ।
ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ସିତାବିଞ୍ଜି ମନ୍ଦିରର ବିକାଶ କାମ ମଧ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଜାରିରଖି, 5ଟି ସଚିବ ପରେ ହାଟଡିହି ବ୍ଲକ ଅନ୍ତର୍ଗତ ସୁନ୍ଦରପାଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବା ମହିଳା, ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ। ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସରକାରଙ୍କ ପ୍ରଥମିକତା ବୋଲି 5ଟି ସଚିବ କହିଥିଲେ। ଏହାପରେ ସେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସଙ୍ଗମ ଠାରେ ଜାରି ରହିଥିବା ଜଳ ବିଶୋଧନାଗାର ପରିଦର୍ଶନ କରିବା ସହ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ।
ପରେ ସେ ଆନନ୍ଦପୁର ବ୍ୟାରେଜ୍ ସାଇଟ୍ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଚାଲିଥିବା କେନାଲ କାର୍ଯ୍ୟ ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା ଯାହା କି କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ 60,000 ହେକ୍ଟର ଅଞ୍ଚଳରେ ଜଳସେଚନର ସମ୍ଭାବନା ସୃଷ୍ଟି କରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ସମାପ୍ତି ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।5T ସଚିବ ଙ୍କ ଗସ୍ତ ଅବସରରେ କ୍ରୀଡା ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ,ଜିଲ୍ଲାପାଳ ଆଶିଷ ଥାକରେ ,ଏସ୍ ପି ନୀତିଶ କୁଶାଲକର ପ୍ରମୂଖ ଉପସ୍ଥିତ ଥିଲେ।
5T ଉପକ୍ରମ ରେ ଗଢାହେବ ବାହନାଗା ହାଇସ୍କୁଲ ; ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ….
() ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି – ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ।
5T ଉପକ୍ରମ ରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ।
{} ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ। 5T ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।
ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ କୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ରାୟଗଡ଼ା ରେ ଗସ୍ତ ୫-ଟି ସଚିବ…
() ୫-ଟି ସଚିବଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ,
କାଶୀପୁର, ପଦ୍ମପୁର, ଗୁଣୁପୁର, ବିଷମକଟକ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ
କାଶୀପୁର ରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର।
ବିଜୁ ଏକ୍ସପ୍ରେସ୍ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି।
{} ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ । ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । କାଶିପୁର ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ସେଠାରେ ଏକ କଲେଜ ଖୋଲିବାରେ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବେଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ କୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ । ସେଠାରୁ ସେ ବିଷମକକଟକ ଯାଇ ମିଶନଶକ୍ତି ବ୍ଲକ ଲେବଲ୍ ଫେଡେରେସନ୍ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ ଏବଂ ମା ମାନଙ୍କ ସହିତ ଆଲୋଚନା ସମୟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଷମକଟକର ଖଜୁରି ଗାଁରେ ଥିବା ନିର୍ମାଣାଧୀନ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ସେ ଅଞ୍ଚଳରେ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
ପରେ ପରେ ୫-ଟି ସଚିବ ଡଙ୍ଗରିଆ କନ୍ଧ ଭାଇଭଉଣୀମାନଙ୍କ ସହିତ ସେମାନଙ୍କ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ । ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ଏ ସାଲ ତିଆରିରେ ଅଧିକରୁ ଅଧିକ ଯୁବକଯୁବତୀମାନଙ୍କୁ ସାମିଲ କରିବାପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଉତ୍ପାଦିତ ସପୁରି, ହଳଦୀ ଓ ତେନ୍ତୁଳି ଆଦି ଉତ୍ପାଦନ ପାଇଁ ଯେପରି ରାଜ୍ୟ ତଥା ଦେଶରେ ଏକ ସୁଦୃଢ ବଜାର ବ୍ୟବସ୍ଥା ହୋଇପାରିବ ସେଦିଗରେ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଷମକଟକ ଗସ୍ତ ଅବସରରେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସିଭିଲ ସୋସାଇଟି ସହିତ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା କରିଥିଲେ । ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି, ଶ୍ରୀ ପାଣ୍ଡିଆନ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ । ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ଶ୍ରୀ ପାଣ୍ଡିଆନ ପଦ୍ମପୁର ବ୍ଲକକୁ ଯାଇଥିଲେ ଏବଂ ସୌରା ଜନଜାତି ର ପ୍ରସିଦ୍ଧ ମାତ୍ତରବନାମ ମନ୍ଦିର ପରିଦର୍ଶନ କରିଥିଲେ । ଏହି ମନ୍ଦିରର ବିକାଶ କାର୍ଯ୍ୟ ତଫସିଲଭୂକ୍ତ ଜାତି ଓ ଜନଜାତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବରେ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ଆଲୋଚନା ସମୟରେ ସୂଚନା ଦେଇଥିଲେ ।
ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍ଏମ୍ସି ୟାର୍ଡରେ ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।
ଗୁଣୁପୁର ଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସେଫାଳି ହିଲ୍ରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ସେବାୟତ ଓ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏକ ମାସ ମଧ୍ୟରେ ମନ୍ଦିରର ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବାପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଗୁଣୁପୁର ଇଣ୍ଡୋର ଷ୍ଟାଡିୟମରେ ମିଶନ ଶକ୍ତି ଓ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ । ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଗସ୍ତ ସମୟରେ କ୍ରୀଡା ସଚିବ ଶ୍ରୀ ଆର୍. ଭିନିଲ୍ କ୍ରିଷ୍ଣା, ରାୟଗଡା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।