ଧର୍ମେନ୍ଦ୍ରଙ୍କୁ ଛାଡି ଦିଲ୍ଲୀରେ ବିଜେପିର ବଡ ରଣନୀତି 

0
205

ବିଜେପି ରାଜନୀତିରେ ପ୍ରଥମ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ଦରବାରରେ। ଓଡ଼ିଶାର ପୋଷ୍ଟର ବୟ ଓ ଓଡିଶା ବିଜେପିର ସବୁଠାରୁ ଚର୍ଚ୍ଚିତ ଚେହେରା ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତିରେ ବିଜେପି ବଡ ବୈଠକ କରିଛି। ସଂସଦ ଅଧିବେଶନ ଚାଲିଥିବା ବେଳେ ବିଜେପିର ୧୮ଜଣ ସାଂସଦ, ରାଜ୍ୟ ସଭାପତି, ପ୍ରଭାରୀ, ସଙ୍ଗଠନ ସମ୍ପାଦକ,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀରେ ବିଜେପି ସାଂସଦଙ୍କ ସହ ସଭାପତି ମନମୋହନ ସାମଲଙ୍କ ଆଲୋଚନା କରିଛନ୍ତି । ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ରହି ଦଳୀୟ ରଣନୀତି ଉପରେ ଆଲୋଚନା ହୋଇଛି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିରୋଧୀ ସକ୍ରିୟ ହେଉଥିବାରୁ ବିଜେପି ଏହାର କିପରି ଦୃଢ଼ ଜବାବ ଦେବ ତାହା ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ସବୁଠାରୁ ବଡ କଥା ହେଉଛି ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁପସ୍ଥିତ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶା ନୁହେଁ ଦିଲ୍ଲୀ ଦରବାରରେ ରାଜ୍ୟ ସଭାପତି ଗ୍ରୁପ ଏହି ବୈଠକ ଜରିଆରେ ପାୱାର ଦେଖାଛନ୍ତି । ଯେହେତୁ ଓଡ଼ିଶାର ବିଭିନ୍ନ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦିଲ୍ଲୀ ଦରବାରରେ ହାଲାବୋଲ କରିବା ପାଇଁ ଋଣ ହୁଙ୍କାର ଦେଇଛନ୍ତି ଏହାର କାଉଣ୍ଟର ଜବାବ ଦେବାକୁ ବିଜେପି ସାଂସଦ ମାନଙ୍କୁ ନେଇ ବଡ ବୈଠକ କରି ରଣନୀତି ପ୍ରସ୍ତୁତ କରିଛି। ମୋଦୀ ଓ ବିଜେପି ସରକାରଙ୍କୁ ବିରୋଧୀ ଯେତେବେଳେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେତେବେଳ ମୋଦୀ ଓ ଶାହାଙ୍କ ଅତି ଘନିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ଆସି କଡା ଜବାବ ଦିଅନ୍ତି ବିରୋଧୀଙ୍କୁ। ୨୦୨୪ ନିର୍ବାଚନ ପରେ ହଠାତ୍ ଓଡିଶା ରାଜନୀତିରୁ କେନ୍ଦ୍ରମନ୍ତ୍ରୀଙ୍କୁ ସାଇଡ କରାଯାଉଛି। ଚର୍ଚ୍ଚା ହେଉଛି ଆଗକୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ବେଳେ ଦିଲ୍ଲୀ ବୈଠକର ବଡ ପ୍ରଭାବ ପଡ଼ିବ। ତେବେ କାହିଁକି ଓ କେଉଁ କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବୈଠକରେ ଅନୁପସ୍ଥିତ ରହିଲେ ତାହାକୁ ନେଇ ଦିଲ୍ଲୀରୁ ଓଡିଶା ଯାଏ ଚର୍ଚ୍ଚା। ଓଡ଼ିଶାର ଅନ୍ୟ ୨ଜଣ କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହି ଜାଣିଜାଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଇଡ କରିଦିଆଯାଇ ନାହିଁ ତ ? ତାହା ଏବେ ଓଡିଶା ରାଜନୀତିରେ ବଡ ଚର୍ଚ୍ଚା।