ପୁରୁଣା ପ୍ରେମକୁ କିଏ କଣ କେବେ ଭୁଲିପାଇବ l ସବୁବେଳେ ସେ ପ୍ରେମ ସ୍ମୃତି ହୋଇ ରହିବ l ସୁଖରେ ଦୁଃଖରେ ପରସ୍ପର ଇଚ୍ଛା ନଥିଲେ ମଧ୍ୟ ସହଯୋଗର ହାତ ଆପେ ଆପେ ବଢ଼ିଯାଏ l ସତ ଯେମିତି ଲୁଚି ରହେନା ଆପେ ଆପେ ସେ କଥା ମୁହଁରୁ ବହିଆସେ l ବୁଧବାର ବିଜେଡି ଓ ବିଜେପି ସମ୍ଫର୍କ କଥା ବିଧାନସଭାରେ ବଖାଣିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ୍ ପୂଜାରୀ l ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବର୍ତ୍ତମାନ ମନ୍ତ୍ରୀ ସୁରେଶ୍ ପୂଜାରୀଙ୍କୁ କିପରି କଂଗ୍ରେସ ଅତ୍ୟାଚାରରୁ ରକ୍ଷା କରିଥିଲେ ଓ ତାଙ୍କ ବିରୋଧରେ ଦାୟର ହୋଇଥିବା ମିଥ୍ୟା ମକଦ୍ଦମା ପାଇଁ ଲଢ଼େଇ କରିଥିଲେ ତାହାକୁ ବିଧାନସଭାରେ କହୁଥିଲେ ସୁରେଶ l ନିଜ ଆସନରେ ବସି ଶୁଣି ମୁରୁକି ମୁରୁକି ହସୁଥିଲେ ରଣେନ୍ଦ୍ର l
ସବୁଠାରୁ ବଡ କଥା ହେଉଛି ବିଜେପି ଓ ବିଜେଡି ମେଣ୍ଟ ପଛରେ ଥିବା ବଡ ରହସ୍ୟ ପେଡ଼ିକୁ ଖୋଲିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ l ଓଡ଼ିଶାରେ କଂଗ୍ରେସକୁ ମୂଳପୋଛ କରିବା ପାଇଁ ବିଜେପି ବିଜେଡି ସହ ମେଣ୍ଟ କରିଥିଲା ବୋଲି ବିଧାନସଭାରେ କହିଥିଲେ ବିଜେପିର ବରିଷ୍ଠ ନେତା ତଥା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ସୁରେଶଙ୍କ ଏ କଥାରେ କେତେ ସତ କେତେ ଗପ ତାହା ତ ଓଡିଶାବାସୀଙ୍କୁ ଜଣାନାହିଁ l ହେଲେ ବିଜେଡି ଓ ବିଜେପି ମଧ୍ୟରେ ଥିବା ପ୍ରେମ ଧୀରେ ଧୀରେ ନିକଟର ତର ହେବାକୁ ଯାଉଛି ତାହା କିନ୍ତୁ ଓଡିଶାବାସୀ ଦୁଇ ଦଳର ରାଜନୈତିକ ଆଭିମୁଖ୍ୟ ଦେଖି ଜାଣିପାରୁଛନ୍ତି l
ବିଧାନସଭାରେ କଂଗ୍ରେସ ଓ ବିଜେଡି ଶାସକ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘନଘନ ଆକ୍ରମଣ କରୁଥିବାରୁ ମନ୍ତ୍ରୀ ସୁରେଶ୍ ପୂଜାରୀ ଏପରି ଚତୁର ରାଜନୈତିକ ବୟାନ ବିଜେଡି ଓ ବିଜେପି ମେଣ୍ଟ ରହସ୍ୟ ଅପେକ୍ଷା ବିଜେଡି ଓ କଂଗ୍ରେସ୍ ରଣନୀତି ଉପରେ ପ୍ରଭାଵ ପକାଇବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି l ବିଜେଡି ଓ ବିଜେପି ଉଭୟ କଂଗ୍ରେସ୍ ବିରୋଧୀ ଆଭିମୁଖ୍ୟକୁ ନେଇ ରାଜନୀତି କରନ୍ତି ତାହା କାହାକୁ ଅଛପା ନୁହେଁ l ସୁରେଶ ଙ୍କ ମନ୍ତବ୍ୟ ପରେ ବିଜେଡି ଓ କଂଗ୍ରେସ ଏହାର ଜବାବ କିପରି ଦେଉଛନ୍ତି ତାହା ଦେଖିବାର କଥା l







ଆଦିବସୀ ଭାଇଭଉଣୀଙ୍କର ହକ୍ ପାଇଁ ସେ ସଂଗ୍ରାମ କରୁଥିଲେ । ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସେ ସଂଗ୍ରାମ କରୁଥିଲେ ସେମାନଙ୍କୁ ଶୋଷଣରୁ ମୁକ୍ତି ଦେବା ପାଇଁ ସେ ଲଢ଼େଇ କରୁଥିଲେ । ସଂଗ୍ରାମ ହିଁ ଥିଲା ତାଙ୍କର ସବୁଠାରୁ ବଡ଼ ପରିଚୟ । ଜଣେ ମନ୍ତ୍ରୀ ବା ବିଧାୟକ ଭାବରେ ପରିଚୟ ଠାରୁ ଏ ପରିଚୟ ଥିଲା ବହୁ ଉପରେ । ସେ ଥିଲେ ଗରୀବ ଜନତାର ପ୍ରକୃତ ବନ୍ଧୁ । ସମାଜବାଦୀ ଆଦର୍ଶରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ଏହି ଆଦର୍ଶ ତାଙ୍କ ଜୀବନ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା । ତାଙ୍କ ପିଢ଼ୀର ରାଜନେତାଙ୍କ ଅଭାବ ଆଜି ସମସ୍ତେ ଅନୁଭବ କରୁଛନ୍ତି । ରାଜନୀତି ହେଉଛି ଏକ ପ୍ରତିବଦ୍ଧତା,ଏକ ଆଦର୍ଶ ପାଇଁ ପ୍ରତିବଦ୍ଧତା ,ଲୋକଙ୍କୁ ନିସ୍ଵାର୍ଥପର ସେବା ଦେବାର ପ୍ରତିବଦ୍ଧତା.ଏହା ନିଃସନ୍ଦେହ ରେ କୁହାଯାଇପାରେ କି ରାଜନୀତି ହେଉଛି କ୍ଷମତା ର ସିଡ଼ି. ଲୋକଙ୍କ କଲ୍ୟାଣ ପାଇଁ କାମ କରିବାକୁ ଏକ ସୁଯୋଗ.କିନ୍ତୁ ନୈତିକତା ବିହୀନ ରାଜନୀତି କେବଳ ଛଳନା ପଦବାଚ୍ୟ. ଜଣେ ନିଷ୍ଠାପର ଓ ପ୍ରତିଶ୍ରୁତି ବଦ୍ଧ ରାଜନେତା ହିଁ ଲୋକଙ୍କ ଜୀବନ ରେ ରୂପାନ୍ତର ଆଣିପାରିବ. ଅନେକ ରାଜନୀତି କୁ କ୍ଷମତା ହାସଲ ପାଇଁ ଏକ springboard ଭାବ ରେ ବିଚାର କରନ୍ତି.କିନ୍ତୁ ମୋ ବିଚାରରେ ଲୋକଙ୍କ ଭଲ ପାଇବ ଆଗରେ , କ୍ଷମତା,ପଦ ମର୍ଯ୍ୟାଦା ଓ ପ୍ରତିପତ୍ତି ତୁଛ.ସାଧାରଣ ଜନତାଙ୍କ ସନ୍ତୋଷ ହିଁ ରାଜନେତା ଙ୍କ ର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି.
ଏହାସହିତ ସାଧାରଲୋକଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରିବାକୁ ଅତିଥିମାନେ ବକ୍ତବ୍ୟ ରଖିଥିଲେ, ସଂଘର ସଦସ୍ୟତା ଗ୍ରହଣ କରିବା, ସାମ୍ବାଦିକଙ୍କ ହକ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି ସଙ୍ଘ ପକ୍ଷରୁ ଉପସ୍ଥାପନା କରାଯିବାକୁ ସ୍ଥିର କରାଯାଇଥିଲା, ସମସ୍ୟା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ବାଦିକମାନେ ମତାମତ ରଖିଥିଲେ, ଏହି ଅବସରରେ ସଦରଥାନା ଆଦିକାରୀ ଶଙ୍କର୍ଷଣ ଦଳାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ 11
ଜାଣିଆ ଚୟନ କମିଟି ବସି ଜିଲ୍ଲାର କର୍ମକର୍ତ୍ତା ସର୍ବସଂମ୍ମାତି କ୍ରମେ ଚୟନ କରାଯାଇଥିଲା, ନୂତନ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ, ସଭାପତି ଅରୁଣ କୁମାର ରାଉତରାୟ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଉପସଭାପତି ଦେବବ୍ରତ ସାହୁ, ପ୍ରବୋଧ ମିଶ୍ର, ଜ୍ଞାନରଞ୍ଜନ ଓଝା, ବିଶ୍ୱଜିତ ପତି, ସହ ସମ୍ପାଦକ ହେମେଶ ଜେନା, ବିଜୟଲକ୍ଷ୍ମୀ ସାହୁ, ଜୋନାଲ ସମ୍ପାଦକ ମହେନ୍ଦ୍ର ସ୍ୱାଇଁ, ମାନସ ଜେନା, ପ୍ରଶାନ୍ତ ବିଶ୍ୱାଳ, ସୁବ୍ରତ ଜେନା, ସାଂଗଠାନିକ ସମ୍ପାଦକ ତପନ ମହାନ୍ତି, ଲେଗଲ୍ ସେଲ ମାନସ ରଂଜନ
ତ୍ରିପଠୀ,ୱେଲ୍ଫେୟାର ପ୍ରଶାନ୍ତ ଜେନା, ଟ୍ରିବୁନାଲ ଦେବୀ ପ୍ରସନ୍ନ ନାୟକ,ଆବାହକ ସମର ବିଜୟ ଶରଣ, ଦେବେନ୍ଦ୍ର ପାଢ଼ୀ, ବିଶ୍ୱଭୂଷଣ ବିଶ୍ୱାଳ, ଆଶୁତୋଷ ମିଶ୍ର, ରାକେଶ ବାରିକ, ବିଶ୍ୱଭୂଷଣ ଜେନା, ଜଗମୋହନ ରାଉତ, ସୁବ୍ରତ ମଲିକ, ସତ୍ୟରଂଜନ ମଲିକ, ଅଭିମନ୍ୟୁ ଧଳ ସର୍ବସଂମତି ଭାବେ ନୂତନ କାର୍ଯ୍ୟକର୍ତ୍ତା ଭାବେ ନିର୍ବାଚିତ ହେଲେ, ଉପଦେଷ୍ଟା ଭାବେ ଶିବରାମ ଦାସ, ଅଜୟ ରାଉଳ, ଆଦିତ୍ୟ ମେକପ, ବିଜୟ ମହାନ୍ତି, ରଞ୍ଜିତ ରାଉତ, ନିରଞ୍ଜନ ପଣ୍ଡା, ରବୀନ୍ଦ୍ର ପରିଡ଼ା,ପ୍ରଶାନ୍ତ ଦ୍ବିବେଦୀ,ଅଜୟ ରଣାଙ୍କୁ ଚୟନ କରାଯାଇଥିଲା, ସୁଶାନ୍ତ ବେହୁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,






