ମିଛ ଓ କପୋଳକଳ୍ପିତ ଖବରକୁ ନେଇ ବର୍ଷିଲା ବିଜେଡି: ସାଂସଦ କହିଲେ ନବୀନ ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ……

ସାଢେ଼ ଚାରିକୋଟି ଓଡ଼ିଆଙ୍କ ସ୍ୱର ନଶୁଭୁ ସଂସଦରେ l ଓଡିଶାର ହକ ଦିଲ୍ଲୀ ଦରବାରେ ଶାଣିତ ନହେଉ l ମହାନଦୀ ଶୁଖିଯାଉ, ପୋଲାଭରମ ଯୋଗୁଁ ମାଲକାନଗିରି ବୁଡିଯାଉ l ପଡୋଶୀ ରାଜ୍ୟ କୋଟିଆରେ ହକ ଜାହିର କରୁ ପୂର୍ବତଟ ରେଳପଥ ସଙ୍କୋଚିତ ହେଉ l ସଂସଦରେ ବିରୋଧୀ ଦଳର ଭୂମିକା ଲିଭାଉଥିବା ବିଜେଡି ସାଂସଦମାନେ ଯେପରି ଏ ପ୍ରସଙ୍ଗ ନଉଠାଇବେ ଏଥିପାଇଁ ହୋଇଛି ଷଡଯନ୍ତ୍ର l ଖାସ ଏଥିପାଇଁ ରଚାଯାଇଛି ବଦନାମର ଷଡଯନ୍ତ୍ର l ୬ମାସ ହେବ ନିର୍ବାଚନ ସରିଛି l ୨୪ ବର୍ଷର ଲମ୍ୱା ଶାସନ କ୍ଷମତାରୁ ହଟିଛି ବିଜେଡି l ତେଣୁ ଏଟା ହିଁ ସଠିକ୍ ସମୟ l ବିଜେଡିର ସ୍ୱରକୁ ଚୁପ୍ କରିବା, ନେତା ଓ କର୍ମୀ ଙ୍କ ମନବଳ ଭାଙ୍ଗିବା l ଏଥିପାଇଁ କାଳେ ବିଜେଡି ସାଂସଦଙ୍କ ବିରୋଧରେ ଅପପ୍ରଚାର୍ କରାଯାଉଛି l ଅପପ୍ରଚାର ମାଧ୍ୟମ ସାଚିଛନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ l ସଂସଦ ଅଧିବେଶନ ଚାଲିଥିବା ବେଳେ ଦିଲ୍ଲୀ ବିଜେଡି ୭ଜଣ ସାଂସଦ ଏକାଠି ହୋଇ ଏପରି ଅଭିଯୋଗ ଆଣିଛନ୍ତି l ବିଜେଡିର ୭ଜଣ ସାଂସଦ ପ୍ରେସ ମିଟ କରି କହିଛନ୍ତି ଯେ ବନ୍ଦ ହେଉ ବିଜେଡି ବିରୋଧରେ ଅପପ୍ରଚାର । ବିଜେପି ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ନିର୍ଦ୍ଦିଷ୍ଟ ମିଡିଆ ସାଜିଛନ୍ତି ଅସ୍ତ୍ର । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଘଟଣାକୁ ଦିଆଯାଉଛି ମିଛ ରାଜନୀତିର ରଙ୍ଗ । ସାଂସଦମାନେ ମିଳିତ ପ୍ରେସ ମିଟ କରି ଚେତାବନୀ ଦେଇଛନ୍ତି ଯେ ସୁଧୁରିଯାଅ ନହେଲେ ନିଆଯିବ ଆଇନର ଆଶ୍ରୟ । ବିଜେଡି ସାଂସଦ ଓ ବିଜେଡି ବିରୋଧରେ କ୍ରମାଗତ ଭାବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚାଲିଥିବା ଅପପ୍ରଚାରକୁ କଡା ସମାଲୋଚନା କରିଛନ୍ତି ଦଳର ସବୁ ସାଂସଦ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଅଭିଯୋଗ କରିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ।
ଏହାକୁ ସେମାନେ ନିନ୍ଦା କରିଛନ୍ତି । ବିଜେଡି ସାଂସଦଙ୍କ ଚରିତ୍ର ସଂହାର କରାଯାଉଛି, ସେମାନେ ବିକ୍ରି ହେବେ, ଅନ୍ୟ ଦଳକୁ ଯିବେ ବୋଲି କହି ଅପପ୍ରଚାର କରାଯାଉଛି। ସାଂସଦଙ୍କ ଫଟୋକୁ ମଧ୍ୟ ବିକୃତ କରାଯାଉଛି। ଏହା ଗଣମାଧ୍ୟମର ଶାଳୀନତା ନୁହେଁ, ଗଣମାଧ୍ୟମ ନିଜର ଲକ୍ଷ୍ମଣ ରେଖା ଅତିକ୍ରମ କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ଦଳର ସାଂସଦମାନେ ଦୈନିକ ଭେଟି ରାଜ୍ଯ ସମସ୍ୟା କଥା କହିଥାନ୍ତି । ବିଜେଡି ସାଂସଦମାନେ ମଧ୍ୟ ସେହିଭଳି ରାଜ୍ୟର କିଛି ସମସ୍ୟାକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଏହାକୁ ଏକ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଉଛି । ଆଉ ଏଥିରେ ସମ୍ପୃକ୍ତ ସାଂସଦଙ୍କ ମତାମତ ମଧ୍ୟ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।ସେହିଭଳି ଭୁଲ ଖବର ପ୍ରସାରଣ ନ କରିବାକୁ ଦାବି କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ବିଜେଡି ଏକ ଅଛି ଓ ରହିବ । ନବୀନ ପଟ୍ଟନାୟକଙ୍କ ସହ ସବୁ ସାଂସଦ ଅଛନ୍ତି । ଏହାକୁ ନେଇ ମିଛ ଅପପ୍ରଚାର ନକରିବାକୁ ସେ ଦାବି କରିଛନ୍ତି । ସେପରି ସାଂସଦ ସୁଲତା ଦେଓ କହିଛନ୍ତି, ମିଛ ଖବର ପ୍ରସାରଣ କରି ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ । ଆମେ ନବୀନ ପଟ୍ଟନାୟକଙ୍କୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ ବୋଲି ସେ କହିଛନ୍ତି।ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ, କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ରଖି ଭୁଲ ଖବର ଦେଉଛନ୍ତି । ସେମାନେ ଚାହୁଁଛନ୍ତି ରାଜ୍ୟର ସ୍ଵାର୍ଥ କଥା ଦିଲ୍ଲୀରେ ନ ଉଠୁ । ବିଜେଡି ବିରୋଧରେ ଅପପ୍ରଚାର କରୁଥିବା ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଜେପି ଦ୍ଵାରା ପରିଚାଳିତ ନହେବାକୁ ଅପିଲ କରିଛନ୍ତି । ମିଛ ଖବର ପ୍ରସାରଣ ବନ୍ଦ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାଇ ଦେଇଛନ୍ତି ସାଂସଦ ନିରଂଜନ ବିଶି। ଶୁଭାଶିଷ ଖୁଣ୍ଟିଆ ବି କହିଛନ୍ତି, ବିଭ୍ରାନ୍ତକର ଖବର ବନ୍ଦ କରି ସଠିକ୍ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି ।
ଗତ ନିର୍ବାଚନରେ ବିଜେପି ସରକାର ଗଠନର ସଂଖ୍ୟା ଗଣିତରେ ଆଗୁଆ ଥିଲେ ବି ସାମଗ୍ରୀକ ଭୋଟ ହାରରେ ବିଜେଡି ଆଗୁଆ ରହିଥିଲାସେହିପରି ଏବେ ବି ନବୀନଙ୍କ କ୍ରେଜ କାହିଁରେ କଣ ? ଏଥିରେ ଭୟଭୀତ ହୋଇ ଦଳ ଓ ଦଳର ସାଂସଦଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରି ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ । ଅନ୍ୟପଟେ ବିଜେଡି ସାଂସଦଙ୍କ ମିଳିତ ପ୍ରେସ ମିଟ୍ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନୀ l ବିଜେଡ଼ି ସାଂସଦ କାହିଁକି ଏମିତି ପ୍ରେସ ମୀଟ କଲେ ସେମାନେ କହିପାରିବେ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ କିଛି ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି l ଯାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ଵର ରାଜନୀତି ଉଷ୍ମ l

ଡ଼ିସେମ୍ବର ୧୫ରେ ବିଜେବି ଫ୍ରେଣ୍ଡସ ର ବାର୍ଷିକ ବନ୍ଧୁ ମିଳନ

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବାର୍ଷିକ ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର ୧୫ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି।ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ଏହି ଉତ୍ସବ ରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ପୃଥିରାଜ ହରିଚନ୍ଦନ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ଡେପୁଟି ଗଭର୍ଣ୍ଣର ଶ୍ରୀ ଟି. ରବିଶଙ୍କର ପ୍ରଭୃତି ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଜେବି ଫ୍ରେଣ୍ଡ୍ସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।ଏତଦ୍ ବ୍ୟତୀତ ବନ୍ଧୁ ମିଳନୀ ସଭାରେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ତଥା ଗତ ନଭେମ୍ବର ୨୯ ତାରିଖରେ ୟୂନିଟ୍ ୧ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ , ବୃକ୍ଷରୋପଣ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି ।

ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏ ଉତ୍ସବରେ ଯୋଗଦେବା ପାଇଁ ବିଜେବି ଫ୍ରେଣ୍ଡ୍ ପକ୍ଷରୁ ଅନୁରୋଧ କରାଯାଇଛି।

BSNL ସେବାକୁ ନେଇ ବିଧାନସଭାରେ ରୋମାଞ୍ଚ ବିଶ୍ଵାଳଙ୍କ ଉଦବେଗ

()ଲୋକେ BSNL ରୁ ମୋବାଇଲ ସେବା ଆରମ୍ଭ କରିଥିଲେ. BSNL tower ଅଛି. ହେଲେ ନେଟୱର୍କ ସୁବିଧା ନ ଥିବାରୁ ଲୋକେ BSNL ନେବା ବନ୍ଦ କରି ଦେଇଥିବାରୁ ଉଦବେଗ ପ୍ରକାଶ କଲେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ. IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ଦେଲେ ଯେ BSNL ଅପରେଟର ସହ ଆଲୋଚନା କରିବେ.l ଶୀତ ଅଧିବେଶନରରେ ବିଜେଡି ବିଧାୟକ ରୋମାଞ୍ଚ ରଂଜନ ବିଶ୍ଵାଳ ବିଭିନ୍ନ ପ୍ରସଂଗରେ ଶାଣିତ ସ୍ୱର ଉଠାଇ ସରକାରଂକ ଦୃଷ୍ଟି ଆକର୍ଷଣ କରିଛନ୍ତି l

ବିଧାନସଭାରେ ଆଳୁ ତାତି…..

ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଦର ବୃଦ୍ଧି ନେଇ ଲୋକେ କ୍ରୋଧିତ। ଲୋକେ ଯୋଗାଣ ମନ୍ତ୍ରୀଙ୍କୁ କହୁଛନ୍ତି ଆଳୁ ମନ୍ତ୍ରୀ। ଲୋକେ ମନ୍ତ୍ରୀଙ୍କୁ ପାଖରେ ପାଇଲେ ତାଙ୍କ ଚୋପା ଛଡ଼ାଇ ଦେବେ boli କହୁଛନ୍ତି । ଆଉ କାହାଣୀ ଶୁଣାନ୍ତୁ ନାହିଁ। ଜୁଲାଇ ମାସରୁ ଆଳୁ ସଙ୍କଟ ରହିଛି। ଆଜି ପର୍ଯ୍ୟନ୍ତ ସମାଧାନ କରିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ମମତା ଙ୍କ ସହିତ କଥା ହୋଇଛନ୍ତି କି ନାହିଁ ସନ୍ଦେହ ହେଉଛି। ନବୀନ ଚିଠି ଲେଖିଥିଲେ ବୋଲି ସମସ୍ୟା ସମାଧାନ ହୋଇଥିଲା। କିନ୍ତୁ ସରକାର ପଡୋଶୀ ରାଜ୍ୟସହିତ ସମ୍ପର୍କ ରଖିପାରୁନାହାନ୍ତି ବୋଲି ଗୃହରେ କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। ଶୂନ୍ୟକାଳରେ ଉଠିଲା ଆଳୁ ସଂକଟ ପ୍ରସଂଗ ବିରୋଧୀ ଦଳ ମୁଖ୍ୟ ସଚେତକ ଆଳୁ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ତାହା ଇଞ୍ଜିନ କଣ ଟାନୁନାହିଁ କି? ଆଳୁ ସଙ୍କଟ ନେଇ ସରକାର କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ l ଦରଦାମ ଏବେ ନିୟନ୍ତ୍ରଣ ବାହାରେ l ଆଳୁ କେଉଁ ଟ୍ରେନ ରେ ଆସୁଛି, ମନ୍ତ୍ରୀ କୁହନ୍ତୁ l ଏହା କଣ ଡବଲ ଇଞ୍ଜିନ ସରକାର l ବିଜେପି ସରକାର ଆସିଲା ପରେ ସବୁ ଦର୍ ଦାମ ବୃଦ୍ଧି ହେଉଛି l ଯୋଗଣ ମନ୍ତ୍ରୀ ୪ ମାସ ହେଲାଣି ଆଳୁ ଆଣିପାରୁ ନାହାନ୍ତି l ସରକାର ଏଥିରେ ବିଫଳ l ଯୋଗଣ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି l ଯୋଗଣ ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ l ଉତ୍ତର ପ୍ରଦେଶ ଯେଉଁ ଆଳୁ ଆସୁଛି, ତାହା ଗୋଟିଏ ପ୍ୟlକେଟ ୮ କିଲୋ ପଚା ଆଳୁ ଆସୁଛି l ଆଳୁ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି l ରାଜ୍ୟ ସରକାର କାହା ସହ ଆଲୋଚନା କରୁଛନ୍ତି କୁହନ୍ତୁ lଆଳୁ ସଙ୍କଟ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ବର୍ଷିଲେ l ଆଳୁ ନେଇ ଖାଉଟି ମାନେ ଆଶଙ୍କିତ l ସପ୍ତାହ ମଧ୍ୟରେ ଆଳୁ ଦୁଇ ଗୁଣା ବଢ଼ିଛି l ୩୦୦ ଟ୍ରକ୍ ଆଳୁ ଆସୁଛି ଟ୍ରେନ ରେ, ନା ହାତୀ ଆସୁଛି l ୩୦୦ ଟ୍ରକ୍ ଆଳୁ ବ୍ୟବସାୟୀ ଆଣୁଛନ୍ତି, ଯୋଗାଣ ବିଭାଗ ନୁହେଁ l ୩୦୦ ଟ୍ରକ୍ ଆଳୁ ଓଡ଼ିଶାର ଚାହିଦା ମେଣ୍ଟାଇ ପାରିବେ ନାହିଁ l ଓଡ଼ିଶାରେ 4000 ରୁ 4500 ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ l ଯୋଗଣ ମନ୍ତ୍ରୀ ହାଲୁକା ମନ୍ତବ୍ୟ ନ ଦିଅନ୍ତୁ l ମୁଖ୍ୟମନ୍ତ୍ରୀ ଆଳୁ ସଙ୍କଟ ନେଇ ହସ୍ତକ୍ଷେପ କରନ୍ତୁ l ଏନେଇ ବାଚସ୍ପତି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କଲା l

 

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଶାସକ ଦଳ ଉପରେ ବର୍ଷିଲା ବିଜେଡି .

ରାଜ୍ୟରେ ଆଇନ ଶୁଙ୍ଖଳା ବିପର୍ଯ୍ୟସ୍ତ ହୋଇଛି l  ବିଧାୟକ ବ୍ୟୋମକେସ ରାୟ କହିଛନ୍ତି, ନୂଆ ସରକାର ଆସିବା ପରେ ଅନେକ ତଦନ୍ତ ନିର୍ଦେଶ ଦିଆଯାଇଛି କିନ୍ତୁ ତଦନ୍ତ ରିପୋର୍ଟ ଆସିପାରିନାହିଁ | ସମସ୍ତଙ୍କ ପାଇଁ ଆଇନ ସମାନ ହେଉ, ପୋଲିସ ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଉ | ନବୀନଙ୍କ ସମୟରେ ପୋଲିସ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ନଥିଲା | ଏବେ ରାଜନୈତିକ ହସ୍ତକ୍ଷେପ ଚାଲିଛି | ଅନେକ ନେତା ମନ୍ତ୍ରୀଙ୍କ ନାମରେ ମାମଲା ଥିଲା, ସିବିଆଇ ଇଡି ମାମଲା ଥିଲା କିନ୍ତୁ ବିଜେପି ଗଲା ପରେ, ମାମଲା ଠପ ହୋଇଗଲା | ଏହା ବିଜେପିର ଦୋ ମୁଁହା ନୀତି | ଗଣେଶ ଜଗଦେଵଙ୍କ ବିରୁଦ୍ଧରେ ବିଜେପି ସାମ୍ବାଦିକ ସମ୍ମିଳନୀରେ ଆରୋପ ଆଣିଲା ପରେ ସେ ବିଜେପିର ମିସିଲେ, ବୈଜଅନ୍ତ ପଣ୍ଡାଙ୍କ ଉପରୁ ମନୀ ଲଣ୍ଡରିଂ କେସ ମଧ୍ୟ ଉଠିଗଲା | ଜୟରାମ ପାଙ୍ଗିଙ୍କ ନାଁ ରେ ସିବିଆଇ କେସ ଥିଲା, ବିଜେପିରେ ଯୋଗଦେବା ପରେ ସେ କେସ ଉଠିଗଲା.l ରାଜ୍ୟପାଳଙ୍କ ପୁଅ ଯେଉଁ କେସ କଲେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ | ଚାନ୍ଦବାଲିରେ ଏକ ସଭାରେ ବିଜେପି ସଭାପତି ମନମୋହନ ସାମଲ 144 ଧାରା ସତ୍ତ୍ୱେ ରାଲି କଲେ | ଏଫଆଈଆର ହେବା ସତ୍ୱେ କାର୍ଯ୍ୟକାରୀ ହେଉନାହିଁ | ଯାଜପୁର ପ୍ରସଙ୍ଗ ଉଠାଇ କହିଛନ୍ତି, କୌଣସି ବିଧାୟକଙ୍କ ଉପରେ ଆକ୍ରମଣକୁ ଆମେ ନିନ୍ଦା କରୁଛୁ | ବିଧାୟକଙ୍କ ସମର୍ଥକଙ୍କୁ ଗିରଫ କରାଗଲା ନାହିଁ କାହିଁକି ? ପୋଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମେ ନିନ୍ଦା କରୁଛୁ ବୋଲି ବିଜେଡ଼ି ବିଧାୟକ ବ୍ୟୋମକେସ ରାୟ କହିଛନ୍ତି l

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶ ତଥା ବିଦେଶରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ସମ୍ ହସ୍ପିଟାଲ : ସ୍ୱାସ୍ଥ୍ୟ ମନ୍ତ୍ରୀ

() ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ଡାକ୍ତରଖାନା ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ଦେଶ ସମେତ ବିଦେଶରେ ମଧ୍ୟ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ।ସମ୍ମମ୍ ପକ୍ଷରୁ ଆୟୋଜିତ ଜାତୀୟ ଇଂଟରଭେନସନାଲ୍ ରେଡିଓଲୋଜି ସମ୍ମିଳନୀ ‘ସମମ୍‌ଇରକନ୍‌’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।ସମ୍ମମ୍ ଓଡିଶା ରେଡିଓଲୋଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ ଇଂଟରଭେନସନାଲ୍ ରେଡିଓଲୋଜିର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳା ପରିପ୍ରେକ୍ଷୀରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ରେଡିଓଲୋଜିର ଦୁଇଟି କ୍ଷେତ୍ର ଇମେଜିଂ ଓ ଇଂଟରଭେନସନାଲ୍ ପ୍ରକ୍ରିୟା ଏବେ ଖୁବ୍ ବ୍ୟାପକ ହେବାରେ ଲାଗିଛି । ତେଣୁ ସମ୍ମମ୍ ପକ୍ଷରୁ ଏଭଳି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦ଜଣ ରେଡିଓଗ୍ରାଫରଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଦିଆଯିବ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କ୍ରିୟା କରିବା ଲକ୍ଷ୍ୟରେ ଆସନ୍ତା ଆର୍ôଥକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକତ୍ର କରି ସାଢେ ତିନି କୋଟି ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ଜନସାଧାରଣ ଦେଶର ୨୭,୦୦୦ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସେ କହିଥିଲେ ।ସେହିପରି ସରଭାଇକାଲ୍ କ୍ୟାନସ୍‌ର ଆଗୁଆ ନିରାକରଣ ପରିପ୍ରେକ୍ଷୀରେ କିଶୋରୀ ମାନଙ୍କ ଟୀକାକରଣ ନିମନ୍ତେ ରାଜ୍ୟ ସରକାର ଏକ ବଡ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ସେ କହିଥିଲେ ।ସ୍କୁଲ ଓ କଲେଜ ମାନଙ୍କରେ ଏହି ଟୀକା ପ୍ରଦାନ ନେଇ ସରକାରଙ୍କ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି ।ସମ୍ମମରେ ଆୟୋଜିତ ଏହି ଜାତୀୟ କର୍ମଶାଳାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ । ପ୍ରଥମ ଥର ପାଇଁ ସମ୍ମମ୍‌ରେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲୋଜିକୁ ନେଇ ଏଭଳି ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ପ୍ରଫେସର ନାୟକ କହିଛନ୍ତି ।ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେ୍‌ତପଦ୍ମା ଦାଶ କହିଥିଲେ ଯେ ଇଂଟରଭେନସନାଲ୍ ରେଡିଓଲୋଜି ଚିକିତ୍ସା କ୍ଷେତ୍ରରେ ସମ୍ମମ୍ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ କି ଏହି ଚିିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ବିଭାଗ ରହିଛି ।ଏହି ଚିକିତ୍ସା ଫଳରେ ଜଟିଳ ଅସ୍ତ୍ରୋପଚାର ଗୁଡିକ ମିନିମାଲ ଇନ୍‌ଭେସିଭ୍ ଅର୍ଥାତ୍ ବିନା କଟା ଛଟାରେ ସମ୍ଭବ ହୋଇପାରିବ । ସମ୍ମମ୍‌ରେ ପ୍ରଥମ ଥର ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ଡକ୍ଟର ଦାଶ ପ୍ରକାଶ କରିଥିଲେ ।ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର (ଡାକ୍ତର) ବିରାଜ ମୋହନ ମିଶ୍ର, ଆଇଏସ୍‌ଭିଆଇଆର୍‌ର ସମ୍ପାଦକ ଡାକ୍ତର ଅଜିତ କୁମାର ଯାଦବ, ଓଆର୍‌ଆଇଏର ସଭାପତି ଡାକ୍ତର ପ୍ରଫୁଲ୍ଲ କୁମାର ଦାଶ, ସଚିବ ଡାକ୍ତର ସତ୍ୟ ସୁନ୍ଦର୍ ଗଜେନ୍ଦ୍ର ମହାପାତ୍ର, ସମ୍ମମ୍ ଆଇଆରକନ୍‌-୨୦୨୪ ର ଆୟୋଜକ ଅଧ୍ୟକ୍ଷ ଡାକ୍ତର ରଞ୍ଜନ କୁମାର ସାହୁ ଓ ଆୟୋଜକ ସମ୍ପାଦକ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

ସୋଆ ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ….

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି । ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ । ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା । ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି ତାହା ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି । ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି ତେଣୁ ଆଖିରେ ଲାଖିଯିବା ଭଳି ଏହି ପୁସ୍ତକଟିକୁ ଚିତ୍ରପୋଥି କୁହାଯାଏ । ଦଶପୋଈକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି ।ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ସମ୍ପାଦନା କରିଛନ୍ତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ । ଓଡିଶାର ଜଣେ ବିଶିଷ୍ଟ ଲିପିତତ୍ୱବିଦ୍ ଭାବେ ପରିଚିତ ପ୍ରଫେସର ଆଚାର୍ଯ୍ୟ ପୁସ୍ତକରେ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି । ପୁସ୍ତକର ଆରମ୍ଭ ରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି । ଏହି ମୁଖ ବନ୍ଧ ପ୍ରାଚୀନ ଓଡିଆ ଭାଷା ଓ ଇତିହାସର ପୁନର୍ମୂଲ୍ୟାୟନ କ୍ଷେତ୍ରରେ ଏକ ପ୍ରାମାଣିକ ଗ୍ରନ୍ଥ । ସୋଆର ଏହି ଦୁଇ ସଂଭ୍ରାନ୍ତ ପ୍ରକାଶନ ଓଡିଆ ସାହିତ୍ୟ ଓ ଭାଷାର ଇତିହାସ ରଚନାରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ ।

ବିଜେପି ଆସିଲା ପରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି : ରାମଚନ୍ଦ୍ର କାଡାମ

ସରକାର ଗଠନ ହେବାର 6 ଭିତରେ ସବୁ କ୍ଷେତ୍ରରେ ଶିଶୁ ମାନଙ୍କର ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି । ଶପଥ ନେଲେ ବେଳେ କହୁଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ୍ କରିବୁ । କିଛି ବରଦାସ୍ତ କରିବୁନି ବୋଲି କହିଥିଲେ । କିନ୍ତୁ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ହେଲେ ସରକାର ମାନିବା ପାଇଁ ନାରାଜ । ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ନାରୀ, ଶିଶୁ ଅସୁରକ୍ଷିତ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି । ଶିଶୁ ବିକ୍ରି ହେଉଛି । ରାଜ୍ୟରେ ଅନାହାର, ଅପପୁଷ୍ଟି ହେଉଛି । ଡବଲ ଇଞ୍ଜିନ ସରକାରର ସମ୍ବିଧାନ ପ୍ରତି ସମ୍ମାନ ନାହିଁ ।

କେନ୍ଦୁଝରେ ଦେଢ଼ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଶିକାର ହୋଇଛି । ମୁଖ୍ୟମନ୍ତ୍ରୀ ଅଞ୍ଚଳରେ ଦେଢ଼ ବର୍ଷ ଶିଶୁ ବି ଯୌନ ନିର୍ଯାତନାର ଶିକାର ହେଉଛି । 16 ନଭେମ୍ବର 2024ରେ ବଲାଙ୍ଗୀର ବାଙ୍ଗୋମୁଣ୍ଡାରେ ରେ ଜଣେ ଝିଅକୁ ଦୁଷ୍କର୍ମ କରାଗଲା, ତାକୁ ବିଷ୍ଠା ବି ଖୁଆଇ ଦିଆଗଲା । ଗୋଟିଏ ଅଞ୍ଜନା ଘଟଣାରେ ସରକାର ବଦଳି ଗଲା । କିନ୍ତୁ ଏବେ କେତେ ଅଞ୍ଜନା ହେଉଛି । ରାମଚନ୍ଦ୍ର କଡ଼ାମ, କଂଗ୍ରେସ ବିଧାୟକ ଦଳ ନେତା

ମହିଳା ମାନଙ୍କ ବିରୋଧରେ ହେଉଥିବା ଅପରାଧ ଏକ ସାମାଜିକ ବ୍ୟାଧି : ଆଇନ ମନ୍ତ୍ରୀ 

ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ନିରାଧାର | ମହିଳା ମାନଙ୍କ ବିରୋଧରେ ହେଉଥିବା ଅପରାଧ ଏକ ସାମାଜିକ ବ୍ୟାଧି | ଏହା ଦୀର୍ଘ ଦିନ ଧରି ଚାଲି ଆସିଚି | ଏହାକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବା ଆବଶ୍ୟକ ଏବଂ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି | ଏହା ଏକ ସୋସିଆଲ କ୍ୟାନ୍ସର | ଏହାକୁ ଭଲ କରିବା ପାଇଁ ସରକାର କେମୋ ଥେରାପିଠୁ ଜେନେଟିକ ଥେରୋପି କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି | ଜୁଲାଇ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଛି | ମହିଳାଙ୍କ ବିରୁଦ୍ଧରେ ଅପରାଧ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର | ତୁରନ୍ତ ତଦନ୍ତ ଏବଂ ଦଣ୍ଡ ବିଧାନ ଉପରେ ଗୁରୁତ୍ବ ଦିଆଯାଉଛି | 70ରୁ 90 ଦିନ ଭିତରେ ଦଣ୍ଡ ବିଧାନ ପ୍ରକ୍ରିୟା କରାଯାଉଛି…

• କଟକ ବାଦାମବାଡ଼ି ଘଟଣାରେ 6 ଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇଛି•

ବାରଙ୍ଗ ମାମଲାରେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି

• ସମ୍ବଲପୁର ଘଟଣାରେ 3 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି

• ବଲାଙ୍ଗୀର ଜିଲ୍ଲାରେ ବଙ୍ଗୋମୁଣ୍ଡା ଘଟଣାରେ ଆସାମୀକୁ ଗିରଫ କରାଯାଇଛି

• ଭୁବନେଶ୍ୱର ନୟାପଲ୍ଲୀ ମାମଲାରେ ଦୁଇ ଜଣଙ୍କୁ ଗିରଫ ହୋଇଛନ୍ତି

ଅପରାଧୀ କେଉଁ ଦଳ, ବଳ, ଜ୍ଞାତି କୁଟୁମ୍ଭର ହୁଅନ୍ତୁ ଅବା ଜାତି ଧର୍ମ ହୁଅନ୍ତୁ ତାଙ୍କୁ କ୍ଷମା ନାହିଁ | ବିରୋଧୀ ଆଣିଥିବା ସମସ୍ତ ଅଭିଯୋଗ ନିରଧାର ବୋଲି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ…

ବିଜେପିର ପାନ ଖିଆ ଛେତେଲା ପାଟିଆ ଏସପି ଓ ଆଇଆଇସିସିକୁ ଫୋନ କରି ଡରାଉଛନ୍ତି: ଅରୁଣ ସାହୁ…..

ରାଜ୍ୟରେ ଆଇନ ଶୁଙ୍ଖଳା ପରିସ୍ଥିତି କାହିଁକି ବିଗିଡି ଯାଇଛି ତାହାକୁ ବିଧାନସଭାରେ ବଖାଣିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ l ବିଜେପିର ପାନ ଖିଆ ଛେତେଲା ପାଟିଆ ଏସପି ଓ ଆଇଆଇସିସିକୁ ଫୋନ କରି ଡରାଉଛନ୍ତି l ବିଜେପିର କୁଜି ନେତା ବି ପୋଲିସ୍ କୁ କହୁଛି ରାଜ୍ୟରେ ଆମ ସରକାର ଚାଲିଛି, ତେଣୁ ଆମେ ଯାହା କହିବୁ କରିବ ପୋଲିସ l

ବିଜେଡ଼ି ବିଧାୟକ ଅରୁଣ ମୁଲତବୀ ଆଲୋଚନା ରେ ଭାଗ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ସରକାର କୁ। 100 ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ କିନ୍ତୁ 150 ଦିନ ବିତି ବାକୁ ବସିଲାଣି। ଶ୍ରୀମନ୍ଦିର 4 ଦ୍ଵାରା ଖୋଲିଦେଲେ, ମହିଳା ମାନେ ଦଳାଚକଟା ର ଶିକାର ହେଲେ। ଆଜି 4 ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ। ଜୁନ ରୁ ଅକ୍ଟୋବର ମଧ୍ୟରେ 1250 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଚୋରି ଲୁଟ ଛିନ ତାଇ ରେ ଭୁବନେଶ୍ବର ଏକ ନମ୍ବର। ଏହା କେବଳ ହୋଇଛି ଦାୟିତ୍ଵ ହୀନ ମନ୍ତବ୍ୟ ପ୍ରତିଫଳନ। ଡକାୟତି ରେ ସମ୍ବଲପୁର ପ୍ରଥମ। ଭରତପୁର ଥାନା ଘଟଣାରେ ଦିଲ୍ଲୀ ରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ। ନାବାଳିକା ବିବାହ, ଶିଶୁ ବିକ୍ରୀ ବଢୁଚି । ମୟୁରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ 52 ଟି ଦୁଷ୍କର୍ମ ଘଟଣା ଘଟିଛି। ଆମ୍ବ ଟାକୁଆ ଯାଉ ଖଣି ମହିଳାଙ୍କ ଜୀବନ୍ ଗଲା। ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଗକୁ DG ସମ୍ମିଳନୀ ଅଛି। ସେଥିରେ ବିଜେପି ସଦସ୍ୟ ମାନେ ଏକଥା ଉଠାନ୍ତୁ। ତାସହ ଦିଲ୍ଲୀ ରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡିଶା ଦିଅନ୍ତୁ ବୋଲି ଦାବି କରନ୍ତୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news