ପଦକୁ ବାଏ ବାଏ କଲେ ମୁନା ଖାଁ

() ସୁଜିତ କୁମାର, ମମତା ମହନ୍ତ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ହାତ ଛାଡିଲେ ରାଜ୍ୟସଭା ସାଂସଦ ମୁନା ଖାଁ l ବେଶ କିଛି ଦିନର ନିରବତା ପରେ ପୁଣି ବିଜେଡି ରାଜନୀତିରେ ହଲଚଲ୍ ସୃଷ୍ଠି ହୋଇଛି l ଆଜି ସକାଳୁ ନିବାସରେ ପହଞ୍ଚି ବିଜେଡି ସାଂସଦ ମୁନା ଖାନ୍ ଇସ୍ତଫା ଦେଇଛନ୍ତି । ସଂଖ୍ୟାଲଘୁ ସେଲ୍‌ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିଛି। ସୁଜିତ ଓ ମମତାଙ୍କ ପରି ମୁନା ଖାଁ ପରବର୍ତ୍ତୀ ସମୟରେ ବିଜେଡି ଛାଡି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି l ଗତ ୫ ତାରିଖରେ ଗଠନ ହୋଇଥିଲା ସଂଖ୍ୟାଲଘୁ ସଂପ୍ରଦାୟ କମିଟିକୁ ନେଇ ମୁନା ଖାଁ ଅସନ୍ତୋଷ ଥିଲେ l । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଥିବା ବେଳେ ତାଙ୍କୁ ଦଳ ଅଣଦେଖା କରିଥିବା ଚର୍ଚ୍ଚା ହେଉଛି l ସେଥିପାଇଁ ସେ ପ୍ରଥମେ ପଦ ଓ ପରେ ବିଜେଡିକୁ ବାଏ ବାଏ କରିବେ ବୋଲି ଚର୍ଚ୍ଚା ହେଉଛି l

ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ବ୍ଲାକଆଉଟ

ଧର୍ମେନ୍ଦ୍ର ପ୍ରଧାନ l ଓଡିଶା ରାଜନୀତିର ବଡ ଚେହେରା l ୨୦୧୯ ପରଠୁ ସେ ଓଡିଶା ବିଜେପିର ପୋଷ୍ଟର ବୟ l ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ରାଜନୈତିକ ଋଣକୌଶଳ ଯୋଗୁଁ ଓଡ଼ିଶାରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ୨୦୨୪ ରେ ବିଜେପି ଏକୁଟିଆ ଶାସନ ଡୋରୀ ଧରିଲା l ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା କିଛି କମ୍ ନୁହେଁ l ୨୦୧୯ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ରିଚାଜ୍ୟ କରିଥିଲେ ଓଡ଼ିଶା ବିଜେପି ସଙ୍ଗଠନକୁ ତୃଣମୂଳ ସ୍ତରରୁ ତାହା ୨୦୨୪ରେ ପାୱାର ପ୍ଲସ ଭାବେ କାମ ଦେଲା ବିଜେପିକୁ ଓଡ଼ିଶାରେ ଏକାକୀ ସରକାର ଗଢିବାରେ l 2019 ଲୋକସଭା ନିର୍ବାଚନରେ ବିଜେପି ମୋଟ ଭୋଟର 38.4 ପ୍ରତିଶତ ଥିବା ବେଳେ 2014 ନିର୍ବାଚନରେ 21.9 ପ୍ରତିଶତ ଥିଲା l ସେହିପରି ବିଧାନସଭା ନିର୍ବାଚନରେ ଦଳ 2019 ରେ ମୋଟ ଭୋଟର 32.5 ପ୍ରତିଶତ ହାସଲ କରିଥିବା ବେଳେ 2014 ତାହା 18.2 ପ୍ରତିଶତଥିଲା l ୧୮ ପ୍ରତିଶତ ଭୋଟ ୨୦୨୪ରେ ୪୦ ପ୍ରତିଶତରେ ପହଞ୍ଚିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଶ୍ରମକୁ ପୁରା ଓଡିଶା ମାନିଛି l ଖାସ ସେଥିପାଇଁ ସମସ୍ତେ ଭାବୁଥିଲେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ହେଲେ ସମୟଚକ୍ରରେ ସବୁକିଛି ବଦଳିଗଲା l ଓଡ଼ିଶାରେ ବିଜେପି ସରକାର ଗଠନର ସମୟ ଅବଧି ଯେତେ ଯେତେ ବଢ଼ିବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ରାଜନୀତିରେ ସକ୍ରିୟତା ସେତେ କମିବାରେ ଲାଗିଛି l ପାୱାର କରିଡରରୁ ଚା ଖଟି ଯାଏ ଚର୍ଚ୍ଚା ହେଉଛି ଓଡିଶାରେ ବିଜେପି ସରକାରରେ ଧର୍ମେନ୍ଦ୍ର ପ୍ରଧାନ ଦବଦବା ଆଉ ନାହିଁ l ଏକ ରକମର କେନ୍ଦ୍ରମନ୍ତ୍ରୀଙ୍କୁ ଓଡିଶାରେ ଶାସନରୁ ଦୂରେଇ ରଖିଛି ବିଜେପି l ବିଜେପିର ଶୀର୍ଷ ନେତୃତ୍ୱ କାହିଁକି ଏପରି ନିଷ୍ପତ୍ତି ନେଲେ ତାହା କାହାକୁ ଜଣା ନାହିଁ l ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଠାତ୍ ଓଡିଶା ରାଜନୀତିରୁ ବ୍ଲାକଆଉଟ୍ ହେବା ରହସ୍ୟ କଣ ତାହାକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା l ଅନେକ ରାଜନୈତିକ ସମୀକ୍ଷକଙ୍କ ମତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରହିଥିବାରୁ ବିଜେପି ଶୀର୍ଷ ନେତୃତ୍ୱ ଏହାକୁ ସହଜରେ ହଜମ କରିପାରିନାହାନ୍ତି l ଏପରିକି ଦୁଇଟି ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ସବୁ କ୍ଷମତା ଦେଇଥିଲେ ମଧ୍ୟ ଓଡ଼ିଶାରେ ବିଜେପି ୨୦୧୪ ଓ ୨୦୧୯ରେ ଆଶାଧିକ ସଫଳତା ପାଇଲା ନାହିଁ l ତେଣୁ ୨୦୨୪ ପାଇଁ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଭିନ୍ନ ରଣନୀତି ଆପଣାଇଲା l ଏଥିରେ ଦଳ ସଫଳ ହେଲା ଓ ଏକାକୀ ଶାସନ ଡୋରୀ ଧରିଲା l ହୁଏତ ଏ କାରଣ ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କ ପାୱାରକୁ ଓଡିଶା ରାଜନୀତିରେ ଟିକିଏ କମାଇ ଦିଆଯାଇଛି l ସେ ଯାହା ବି ଚର୍ଚ୍ଚା ହେଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଓଡ଼ିଶାରେ ବିଜେପି ଶକ୍ତିଶାଳୀ ହୋଇ ତିଷ୍ଠି ରହିବା ମୁସ୍କିଲ ପାଠ l ହେଲେ ବେଶ କିଛି ମାସ ହେବ ବିଜେପି ସଂଗଠନ ଓ ସରକାର ଯେମିତି ଚାଲିଛି ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି କେନ୍ଦ୍ରମନ୍ତ୍ରୀ ବିଜେପି ରାଜନୀତିରୁ ବ୍ଲାକଆଉଟ ହୋଇଛନ୍ତି l ତାହା କେତେ ସତ କେତେ ମିଛ, ବିଜେପି ରାଜନୀତିକୁ ଅତି ନିକଟରୁ ଦେଖୁଥିବା ଲୋକେ ବିଚାର କରିବେ l

ସୋସିଆଲ ମିଡିଆରେ ଟ୍ରାକକୁ ଫେରିଲେ ଅରୁଣ

ଅରୁଣ ସାହୁ l ବରିଷ୍ଠ ବିଜେଡି ବିଧାୟକ l ରାଜନେତା, ସାହିତ୍ୟକ , ଉପସ୍ଥାପକ(ଆଙ୍କର) ଆଦି କେତେ କଣ ତାଙ୍କ ନାଁ ଆଗରେ ଲେଖାଯାଏ l ରାଜନେତା ଭାବେ ସବୁବେଳେ କିଛି ନୂଆ କରି ସେ ଚର୍ଚ୍ଚାରେ ରୁହନ୍ତି l ବେଶ କେହି ମାସର ନିରବତା ପରେ ସୋସିଆଲ ମିଡିଆ ଟ୍ରାକରେ ପୁଣି ସକ୍ରିୟ ହୋଇଛନ୍ତି ବିଜେଡିର ଏହି ବରିଷ୍ଠ ବିଧାୟକ l ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ପୁରା ଦେଶରେ ଯେତେବେଳେ ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଉଷ୍ମ ରହିଛି ସେତେବେଳେ ଲୋକଙ୍କ ନେତା ଅରୁଣ ସାହୁ କିପରି ଚୁପ୍ ରହିବେ l ଗଣମାଧ୍ୟମରେ ଯେତେ ବୟାନ ରଖିଲେ ବି ତାଙ୍କ ମନ ସନ୍ତୁଷ୍ଟ ନୁହେଁ l ତେଣୁ ଯୁଦ୍ଧକୁ ନେଇ ମନର କଥାକୁ ନିଜ ସୋସିଆଲ ମିଡିଆରେ ଲମ୍ବା ମତାମତ ଟିଏ ରହିଛନ୍ତି ବିଧାୟକ ଅରୁଣ ସାହୁ l ଯୁଦ୍ଧ କାହିଁକି ହୁଏ, ହେଲେ କଣ ଭଲ ଓ କଣ ଖରାପ ତାହା ବି ସେ ଓଡିଶାବାସୀଙ୍କୁ ବୁଝେଇବାକୁ ଚାହିଁଛନ୍ତି l ଏହା ସହ ଏକାଠି ହୋଇ ଯୁଦ୍ଧ ଲାଗିବାର ଶକ୍ତି କଣ ତାହା ବି କହିଛନ୍ତି l ପ୍ରେସ ବାର୍ତ୍ତା ସେ କହିଛନ୍ତି ଯେ ଆତଙ୍କବାଦୀ ମାନେ ଭାରତରେ ଧର୍ମ ଭେଦଭାବକୁ ନେଇ ବିରାଟ ଷଡଯନ୍ତ୍ର କରିଥିଲେ l ସେଥିପାଇଁ ସେମାନେ ୨୬ଜଣ ପର୍ଯ୍ୟଟକଙ୍କୁ ଧର୍ମ ପ୍ରଚାରୀ ହତ୍ୟା କରିଥିଲେ l ଏହାର ଜବାବ ଭାରତୀୟ ସେନା ଦେଇଛି l ଏଥିପାଇଁ ଭାରତର ଯବାନ ମାନଙ୍କୁ ଦେଶ କୋଟିକୋଟି ସଲାମ୍ ଜଣାଉଛି l ଭାରତ ବର୍ଷ ଏକ ହୋଇ ଲଢ଼ିଲେ ବିଶ୍ୱର କୌଣସି ଶକ୍ତିନାହିଁ ଯାହା ପାଖରେ ଭାରତ ବର୍ଷ ମୁଣ୍ଡ ନୂଆଇବ l ଭାରତ ବର୍ଷର ଉନ୍ନତି ଓ ପ୍ରଗତି ପାଇଁ ସଭିଏ ଏକ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି l ପ୍ରାୟ ଏକ ବର୍ଷର ନିରବତା ପରେ ଅରୁଣଙ୍କ ସୋସିଆଲ ମିଡିଆରେ ମତ ରଖିବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି l ଆଗକୁ ରାଜ୍ୟର ବହୁ ବଡ ବଡ ପ୍ରସଙ୍ଗକୁ ସୋସିଆଲ ମିଡିଆରେ ଉଠାଇ ଡବଲ ଇଞ୍ଜିନ୍ ସରକାରଙ୍କୁ ପ୍ରଶ୍ନ କରିବାକୁ ମୂଳଦୁଆ ପକାଇଲେ ବିଜେଡିର ଚତୁର ବିଧାୟକ ଅରୁଣ ସାହୁ l ଯୁଦ୍ଧ ପ୍ରେସ ବାର୍ତ୍ତାରୁ ଏହି ସଙ୍କେତ ଦେଇଛନ୍ତି l

ଅଦୃଶ୍ୟ ବୋଝ, ଅଦୃଶ୍ୟ କଷ୍ଟକୁ ସହିପାରେ ମା

ଝୁଣ୍ଟି ପଡିଲେ ପାଟିରୁ ଆପେ ଆପେ ବାହାରି ପଡେ ମା ଲୋ। ଯେତେବେଳେ ମଣିଷ ପୁରା ନିରାଶ କି ଦୁଃଖରେ ଥାଏ ମନ ପ୍ରଥମେ ଖୋଜେ ମାକୁ। କାରଣ ମା ସବୁବେଳେ ଶାହା। ପିଲାର ଚିନ୍ତା ତାକୁ ସବୁବେଳେ ଘାରିଥାଏ। ମା ଆଖିରେ ତା ପୁଅ ଓ ଝିଅ ସବୁବେଳେ ଛୁଆଁ। ନିଜେ ନଖାଇ ଯିଏ ଖାଇବା ଖୁଆଇ ଥାଏ, ଦୁଃଖରେ ଥାଇ ମଧ୍ୟ ଯିଏ ହସିପାରେ, ସଂସାରର ସବୁ ଅଦୃଶ୍ୟ ବୋଝକୁ ଯିଏ ନିଜ ମୁଣ୍ଡରେ ବୋହିପାରେ , ଅନ୍ୟକୁ ନିଦରେ ଶୋଇବା ପାଇଁ ଯିଏ ରାତି ରାତି ଅନିଦ୍ରା ହୋଇପାରେ, ଦୁଃଖ, ଯନ୍ତ୍ରଣା ଭିତରେ ରହି ଯିଏ ଖୁସି ଥାଏ, ସବୁ ନା ରେ ଯାହାର ହଁ ଥାଏ, ନିଜେ କଷ୍ଟରେ ରହି ଯିଏ ଅନ୍ୟର କଷ୍ଟ ଦୂର କରେ ସେ ହେଉଛି ମା। ସବୁ ଜାଣି ଯିଏ ପିଲାର ସଦା ସର୍ବଦା ମଙ୍ଗଳ ଚାହେଁ ସେ ମା। ଘରେ ସମସ୍ତେ ଖାଇ ସାରିବା ପରେ ଖାଏ, ସମସ୍ତେ ଶୋଇ ସାରିବା ପରେ ଶୁଏ, ପୁଣି ସକାଳୁ ସମସ୍ତେ ଉଠିବା ପୂର୍ବରୁ ଉଠେ , ଜୀବନର ଶେଷ ନିଃଶ୍ୱାସ ଯାଏ ଯିଏ ଘର ଓ ପିଲାଛୁଆଁଙ୍କ ଚିନ୍ତାରେ ରହେ ସେ ହେଉଛି ମା। ସେଥିପାଇଁ କଥାରେ ଅଛି ” *ମା ଅଛି ଯାହାର କି ସୁଖ ତାହାର”* । ସେ ସବୁ ବୁଝେ, ସବୁ ଜାଣେ ତଥାପି ପିଲାକୁ କେବେ ଅଭାବ କି ଅସୁବିଧା ଜଣାଇବା ପାଇଁ ଦିଏ ନାହିଁ । ତାହା ପାଖରେ ସବୁବେଳେ ଥାଏ ଭଳ ପାଇବା ଓ ଆଶିର୍ବାଦ। ମା କେତେବେଳେ ଜନ୍ମଦାତ୍ରୀ ତ କେତେବେଳେ ପାଳନ କର୍ତ୍ତା । ୧୦ ମାସ ୧୦ଦିନ ଗର୍ଭରେ ଧରି ଯିଏ ଯାହାର ରକ୍ତ ଦେଇ ଆମକୁ ଏ ସଂସାରକୁ ଆଣେ ସେ ପରା ମା। ମା କେବେ ବି କାହାକୁ କଷ୍ଟ ଦେଇ ପାରେନା। କାରଣ ସେ ସବୁ କଷ୍ଟ ଓ ବୋଝ ନେବା ପାଇଁ ସଂସାରକୁ ଆସେ। ମା ଧରିତ୍ରୀ ପୁରା ପୁଥିବୀର ବୋଝକୁ ମୁଣ୍ଡାଇ ନେଉଥିବା ବେଳେ ଏ ସୁନ୍ଦର ସମାଜର ବୋଝକୁ ମା ପା ମୁଣ୍ଡେଇଛି। ମା ରୂପ ଗୋଟେ ନା କେବଳ ଅନେକ। ସବୁଠି ସେ ପିଲାଙ୍କ ପାଇଁ ଗୋଟେ ମା କେବେବି ନିଜ ସନ୍ତାନର ଅମଙ୍ଗଳ କରିପାରେନା। ସେ ଜନ୍ମଦେଇଥିବା ମା ହେଉ କି ମା ରୂପରେ ଆମକୁ ନିଜ ଠାରୁ ଅଧିକ ଭଲ ପାଉଥିବା ମା । ମା ସବୁବେଳେ ସନ୍ଧେହ ଓ ଅଭିଯୋଗ ର ଉର୍ଦ୍ଧରେ । ସେ କଥା ଭାବିବା ବି ପାପ l କାରଣ କଷ୍ଟ ନୁହେଁ କଷ୍ଟ ଲାଘବ ପାଇଁ ସେ ଭଗବାନ ରୂପରେ ସଂସାରକୁ ଆସିଛି । ଆଜିର ଆଧୁନିକ ଯୁଗରେ ମାତୃ ଦିବସରେ କେବଳ ବହୁ ଲୋକଙ୍କ ମାଙ୍କ ପ୍ରତି ଥିବା ଭଲ ପାଇବା ଝରି ପଡେ। ହେଲେ ଗୋଟେ ଦିନରେ ସୀମିତ ନୁହେଁ ମା ଦିବସ । ମା ପାଇଁ ଜୀବନ ସାରା ଏମିତି ନିସ୍ବାର୍ଥପର ଭଲ ପାଇବା ସବୁ ସନ୍ତାନ ପାଖରେ ରହିବା ନିହାତି ଦରକାର । କାରଣ ମା ଶବ୍ଦରେ ନଥାଏ ପର କି ଆପଣାର । ଚାଲନ୍ତୁ ଭଗବାନ ରୂପୀ କରୁଣାମୟୀ, ଦୟାମୟୀ, ଦୟା ସାଗର ପରି ଆମ ମା କୁ ପୂଜା କରିବା ଓ ମା ର କିଛି ଟା କଷ୍ଟକୁ ନିଜେ ନେବାକୁ ଚେଷ୍ଟା କରିବା। ତାହାହିଁ ଆଜିର ଦିନରେ ପ୍ରତ୍ୟେକ ମା ଚାହେଁ । କାରଣ ସେ ସବୁବେଳେ ଚାହେଁ ମୋ ପୁଅ ଓ ମୋ ଝିଅ, ମୋ ବୋହୁ, ମୋ ନାତି, ମୋ ନାତୁଣୀ ଓ ମୋ ସ୍ବାମୀ ସବୁବେଳେ ଖୁସିରେ ରୁହନ୍ତୁ ଓ ତାଙ୍କର ସବୁ ଦୁଃଖ ଓ କଷ୍ଟ ମତେ ଦିଅ ପ୍ରଭୁ । ଏ ଭଲ ପାଇବା ଓ ଭାବନା ଆଉ କାହା ପାଖରେ ଅଛି । ମା’ଲୋ ତୋ ପାଇଁ ମୁଁ ଆଜି ଏ ସଂସାରରେ ଦେଖୁଛି। ତେଣୁ ତୋ ନି ସ୍ୱାର୍ଥ ଭଲ ପାଇବା ଏ ଦୁନିଆରେ ଆଉ କାହା ପାଖେ ନାହିଁ। ମାତୃ ଦିବସରେ ସବୁ ମାଙ୍କୁ ମୋର କୋଟି କୋଟି ପ୍ରଣାମ।

ନେତା ଯେମିତି,ବ୍ୟକ୍ତିତ୍ଵ ସେମିତି

ରାଜନେତାମାନେ ସେମାନଙ୍କ ବ୍ୟକ୍ତିତ୍ଵ ଓ କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି l ନୀତି, ନିଷ୍ପତି ଓ ଜନସେବା ମନବୃତି ସେମାନଙ୍କୁ ଲୋକପ୍ରିୟ କରିଥାଏ l ତା ଭିତରୁ କିଏ ଭିଡ ଭିତରେ ନେତା ସାଜିଥାନ୍ତି ଯେ ଆଉ କିଏ ନିଜର ବ୍ୟକ୍ତିତ୍ଵ ପାଇଁ ଲୋକଙ୍କ ଠାରୁ ଆଦର ପାଆନ୍ତି l ନିର୍ବାଚନ ରାଜନୀତିରେ କିଏ କେତେ ସଫଳ ଓ କିଏ କେତେ ବିଫଳ ତାହା ସେମାନଙ୍କ ରାଜନୀତି ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ l ସାଢେ଼ଚାରି କୋଟି ଓଡିଆଙ୍କ ପାଖରେ ଓଡ଼ିଶାର ଏମିତି କିଛି ଚର୍ଚ୍ଚିତ ରାଜନେତା ନେଇ ଆମର ଏହି ରିପୋର୍ଟ l

ନବୀନ ପଟ୍ଟନାୟକ: ୧୯୯୭ରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକ ଏଣ୍ଟ୍ରି କଲେ l ସାଂସଦ, କେନ୍ଦ୍ରମନ୍ତ୍ରୀ ଆଉ ୨୦୦୦ ମହିହାରୁ ଓଡିଶା ଶାସନର ଡୋରି ଧରି ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ଓଡିଶା ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି l କଥା କମ କାମ ଅଧିକ ତାଙ୍କର ପରିଚୟ l ଓଡିଶାର ସର୍ବାଧିକ ଲୋକପ୍ରିୟ ନେତାଭାବେ ସେ ଉଭା ହୋଇଛନ୍ତି l ରାଜନୀତିରେ ଜନସେବାକୁ ମୂଳମନ୍ତ୍ର କରି ସେ କାମ କରିଛନ୍ତି l ବେଶୀ ଲୋକଙ୍କ ସହ ତାଙ୍କର ସିଧାସଳଖ ଆଲୋଚନା ନଥିଲେ ମଧ୍ୟ ସବୁବେଳେ ଲୋକଙ୍କ ଦୁଃଖ ଓ ସୁଖର ସାଥୀ ହୁଅନ୍ତି ନିଜ ଷ୍ଟାଇଲରେ l ଲୋକଂକ ନେତା ସେ l ସବୁବେଳେ ସାଧାରଣ ଜନତା କିପରି ଖୁସିରେ ରହିବେ ସେ ଚିନ୍ତା ତାଙ୍କୁ ଘାରେ l ସମାଲୋଚନା, ବିତର୍କ ଠାରୁ ଦୂରରେ ରହି ଜନସେବା କରିହୁଏ ତାହା ସେ ପ୍ରମାଣିତ କରିଛନ୍ତି ଏଯାଏ l ଏବେ ବିରୋଧୀ ଦଳର ନେତାଭାବେ ଲୋକଙ୍କ ସ୍ଵର ସାଜିଛନ୍ତି ନବୀନ l

ସୁର ରାଉତରାୟ: ଓଡିଶାର ଘରେ ଘରେ ଛୋଟ ପିଲାଙ୍କ ଠାରୁ ବୁଢ଼ା ଯାଏ, ଯିଏ ସଭିଙ୍କ ଭାଇ ସେ ହେଉଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁର ଭାଈ l କଂଗ୍ରେସ ରାଜନୀତିରେ ୫୦ ବର୍ଷର ସେ ଜଣେ ବରିଷ୍ଠ ରାଜନେତା l ୬ଥର ବିଧାୟକ ହୋଇ ସେ ନିଜର କାର୍ଯ୍ୟଶୈଳୀ ପାଇଁ ବେଶ ଲୋକପ୍ରିୟ l ନିର୍ବାଚନ ଜିତନ୍ତୁ କି ହାରନ୍ତୁ ତାହା ସୁର ରାଉତରାୟଙ୍କ ପାଖରେ କିଛି ଫରକ ପକାଏ ନାହିଁ l କାରଣ ସକାଳ ୬ରୁ ରାତି ୯ ଯାଏ ସେ ସବୁବେଳେ ଲୋକଙ୍କ ଗ୍ରହଣରେ ରହିବାକୁ ଭଲ ପାଆନ୍ତି l ୮୦ ବର୍ଷ ପରେ ବି ସେ ଫିଟ୍ ଓ ଯୁବକ ପରି ତତପର l ସବୁବେଳେ ଲୋକଙ୍କ କାମ କରିବାକୁ ଭଲ ପାଆନ୍ତି ସୁର ଭାଈ l ଯେମିତି ଜନସେବା ପାଇଁ ତାଙ୍କର ଜନ୍ମ l ପୁରା ଓଡ଼ିଶାରେ ସୁର ରାଉତରାୟ ଯୁଆଡେ ଯିବେ ସାଧାରଣ ଲୋକ ତାଙ୍କ ପାଖରେ ଭିଡ ଜମାନ୍ତି l

ତାରା ପ୍ରସାଦ ବାହିନୀପତି : ତାରା ବାହିନୀପତି l ନିଜର ଷ୍ଟାଇଲ ଓ କଥା ପାଇଁ ଓଡିଶା ରାଜନୀତିରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ରହିଛି l ଜୟପୁରରୁ ଭୁବନେଶ୍ଵର, ବ୍ରହ୍ମପୁର ରୁ ବାଲେଶ୍ଵର ଯାଏ ତାଙ୍କର ଲୋକପ୍ରିୟତା କିଛି କମ ନୁହେଁ l ମଜା, ମସ୍ତି ଓ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବାର ରାଜନେତା ସେ l ୫ଥର ବିଧାୟକ ଭାବେ ପ୍ରାୟ ୪୦ ବର୍ଷ ହେବ ଓଡିଶା ରାଜନୀତି ସେ ଜଣେ ଚର୍ଚ୍ଚିତ ରାଜନେତା ଭାବେ ପରିଚିତ ପୁରା ଓଡ଼ିଶାରେ l ଜଣେ ମିଳାପି ରାଜନେତା ତାରା ପ୍ରସାଦ ବାହିନୀପତି l

ବିଶ୍ବଭୂଷଣ ହରିଚନ୍ଦନ : ବିଶ୍ଵ ଭୂଷଣ ହରିଚନ୍ଦନ l ଓଡିଶା ରାଜନୀତିରେ ଜଣେ ଚର୍ଚ୍ଚିତ ରାଜନେତା l ତାଙ୍କର ବ୍ୟକ୍ତିତ୍ଵ ଯେମିତି, ମଣିଷ ବି ସେମିତି ସେ l ୬୦ବର୍ଷରୁ ଉର୍ଦ୍ଧ ସମୟ ସକ୍ରିୟ ରାଜନୀତିରେ ସେ ତାଙ୍କର ନୀତି ଓ ନିଷ୍ପତି ପାଇଁ ସବୁବେଳେ ଓଡ଼ିଶା ଲୋକଙ୍କ ହୃଦୟରେ ରହିଛନ୍ତି l ଅତିଥି ଦେବ ଭବ ଅକ୍ଷର ଅକ୍ଷରେ ପାଳନ କରିବାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି l ଯିଏ ତାଙ୍କ ସହ ମିଶିଛି ସେ ଜାଣିଛି l ସବୁବେଳେ ଓଡିଶାର ସ୍ବାର୍ଥ ପାଇଁ ସେ ଲଢ଼େଇ କରିଛନ୍ତି l

ଧର୍ମେନ୍ଦ୍ର ପ୍ରଧାନ: ଧର୍ମେନ୍ଦ୍ର ପ୍ରଧାନ l ନବୀନ ପଟ୍ଟନାୟକ ଙ୍କ ପରେ ଓଡ଼ିଶା ରାଜନୀତିରେ ସବୁଠାରୁ ଅଧିକ ଚର୍ଚ୍ଚିତ ରାଜନେତା l ନିଜର ଦକ୍ଷତା ଓ ପରିଶ୍ରମ ଯୋଗୁଁ ବିଜୁ ପଟ୍ଟନାୟକଙ୍କ ପରେ ଯଦି କେହି ଓଡିଆ ରାଜନେତା ଦିଲ୍ଲୀ ଦରବାରରେ ଲମ୍ବା ସମୟ ଧରି ଦେଶର ରଣନୀତିରେ ନିଜର ଦବଦବା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କିଏ ମାନୁ ବା ନମାନୁ ସେ ଓଡିଶା ବିଜେପିର ପୋଷ୍ଟର ବୟ l ଆଜି ଯଦି ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ସଫଳ ହୋଇଛି ସେଥିରେ ଧର୍ମେନ୍ଦ୍ରଙ୍କ ପରିଶ୍ରମ ସର୍ବାଧିକ l ପୂର୍ବ ଅପେକ୍ଷା ଧୀରେ ଧୀରେ ସେ ସରଳ ହେବା ତାଙ୍କୁ ଏବେ ଓଡ଼ିଶାବାସୀଙ୍କ ପସନ୍ଦର ନେତା ସାଜିଛନ୍ତି l

ପ୍ରଣବ ପ୍ରକାଶ ଦାସ : ଲିଗାସୀ ରାଜନୀତିରୁ ଓଡ଼ିଶା ରାଜନୀତିରେ ଏଣ୍ଟ୍ରିମାରି ଯେଉଁ କିଛି ଯୁବନେତାମାନେ ଓଡିଶାରେ ସବୁଠାରୁ ଲୋକପ୍ରିୟ ରାଜନେତା ହୋଇଛନ୍ତି ସେମାନଙ୍କ ଭିତରୁ ପ୍ରଣବ ପ୍ରକାଶ ଦାସ ଅନ୍ୟତମ l ଓଡ଼ିଶାର ସାଲିସ ବିହୀନ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ନନ୍ଦନ ହେଉଛନ୍ତି ପ୍ରଣବ l ୩ଥର ବିଧାୟକ ଓ ୨୫ ବର୍ଷ ରାଜନୀତି କ୍ୟାରିୟର ଭିତରେ ସେ ଓଡିଶାର ଯୁବମାନସର ପ୍ରତୀକ ସାଜିଛନ୍ତି l ପଦ ପଦବୀ ଠାରୁ ଦୂରରେ ରହି ଦଳୀୟ ରାଜନୀତିରେ କିପରି ପାୱାର ଫୁଲ ନେତା ହେବାକୁ ପଡେ ତାହା ସେ ପ୍ରମାଣିତ କରିଛନ୍ତି l ନେତାଙ୍କ ପ୍ରତି ଆନୁଗତ୍ୟ ଓ କଠିନ ପରିଶ୍ରମ ଫଳରେ ସେ ଆଜି ଓଡ଼ିଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ପୁରା ଓଡ଼ିଶାରେ ରହିଛି ତାଙ୍କର ସଙ୍ଗଠନ l ଜଣେ ଯୁବ ନେତା ଭାବେ ଓଡିଶାରେ ବେଶ ଲୋକପ୍ରିୟ ପ୍ରଣବ ପ୍ରକାଶ ଦାସ l ସାହସୀ ଓ ପରିଶ୍ରମ ଓ ଜନସେବା ତାଙ୍କୁ ଓଡିଶା ରାଜନୀତିରେ ଲୋକପ୍ରିୟ ନେତା କରିଛି l

ଅରୁଣ ସାହୁ: ଛାତ୍ର ରାଜନୀତିରୁ ଆସି ଓଡିଶା ରାଜନୀତିରେ ଲମ୍ବା ସମୟ ଧରି ଦବଦବା ଜାରି ରଖିଥିବା ରାଜନେତା ମଧ୍ୟରୁ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଅନ୍ୟତମ l ଓଡ଼ିଶା ରାଜନୀତିରେ ଜଣେ ମେଳାପି ମଣିଷ ଅରୁଣ l ସମୟ ଯାଆ ଥାଉ, ନୀତି ଓ ନିଷ୍ପତ୍ତି ନେବାରେ ସେ ଯେମିତି କି ସେମିତି l ବିଧାୟକ ଥିଲା ବେଳେ ଯେମିତି ମନ୍ତ୍ରୀ ବେଳେ ବି ସେମିତି l ଲୋକଂକ ସହ ରହି ସେମାନଙ୍କ ମନର କଥା ବୁଝିବାରେ ସେ ମାହିର l ଚତୁରତା ସହ ସବୁ ସମୟକୁ କିପରି ମୁକାବିଲା କରିହେବ ସେଥିରେ ସେ ସିଦ୍ଧହସ୍ତ l

 

ପ୍ରଭାତ ବିଶ୍ଵାଳ : ସବୁବେଳେ ଲୋକଙ୍କ କାମ କରିବାକୁ ଯେଉଁ କେତେ ନେତା ୨୪ ଘଣ୍ଟା ପରିଶ୍ରମ କରିବାକୁ ଭଲ ପାଆନ୍ତି ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଅନ୍ୟତମ l ନିଜ ଶକ୍ତି ଅନୁସାରେ ସବୁବେଳେ ଲୋକଙ୍କୁ ବିନା ସ୍ବାର୍ଥରେ ସହଯୋଗ କରିବାକୁ ସେ ଆଗେଇ ଆସନ୍ତି l ରଣନୀତି କେବଳ କ୍ଷମତା ପାଇଁ କରାଯାଏ ତାହା ପ୍ରଭାତ ବିଶ୍ଵାଳ କ୍ଷେତ୍ରରେ କିଛି ଅର୍ଥ ରଖେ ନାହିଁ l ଜଣେ ଦୃଢ ସଂଗଠକ ଭାବେ ସେ କଟକ ଜିଲ୍ଲାରେ ପରିଚିତ l

ମହମ୍ମଦ ମୋକିମ : ମହମ୍ମଦ ମୋକିମ l ଭାଇଚାରା ନେତାର ବଡ ପ୍ରତୀକ ସେ l ରାଜନୀତିରେ ଯେତେ ସଫଳ ନୁହେଁ, ରାଜନେତା ଭାବେ ଲୋକଙ୍କ ପାଖରେ ସେତେ ଆଦର ରହିଛି ତାଙ୍କର l ତାଙ୍କର ବ୍ୟକ୍ତିତ୍ଵ ଓ କାର୍ଯ୍ୟଶୈଳୀ ଆଜି ତାଙ୍କୁ ଅନ୍ୟ ରାଜନେତାଙ୍କ ଠାରୁ ଟିକେ ଭିନ୍ନ ପରିଚୟ ଦେଇଛି ଓଡିଶା ରାଜନୀତି ରେ l ସବୁବେଳେ ସମସ୍ତଙ୍କ ପାଇଁ ସାହାଯ୍ୟ ଓ ସହଯୋଗ କରିବାକୁ ମୋକିମ ଆଗେଇ ଆସନ୍ତି l ଦଳୀୟ ରାଜନୀତିରେ ବି ତାଙ୍କର ଦବଦବା କିଛି କମ୍ ନୁହେଁ l ନିର୍ବାଚନ ଜିତନ୍ତୁ କି ହାରନ୍ତୁ, ଲୋକଙ୍କ ନେତା ହେଇ ସେ ରହିବାକୁ ପସନ୍ଦ କରନ୍ତି l ଯାହା ତାଙ୍କୁ ଆଜି କଟକ ଜିଲ୍ଲା ନୁହେଁ, ଓଡିଶା ରାଜନୀତିରେ ପ୍ରତିଷ୍ଠିତ କରିପାରିଛି l

ମନମୋହନ ସାମଲ : ମନମୋହନ ସାମଲ l ଜଣେ ଲଢୁଆ ରାଜନେତା ଭାବେ ସେ ପରିଚୟ ସୃଷ୍ଟି କରିଛନ୍ତି ଓଡିଶା ରାଜନୀତିରେ l ନିର୍ବାଚନ ରାଜନୀତିରେ ସେତେଟା ସଫଳ ହୋଇନଥିବା ମନମୋହନ ସାମଲ ନେତୃତ୍ଵ ନେବାର ବଡ ରାଜନେତା ଭାବେ ଓଡ଼ିଶା ରାଜନୀତିରେ ଉଦ୍ଭା ହୋଇଛନ୍ତି l ଆତ୍ମ ବିଶ୍ୱାସ ଓ ରଣକୌଶଳ ବଳରେ ସବୁ ଅସମ୍ଭବ କାମକୁ ସେ ସମ୍ଭବ କରିପାରନ୍ତି ତାଙ୍କର ରଣନୀତିରେ l ଯେତିକି ଚର୍ଚ୍ଚିତ ସେ ସେତିକ ମିଳାପି ମଧ୍ୟ ସେ l ବିଜେପି ରାଜନୀତିରେ ସେ ହେଉଛନ୍ତି ଜଣେ ଭାଗ୍ୟବାନ ରାଜନେତା l ତାଙ୍କ ସଭାପତି ସମୟରେ ବିଜେପି ସବୁବେଳେ ରାଜ୍ୟରେ ଅଧିକ ଫାଇଦା ପାଇଛି l ରାଜନୀତିରେ ସଫଳତା ହାସଲ କରିବାରେ ତାଙ୍କୁ ଭାଗ୍ୟ ସବୁବେଳେ ସାଥ ଦେଇଥାଏ l

(ଵିଦ୍ର: ଯାହା ଜନ ମାନସରେ ଆଲୋଚନା ହୁଏ, ତାହା ଆମେ ଉପସ୍ଥାପନ କରିଛୁ, ଏହି ଲେଖାରେ କାହାକୁ ଉଚ୍ଚ କି ନୀଚ ବା ଶକ୍ତିଶାଳୀ ରାଜନେତା ର ଆକ୍ଷା ଦେବା ଆମର ଉଦ୍ଦେଶ୍ୟ ନୁହେଁ,)

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

()ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର ତଦନ୍ତ କରି ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍‌, ପୂର୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟଗୁଡ଼ିକ ଏକ ମାସ ମଧ୍ୟରେ ମାମଲାର ଶୁଣାଣି କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ଫରେନ୍‌ସିକ୍ ମେଡିସିନ୍ (ଆଇଏଏଫଏମ୍‌)ର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ ମେଡିକୋ-ଲିଗାଲ ସୋସାଇଟି ଅଫ୍ ଓଡ଼ିଶା (ଏମ୍‌ଏଲଏସ୍‌ଓ)ର ୪୩ତମ ବାର୍ଷିକ ସମ୍ମିଳନୀ “ଏମ୍‌ଇଏଲ୍‌ଇଏସ୍‌ଓସିଓଏନ୍ ୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
ନିଜ ବକ୍ତବ୍ୟରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଦଣ୍ଡ ଏବଂ ନ୍ୟାୟ ପ୍ରଦାନ କରିବାରେ ଫରେନ୍‌ସିକ୍ ସାଇନ୍ସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଥାନାଗୁଡ଼ିକରେ କର୍ତବ୍ୟରତ ତଦନ୍ତକାରୀ ଅଫିସରମାନେ ମେଡିକୋ-ଲିଗାଲ ପାଠ୍ୟ ସମ୍ପର୍କିତ ଜ୍ଞାନ ଆହରଣ କରିବା ଉଚିତ୍‌। ସେମାନେ ତଦନ୍ତ ନିମନ୍ତେ ଫରେନ୍‌ସିକ୍ ସାଇନ୍ସ ସମ୍ପର୍କିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭଳି ଏକ ଅଗ୍ରଣୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅନେକ ଯୋଗଦାନ ରହିଛି ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।
ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହସ୍ପିଟାଲ୍‌ରେ ଫରେନ୍‌ସିକ୍ ସାଇନ୍ସର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ସମ୍ମିଳନୀର ଥିମ୍ ‘ଫରେନ୍‌ସିକ୍ ଫ୍ରନ୍‌ଟିୟର୍ସ: ଏନସିୟୁଅରିଂ ମ୍ୟାଟରନାଲ, ଚାଇଲ୍ଡ ଆଣ୍ଡ ଟ୍ରାନ୍ସଜେଣ୍ଡର ହେଲ୍‌ଥ ଫର ସୋସିଆଲ୍ ଜଷ୍ଟିସ୍‌’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡାକ୍ତରଖାନାରୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସମୟରେ ଯେଉଁ ସମ୍ବେଦନଶୀଳତା ଅବଲମ୍ବନ କରାଯାଏ ବା କରାଯିବା ଉଚିତ୍ ସେ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିବା ପ୍ରଫେସର ସାମନ୍ତସିଂହାର ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ଆଡିସ୍‌ନାଲ୍ ଡିଏମ୍‌ଇଟି ତଥା ଏମ୍‌ଏଲଏସ୍‌ଓର ସଭାପତି ପ୍ରଫେସର ବ୍ରଜ କିଶୋର ଦାସ ବକ୍ତବ୍ୟ ରଖିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଲ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରାର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ଡାକ୍ତର ଅଙ୍କିତା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ନବୀନଙ୍କ ମାଷ୍ଟରଷ୍ଟ୍ରୋକ : ବିଜେଡିରେ ନାହିଁ ଦ୍ୱିତୀୟ କ୍ଷମତାକେନ୍ଦ୍ର, ୨୫ବର୍ଷ ପରେ ପିଏସି.. 

()୨୫ ବର୍ଷ ପରେ ବିଜେଡି ରାଜନୀତିକୁ ଫେରିଛି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ପଲିଟିକାଲ୍ ଆଫେୟାର୍ସ କମିଟି ବା PAC। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ PAC ର ଅଧକ୍ଷ ହୋଉଥିବା ବେଳେ କମିଟିରେ 9 ଜଣ ସଦସ୍ୟ ରହିଛନ୍ତି। ପିଏସିରେ ନବୀନ ପଟ୍ଟନାୟକ ବିଜେଡିର ଯୁବ ଚେହେରା ତଥା ପୂର୍ବତନ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କୁ ସାମିଲ କରିଛନ୍ତି l ତାଙ୍କ ସହ PACରେ ଅଛନ୍ତି ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଣିଂ, ଟୁକୁନୀ ସାହୁ, ସସ୍ମିତ୍ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର। ପିଏସିରେ ଯୁବ, ମହିଳା, ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ସାମିଲ କରି ନବୀନ ଦଳକୁ ସମସ୍ତ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତିରେ ସବୁ ବର୍ଗର ନେତାଙ୍କୁ ସାମିଲ କରି ଦଳକୁ ସଶକ୍ତ କରିବାର ନୂଆ ନୀତିକୁ ଆପଣାଇଛନ୍ତି l ନବୀନ ପଟ୍ଟନାୟକ ପ୍ରଥମ ଥର ଦଳରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କେହି ନାହାନ୍ତି ତାହା ପ୍ରମାଣିତ କରିଛନ୍ତି l ୨୦୦୦ ମସିହାରୁ ଆଜି ଯାଏ ନବୀନ ଯାହା ଚାହୁଛନ୍ତି ତାହା କରୁଛନ୍ତି ବୋଲି ବଡ ସଂକେତ ଦେଇଛନ୍ତି ଓଡ଼ିଶାବାସୀଙ୍କୁ l ବିଜେଡି କିଛି ଗୋଷ୍ଠୀ ନାହିଁ କି କାହାର ଦବଦବା ନାହିଁ ନବୀନ ତାଙ୍କ ନୂଆ ଟିମରେ ପ୍ରମାଣିତ କରିଛନ୍ତି l ଦଳର ସବୁ ନେତାଙ୍କୁ ନେଇ ନବୀନ ନିଜର ନୂଆ ଟିମ୍ ଗଠନ କରି ନିନ୍ଦୁକଙ୍କୁ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି l ରଣନୀତିରୁ ଉର୍ଦ୍ଧରେ ରହି ଜନସେବା କୁ ମୂଳମନ୍ତ୍ର କରି ନବୀନ ଓଡ଼ିଶାର ଦୀର୍ଘ୍ ୨୪ ବର୍ଷ ନେତୃତ୍ଵ ନେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଶାସକ ଦଳରେ ଥିବା ବେଳେ ଯେମିତି ବିରୋଧୀ ଦଳରେ ଥିବା ବେଳେ ବି ନବୀନ ସ୍ଥିର ଭାବେ ନିଜର ନିଷ୍ପତି ନେଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି l ବିଜେଡିରେ ପାଣ୍ଡିଆନ ଗୋଷ୍ଠୀ, ନବୀନ ଗୋଷ୍ଠୀ ଏମିତି କିଛି ନାହିଁ ତାହା ନବୀନ ତାଂକ ନୂଆ ଟିମ୍ ଓଡିଶାବାସୀଙ୍କୁ ସଂକେତ ଦେଇଚ୍ଚନ୍ତି l ବିଜେଡିରେ ନବୀନ ନୁହେଁ ପାଣ୍ଡିଆନ ସର୍ବେସର୍ବା ଚର୍ଚ୍ଚାକୁ ଶକ୍ତଧକ୍କା ଲାଗିଛି ନବୀନ ଙ୍କ ନୂଆ ଟିମ୍ ଗଠନରେ l ବିଜେଡିରେ ଯିଏ ଯେତେ କ୍ଷମତାଶାଳୀ ବୋଲି ଚର୍ଚ୍ଚା ହେଉନା କାହିଁକି ନବୀନଙ୍କ ପାଖରେ ଦ୍ଵିତୀୟ କ୍ଷମତା କେନ୍ଦ୍ର ନିଷ୍ପତ୍ତି ନେଉଥିବା ଚର୍ଚ୍ଚା କେବଳ ଚର୍ଚ୍ଚା ତାହା ପୁଣିଥରେ ନବୀନ ପ୍ରମାଣିତ କରିଛନ୍ତି l

ନବୀନଙ୍କ ନୂଆ ଟିମ୍: ୮୧ ଜଣ ନେତାଙ୍କୁ ଗୁରୁ ଦାୟିତ୍ବ

() ବିଜେଡିର ସଂଗଠନର ପୁନର୍ବିନ୍ୟାସ କରା ଯାଇଛି l ୭ ବରିଷ୍ଠ ଉପସଭାପତି, ୮ ଉପସଭାପତି ନିଯୁକ୍ତ ,୨୦ ବରିଷ୍ଠ ସାଧାରଣ ସମ୍ପାଦକ, ୩୫- ସାଧାରଣ ସମ୍ପାଦକ ଙ୍କ ସହ ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠିତ ସହ ସଂଖ୍ୟାଲଘୁ ସେଲ୍ ଗଠିତ କରିଛନ୍ତି ନବୀନ ପଟ୍ଟନାୟକ l ନୂଆ ଟିମ ସହ ବିଜେଡି ତୃଣମୂଳ ସ୍ତରରେ ସଂଗଠନକୁ ସଶକ୍ତ କରିବାକୁ ବରିଷ୍ଠ ଓ ଯୁବନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ନବୀନ l ଯାହାକୁ ନେଇ ବିଜେଡି ଶିବିର ଉତ୍ସାହିତ l

ଏବେ ନଜର ପକାନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ…

ବରିଷ୍ଠ ଉପସଭାପତି- ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ ନିଯୁକ୍ତି ପାଇଛନ୍ତି l ସେହିପରି ଉପସଭାପତି ଭାବେ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା ,ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ,ସଂଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ ପାତ୍ର, ସାରଦା ନାୟକ ନିଯୁକ୍ତି ପାଇଛନ୍ତି l ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ସିଂହଦେଓ, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର,ସୁଶାନ୍ତ ସିଂ, ମାନସ ମଙ୍ଗରାଜ, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ,ସ୍ନେହାଙ୍ଗିନୀ ଛୁରିଆ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଳିକ, ଜଗନ୍ନାଥ ସାରକା, ଅନନ୍ତ ନାରାୟଣ ଜେନା,ପ୍ରୀତିରଂଜନ ଘଡ଼େଇ, ରମେଶ ମାଝୀ, ବ୍ୟୋମକେଶ ରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ମାଝୀ,ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଧ୍ରୁବ ଚରଣ ସାହୁ ନିଯୁକ୍ତି ପାଇଛନ୍ତି l ସେହିପରି ୩୫ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି l ତୁଷାରକାନ୍ତି ବେହେରା, ସାରଦା ଜେନା,ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଂଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା,ଚକ୍ରମଣି କହଁର, ପ୍ରଦୀପ ଦିଶାରୀ, ସୁଶାନ୍ତ ରାଉତ,ବିଭୂତି ବଳ ବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ,ଶୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି ,ମନ୍ମଥ ରାଉତରାୟ, ମୁକେଶ ପାଲ, ସ୍ୱରୂପ ଦାସ,ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି,ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାଏକ,ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନି, ଗିରୀଶ ଦାସ, ସୌଭିକ ବିଶ୍ୱାଳ, ଗୀତା ବସ୍ତିଆ ନିଯୁକ୍ତି ପାଇଛନ୍ତି l ପୁଣିଥରେ ବିଜେଡିର କୋଷାଧ୍ୟକ୍ଷ ଭାବେ ସୁବାସ ସିଂଙ୍କୁ ନିଯୁକ୍ତି କରାଯାଇଛି l ସେହିପରି ୨୫ ବର୍ଷ ପରେ ପୁଣିଥରେ ଦଳ ଗଠନ କରିଛି ରାଜନୈତିକ ବ୍ୟାପାର କମିଟି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଅଧକ୍ଷ ଥିବାବେଳେ କମିଟିରେ ମୋଟ ୧୦ ସଦସ୍ୟ ରହିଛନ୍ତି l ରାଜନୈତିକ ବ୍ୟାପାର କମିଟିରେ ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ,ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ,ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ସଦସ୍ୟ ଓ ଡକ୍ଟର ସଂତୃପ୍ତ ମିଶ୍ର ସଦସ୍ୟ ରହିଛନ୍ତି l ସେହିପରି ବିଜେଡିର ସଂଖ୍ୟାଲଘୁ ସେଲ୍ ଗଠିନ କରିଛି l ଦିଲୀପ ତିର୍କୀ ସଂଖ୍ୟାଲଘୁ ସେଲ୍ କମିଟିର ଆବାହକ ହୋଇଥିବା ବେଳେ ରିଜୱାନା ବେଗମ , ମୁନା ଖାଁ ଦକ୍ଷିଣାଞ୍ଚଳ ଆବାହକ,   ଆୟୁବ ଖାନ ପଶ୍ଚିମାଞ୍ଚଳ ଆବାହକ ଓ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଞ୍ଚଳ ଆବାହକ ନିଯୁକ୍ତି ଦେଇଛନ୍ତି ନବୀନ l

ନବୀନଙ୍କ ନୂଆ ଟିମ

()ବିଜେଡି ସଂଗଠନର ହେବ ଢାଞ୍ଚାଗତ ପରିବର୍ତ୍ତନ l ଦଳ ପ୍ରତି ଆନୁଗତ୍ୟ ଥିବା ବହୁ ବରିଷ୍ଠ ନେତାଙ୍କୁ ନବୀନ ପଟନାୟକ ସଂଗଠନର ଗୁରୁ ଦାୟିତ୍ବ ଦେବାକୁ ଯାଉଛନ୍ତି l ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରୀୟା ଶେଷ ହେବା ପରେ ଏବେ ତୃଣମୂଳସ୍ତରୁ ରାଜ୍ୟ ନେତୃତ୍ବ ଯାଏ ବିଜେଡି ସଂଗଠନ ନୂଆରୂପ ଦିଆଯାଉଛି । ଦଳର ହେବିଓ୍ପେଟ ନେତାମାନଙ୍କୁ ସଙ୍ଗଠନର ବିଭିନ୍ନ ପଦପଦବୀର ଦାୟିତ୍ୱ ଦେବା ସହ ଜିଲ୍ଲାର ସଂଗଠନର ଗୁରୁ ଦାୟିତ୍ୱ ଦେବାକୁ ନବୀନ ଚିନ୍ତା କରିଛନ୍ତି l ବିଜେଡିକୁ ସଶକ୍ତ କରିବା ପାଇଁ ନବୀନ ନିବାସରୁ ଶଙ୍ଖଭବନ ଯାଏ ମାନସ ମନ୍ଥନ କରୁଛନ୍ତି ସଭାପତି l ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନି ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରମେଶ ଚାଉପଟନାୟକ,ମଙ୍ଗଳା କିଶାନ, ପ୍ରଫୁଲ୍ଲ ସାମଲ, ରବି ନନ୍ଦ, ଅଶୋକ ପଣ୍ଡା, ପ୍ରତାପ ଜେନା, ସୁଦାମ ମାଣ୍ଡି, ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବ ବିଶ୍ବାଳ, ପ୍ରଦୀପ ଅମାତ, ନିରଂଜନ ପୂଜାରୀ, ଅଶ୍ୱନି ପାତ୍ର, ରମେଶ ମାଝୀ, ରବୀନ୍ଦ୍ର ଜେନା, ବରିଷ୍ଠ ବିଧାୟକ ଅରୁଣ ସାହୁ, ବରିଷ୍ଠ ନେତା ସଂଜୟ ଦାସ ବର୍ମା, ମୁନା ଖାଁ, ପ୍ରଣବ ପ୍ରକାଶ ଦାସ,ଅତନୁ ସବ୍ୟସାଚୀ ନାୟକ, ମାନସ ମଙ୍ଗରାଜ, ବିଜୟ ନାୟକ, ପ୍ରିତୀ ଘଡାଇ ପ୍ରମୁଖ ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ନବୀନ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l କେଉଁ ଜିଲ୍ଲାରେ କେମିତି ସଂଗଠନ ଅଛି ଓ କଣ ରଣନୀତି କରାଗଲେ ଦଳ ପୁଣି କ୍ଷମତାକୁ ଆସିବ ତାହାକୁ ଦଳ ଫୋକସ୍ କରିଛି l ୨୦୨୪ ନିର୍ବାଚନରେ ବିଜେଡି ରାଜ୍ୟରେ ସର୍ବାଧିକ ଭୋଟ ପାଇଁ ସଶକ୍ତ ବିରୋଧୀ ଦଳର ଭୂମିକା ଲିଭାଉଛି ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳର ବିଜେଡିର ସାଙ୍ଗଠନିକ ସମ୍ପାଦକ ପଦବୀ ରହିବ ନାହିଁ lଦଳର ଯୁବ ନେତାମାନଙ୍କୁ ଜିଲ୍ଲା ଦାୟିତ୍ଵ ଦିଆଯିବlସେହିପରି ଦଳର ସଂସଦୀୟ ବୋର୍ଡ କମିଟି, ରାଜନୈତିକ ବ୍ୟାପାର କମିଟି ଢାଞ୍ଚାରେ ନୂଆ ଟିମ୍ ଗଠନ କରିବେ ନବୀନlକାର୍ଯ୍ୟକାରୀ ସଭାପତି କି ସଂଗଠନ ସମ୍ପାଦକ ପଦ ଦଳରେ ରହିବ ନାହି l ବରଂ ନବୀନ ନିଜର କୋର ଟିମ୍ ଗଠନ କରିବେ l ଯେଉଁ ଟିମ୍ ରେ ପ୍ରସନ୍ନ ଆର୍ଚାଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ସଂଜୟ ଦାସ ବର୍ମା ଦାୟିତ୍ଵରେ ରହିବେl ସେହିପରି ଅରୁଣ ସାହୁ ଓ ଚିନ୍ମୟ ସାହୁଙ୍କୁ ଯୁବ ଓ ଛାତ୍ର ସଂଗଠନର ଗୁରୁ ଦାୟିତ୍ବ ଦେଇ ପାରନ୍ତି ନବୀନ lସ୍ନେହାଙ୍ଗିନ ଛୁରିଆ ମହିଳା ସଂଗଠନର ଗୁରୁ ଦାୟିତ୍ବ ଦେଇପାରନ୍ତି ନବୀନ l ବିଭିନ୍ନ ସାମୁଖ୍ୟ ର ଗୁରୁଦାୟିତ୍ଵ କିଛି ବରିଷ୍ଠ ଓ ଯୁବ ନେତାଙ୍କ ହାତରେ ନ୍ୟସ୍ତ କରିବ ଦଳ lପ୍ରଥମ ଥର ଲାଗି ନବୀନ ବିଜେଡିରେ ଶୁଙ୍ଖଳା କମିଟି ଗଠନ କରିବେ l

ଜୁନ ମାସ ପ୍ରଥମ ସପ୍ତାହରେ ନବୀନ ନିଜର ନୂଆ ଟିମ୍ ଘୋଷଣା କରିବେ l ଯାହାକୁ ନେଇ ଏବେଠାରୁ ବିଜେଡି ଶିବିରରେ ଉତ୍ସାହ ବଢ଼ିଛି l

କିଛି ଭିନ୍ନ କାମ, କିଛି ଭିନ୍ନ ଉଦ୍ଦେଶ୍ୟ

()ଆଜିର ଯୁବ ପିଢ଼ି ଫ୍ରି ପ୍ଲଫାଇୟ, ରିଲ୍ସ, ବେଟିଂ ଆପ୍ ପଛରେ ଧାଇଛନ୍ତି l ହେଲେ ଏମିତି କିଛି ଯୁବକ ଅଛନ୍ତି, ଯେଉଁମାନେ ନିଜ ପକେଟ ଖର୍ଚ୍ଚର ଅର୍ଥକୁ ସଂଚିତ କରି କିଛି ଭିନ୍ନ କାମ, କିଛି ଭିନ୍ନ ଉଦ୍ଦେଶ୍ୟ ଲଗାଉଛନ୍ତି l ଯାଜପୁର ରୋଡର ମିଟ ଆଣ୍ଡ ଗ୍ରିଟ ଗ୍ରୁପ ଆଜି ସାରା ଓଡିଶାର ଯୁବ ଶକ୍ତି ଙ୍କ ପାଇଁ ଉଦାହରଣ ସାଜିଛନ୍ତି l ଯୁବକଙ୍କ ଦୃଢ ଇଚ୍ଛାଶକ୍ତି ବଳରେ ଗୋଟେ ରାଷ୍ଟ୍ର ଓ ରାଜ୍ୟ ନିର୍ମାଣ ସମ୍ଭବ l ଯାହା ଯାଜପୁର ରୋଡ ଯୁବକମାନେ ବିଭିନ୍ନ ସମାଜସେବା କାର୍ଯକ୍ରମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ୍ ସାଜିଛନ୍ତି l କେତେବେଳେ ଅନାଥ ଆଶ୍ରମ ଯାଇ ସେଠାକାର ଅନ୍ତେବାସୀ ଙ୍କ ମୁଁହରେ ହସ ଫୁଟାଉଛନ୍ତି ତ କେତେବେଳେ ଅସହାୟ ବ୍ୟକ୍ତିର ଆଶାବାଡି ସାଜିଛନ୍ତି l ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରୀ ରହିଥିବା ବେଳେ ଜଳଛତ୍ର ଖୋଲି ଲୋକଙ୍କୁ ଶୋଷ ମେଣ୍ଟାଉଛନ୍ତି l ବହୁ ସଦସ୍ୟ ନୁହେଁ ଅନୁଷ୍ଠାନର ଅଳ୍ପ ସଦସ୍ୟ ଏକାଠି ହୋଇ ଏପରି ମହାନ କାମ କରି ସଭିଙ୍କ ପ୍ରିୟପାତ୍ର ସାଜିଛନ୍ତି ଏହି ଯୁବକମାନେ l ଯାଜପୁର ରୋଡର ମିଟ ଆଣ୍ଡ ଗ୍ରିଟ ଗ୍ରୁପ ଶ୍ରୀତମ ବାରିକ , ସମ୍ଭୁନାଥ ବିଶ୍ୱାଳ, ଅମ୍ରିତ କୁମାର ସାହୁ, ଦିବ୍ୟଜ୍ୟୋତି ଭୁଇଆଁ,ସହଯୋଗକାରୀ :- ଦେବାଶିଷ ପୃଷ୍ଟି, ଆଶିଷ ଜେନା, ନିରଞ୍ଜନ ବେହେରା, ବିଶ୍ୱଜିତ ସାମଲ, ରାଜ ପରିଡା, କ୍ରିଷ୍ଣାଶିଶ, ବାଦଲ, ୟୁବରାଜ, ସୌରବ, ରାହୁଲ, ମନୋରଞ୍ଜନ, ଶୁଭମ, ମୁନୁ, ଅନ୍ୟ ସଦସ୍ୟମାନେ ଆଜି ରାଜ୍ୟର ଅନ୍ୟ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛି l

Follow us

20,832FansLike
0FollowersFollow
14,700SubscribersSubscribe

Latest news