ବାଲି ମାଫିଆ ନେଇ ବିଧାନସଭାରେ ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କ୍ଷୋଭ: ମାଫିଆ କମିଟି ସହ ବୁଲୁଛନ୍ତି କେମିତି….

() ଶୂନ୍ୟକାଳରେ ବିଜେଡି ବିଧାୟକ ସଂଜୀବ ମଲ୍ଲିକ ବଖାଣିଲେ କେମିତି ବିଧାନସଭା କମିଟି ଉପରେ ମିନିରାଲ ମାଫିଆଙ୍କ କବଳରୁ ବର୍ତିପାରିଥିଲା। ଦୁଃଖ ଓ ଭୟର ସହ ସଂଜୀବ ଗୃହରେ କହିଛନ୍ତି କି ମିନିରାଲ୍ ମାଇନ୍ସ ଲିଜରେ ଦିଆନଯିବା କାରଣରୁ ଲୁଟ ହେଉଛି । ବାଲି ଓ ଷ୍ଟୋନ ଭଳି ପଦାର୍ଥ ମିନିରାଲ୍ ମାଇନ୍ସ ରେ ଜଡିତ। ଯେତେବେଳେ ମୋ ଅଞ୍ଚଳକୁ ବିଧାନସଭା କମିଟି ଗସ୍ତ କରିଥିଲା ସେହି ସମୟରେ ଜଣେ ବାଲି ଚୋର ଆମ ସହ ବୁଲୁଥିଲା ମୁଁ ଅଧିକାରୀଙ୍କୁ ବି ଏ ସମ୍ବନ୍ଧରେ ପଚାରି ଥିଲେ ସେ ବି କହିଥିଲେ ହଁ ସେ ବାଲି ମାଫିଆ। ଖାଲି ସେତିକି ନୁହେଁ ପୋଲିସ ଆମକୁ ଏସ୍କଟରେ ନେଇଯିବାର ବ୍ୟବସ୍ଥା ଥିବା ବେଳେ କିନ୍ତୁ ମାଫିଆ ବାଇକ ରେ ଆମକୁ ଏସ୍କଟ କରି ନେଉଥିଲେ । ଆମେ ଗସ୍ତ କରୁଥିବା ଜାଣି ଥିଲେ ସୁଦ୍ଧା ତାଙ୍କ ଭିତରେ ଭୟ ନଥିଲା କିନ୍ତୁ ଆମକୁ ଆକ୍ରମଣ କରିବା ପାଇଁ ପୁରା ପ୍ରସ୍ତୁତ ଥିଲେ । ତେଣୁ ଏ ମାଫିଆଙ୍କ ବିରୋଧ ରେ ସରକାର ଆକ୍ସନ ନେବାର ଅଛି।

ଶୂନ୍ୟକାଳରେ ଖଣି ଲୁଟ ଚିନ୍ତା ପ୍ରକଟ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।ବାଚସ୍ପତିଙ୍କୁ ନିବେଦନ କଲେ କି ଆପଣ ଏକ ବୈଠକ ଡାକନ୍ତୁ। ଖଣି ,ରାଜସ୍ୱ ସହ ଅନ୍ୟ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସହ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ କରି ନିର୍ଦ୍ଦେଶ ଦିଅନ୍ତୁ ମିନିରାଲ୍ ମାଇନ୍ସ ଲୁଟ ଉପରେ ରୋକ୍ ଲଗାଇବେ। କାହିଁକି ନା ଖଣି ବିଭାଗ ପାଖରେ ଯଥେଷ୍ଟ ମ୍ୟାନ ପାୱାର ନାହିଁ ଯେ ରାଜ୍ୟ ବାହାର କୁ ଚାଲାଣ ରେ ରୋକ୍ ଲଗାଇ ପାରିବେ । ତେଣୁ ଏହାକୁ ଗୁରୁତ୍ୱାରୋପ ଦେଇ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ବିକଶିତ ଗାଁ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଚାହୁଛନ୍ତି କିନ୍ତୁ କେମିତି ହେବ। ମିନିରାଲ୍ ମାଇନ୍ସ ତ୍ ମିଳୁନି ଅର୍ଥ ନଷ୍ଠ ହେବା ସହ ଆମ ରାଜସ୍ବ କ୍ଷତି ପହଞ୍ଚୁଛି।

କିଟ କଥା ଉଠିଲା ବିଧାନସଭାରେ : ପ୍ରଶ୍ନ କଲା ବିଜେଡି….

()ପୁଣି କିଟ୍ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଜେଡି ବିଧାୟକ ଶାରଦା ଜେନା। ୨୦୨୫-୨୬ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ଉତ୍ତର ଚାହିଁଲେ। କିଟ୍ ପାଇଁ ଆମକୁ ଆମର ଛୋଟ ରାଷ୍ଟ୍ର ନେପାଳ ବନ୍ଧୁ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିଲା। କେବେ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରକାଶ କରିବେ ଜଣାଇବାକୁ ଅନୁରୋଧ।କିଟ୍ ଆମ ମୁଣ୍ଡ ତଳକୁ କରିଦେଇଛି। ଯାହା ଘଟିଲା ତ୍ ଘଟିଲା କିନ୍ତୁ ତା ପର ମୁହୂର୍ତରେ ଯେଉଁ ଭଳି ପରିଚାଳନା କରାଗଲା ତାହା ଚିନ୍ତାର ବିଷୟ। କିଟ୍ ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ୨୦୨୫-୨୬ ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଦାବି କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି।

କିଟ୍ ରେ ଯାହା ହେଲା ଆମେ ଦୁଃଖିତ। ନେପାଳ ପାଖରେ କ୍ଷମା ମାଗିବାକୁ ପଡ଼ିଲା। ହାତ ଟେକିଦେଲେ ସରକାର। ଉଚ୍ଚ ସ୍ତରୀୟ କମିଟି ହେଲା ସେ ରିପୋର୍ଟର ଭାଗ୍ୟ କଣ। କେବେ ଗୃହରେ ଉପସ୍ଥାପନ ହେବ। କିଟ୍ ଘଟଣାର ତଦନ୍ତ ରିପୋର୍ଟ କେବେ ସୁଦ୍ଧା ରଖିବେ ମନ୍ତ୍ରୀ ଉତ୍ତର ରଖିବେ ବୋଲି ଦାବି କରିଥିଲେ।

ସୋଆ ପକ୍ଷରୁ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ ହୋଇଛି…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଜଗନ୍ନାଥ ଦାସଙ୍କ ‘ମହାଭାରତ’ ଏକ ଗୁରୁତ୍ୱପୂର୍ଣ୍ଣ ପାଠ । ଜଗନ୍ନାଥ ଦାସ ଓଡ଼ିଆ ନବାକ୍ଷରୀ ଭାଗବତ ରଚନା କରିବା ପୂର୍ବରୁ ରାମାୟଣ ଓ ମହାଭାରତ ରଚନା କରିଥିଲେ ବୋଲି ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ’ରେ ଲେଖିଛନ୍ତି । କିନ୍ତୁ କେତେକ ଗବେଷକ ନବାକ୍ଷରୀ ‘ମହାଭାରତ’ର ରଚନାକାର ଭାବରେ ତାହାକୁ ସ୍ୱୀକାର କରି ନାହାନ୍ତି । ତାହା ସତ୍ୱେ ତାଙ୍କ ନାମରେ ଭଣିତା ଥିବା ‘ମହାଭାରତ’ର ଗୁରୁତ୍ୱକୁ ଅସ୍ୱୀକାର କରାଯାଇପାରିବ ନାହିଁ ବୋଲି ଗବେଷକ ତଥା କାନପୁର ଆଇଆଇଟିର ପ୍ରାକ୍ତନ ଇଂରାଜୀ ପ୍ରଫେସର ଡକ୍ଟର ପଟ୍ଟନାୟକ କହିଛନ୍ତି । ଏହି ସମ୍ପାନରେ ବକ୍ତବ୍ୟ ଉପସ୍ଥାପନ କରି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ମହାଭାରତର ଏହି ପାଠରେ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ, ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ଶ୍ରୀମଦ୍‌ଭଗବତ୍ ଗୀତାର ସମନ୍ୱୟ ରହିଛି । ମହାଭାରତର ବିଷୟବସ୍ତୁକୁ ସଂକ୍ଷେପରେ ଏବଂ ଅତ୍ୟନ୍ତ ବିଚାରବନ୍ତ ଭାବରେ ଏଥିରେ ଉପସ୍ଥାପନ କରାଯାଇଛି ।

ଏହି ସମ୍ପାନରେ ଓଡିଆ ଗବେଷଣା ପରିଷଦର ଉପସଭାପତି ତଥା ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି ସଭାପତିତ୍ୱ କରି ଗବେଷଣା ପରିଷଦର ଆଭିମୁଖ୍ୟ ଏବଂ ସମ୍ପାନ ସଂପର୍କରେ ସୂଚନା ଦେଇ୍‌ଥିଲେ । ଏହି ସମ୍ପାନରେ ପ୍ରାଚୀନର ମୁଖ୍ୟ ପ୍ରଫେସର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରାଚୀନ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟର ‘ପ୍ରାଚୀନ’ ବିଭାଗ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନର ଲକ୍ଷ୍ୟ ନେଇ ସ୍ଥାପିତ ହୋଇଛି । ପ୍ର୍ରାଚୀନ ଜରିଆରେ ବର୍ତମାନ ସାରୋଳଦାସ ମହାଭାରଥର ପାଠ ଆଧାରିତ ସଂସ୍କରଣ ପ୍ରସ୍ତୁତି, ବିରଳ ପୁସ୍ତକର ଡିଜିଟାଇଜେସନ୍‌, ନୃତତ୍ୱ ଓ ଆଦିବାସୀ ସଂସ୍କୃତି, ଯୋଗ ଓ ସଂସ୍କୃତି ଅଧ୍ୟୟନ ବିଭାଗରେ ଅଧିକ ଗବେଷଣା ଜାରି ରହିଥିବା ସେ ସୂଚନା ଦେଇଥିଲେ ।ସମ୍ପାନର ପ୍ରାରମ୍ଭରେ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ପରିଷଦର ସମ୍ପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ, କୋଷାଧ୍ୟକ୍ଷ ଶ୍ରୀ ସୁବାଷ ପଟ୍ଟନାୟକ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଫେସର ସନ୍ତୋଷ କୁମାର ରଥ, ପ୍ରଫେସର ମନୋରଞ୍ଜନ ପ୍ରଧାନ, କବି ଶ୍ରୀ ଶୈଳଜ ରବି, ଅନୁବାଦକ ଶ୍ରୀ ସୁଭାଷ ଶତପଥୀ, ଗାଳ୍ପିକା ଶ୍ରୀମତି ସୁନନ୍ଦା ପ୍ରଧାନ, ଗବେଷକ ଶ୍ରୀ ଫଣିନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାଚୀନ ପକ୍ଷରୁ ଆସୋସିଏଟ ପ୍ରଫେସର ଡକ୍ଟର ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ଜୀବନ କୁମାର ପଣ୍ଡା, ଶ୍ରୀ ସମ୍ବିତ ପଟ୍ଟନାୟକ ଓ ଶ୍ରୀ ବିଭୂତି ପ୍ରସାଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରାଜ୍ୟରେ ମହିଳା ଅସୁରକ୍ଷିତ, ବିଧାନସଭାରେ ବିରୋଧୀଙ୍କ ଗର୍ଜନ, ବିଜେପି ରଖିଲା ଜବାବ….

()କଂଗ୍ରେସ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ୫ବର୍ଷର କୋମଳମତି ଝିଅ କୁ ଧର୍ଷଣ ଓ ହତ୍ୟା, ସରକାର ନୀରବ* ଶୀର୍ଷକ ମୁଲତବୀ ପ୍ରସ୍ତାବ ଦିଆ ଯାଇ ଥିଲା। ଏଥିରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସ ବିବୃତି ରଖିଛନ୍ତି। ନକଲି ସିବିଆଇ ଅଧିକାରୀ କହି ଭୁବନେଶ୍ବର ରେ ମହିଳା ଙ୍କୁ ଦୁଷ୍କର୍ମ କରାଯାଇଛି। ଚିତ୍ର କୋଣ୍ଡା ରେ ଆଦିବାସୀ ଛାତ୍ରୀ ପ୍ରସବ କଲା। 2024 ରେ ଦୁଷ୍କର୍ମ ମାମଲା 8 ପ୍ରତିଶତ ବୃଦ୍ଧି ହୋଇଛି । ବିଜେପି ସରକାର ସମୟରେ ହୋଇଛି। ବେଟୀ ବଞ୍ଚାଓ, ବେଟୀ ପଢ଼ାଓ ନାରା କୁଆଡେ ଗଲା। ବେଟୀ ବଢା ଅ, ଦୁଷ୍କର୍ମ କେ ଲିଏ ଛୋ ଡ ଦୋ ନାରା ଆପଣ ଏବେ ପୁରଣ କରୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଆମେ ଡରିବୁନି, ଲଢିବାକୁ ପ୍ରସ୍ତୁତ। ଯେଉଁ ମା ଗର୍ଭ ରୁ ଆମେ ଜନ୍ମ ନେଇଛୁ ସେ ମା ଆଜି ଅସୁରକ୍ଷିତ। ସର୍ବଦଳୀୟ ବୈଠକ କରି ଗୃହ କମିଟି କରାଯାଉ ବୋଲି ଦାବି କଲେ କଂଗ୍ରେସ ବିଧାୟକ ଅଶୋକ ଦାସ।

ସୋଫିଆ ଫିର ଦୋଷ ଭାଗ ନେଇ କହିଛନ୍ତି, ମନ୍ତ୍ରୀ କହୁଛନ୍ତି ଅପରାଧି ଙ୍କ ଉପରେ action ନିଆଯାଇଛି। ରାଜ୍ୟପାଳ ପୁଅ ମାଡ ଘଟଣାରେ କି action ନିଆଯାଇଛି। ଭରତପୁର ଘଟଣାରେ କି action ନିଆଯାଇଛି। ହୋଲି ଅଘଟଣ ମହିଳା ଙ୍କୁ ଅଧିକ୍ ଭୟଭୀତ କରିଛି। ବାଲେଶ୍ଵର ରେ ନିଜ ଘରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା। *24 ବର୍ଷ ରେ ଅପରାଧ ଅଧିକ୍ ଥିଲା। ଏବେ ମୁଖ୍ୟମନ୍ତ୍ରୀ ଙ୍କୁ ଲଣ୍ଠନ ଲଗାଇ ବିଜେଡି ବିଧାୟକ ଖୋଜୁଛନ୍ତି। କିନ୍ତୁ ବିଜେଡି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରୋନ ଲଗେଇ ଖୋଜିଲେ ବି ମିଳୁ ନଥିଲେ। ଦୁର୍ବଳ ନୀତି ପାଇଁ ଆଜି ଏ ଅବସ୍ଥା l 54 ଗଣ ଧର୍ଷଣ, 9 ଟି ଏସିଡ ଆକ୍ରମଣ ନୂଆ ସରକାର ରେ ହେଇଚି। ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଛି। ମୁଖ୍ୟମନ୍ତ୍ରୀ ଗୃହ କମିଟି ଗଠନ କରନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଙ୍କ ବିବୃତି। ମହିଳା ମାନେ ବର୍ତ୍ତମାନ ଘରୁ ବାହାରିବାକୁ ଭୟ କଲେଣି। 9 ମାସ ରେ 3054 ଘଟଣା ଘଟିଲାଣି। *ବରି ଅଞ୍ଚଳର ପିହୁ ଘଟଣା ସମୟରେ ବିଜେପି କର୍ମୀ ତା ବାପା ମା ଙ୍କୁ ଆଣି ଆତ୍ମହତ୍ୟା କରିବାକୁ ଉସକାଇଲେ। ଏବେ ତ ଆପଣ ଙ୍କ ସରକାର କୁ 9 ମାସ ହେଲାଣି। ପିହୁ କୁ ଆଣି ଦେଲେ?ପୋଲିସ କୁ ନିରପେକ୍ଷ କାମ କରିବାକୁ ଦେଉନାହାନ୍ତି। ବିଜେପି କର୍ମୀ ଧମକ ଦେଉଛନ୍ତି ପୋଲିସ ଅଧିକାରୀ ଙ୍କୁ ବଦଳି କରିଦେବା ପାଇଁ। ନବୀନ୍ ପଟ୍ଟନାୟକ ଥାନାରେ ମହିଳା ଶିଶୁ ଡେସ୍କ କରିଥିଲେ। ଏବେ କିନ୍ତୁ ତାହା କାମ କରୁନି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫଟ ଉଠାଇ ବିଜେପି କର୍ମୀ ପୋଲିସ ଓ ଅଫିସର ଙ୍କୁ ଧମ୍ କାଉଛନ୍ତି*

Mla ମାନୁନାହାନ୍ତି ମନ୍ତ୍ରୀ ଙ୍କୁ , ମନ୍ତ୍ରୀ ମାନୁନାହାନ୍ତି ମୁଖ୍ୟମନ୍ତ୍ରୀ ଙ୍କୁ। ବିଧାନସଭା ରେ ଆପଣ ଯେମିତି ତଳେ କର୍ମୀ ସେମିତି। *ପ୍ରମିଳା ବିବୃତି ରଖୁଥିବା ବେଳେ ବିଜେପି ବିଧାୟକ ମାନେ ପଚାରିଲେ ନବୀନ୍ ବାବୁଙ୍କୁ ଆପଣ ଭେଟି ପାରୁଛନ୍ତି? ପ୍ରମିଳା ଉତ୍ତର ରେ କହିଲେ ମୁଁ ପ୍ରତିଦିନ ଭେଟୁ ଛି। କିଏ କିଏ ଆପଣଙ୍କ ଭିତରୁ ନବୀନ ଙ୍କୁ ଭେଟିବାକୁ ଚାହୁଁଛନ୍ତି ଆସ ଏବେ ଯିବା ଭେଟି କି ଆସିବ। ଏ ମିଛ କଥା କହି ସରକାର କୁ ଆସିଲ। ଚୋର ଘର ସବୁବେଳେ ଅନ୍ଧାର ନୂହେଁ କହି ବିଜେପି କୁ ଟାର୍ଗେଟ କଲେ ପ୍ରମିଳା। ମୁଲତବୀ ଆଲୋଚନା ରେ ଉତ୍ତର ଦେଇ ଆଇନ ମନ୍ତ୍ରୀ କହିଲେ ଅନୁଗୁଳରେ ୫ ବର୍ଷରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାର ନିରବ ଦ୍ରଷ୍ଟା ଶୀର୍ଷକ ମୁଲତବୀ ଆଲୋଚନା ରେ ମନ୍ତ୍ରୀଙ୍କ ଉତ୍ତର। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ୧୪ ତାରିଖରେ ରଞ୍ଜନ ସାଏ ତାଙ୍କ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ୧୫ ତାରିଖରେ ତାଙ୍କ ଘରର ୧୫୦ ରୁ ୨୦୦ ମିଟର ଦୂରରେ ମୃତଦେହ ମିଳିଥିଲା। ସନ୍ଧନୀ କୁକୁର ସହାୟତାରେ ଯେଉଁ କିଛି ପ୍ରମାଣ ମିଳିଥିଲା ସେହି ତଥ୍ଯ ଆଧାରରେ ବାବୁଲା ଜେନାକୁ ଗିରଫ କରାଯାଇଛି। ହତ୍ୟା ଓ POCSO ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି। ଦଣ୍ଡବିଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ସମୟରେ ଆଇନ ମନ୍ତ୍ରୀ ଜୁନ ୨୦୨୩ ରୁ ଫେବୃଆରୀ ୨୦୨୪ ଓ ଜୁନ ୨୦୨୪ ରୁ ଫେବୃଆରୀ ୨୦୨୫ ର ତୁଳନାତ୍ମକ ତଥ୍ୟ ରଖି କହିଛନ୍ତି ନାବାଳିକା ଦୁଷ୍କର୍ମ ୨୩ ପ୍ରତିଶତ ରୁ ୧୮ ପ୍ରତିଶତ କୁ ହ୍ରାସ ପାଇଛି। ମହିଳା ଓ ଶିଶୁ ଅପରାଧ କମିଛି। ହତ୍ୟାକାଣ୍ଡ ୧୦୮୪ ରୁ ଚଳିତ ବର୍ଷ ୧୦୦୩ କୁ ହ୍ରାସ ପାଇଛି। ନାବାଳିକା ଦୁଷ୍କର୍ମ ୯୯୫ ରୁ ୯୪୮ କୁ ହ୍ରାସ ପାଇଛି। ଦୁଷ୍କର୍ମ ୧୮୬୩ ରୁ ୧୮୩୦ କୁ ହ୍ରାସ ପାଇଛି। ଯୌନ ନିର୍ଯ୍ୟାତନା ୮୭୮ ରୁ ୭୫୯ କୁ ହ୍ରାସ ପାଇଛି। ଦଣ୍ଡବିଧାନ ହାର ଉପରେ ଗୁରୁତ୍ବ ଦିଆଯାଉଛି। ମହିଳା ଓ ଶିଶୁ ଅପରାଧକୁ ସରକାର ଦୃଢତାର ସହ ନେଇଛନ୍ତି। ଆଇନରୁ ଉର୍ଦ୍ଧ୍ବରେ କେଜି ନୁହନ୍ତି, ଯେତେ ପ୍ରଭାବ ଶାଳୀ ହେଲେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଥାନା ଭିତ୍ତିଭୂମି ସୁଦୃଢ ସହ ଖାଲି ପଦବି ପୂରଣ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।

ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସୋଆ …

()  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରିଜରଭିସନ୍‌, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଦିବଙ୍ଗତ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, ଆଶୁତୋଷ ପରିଡ଼ା, ଅଶ୍ୱିନୀ କୁମାର ମିଶ୍ର, ସାହିତ୍ୟିକ ଅସିତ୍ ମହାନ୍ତି, ସନ୍ତୋଷ କୁମାର ରଥ, ଗୌରାଙ୍ଗ ଚରଣ ଦାଶ, ଫଣୀନ୍ଦ୍ର ଭୂଷଣ ନନ୍ଦ, ପ୍ରଦୀପ୍ତ କୁମାର ପଣ୍ଡା, କ୍ଷୀରୋଦ ପରିଡ଼ା, ମିହିର କୁମାର ସାହୁ, ବିଶିଷ୍ଟ ପ୍ରକାଶକ ବନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ କବି ରମାକାନ୍ତ ରଥଙ୍କ କବିତା ଓ ବ୍ୟକ୍ତିଗତ ଜୀବନର ସ୍ମୃତିଚାରଣ କରିଥିଲେ । ଦିବଙ୍ଗତ କବି କିପରି ଯୁବ କବିମାନଙ୍କୁ ଉତ୍ସାହିତ ଓ ପ୍ରେରିତ କରୁଥିଲେ ବୋଲି ପ୍ରାଚୀନର ମୁଖ୍ୟ ପ୍ରଫେସର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ।

୨୦୨୩ ମସିହା ନଭେମ୍ବର ୨୬ ତାରିଖରେ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ରମାକାନ୍ତ ରଥଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ।

ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଜଷ୍ଟିସ୍ ବି. ଆର୍ ଷଡ଼ଙ୍ଗୀ

( ) ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ ଏବଂ ପ୍ରତ୍ୟେକ କ୍ଷଣରୁ ଶିକ୍ଷା ଗ୍ରହଣ କରାଯାଇପାରିବ। ଶିକ୍ଷା ଗ୍ର୍ରହଣ ପ୍ରକ୍ରିୟା ସବୁବେଳେ ଜାରି ରଖିବା ଜରୁରୀ। ଏଥି ସହିତ ଜୀବନରେ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ବ୍ୟକ୍ତ କରିଛନ୍ତି ଜାତୀୟ ମାନବାଧିକାରୀ କମିଶନର ସଦସ୍ୟ ଡକ୍ଟର ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ। ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ୯ମ ବାର୍ଷିକ ଉତ୍ସବ ‘ଜଷ୍ଟିସିଆ ୩.୦-୨୦୨୫’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ଜଷ୍ଟିସ୍ ଷଢ଼ଙ୍ଗୀ ଆଇନ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଉପଦେଶ ଦେଇଛନ୍ତି।

ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଥିବା ଜଷ୍ଟିସ୍ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଆଇନ୍ ପେସାର ଅନୁଭୂତି ବଖାଣିବା ସହ ଏହି ବୃତିରେ ଧୈର୍ଯ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି କହିଥିଲେ। ବୃତିଗତ ଯାତ୍ରା ବେଶ ଜଟିଳ। ତେଣୁ ନିଜକୁ ବଂଚାଇ ରଖିବାର କଳା ଆହରଣ କରିବା ଉଚିତ୍ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ସୋଆକୁ ଉଚ୍ଚ ପ୍ରଶଂସା କରି ଜଷ୍ଟିସ୍ ଷଢ଼ଙ୍ଗୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବାରୁ ଗର୍ବ ଅନୁଭବ କରିବା ଉଚିତ୍‌। ସାମାନ୍ୟ ସଫଳତାରେ ଉଲ୍ଲସିତ ନ ହୋଇ ଆହୁରି ଅଧିକ ସଫଳତା ସାଉଁଟିବା ଦିଗରେ ପ୍ରଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କହି ଜଣେ ଆଇନଜୀବିର ଯାତ୍ରା କେବେ ଶେଷ ହୁଏ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ। ଏସ୍‌ଏନ୍‌ଆଇଏଲ୍‌ର ୫ ଜଣ ଛାତ୍ରଛାତ୍ରୀ ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ବିଶ୍ୱବିଦ୍ୟାଳୟକୁ ସେ ଶୁଭେଚ୍ଛା ଜଣାଇଥିଲେ। ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନିଜ ବୃତି ପ୍ରତି ଏକାଗ୍ରତା ଓ ଭଲ ପାଇବା ରହିଲେ ଛାତ୍ରଛାତ୍ରୀମାନେ ଆଗକୁ ଯାଇପାରିବେ ବୋଲି କହିଥିଲେ। ନିଜର ବୃତିଗତ ଯାତ୍ରା ବିଶ୍ୱବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ।

କାର୍ଯ୍ୟକ୍ରମରେ ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ.ଏ.କେ. ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଏସ୍‌ଏନ୍‌ଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଆକାଶ ତ୍ରୀଖା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସୋଆର ନିର୍ଦ୍ଦେଶକ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଶ୍ରୀ ମହେନ୍ଦ୍ର ପ୍ରସାଦ ଓ ବିଭିନ୍ନ ବିଭାଗୀୟ ନିର୍ଦ୍ଦେଶକ, ବରିଷ୍ଠ କର୍ମକର୍ତା, ଏସ୍‌ଏନଆଇଏଲ୍‌ର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ସିନିୟର ପ୍ରଫେସର ଡକ୍ଟର ମଧୁସୁଦନ ଦାସ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ;ନବୀନ…

{} ଓଡ଼ିଶା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ନବୀନ ପଟନାୟକ ଙ୍କ ଶୋକ।

() ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପି ର ପୂର୍ବତନ ସଭାପତି ଡ଼କ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ଡ଼କ୍ଟର ପ୍ରଧାନ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ.ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ମନ୍ତ୍ରୀମଣ୍ଡଳ ରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତା ର ମଧ୍ୟ ପରିଚୟ ଦେଇ ଯାଇଛନ୍ତି।

ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତା ଙ୍କୁ ହରାଇଲା ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକ ବାର୍ତା ରେ କହିଛନ୍ତି।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଓଡ଼ିଶା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ….

{} ଓଡ଼ିଶା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।

ସେବା ଓ ସଂକଳ୍ପ ମନୋଭାବ ନେଇ ରାଜ୍ୟର ବିକାଶ ପାଇଁ ସ୍ୱର୍ଗତ ପ୍ରଧାନ ସାରା ଜୀବନ ଉତ୍ସର୍ଗ କରିଥିଲେ- ମୁଖ୍ୟମନ୍ତ୍ରୀ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । 

() ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି ।

ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

କବି ରମାକାନ୍ତ ରଥଙ୍କ ବିୟୋଗ ରେ ନବୀନ ପଟନାୟକ ଙ୍କ ଶୋକ… 

ଯଶସ୍ବୀ ସାହିତ୍ୟ ସାଧକ କବି ରମାକାନ୍ତ ରଥଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି.l ସ୍ବର୍ଗତ ରମାକାନ୍ତ ରଥ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ପଟନାୟକ କହିଛନ୍ତି ଯେ ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତ ର ଜଣେ ସଫଳ ସ୍ରଷ୍ଟା ଥିଲେ। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା.ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଟନାୟକ ତାଙ୍କ ଶୋକବାର୍ତ୍ତା ରେ କହିଛନ୍ତି.ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ସ୍ବର୍ଗତ ରଥଙ୍କ ର ବିଶେଷ ସୁନାମ ରହିଥିଲା ତାଙ୍କର ବିୟୋଗ ସାହିତ୍ୟ ଜଗତ ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଶ୍ରୀ ପଟନାୟକ କହିଛନ୍ତି. ସ୍ବର୍ଗତ ରଥ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ବିରୋଧୀ ଦଳ ନେତା ଶ୍ରୀ ପଟନାୟକ ଗଭୀର ସମବେଦନା ଜଣେଇଛନ୍ତି।

ଇସ୍କନ୍ ଭୁବନେଶ୍ୱର ରେ ଭୁବନେଶ୍ୱର ମହାନଗର ସାମାଜିକ ସଦଭାବନା ବୈଠକ: ଏକ ବିଶିଷ୍ଟ ସଫଳତା…

ଇସ୍କନ୍ ଭୁବନେଶ୍ୱର ଏକ ସମ୍ମାନନୀୟ ଅବସରରେ ଭୁବନେଶ୍ୱର ମହାନଗର ସାମାଜିକ ସଦଭାବନା ବୈଠକ ଆୟୋଜନ କରିବାର ସୁଯୋଗ ପାଇଲା, ଯେଉଁଠି ୨୫+ ଟି ଆଧ୍ୟାତ୍ମିକ ସଂସ୍ଥାରୁ ପ୍ରାୟ ୧୫୦ ଜଣ ବିଶିଷ୍ଟ ପ୍ରତିନିଧି ଏକତ୍ର ହୋଇଥିଲେ। ଏହି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଉପସ୍ଥିତ ହୋଇଥିଲା, ଯେଉଁଠି ସାମ୍ପ୍ରଦାୟିକ ସମ୍ମିଳନ, ସାଂସ୍କୃତିକ ଏକତା ଏବଂ ସମ୍ମିଳିତ ସମାଜସେବା ପ୍ରଚାର ପାଇଁ ଉପକୃତ ହୋଇଥିଲା।ଏହି ସଭାର ଏକ ବଡ଼ ଆକର୍ଷଣ ଥିଲା ଇସ୍କନ୍ ଭୁବନେଶ୍ୱର ଦ୍ୱାରା ଯୋଗାଇ ଦିଆଯାଇଥିବା ଅପୂର୍ବ ଆତିଥ୍ୟ। ଇସ୍କନ୍ ଯୁବ ଫୋରମ୍ ର ୫୦+ ଜଣ ଉତ୍ସାହୀ ସେବକ ଏହି ଅନୁଷ୍ଠାନର ବ୍ୟବସ୍ଥାପନାରେ ଏକ ମୂଳଭୂମିକା ନିବାହନ କଲେ, ଯାହାର ଫଳରେ ପ୍ରତ୍ୟେକ ଅତିଥି ଉତ୍ତମ ଭାବରେ ସ୍ଵାଗତ ଏବଂ ସୁବିଧାଯୋଗ୍ୟ ଅନୁଭବ କରିପାରିଲେ। ସେମାନଙ୍କର ଶୃଙ୍ଖଳାବଦ୍ଧତା ଏବଂ ନିଷ୍ଠା ଅତିଥିମାନଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲା।ସମସ୍ତଙ୍କୁ ଏକ ସୁସ୍ୱାଦୁ ପ୍ରସାଦ ସେବନ କରାଯାଇଥିଲା, ଯାହା ଇସ୍କନ୍ ର ପବିତ୍ର ପ୍ରସାଦ ବଣ୍ଟନ ପ୍ରଥାକୁ ଜାଗୃତ କରିଥିଲା। ଅତିଥିମାନେ ପ୍ରସାଦର ଶୁଦ୍ଧତା ଏବଂ ଭକ୍ତିଭାବର ସହିତ ତ୍ୟାଗ କରାଯାଇଥିବା ସେବା ଦେଖି ଆନ୍ଦୋଳିତ ହୋଇଥିଲେ। ଏହାସହିତ, ସମସ୍ତ ପ୍ରତିନିଧିଙ୍କୁ ଇସ୍କନ୍ ପଞ୍ଜିକା ଉପହାର ରୂପେ ପ୍ରଦାନ କରାଯାଇଥିଲା ଏହି ଅନୁଷ୍ଠାନଟି ଏକ ଶୃଙ୍ଖଳାବଦ୍ଧ ବ୍ୟବସ୍ଥାପନା, ଉଚ୍ଚ-ମାନଙ୍କର ଆତିଥ୍ୟ ଏବଂ ସୁସମ୍ପାଦିତ କାର୍ଯ୍ୟନ୍ୱୟନ ଦ୍ଵାରା ବିଶେଷ ଚିହ୍ନିତ ହୋଇଥିଲା। ପ୍ରତିନିଧିମାନେ ଅପୂର୍ବ ପ୍ରଶାସନିକ କୌଶଳ ଏବଂ ତାଙ୍କୁ ଦିଆଯାଇଥିବା ଅନ୍ତର୍ନିହିତ ସେବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ସଠିକ ଯୋଜନାବଦ୍ଧତା ଏବଂ ଭକ୍ତିପୂର୍ଣ୍ଣ ସେବା ଏକ ନୂଆ ପ୍ରମାଣସୀମା ସ୍ଥାପନ କରିଥିଲା, ଯାହା ଇସ୍କନ୍ ର ନିଷ୍ଠାପୂର୍ଣ୍ଣ ସେବା ଏବଂ ଭକ୍ତିମୟ ଉତ୍କୃଷ୍ଟତାକୁ ପ୍ରକାଶ କରେ।ଇସ୍କନ୍ ଭୁବନେଶ୍ୱରରେ ଆୟୋଜିତ ଭୁବନେଶ୍ୱର ମହାନଗର ସାମାଜିକ ସଦଭାବନା ବୈଠକ ବିଭିନ୍ନତାର ଏକତାର ଶକ୍ତିକୁ ପ୍ରମାଣ କରିଥିଲା, ସାମ୍ପ୍ରଦାୟିକ ସମ୍ପର୍କ ଶକ୍ତିଶାଳୀ କରିବା ଏବଂ ଏକ ସଂଘବଦ୍ଧ ସାମାଜିକ ସମନ୍ୱୟ ଆତ୍ମାବୋଧକୁ ପ୍ରେରିତ କରିଥିଲା।

Follow us

20,832FansLike
0FollowersFollow
14,700SubscribersSubscribe

Latest news