୧୦ବର୍ଷର ବଦଲା ନେଲେ ଶାହା : ଗରିଫ ହେଲେ ଚିଦାମ୍ବରମ

0

ଯେ ଶାକୁ ତେସା । ଯିଏ ଯାହା କରେ ସେ ତାହାର ଫଳପାଏ । ଏହି ଲୋକକଥା ଏବେ ଭାରତ ରାଜନୀତିରେ ଦେଖିବାକୁ ମିଳିଛି । ୧୦ର୍ବ ରାଜନୈତିକ ଇତିହାସ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । କ୍ଷମତା ଯେ ଚିରସ୍ଥାୟୀ ନୁହେଁ, ତେଣୁ ଏହାକୁ ବ୍ୟବହାର କରିବା ବେଳେ ସବୁ କିଛି ବୁଝି ବିଚାର କରି କରିବା ଉଚିତ , ନହେଲେ ତାହା ପରବର୍ତ୍ତୀ ସମୟରେ କ୍ଷମତା ଚାଲିଗଲା ପରେ ନିଜ ଉପରେ ପଡ଼େ ତାହା ଆଜି ଭାରତ ରାଜନୀତିରେ ଦେଖିବାକୁ ମିଳୁଛି । କଥାରେ ଅଛି ଦୁନିଆରେ କିଛି ବି ସ୍ଥାୟୀ ନୁହେଁ। ଆଜି ଯିଏ ଗରିବ ଖାଲି ସେ କୋଟିପତି। ତେବେ ଆଜିର ରାଜନୀତିରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯାହାକି ୧୦ ବର୍ଷ ତଳେ ଠିକ୍ ଓଲଟାଥିଲା। ଅର୍ଥାତ୍ ଏବେ ସିବିଆଇ କୌଣସି ମୁହୂର୍ତ୍ତରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଦୂର୍ନିତି ମାମଲାରେ ଗିରଫ କରିପାରେ। ଆଉ ଦେଶର ଏବେ ଗୃହମନ୍ତ୍ରୀ ଅଛନ୍ତି ଅମିତ ଶାହ। ଠିକ୍ ୧୦ ବର୍ଷ ତଳେ ସ୍ଥିତି ଏହାର ଓଲଟା ଥିଲା। ସେତେବେଳେ ଏକ ଫେକ୍ ଏନକାଉଣ୍ଟର ମାମଲାରେ ଅମିତ ଶାହଙ୍କୁ ସିବିଆଇ ଗିରଫ କରିଥିଲା। ଆଉ ସେତେବେଳେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ୱରମ୍। ସମୟ ଚକ୍ରରେ ବଦଳିଯାଇଛି ଆଜିର ସ୍ଥିତି।ପି ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ଦୂର୍ନିତିରେ ସାମିଲ ରହିଛନ୍ତି ବୋଲି ଜଣାପଡ଼ିଛି। ଏ ନେଇ ସିବିଆଇ ଏବେ ତାଙ୍କୁ ଗିରଫ କରିବା ପାଇଁ ଖୋଜୁଛି। ଜେଲରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଶରଣରେ ଏବେ ଚିଦାମ୍ୱରମ୍। ଯଦି ପ୍ରଧାନ ବିଚାରପତି ଜାମିନ ଦେଇ ଦେବେ ତାହେଲେ ଗିରଫ ଦାରୀରୁ ବଞ୍ଚିଯିବେ।

ତେବେ ନଜର ପକାନ୍ତୁ କଣ ଥିଲା ଅମିତ ଶାହା ଓ ପି.ଚିଦାମ୍ବରଙ୍କ ୧୦ବର୍ଷର କାହାଣୀ ..

ଠିକ୍ ୧୦ ବର୍ଷ ତଳେ ଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ କ୍ଷେତ୍ରରେ। ଶହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଅମିତ ଶାହ ଗିରଫ ହୋଇଥିଲେ। ୨୫ ଜୁଲାଇରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା। ତିନି ମାସ ପାଇଁ ଅମିତ ଶାହ ଜେଲରେ ରହିବା ପରେ ୨ ବର୍ଷ ପାଇଁ ଗୁଜରାଟ ବାହାରେ ରହିବା ପାଇଁ ଗୁଜରାଟ ହାଇକୋର୍ଟ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୧୫ରେ ସ୍ପେଶାଲ ସିବିଆଇ କୋର୍ଟ ଅମିତ ଶାହଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଥିଲେ। ସେତେବେଳେ ଅମିତ ଶାହଙ୍କୁ କଂଗ୍ରେସ ଜାଣିଶୁଣି ମାମଲାରେ ଛନ୍ଦିଛି ବୋଲି ବିଜେପି ଅଭିଯୋଗ କରୁଥିଲା। ଏବେ କଂଗ୍ରେସ ମଧ୍ୟ ଚିଦାମ୍ୱରମଙ୍କ ଗିରଫ ଦାରୀ ପାଇଁ ବିଜେପିକୁ ଦାୟୀ କରିଛି।\nନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଗିରଫ ହେଲେ ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଉପା ସରକାରରେ ସେ ମନ୍ତ୍ରୀ ଥିବା ବେଳେ ତାଙ୍କ ପଦର ଅପବ୍ୟବହାର କରି ଆଇଏନଏକ୍ସ ମିଡିଆକୁ ସହଯୋଗ କରିଥିବା ମାମଲାରେ ଆଜି ସିବିଆଇ ବାନ୍ଧିଛି।\nଗତକାଲି ଦିଲ୍ଲୀ ହାଇକୋର୍ଟ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସିବିଆଇ ଚିଦାମ୍ୱରମଙ୍କ ଦିଲ୍ଲୀ ବାସଭବନକୁ ଆସିଥିଲା ଗିରଫ କରିବା ପାଇଁ। ହେଲେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଏମିତିକି ଆଜି ସୁପ୍ରିମକୋର୍ଟରେ ଅଗ୍ରୀମ ଜାମିନ୍ ପାଇଁ ଚିଦାମ୍ୱରମ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ତତ୍କାଳ ଜାମିନ୍ ପାଇଁ ମନା କରିଦେଇଥିଲେ ବିଚାରପତି।\n

ସୁବାସିନୀ ଶର୍ମା ଅଧ୍ୟକ୍ଷା ନିର୍ବାଚିତ

0

ଯାଜପୁର  : ବରି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଅଧ୍ଯକ୍ଷ ପଦର  ଆଜି ଜବନିକା ପଡିଛି । ବିଜେପି ସମର୍ଥିତ ପ୍ରାର୍ଥୀନି ସୁବାସିନୀ ଶର୍ମା ବିନା ପ୍ରତିଦ୍ବନ୍ଦିତାରେ ଅଧ୍ଯକ୍ଷା ନିର୍ବାଚିତ ହୋଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ଶାସକ ଦଳ କିମ୍ବା କଂଗ୍ରେସ ନିଜ ଦଳରୁ କୌଣସି ପ୍ରାର୍ଥୀ ଦେଇ ନଥିଲେ ।ସେହି  କାରଣରୁ ବିଜେପି ସମର୍ଥିତ ପ୍ରାର୍ଥୀନି ହିସାବରେ ଶ୍ରୀମତୀ ଶର୍ମା ଏକାକୀ ନିର୍ବାଚନୀ ନାମାଙ୍କନ ଦାଖଲ କରିଥିଲେ ।

ଭିଜିଲାନ୍ସ ଜାଲରେ ମୁନିସିପାଲଟି ମୂଖ୍ୟ ଯନ୍ତ୍ରୀ

0

ବ୍ୟାସନଗର: ବ୍ୟାସନଗର ମୁନସିପାଲଟିର ମୂଖ୍ୟ ଯନ୍ତ୍ରୀଙ୍କ ଅଫିସ୍ ରେ ଆଜି ସଖାଳୁ ଭିଜିଲାନ୍ସ୍ ଚଢଉ କରି ପ୍ରହଲ୍ଲାଦ ମହାପାତ୍ରଙ୍କ ନିକଟରୁ ୩୮୦୦୦ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ ସ୍ଥାନୀୟ କୋପଣ୍ଡ ଅଞ୍ଚଳର ଠିକାଦାର ସନ୍ତୋଷ କୁମାର ରାଉତ ଙ୍କ ଏକ ବିଲ୍ ପାସ୍ କରାଇଦେବା ପାଇଁ ସେ ଏହି ଅର୍ଥ ରାଶି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜବତ୍ କରିଥିଲା । ଏଠାରେ ପ୍ରକାଶ ଥାଉକି ସେ ଦୀର୍ଘ ଦିନ ଧରି ଏଠାରେ ଅବସ୍ଥାପିତ ଥିଲେ । ନିୟମ ଅନୁସାରେ ତିନି ଚାରି ବର୍ଷରେ ଏହା ପରିବର୍ତ୍ତନ ହେବା ଉଚିତ ,କିନ୍ତୁ ଦୀର୍ଘ ଦିନ ଧରି ଏଠାରୁ ସନ୍ତୋଷ ମହାପାତ୍ରଙ୍କର ସ୍ଥାନାନ୍ତର ନ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ପାଇବା ପରେ ଯାଜପୁର ଭିଜିଲାନ୍ସ ଟିମ୍ ମହାପାତ୍ର ବାବୁଙ୍କ ଅଫିସ୍ ଉପରେ ଚଢାଉ କରି ତାଙ୍କୁ ଗିରଫ କରିଛି ।

ଶ୍ରୀ ରାମଦାସ୍ ସ୍ମୃତିରେ ଡାଏଲିସିସ୍ କେନ୍ଦ୍ର ଉଦଘାଟିତ

0

ଭଦ୍ରକ  : ରୋଟାରୀ କ୍ଲବ୍ ଭଦ୍ରକ ଓ ରୋଟାରୀ କ୍ଲବ୍ ମିଡଟାଉନ୍ ଭଦ୍ରକ ର ମିଳିତ ସହଯୋଗରେ ଶ୍ରୀ ରାମଦାସ୍ ମେମୋରିଆଲ୍ ରୋଟାରୀ ଡାଏଲିସିସ୍ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଶାଳନ୍ଦୀ ହସପିଟାଲ୍ ଠାରେ ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଷୀ ଲାଲ୍ ଙ୍କ କରକମଳରେ  ଉଦଘାଟିତ ହୋଇଯାଇଛି ।ସମାଜରେ ଥିବା ଆର୍ଥିକ ଅନଗ୍ରସର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି କେନ୍ଦ୍ର ଉତ୍ସର୍ଗୀକୃତ ବୋଲି ଏହାର ଟ୍ରଷ୍ଟି ଚେୟାରମ୍ୟାନ୍ ମତ ପ୍ରକାଶ କରିଥିଲେ । ହସ୍ପିଟାଲର ପରିସରରେ ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶୀଯୁକ୍ତ ଜ୍ଯୋତିପ୍ରକାଶ ପାଣିଗ୍ରାହୀ , ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଲ୍  , ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ ଉତ୍ସବକୁ ରୋଟାରୀ କ୍ଲବ୍ ମିଡଟାଉନ୍ ଭଦ୍ରକ ର ସଭାପତି  ରୋଟାରୀଆନ୍  ଅତିିିଶ କୁମାର ବେହେରା ପରିଚାଳନା କରିଥିବା ବେଳେ ରୋଟାରୀ କ୍ଲବ୍ ଭଦ୍ରକ ର ସଭାପତି ରୋଟାରୀଆନ ସୁଧୀରଞ୍ଜନ୍ ନାୟକ ତଥା ରୋଟାରୀଆନ୍ ଯୋଗଦାନ କରିଥିଲେ ।

ଏଡିଏଭି ସ୍କୁଲ୍ ର ଶିକ୍ଷକ ଙ୍କ ବିୟୋଗରେ ସ୍ମୃତିସଭା

0

କୋରାପୁଟ  : ସୁନାବେଡା ସ୍ଥିତ ଏଡିଏଭି ସ୍କୁଲ୍ ର ବହୁ ସ୍ବନାମଧନ୍ଯ ଶିକ୍ଷକ ଶ୍ରୀଯୁକ୍ତ ଗଗନ ବିହାରୀ ପୋଲାର୍ ଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଏହି ଖବର ପାଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷତ୍ରୀଙ୍କ  ଠାରୁ ଆରମ୍ଭ କରି ସମସ୍ତ ଛାତ୍ରଛାତ୍ରୀ ମର୍ମାହତ ହୋଇଥିଲେ । ସମସ୍ତଙ୍କ ପ୍ରୀୟ  ପୋଲାର୍ ସାର୍ ଙ୍କ ସ୍ମୃତିରେ ଏଡିଏଭି ୯୦ ବ୍ଯାଚ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା  ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା ।

ପୂରଣ ହେବ ମାନବାଧିକାର ଅଧକ୍ଷ ପଦ

0

ଭୁବନେଶ୍ବର : ୭ ବର୍ଷ ହେଲା ଖାଲି ପଡିଛି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ପଦ ପୂରଣ ହେବ ! କମିଶନର ଅଧ୍ୟକ୍ଷ ଏବଂ ଗୋଟିଏ ସଦସ୍ୟ ପଦ ପାଇଁ ଚାଲିଥିବା ମନୋନୟନ କମିଟି ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତିକ୍ରିୟା ! ଅଧ୍ୟକ୍ଷ ପଦ ପାଇଁ ୩ ଜଣଙ୍କ ନା ମନୋନୟନ କରାଯାଇଥିବା ବେଳେ ଖାଲିଥିବା ଗୋଟିଏ ସଦସ୍ୟ ପଦ ପାଇଁ ମଧ୍ୟ ୩ଟି ନାଁ ମନୋନୟନ କରାଯାଇଛି ! ଅନୁମୋଦନ ଲାଗି ଆସନ୍ତାକାଲି ରାଜ୍ୟପାଳଙ୍କ ନିକଟକୁ ଏହି ତାଲିକା ପଠାଯିବ ! ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞାପ୍ତି ପ୍ରକାଶ ପାଇବା ! ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟିର ବୈଠକ ବସିଥିଲା ! ବାଚସ୍ପତ ସୂର୍ଯ୍ୟ ନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଉପସ୍ଥିତ !
ବାଇଟ- ପ୍ରଦୀପ୍ତ ନାୟକ,ବିରୋଧୀ ଦଳ ନେତା

ସାହିତ୍ୟ ହେଉଛି ସମାଜ ଗଠନର ମୂଳମନ୍ତ୍ର

0

ବ୍ୟାସନଗର  : ସ୍ଥାନୀୟ ଭିମସେନ୍ ପ୍ଯାଲେସ୍ ଠାରେ ପୂଜ୍ଯ ପୂଜା ସଂସଦର ପଞ୍ଚମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ଅଧ୍ୟାପକ ଗୌରାଙ୍ଗ ମଲ୍ଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ମେଜର ଡଃ ସେକ୍ ଅବୁତାହେର୍ ,ଶିକ୍ଷାବିତ ଶ୍ରୀଯୁକ୍ତ ଆଶିଷ କୁମାର ରାୟ , ଆଇନଜୀବୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର  ପଣ୍ଡା ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ସମାଜରେ  ବିଭିନ୍ନ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ କରୁଥିବା ବହୁ ବ୍ୟକ୍ତିଙ୍କୁ ଉପଢୌକନ , ମାନପତ୍ର ଓ ପୂଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଭାଇଙ୍କ ଶୁଭ ମନାସୀ ମାଁ ଙ୍କୁ ଆବାହନ କଲେ କୁଆଁରୀ ଝିଅ

0
  1. ବ୍ୟାସନଗର: ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଆଜିଠାରୁ ଆରମ୍ଭ ହୋଇଛି ମାଁ ଖୁଦୁରୁକୁଣୀ ଙ୍କ ପୂଜା  ।ଓଡିଆ ଘରର ପରମ୍ପରା ସ୍ବରୂପ ଏହି ପୂଜା ଓଡିଆ ଘରର କୁଆଁରୀ ଝିଅ ମାନେ ନିଜ ଭାଇ ମାନଙ୍କ ଶୁଭ ମନାସୀ ଏହି ପୁଜା ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପୁଜା ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।

ସମାଜ ମଙ୍ଗଳ କ୍ଷେତ୍ରରେ ଆଉ ଏକ ମାଇଲ୍ ଖୁଣ୍ଟ ।

0

ବ୍ୟାସନଗର  : ଆଜି ସ୍ଥାନୀୟ ହୋଟେଲ୍ ନଟରାଜ୍ ରୟାଲ୍ ଠାରେ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏ.ଜି.ରୋଟାରୀଆନ ଶ୍ରୀଯୁକ୍ତ ମାଙ୍ଗିଲାଲ୍ ବଲଦେବା ମୁଖ୍ୟ ଅତିଥି ଭାବେ ଓ ଆଡଭାଇଜର୍ ରୋଟାରୀଆନ ଶ୍ରୀଯୁକ୍ତ ଶିଶିର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରୀ କ୍ଲବ୍ ର ଆଭିମୁଖ୍ଯ ଓ ସମାଜ ପ୍ରତି ଦାୟିତ୍ୱ ବୋଦ୍ଧତା ବିଷୟ ରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ରୋଟାରୀଆନ ଅଭୟ ପତି ସଭାପତିତ୍ବ କରିଥିବା ବଳେ ,ଗ୍ଯାନରଞ୍ଜନ ଓଝା ଅତିଥିଙ୍କୁ ପୂଷ୍ପଗୂଛ ଦେଇ ସ୍ବାଗତ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ରୋଟାରୀଆନ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଵିଦା ହେଲେ ଅଫିସର…

0

ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର 15ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହତି ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଏମଭିଆଇ ଦେବୀ ପ୍ରସାଦ ପାଢୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମୁନିସିପାଲଟି ଅକ୍ଟ୍ରାଇ ଟ୍ୟାକ୍ସ ସରକାର କାଳିପ୍ରସାଦ ସିଂହ, ପଂଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ ବଟକୃଷ୍ଣ ବାରିକ, ପଂଚାୟତିରାଜ ବିଭାଗର କଲାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲୁ କୃଷ୍ଣ ମୋହନ ଦାସ, ପଂଚାୟତିରାଜ ବିଭାଗର କାଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ତଥା ପିଇଓ ଅଶୋକ କୁମାର ସାହା, ପଂଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ପୂର୍ବତନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମମୁଖ ଶବର, ପଂଚାୟତିରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଜଳସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଜଳସଂପଦ ବିଭାଗର ଭବାନୀପାଟଣା ଆଇଟିଡିଏ ର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ଜଳସମ୍ପଦ ବିଭାଗର ମୟୁରଭଂଜ ଜିଲ୍ଲା କୁଳିଅଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂହ ମୁଣ୍ଡା, ଜଳସଂପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦନାଥ ମାଝୀ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଂଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସରକାର ବରଖାସ୍ତ କରିଛନ୍ତି ।

ସେହିପରି ପେନସନ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ – ଜଳସଂପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ

Follow us

20,832FansLike
0FollowersFollow
14,700SubscribersSubscribe

Latest news