ସାମ୍ବାଦିକଙ୍କ ଦାବି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଭେଟିଲା ଓୟୁଜେ ଟିମ୍

ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶଙ୍କ ସହ ଓୟୁଜେ ର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ତୁରନ୍ତ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ,ଅନୁମୋଦନ ଅପେକ୍ଷାରେ ଥିବା ଅଧି ସ୍ଵୀକୃତି ଆବେଦନର ,ଉପରେ ଆଶୁ ନିଷ୍ପତ୍ତି,ପେନସନ ଯୋଜନା ଲାଗୁ କରିବାକୁ ପଦକ୍ଷେପ ଗ୍ରହଣ ,କର୍ପସ ଫଣ୍ଡ ର ପରିମାଣ ବୃଦ୍ଧି ସହ ସାମ୍ବାଦିକଙ୍କୁ ମିଳୁଥିବା ଅନୁକମ୍ପା ରାଶିର ପରିମାଣ ବୃଦ୍ଧି ଓ ସ୍ଵାସ୍ଥ୍ୟ ବୀମା ସହାୟତାକୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଇବାକୁ ଓ ୟୁ ଜେ ସଭାପତି ସଭାପତି ପ୍ରସନ୍ନ ମହାନ୍ତିଁ ଦାବି ରଖିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ନିର୍ଦ୍ଦେଶକ ଙ୍କୁ ୟୁନିଅନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।ଓୟୁଜେ ଉପସଭାପତି ରାଜେଶ ପଟ୍ଟନାୟକ ଓ କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ପରିଡ଼ା ଏହି ପ୍ରତିନିଧି ଦଳରେ ଯାଇ ନିର୍ଦ୍ଦେଶକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ନିର୍ମାଣ ଶ୍ରମିକ କାର୍ଡ଼ ନୁହେଁ, ସାମ୍ବାଦିକଙ୍କ ପାଇଁ ଲୋଡ଼ା ପେନସନ ସୁରକ୍ଷା : ଓୟୁଜେ

ଭୁବନେଶ୍ୱର,୧ା୫: ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ପରିସରଭୁକ୍ତ କରିବା ଓ ସେମାନଙ୍କ ଲାଗି ପେନ୍ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡ଼େସନ୍ର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଥିଲାବେଳେ ଏ ଦିଗରେ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଙ୍ଗଠନ ‘ଓଡ଼ିଶା ସାମ୍ବାଦିକ ୟୁନିଅନ୍’ (ଓୟୁଜେ) ଉଦ୍ବେଗ ପ୍ରକାଶ କରିଛି । ଏହିସବୁ ଦାବି ପ୍ରତି ଗୁରୁତ୍ୱ ନ ଦେଇ ସରକାର ସାମ୍ବାଦିକମାନଙ୍କୁ ନିର୍ମାଣ ଶ୍ରମିକ କାର୍ଡ଼ ଦେବା ସମ୍ପର୍କରେ କରାଯାଇଥିବା ଘୋଷଣାକୁ ଓୟୁଜେ ପ୍ରତ୍ୟାଖ୍ୟାନ କରିଛି ।

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଗୁରୁବାର ଦିନ ସ୍ଥାନୀୟ ଓୟୁଜେ ଭବନରେ ଆୟୋଜିତ ଶ୍ରମିକ ଦିବସ ଉତ୍ସବରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପେନ୍ସନ୍, ପ୍ରୋଟେକ୍ସନ ଓ ଆକ୍ରିଡ଼େସନ ବାବଦରେ ଓୟୁଜେ ଚଳାଇ ଆସିଥିବା ଆନେ୍ଦାଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ । ଶ୍ରମିକ ଦିବସ ଅବସରରେ ଓୟୁଜେର ସମସ୍ତ ଜିଲ୍ଲାଶାଖା ପକ୍ଷରୁ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦିଆଯାଇଥିବା ସେ ସୂଚନା ଦେଇଥିଲେ । ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ବୋଲି ବୈଠକରେ ଦାବି କରାଯାଇଥିଲା । ଖୁବ୍ଶୀଘ୍ର ଓୟୁଜେର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତକରି ସାମ୍ବାଦିକମାନଙ୍କ ପ୍ରମୁଖ ଦାବି ଉପରେ ଆାଲୋଚନା କରିବେ ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।

ଓୟୁଜେର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ରାଜେଶ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ ପାଇକରାୟ, ସଙ୍ଗଠନ ସମ୍ପାଦକ ଋତୁରାଜ ସିଂ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, କିଷାନ ରାଉତ, ପ୍ରମୋଦ ସାମନ୍ତରାୟ, ଭୁବନେଶ୍ୱର ଶାଖା ସଂଯୋଜକ ଚିନ୍ମୟ ମହାପାତ୍ର, ବରିଷ୍ଠ ସଦସ୍ୟ ଆଦିତ୍ୟ ମେକାପ, ପ୍ରଫୁଲ୍ଲ ମହାନ୍ତି, ଅଜୟ ଦାସ, ଅଶୋକ ଦାସ, ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଏହି ଅବସରରେ ପହଲଗାଓଁ ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଟିଇଆରର ପୁରାତନ ଛାତ୍ର ତଥା ଓଡ଼ିଶା ସୋସାଇଟି ଅଫ୍ ୟୁକେର ସମ୍ପାଦକ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍‌ସ୍କାନ୍‌, ୟୁନାଇଟେଡ୍ କିଙ୍ଗଡମ୍‌ର ସହ-ପ୍ରତିଷ୍ଠାତା ଶ୍ରୀ ଲୋହିତ କୁମାର ଦାସ ।
ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବା ବେଳେ ଲଣ୍ଡନ୍ ବିଜିନେସ୍ ସ୍କୁଲରୁ ଏମ୍‌ବିଏ ମଧ୍ୟ କରିଛନ୍ତି । ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।ସେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି ।
ବର୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ।ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ସମୟରେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସୋଆର ପୁର୍ବତନ ଛାତ୍ରଛାତ୍ରୀମାନଙ୍କୁ କିଭଳି ଅଧିକ ମାତ୍ରାରେ ଏକତ୍ରିତ କରାଯାଇ ପାରିବ ସେ ସମ୍ପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କୁ ଅଧିକ ମାତ୍ରାରେ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଅଧିକ ଗୁରୁତ୍ୱ ଦିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଉପସ୍ଥିତ ଥିଲେ ।

ଜଟିଳ ଜନ୍ମଗତ ତୃଟି ଥିବା ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହେଲେ ସମ୍ମମ ଡାକ୍ତରୀ ଟିମ୍‌…

ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତରୀ ଟିମ୍‌।

ଗର୍ଭଧାରଣର ମାତ୍ର ୩୩ ସପ୍ତାହରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିର ବିରଳ ସମସ୍ୟା ଯାହାକୁ ‘ପାଇରେ ରୋବିନ୍ ସିକ୍ୱେନ୍ସ’ କୁହାଯାଏ ସେଥିରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। ଏହି ସମସ୍ୟା ଜନ୍ମଗ୍ରହଣ କରୁଥିବା ୧୪ ହଜାର ଶିଶୁଙ୍କ ମଧ୍ୟରୁ ଜଣକ ଠାରେ ଦେଖାଯାଇଥାଏ। ଶିଶୁଟିର ତଳପାଟି ଖୁବ୍ ଛୋଟ ରହିଥିବା ବେଳେ ଜିଭଟି ମଧ୍ୟ ଠିକ୍ ସ୍ଥାନରେ ରହି ନଥିଲା। ଯାହା ଦ୍ୱାରା ତାର ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ତା’ର ଜୀବନ ପ୍ରତି ବିପଦ ଥିଲା। ଏହା ଛଡ଼ା ଶିଶୁର ତାଳୁ ବିଭକ୍ତ ଥିବାରୁ ସେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବା ସମ୍ଭବ ହେଉ ନଥିଲା।

ଶିଶୁର ପାଟି ଖୁବ୍ ଛୋଟ ଥିବାରୁ ଇନ୍‌ଟ୍ୟୁବେସନ୍ କିମ୍ବା ଭେଂଟିଲେସନ୍ କରିବା ସମ୍ଭବ ନଥିଲା। ତେଣୁ ଡାକ୍ତରମାନେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିଶୁଟିର ଜୀବନ ବଂଚାଇବା ପାଇଁ ଏକ ନୂତନ ପ୍ରକ୍ରିୟା ଆପଣାଇଥିଲେ। ଏକ ଟ୍ରାକିଓଟୋମି ମାଧ୍ୟମରେ ତଂଟିରେ ଛୋଟ କଣା ମାଧ୍ୟମରେ ଟ୍ୟୁବ୍ ଭର୍ତି କରାଯାଇଥିଲା ଯାହା ଦ୍ୱାରା କି ଶିଶୁଟି ନିଃଶ୍ୱାସ ନେବା ସମ୍ଭବ ହୋଇପାରିଥିଲା। ସବୁଠାରୁ ଛୋଟ ଟ୍ରାକିଓଟୋମି ଟ୍ୟୁବ୍ (୨.୫ ମିମି) ଉପଲବ୍ଧ ଥିବା ବେଳେ ଏହା ଶିଶୁର ଶରୀରରେ ବ୍ୟବହାର କରିବା ସମ୍ଭବ ହୋଇନଥିଲା। ତେବେ ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ୍ ଟ୍ରାକିଆଲ ପୋର୍ଟ ମାଧ୍ୟମରେ ରେଟ୍ରୋଗ୍ରେଡ୍ ଇନ୍‌ଟ୍ୟୁବେସନ୍ ପଦ୍ଧତିରେ ଶିଶୁକୁ ନିଃଶ୍ୱାସ ନେବାକୁ ସାହାଯ୍ୟ କରିଥିଲେ ବୋଲି ଅସ୍ତ୍ରୋପଚାରର ଲିଡ୍ ସର୍ଜନ୍ ତଥା ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ବିରଳ ‘ଟ୍ରାକିଆଲ ସ୍ପ୍ଲିଟିଂ’ ପଦ୍ଧତି ଦ୍ୱାରା ଏହି ୨.୫ ମିମି ଟ୍ୟୁବ୍‌ଟି ସଫଳତାର ସହ ଶିଶୁର ଶରୀରରେ ଖଞ୍ଜା ଯାଇପାରିଥିଲା ଏବଂ ଏହା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର ସାହୁ କହିଛନ୍ତି। ଶିଶୁଟି କିଛି ଦିନ ଏନ୍‌ଆଇସିୟୁରେ ଚିକିତ୍ସିତ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲା। ଉପଯୁକ୍ତ ପୋଷଣ, ଏୟାରୱେ ମ୍ୟାନେଜମେଂଟ ସହିତ ଏନ୍‌ଆଇଭି ପ୍ରକ୍ରିୟା ଦ୍ୱାରା ଶିଶୁଟି ସୁସ୍ଥ ଲାଭ କରିଥିଲା। ସେ ବର୍ତମାନ ସାଢ଼େ ୩ ମାସର ହେଲାଣି। ତା’ର ଓଜନ ମଧ୍ୟ ବଢ଼ିଛି ଏବଂ ସେ ନିଜେ ନିଃଶ୍ୱାସ ନେବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି ସମ୍ମମ୍‌ର ଶିଶୁ ଏବଂ ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ତଥା ଶିଶୁଟିକୁୁ ଚିକିତ୍ସା କରୁଥିବା ଡାକ୍ତର ହିମାଂଶୁ ଶେଖର ସାହୁ। ସମ୍ମମ୍‌ର ଶିଶୁରୋଗ ଏବଂ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଏହି ଶିଶୁର ଚିକିତ୍ସା ମେଡିକାଲ୍ ଟିମ୍ ପାଇଁ ଉଭୟ ଡାକ୍ତରୀ ଏବଂ ମାନସିକ ସ୍ତରରେ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି। ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଏନ୍‌ଆଇସିୟୁର ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଶିଶୁଟିର ସଫଳ ଚିକିତ୍ସା ସମ୍ମମ୍‌ର ଚିକିତ୍ସା ପଦ୍ଧତିରେ ନୂତନ ମାଇଲ ଖୁଂଟ ସୃଷ୍ଟି କରିବା ସହ ହସ୍ପିଟାଲ ପୂର୍ବ ଭାରତରେ ନବଜାତ ଶିଶୁରୋଗ ଚିକିତ୍ସାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହୋଇପାରିଛି।

ରଣଜିତ ପାତ୍ର ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି…

ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟ ଭାନୁଚିବ ଶ୍ରୀ ରଣଜିତ ପାତ୍ରଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ନୂତନ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ମହାନ୍ତି ଏବଂ ଗଣେଶ କୁମାର ସାହୁ ନିଯୁକ୍ତି ପାଇଛନ୍ତି । ଉପସଭାପତି ଭାବରେ ରୁକ୍‌ମଣୀ ମଙ୍ଗରାଜ ଏବଂ ନାରାୟଣ ବାରିକ ନିଯୁକ୍ତି ପାଇଛନ୍ତି। ସେହିଭଳି ସାଧାରଣ ସମ୍ପାଦକ ଭାବେ ନିହାର ରଞ୍ଜନ ବେହେରା, ଅଙ୍କିତ ସଂଘାଇ, ନଳିନୀକାନ୍ତ ନାୟକ, ଗୋପନ ମାର୍ଥା, ଅଭିଜିତ ଜେନା, ଚିନ୍ମୟ କୁମାର ହୋତା, ରାକେଶ କୁମାର ସାହୁ, ମନ୍ଦାକିନୀ ବଣୁଆ, ଶିବ କୁମାର ଅଗ୍ରୱାଲ, ଜ୍ଞାନ ରଞ୍ଜନ ରାଉତ, ସୁଦୀପ ସାମଲ, ସୁରଜ କୁମାର ବେହେରା, ସ୍ମୃତି ରଞ୍ଜନ ମହାନ୍ତି, ବେଣୁପାଣି ଦୁର୍ଗା, ଜୟପ୍ରକାଶ ବାଦୀ, ସତ୍ୟବ୍ରତ ଜେନା, କେଦାର ଦଳାଇ, କାର୍ତିକ ଘଡ଼ାଇ, ସୁବ୍ରତ କୁମାର ବେହେରା, ଅମିତ କୁମାର କୁଅଁର, ସୃଜନିକା ରାଉତ, ରିନା ରାୟ, ରୋଶ୍ମି ଦୀପକ, ବନିତା ଦାସ, ଝିଲ୍ଲି ପ୍ରଧାନ, ସୋନୁ ଶ୍ରୀବାସ୍ତବ, ସେକ ଜାଭେଦ ଅକ୍ତର, ଇମତାଜ ଖାନ ନିଯୁକ୍ତି ପାଇଛନ୍ତି। ସେହିପରି ସମ୍ପାଦକ ଭାବେ ପ୍ରେମଜିତ ମହାନ୍ତି, ନିଳକିଶୋର ଲେଙ୍କା, ହିଂମାଶୁ ଭୂଷଣ ନାୟକ, ସାହାରୁଖ ଖାନ, ପିନାକୀ ନାରାୟଣ ଦାସ, ନିଳାଚଳ ମହାନନ୍ଦ, ବିଶ୍ଵଜିତ ଲେଙ୍କା, ଅଲେଖ କୁମାର ବେଉରା, ପ୍ରତିକ ମହାପାତ୍ର ନିଯୁକ୍ତ ପାଇଛନ୍ତି । ରାଜ୍ୟ ଲିଗାଲ ସେଲର ଅଧ୍ୟକ୍ଷ ଭାବରେ ପ୍ରଦୀପ କୁମାର ସାହୁ ନିଯୁକ୍ତି ପାଇଛନ୍ତି ।

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ….

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍‌କ୍ଲେଭ୍‌ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ଶ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍‌ର ଇନ୍ ଚିଫ୍ ଶ୍ରୀ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ଶ୍ରୀ ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ । ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ରକ୍ଷା ଫଡସେ ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି:

ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର, ଶିଶୁବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ…

() ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ ।ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ନିମନ୍ତେ ନିଯୁକ୍ତ ହୋଇଥିବା ଶ୍ରୀ ପୁଜୋଲ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆଲୋଚନା କରିଥିଲେ । ଏହି ଅବସରରେ ନିଜ ଅନୁଭୂତି ବଖାଣି ଶ୍ରୀ ପୁଜୋଲ କହିଥିଲେ ଯେ ବିଫଳତା ହିଁ ସଫଳତାର ବାଟ ଦେଖାଇଥାଏ । ୧୦ ବର୍ଷ ବୟସରେ ୟୁନାଇଟେଡ୍ କିଙ୍ଗଡମ୍‌ରେ ପାଠ ପଢ଼ିବା ସମୟରେ ହିଁ ଜଣେ କୁଟନୀତିଜ୍ଞ ହେବେ ବୋଲି ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି ।

କୋଭିଡ ମହାମାରୀ ଓ ଲକ୍ ଡାଉନ୍ ମଣିଷକୁ ଅନେକ ଶିକ୍ଷା ଦେଇଥିବା ବେଳେ ମଣିଷ ଏହି ସମୟ ମଧ୍ୟରେ ନିଜର ଆତ୍ମଚିନ୍ତନ ମଧ୍ୟ କରିବାରେ ସକ୍ଷମ ହୋଇପାରିଛି ବୋଲି ଶ୍ରୀ ପୁଜୋଲ କହିଛନ୍ତି । ଏଥି ସହିତ କରୋନା ମହାମାରୀ ମଣିଷକୁ ପ୍ରକୃତି ସହ ମଧ୍ୟ ଯୋଡ଼ିପାରିଛି ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପୁଜୋଲ କହିଥିଲେ ଯେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ସଠିକ୍ ଭାବେ ପରିଚାଳନା କରିବା । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ବର୍ତମାନ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ ।

ସୋଆକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ପୁଜୋଲ କହିଛନ୍ତି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏଥିରେ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହା ମାନବ ସମାଜ ପାଇଁ ଖୁବ୍ ବଡ଼ ଅବଦାନ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ସୋଆରେ ଏକ ସେଂଟର ଫର୍ ଲାଙ୍ଗୁଏଜ୍ ଷ୍ଟଡିଜ୍ ଆରମ୍ଭ କରାଯାଇଥିବାର ସୂଚନା ଦେଇଥିଲେ । ଏଠାରେ ଭାରତୀୟ ଭାଷା ସହ ସ୍ପାନିଶ, ଜାପାନିଓ, ଜର୍ମାନ, ଫ୍ରେଂଚ ଏବଂ ମାଣ୍ଡାରିନ୍ ଭାଷାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଓ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

ସୋଆ ପ୍ରତିଷ୍ଠାତା ସଭାପତି ଓ ସ୍ପେନ୍ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ସ୍ପେନ୍‌ର ରାଷ୍ଟ୍ରଦୂତ ହିଜ ଏକ୍ସିଲେନ୍ସି ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଛି ।

ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପକୁ ପ୍ରତିନିଧିତ୍ୱ କରୁଛନ୍ତି । ଶୁକ୍ରବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆଲୋଚନା କରିବା ସହ ସୋଆରେ ସ୍ପାନିଶ ଭାଷାର ଶିକ୍ଷାକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ଥିଲେ ।

ସଭାପତି ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟନାୟକ.

()ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ପୂର୍ବାହ୍ନ ରେ ଶଙ୍ଖ ଭବନ କୁ ଯାଇ ଦଳ ର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି..ସୂଚନା ଯୋଗ୍ୟ ଯେ ବିଜୁ ଜନତା ଦଳ ର ସାଂଗଠନିକ ନିର୍ବାଚନ ଏଵେ ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି.

Follow us

20,832FansLike
0FollowersFollow
14,700SubscribersSubscribe

Latest news