ପଚାଶ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ…

() 5T ଅଧ୍ୟକ୍ଷଙ୍କ ସମୀକ୍ଷା ପଚାଶ ବର୍ଷର ଜମିଜମା ସମସ୍ୟାର ସମାଧାନ।

ସୋରଡାର ୨୨ଟି ଗାଁ ଓ ଲଖନପୁରର ୭ଟି ଗାଁରେ ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ, ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟା,

ଲଖନପୁରର ୯୦୦ ପରିବାର ହେବେ ଉପକୃତ ।

ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ।

ରେଙ୍ଗାଲି ତହସିଲର ୪ଟି ଗ୍ରାମରେ ସର୍ଭେ ତ୍ବରାନ୍ବିତ, ମାର୍ଚ୍ଚ ୩୧ ସୁଦ୍ଧା ସର୍ଭେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ, ଅନ୍ୟ ୩ଟି ଗାଁରେ ସର୍ଭେ ଆରମ୍ଭ।

ପୁରୀ ପୌରପାଳିକା ଅଞ୍ଚଳରେ ପଟ୍ଟା ଦେବା ପାଇଁ ସଂଶୋଧନ ହେବ OGLS।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କ ୫୦ ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ – ଏହିପରି ୧୯ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜିର ବୈଠକରୁ ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୭ଟି ଗାଁର ବିସ୍ଥାପିତ ମାନଙ୍କୁ ପଟ୍ଟା ବଣ୍ଟନ କରିବେ। ଏହି ଗାଁ ଗୁଡିକ ହେଲା – ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା । ଏହି ୭ଟି ଗ୍ରାମରେ ପ୍ରାୟ ୯୦୦ଟି ପରିବାର ପଟ୍ଟା ପାଇବେ। ସେହିପରି ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ, ଉଭୟ ଘରବାଡି ଓ ଚାଷଜମି ପଟ୍ଟା ମଧ୍ୟ ମୁଖ୍ୟମନ୍ତ୍ରୀ ଡିସେମ୍ବର ୧୪ ତାରିଖ ଦିନ ବଣ୍ଟନ କରିବେ ।

ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି। ଜାନୁଆରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ। ପୁରୀ ଜିଲ୍ଲାରେ ଖାସମାହାଲ ଜମି ସମସ୍ୟାର ସମାଧାନ ରାଜସ୍ବ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଲିଜ୍‌ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ହୋଇଥିବା ଲିଜ୍‌କୁ ନିୟମିତ କରାଯିବ। ଏଥିପାଇଁ ସରକାର ଉପଯୁକ୍ତ ପରିମାଣର ଦେୟ ଧାର୍ଯ୍ୟ କରି ଲିଜ୍‌ଧାରୀଙ୍କ ଠାରୁ ଆଦାୟ କରିବେ । ଏହି ସମସ୍ତ କାର୍ଯ୍ୟ ପାଇଁ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ।

ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ଭେକୁ ତ୍ବରାନ୍ବିତ କରିବା ପାଇଁ ଏହାର ଆଇନଗତ ସମୟସୀମାକୁ କମ୍‌ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଅଧିକ ରାଜସ୍ବ କ୍ଷେତ୍ରାଧିକାରୀ ମାନଙ୍କୁ ନିୟୋଜିତ କରାଯାଇ ୨୦୨୪ ମାର୍ଚ୍ଚ ସୁଦ୍ଧା ସର୍ଭେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଆଇନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ତଥା ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ…

() ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶୋକ ପ୍ରକାଶ ଆଗତ କରାଯାଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।

କାର୍ଯ୍ୟକାରୀ କମିଟିରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ସଚେତନ ହୋଇ ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତି ଗ୍ରହଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା । ଏଥିସହ ଜାତିଭିତିକ ଜନଗଣନା, ଆଦିବାସୀ ଜମି ଅଧିକାରର ସୁରକ୍ଷା ପାଇଁ ନଭେମ୍ବର-୧୬ ରେ କ୍ୟାବିନେଟ ଅନୁମୋଦିତ ସଂଶୋଧନ ନିଷ୍ପତିର ତୁରନ୍ତ ପ୍ରତ୍ୟାହାର, ଶ୍ରୀ ଜଗନ୍ନାଥଙ୍କ ଚାରିଦ୍ୱାର ଓ ରତ୍ନଭଣ୍ଡାର ଭିତର ଦ୍ୱାର ଖୋଲିବା, ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ କ୍ରମବର୍ଦ୍ଧିଷ୍ନୁ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ ମହିଳାମାନଙ୍କର ରାଜନୈତିକ ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରୀ ବିଫଳତାକୁ ନିନ୍ଦା କରିବା ସହ ଅବଳମ୍ବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଥିଲା ।

ବିଜେଡ଼ି ସରକାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରସ୍ତାବରେ ଚିଟ୍‌ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି ସହ ସରକାରଙ୍କର ଏକାନ୍ତ ଅନୁଗତ ଅଧିକାରୀ ମାନଙ୍କ ଆଖିବୁଜା ଲୁଟ ଓ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ ପ୍ରତି ଅବମାନନା ଘଟଣାରେ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା । ବିଶେଷ କରି ବଲାଙ୍ଗିରର ତହସିଲ କୋର୍ଟରେ ରୁଜୁ ହୋଇଥିବା ଓଏଲଆର କେସ ନଂ ୮/୧୯୭୪ ମାମଲାରେ ୪୦ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି ଠୋସ ପ୍ରମାଣ ଥିଲେ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ବାରମ୍ବାର ଏ ପ୍ରସଙ୍ଗ ଉଠାଯାଉଥିଲେ ମଧ୍ୟ ଉତର ଦେଉ ନାହାନ୍ତି କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହାଠାରୁ ବଳି ବଡ଼ ଭ୍ରଷ୍ଟାଚାରର ଉଦାହରଣ କଣ ଥାଇପାରେ ବୋଲି ବୈଠକରେ ଆଲୋଚନା ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।

କୃଷି କୃଷକ ପ୍ରସ୍ତାବରେ ଚାଷୀମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ପ୍ରାପ୍ୟ ପ୍ରଦାନ ନିମିତ ଏମଏସ୍‌ପି ଉପରେ ରାଜ୍ୟ ସରକାରଙ୍କ ତରଫରୁ ବୋନସ ପ୍ରଦାନ ଓ ଭାଗଚାଷୀ ଆଇନ ପ୍ରଣୟନ ପାଇଁ ସରକାରଙ୍କ ଠାରେ ଦାବି କରାଯାଇଥିଲା ।

ଏଥିସହ କଲେଜ ମାନଙ୍କରେ ନିୟମିତ ନିର୍ବାଚନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କୁ ଓ ୨୦୨୩ ରେ ସଂଶୋଧିତ ଜମି ଅଧିକାର ଆଇନ ୨୦୧୩ ଓ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ର ପୁନଃ ସଂଶୋଧନ କରି ଆଦିବାସୀ ମାନଙ୍କ ଅଧିକାରକୁ ସାବସ୍ତ୍ୟ କରିବାପାଇଁ କେନ୍ଦ୍ର ମୋଦି ସରକାରଙ୍କୁ ଆହ୍ୱାନ ଦିଆଯାଇଥିଲା ।

ଏତଦ୍‌ବ୍ୟତିତ କାର୍ଯ୍ୟକାରିଣୀରେ ଅର୍ଥ ନୈତିକ ପ୍ରସ୍ତାବ ଆଗତ ହୋଇଥିଲା । ଶିଳ୍ପ, କୃଷି, ପର୍ଯ୍ୟଟନ, ସେବା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ରରେ ଭାରତ ବିକଶିତ ରାଜ୍ୟମାନଙ୍କରେ ଓଡ଼ିଶା ପଛରେ ପଡ଼ିଛି । ସମ୍ପ୍ରତି ସରକାରୀ ଓ ବେସରକାରୀ ଭାବେ ମିଳୁଥିବା ବିଭିନ୍ନ ପ୍ରକାରର ତଥ୍ୟ ଆଧାରରେ ଦେଖିଲେ ଏକଥା ଅତ୍ୟନ୍ତ ସ୍ପଷ୍ଟ ହେଉଛି ଯେ ଓଡ଼ିଶା ଆଜି ଭାରତର ଅନ୍ୟତମ ପଛୁଆ ରାଜ୍ୟରେ ପରିଣତ ହୋଇଯାଇଛି । ଶିଳ୍ପ, କୃଷି, ପର୍ଯ୍ୟଟନ, ସେବାକ୍ଷେତ୍ର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ରରେ ଭାରତର ବିକଶିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି । ଓଡ଼ିଶାର ଯୁବକ ଯୁବତୀମାନେ କାମଧନ୍ଦା ପାଇଁ ସେହି ସବୁ ରାଜ୍ୟ ମାନଙ୍କରେ ଦାଦନ ଶ୍ରମିକ ହୋଇଛନ୍ତି । ରାଜ୍ୟର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ସାମଗ୍ରିକ ଭାବେ ଓଡ଼ିଶାବାସୀଙ୍କ ବିକାଶରେ ବ୍ୟବହାର ହୋଇପାରୁନାହିଁ । ହୁଏତ କିଛି ମୁଷ୍ଟିମେୟ ଓଡ଼ିଆଙ୍କୁ ସଫଳତା ମିଳୁଛି କିନ୍ତୁ ରାଜ୍ୟର ଆର୍ଥିକ ଓ ସାମାଜିକ ସ୍ଥିତି ଦେଶର ଅନ୍ୟ ବିକଶିତ ରାଜ୍ୟମାନଙ୍କ ତୁଳନାରେ ବହୁ ପଛରେ ପଡ଼ିଛି । ରାଜ୍ୟର ସମସ୍ତ ପରିବାର ପାଖରେ ସର୍ବନିମ୍ନ ମୌଳିକ ଆବଶ୍ୟକତା, ଘରଡିହ, ବାସଗୃହ, ପିଇବା ପାଣି, ବିଜୁଳି ଆଲୁଅ, ପାଇଖାନା ଓ ଅନ୍ୟାନ୍ୟ ସୁବିଧାପହଂଚି ପାରିନାହିଁ । ଏପରିକି କୃଷିଜାତ ଦ୍ରବ୍ୟଗୁଡ଼ିକ ପାଇଁ ମଧ୍ୟ ଓଡ଼ିଶା ପଡୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ । କୌଣସି ଦୀର୍ଘସ୍ଥାୟୀ ଯୋଜନା ପରିବର୍ତେ ରାଜ୍ୟ ସରକାର ସ୍ୱଳ୍ପ ମିଆଦି ଯୋଜନା ପ୍ରଣୟନ କରିବାଦ୍ୱାରା ଏହା ରାଜ୍ୟର ପ୍ରଗତିର ସହାୟକ ହୋଇପାରି ନାହିଁ । ଭିକ୍ଷାଦାନ ଭଳି ଏସବୁ ଯୋଜନାମାନ ଚଳାଇ ରଖିଛନ୍ତି । ଏକ ଅବିକଶିତ, ଦରିଦ୍ର ଓ ଦାଦନ ଶ୍ରମିକ ମାନଙ୍କ ରାଜ୍ୟ ଭାବରେ ଓଡ଼ିଶା ପରିଗଣିତ ହେଉଛି । ବାରମ୍ବାର ଭୋକର ଭୁଗୋଳର ପରିବର୍ତନ ଏ ସରକାର କରିଛି ବୋଲି ଦାବି ହେଉଥିବା ବେଳେ ୨୫ ବର୍ଷ ଭିତରେ ଦାଦନ ସଂଖ୍ୟ ୫ ଗୁଣରୁ ଅଧିକ କିଭଳି ଓ କାହିଁକି ହୋଇଛି? ରାଜ୍ୟର ପୂର୍ବରୁ ରହି ଆସିଥିବା ଅଚଂଳ ଅଂଚଳ ମଧ୍ୟରେ ବୈଷମ୍ୟ ଏବେ ଅଧିକ ଘନିଭୂତ ହେଉଛି । ବିଶେଷତଃ ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନଙ୍କରେ ଅର୍ଥନୈତିକ, ସାମାଜିକ, ଶିକ୍ଷା କ୍ଷେତ୍ରରେ ବୈଷମ୍ୟ ବହୁ ଅଧିକ ବୃଦ୍ଧି ପାଇଛି । ଆମ ରାଜ୍ୟର ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଏହି କାର୍ଯ୍ୟକାରିଣୀରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ଏହି କାର୍ଯ୍ୟକାରିଣୀରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଆଗତ ପ୍ରସ୍ତାବରେ ପୁରୁଣା ପେନସନ୍ ଲାଗୁକରିବା, ନିଯୁକ୍ତ ସୁଯୋଗ ସୃଷ୍ଟି କରି ସମସ୍ତ ଦାଦନ ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବା, ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ସମସ୍ତ ପ୍ରକାର ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କରିବା, ଅଙ୍ଗନୱାଡ଼ି, ସ୍ୱାସ୍ଥ୍ୟକର୍ମୀ, ପାଚୀକା ମାନଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଓ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଦେବାକୁ ଦୃଢ଼ ଦାବି କରାଯାଇଥିଲା । କେନ୍ଦ୍ରର ବିଜେପି ସରକାର ସଂପୂର୍ଣ୍ଣ ଶ୍ରମିକ ଓ କର୍ମଚାରୀ ବିରୋଧି । କରୋନା ସଂକ୍ରମଣ ସମୟରେ ପୂର୍ବରୁ କଂଗ୍ରେସ ଅମଳରେ ପ୍ରସ୍ତୁତ ୪୪ ଟି ଶ୍ରମିକ ଆଇନକୁ ଅଳିଆ ଗଦାକୁ ଫିଙ୍ଗି ଦେଇ ୪ଟି ଲେବର କୋର୍ଡ କରିବା ତଥା କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତିକୁ ପ୍ରତିବାଦ କରାଯାଇଥିଲା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ନିରବଚ୍ଛିନ୍ନ ଭାବେ ଜନଆନ୍ଦୋଳନ କରି କଂଗ୍ରେସକୁ ରାଜ୍ୟରେ ଚଳଚଂଚଳ କରିବାସହ ରାଜ୍ୟବାସୀଙ୍କ ଆସ୍ଥାଭାଜକ ହେବାରେ ସଫଳ ନେତୃତ୍ୱ ଦେଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କାର୍ଯ୍ୟକାରିଣୀରେ ଗୃହୀତ ସମସ୍ତ ପ୍ରସ୍ତାବ ଗୁଡ଼ିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ନିକଟ ଭବିଷ୍ୟତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରି ରାଜଧାନୀ ଭୁବନେଶ୍ୱରରେ ବିଶାଳ ପରିବର୍ତନ ସମାବେଶ କରାଯିବ ବୋଲି ଘୋଷଣା କରିଥିଲେ ।

ଏହି କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଗତ କରିଥିଲେ । ରାଜନୈତିକ ପ୍ରସ୍ତାବ ଗଣେଶ୍ୱର ବେହେରା ଆଗତ କରିଥିବା ବେଳେ ସୁରେଶ ମହାପାତ୍ର ସମର୍ଥନ କରିଥିଲେ । ବିଜେଡ଼ି ସରକାରର ଦୁର୍ନୀତି ପ୍ରସ୍ତାବ ନକୁଳ ନାୟକ ଆଗତ କରିଥିବା ବେଳେ ବିଜୟଲକ୍ଷ୍ମୀ ସାହୁ ସମର୍ଥନ କରିଥିଲେ । ଓଡ଼ିଶାରେ କୃଷି ଓ କୃଷକ ପ୍ରସ୍ତାବ ଲଲାଟେନ୍ଦୁ ମହାପାତ୍ର ଆଗତ କରିଥିବା ବେଳେ ରଶ୍ମି ମହାପାତ୍ର ସମର୍ଥନ କରିଥିଲେ । ଶ୍ରମିକ ଓ କର୍ମଚାରୀଙ୍କ ପ୍ରସ୍ତାବକୁ ଅର୍ଚ୍ଚନା ନନ୍ଦୀ ଆଗତ କରିଥିବା ବେଳେ ଅମିତା ବିଶ୍ୱାଳ ସମର୍ଥନ କରିଥିଲେ । ଅନୁରୂପ ଭାବରେ ଅର୍ଥନୈତିକ ପ୍ରସ୍ତାବ ବିଭୁତି ଭୂଷଣ ମିଶ୍ର ଆଗତ କରିଥିବା ବେଳେ ସସ୍ମିତା ବେହେରା ସମର୍ଥନ କରିଥିଲେ । ପ୍ରସ୍ତାବ ଗୁଡିକ ଉପରେ ହୋଇଥିବା ଆଲୋଚନାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ବିଜୟ ପଟ୍ଟନାୟକ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଜିଆଉଲ ହକ, ସି.ଏସ୍‌. ରାଜନ ଏକ୍କା, ଅମ୍ବିକା ଭଟ, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମଧୁସ୍ମିତା ସେଠୀ, ଦେବାଶିଷ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ମନୋଜ ମଞ୍ଜରୀ ଦେବୀ, ଆଲୋକ ଲେଙ୍କା, ବିଧୁଭୂଷଣ ତ୍ରିପାଠୀ, ହରଦିପ ସିଂ, ସୁବ୍ରତ ମହାପାତ୍ର ଓ ୟାସିର ନୱାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବରେ ଦିବଗଂତ ପୂର୍ବତନ ବିଧାୟକ ରସାନନ୍ଦ ସାହୁ, ଯୁଧିଷ୍ଠୀର ସାମନ୍ତରାୟ, ସନ୍ଧ୍ୟା ମହାପାତ୍ର, ସତ୍ୟସ୍ମିତ ମହାନ୍ତି, ଶୈଳେନ୍ଦୁ ମଜୁମଦାର, ଅବଦୁଲ କୁଦ୍ଦୁସ, ଘିଶାଲାଲ ଶର୍ମା, ପଦ୍ମଚରଣ ରାୟ, ଅଭୟ ମଲ୍ଲିକ, ନିରଞ୍ଜନ ଦାସ ଓ ରାଧା ମୋହନ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରାଯାଇଥିଲା ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ରବୀନ୍ଦ୍ର କୁମାର ମଲ୍ଲିକ, ରମାକାନ୍ତ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ପଂଚାନନ କାନୁନ୍‌ଗୋ, ଭୂଜବଳ ମାଝୀ, ସୁରେଶ କୁମାର ମହାପାତ୍ର, ବନ୍ଦିତା ପରିକ୍ଷା, ମାନସ ଚୌଧୁରୀ, ସୁଚରୀତା ମହାନ୍ତି, ବେଣୁଧର ପାତ୍ର, ଲିଙ୍ଗରାଜ ଚୌଧୁରୀ, ହିମାଂଶୁ ଦାସ, ହେମନ୍ତ ଦାସ, ଜୟଦେବ ନାୟକ, ଲାଲାଟେନ୍ଦୁ ଦାସ, ମଧୁସ୍ମିତା ଆଚାର୍ଯ୍ୟ, ସରସ୍ୱତୀ ହେମ୍ବ୍ରରମ୍‌, ମମତା ମାଢ଼ୀ, ରାଜେନ୍ଦ୍ର ଛତ୍ରିଆ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରତିମା ମଲ୍ଳିକ, ବିଶ୍ୱଭୂଷଣ ଦାସ, ରଜତ କୁମାର ଚୌଧୁରୀ, ବିରେନ ସେନାପତି, ଆଲୋକ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ପ୍ରମୋଦ କୁମାର ଜେନା, ମନୋଜ ବିଶ୍ୱାଳ, ରବୀନ୍ଦ୍ର ମହାପାତ୍ର, ଲିପନ ଦାସ, ରୁପାଦିପ୍ତା ମହାପାତ୍ର, ଦୁଲାଲ ପ୍ରଧାନ, ତରୁଣ ମିଶ୍ର ଓ ପ୍ରବୋଧ ଦାସ ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ ।

ପୁରୀ ଶ୍ରୀ ମନ୍ଦିର ସମୀକ୍ଷା କଲେ 5T ଅଧ୍ୟକ୍ଷ…

() 5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ

ଭୋର ୫ ଟାରୁ ୭ଟା ପର୍ଯ୍ୟନ୍ତ ସମୀକ୍ଷା କଲେ ପରିକ୍ରମା ପ୍ରକଳ୍ପ, 

 ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵ।

{} ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ,ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠ ଗୁଡିକ ର ପୁନରୁଦ୍ଧାର କାମ ,landscaping କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳ ର ତ୍ଵରିତ ବିକାଶ ଏମାର ମଠ ,ପଞ୍ଜାବୀ ମଠ ଆଦି ର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗ ର painting କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ

ଏହା ସହିତ ଭକ୍ତ ମାନଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡ ର ଉଭୟ ପାର୍ଶ୍ଵ ରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ସେହିପରି ଶ୍ରୀ ମନ୍ଦିର ଉତ୍ତର ଦକ୍ଷୀଣ ଓ ପଶ୍ଚିମ ପାର୍ଶ୍ୱ ର landscaping କାମ 9th December ସୁଦ୍ଧା ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ମଠ ପୁନ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

Effluent treatment plant, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି ପରିଦର୍ଶନ ପୁରୀ ଜିଲ୍ଲାପାଳ, IG ,SP OBCC MD ଏବଂ ବିଭିନ୍ନ executing agency ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି….

() ଦକ୍ଷିଣ – ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି । ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ିମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି ।ପରବର୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତର-ଉତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ
ଗଞ୍ଜାମ୍‌ରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି । ଏଥି ସହିତ ଏହି
ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା
ସିଇସି କହିଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା
ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତୀ ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା
ରହିଥିବା ସିଇସି କହିଛି ।

ମୁଖ୍ୟମନ୍ତ୍ରୀଙ୍କ ଡିସାଇପଲ୍ ହେଉଛନ୍ତି ପାଣ୍ଡିଆନ : ପ୍ରଣବ ପ୍ରକାଶ ଦାସ…

() ମୁଖ୍ୟମନ୍ତ୍ରୀଙ୍କ ଡିସାଇପଲ୍ ହେଉଛନ୍ତି ଭି କେ ପାଣ୍ଡିଆନ l ଭିକେ ପାଣ୍ଡିଆନଙ୍କ ପ୍ରତିବଦ୍ଧତା , ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆନ୍ତରିକତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଭଳି ଓଡ଼ିଶା ଲୋକଙ୍କ ପାଇଁ ଯେଉଁ ସମର୍ପଣ ଭାବ ତାହା ଆଗରୁ ହିଁ ଜଣାପଡ଼ୁଥିଲା l ମୁଖ୍ୟମନ୍ତ୍ରୀଙ୍କ ଇମେଜ୍ ଏବଂ ମର୍ଯ୍ୟାଦାକୁ କେଉଁଠି ବି ଉଣା କରିନାହାନ୍ତି l ୨୦୧୧ ମସିହାରେ ସେ ଯୋଗଦେଲେ, ତା ପୁର୍ବରୁ ସେ ଗଞ୍ଜାମ, ମୟୂରଭଞ୍ଜ ଆଦିରେ ମୁଖ୍ୟମନ୍ତ୍ରୀ ସହ କାମ କରିଛନ୍ତି l ଆଜି ବିଜେଡିରେ ଯୋଗଦେଇ ବିଜେଡିର ତୃଣମୂଳ ସ୍ତରରେ ଥିବା ଶେଷ କର୍ମୀଙ୍କ ପାଇଁ କାମ କରିବାର ଆଉ ଏକ ସମର୍ପଣ ବୋଲି ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l

ନିଷ୍ଠା, ନମ୍ରତା ଓ ଭଦ୍ରତାର ସହ କାମ କରିବି : ପାଣ୍ଡିୟାନ

() ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ଭିକେ ପାଣ୍ଡିଆନ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶିର୍ବାଦରେ ଓଡ଼ିଶାବାସୀଙ୍କ ସେବା କରିବି l ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ନିସ୍ଵାର୍ଥ ପରଭାବେ କାମ କରିବି l ନିଷ୍ଠା, ନମ୍ରତା ଓ ଭଦ୍ରତାର ସହ କାମ କରିବି ବୋଲି ପାଣ୍ଡିୟାନ କହିଛନ୍ତି l ଏହାସହ ବିଜେଡି ଦଳର ବରିଷ୍ଠ ନେତମାନଙ୍କ ସହଯୋଗରେ ଓଡ଼ିଶାକୁ ଆଗେଇ ନେବାକୁ ସଂକଳ୍ପ ନେଇଥିଲେ l

କାର୍ତ୍ତିକ ପୂର୍ଣ୍ଣିମାରେ ଶଙ୍ଖ ଭବନରୁ ଜନସେବା ଅଭିଯାନ ଆରମ୍ଭ କଲେ ପାଣ୍ଡିଆନ…..

() ବିଜେଡି ମୂଳମନ୍ତ୍ର ଜନସେବା l ବିଜେଡିରେ ସାମିଲ ହେବାପରେ ପାଣ୍ଡିଆନ ଜୀବନବିନ୍ଧୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସେବା ତାଙ୍କର ମୂଳମନ୍ତ୍ର ବୋଲି ବାର୍ତ୍ତା ଦେଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି। ବିକଶିତ ଓଡ଼ିଶାରର ଫୋକସରେ ରହିବ ଗାଁ । ସ୍ବଚ୍ଛତାର ସହ ଗାଁର ବିକାଶ କରିବାକୁ ଅଧିକ ତ୍ବରାନୀତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଭିକେ ପାଣ୍ଡିଆନ । ଖୁବଶୀଘ୍ର ନବୀନ ଓଡ଼ିଶା ପାଇଁ ମୋଡ଼ାଲିଟି କରାଯିବା ସହ ନବୀନ ଓଡ଼ିଶାକୁ ଆହୁରୀ ସଶକ୍ତ କରାଯିବ । ‘ଆମ ଓଡିଶା ନବୀନ ଓଡିଶା’ଜରିଆରେ ଗାଁର ସବୁ ଲୋକଙ୍କ ପାଇଁ ବିକାଶର କରିବା ଲକ୍ଷ୍ୟରେ ସେ କାମ କରିବେ ବୋଲି ବିଜେଡ଼ି ନେତାମାନେ କହିଛନ୍ତି । ନବୀନ ଓଡ଼ିଶା ସ୍ବଚ୍ଛତାର ସହ ଜାରୀ ରହିବ ବିକାଶମୂଳକ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ବିଜେଡିର ନେତାମାନେ କହିଛନ୍ତି। ନବୀନ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଭିଜନ ହୋଇଥିବାକୁ ଏହି ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଭିଜନମ୍ୟାନ ଭିକେ ପାଣ୍ଡିଆନ । ୨୩ ଅକ୍ଟୋବରେ ସ୍ବେଚ୍ଛାକୃତ ଅବସର ନେବା ପରେ ପାଣ୍ଡିଆନଙ୍କୁ ମିଳିଥିଲା ଜନ ସମର୍ଥନର ସୁଅ । ବିଭିନ୍ନ ବର୍ଗର ସଂଗଠନ କର୍ମକର୍ତ୍ତା ଓ ନେତାଏ ନବୀନ ନିବାସକୁ ଯାଇ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷକୁ ଭେଟି ଶୁଭେଚ୍ଛା ଦେଇଥିଲେ । ରାଜ୍ୟର ସ୍ବାର୍ଥ ପାଇଁ ସଭିଁଏ ଏକ ହୋଇ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିତୋଳିବାକୁ ଭିକେ ପାଣ୍ଡିଆନ ସଭିଁଙ୍କ ସହଯୋଗ ଲୋଡ଼ିଛନ୍ତି l ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ ଚାଲିଛି l

ବିଜେଡିରେ ପାଣ୍ଡିଆନ: ଘୋଷଣା କଲେ ନବୀନ,ପ୍ରଣବ ପିନ୍ଧାଇଲେ ଶଙ୍ଖ ଚିହ୍ନ…..

() କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହେଲେ ଭି.କେ. ପାଣ୍ଡିଆନl ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ବଡ଼ ଘୋଷଣା କରିଥିଲେ । ଏହାପରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଭିକେ ପାଣ୍ଡିୟାନଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ ପିନ୍ଧାଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ହେଉଛନ୍ତି 5T ସଚିବ ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିୟାନ l ୧୩ରୁ ୧୪ ବର୍ଷ ଧରି ନବୀନଙ୍କ ସହ ପାଣ୍ଡିୟାନ କାମ କରିବା ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି l ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରୁ ଶଙ୍ଖ ଭବନକୁ ଯାଇ ବିଧିବଧ ଭାବେ କାମ ଆରମ୍ଭ କରିଛନ୍ତି l ଶଙ୍ଖ ଭାବନରେ ପାଣ୍ଡିୟାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶଙ୍ଖ ଭବନରୁ ଦଳୀୟ କାର୍ଯ୍ୟକ୍ରମ ସାରି ଭିକେ ପାଣ୍ଡିୟାନ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେବେ ବୋଲି ସୂଚନା ମିଳିଛି l ତେବେ ଆଗାମୀ ଦିନରେ ଦଳରେ କେଉଁ ଭୂମିକାରେ ପାଣ୍ଡିୟାନ୍ ନେବେ ତାହାକୁ ନେଇ ପୁରା ଓଡ଼ିଶାରେ ଚର୍ଚ୍ଚା l

କାର୍ତ୍ତିକ ପୁର୍ଣିମାରେ ବିଜେଡିରେ ଯୋଗଦେଲେ ପାଣ୍ଡିଆନ…

() ଭି କେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ l ନବୀନ ନିବାସରେ ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି l ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ ବୈଠକ ପାଣ୍ଡିଆନ ବିଜେଡିରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପାଦଛୁଇଁ ପାଣ୍ଡିଆନ ଆଶିର୍ବାଦ ନେଲେ l ମନ୍ତ୍ରୀ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ , ବିଜେଡି ବିଧାୟକ ଅରୁଣ ସାହୁ,ବିଧାୟକ ପ୍ରଣବ ବଳବନ୍ତରାୟ ରାୟ, ସ୍ନେହାଗିନୀ ଚୁରିଆ, ବାସନ୍ତୀ ହେମ୍ରାମ, ସମୀର ଦାଶ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ l ବିଜେଡିରେ ସାମିଲ ହେବା ପୂର୍ବରୁ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ଜଗତର ନାଥ ଜଗନ୍ନାଥଙ୍କୁ ଭେଟି ଆଶିର୍ବାଦ ନେଇଥିଲେ l ଏହାପରେ ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ l

ଭିକେ ପାଣ୍ଡିଆନଙ୍କୁ ମିଳିବ ଗୁରୁ ଦାୟିତ୍ବ…..

() କାର୍ତ୍ତିକ ପୂର୍ଣ୍ଣିମାରେ ନବୀନ ଓଡ଼ିଶା ପ୍ରଗତୀର ସାରଥି ଭିକେ ପାଣ୍ଡିଆନଙ୍କୁ ମିଳିବ ଗୁରୁ ଦାୟିତ୍ବ l ଏନେଇ ଆସନ୍ତା କାଲି ବିଜେଡିର ବରିଷ୍ଠ ନେତାମାନଙ୍କ ଗୁରୁତ୍ଵ ପୁର୍ଣ୍ଣ ବୈଠକ ବସିବାକୁ ଯାଉଚି l ଭିକେ ପାଣ୍ଡିୟାନ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେବା ପରେ ରୂପାନ୍ତରଣ ଓଡିଶା ପଥରେ ଆଗେଇ ଚାଲିଛି l ସ୍ବାସ୍ଥ୍ୟ , ଶିକ୍ଷା, ଶିଳ୍ପ, ପର୍ଯ୍ୟଟନ ଆରମ୍ଭ କରି ଗମନାଗମନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶର ଟପରେ ପହଞ୍ଚିଲାଣୀ ଓଡ଼ିଶା । ନବୀନ ଓଡ଼ିଶା ଗଠନ ପ୍ରକୀୟାରେ ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଭିକେ ପାଣ୍ଡିଆନଙ୍କ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଆଗକୁ ସବୁ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରଣ ହୋଇ ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ କାର୍ତ୍ତିକ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ନବୀନ ବିଜେଡି ରାଜନୀତିରେ ଗୁରୁ ଦାୟିତ୍ବ ଦେଇପାରନ୍ତି। ନବୀନଙ୍କ ନେତୃତ୍ବରେ ଭିଜନମ୍ୟାନ ଭିକେ ପାଣ୍ଡିଆନ ଓଡ଼ିଶାକୁ ବିକାଶର ପ୍ରଯୋଗଶାଳାରେ ପରିଣତ କରୁଛନ୍ତି l ଫଳରେ ରୂପାନ୍ତରଣ ଏବେ ଦେଶର ରୋଲ ମଡ଼େଲ ସାଜିଛି l ଆଜି ଉପାନ୍ତଅଚଂଳରୁ ଉପକୂଳ ଯାଏ ରୂପାନ୍ତରଣ ଯୋଗୁଁ ବଦଳିଯାଇଛି ବିକାଶର ନକ୍ସା । ୨୫ ବର୍ଷ ଜନସେବାର ସେବକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଗତୀର ସେନାପତି ଭିକେ ପାଣ୍ଡିଆନ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ କରିବାକର ସାଜିଛନ୍ତି ସାରଥି । ଯାହା ଆଜି ପୁରା ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରୂପାନ୍ତରଣରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରିଛନ୍ତି ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରରୁ ସିଏମଓଙ୍କୁ ମିଳିଥିବା ମତାମତ ଆଧାରରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନୀତ କରୁଛନ୍ତି ସେ । ସ୍ବଚ୍ଛତା ଓ ସମୟ ଅନୁସାରେ ସବୁ କାମ କିପରି ସରିବ ତାହାର ସବୁସ୍ତରରେ ସମୀକ୍ଷା କରି ଓଡ଼ିଶା ଭିତ୍ତିଭୂମି ବିକାଶରେ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ପାଣ୍ଡିଆନଙ୍କ ଆଖୀରେ ନିଦନାହିଁ । ବିକାଶ ରାଜ୍ୟ ସରକାରଙ୍କ ମୂଳମନ୍ତ୍ରକୁ ସଫଳ କରିଛି କରିବାରା ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କ ଉଦ୍ୟମକୁ ପୁରା ଓଡିଶା ଖୁସି l ଲୋକାଭିମୁଖୀ ଯୋଜନା ଓ ଜନସେବାର କାମ ଠିକ ସମୟରେ ସ୍ବଚ୍ଛତାର ସହ ଶେଷ କରିବାର ସଂକଳ୍ପ ରୂପାନ୍ତରଣ ଓଡିଶାର ସ୍ବତନ୍ତ୍ର ପରିଚୟ ସାଜିଛି । ୬ମାସ ଧରି ସିଏମଓ ଓଡିଶା ଗସ୍ତ କରି ଲୋକଙ୍କ ଠାରୁ ଆଣିଥିବା ମତାମତ ଓ ବିଭିନ୍ନ ପ୍ରକଳ୍ନ କାମ ଯୁଦ୍ଧକାଳିନ ଭିତ୍ତିରେ କାମ ଆଗେଇ ଚାଲିଛି ଗ୍ରାଉଣ୍ଡରେ । ଯାହାକୁ ନେଇ ଓଡ଼ିଶାବାସୀ ବେଶ ଖୁସି । ୬ହଜାରରୁ ଅଧିକ ସ୍କୁଲ ରୂପାନ୍ତରଣ , କଲେଜରେ ମଧ୍ୟ ରୂପାନ୍ତରିଣ କରାଯିବ ସହ ଆଲୁମିନିଙ୍କ ସହ ଯୋଡ଼ାଯାଇ ଭିତ୍ତିଭୂମି ବିକାଶ କରାଯାଇଛି। ମାଗଣାରେ ଆଇଏସ କୋଚିଙ୍ଗ ,ସ୍ମାର୍ଟ କ୍ଲାସ ସହ ବିଭିନ୍ନ ମେଧାବୃତି ଯୋଜନା , ଓଡ଼ିଆ ମାଧ୍ୟକିମ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତର ପାଠ ପାଇଁ ସିଟ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ରୂପାନ୍ତରଣ ଯୋଗୁଁ ୩ଟିରୁ ୧୧ ଅଧିକ ମେଡ଼ିକାଲ କଲେକ ଓଡ଼ିଶାରେ ପ୍ରତିଷ୍ଠା ହୋଇ ସ୍ବାର୍ଥ କ୍ଷେତ୍ରରେ ବୈପ୍ଲବିକ ପରିବତ୍ତରନ ଆସିଛି । ସେହିପରି ଧାର୍ମିକ ପୀଠୀରେ ମଧ୍ୟ ବିଶ୍ବସ୍ତରରେ ବିକାଶ କରାଯାଇଛି । ଯାହା ଜଳଜଳ କରି ପୁରୀ, ଲିଙ୍ଗରାଜ, ସମଲେଇ, ବିରଜା ପୀଠ ଳ ଗୁପ୍ତେଶ୍ବର ଓ ଚର୍ଚ, ମସଜିତ ନୂଆରୂପ ଦେଖିଲେ ସ୍ପଷ୍ଟ ବାରୀ ହେଉଛି । ସେହିପରି ଦରିଦ୍ରଦୂରିକରଣ, ବେକାରୀ ହ୍ରାସ, ନିଯୁକ୍ତିର ସମ୍ଭାର ସହ ଓଡିଶାକୁ କ୍ରୀଡ଼ା, ଶିଳ୍ପ, ଆଇଟି ଓ ପର୍ଯ୍ୟଟନର ହବ ନୂଆରୂପନ ନେଇଛି ନବୀନଙ୍କ ରୂପାନ୍ତରଣ । ୫ଟି ଓ ନବୀନ ଓଡ଼ିଶାକୁ ଭିଜନ ମୋଡ଼ରେ ନେଇ କାମ ଜାରୀ ରଖିଛନ୍ତି ଭିକେ ପାଣ୍ଡିଆନ l ପ୍ରଶାସନିକ କ୍ଷେତ୍ରରେ ସେ ତାଙ୍କର ଦକ୍ଷତା ଦେଖାଇ ସାରିଛନ୍ତି l ଓଡ଼ିଶା ବିକାଶର ସାରଥୀ ସାଜିଥିବା ଭିକେ ପାଣ୍ଡିୟାନ ପୁରା ନବୀନଙ୍କ ପରି l କଥା କମ କାମ ଅଧିକକୁ ମୂଳମନ୍ତ୍ର କରି ଓଡିଶାବାସୀଙ୍କ ସେବାରେ ଲାଗିଛନ୍ତି l ଏଥିପାଇଁ ତାଂକୁ ଅନେକ ସମାଲୋଚନା ଓ ଅପବାଦ, ଅପ୍ରଚାର ସାମ୍ନା କରିବାକୁ ପଡିଛି l ଏସବୁ ପଛରେ ପକାଇ ଜଣେ ନିରବ ଜନ ସେବକ ଭାବେ ସେ ଓଡିଶାବାସୀଙ୍କ ସେବା କରିଚାଲିଛନ୍ତି l ତେଣୁ ନବୀନ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡି ରାଜନୀତିରେ ତାଙ୍କୁ ଗୁରୁ ଦାୟିତ୍ବ ଦେବେ ବୋଲି ପୁରା ଓଡିଶାରେ ଜୋରଦାର ଚର୍ଚ୍ଚା l

Follow us

20,832FansLike
0FollowersFollow
14,700SubscribersSubscribe

Latest news