ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ…

0

ଭୁବନେଶ୍ୱର, ତା. ୧୮/୦୧: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ନିମ୍ନ ସଂଯୋଜକ ମାନଙ୍କୁ ନିଯୁକ୍ତ କରିଛନ୍ତି ।

*ସଂସଦୀୟ କ୍ଷେତ୍ର ସଂଯୋଜକଙ୍କ ନାମ*

*ବରଗଡ଼ ଆଶୁତୋଷ ସ୍ୱାଇଁ*

*ସୁନ୍ଦରଗଡ଼ ଅନନ୍ତ ସୟନ ପାଢ଼ୀ*

*ସମ୍ବଲପୁର ପ୍ରେମ ଶଙ୍କର ମିଶ୍ର*

*କେନ୍ଦୁଝର ବିଷ୍ଣୁ ବାରିକ*

*ମୟୁରଭଞ୍ଜ ମନୋରଞ୍ଜନ ରାଉତ*

*ବାଲେଶ୍ୱର ଜାନକୀବଲ୍ଲଭ ପଟ୍ଟନାୟକ*

*ଭଦ୍ରକ ଜିଆ ଉଲ୍ ହକ୍‌*

*ଯାଜପୁର ଜିନେଶ ଦାସ*

*ଢ଼େଙ୍କାନାଳ ବାଙ୍କନିଧି ବେହେରା*

*ବଲଙ୍ଗୀର ଦୀଲ୍ଲିପ ନନ୍ଦ*

*କଳାହାଣ୍ଡି ଦ୍ୱାରିକା ମହାପାତ୍ର*

*ନବରଙ୍ଗପୁର ରବୀନ୍ଦ୍ର ମହାପାତ୍ର*

*କନ୍ଧମାଳ ରାଜୀବ ପଟ୍ଟନାୟକ*

*କଟକ ସୁବ୍ରତ ମହାପାତ୍ର*

*କେନ୍ଦ୍ରପଡ଼ା ଶଶିକାନ୍ତ ଲେଙ୍କା*

*ଜଗତସିଂହପୁର ସୁଦିପ୍ତ କର*

*ପୁରୀ ବିପ୍ଲବ ଚୌଧୁରୀ*

*ଭୁବନେଶ୍ୱର ହଳଧର ସେଠୀ*

*ଆସ୍କା ଘନ ସବର*

*ବ୍ରହ୍ମପୁର ଶୁଭେନ୍ଦୁ ମହାନ୍ତି*

*କୋରାପୁଟ ପୀତବାସ ପଣ୍ଡା*

ଜିଦ୍ ଟା ଭଲ……..

କିଛି ସମୟ କୋଳାହରରୁ ବାହାରି ଲିଟୁ ଚିନ୍ତା କଲା ମୁଁ ଯାହା କରିଛି ଠିକ୍ କରିଛି l ସେଦିନର ଗୋଟେ ଜିଦ୍ ମୋ ଜୀବନର ମୋଡ ବଦଲାଇ ଦେଇଛି l ହେଲେ ଜିଦ୍ ଟା ପୁଣି କଣ ବୋଲି ଲିଟୁ ତା ସାଙ୍ଗ ମାନସ ପଚାରିଲା l ସେ କହିଲା ଭାଇ ତୁ କଣ କୌଣସି କଥାରେ କିଛି ଜିଦ୍ କରିନାହୁ ? ଜାଣିପାରୁନୁ କଣ ଯେ l

ଜିଦ୍ ଭାରୀ କଠିନ ଶବ୍ଦ ହେଲେ ବି ଏହା ଭିତରେ ଥାଏ ମିଠାପଣ l ଛୁଆ ହେଉ କି ବୁଢ଼ା ଅବା ଯୁବକ ,ଯଦି ନିଜ ଜିଦ୍ ରେ ସଫଳ ହୁଏ ତେବେ ଜୀବନର ମିଠାପଣ କଣ ତାହା ଅନୁଭବ କରିଥାଏ l ଜିଦ୍ ଟା କାହାକୁ ସଫଳତାର ଶୀର୍ଷରେ ପହଞ୍ଚlଇ ଦେଇଛି ତ କାହାର ସଫଳତାରେ ବ୍ରେକ ଲଗାଇ ଦେଇଛି l ହେଲେ ସବୁ ଜିଦ୍ ଭିତରେ କିଛି ବାସ୍ତବ କାହାଣୀ ଲୁଚି ରହିଥାଏ l କାରଣ ତାହା ଅନ୍ତରର ବ୍ୟଥା ବ୍ୟକ୍ତ କରେ l ଜିଦ୍ ର ଭିନ୍ନ ଭିନ୍ନ ପରିଭାଷା ଦେଖିବାକୁ ମିଳିଥାଏ l ସ୍କୁଲରେ ବାରମ୍ବାର ଫେଲ୍ ହେଉଥିବା ପିଲାଟି ସାର ଓ ସାଙ୍ଗଙ୍କ ପରିହାସ ପାଇଁ ଜିଦ୍ ଧରି ବସିଲା ଯେ ସେ ବଡ ହେଲେ ଜଣେ ଭଲ ଆଇଏଏସ ହେବ, ଆଉ ଦିନରାତି ଏକ କରି ତାହା ଜିଦ୍ ରେ ସେ ଅଟଳ ରହେ ଓ ଶେଷରେ ସଫଳତା ପାଏ l ଯେଉଁ ସାଙ୍ଗମାନେ ତାକୁ ସ୍କୁଲ୍ ରେ ପରିହାସ କରୁଥିଲେ ପରିଣତ ବୟସରେ ତାକୁ ନିଜର ସାଙ୍ଗ ବୋଲି ଅନ୍ୟ ମାନଂକ ପାଖରେ କହି ଗର୍ବ ଅନୁଭବ କରନ୍ତି l ଆଉ କଥା କଥାରେ କହନ୍ତି ଲିଟୁ ର ଜିଦ୍ ତାକୁ ଆଇଏଏସ କରିଦେଲା l ସେମିତି ପ୍ରେମିକା ଓ ପ୍ରେମିକର ଅନେକ କାହାଣୀ ବି ଆପଣଙ୍କ ନଜରକୁ ଆସିଥିବ l ପ୍ରେମିକାକୁ ପାଇବା ଜିଦ୍ ରେ ସାତ ଦରିଆ ପାର ହୋଇ ପ୍ରେମିକ ନିଜ ପ୍ରେମକୁ ପାଇଛି l ଏହା ବି ଜିଦ୍ ର ମିଠାପଣ l ଠିକ୍ ସେହିପରି ଜିଦ୍ ବେଳେ ବେଳେ ଭଲ ବନ୍ଧୁକୁ ଉଚିତ ବାଟରେ ଆଣେ ତ ଆଉ କେଉଁ ଜିଦ୍ ମନୋଭାବ ମଣିଷକୁ ଉଚିତ୍ ଶିକ୍ଷା ଦେଇଥାଏ l ଜୀବନକୁ ସରସ ଓ ସୁନ୍ଦର କରିବାରେ ଜିଦ୍ ଭୂମିକା ବହୁତ ବେଶୀ l ଜିଦ୍ କଷ୍ଟ ଦିଏନି ବରଂ କଷ୍ଟ ଲାଘବ କରେ l ପୁଣି ଜିଦ୍ ଲକ୍ଷ ଦିଏ ଓ ସଂକଳ୍ପ ପୂରଣ କରିବାକୁ ସାହସ ଦିଏ l ଯାହା ଦୈନଦିନ ଜୀବନରେ ପ୍ରତ୍ୟେକ ମଣିଷ କେବେନା କେବେ ଅଙ୍ଗେ ଲିଭାଇଛି l ସ୍ବାମୀ, ସ୍ତ୍ରୀ କୌଣସି କାରଣରୁ ଝଗଡ଼ା ଲାଗି ଜିଦ୍ ଧରି ବସନ୍ତି କୌଣସି ଗୋଟେ ପ୍ରସଙ୍ଗକୁ ନେଇ l ଜିଦ୍ ଟା ଏତେ ପରିମାଣରେ ଥାଏ ଯେ ପରସ୍ପର କଥା ବାର୍ତ୍ତା ବି ମାସ ମାସ ଧରି ବନ୍ଦ କରି ଦିଅନ୍ତି l ହଠାତ୍ ଦିନେ ସେହି ଜିଦ୍ ଶାନ୍ତ ହୁଏ ଓ ସ୍ବାମୀ -ସ୍ତ୍ରୀ ମଧ୍ୟରେ ସମ୍ପର୍କ ଆଗ ଅପେକ୍ଷା ବହୁତ ବଢିଯାଏ l ଆଉ ଉଭୟ ଜିଦ୍ କରନ୍ତି ଜୀବନ ସାରା କେବେ କିଏ କାହାର ଦୋଷ ଧରିବେ ନାହିଁ l

ଜିଦ୍ ତ ଗୋଟେ ମହା ସମୁଦ୍ର l ଏହି ସମୁଦ୍ରରେ କେତେ ନଦୀ, ନାଳ ଓ ବର୍ଷା ଜଳ ପରି ଅସରନ୍ତି ଜିଦ୍ ମିଶିଛି l ହେଲେ ମଣିଷ କଣ କେବେ ଜିଦ୍ ଛାଡ଼ିଛି ନା ଛାଡ଼ିବ l କାରଣ ଜିଦ୍ ଟା ଭାରି ଭଲ……

୨୦୨୪-୨୫ ଶିକ୍ଷାବର୍ଷର ସାମ୍ବାଦିକତା ପାଠ୍ୟକ୍ରମ ର ନାମଲେଖା ପ୍ରକ୍ରିୟା ଆରମ୍ଭ…

() ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମସି) ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ହିନ୍ଦୀ ଓ ଇଂରାଜୀ ସମେତ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ଭାଷାରେ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଏହି ନାମଲେଖା ହେବ। ହିନ୍ଦୀ ଓ ଇଂରାଜୀ ସାମ୍ବାଦିକତାରେ ନାମଲେଖା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଜାନୁଆରି ୨୪ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ପାଠ୍ୟକ୍ରମରେ ନାମଲେଖାର ସୂଚନା ପୁସ୍ତିକା ଓ ଅନଲାଇନ୍‍ ଆବେଦନ ଫର୍ମ https://pgcuet.samarth.ac.in/ରେ ଉପଲବ୍ଧ ଅଛି।

ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଇଆଇଏମସିର ନୂଆଦିଲ୍ଲୀ, ଢେଙ୍କାନାଳ, ଆଇଜ୍ଵଲ୍, ଅମରାବତୀ, କୋଟ୍ଟାୟମ୍‍ ଓ ଜମ୍ମୁ କ୍ୟାମ୍ପସରେ ନାମଲେଖା ହେବ। ସେହିପରି ଆଇଆଇଏମସି ନୂଆଦିଲ୍ଲୀ, ଆଇଆଇଏମସି ଜମ୍ମୁ ଓ ଆଇଆଇଏମସି ଅମରାବତୀରେ ହିନ୍ଦୀ ସାମ୍ବାଦିକତାରେ ନାମଲେଖା ହେବ। ଅନ୍ୟପଟେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ଫର୍ମ ଖୁବଶୀଘ୍ର ଆଇଆଇଏମସିର ୱେବ୍‍ସାଇଟରେ ଉପଲବ୍ଧ ହେବ। ଏନେଇ ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି।

ଯୋଗ୍ୟତା:-

ପ୍ରାର୍ଥୀମାନଙ୍କ ବୟସ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ସେମାନେ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। 

“ଭାରତରେ ଆଇଆଇଏମସିର ବିଭିନ୍ନ କ୍ୟାମ୍ପସରେ ୨୦୨୪-୨୫ ଶିକ୍ଷାବର୍ଷରେ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗକୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସ୍ନାତକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସହ ସ୍ନାତକ ଶେଷ ବର୍ଷର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ନାମଲେଖା ପାଇଁ ଚୟନ ହେଲେ ସେମାନଙ୍କୁ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ପ୍ରୋଭିଜିନାଲ୍‍ ସାର୍ଟିଫିକେଟ୍‍ ଦାଖଲ କରିବାକୁ ପଡ଼ିବ”, କହିଛନ୍ତି ଆଇଆଇଏମସିର ଆଡ୍‍ମିଶନ ଇନ୍‍ଚାର୍ଜ ପ୍ରଫେସର ରାକେଶ କୁମାର ଗୋସ୍ୱାମୀ। ଅନ୍ୟପଟେ ଆଇଆଇଏମସିର ଢେଙ୍କାନାଳ କ୍ୟାମ୍ପସରେ ଓଡ଼ିଆ ସାମ୍ବାଦିକତା, ନୂଆଦିଲ୍ଲୀ କ୍ୟାମ୍ପସରେ ଉର୍ଦ୍ଦୁ ସାମ୍ବାଦିକତା, କୋଟ୍ଟାୟମ୍‍ କ୍ୟାମ୍ପସରେ ମାଲାୟଲମ୍‍ ସାମ୍ବାଦିକତା ଓ ଅମରାବତୀ କ୍ୟାମ୍ପସରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଶୀଘ୍ର ଆବେଦନ ଆରମ୍ଭ ହେବ।

ଓଡ଼ିଶାର ଢେଙ୍କାନାଳରେ ୧୯୯୩ ମସିହାରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର (ଆଇଆଇଏମସି) ଶାଖା ଖୋଲିଥିଲା। ସେହିଦିନଠାରୁ ଢେଙ୍କାନାଳ କ୍ୟାମ୍ପସରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେହିପରି ୨୦୦୧-୦୨ ଶିକ୍ଷାବର୍ଷଠାରୁ ଏଠାରେ ପ୍ରଥମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଦିଆହୋଇ ଆସୁଛି। ଆଇଆଇଏମସି ଢେଙ୍କାନାଳରେ ବିଭିନ୍ନ ସମୟରେ ସୂଚନା ସେବା ଅଧିକାରୀ ଓ ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ମଧ୍ୟ ତାଲିମ୍‍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଦେଶର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନର ଏକ ଉଲ୍ଲେଖନୀୟ ଭୂମିକା ରହିଛି।

ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱର ହିସାବ ମାଗିଲେ ପ୍ରଣବ: ୩ଟି ପ୍ରଶ୍ନର ଉତ୍ତର ମାଗି କହିଲେ ଭାଇ ଯୋଗ କରନ୍ତୁ, ରାଗ ଛାଡ଼ନ୍ତୁ …….

() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହୁ ଦିନ ପରେ କଡା କାଉଣ୍ଟର ଜବାବ ମାଗିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) l ବେଶ କିଛି ଦିନ ହେବ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ବୟାନବାଜି କରୁଛନ୍ତି l ଅନେକ ଅଭିଯୋଗ ମଧ୍ୟ ରାଜ୍ୟ ସରକାରଂକ ବିରୋଧରେ କରୁଛନ୍ତି l ଯାହାକୁ ବିଜେଡି ହାଲକା ଭାବେ ଗ୍ରହଣ କରିଥିଲା l ହେଲେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜର ରାଜନୈତିକ ବୟାନରେ ସିଧା ଟାର୍ଗେଟ କରିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ବିଫଳତାର ପୋଲ ଖୋଲି ଦେଇଛନ୍ତି ପ୍ରଣବ l ଓଡ଼ିଶା ଓ ନିଜ ଜିଲ୍ଲା ପାଇଁ କଣ କରିଛ କେନ୍ଦ୍ରମନ୍ତ୍ରୀ ହୋଇ ବୋଲି ପ୍ରଣବ ଜବାବ ମାଗିଛନ୍ତି ସୋସିଆଲ ମିଡିଆରେ l ଯାହା ରାଜ୍ୟ ରାଜନୀତି ଉଷ୍ମ କରିଛି l ପ୍ରଣବ ଟୁଇଟ କରି କହିଛନ୍ତି ଯେ ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ ନାହିଁ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ।

 

ତୃତୀୟରେ NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି । ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ କହି କଟାକ୍ଷ କରିଛନ୍ତି ପ୍ରଣବ । କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀଯୁକ୍ତ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ । ଯଦି ପ୍ରଶ୍ନ ସବୁ ଶୁଣି ରାଗ ଓ ରକ୍ତଚାପ ବଢ଼ିଯାଉଛି, ତେବେ ନିୟମିତ ଭାବେ ଯୋଗ କରିବାକୁ ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ । କିଛି ଦିନ ତଳେ ଜିଲ୍ଲା ଗସ୍ତ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସବୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଆଜି ଯାଏଁ ଦେଇପାରିନାହାନ୍ତି ଧର୍ମେନ୍ଦ୍ର। ପ୍ରଣବ ଟୁଇଟ କରି ଯେଉଁ ପ୍ରଶ୍ନ କରିଛନ୍ତି ତାହା ବହୁ ସମୟରେ ଢେଙ୍କାନାଳ ଓ ଅନୁଗୁଳବାସି ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ଯ ଜବାବ ମାଗିଛନ୍ତି l ଯାହା ଏବେ ଚର୍ଚ୍ଚାର ବିଷୟ l

ଟିକେ ଫେରିଯିବା….  

କଥା କଥାରେ ଆମେ ସମସ୍ତେ କହନ୍ତି , ଆଉ କଣ ସେ ଆଗ ପରି ସମୟ ଅଛି ! ଏବେ ତ ଖାଲି…. ତାହା ସହ ଯିଏ ଯାହା ପ୍ରସଙ୍ଗ ଯୋଡ଼ିପାରେ l ଏମିତି କଲେ ସେମିତି ହୁଏ, ସେମିତି ହେଉଥିଲା ସେ ସମୟରେ ଏପରି ଅନେକ କଥା ଘରର ଚାରି କାନ୍ଥ ଭିତରେ ତ୍ ପୁଣି ଗାଁ ଓ ଛକ ଖଟିରେ ଉଡିବୁଲେ l ୬୫ବର୍ଷର ରଘୁ ମୋଉସା ନିଜ ଜମାନା କଥା କହି ଏବେ ଓ ପୁରୁଣା କାଳକୁ ତୁଳନା କରୁଛନ୍ତି l ଆଉ ୨୦ବର୍ଷର ବିକାଶ ବି କହୁଛି ମୋର ପିଲା ଦିନଟା ଭାରି ଭଲ ଥିଲା l ଏ ସବୁ କେବଳ ଚିନ୍ତାଧାରା ନା ସମାଜ ଭିତରେ ଗୋଟେ ଧାରଣା ତାହା ଏବେ ବଡ ପ୍ରଶ୍ନ l ଆଉ ଏ ପ୍ରଶ୍ନର ଉତ୍ତର ବି ଆମ ପାଖରେ l ମଣିଷର ଚିନ୍ତାଧାରା, ଭାବନା, କର୍ମ ସହିତ ସମାଜ ଓ ନିଜପ୍ରତି ତଥା ନିଜ ପରିବାର ପ୍ରତି ଥିବା କର୍ତ୍ତବ୍ୟ ବୁଝିପାରିଲେ ଏ ସବୁ ପ୍ରଶ୍ନର ଉତ୍ତର ମିଳିବ l କାହିଁକି ଆମେ ଫେରିଯିବାକୁ ଚାହୁଛନ୍ତି ? କଣ ଏମିତି ବଡ ପରିବର୍ତ୍ତନ ଘଟିଛି ସମାଜରେ ? ଯାହାକୁ ସାମୂହିକ ଭାବେ ଆମେ ଗ୍ରହଣ କରି ପୁଣି ସେଥିରୁ ବାହାରିଯିବାକୁ ଇଚ୍ଛା କରୁଛନ୍ତି l ତାହାର କାରଣ ପ୍ରକୃତି କି ସମାଜ ବଦଳିନାହି l ଆମେ ବଦଳି ଯାଇଛନ୍ତି l ଆମର ଭୁଲ କୁ ନିଜେ ନବୁଝି ପାରି ଖାଲି ପୁରୁଣା ଦିନକୁ ଫେରିବାକୁ ଚାହୁଛନ୍ତି l ଯାହାକି ଆମର ବୌଦ୍ଧିକ ଓ ମାନସିକ ଚିନ୍ତାଧାରାର ଉନ୍ନତିରେ ପ୍ରତିବନ୍ଧକ ସାଜିଛି l କାରଣ ଖାଦ୍ୟ ଠାରୁ ଆରମ୍ଭ କରି ସାମାଜିକ ଚଳଣୀ ଯାଏ ସବୁକିଛିରେ ଆବଶ୍ୟକ ଠାରୁ ଅଧିକ ପରିବର୍ତ୍ତନ ଆସିଛି l ଫଳରେ ଆମ ଜୀବନରୁ ଚେତନା ଓ ଭାବନା କୁଆଡେ ଉଭା ହୋଇଯାଇଛି l ଯେତେବେଳେ ସେ ସବୁଠାରୁ ଆମେ ଦୂରେଇ ରହି କିଛି କରିବାକୁ ଚାହୁଛନ୍ତି ସେତେବେଳେ ମନକୁ ଆପେ ଆପେ ଆସୁଛି ଟିକେ ଫେରିଯିବା l ତାହା କିଛି ବି ହୋଇପାରେ l

ନୂଆ-ଓ ଯୁବ ଓଡିଶା ନବୀନ ଓଡିଶାର କ୍ରୀଡ଼ା ଉତ୍ସବ : ଫାଇନାଲରେ ୩ନମ୍ବର ୱାର୍ଡ଼ ….

() ଯାଜପୁର ପୌରପାଳିକାରରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶାର କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି l ଏନେଇ ବିଭିନ୍ନ ୱାର୍ଡ ମଧ୍ୟରେ ଚାଲିଥିବା ବନ୍ଧୁତା ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ୩ନମ୍ବର ୱାର୍ଡ଼ ସଭିଙ୍କୁ ପଛରେ ପକାଇ ଫାଇନାଲ୍ରେ ପ୍ରବେଶ କରିଛି l କ୍ରୀଡ଼ା ଉତ୍ସବରେ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ମ୍ୟାଚରେ ୯ନମ୍ବର ୱାର୍ଡ଼ ଓ ୩ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ୩ନମ୍ବର ୱାର୍ଡ଼ ବିଜୟ ଲାଭ କରିଥିଲା। ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ୧ନମ୍ବର ୱାର୍ଡ଼ ଓ ୧୦ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ୧ନମ୍ବର ୱାର୍ଡ଼ ବିଜୟ ଲାଭ କରିଥିଲା। କ୍ରୀଡା ଉତ୍ସବର ଫାଇନାଲ୍ ମ୍ୟାଚ୍ ୧ନମ୍ବର ୱାର୍ଡ଼ ଓ ୩ନମ୍ବର ୱାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ୩ନମ୍ବର ୱାର୍ଡ଼ ବିଜୟ ଲାଭ କରି ଫାଇନାଲ୍ ରେ ପ୍ରବେଶ କରିଛି।

କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ ମଲ୍ଲିକ, ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ସତ୍ୟ ପ୍ରକାଶ ଦାସ, ନଗର ସଭାପତି ଶ୍ରୀ ମନୋଜ ସାହୁ, ତୁଷାର ରଞ୍ଜନ ବେହେରା, କାଉନସିଲର ଶୁଭାଶିଷ ରାଉତ, ଏସ କେ ମୂର୍ତ୍ତଜା, ଯୁବ ଆଇନଜୀବି ପାର୍ଥ ସାରଥି ରାୟ, ଅକ୍ଷୟ ସାହୁ, ହିରଣମୟ ମହାପାତ୍ର, ଶିବାନନ୍ଦ ମିଶ୍ର ପ୍ରମୁଖ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

କିଛି ସଂପର୍କ ସବୁଦିନର……

()ଜୀବନ ଯାତ୍ରାରେ ସାମୟିକ ବନ୍ଧୁତା ଚିରଦିନ ପାଇଁ ମନରେ ବସା ବାନ୍ଧେ l ଆଉ ସେ ବସା ଏମିତି ଯେ ବେଳେବେଳେ ବହୁତ ମନେପଡେ l ଅଜଣା ସଂପର୍କ କେତେବେଳେ ଯେ ରକ୍ତ ସଂପର୍କ ପରି ପରିଲକ୍ଷିତ ହୁଏ ତାହା ନିଛାଟରେ ଅନୁଭୂତି ଦିଏ l ତାଜା ହୁଏ ସେ ସଂପର୍କର ସ୍ମୃତି ଓ ଅନୁଭୂତି l ସମୟ ଚକ୍ରରେ କାହିଁକି କେଜାଣେ ମନ ହୃଦୟ ଝୁରୁଥାଏ ସେ ସଂପର୍କର ମିଠାପଣକୁ ନିଜ ଭିତରେ l ଦୁନିଆ ଯେମିତି ପୁରା ଏକୁଟିଆ ହୋଇଯାଏ l ଭାବିବା, ହଜିବା ଓ ସ୍ବପ୍ନ ରାଇଜକୁ ଚାଲିଯିବାକୁ ବାଧ୍ୟ କରେ ପ୍ରତ୍ୟେକ ଦିନ ସେ ସଂପର୍କ ପାଇଁ l ଯିଏ ଯେତେ କହିଲେ ବି ମନ ବୁଝେନା ଆଉ ପ୍ରେମ, ଅର୍ଥ, ଆପଣାରୁ ବି ସେ ଆଗରେ ରହେ l ଯେମିତି କେଉଁ ଜନ୍ମଜନ୍ମର ସଂପର୍କର ସେତୁ ଆଜି ବିଦେଶୀ ପକ୍ଷୀଙ୍କ ଆଗମନ ପରି ସମୟ ଚକ୍ରରେ ଆସିଥିଲା ଓ ନିଜର ଡୋରି ବାନ୍ଧି ଦେଇ ପୁଣି ଦୂରେଇ ଗଲା l ହୁଏତ ସେ ସଂପର୍କ ପୁଣି କେତେବେଳେ ଯୋଡି ହେଵ ତାହା ଜଣାନାହିଁ ହେଲେ ଏତିକି ଜଣା ନିଶ୍ଚିତ ଯେ ଦିନେ ସେ ସଂପର୍କ, ଅଭୁଲା ସ୍ମୃତିକୁ ନେଇ ସବୁବେଳେ କଥା ହେବ, ଭାବ ବାଣ୍ଟିବ ଓ ସେହ୍ନ ଦେବ l ଖାଲି ଏତିକି ଫରକ ଯେ ସଂପର୍କ ସେମିତି ରହିଥିବ ହେଲେ ଆଉ ସମୟର ତାଳ ଦେଇ ଚରିତ୍ର ବଦଳୁ ଥିବେ l ଯାହାକୁ କେବଳ ଅନୁଭବ ଓ ଅନୁଭୂତି ଭିତରେ ଝୁରୁଥାଏ ମଣିଷ l

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବେ ବବି…….

() ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ୨୦୨୪ରେ ଦୁଇଟି ଆସନରୁନିର୍ବାଚନ ଲଢ଼ିପାରନ୍ତି l ବିଜେଡି ମିଶନ ୧୩୦ ଟାର୍ଗେଟ ନେଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ପ୍ରଣବ ୨୪ରେ ଦୁଇଟିଆସନରୁ ଲଢିବା ପାଇଁ ଦଳୀୟ ବିଧାୟକ ପ୍ରସ୍ତାବ ଦେଲେଣିl ପଶ୍ଚିମ ଓଡିଶାର ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବା ପାଇଁ ମନସ୍ଥ କରିଥିବାରୁ ବିଜେଡି ଏପରି ରଣନୀତି କରୁଛି l ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ସମ୍ବଲପୁର ସମୀକ୍ଷା କରୁଥିବା ବେଳେ ବିଧାୟକ ରୋହିତ ପୂଜାରୀ ଗଣମଧ୍ଯମ ଆଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ବବି ଭାଇ ସମ୍ବଲପୁର ଆସି ନିର୍ବାଚନ ଲଢ଼ିଲେ ଆମେ ଖୁସିହେବୁ । ସମସ୍ତ 7ଟି ଯାକ ବିଧାନସଭା ଆମେ ଜିତିବୁ ।’ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମ୍ୱଲପୁରରେ ବବିଙ୍କ ନିର୍ବାଚନ ଲଢିବା ପ୍ରସ୍ତାବକୁ ଏବେ ପୁରା ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚାର ବିଷୟ l ୨୦୧୯ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ l ଠିକ୍ ସେହିପରି ବିଜେଡି କର୍ମୀ ଓ ନେତାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ନବୀନ ଓ ୫ଟି ଅଧ୍ୟକ୍ଷଙ୍କ ଅତି ବିଶ୍ଵସ୍ତ ପ୍ରଣବ ପ୍ରକାଶ ଦାସଙ୍କୁ ଦୁଇଟି ନିର୍ବାଚନୀ ମଣ୍ଡଳୀରୁ ପ୍ରାଥି କରିବାକୁ ବିଜେଡି ରଣନୀତି କରି ପୁରା ପଶ୍ଚିମ ଓଡ଼ିଶାରେ ଏକ ପାଖିଆ ବିଜୟ ଲାଭ କରିବାକୁ ଯୋଜନା କରିଛି l ଦଳ ପ୍ରଥମେ ପ୍ରଣବଙ୍କୁ ପଶ୍ଚିମ ଓଡ଼ିଶାର ସମ୍ବଲପୁରର ପର୍ଯ୍ୟବେକ୍ଷକ ଭାବେ ଗୁରୁ ଦାୟିତ୍ୱ ମଧ୍ୟ ଦେଇଛି l ପ୍ରଣବ ପର୍ଯ୍ୟବେକ୍ଷକ ହେବା ପରେ ସମ୍ୱଲପୁର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେଡିର ତୃଣମୂଳ ସ୍ତରରୁ ଅଧିକ ସଂଗଠିତ ହୋଇଛି l ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ପ୍ରସ୍ତାବରେ ମୋହର ମରୁଛନ୍ତି ନା ଦଳ ଅନ୍ୟ କିଛି ରଣନୀତି କରିଛି ତାହା ଉପରେ ପୁରା ଓଡିଶାର ନଜର l

କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି ଘୋଷଣା : ବାଦ୍ ପଡିଲେ ସୁର ଓ ତାରା…

ଭୁବନେଶ୍ୱର, ତା. ୧୨.୦୧ : ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀଯୁକ୍ତ ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୧୮ ଜଣ ସଦସ୍ୟ ଭାବେ ଉକ୍ତ କମିଟିର ସ୍ଥାନ ପାଇଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧିରୀ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି ଙ୍କ ସମେତ ଏକ୍‌ସ ଅଫିସିଓ ସଦସ୍ୟ ହିସାବରେ ଯୁବ, ଛାତ୍ର, ମହିଳା ଓ ସେବାଦଳର ରାଜ୍ୟ ସଭାପତି ବା ଅଧ୍ୟକ୍ଷ ରହିଛନ୍ତି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମ ସଂଯୋଜକ ଦିପକ କୁମାର ମହାପାତ୍ର ଜଣାଇଛନ୍ତି ।

ଜାନୁଆରୀ 29ରେ ଓଡ଼ିଶା ଆସିବେ AICC ସଭାପତି ମାଲ୍ଲିକାର୍ଯୁନ ଖଡଗେ…

()ଜାନୁଆରୀ 29ରେ ଓଡ଼ିଶା ଆସିବେ AICC ସଭାପତି ମାଲ୍ଲିକାର୍ଯୁନ ଖଡଗେ। ଭୁବନେଶ୍ୱର ରେ ହେବାକୁ ଥିବା କର୍ମୀ ସମ୍ମିଳନୀ ରେ ଯୋଗ ଦେବେ। ସୂଚନା ଦେଲେ ପ୍ରଭାରୀ ଅଜୟ କୁମାର ।ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀ ଙ୍କୁ ସକ୍ରିୟ କରିବାକୁ ସଭାରେ ଦେବେ ମନ୍ତ୍ର। ରାହୁଲ ଙ୍କ ଭାରତ ନ୍ୟାୟ ଯାତ୍ରା ର ଓଡ଼ିଶା ରୁଟ ସମ୍ପର୍କରେ ବି ସମୀକ୍ଷା କରିବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news