ଖଣ୍ଡପଡ଼ା ଗଡ଼ ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ପରଲୋକ

ଖଣ୍ଡପଡ଼ା ମହାରାଜ ସ୍ବାଭିମାନ ରାଜନେତା ଅନନ୍ଯ ଓଡିଶାର ପୂର୍ବତନ ଉପବାଚସ୍ପତି ,ପୂର୍ବତନ ମନ୍ତ୍ରୀ ଓ ବିଧାୟକ ତଥା ଲୋକପ୍ରିୟ ରାଜନେତା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ପରଲୋକରେ । ତାଙ୍କ ମୃତ୍ୟୁ ଓଡିଶା ରାଜନୀତିରେ ଅପୂରଣୀୟ କ୍ଷତି ହୋଇଛି। ଉପ ବାଚସ୍ପତି ଥିବା ବେଳେ ତାଙ୍କର କାମ ଆଜି ବି ଓଡିଶା ବିଧାନସଭାରେ ଲିପିବଦ୍ଧ ହୋଇ ରହିଛି। ଖଣ୍ଡପଡ଼ା ପାଇଁ ତ୍ଯାଗପୂତ ଜୀବନୀକୁ ଖଣ୍ଡପଡ଼ାବାସୀ କେବେ ଭୁଲିବେ ନାହିଁ। ତାଙ୍କ ବିୟୋଗ ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ହେବା ସହ ଖଣ୍ଡପଡ଼ା ଅଂଚଳରେ ଦୁଃଖ ର ଛାୟା ଖେଳିଯାଇଛି। ରାଜ୍ୟ ରାଜନୀତିର ବହୁ ବରିଷ୍ଠ ନେତୃବୃନ୍ଦ ନିଜର ଶୋକ ପ୍ରକାଶ କରି ତାଙ୍କର ନେତୃତ୍ବକୁ ମନେ ପକାଇଛନ୍ତି।

ଖଣ୍ଡପଡ଼ା ଗଡ଼ ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ।। ହୃଦ୍ ଜନିତ ସମସ୍ୟା ରେ କିଛି ଦିନ ହେବ ଅସୁସ୍ଥ ଥିଲେ ମର୍ଦ୍ଦରାଜ । 1980, 1985 ଓ 1995 ରେ ତିନି ଥର ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ପରଲୋକ ।। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜନିତ ଥିଲେ

ଦିଲ୍ଲୀରେ ମନ ମିଶିଲା, ମହାମିଳନରେ ମାନଭଞ୍ଜନ 

ଦିଲ୍ଲୀରେ ମିଶିଲା ଡବଲ ଇଞ୍ଜିନ । ଏକାଠି ହେଲେ ଓଡ଼ିଶା ବିଜେପି ମାଙ୍ଗୁଆଳମାନେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନଏକ ହୋଇଥିବା ଚର୍ଚ୍ଚା ହେଉଛି। ୧୩ମାସ ଧରି ଓଡିଶା ରାଜନୀତିରେ ବିଜେପି ଦଳକୁ ନେଇ ହେଉଥିବା ସବୁ ଚର୍ଚ୍ଚାର ପୁର୍ଣ୍ଣଛେଦ ପକାଇଲେ ଦଳର ଶୀର୍ଷ ନେତୃତ୍ଵ। ଏକ ହୋଇ କାମ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ଦିଲ୍ଲୀର ଶୀର୍ଷ ନେତୃତ୍ଵଗଣ। ଓଡ଼ିଶାର ଚେହେରା ସାଜିଥିବା ନେତାଙ୍କୁ ଏକାଠି କରି ବୈଠକ କଲେ । ଭେଟଘାଟ ବି ହେଲା, ଆଲୋଚନା ବି ହେଲା, ରାଜ୍ୟ ସ୍ବାର୍ଥ କଥା ବି ଉଠିଲା ଓ ଗୋଷ୍ଠୀ ନୁହେଁ ଦଳ ପାଇଁ ସଭିଏ ଏକ ଏ ବାର୍ତ୍ତା ବି ଦେଲା ରାଜ୍ୟ ବିଜେପି। ବେଶ କିଛି ମାସ ହେବ ଓଡ଼ିଶାରୁ ଦିଲ୍ଲୀ ଯାଏ ଗୋଟିଏ ରାଜନୈତିକ ଚର୍ଚ୍ଚା, ବିଜେପି ସରକାର ଗଠନ କଲା ପରେ ଦଳ ଭିତରେ ପାୱାର ଲଢେଇ ଜୋରଦାର ହୋଇଛି।

ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଚାଲିଛି ପତିଆର ଲଢେଇ। ଆଉ ଏହାକୁ ଖୋରାକ ଯୋଗାଇଥିଲା ଦିଲ୍ଲୀରେ ବିଜେପି ନେତାଙ୍କ ଭିନ୍ନ ଭିନ୍ନ ବୈଠକ ଓ କିଛି ଫୋଟୋ। ସୋସିଆଲ୍ ମିଡିଆରୁ ରାଜନୈତିକ ସମୀକ୍ଷକ ଯାଏ ସଭିଙ୍କ ଗୋଟିଏ ଆକଳନ ଲଢେଇ ଚାଲିଛି, କିଏ ଅଧିକ ଶକ୍ତିଶାଳୀ ଦେଖାଇବାର ପ୍ରତିଯୋଗିତା ଦଳ ଭିତରେ । ସଭାପତିଙ୍କ ଦିଲ୍ଲୀ ବୈଠକରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଅନୁପସ୍ଥିତ ରହିବା ଓ ପରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ୩ଜଣ ସାଂସଦ ଆସିଲେନି। ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା ଯେ ବିଜେପିରେ ସବୁକିଛି ଠିକ ଠାକ୍ ଚାଲିନାହିଁ।।

ଏହି ଚର୍ଚ୍ଚା ଭିତରେ ଏଣ୍ଟ୍ରି କଲା ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ଚର୍ଚ୍ଚା। ପୁଣି ଚର୍ଚ୍ଚା ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ କାଳେ ଦଳ ଭିତରେ ପୁଣି ପତିଆର ଲଢେଇ ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରି ଅତି ଘନିଷ୍ଠ ମନ୍ତ୍ରିଙ୍କ ବିଭାଗ ଅଦଳବଦଳ କରିବା ଓ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଚର୍ଚ୍ଚା ବି ହେଲା। ଆଉ ବେଶୀ ଦିନ ଯାଏ ଯେପରି ଏ ଚର୍ଚ୍ଚା ନହେବ ଓ ସବୁ କଳ୍ପନାକଳ୍ପନାର ଅନ୍ତ ଘଟାଇ ଦିଲ୍ଲୀରେ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ଏକାଠି କରି ଦଳର ଶୀର୍ଷ ନେତୃତ୍ଵ ଏକତାର ବନ୍ଧନରେ ବାନ୍ଧିଛନ୍ତି । ଦଳ ଓ ସଂଗଠନକୁ ଏକାସାଙ୍ଗରେ ଚଳାଇବା ପାଇଁ ନେତାଙ୍କୁ ଗୁରୁମନ୍ତ୍ର ଦେବା ସହ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଶୀର୍ଷ ନେତୃତ୍ଵ।

ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ :- ଭକ୍ତ

 ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।

ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ଶ୍ରୀ ଯୁକ୍ତ ଦାସ କହିଛନ୍ତି କି ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା। ଶେଷରେ ତାଙ୍କ ମୃତ୍ୟୁ ହେଲା । ଶନିବାର ଘଟଣା ଘଟିଥିଲା ଏବଂ ଆଜି ସେଇ ଶନିବାର ତାର ମୃତ୍ୟୁ ହେଲା। ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୁଲିସ ଧରି ପାରିଲା ନାହିଁ । ଏଥରୁ ପୁଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ। ପୀଡ଼ିତାଙ୍କ ବୟାନ ପୁଲିସ ବ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ । ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର। ଯଦି ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଆମେ ଧରିନେବୁ ସରକାର ପୁଲିସ ବିଭାଗ ଚଳାଇ ପାରୁ ନାହାନ୍ତି । ଆମେ ଡିଜିପି ଅଫିସ ଘେରାଉ କରିବୁ ବୋଲି ଆଜି ଘୋଷଣା କରିଛନ୍ତି ଶ୍ରୀଯୁକ୍ତ ଦାସ।

ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା,ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ଯ୍ୟନ୍ତ ଧରାହେଇ ନାହାନ୍ତି। ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ଦାସ।ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି ।କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି।ଏଫ୍ ଏମ୍ କଲେଜ ଏବଂ ବଲଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି। ବଳଙ୍ଗା ଛାତ୍ରୀ ଘଟଣା ଉପ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଘଟିଛି।ଏଭଳି ଅପରାଧୀ ମାନଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡାଉଛନ୍ତି।ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି।ତାହାର ସୀମା ନାହିଁ।ବିଶ୍ଵ ଦରବାରରେ ଆପଣ ଲଜ୍ଜିତ ହେଲେଣି।ଦେଶରେ ଆପଣ ଲଜ୍ଜିତ ହେଲେଣି । ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କଲା କିନ୍ତୁ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କଲେ ନାହିଁ ବୋଲି ଶ୍ରୀ ଯୁକ୍ତ ଦାସ କ୍ଷଭୋ ପ୍ରକାଶ କରିଛନ୍ତି। ସରକାର ରେ ଅମଣିଷ ମାନେ ବସିଛନ୍ତି।ଯଦି ମନିଷା ପଣିଆ ଥାଏ ତେବେ ଅଭିଯୁକ୍ତକୁ ଗିରଫ କରି ନିଜର ମଣିଷ ପଣିଆ ପ୍ରମାଣିତ କରନ୍ତୁ।

ଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ରହିବ, କିନ୍ତୁ ଚାକିରି ରହିବ ନାହିଁ : ଡକ୍ଟର ଆନନ୍ଦ ଦେଶପାଣ୍ଡେ

ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ)ର ଆବିର୍ଭାବ ଚାକିରି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଛାତ୍ରୀମାନେ କିନ୍ତୁ ନିଜେ ନିଯୁକ୍ତି ସୃଷ୍ଟି କରି ନିଜର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ ବୋଲି ଶନିବାର କହିଛନ୍ତି ପର୍ସିଷ୍ଟାଂଟ ସିଷ୍ଟମ୍‌ସର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ପରିଚାଳାନା ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ଦେଶପାଣ୍ଡେ ।

ଆମେ ବର୍ତମାନ ଏଭଳି ପରିସ୍ଥିତି ଦେଇ ଗତି କରୁଛୁ ଯେଉଁ ସମୟରେ କି କାର୍ଯ୍ୟର ଆବଶ୍ୟକତା ବଢ଼ିବ ମାତ୍ରଚାକିରିର ହାର କମିବ । ତେଣୁ ଚାକିରି ପଛରେ ନ ଗୋଡାଇ ନିଜେ କିଭଳି ନିଯୁକ୍ତି ସୃଷ୍ଟି କରିପାରିବ ସେ ଦିଗରେ ଛାତ୍ରଛାତ୍ରୀମାନେ ଚିନ୍ତା କରିବା ଉଚିତ୍ ବୋଲି କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର  ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ ଅବସରରେ ଏହା କହିଛନ୍ତି ଡକ୍ଟର ଦେଶପାଣ୍ଡେ । ଏଆଇ ଏବଂ ଏହାର ଭବିଷ୍ୟତ ସମ୍ପର୍କିତ ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ସମସ୍ୟାର ସମାଧାନ କରିବା ସହ ଉତ୍ପାଦନତା ବୃଦ୍ଧି କରିବା ଦିଗରେ ଏଆଇର ଉଚ୍ଚ ଧରଣର ଦକ୍ଷତା ରହିଛି ।

ବର୍ତମାନ ସମୟରେ ମଣିଷମାନଙ୍କ ଅପେକ୍ଷା ଏଆଇ ଭଲ କୋଡ୍ ଲେଖିପାରୁଛି । କିନ୍ତୁ ଏଆଇ ଅନେକ କିଛି ବିଷୟକୁ ବିକୃତ ମଧ୍ୟ କରିପାରେ ଯାହା ଅନ୍ୟ କେହି କରିପାରିବେ ନାହିଁ ବୋଲି କହିବା ସହ ଦୁଇଟି ଦେଶ ଆମେରିକା ଏବଂ ଚୀନବର୍ତମାନ ଏଆଇ କ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ କର୍ପୋରେଟ୍ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟ ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

ପୁନେ ସ୍ଥିତ ବିଶ୍ୱସ୍ତରୀୟ ଡିଜିଟାଲ୍ ଇଞ୍ଜିନିୟରିଂ କମ୍ପାନୀର ମୁଖ୍ୟ ଡକ୍ଟର ଦେଶପାଣ୍ଡେ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ଯେଉଁଭଳି ଦ୍ରୁତ ଗତିରେ ଅଗ୍ରଗତି କରୁଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯେଉଁମାନେ ୨୦୦୦ ମସିହା ପରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚି ରହିବାରେ ଅସୁବିଧା ନାହିଁ ଏବଂ ଆଗାମୀ ୬୦ ବର୍ଷ ଧରି ୨୦୮୫ ମସିହା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ଷମ ରହିବେ । ଭାରତ ଖୁବ ପ୍ରଗତିଶୀଳ ହୋଇଥିଲେ ମଧ୍ୟ ବର୍ତମାନ ଛାତ୍ରଛାତ୍ରୀମାନେ ଯେଉଁ ଜ୍ଞାନ ଆହରଣ କରୁଛନ୍ତି ତାହା ୬୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ନାହିଁ । କାରଣ ବିଶ୍ୱବିଦ୍ୟାଳୟ ଛାଡ଼ିବା ପରେ ସେମାନେ ଯେଉଁ କମ୍ପାନୀରେ ଯୋଗ ଦେବେ ତାହା ଆଗାମୀ ୬ ଦଶନ୍ଧି ଧରି ରହିବ ନାହିଁ ବୋଲି ସେ କହିଥିଲେ ।

ଡକ୍ଟର ଦେଶପାଣ୍ଡେ ଆଇଆଇଟି ଖଡ଼ଗପୁରର ଛାତ୍ର ଯାହା ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ କମ୍ପ୍ୟୁଟର ସାଇନ୍‌ସ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ସେ ଆମେରିକାରେ ପାଠ ପଢ଼ି ଚାକିରି କରିବା ପରେ ୧୯୯୦ ରେ ଭାରତ ଫେରି ନିଜର କମ୍ପାନୀ ଆରମ୍ଭ କରିଥିଲେ ।ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ସେମାନେ କେଉଁ ଦିଗରେ ଯାଉଛନ୍ତି ତାହାଜାଣିବା ଉଚିତ୍ ବୋଲି ସେ କହିଥିଲେ । ନିରନ୍ତର ଜ୍ଞାନ ଆହରଣ ସହ ସଂଗଠିତ କାର୍ଯ୍ୟ ଏବଂ ସଂଯୋଗୀକରଣର ଅନେକ ଆବଶ୍ୟକତା ରହିଛି । ତେବେ ନୈତିକତା ସହ ସାଲିସ୍ ନ କରି ନିଜ ବୃତି ପ୍ରତି ନିଷ୍ଠାବାନ ହେବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏକ ପ୍ରଶ୍ନର ଉତରରେ ଭୁଲ କରିବା ଏକ ସାଧାରଣ ଘଟଣା ଓ କିଛି ବଡ଼ କଥା ନୁହେଁ ବୋଲି ଡକ୍ଟର ଦେଶପାଣ୍ଡେ କହିଥିଲେ ।

କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ.

ନାରୀ ସୁରକ୍ଷା ଓ ସ୍ୱାଭିମାନ ପାଇଁ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

 ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଦିନକୁ ଦିନ ବଢିଚାଲିଛି । ଜଣେ ମହିଳା ଘରୁ ବାହାରିଲେ ତା’ର କର୍ମ କ୍ଷେତ୍ରକୁ ସୁରକ୍ଷିତରେ ଘରକୁ ଫେରିବ ବୋଲି ଏହି ବିଜେପି ସରକାରରେ କୌଣସି ଗ୍ୟାରେଣ୍ଟି ନାହିଁ । ବିଗତ ଦିନରେ ଘଟିଯାଇଥିବା ଘଟଣାଗୁଡିକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ସାଂସଦମାନେ ଆଜି ସଂସଦ ଭବନର ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଓଡିଶାରେ ନାରୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟର ନ୍ୟାୟିକ ତଦନ୍ତ ଦାବି କରିବା ସହ ବଳଙ୍ଗା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ । ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଡବଲ ଇଂଜିନ ସରକାର ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ପ୍ରତିବାଦ କରୁଥିବା ବିଜେଡି ସାଂସଦମାନେ ଦାବି କରିଥିଲେ ।

ଏହି ଧାରଣାରେ ସାଂସଦ ଡ. ସସ୍ମିତ ପାତ୍ର, ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ, ମୁଜିବୁଲ୍ଲା ଖାନ୍(ମୁନା ଖାନ୍), ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ନିରଂଜନ ବିଶି ଓ ଶ୍ରୀଯୁକ୍ତ ସୁବାଶିଷ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ ।

ଅଗଷ୍ଟ ୧ରୁ ୧୪ ପର୍ୟ୍ୟନ୍ତ ଦୁଇ ପର୍ୟ୍ୟାୟରେ ଛାତ୍ର ଓ ଯୁବ ବିଜେଡିର ଆନ୍ଦୋଳନ

 ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ବିଶେଷକରି ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ଅଭିଯୋଗରେ ବିଜୁ ଜନତା ଦଳ ଆନ୍ଦୋଳନ କରି ଆସୁଥିବା ବେଳେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବ ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଅଗଷ୍ଟ ୧ ତାରିଖରୁ ବିଜେଡିର ଛାତ୍ର ଓ ଯୁବ ସଂଗଠନ ତରଫରୁ ହେବାକୁ ଥିବା ଆନ୍ଦୋଳନାତ୍ମକ କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।

ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଗତ ୧୩ ମାସ ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିବା ସହିତ ନାରୀ ନିର୍ୟ୍ୟାତନା ଅହେତୁକ ବୃଦ୍ଧି ପାଇଛି। ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ, ରାଜ୍ୟ ବିଜେପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କଲେଜ ଷ୍ଟ୍ରାଇକ କରିଥିଲା। ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭଵନ ଘେରାଉ କାର୍ୟ୍ୟକ୍ରମ ସହିତ ତିନି ଆରଡିସି ଅଫିସ ଘେରାଉ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବେ, ଦ୍ଵିତୀୟ ପର୍ୟ୍ୟାୟରେ, ଅଗଷ୍ଟ ୧ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯିବ। ଏଥିରେ ଛାତ୍ର ଛାତ୍ରୀ ମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ। ସେହିପରି, ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଛାତ୍ର ଛାତ୍ରୀ ମାନେ ରାଜ୍ୟର ଗୃହମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲକ୍ଷାଧିକ ଚିଠି ପଠାଯିବ ବୋଲି ଶ୍ରୀ ରାୟ କହିଥିଲେ।

ସେହିପରି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ନିକଟରେ ଘଟି ଯାଇଥିବା ଘଟଣାମାନଙ୍କୁ ନେଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜ୍ୟା ଓ ନିନ୍ଦା ସାଉଁଟିଛି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜେରିରେ ଓଡିଶା ସମେତ ଦେଶର ଛଅଟି ରାଜ୍ୟକୁ ନଯିବା ପାଇଁ ଏହାର ନାଗରିକ ମାନଙ୍କୁ କହିଥିଲେ। ବିଶେଷକରି ନାରୀ ଅସୁରକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହି ବାରଣ କରା ଯାଇଥିବାରୁ, ଓଡିଶା ପାଇଁ ଏହା ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା। ସେହିପରି, ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଲଜ୍ଜ୍ୟା ବୋଲି କହିବା ସହିତ ଏଥିପାଇଁ ବ୍ୟବସ୍ଥାଗତ ବିଫଳତା ଦାୟୀ ବୋଲି କହିଥିଲେ। ଏତେ ନିନ୍ଦା ଓ ଲଜ୍ଜ୍ୟା ସତ୍ତ୍ୱେ, ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନାହିଁ। ତେଣୁ, ରାଜ୍ୟରେ ଛାତ୍ରୀ ଓ ନାରୀ ମାନଙ୍କୁ ସୁରକ୍ଷିତ କରିବା ପାଇଁ, ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବା ଦରକାର। ନାରୀ ନିର୍ୟ୍ୟାତନାର ପ୍ରତିବାଦରେ, ବିଜୁ ଜନତା ଦଳ ତରଫରୁ ଅଗଷ୍ଟ ୧ ତାରିଖରୁ ଦୁଇ ଥାକିଆ ଆନ୍ଦୋଳନ କରାଯିବ। ରାଜ୍ୟରେ ଛାତ୍ରୀ ଓ ନାରୀ ମାନେ ସୁରକ୍ଷିତ ନହେବା ପର୍ୟ୍ୟନ୍ତ ବିଜୁ ଜନତା ଦଳ ଆନ୍ଦୋଳନ ଜାରି ରଖିବ।

ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

ମହିଳା ସୁରକ୍ଷାକୁ ଆଳ କରି ଗତ କିଛି ଦିନ ହେଲା ଓଡିଶା ବନ୍ଦ, ଘେରାଓ, କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଉଭୟ ବିଜେଡି ଓ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦିବାର ଦୃଶ୍ୟ ଓଡିଶାବାସୀ ଦେଖୁଛନ୍ତି । ଅନ୍ୟ ପଟେ ମହିଳା ଦୁଷ୍କର୍ମରେ ଅଭିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଏବଂ ବିଏମ୍‌ସି କର୍ପୋରେଟର ତଥା ବିଜେଡି ନେତା ଅମରେଶ ଜେନାଙ୍କ କ୍ଷେତ୍ରରେ ଉଭୟ ଦଳର ମୁଖିଆଙ୍କ ତୁଣ୍ଡି ବନ୍ଦ । ବାସ୍ତବରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଉଭୟ ଦଳର ଦୋମୁହାଁ ନୀତି ପଦାରେ ପଡିଛି । ନିଜ ଅସଲ ଚିତ୍ର ଧରାପଡିବା ଭୟରେ ଅତ୍ୟନ୍ତ ନିମ୍ନସ୍ତରକୁ ଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି ଉଭୟ ଦଳ । ଏହାର ପ୍ରତିବାଦ କରି ଆଜି ଭୁବନେଶ୍ୱର ଜିଲ୍ଲା ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ତଥାକଥିତ ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ମନେ ପକାଇ ଦେବା ପାଇଁ ସମସ୍ତ ଜିଲ୍ଲାରେ ବ୍ୟାପକ ଓ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି ।

ମହିଳା ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନିଜ ଶାସନ କାଳର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେଡି ଦଳ ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ, ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମାଁ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି । ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳାମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ରଶ୍ମୀରେଖା ଦାସ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟିଙ୍କ ସମେତ ଜିଲ୍ଲା ଓ ରାଜ୍ୟର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ

ବାଇଁଆ ତୁମ ଜ୍ୱାଇଁ ପୁଅ : କଂଗ୍ରେସ

ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି । କିନ୍ତୁ ଘୋର ଆଶ୍ଚର୍ଯ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ଯାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ । ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି । ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ । ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ । ବାଇଁଆ ଜେନା ପ୍ରସଙ୍ଗରେ ନିଜ ସରକାରକୁ ଘେରିବା ଛାଡ଼ି କଂଗ୍ରେସକୁ ପ୍ରଶ୍ନ ପଚାରୁଛି । ବାଇଁଆକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ । ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ । ବାଇଁଆ ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ ।

ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଲେ ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ । କାରଣ ଚୂଡ଼ି ପିନ୍ଧିବା କେତେଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ ବୋଲି ଆଣିଛୁ । ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣାବେଳେ ଆଗକୁ ଆସିଥାନ୍ତେ, ଲୁଚି ନଥାନ୍ତେ । ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ ସେଥିପାଇଁ ରାଜରାସ୍ତାରେ ଆସି ହାସ୍ୟାସ୍ପଦ ବିରୋଧ ପ୍ରଦର୍ଶନ କରୁଛନ୍ତି । ମୁଖପାତ୍ର ଜୟଶ୍ରୀ ପାତ୍ର ତାଙ୍କ ବିବୃତିରେ କହିଲେ ଯେ ତୁମ ଦଳ ସରକାରରେ ଅଛି ଏବଂ ତୁମେ ରାଜରାସ୍ତାରେ ଚିତ୍କାର କରୁଛ ଏହା ଆଶ୍ଚର୍ଯ୍ୟକର ନୁହେଁକି? କେଉଁ ଅଭିଯୁକ୍ତକୁ ଗିରଫ କରାଯିବ ଏବଂ କାହାକୁ ଅନୁକମ୍ପାମୂଳକ ସୁରକ୍ଷା ଦିଆଯିବ ସରକାର ନିଜ ଆତ୍ମିୟସ୍ୱଜନ ବିଚାର କରୁଛନ୍ତି । ଏହା ପ୍ରକୃତରେ ଲୋକଙ୍କ ସରକାର ନା କିଛି ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି । ଠିକ ସେମିତି ମୁଖପାତ୍ର ଝୁନା କୁମାରୀ ବିଜେପି କେତେ ନିଚ୍ଚ ଏବଂ ଅସହିଂଶୁ ତା’ର ଉଦାହାରଣ ଦେଖିବାକୁ ମିଳିଲା ବାଣୀବିହାର ଠାରେ । ସେଥାରେ ଥିବା ବିଜେପି ପୋଷ୍ଟର ନିଖୁଣ ଥିବା ବେଳେ ପାଖରେ ଲଗାଯାଇଥିବା ସୌମ୍ୟାଶ୍ରୀର ଶ୍ରଦ୍ଧାଞ୍ଜଳି ପୋଷ୍ଟର ଚିରାଯିବା ଘଟଣା ଏଥିରୁ ଜଣାପଡ଼ୁଛି ନାରୀ ନିର୍ଯାତନା ପାଇଁ ଏମାନେ କେତେ ବ୍ୟଥିତ । ମୁଖପାତ୍ର ମଧୁସ୍ମିତା କହିଲେ ବର୍ତ୍ତମାନ ରାଜ୍ୟର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଜାଣିଲେଣି । ଦୁଷ୍କର୍ମ, ନିର୍ଯାତନା ଘଟଣା ଗୁଡ଼ାକୁ ଆଉ ଘଂଟ ଘୋଡ଼ଇ ସରକାର ରଖିପାରିବେ ନାହିଁ ।

ଶେଷରେ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ମୁଖପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ପୃଥ୍ୱୀରାଜ ଓ ସୁରଜଙ୍କ ପଲାଭାରୀ 

 ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବାଦ ପଡିବେ ନାହିଁ। ବିଜେପି ସରକାରରେ ଏହି ଦୁଇମନ୍ତ୍ରୀଙ୍କ ଦବଦବା ବି କିଛି କମ୍ ନୁହେଁ। ବିଜେପି ଅନ୍ଦରମହଲର ଚର୍ଚ୍ଚା ଅନୁସାରେ ଉଭୟଙ୍କ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଦଳର କିଛି ବିଧାୟକ ଅସନ୍ତୋଷ ଜାହିର କରିଛନ୍ତି ଦଳର ଶୀର୍ଷ ନେତୃତ୍ଵଙ୍କ ପାଖରେ।କାଳେ ବିଧାୟକ କଥା ବି ମନ୍ତ୍ରୀମାନେ ଶୁଣୁନାହାନ୍ତି। ଖୋଲାଖୋଲି ବିଧାୟକ ମାନେ କହୁଛନ୍ତି ଯେ ଦୁଇମନ୍ତ୍ରୀଙ୍କ ଅହଂକାର କାଳେ ବହୁତ ବଢିଯାଇଛି। ଫଳରେ ଦଳୀୟ କର୍ମୀ କି ବିଧାୟକଙ୍କୁ ସେମାନେ ପଚାରୁନାହାନ୍ତି।

ହେଲେ ଉଭୟ ମନ୍ତ୍ରିମଣ୍ଡଳର ଶକ୍ତିଶାଳୀ ମନ୍ତ୍ରୀ। ତେଣୁ ସଂପ୍ରସାରଣ ସମୟରେ ବାଦ ନୁହେଁ, ବରଂ ଉଭୟଙ୍କ ଠାରୁ ଶକ୍ତିଶାଳୀ ବିଭାଗ କାଡିନେବାକୁ ବିଜେପିର ଶୀର୍ଷ ନେତୃତ୍ଵ କସରତ ଆରମ୍ଭ କରିଛନ୍ତି ।ଆଇନ ମନ୍ତ୍ରୀ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ସଂସ୍କୃତି ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଭାଗ୍ୟ କଣ ହେବ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି। ଦୁଇ ମନ୍ତ୍ରୀ ରିପୋର୍ଟ କାର୍ଡରେ ଯାହା ମାର୍କ ପାଆନ୍ତୁ, ନିଜର ପାରିବାପଣ ଓ ଦଳରେ ଦବଦବା ଯୋଗୁଁ ମନ୍ତ୍ରୀପଦ ବଜାୟ ରଖିବେ ଏଥିରେ ସନ୍ଧେହ ନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ସୋଆର ମହିଳା ୱର୍କଫୋର୍ସକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମାନ ପ୍ରଦାନ

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର ଅଗ୍ରଣୀ ଭୂମିକା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ୱର୍କଫୋର୍ସକୁ ଫେମିନା ୱିମେନ୍ ଆଚିଭର୍ସ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି ।

ଶନିବାର ଭାରତର ଅଗ୍ରଣୀ ମହିଳା ଭିତିକ ପ୍ରତ୍ରିକା ଫେମିନା ପକ୍ଷରୁ ଆୟୋଜିତ ଫେମିନା ଆଚିଭର୍ସ ଆୱାର୍ଡ ସମ୍ମାନ, ଓଡ଼ିଶା ୨୦୨୫ ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ମହିଳା ୱର୍କଫୋର୍ସକୁ ଦୁଇଟି ସମ୍ମାନ ପ୍ରଦାନ କରାଯାଇଛି ।

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ନେତୃତ୍ୱ ନେଇ ସୋଆର ୱିମେନ୍ ୱର୍କଫୋର୍ସକୁ ‘ଏକ୍ସିଲେନ୍ସ ଇନ୍ ଏଜୁକେସ୍‌ନାଲ ଲିଡରସିପ୍‌’ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରିପାଠୀ, ଡିନ୍ ପ୍ରଫେସର ସସ୍ମିତା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସେସ୍ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟସ ଆଫେୟାର୍ସ) ଆଇଟିଇଆର, ପ୍ରଫେସର ରେଣୁ ଶର୍ମା ଓ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ ।

ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ସୋଆ ଗ୍ରୁପ୍ ଅଫ୍ ହସ୍ପିଟାଲ୍‌ସର ମହିଳା ଶାଖାକୁ ‘ଆଉଟଷ୍ଟାଣ୍ଡିଙ୍ଗ କଂଟ୍ରିବ୍ୟୁସନ୍ ଟୁ ୱିମେନ୍ ଏମ୍ପାୱାରମେଂଟ ଇନ୍ ଏଜୁକେସନ ଆଣ୍ଡ ହେଲ୍‌ଥ କେୟାର’ ସମ୍ମାନ ପ୍ରଦାନ କରାଯାଇଛି ।

ସୋଆ ପକ୍ଷରୁ ଚିଫ୍ ଫ୍ୟାସିଲିଟେଟିଙ୍ଗ ଅଫିସର ଶ୍ରୀମତି ପ୍ରତିମା ରାଉତରାୟ, ସୋଆ ଫାର୍ମାସୀ ମୁଖ୍ୟ ଡକ୍ଟର ଜସ୍ମୀନ ପଣ୍ଡା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ପ୍ରଫେସର ଅରୋଲିପି ଦାସ, ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଇଂ ମନୋରମା ପରିଡ଼ା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିଜିଏମ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ୍‌, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମୀନତି ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ – ୨ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ, ସୋଆ ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ, ସୋଆ ଫାର୍ମସୀର ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ, ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପ୍ରଫେସର ସସ୍ମିତା ମହାନ୍ତି ଓ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଏବଂ ସୋଆ ଆଲୁମିନାଇର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଏହି ସମ୍ମାନ ଗ୍ରହଣ କରିଥିଲେ ।

ସେହିପରି ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ନେଇ ବିଶିଷ୍ଟ ସାହିତ୍ୟିକା ତଥା ସୋଆର ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କୁ ‘ଏକ୍ସିଲେନ୍ସ ଇନ୍ ଲିଟରେଚର’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା, କଳା, ସାହିତ୍ୟ, ବିଜ୍ଞାନ, ଗବେଷଣା, ବ୍ୟବସାୟ, କ୍ରୀଡ଼ା, ଫ୍ୟାଶନ୍‌, ସାମାଜିକ ନେତୃତ୍ୱ, ସମାଜ ସେବା, ଚଳଚ୍ଚିତ୍ର, ସାମ୍ବାଦିକତା, ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରାୟ ୨୫ ଜଣ ମହିଳାଙ୍କୁ ଫେମିନା ଆଚିଭର୍ସ ସମ୍ମାନ ପ୍ରଦାନ କରାଯାଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମେୟର ଶ୍ରୀମତି ସୁଲୋଚନା ଦାସ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏସ୍‌.ଏନ୍‌ଏମ୍ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ ମହାନ୍ତି, ଜ୍ୟାକ୍ ଅଲିଭଲ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜର୍ଶୀ ଦାସ, ନିର୍ଦ୍ଦେଶିକା ଶ୍ରୀମତି ତପତି ଦାସ, ଫେମିନାର ମ୍ୟାନେଜିଂ ଏଡିଟର ପ୍ରିମ୍‌ରୋଜ ମଂଟେରିଓ ଡି’ସୁଜା ତଥା ଟାଇମ୍ସ ଗ୍ରୁପର ଆସିଷ୍ଟାଂଟ ଭାଇସ୍ ପ୍ରେସିଡେଂଟ ତଥା ରିଜିଓନାଲ୍ ହେଡ୍ (ଇଷ୍ଟ) ଶ୍ରୀ ବିମାନ ଦତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବଲିଉଡ୍ ଅଭିନେତା ଅମୋଲ୍ ପରାଶର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ୱିମେନ୍ ଆଚିଭର୍ସଙ୍କୁ ଅନ୍ୟ ଅତିଥି ମାନଙ୍କ ସହ ସମ୍ମାନିତ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news