କାଳିଆ ପରେ ବଳିଆ ଯୋଜନା ହେଉଛି ସରକାରଙ୍କର ପୁଣି ଏକ ନିର୍ବାଚନୀ ଧୂଆଁବାଣ

ଭୁବନେଶ୍ୱର ତା ୩.୭- ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ହଜାରେ ୪୦କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଠିକ ୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ । ଏଥିରେ ୭୫ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବାପାଇଁ ଘୋଷଣା କରିଥିଲେ । ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବାର ପ୍ରମାଣ ମିଳିବାପରେ ସରକାର ସେମାନଙ୍କଠାରୁ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି କରିଥିଲେ । ଏହି ତାଲିକାରେ ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତିବିଶେଷ, ଏକ ପରିବାରରୁ ଅନେକ ବ୍ୟକ୍ତିଙ୍କର ଅନ୍ତର୍ଭୁକ୍ତ ଏଭଳିକି ଅନେକ ନାବାଳକ ନାମ ମଧ୍ୟ ରହିଥିବାର ପ୍ରମାଣ ମିଳିଛି । ଏହି ସମୟ ଭିତରେ କେନ୍ଦ୍ର ସରକାର ମଧ୍ୟ ପ୍ରଧାନମନ୍ତ୍ରୀ କିଶାନନିଧି ଯୋଜନା ପ୍ରଣୟନ କରି ବର୍ଷକୁ ପାଖାପାଖି ୩୭ଲକ୍ଷ ଚାଷୀ ପରିବାରକୁ ୬ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ବର୍ତମାନ ଓଡ଼ିଶା ସରକାର କାଳିଆ ଯୋଜାନକୁ ପ୍ରଧାନମନ୍ତ୍ରୀ ଯୋଜନା ସାଥିରେ ମିଶାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ମାତ୍ର ୪ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ବର୍ତମାନ ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ବଳିଆ ଯୋଜନା ନାରେ ଭୂମିହୀନ ଚାଷୀମାନଙ୍କୁ ୫ଜଣିଆ ଗୋଷ୍ଠିକରି ଯେଉଁ ଋଣ ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏବେ ସୁଦ୍ଧା ଓଡ଼ିଶାରେ ଭାଗଚାଷୀ ଚିହ୍ନଟ ପ୍ରକ୍ରିୟା ହୋଇପାରି ନାହିଁ । ସେମାନଙ୍କୁ ଲୋନ ପ୍ରଦାନ କରିବାପାଇଁ ଜମିମାଲିକମାନେ ସେମାନଙ୍କୁ ଅଧିକୃତ ଭାଗଚାଷୀ ଭାବରେ ବିଧିବଧ ସ୍ୱୀକୃତି ଦେବେତ? ଏନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । ବର୍ତମାନ ସୁଦ୍ଧା ଓଡ଼ିଶାରେ ୪ଲକ୍ଷ ୨୭ହଜାରରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ କାମକରୁଛନ୍ତି । ସରକାରଙ୍କ କାଳିଆ ଯୋଜାନପରେ ବଳିଆ ଯୋଜନା କଲେ ଏହାପରେ ଭଉଣୀମାନଙ୍କ ପାଇଁ ଶୁଭଦ୍ରା ଯୋଜନା ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ । ସରକାର ଯଦି କୃଷି ଓ କୃଷକର ଉନ୍ନତି ଚାହୁଁଛନ୍ତି ତେବେ ଏପରି ନିର୍ବାଚନୀ ବୈତରଣୀ ପାରହେବାପାଇଁ ଧୂଆଁବାଣ ନକରି ବାସ୍ତବ ରୂପରେଖ ସହ ଯୋଜନା ପ୍ରସ୍ତୁତ କରିବାପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।

ଓଡ଼ିଶା ସାମ୍ବାଦିକ ସମନ୍ୱୟ କମିଟି ଗଠିତ

ଭୁବନେଶ୍ୱର, ୩ା୭: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ଏକକ ମଂଚ ଭାବରେ ଓଡ଼ିଶା ସାମ୍ବାଦିକ ସମନ୍ୱୟ କମିଟି ଗଠିତ ହୋଇଛି ।
ଶୁକ୍ରବାର ଦିନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଜୀମୂତ ମଂଗରାଜଙ୍କ ଅଧ୍ୟକ୍ଷତାରେ ସମନ୍ୱୟ କମିଟିର ପ୍ରଥମ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ସାମ୍ବାଦିକ ସଂଘ ସମେତ ଓଡ଼ିଶା ୟୁନିୟନ ଅଫ୍ ଜର୍ନାଲିଷ୍ଟ୍‌ (ଓୟୁଜେ)ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଓୟୁଡ଼ବ୍ଲୁଜେର ରାଜ୍ୟ ସାଧାରଣ ସମ୍ପାଦକ ହୃଷିକେଶ ମହାନ୍ତି, ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବିଜୟ କୁମାର ପରିଡ଼ା,  ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ରାଜ କିଶୋର ସ୍ୱାଇଁ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ । ଦୀର୍ଘ ଦିନ ହେବ ସମାଧାନ ହୋଇପାରୁନଥିବା ସାମ୍ବାଦିକମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ଏହି ମଂଚ ମାଧ୍ୟମରେ ସରକାରଙ୍କ ସହ ଆଲୋଚନା କରାଯାଇ ସମାଧାନ ପାଇଁ ବାଟ ବାହର କରିବା ନିମନ୍ତେ ନିଷ୍ପତି ହୋଇଥିଲା । ରାଜ୍ୟରେ ରହିଥିବା ଅନ୍ୟାନ୍ୟ ପଂଜିକୃତ ସାମ୍ବାଦିକ ସଂଗଠନ ଗୁଡ଼ିକ ଏହି ସମନ୍ୱୟ କମିଟିରେ ସାମିଲ ହେବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଗୋଟିଏ ସ୍ୱରରେ ସରକାରଙ୍କ
ପାଖରେ ନାର୍ଯ୍ୟ ଦାବି ଗୁଡ଼ିକ ଉପସ୍ଥାପିତ ହୋଇପାରିଲେ ତାହା କାର୍ଯ୍ୟକାରୀ ହେବାରେ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ପୁର୍ଣ୍ଣାଙ୍ଗ
ବୈଠକ ଆହୁତ ହେବା ପାଇଁ ନିଷ୍ୱତି ହୋଇଥିଲା ।

ବିପିୟୁଟି ଅନଲାଇନ ପରୀକ୍ଷା ନେଇ ପ୍ରଶ୍ନ ଉଠାଇଲା ଯୁବ ବିଜେପି…

ଭୁବନେଶ୍ୱର : ବିପିୟୁଟି ପରୀକ୍ଷା ନିୟମାବଳୀ ନେଇ ଉଠାଇଲେ ପ୍ରଶ୍ନ । BPUT ଅନେକ ପିଲା ଗାଁ ଗହଳିରେ ରହୁଛନ୍ତି ଅନ୍ୟ ରାଜ୍ୟରେ ମଧ୍ୟ ରହୁଛନ୍ତି। ତେଣୁ BPUT ର ପରୀକ୍ଷା ନିୟମାବଳୀ ପାଳନ କରିବା ନିଶ୍ଚିତଭାବେ ଅସମ୍ଭବ । ବିପିୟୁଟିର ଅନଲାଇନ ପରୀକ୍ଷା କୁ ତୋଗଲାକି ଫାର୍ମାଟ କହିଲା ବିଜେପି ଯୁବିମୋର୍ଚା। ଓଡିଶା ଅନଲାଇନ ପରୀକ୍ଷା ସମ୍ଭବ ନୁହେଁ। 3 ଘଣ୍ଟା ବିଜୁଳି ରହୁନି, ଇଣ୍ଟରନେଟର ସ୍ପୀଡ଼ ନାହିଁ, ଶକ୍ତି ମନ୍ତ୍ରୀଙ୍କ ଘର ପାଖରେ ବି 3 ଘଣ୍ଟା ବିଜୁଳି ରହୁନି। ପରୀକ୍ଷା କରିବାକୁ ବ୍ଲାକ ଲିଷ୍ଟଡେ ସଂସ୍ଥା କୁ ଦୁଆଯାଇଛି। ଗ୍ଲୋବେରେନା ଟେକ୍ନୋଲୋଜି ନାମ ବଦାଳେଇ ନୂଆ ସଂସ୍ଥା କରିଛି। କୋଏମଟେ ଏଜୁଟେକ । ଏହି ସଂସ୍ଥା ର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା ପାଇଁ ତେଲେଙ୍ଗାନାରେ 18 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ତ୍ରୁଟି ପୂର୍ଣ୍ଣ ପରୀକ୍ଷା ପାଇଁ ତେଲେଙ୍ଗାନା ସରକାର ଏହି ସଂସ୍ଥା କୁ ବ୍ଲକ ଲିଷ୍ଟ ଡେ କରିଛନ୍ତି। ପୂର୍ବ ପରୀକ୍ଷା ଫଳ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କରାଯାଉ। ଯଦି ଅନଲାଇନ ପରୀକ୍ଷା କରାଯାଏ ଆନ୍ଦୋଳନକୁ ଓହ୍ଲାଇବ ବିଜେବି ଯୁବ ମୋର୍ଚ୍ଚା।
ଇରାଶିଷ ଆଚାର୍ଯ୍ୟ, ସଭାପତି, ବୁଜେପି ଯୁବ ମୋର୍ଚ୍ଚା

ଗଞ୍ଜାମରେ କରୋନା କହର, ରାଜ୍ୟରେ ଗୋଟିଏ ଦିନରେ ୫୬୧ ନୂଆ ଆକ୍ରାନ୍ତ

0

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୫୬୧ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬ରେ ପହଁଚିଛି।
ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି କଟକରୁ ୮୧, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବରଗଡ଼ରୁ ୨୧, ବଲାଙ୍ଗିରରୁ ୧୯, ମୟୂରଭଞ୍ଜରୁ ୧୦, ସମ୍ବଲପୁରରୁ ୮ ,ଜଗତସିଂହପୁର ଓ କେନ୍ଦୁଝରରୁ ୬ ଜଣ ଲେଖାଏଁ ଚିହ୍ନଟ, କଳାହାଣ୍ଡିରୁ ୫, କୋରାପୁଟରୁ ୪ ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ, ଭଦ୍ରକ ଓ ପୁରୀରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୪୨୫ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୧୩୬ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୧ ଜଣ ଏନଡିଆରଏଫ କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନେ କି କୋଲକାତାରେ ଅମ୍ଫାନ ଡ୍ୟୁଟିରେ କାର୍ଯ୍ୟରତ ଥିଲେ । ।ଏହାସହ ୨୫୬୭ ଜଣ ଚିକିତ୍ସିତ ହେଉଥିବା ବେଳେ ୫ ହଜାର ୫୦୨ ଜଣ ସୁସ୍ଥ ହୋଇସାରିଲେଣି। ସେହିପରି ଆଜି ଗଂଜାମ ଜିଲ୍ଲାରୁ ଆଉ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ମୋଟ ୨୯ ଜଣ ଲୋକ କ କରୋନା ମୃତ୍ୟୁ ହେଲାଣି।

ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି..

ଭୁବନେଶ୍ୱର : ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ମହିଳାମାନଙ୍କ ଉପରେ ସର୍ବାଧିକ ଅପରାଧ ହୋଇଛି। କୋରୋନା ମହାମାରୀ ସମୟରେ 2 ଘଟଣା ସାମ୍ନାକୁ ଆସିବା ପରେ ଏଥିରୁ ସ୍ପଷ୍ଟ ରକ୍ଷକ ହିଁ ଭକ୍ଷକ ସାଜିଛି। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ସହ ହତ୍ୟା । ବିରମିତ୍ରପୁରରେ 13 ବର୍ଷର ନବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ଗୃହବିଭାଗ ସମ୍ପୂର୍ଣ ଅବ୍ୟବସ୍ଥାଭିତରେ ଚାଲିଛି । ପୋଲିସମାନେ ଗୃହ ବିଭାଗ ଅଧୀନରେ ବୋଧହୁଏ ଚାଲିବା ପାଇଁ ଚାଂହୁ ନାହାନ୍ତି । ତେବେ ବିରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ପରେ ମଧ୍ୟ ଘଟଣା ସମ୍ପର୍କରେ କେହି କେମିତି ଜାଣିପାରିଲେ ନାହିଁ। ଆମର ଏକ ପ୍ରତିନିଧି ଦଳ ବିରମିତ୍ରପୁର ଥାନାକୁ ଯାଇଥିଲେ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମଝି ଗିରଫ ହୋଇଛନ୍ତି। ଏହାପରେ ଘଟଣାକୁ ନେଇ ଅଭିଯୁକ୍ତକୁ ଗିରଫ କରିବା ପରେ ଘଟଣାକୁ ନେଇ ପୋଲିସ ଡିଜି ପିଡ଼ିତାଙ୍କୁ କ୍ଷମା ମାଗିଥିଲେ। ତେବେ ପୋଲିସ ଡିଜି କ୍ଷମା ନ ମାଗି କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଏହି ଘଟଣାରେ ଆଉ 5 ଜଣ ସାମିଲ ରହିଛନ୍ତି। କାହିଁକି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଗିରଫ କରାଯାଇନାହିଁ। ଏ ଘଟଣାର ଯାଞ୍ଚ ପ୍ରକ୍ରିୟା ଥାନାରେ ଲାଗିଥିବା ସିସିଟିଭିରୁ କରାଯାଉ। ଲେଖାଶ୍ରୀ ସମନ୍ତସିଂଘାର ଓ
ଅନ୍ୟମାନଙ୍କ ମଧ୍ୟରେ ବିଧାୟିକା କୁସୁମ ଟେଟେ ଉପସଭାପତି ବଳଭଦ୍ର ମଝି ମଧ୍ୟ ଉପସ୍ଥିତ ଥିଲେ।

ଅଗଷ୍ଟ ୧୫ରେ ମିଳିପାରେ କରୋନା ଟୀକା !

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି।ଫଳରେ ଗାଁରୁ ସହର ସବୁଠି ଭୟର ବାତାବରଣ।ହେଲେ ଏଥିମଧ୍ୟରେ ଏକ ଖୁସି ଖବର ଆସିଛି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ ଟୀକା ପ୍ରସ୍ତୁତ ପାଇଁ କାମ ଜାରି ରହିଛି ।

ଆଇସିଏମଆର ପକ୍ଷରୁ ଭାରତ ବାୟୋଟେକକୁ ଏକ ଚିଠି ଲେଖାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ସ୍ୱଦେଶୀ କରୋନା ଭାଇରସ ଟୀକାର ଟ୍ରାଏଲ୍ ଫାଷ୍ଟଟ୍ରାକ୍ ମୋଡରେ କରାଯାଉ । ଯାହାଦ୍ୱାରା ଅଗଷ୍ଟ ୧୫ ଭିତରେ କ୍ଲିନାକାଲ୍ ଟ୍ରାଏଲ ରିପୋର୍ଟକୁ ଲଞ୍ଚ କରାଯାଇ ପାରିବ ।ଏହାକୁ ପରୀକ୍ଷା କରିବା ପାଇଁ ଆଇସିଏମଆର୍ ଦେଶରେ ୧୨ଟି ଅନୁଷ୍ଠାନକୁ ମନୋନୀତ କରିଛି । ସୂଚନା ଅନୁସାରେ ଜୁଲାଇ ୭ ତାରିଖ ପରେ ମଣିଷ ଦେହରେ ଟ୍ରାଏଲ୍ କରାଯିବ।

କୋଭିଡ-୧୯ ପରିସ୍ଥିତିରେ କୁକୁଡ଼ା ଚାଷ ପାଇଁ ସ୍ୱତନ୍ତ୍ର ଯୋଜନା

  1. ଭୁବନେଶ୍ୱର () କୋଭିଡ-୧୯ ପରିସ୍ଥିତିରେ ଚାଷୀଙ୍କ ଆୟ ବୃଦ୍ଧି ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନଠାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ପ୍ରଚାର ପ୍ରସାର କାର୍ଯ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟର ଥିବା ସମସ୍ତ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ଡଃ ସାହୁ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ-୧୯ ପରିସ୍ଥିତରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଲୋକମାନଙ୍କ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ କରାଯାଉଛି । ରାଜ୍ୟ ଯୋଜନା ଅନ୍ତର୍ଗତ ଏକକାର୍ଯ୍ୟକ୍ରମରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡାଦିଆ କୁକୁଡ଼ା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୪୦ ପ୍ରତିଶତ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି । ଏହାମାଧ୍ୟମରେ ରାଜ୍ୟରେଦୈନିକ ପ୍ରାୟ ୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନ ହୋଇ ପାରିବ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡିପ୍‌ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହା ମାଧ୍ୟମରେ ୧୦ ହଜାର ୨୦ଜଣ ହିତାଧିକାରୀ ଉପକୃତ ହେବେ । ଏଥିରେ ୫୦ ପ୍ରତିଶତ ସବ୍‌ସିଡିର ବ୍ୟବସ୍ଥା ରହିଥିବା ବେଳେ ଦିନକୁ ୧.୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଏକ ଯୋଜନାରେ ପ୍ରବାସୀ ଶ୍ରମିକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାନିମନ୍ତେ ବ୍ରଏଲର କୁକୁଡ଼ା ପାଳନର ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୫୩୫ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ୪୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ। ଏହାଦ୍ୱାରା ବର୍ଷକୁ ୨୭୦୭୫ ମେଟ୍ରିକ୍‌ ଟନ ଅଧିକ ମାଂସ ଉତ୍ପାଦନ ହୋଇପାରିବ।

ଏଥିସହିତ ବାରି ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କର ଆୟବୃଦ୍ଧି କରିବାର ପ୍ରଭୂତ ସୁଯୋଗ ରହି ଥିବାରୁ ଏହାକୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଆବେଦନ କରିଥିବା ଉଦ୍ୟୋଗୀମାନେଯେପରି ଆବଶ୍ୟକୀୟ ବ୍ୟାଙ୍କ ଋଣ ପାଇ ପାରିବେ, ସେଥିନିମନ୍ତେ ନିୟମିତ ତଦାରଖ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିନିମନ୍ତେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଏବଂ ଆପିକଲର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ସ୍ୱତନ୍ତ୍ର ବୈଠକ କରି ଋଣ ପ୍ରଦାନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯିବ ।

ରାଜ୍ୟ ଅର୍ଥନୀତିରେ ପ୍ରାଣୀସମ୍ପଦ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିନିମନ୍ତେ ପ୍ରାଣୀପାଳକଙ୍କ ନିକଟରେ ସୂଚନା ଓ ଜ୍ଞାନ ଉପଲବ୍ଧ ହେବା ଜରୁରୀ ଅଟେ । ତେଣୁ ସେମାନଙ୍କ ନିକଟରେ ସୂଚନା ପ୍ରଦାନ ନିମନ୍ତେ ସାମାଜିକ ଗଣମାଧ୍ୟମ, ହ୍ୱାଟସ୍‌ଆପ୍‌ , ଫେସ୍‌ବୁକ୍‌, ଟୁଇଟର ଆଦିର ବହୁଳ ଉପଯୋଗ କରିବା ଉପରେ ଡଃ ସାହୁ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚି ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।

ଏଥିସହିତ ବୈଠକରେ ଗାଇଗୋରୁଙ୍କ ଟୀକାକରଣ, ଔଷଧ ଯୋଗାଣ ଏବଂ ପଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସମ୍ ହସପଟିାଲ୍‌ରେ କୋଭଡି-୧୯ଭ୍ୟାକସିନ୍‌ର ପରୀକ୍ଷଣ ହେବ

  1. ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି ।

ଏହି ବହୁ ପ୍ରତିକ୍ଷିତ ଭ୍ୟାକସନି ୍‌ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବିଷୟରେ ଆଇସିଏମଆର ଆଜି ଜଣାଇଛି । ସେହିପରି ଓଡ଼ିଶାରେ କୋଭିଡ୍‌୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ ସମ୍ ହସପିଟାଲ୍ ଅନ୍ୟତମ ଭାବେ ମନୋନୀତ ହୋଇଛି । କୋଭିଡ୍‌-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସନି୍‌ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍‌କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ହସପିଟାଲ୍‌ର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ । ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।

୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ୍ ପରୀକ୍ଷଣ ନେଇ ମନୋନୀତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ତେବେ ହସପିଟାଲ୍‌ର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ କରାଯିବ ।

ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ । ହସପିଟାଲ୍‌ର ମେଡିସିନ ବିଭାଗର ପ୍ରଫେସର ଡ. ଚନ୍ଦନ ଦାସ ଏହି ପ୍ଲାଜମା ଥେରାପିର ଦାୟିତ୍ୱ ତୁଲାଇବେ । \”\”ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି ଯାହାକି ତୁରନ୍ତ ପ୍ଲାଜମା ଥେରାପି ଆରମ୍ଭ କରିବା ପାଇଁ ସାହାଯ୍ୟ କରିବ । ସମ୍ ହସପିଟାଲ୍‌ରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟ୍ରାନ୍‌ସଫ୍ୟୁଜନ ମେଡିସିନର ପୋଷ୍ଟ ଗ୍ରାଜୁଏଟ ବିଭାଗ ମଧ୍ୟ ରହିଛି’ ବୋଲି ସୂଚନା ଦେଇଛନ୍ତି ଟ୍ରାନସ୍‌ଫ୍ୟୁଜନ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନଗୋ ।

ଆଇଏମଏସ ଆଣ୍ଡ ସମ୍ ହସପିଟାଲ୍ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ତାଳଚେରରେ ତିନୋଟି କୋଭିଡ-୧୯ ହସପିଟାଲ ସ୍ଥାପିତ କରାଯାଇ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଆଇଇସିର ଅନୁମୋଦନ ପାଇବାପରେ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ କରାଯିବ । ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରାଯିବା ନେଇ ଆଜି ନିଷ୍ପତି ହୋଇଛି । ଏହି ବୈଠକରେ ସୋଆ କୂଳପତି ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଗଞ୍ଜାମରେ ବଢୁଛି କରୋନା କହର: ଆଜି ରାଜ୍ୟରେ ୨୨୯ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୨୯ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ ପହଁଚିଛି।
ସେମାନେ ସର୍ବାଧିକ ଗଞ୍ଜାମରୁ ୯୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସେହିପରି ବାଲେଶ୍ବରରେ ୨୪ ଜଣ, ଯାଜପୁରରେ ୨୨, ଖୋର୍ଦ୍ଧାରେ ୨୧, କଟକରେ ୧୨, ସୁନ୍ଦରଗଡ଼ରେ ୧୭, ବଲାଙ୍ଗିରରେ ୭, ନୟାଗଡ଼ରେ ୫, ପୁରୀରେ ୪, ବୌଦ୍ଧରେ ୩, ମୟୂରଭଞ୍ଜରେ ୨ ଜଣ ପଜିଟିଭ, ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟରୁ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେଥିମଧ୍ୟରୁ ୧୯୩ ଜଣ କ୍ବାରେଣ୍ଟିନ୍ ସେଣ୍ଟରରେ ଏବଂ ଜଣ ୩୬ ସ୍ଥାନୀୟ ଲୋକ ଅଛନ୍ତି । ଏହାସହ ୨୧୭୫ ଜଣ ଚିକିତ୍ସିତ ହେଉଥିବା ବେଳେ ୫୩୫୩ଜଣ ସୁସ୍ଥ ହୋଇସାରିଲେଣି।

ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୮ଟି ମନ୍ତ୍ର……

ଭୁବନେଶ୍ୱର : ବିଜେଡି  ବିଧାୟକମାନଙ୍କୁ ୮ଟି ଗୁରୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l  ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମହାପ୍ରଭୁ ଆମକୁ ଆଶିର୍ବାଦ ଦିଅନ୍ତୁ । ଏତିକି ପ୍ରାର୍ଥନା ।
ମହାପ୍ରଭୁଙ୍କ ଆଶୀର୍ବାଦ, ଜନସାଧାରଣଙ୍କ ସହଯୋଗ, ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନଙ୍କ କଠିନ ପରିଶ୍ରମ ଯୋଗୁ ଆମ ରାଜ୍ୟ ଓଡିଶା କୋଭିଡ ଯୁଦ୍ଧରେ ଅନ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ଅଛି । ସାରା ଦେଶରେ ଓଡିଶାର ସୁସ୍ଥତା ହାର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ । ସେହିପରି ମୃତ୍ୟୁହାର ମଧ୍ୟ ସବୁଠାରୁ କମ୍‌ ଅଛି।
ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ଏବଂ ବର୍ତ୍ତମାନ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ। ଲକ୍‌ଡାଉନ୍‌ ପରେ ପ୍ରାୟ ୭ ଲକ୍ଷ ଲୋକ ଓଡିଶା ଫେରିଛନ୍ତି। TMC ପରି ଆମର ନୂଆ ଚିନ୍ତାଧାରା କରୋନା ଯୁଦ୍ଧରେ ଆମକୁ ବହୁତ ସାହାଯ୍ୟ କରିଛି ଏବଂ ଆମେ ପରିସ୍ଥିତିକୁ ଠିକ୍‌ ଭାବରେ ମୁକାବିଲା କରିପାରିଛୁ।
ଆପଣ ଜାଣନ୍ତି, ଓଡିଶା ଫେରିଥିବା ପ୍ରବାସୀ ମାନଙ୍କର ଟ୍ରେନ ଭଡା ଏବଂ ସଫଳ ଭାବରେ quarantine ଶେଷ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦୦୦ ଟଙ୍କା ଲେଖାଏ ଦିଆଯାଇଛି। ଏହାସହିତ TMCରେ ୧୪ ଦିନ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯାଇଛି।
ଦେଶର ଅଳ୍ପ କେତେକ ରାଜ୍ୟ ମଧ୍ୟରୁ ଓଡିଶା ହେଉଛି ଅନ୍ୟତମ ରାଜ୍ୟ, ଯିଏ କି Covid Careର ସମସ୍ତ ଖର୍ଚ୍ଚ ଯଥା – ପରୀକ୍ଷା, ଡାକ୍ତରଖାନାରେ ରହିବା, ଚିକିତ୍ସା ଖର୍ଚ୍ଚ, ଔଷଧ ଖର୍ଚ୍ଚ ଓ ଯିବାଆସିବା ଖର୍ଚ୍ଚ ଆଦି ସବୁକିଛି ରାଜ୍ୟ ସରକାର ବହନ କରିଛନ୍ତି। ଏହି ସୁବିଧା ରାଜ୍ୟର ସବୁ ଜନସାଧାରଣ – ସିଏ ବି.ପି.ଏଲ୍‌ ହୁଅନ୍ତୁ, ବା ଏ.ପି.ଏଲ୍, ଧନୀ ହୁଅନ୍ତୁ ବା ଗରିବ, ଗାଁରେ ରୁହନ୍ତୁ ବା ସହରରେ – କୋଭିଡ ରୋଗରେ ପୀଡିତ ଭାଇଭଉଣୀ ମାନଙ୍କୁ ସମସ୍ତଙ୍କୁ, ମାଗଣା ଚିକିତ୍ସା ସୁବିଧା ଆମେ ଯୋଗାଇ ଦେଇଛୁ।
ଏହାବ୍ୟତୀତ ସରକାର ସାମାଜିକ ଓ ଖାଦ୍ୟ ନିରାପତ୍ତା ପାଇଁ ୪ ମାସର ration ଆଗୁଆ ଦେବା ସହିତ ବିଭିନ୍ନ ଭତ୍ତା ମଧ୍ୟ ଆଗୁଆ ପ୍ରଦାନ କରିଛନ୍ତି। ମିଶନ ଶକ୍ତିର ମା ମାନେ ଗରିବ ଲୋକ ମାନଙ୍କୁ, ଅସୁବିଧାରେ ଥିବା ଲୋକମାନଙ୍କୁ ଏହି ସମୟ ମଧ୍ୟରେ ୨.୫ କୋଟି ମିଲ୍‌ ଯୋଗାଇ ଦେଇଛନ୍ତି।
କୋଭିଡ ହସ୍‌ପିଟାଲ ସ୍ଥାପନ କରିବା ଠାରୁ ଆରମ୍ଭ କରି ଚିକିତ୍ସା ଉପକରଣର ବ୍ୟବସ୍ଥା କରିବା, ଲୋକମାନଙ୍କୁ ତାଲିମ ଦେବା ଆଦି ସବୁ କାମ ଆମେ ରେକର୍ଡ ସମୟରେ କରିପାରିଛୁ।
ସେ ଲକ୍‌ଡାଉନ୍‌ ହେଉ ବା ସଟ୍‌ଡାଉନ୍‌, ଆମେ ସବୁବେଳେ ବୈଜ୍ଞାନିକ ଆଭିମୁଖ୍ୟ ନେଇ କାମ କରିଛୁ। ଆମର ରଣନୀତି ସବୁବେଳେ ଗୋଷ୍ଠୀ ଉପରେ ଫୋକ୍‌ସ କରିଛି ଏବଂ advanced technology ଦ୍ବାରା ତଦାରଖ ମଧ୍ୟ କରାଯାଉଛି।
ଏହାସହିତ ଆମର ସଶକ୍ତ ସଚେତନ ସରପଞ୍ଚ ଏବଂ ଅନୁଷ୍ଠାନ, ଆମର କୋଭିଡ ଯୋଦ୍ଧା ମାନଙ୍କର ଉତ୍ସର୍ଗୀକୃତ କଠିନ ପରିଶ୍ରମ ଏବଂ ସର୍ବୋପରି ଆମର ସାଢେ ଚାରି କୋଟି ଓଡିଆଙ୍କ ତ୍ୟାଗ ଆଜି କୋଭିଡ ରୋଗ ପରିଚାଳନାରେ ଓଡିଶାକୁ ଏକ ଆଦର୍ଶ ରାଜ୍ୟ କରିପାରିଛି। ଏବେ ଆମେ ସବୁଠାରୁ ଅଧିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛୁ। ତେଣୁ ଆମକୁ ଆହୁରି ଅଧିକ କାମ କରିବାକୁ ହେବ।
ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଗଲାଣି । ପ୍ରତିଦିନ ୧୦ ହଜାର ଲୋକ ବିଭିନ୍ନ ହଟ୍‌ସ୍ପଟ୍‌ ନଗର ମାନଙ୍କରୁ ଓଡିଶା ଆସୁଛନ୍ତି। ଆମର ତଦାରଖ ବ୍ୟବସ୍ଥାକୁ ଆହୁରି ବିକେନ୍ଦ୍ରୀକରଣ କରି ward level ପର୍ଯ୍ୟନ୍ତ ପହଞ୍ଚି ପାରିଛୁ।
ଆପଣମାନେ ସମସ୍ତେ ଆପଣଙ୍କ ଅଞ୍ଚଳର ନେତୃତ୍ବ ନେଉଛନ୍ତି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଆପଣ ମାନଙ୍କ ବିଶେଷ ଖାତିର ରହିଛି। ଏହି ସଂକଟ ସମୟରେ ଲୋକମାନେ ଆପଣ ମାନଙ୍କ ଠାରୁ ଅନେକ କିଛି ଆଶା ରଖନ୍ତି।
ବିଧାୟକ ଭାବରେ ଆପଣ, ଆପଣଙ୍କ ଅଞ୍ଚଳରେ ଅନେକ ବିକାଶ କାମ କରିଥାଇ ପାରନ୍ତି। କିନ୍ତୁ, ଏ କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ଭାବରେ ଦେଖାଦେଇଛି। ଲୋକଙ୍କ ଜୀବନ ଓ ମୃତ୍ୟୁ ସହିତ ଏ ଆହ୍ବାନ ରହିଛି। ଏହି ମହାମାରୀ ଲୋକଙ୍କ ସେବା କରିବା ପାଇଁ ତଥା ସେମାନଙ୍କ ଜୀବନକୁ ନିରାପଦ କରିବା ପାଇଁ ଆଗ ଅପେକ୍ଷା ଆପଣଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି ।
(୧) ବିଜେଡି ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦରକାର।
(୨) ପ୍ରତି ଗାଁରେ ଥିବା ଆମ ଦଳର ସବୁ କର୍ମୀମାନେ କୋଭିଡ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ volunteer ଭାବରେ କାର୍ଯ୍ୟ କରିବା ଦରକାର।
(୩) ବୟସ୍କ ଲୋକଙ୍କ ପାଇଁ ଏହି ସମୟରେ ଅଧିକ ବିପଦ ରହିଛି। ତେଣୁ ଆମେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଦରକାର।
(୪) ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରନ୍ତୁ।
(୫) ଗହଳିକୁ ଯିବା ନାହିଁ କିମ୍ବା ଗହଳି କରିବା ନାହିଁ । କିନ୍ତୁ ଲୋକଙ୍କ ସହ ଯୋଡି ହେବା ପାଇଁ ଆମେ ଟେକ୍‌ନୋଲୋଜିର ବ୍ୟବହାର କରିବା ଦରକାର।
(୬) ୱାର୍ଡ ସ୍ତରରେ ଗଢାଯାଇଥିବା ୫୦ ହଜାର କୋଭିଡ କେୟାର କମିଟି ଗୁଡିକୁ Chief Minister’s Relief Fundରୁ ୧୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି।
(୭) ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ରହିବ। ଏଥିପାଇଁ ୫୦ ହଜାର ଟଙ୍କା ମଂଜୁର କରାଯାଇଛି ।
(୮) ଜୀବନଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ହେବ।
ଏ ଯୁଦ୍ଧରେ ଆପଣମାନଙ୍କର ବଡ ଭୂମିକା ରହିଛି। ଆପଣଙ୍କ ନେତୃତ୍ବ ଉପରେ ଲୋକଙ୍କର ଭରସା ଓ ବିଶ୍ବାସ ରହିଛି । ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ move, ପ୍ରତ୍ୟେକ ପଦକ୍ଷେପରେ ଆପଣ କୋଭିଡ ଗାଇଡ୍‌ ଲାଇନ୍ସ ପାଳନ କରି ଆମର କର୍ମୀ ମାନଙ୍କୁ ପ୍ରେରଣା ଦିଅନ୍ତୁ। ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ। ଏ ସଂକଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ, ସେଥିପାଇଁ ପ୍ରେରଣା ଦିଅନ୍ତୁ।

Follow us

20,832FansLike
0FollowersFollow
14,700SubscribersSubscribe

Latest news