() ୮୭ ବର୍ଷ ବୟସରେ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ପରଲୋକ ହୋଇଛି। ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଥିଲେ l ଲୋକସେବାକୁ ସେ ସର୍ବୋପରି ମନେକରି ଜୀବନ ତମାମ ଖଲ୍ଲିକୋଟ ଓ ରାଜ୍ୟବାସୀଙ୍କ ପାଇଁ ସେବାକରି ଥିଲେ l 1977ରେ ତାଙ୍କୁ ମନ୍ତ୍ରୀ ହେବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଏଥିପାଇଁ ରାଜି ହୋଇନଥିଲେ ଓ ଲୋକସେବାକୁ ନିଜର ବ୍ରତ ବୋଲି ମାନି ନେଇଥିଲେ l ସେ ଜଣେ ଉଚ୍ଚସ୍ତରୀୟ ରାଜନେତା ଓ ବିଧାୟିକା ଭାବରେ ଲୋକପ୍ରିୟତା ହାସଲ କରିଥିଲେ l ସେ ରାଜନୀତି ବ୍ୟତୀତ ସମାଜସେବା ଓ କୃଷି କାର୍ଯ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ l ତାଙ୍କର ମୃତ୍ୟୁ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି l ତାଙ୍କ ଦେହାନ୍ତରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଦୁଃଖ ପ୍ରକାସ କରିଛନ୍ତି l ସୋସିଆଲ ମିଡିଆ X ରେ ପ୍ରଣବ ଲେଖିଛନ୍ତି ଯେ ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଶୁଣି ଗଭୀର ମର୍ମାହତ। ଖଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ଥର ବିଧାୟିକା ହେବା ସହ ଦଳର ସଙ୍ଗଠନକୁ ସୁଦୃଢ କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କର ବିୟୋଗ ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଖଲିକୋଟର ରାଣୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ପ୍ରଣବ କହିଛନ୍ତି l ସେହିପରି ଏହି ଦୁଃଖଦ ମୁହୂର୍ତ୍ତରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି I ତାଙ୍କର ଅମର ଆତ୍ମାର ସଦ୍ଗତିଃ କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇଛନ୍ତି l
ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ରେ ପ୍ରଣବ ଓ ବିଶିଷ୍ଟବ୍ୟକ୍ତିମାନଙ୍କ ଶୋକ….. ୮୭ ବର୍ଷ ବୟସରେ ଭି. ସୁଜ୍ଞାନ
ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) : ଯାଜପୁରରେ ଶ୍ରଦ୍ଧାଳୁଙ୍କ ଭିଡ…
ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ । ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ଶୃଙ୍ଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସଜା କରାଯାଇଛି । ଜନ୍ମତିଥିରେ ମା ଙ୍କ ମୁଖ ଦର୍ଶନ କୋଟି ପୂର୍ଣ୍ଣ ମିଳେ l ମା ଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ହୋଇଛି ଯାଜପୁର ଜିଲ୍ଲା l ଜନ୍ମଦିନରେ ମା ବିରଜାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି l ମା ଙ୍କ ଜନ୍ମଦିନ ଅବସରରେ ସଂଧ୍ୟାରେ ଭଜନ ସଂଧ୍ୟା ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି l
ପରୀ ରାୟ ପରେ ଧର୍ମେନ୍ଦ୍ରଙ୍କୁ ବବିଙ୍କ ବାଣୀ: ଆଇନା ସାମ୍ନାରେ ଠିଆ ହୋଇ ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍?
()ପରୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଷ୍ଣତା ଜାରି ରହିଥିଲାବେଳେ ବାହାରେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି I ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଏନେଇ କରିଥିବା ଟିପ୍ପଣୀ ଉପରେ କଡ଼ା ଜବାବ ଦେଇଛନ୍ତି I
ପ୍ରଣବ ପ୍ରକାଶ ସୋସିଆଲ ମିଡିଆ X ରେ ଟ୍ୱିଟ କରି କହିଛନ୍ତି ଯେ, ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି । ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଆପଣ ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ। ଗତକାଲିର ରାୟ ପରେ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କିଭଳି ଶାନ୍ତିରେ ରଖାଇ ଦେଉଛି? ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍? ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ I
ଶ୍ରୀ ଦାସ କହିଛନ୍ତି ଯେ,ଶେଷରେ ଏତିକି କହିବାକୁ ଚାହିଁବି, ନୀରିହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ମହାପାପ କରିଛନ୍ତି, ସେଥିପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମା’ମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ।
ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଘୋଷିତ ହେଉ ସାମ୍ବାଦିକ ପେନସନ : ଓୟୁଜେ
ଭୁବନେଶ୍ବର: ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି ହେବା ପୂର୍ବରୁ ରାଜ୍ୟରେ ସାମ୍ବାଦିକମାନଙ୍କ ଲାଗି ପେନସନ ଯୋଜନା ଘୋଷିତ ହେଉ । ଏଥିସହିତ ରାଜ୍ୟ ସରକାର ବିଧାନସଭାର ଚଳିତ ଅଧିବେଶନରେ ସାମ୍ବାଦିକମାନଙ୍କ ସୁରକ୍ଷା ଲାଗି ବିଲ୍ ଆଣିବା ସହ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପାଇଁ ଲାଗୁ ହୋଇଥିବା କଟକଣାକୁ ଉଠାଇନେବା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଦାବି କରିଛି ।
ଆଜି ଭୁବନେଶ୍ବରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି ଏହି ଦାବି କରି କହିଛନ୍ତି ଯେ ଦେଶର ଅନେକ ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାର ସାମ୍ବାଦିକମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ହରିୟାନା, ତାମିଲନାଡୁ, ଉତ୍ତରାଖଣ୍ଡ, ଆସାମ,ବିହାର ,ପଶ୍ଚିମବଙ୍ଗ ସମେତ ଦେଶର ଅର୍ଦ୍ଧାଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ଲାଗି ସାମାଜିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଅବସର ପରେ ପେନସନ ପ୍ରଦାନ କରାଯାଉଛି।ହରିୟାଣାରେ ମାସିକ ୧୫ ହଜାର ଟଙ୍କା ପେନ୍ ସନ୍ ପ୍ରଦାନ କରାଯାଉଥିବା ବେଳେ ତାମିଲନାଡୁ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ୧୨ ହଜାର ଟଙ୍କା ମିଳୁଛି। ଏପରିକି କେତେକ ରାଜ୍ୟରେ ସାମ୍ବାଦିକଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ପେନସନ ଦେବାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ଦୀର୍ଘ ଦିନ ଧରି ଏହି ଦାବିକୁ ଓୟୁଜେ ଉତ୍ଥାପନ କରି ଆସୁଛି । ମାତ୍ର ବର୍ତ୍ତମାନ ସୁଧା ରାଜ୍ୟ ସରକାର ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖର ବିଷୟ । ସେକହିଲେ ଯେ
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଓୟୁଜେ ସବୁ ସମୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଆସୁଛି । ଏଥିମଧ୍ୟରୁ ଅନେକ ଦାବି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତରିକତା ପ୍ରଦର୍ଶନ କରିଥିବା ବେଳେ ଆହୁରି ଅନେକ ଦାବି ପୂରଣ ହେବାର ଆବଶ୍ୟକତା ରହିଛି । ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ବଳୟକୁ ଆଣିବା ପାଇଁ ଅବସର ପରେ ପେନସନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ । ସେହି ଦୃଷ୍ଟିରୁ ଏହି ଦାବିକୁ ନେଇ କି ଓଡ଼ିଶା ସାମ୍ବାଦିକ ୟୁନିୟନ ସାରା ରାଜ୍ୟରେ ଜିଲ୍ଲା ଶାଖାମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି । ଏଜାବତ ପ୍ରାୟ 28ଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଓୟୁଜେ ପକ୍ଷରୁ ମଧ୍ୟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯେ କୈାଣସି ମୁହୂର୍ତ୍ତରେ କାର୍ଯ୍ୟସୂଚୀ ଘୋଷିତ ହେବାସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ସଂଭାବନା ଥିବାରୁ ରାଜ୍ୟ ସରକାର କାଳକ୍ଷେପଣ ନୀତି ଗ୍ରହଣ ନକରି ତୁରନ୍ତ ଏହି ଦାବି ପୂରଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ପେନସନ ସାଙ୍ଗକୁ ମହାରାଷ୍ଟ୍ର ଓ ଛତିଶଗଡ଼ରେ କାର୍ଯ୍ୟକାରୀ ହେଉଥିବା ସାମ୍ବାଦିକ ସୁରକ୍ଷା ଆଇନ ଏଠାରେ ଲାଗୁ କରିବା ଏବଂ ବିଧାନସଭାର ଚଳିତ ଅଧିବେଶନରେ ଏଥିଲାଗି ବିଲ୍ ଆଣିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ସିଧାସଳଖ ଆନ୍ଦୋଳନକୁ ନଓହ୍ଲାଇ ଓୟୁଜେ ରାଜ୍ୟ ସରକାରଙ୍କୁ ଏହି ବାବଦରେ ଅଧିକ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି ଏବଂ ସରକାର ମଧ୍ୟ ତୁରନ୍ତ ଏହି ଆଲୋଚନାର ବ୍ୟବସ୍ଥା କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ନିର୍ବାଚନକୁ ଯିବା ପୂର୍ବରୁ ରାଜ୍ୟରେ ସାମ୍ବାଦିକମାନଙ୍କ ଏହି ସବୁ ସର୍ବନିମ୍ନ ଦାବି ପ୍ରତି ସରକାର ଅନୁକୂଳ ମନୋଭାବ ପୋଷଣ କରିବାକୁ ସାମ୍ବାଦିକ ସମ୍ମିଳନିରେ ଦାବି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ ସାମନ୍ତରାୟ ଓ ଓୟୁଜେ ସମ୍ପାଦକ ପ୍ରସନ୍ନ ପାଇକରାୟ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ଦାବ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କୋଭିଡ ଯୁଦ୍ଧରେ ସୋଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା : ୫ ଟି ଅଧ୍ୟକ୍ଷ
ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ୍ । ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା । କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା । କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି । ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପର୍ବ ରଖାଯାଇଥିଲା । ସୋମବାର ସୋଆରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଥିଲେ ।
ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ମହାମାରୀ ସହ ଲଢ଼ିବାରେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଭୂମିକା ସମ୍ପର୍କରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ହସ୍ପିଟାଲ୍ର ଡାକ୍ତରମାନଙ୍କ ସହ ସେ ଆଲୋଚନା କରିଥିଲେ ।
ସେମାନେ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ପ୍ରକାର ସମ୍ଭବପର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରାଇବା ନିମନ୍ତେ ମୋତେ କହିଥିଲେ ବୋଲି ସେ କହିଥିଲେ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଉତ୍କୃଷ୍ଟ ଦଳଗତ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ କୋଭିଡର ମୃତ୍ୟୁ ହାର କମ୍ ରହିଥିଲା ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ସୋଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇ ରୋଗୀ ସେବା ପ୍ରଦାନ କରାଯାଇଥିଲା । ସମ୍ କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହେଲେ ନିଶ୍ଚିତ ଭାବେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପୀଡ଼ିତ ଲୋକଙ୍କ ମନରେ ଏକ ଭରସା ସୃଷ୍ଟି ହୋଇଥିଲା ବୋଲି ସେ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ପ୍ରଶଂସା କରି କହିଥିଲେ । ଏହି ସମୟରେ ପ୍ରତ୍ୟେକ ଜୀବନକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା । ରାଜ୍ୟ ସରକାର ମଧ୍ୟ କୋଭିଡ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିଲେ ।ରୋଗୀମାନଙ୍କୁ ଉତମ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦେଶରୁ ସିଧାସଳଖ କିଟ ଓ ଅନ୍ୟାନ୍ୟ ସରଞ୍ଜାମ ଆମଦାନୀ କରାଯାଇଥିଲା ଓ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତୀତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୋଲି ସେ କହିଥିଲେ ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୪।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଆହୁରି ଅନେକ ବିଶିଷ୍ଟ ତଥା ଖ୍ୟାତନାମା ସାହିତ୍ୟସାଧକମାନଙ୍କୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି।
କଳିଙ୍ଗ ଯୁଦ୍ଧର କାହାଣୀ ଉପରେ ଆଧାରିତ ଗାୟତ୍ରୀବାଳାଙ୍କ କବିତା ସଂକଳନ ‘ଦୟାନଦୀ’ ୨୦୧୭ମସିହାରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଓ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଇବା ପରେ ଏହା ଜାତୀୟସ୍ତରର ସାହତ୍ୟିକଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି। ୨୦୨୨ ମସିହାରେ ‘ଦୟାନଦୀ’କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଛି। ୨୦୧୧ରେ କବିତା ସଂକଳନ ‘ଗାଁ’ ପାଇଁ ପ୍ରଥମେ ଗାୟତ୍ରୀବାଳା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ତିରିଶ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି। ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଚି ଆକାଶ, ଆଖି ନାଇଁ କାନ ନାଇଁ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ମହେଞ୍ଜୋଦାରୋ, ପ୍ରାର୍ଥନାର ଶବ୍ଦପରି, ସ୍ତ୍ରୀଲୋକ ଗୋଟିଏ ଗୋଟିଏ ସଫଳ କବିତା ପୁସ୍ତକ। ସେହିପରି ବିସର୍ଜନ, ନିଜକୁ ନେଇ ସତ ଗପ ଆଦି ଗଳ୍ପ ସଂକଳନ, ମମ୍ମି ଯାହା ଜାଣେ ନାହିଁ, ରାସ୍ତା, ରିପୋର୍ଟର ଓ ମାୟାଜାଲ ପରି ଉପନ୍ୟାସର ସେ ହେଉଛନ୍ତି ସ୍ରଷ୍ଟା। ତାଙ୍କର ପାଞ୍ଚଟି କବିତା ସଂକଳନ ଓ ଗୋଟିଏ ଗଳ୍ପ ସଙ୍କଳନ ଏବଂ ଦୁଇଟି କବିତା ସଂକଳନ ଇଂରାଜୀରେ ପ୍ରକାଶିତ ହୋଇଛି।
ଏହାବ୍ୟତୀତ ସେ ରାଜ୍ୟ ଯୁବ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଉକ୍ରଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ, ଶାରଳା କାବ୍ୟ ସମ୍ମାନ, କାଦମ୍ୱିନୀ କବିତା ସମ୍ମାନ, ଫକୀର ମୋହନ ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ସମ୍ମାନ, ଟାଇମ୍ ପାସ୍ ସ୍ୱୟଂଶ୍ରୀ ସମ୍ମାନ, ତାଳପଦେଶ୍ୱରୀ ସାରସ୍ୱତ ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ, ‘ରାଇଟର୍ସ-ଇନ୍-ରେସିଡେନ୍ସ’ ଆଟ୍ ରାଷ୍ଟ୍ରପତି ଭବନ-୨୦୧୫, ସତ୍ୟବାଦୀ ସାହିତ୍ୟ ସମ୍ମାନ ସହ ଦୁଇଦୁଇଥର ଟାଇମ୍ସ ପାୱାର ୱିମେନ୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ଉତ୍ସବରେ ଜୟଦେବ ପୁରସ୍କାରରେ ସମ୍ମାନିତ ପ୍ରଣବ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅପୂର୍ବ ବୀର, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ଡ. ପ୍ରଫୁଲ ମହାନ୍ତି, ଡ. ରାମଚନ୍ଦ୍ର ବେହେରା, ଡ. ବଂଶୀଧର ଷଡ଼ଙ୍ଗୀ, ଗୌରହରି ଦାସ, କବୟତ୍ରୀ ଯଶୋଧରା ମିଶ୍ର, ଗାୟତ୍ରୀ ସରାଫ, ତରୁଣକାନ୍ତି ମିଶ୍ର, ଡ. ହୃଶିକେଷ ମଲ୍ଲିକ ଏବଂ ଡ. ଆଶୁତୋଷ ପରିଡ଼ା, ଘନଶ୍ୟାମ ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର, ଫେବୃଆରୀ ୪: ଓଡ଼ିଆ ୬ଷ୍ଠ ତମ ଭାରତୀୟ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିସାରିଛି । ଏହି ଭାଷାକୁ ବିକଶିତ କରିବା ନିମନ୍ତେ ସମସ୍ତଙ୍କରସହଯୋଗର ଆବଶ୍ୟକତା ରହିଛି ବୋଲି ରବିବାର ଏଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ବିମର୍ଶରେ ବକ୍ତାମାନେ ମତ ରଖିଛନ୍ତି ।
ଶନିବାର ଠାରୁ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସ୧ିଳନୀ
ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିମର୍ଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଓଡ଼ିଶା ସରକାରଙ୍କର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମବୀ ଶ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଓଡ଼ିଆ ଭାଷାର
ବଳିଷ୍ଠ ଐତିହ୍ୟ ଓ ପରମ୍ପରା ରହିଛି ବୋଲି କହିବା ସହ ୧୯୩୬ ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ଦିଆଯାଇଥିଲା ବୋଲି କହିଥିଲେ ।
ଯୁବ ଓଡ଼ିଆ ଏବଂ ବିଶେଷ କରି ଯେଉଁମାନେ ରାଜ୍ୟ ଅଥବା ଦେଶ ବାହାରେ ରହୁଛନ୍ତି ସେମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଜନ୍ମାଇବା ଏବଂ ସେମାନଙ୍କୁ
ମାତୃଭାଷା ବିଷୟରେ ସଚେତନ କରାଇବା ସହ ସେମାନେ ଯେପରି ଏଥିପାଇଁ ଗର୍ବ ଅନୁଭବ କରିବେ ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏହି ୩ ଦିନିଆ ବିଶ୍ୱ ଓଡ଼ିଆ ଭାଷା
ସ୧ିଳନୀର ଆୟୋଜନ କରିଛନ୍ତି ବୋଲି ମବୀ କହିଥିଲେ ।
ଏହା ମୁଖ୍ୟମବୀ ଶ୍ରୀ ନବୀନ ପ…ନାୟକଙ୍କର ଦୁରଦର୍ଶୀତାକୁ ସୁଚାଏ ବୋଲି ଶ୍ରୀ ପୂଜାରୀ କହିଥିଲେ । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର
(ଡକ୍ଟର) ମନୋଜରଞ୍ଜନ ନାୟକ ମବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମବୀ ଶ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନବ ଶିକ୍ଷାବିତ୍ ତଥା
ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଜଗନ୍ନାଥ ଦାସ ଏବଂ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମାକାନ୍ତ ମିଶ୍ର ସ୧ାନିତ ଅତିଥି ଭାବେ
ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସେଂଟର ଫର
ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କ
ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶାର ଦୁଇ ମହାନ କବି ଗଙ୍ଗାଧର ମେହେର ଓ ଭୀମ ଭୋଇଙ୍କ କାର୍ଯ୍ୟକୁ ଗଭୀର ଭାବେ ବ୍ୟାଖ୍ୟା କରି ଶ୍ରୀ ପୂଜାରୀ କହିଥିଲେ ଯେ ସେମାନଙ୍କ କବିତାରେ ଗଭୀର
ଦାର୍ଶନିକ ତତ୍ୱ ରହିଛି ଏବଂ ସେହି ମହାନ କୃତିକୁ ଅଧ୍ୟୟନ ଏବଂ ଗବେଷଣା କରିବାର ଆବଶ୍ୟକତା ରହିଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇଥିବାରୁ ସୋଆକୁ ଧନ୍ୟବାଦ ଦେବା ସହ ମବୀ କହିଥିଲେ ଯେ ଓଡ଼ିଆ ଭାଷାକୁ
ଅଧିକ ବିକଶିତ କରିବା ପାଇଁ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି ।
ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଆୟୋଜିତ ଏହି ସ୧ିଳନୀ ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ବେହେରା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ଏଭଳି
କାର୍ଯ୍ୟର ଧାରାକୁ ଜାରି ରଖିବା ସହ ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଡକ୍ଟର ମିଶ୍ର ମଧ୍ୟ ପ୍ରଶଂସା କରିଥିଲେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଯାଜପୁର ଜିଲ୍ଲା
ଜାରକା ନିକଟବର୍ତୀ ତାରାପୁର ବୌଦ୍ଧ ଭଗ୍ନାବଶେଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଆ ହେଉଛି ଅନ୍ୟତମ ସର୍ବ ପୁରାତନ ଲିପି । ତେବେ ବିଶ୍ୱବିଦ୍ୟାଳୟମାନେ ଓଡ଼ିଆ ଭାଷାକୁ
ପ୍ରୋତ୍ସାହନ ଦେବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ଅଧିକ ଲୋକପ୍ରିୟ କରିବା ନେଇ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ପ୍ରଫେସର ଦାସ କହିଥିଲେ ଯେ ଜଗନ୍ନାଥ ସଂସ୍କୃତିରୁ ହିଁ ଓଡ଼ିଆ ଭାଷାର ଉତ୍ପତି । ଏକତା ବଜାୟ ରଖିବା ନିମନ୍ତେ ଭାଷା ହିଁ ହେଉଛି ଏକମାତ୍ର ମାଧ୍ୟମ । ଓଡ଼ିଆ
ସାହିତ୍ୟକୁ ନେଇ ସୋଆ ଏକ ସଂଗ୍ରହାଳୟ ସ୍ଥାପନ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରଥମ ଦିନର ଅଧିବେଶନ ଗୁଡ଼ିକରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ
ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର୍ୟ, ମଧ୍ୟକାଳୀନ
ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଭଳି ବିଷୟ ବସ୍ତୁ ରହିଥିଲା । ସେହିପରି ସୋମବାର
ଆୟୋଜିତ ହେବାକୁ ଥିବା ବିମର୍ଶରେ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ,
ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ
କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।
କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ସୋମବାର ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ
ଭୁବନେଶ୍ୱର, ୨ ଫେବୃଆରି: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ ।ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ । ଫେବୃଆରି ୪ ତାରିଖ ଦିନ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍ଘାଟକ ଭାବେ ଯୋଗ ଦେବେ । ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।
ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।
ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।
ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।
୨୦୨୪ରେ କେଉଁ ଆସନରେ ଲଢିବେ ବବି………
ପ୍ରଣବ ପ୍ରକାଶ ଦାସ (ବବି) l ବିଜେଡି ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ l ଓଡ଼ିଶା ଯୁବ ମାନସର ପ୍ରତୀକ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ଵସ୍ତ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ପ୍ରିୟପାତ୍ର l ବିଜେଡି ଦଳର ପାୱାର ଫୁଲ ବିଧାୟକ ଓ ଓଡିଶା ରାଜନୀତିରେ ବର୍ତ୍ତମାନ ଅନ୍ୟତମ ଚର୍ଚ୍ଚିତ ଚେହେରା l ଯାଜପୁର ଆସନରେ ଲଗାତର ହ୍ୟାଟ୍ରିକ ବିଧାୟକ ଭାବେ ନିର୍ବାଚିତ ହେବା ସହ ନିଜର ସାଂଗଠନିକ ଦକ୍ଷତା ବଳରେ ପୁରା ଓଡ଼ିଶାରେ ବବି, ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ବର୍ତ୍ତମାନ ଓଡିଶା ରାଜନୀତିର ଚାଣକ୍ୟ ତାଲିକା ପ୍ରବଣ ପ୍ରକାଶ ଦାସ (ବବି)ଙ୍କ ସ୍ଥାନ ଶୀର୍ଷରେ ରହିବ, ଏଥିରେ କୌଣସି ଦ୍ବିଧା ନାହିଁ l ଦଳ ପାଇଁ ନିଜକୁ ସମର୍ପଣ କରି ଦିନରାତି ଏକକରି ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ପାହାଡପରି ଛିଡା କରିବାରେ ତାଙ୍କର ରହିଛି ପ୍ରଚ୍ଛନ୍ନ ଭୂମିକା, ଯାହା ବିରୋଧିଙ୍କୁ ମଧ୍ୟ ଚିନ୍ତାରେ ପକାଇଛି l କାରଣ ବବିଙ୍କ ସାଙ୍ଗଠନିକ କ୍ଷମତା, ରଣନୀତିକୁ ହିସାବକୁ ନେଲେ, ତାଙ୍କ ସମକକ୍ଷ, ତାଙ୍କ ଯୋଜନାକୁ ମାତ୍ ଦେବା ପରି ବ୍ୟକ୍ତିତ୍ବ , ଓଡିଶାରେ କୌଣସି ବିରୋଧୀ ଦଳ ନିକଟରେ ନାହିଁ । ଯାହା ବିଜେଡିକୁ ଭୋଟ୍ ରାଜନୀତିରେ ଆଗୁଆ କରି ଆସୁଛି ।
୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡିକୁ ବଡ ବିଜୟ ଟିକା ପିନ୍ଧିବାକୁ ପାଗ ଭିଡିଲାଣି । ଏପରି ହେଲେ ଷଷ୍ଠଥର ବିଜେଡି ଶାସନର ମଙ୍ଗ ଧରିବେ ନବୀନ ଆଉ ଜାତୀୟ ରାଜନୀତିରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନାଁରେ ଲେଖାଯିବ ନୂଆ ରେକର୍ଡ l ଦେଶର ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ଇତିହାସ ରଚିବାକୁ ଯାଉଛନ୍ତି ୨୦୨୪ରେ l ଏହି କାମ କିପରି ସାକାର ହେବ, ସେହି କାମରେ ଲାଗିଛନ୍ତି ବିଜେଡି ସଙ୍ଗଠନ ସଂପାଦକ l
୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି, ୨୦୨୪ ମସିହାରେ ବିଜେଡି ସାଂଗଠନିକ ସଂପାଦକ ବବି ଦାସ, ଦୁଇଟି ଆସନରୁ ନିର୍ବାଚନ ଲଢିବା ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଉଠିଛି l ଯାଜପୁରରୁ ସମ୍ୱଲପୁର ଯାଏ ବବିଙ୍କୁ ନେଇ ଆଲୋଚନା ସବୁଛି l ୨୦୨୪ରେ ପ୍ରଣବ ପ୍ରକାଶ ଦାସ (ବବି) ନିଜ ବାପାଙ୍କ ଗଡ ଯାଜପୁର କୋରେଇ ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ବବି ଯାଜପୁର ବିଧାନସଭା ଆସନରୁ ବିଧାୟକ ପ୍ରାଥି ଓ ସମ୍ବଲପୁର ସାଂସଦ ପ୍ରାଥି ହେବେ l ଓଡିଶା ରାଜନୀତିରେ ବଡ ଚେହେରା ଭାବେ ଉଭା ହୋଇଥିବା ବବି କିନ୍ତୁ ଏନେଇ ମୁହଁ ଖୋଲୁନାହାନ୍ତି କି ବିଜେଡି ମଧ୍ୟ କିଛି ବିଧିବଦ୍ଧ ଭାବେ ଏହା ଉପରେ ପ୍ରତିକ୍ରିୟା ଦେଇନାହିଁ l କେବଳ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ବବି କେଉଁଠୁ ନିର୍ବାଚନ ଲଢ଼ିବେ l ରାଜନୈତିକ ସମୀକ୍ଷକ ଆକଳନ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚେକ୍ ଦେବା ପାଇଁ ବିଜେଡି ବବିଙ୍କୁ ବଡ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ l ଯେଉଁଥିରେ ବିରୋଧି ଘାଇଲା ହେବା ସହ ବବିଙ୍କ ରଣନୀତି ଓ ଲୋକ ପ୍ରିୟତାକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରିବେନି l କାରଣ ୨୦୧୯ରେ ଅନୁଷ୍ଠିତ ୮ଟି ଉପ ନିର୍ବାଚନ, ପଂଚାୟତ ଓ ପୌର ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ରାଜନୈତିକ ଗୋଟି ଚାଳନାରେ ଚିଟ୍ ପଟାଙ୍ଗ ମାରିଥିଲେ ବିରୋଧୀ l ୩୦ରୁ ୩୦ଜିଲ୍ଲା ପରିଷଦ ବିଜେଡି ଦଖଲ କରିଥିଲା । ୯୦ପ୍ରତିଶତ ପୌର ପରିଷଦ ଦଖଲ କରିଥିଲା ଦଳ l ତୃଣମୂଳ ସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେବା ସହ ବିରୋଧୀଙ୍କ ଗଡ଼କୁ ଭାଙ୍ଗି ଦେଇଛନ୍ତି l ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ cmo ଲୋକଂକ ଦୁଃଖ ଓ ସୁଖ ବୁଝିବା ସହ ୨୦୧୯ ନିର୍ବାଚନ ପ୍ରତିଶୃତିକୁ ଶତ ପ୍ରତିଶତ ପୂରଣ କରି ବିକଶିତ ଓଡିଶା ଗଠନ କରିଚାଲିଛନ୍ତି l ଯେଉଁଥିରେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ଭୂମିକା ବେଶ ଗୁରୁତ୍ଵ ପୂର୍ଣ୍ଣ ଭୂମିକା । ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଆମ ଓଡ଼ିଶା ଓ ନବୀନ ଓଡିଶା କାର୍ଯକ୍ରମରେ ସାଧାରଣ ସଭାରେ ଲୋକଙ୍କୁ ଖୋଲାଖୋଲି ଏ ନେଇ କହି ସାରିଛନ୍ତି ।
ଏବେ ଉଭୟ ପାଣ୍ଡିୟାନ ଓ ପ୍ରଣବ ନବୀନଙ୍କ ନୂଆ ଓଡିଶା ଓ ନବୀନ ଓଡିଶା, ବିକଶିତ ଓଡିଶା ଗଠନରେ ଦିନରାତି ଏକକରି ଓଡିଶାବାସୀଙ୍କ ସେବାରେ ଲାଗିଛନ୍ତି l ଆଉ ଠିକ୍ ଏହି ସମୟରେ ପ୍ରଣବ କେଉଁଠି ଛିଡା ହେବେ ଓ ବିଧାୟକ ପ୍ରାଥି ହେବେ କି ସାଂସଦ ପ୍ରାର୍ଥି ହେବେ ତାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି l ଏହି ଚର୍ଚ୍ଚାକୁ ନେଇ ବିଜେଡି ଅନ୍ଦର୍ ମହଲରୁ ଗୋଟେ କଥା ଶୁଣିବାକୁ ମିଳୁଛି ୱେଟ୍ ଆଣ୍ଡ ୱାଚ୍ । ସମୟ କହିବ ବିଜେଡି ରଣନୀତିକାର କେଉଁ କେଉଁ ଆସନରୁ କେବେ ପ୍ରାର୍ଥୀ ଭାବେ ଉଭା ହେଉଛନ୍ତି । ସେତେବେଳ ଯାଏଁ ବିରୋଧୀ କ୍ୟାମ୍ପ ମଧ୍ୟ ଏକ ପ୍ରକାର ଶଙ୍କାରେ ରହିବ ନିଶ୍ଚୟ । …..
କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ.
ଆସନ୍ତା କାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ.
କଳାମଣ୍ଡଳ ପରିସରରେ ଅକ୍ଷର ଭୂମି ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବ
ଅକ୍ଷର ଭୂମି
ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କର
()ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି।ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି ।ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ।ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆମର ମହାନ୍ ଐତିହ୍ୟ ଓଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ।ସୂଚନା ଯୋଗ୍ୟ ଯେ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ idco ଜରିଆରେ ସମ୍ପାଦିତ ହୋଇଛି।ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ BMC ର mayor ସୁଲୋଚନା ଦାସ, cmo ର ମୂଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ ।