ଭୁବନେଶ୍ୱର : ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ।ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ୬ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ଚଳିତବର୍ଷ କୋଭିଡ୍-୧୯ ମହାମାରୀ ଯୋଗୁଁ ଅନ୍ଲାଇନ୍ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା ।“ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ ଡେଭଲପ୍ମେଂଟ” (ବିପିଆର୍ଡି) ଦ୍ୱାରାସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥାଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍,ହାକରୱାର୍ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍ ଏକ୍ସ ଲିଜିୟନ୍କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ । ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ । ଅଗଷ୍ଟ ୧ ରୁ ୩ ମଧ୍ୟରେଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା ।
କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍ଇ) ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡଇନ୍ଫର୍ମେସନ୍ ଟେକ୍ନୋଲୋଜି (ସିଏସ୍ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍ ପ୍ରତିଯୋଗିତାରେ ଜିତାପଟହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି । ଏହି ବିଜୟୀ ଟିମ୍ରେଅଙ୍କିତା ଶତପଥୀ, ଅଭିନବ ରାୟ, ସୌରଭ ବେରା, ଏଲୋରା ମେହେନା, ପ୍ରିତମ୍ କର ଏବଂଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ ।ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍ ଡଃ ସତ୍ୟବ୍ରତ ମାଇତି ଏବଂଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସରଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ ।ସୋଆ ପକ୍ଷରୁ ଆୟୋଜିତ ହାକର୍ୱାର୍ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ
ସିଏସ୍ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।
ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ…
ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ ଗବେଷଣାର ସୁଯୋଗ ରହିଛ: ବିଶେଷଜ୍ଞ
ଭୁବନେଶ୍ୱର : ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହାସମ୍ଭବ ହୋଇନାହିଁ । ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନାଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।ପର୍ଯ୍ୟଟନ ଏବଂ ହୋଟେଲ୍ କ୍ଷେତ୍ରରେ ଖୁବ୍ କମ୍ ଗବେଷଣା କରାଯାଇଥିବା ଦୃଷ୍ଟିରୁ ଶୈକ୍ଷିକ କାର୍ଯ୍ୟ ଏବଂ ଗବେଷଣା ମଧ୍ୟରେ ଏକସଂଯୋଗ ଜରୁରୀ ହୋଇ ପଡ଼ିଛି ବୋଲି କହିଛନ୍ତି ୟୁକେର ୟୁନିଭର୍ସିଟି ଅଫ୍ ବ୍ରାଇଟନ୍ର ମାର୍କେଟିଂ ଆଣ୍ଡ ରେସପନ୍ସିବୁଲ୍ଏଂଟର୍ପ୍ରାଇଜ୍ ବିଭାଗର ପ୍ରଫେସର ସୁନୀଲ୍ ଶାଦେବ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଆୟୋଜିତ ଏକ ସପ୍ତାହ ବ୍ୟାପି ଅନ୍ଲାଇନ୍ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମର ଉଦ୍ଘାଟନୀ ଉତ୍ସବ ଅବସରରେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ଶାଦେବ ।
କରୋନା ଭାଇରସ୍ ମହାମାରୀର ଆତଙ୍କ ଏବେ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବାବେଳେ ଗବେଷକମାନେ ବିପର୍ଯ୍ୟୟ ଯୋଜନା ଏବଂ କ୍ଷତି ପରିଚାଳନା ଦିଗରେ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟିର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହବର୍ତମାନ ପରିସ୍ଥିତିରେ ଶିକ୍ଷକମାନେ ଗବେଷଣା ଉପରେ ଅଧିକ ମନୋନିବେଶ କରିବା ଜରୁରୀ ବୋଲି ମତ ଦେଇ ସେମାନେ
ସେମାନଙ୍କର ଜ୍ଞାନର ପରିସୀମାକୁ ମଧ୍ୟ ବଢ଼ାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । କଷ୍ଟ ଉପାୟରେ ହିଁ ଜ୍ଞାନଆହରଣ ହୋଇଥାଏ । ଶିକ୍ଷା ଗ୍ରହଣ ପ୍ରକ୍ରିୟାର କୌଣସି ଅନ୍ୟ ସହଜ କିମ୍ବା ବିକଳ୍ପ ଉପାୟ ନାହିଁ ବୋଲି ସେ କହିଛନ୍ତି ।ଏସ୍ଏଚ୍ଏମ୍ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଶିକ୍ଷା ଗୋଟିଏ ପିଢ଼ିରୁ ଅନ୍ୟ ଏକ ପିଢ଼ିକୁ ହସ୍ତାନ୍ତରିତ ହୋଇଥାଏ । ସେ ମଧ୍ୟ ଏହି ଅବସରରେ ଗବେଷଣା ଉପରେ ଜୋର୍ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେମୁମ୍ବାଇସ୍ଥିତ ଏସିଆ ପାସିଫିକ୍ ଏମ୍ଏମ୍ଆର୍ ରିସର୍ଚ୍ଚ ୱାର୍ଲ୍ଡୱାଇଡ୍ର କଂଟ୍ରି ହେଡ୍ ତଥା ରିସର୍ଚ୍ଚ ଡାଇରେକ୍ଟର୍ ଶ୍ରୀ
ସନ୍ଦୀପ୍ ବୁଦ୍ଧିରାଜା ପ୍ରଥମେ ଗବେଷଣା ସମ୍ପର୍କିତ ପ୍ରଶ୍ନ ନିର୍ଦ୍ଧାରଣ କରିବା ପରେ ଗବେଷଣା କରିବା ଜରୁରୀ ବୋଲି କହିଥିଲେ । ଏକପ୍ରଶ୍ନର ଉତର ଖୋଜିବା ବେଳେ ଏହା କି ପ୍ରକାର ରୂପାନ୍ତରଣ ମଧ୍ୟ ଦେଇ ଗତି କରେ ସେ ବିଷୟରେ ସେ ଆଲୋକପାତକରିଥିଲେ ।ଏହି ଅବସରରେ ମୁମ୍ବାଇସ୍ଥିତ ଆମ୍ପର୍ସାଂଟ ଗ୍ରୁପ୍ର ଚିଫ୍ ଏକାଡେମିକ୍ ଅଫିସର ତଥା ଆଇଆଇଏମ୍, ଇନ୍ଦୋରର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ତପନ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରେଗ୍ରାମ୍ର ପ୍ରକ୍ରିୟା ସମ୍ବନ୍ଧରେ ବୁଝାଇବା ସହ ଶିକ୍ଷା ଗ୍ରହଣ ଅନୁଭୂତି ଗବେଷଣା କାର୍ଯ୍ୟରେ ଅନେକ ସାହାଯ୍ୟ କରିବ ବୋଲିକହିଥିଲେ ।ଏସ୍ଏଚ୍ଏମ୍ର ଆସୋସିଏଟ୍ ପ୍ରଫେସର ଡଃ ଅଂଶୁମାନ ସାମଲ୍ କାଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବାବେଳେ ଆସୋସିଏଟ୍ ପ୍ରଫେସର ଡଃ ସ୍ମିତା ଏସ୍. ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଆସନ୍ତା ୯ ତାରିଖରୁ ପୁଣି ଏକ ଲଘୁଚାପ…
() ଆସନ୍ତା ୯ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସନ୍ଦରଗଡ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୯ରୁ ୧୧ ଯାଏ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ୧୨ ତାରିଖ ପରେ ପାଗରେ ପରିବର୍ତନ ହୋଇପାରେ ।
ଆଜି ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା
() ରାଜ୍ୟରେ ଆଜି ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୧୮୩୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ପଜିଟିଭ ରହିଛନ୍ତି ଖୋର୍ଦ୍ଧା ଜିଲାରେ । ଏହି ଜିଲାରୁ ୨୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ ସଂଖ୍ୟାରେ ଗଞ୍ଜାମକୁ ଟପିଛି ଖୋର୍ଦ୍ଧା ଜିଲା । ଆଜି ଗଞ୍ଜାମରେ ୨୭୯ଜଣ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଗଞ୍ଜାମ ଠାରୁ ଖୋର୍ଦ୍ଧା ଜିଲାରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ୨୭୯ଟି ନୂଆ କେସ୍ ଆସିବା ପରେ ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୩୫୯ରେ ପହଂଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୫ହଜାର ୮୨୮ରେ ପହଂଚିଯାଇଛି । ଗଞ୍ଜାମରେ ଏଯାବତ ୮ହଜାର ୯୧୧ ସୁସ୍ଥ ହୋଇଥିବା ବେଳେ ୩ ହଜାର ୩୧୭ ଚିକିତ୍ସାଧୀନ ଅଛନ୍ତି । ଏଠାରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୫,୮୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୨,୬୧୫ ସୁସ୍ଥ ହୋଇସାରିଥିବା ବେଳେ ୩,୧୭୫ ଜଣ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ୩୧ଜଣଙ୍କ ମୁଣ୍ଡ ନେଇଛି କରୋନା । ଆଜି ଆଉ ୮ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି ।
ସମାଲୋଚନା ନା ସହଯୋଗ କରୁଛନ୍ତି ବିରୋଧୀ…..
ଭୁବନେଶ୍ୱର : ମାର୍ଚ୍ଚ ୧୫ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେଲା । ଏହାପରେ କରୋନା ସଂକ୍ରମଣକୁ ରାଜ୍ୟରେ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କଲେ ରଣନୀତି। ଅଧାରୁ ବିଧାନସଭାର ବଜେଟ ଅଧିବେଶନକୁ ବନ୍ଦ କରି କରୋନା ପାଇଁ ହାତ ଧୋଇବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ। ଏମିତି କି ଦେଶରେ ଲକ୍ ଡାଉନ ହେବା ପୂର୍ବରୁ ରାଜ୍ୟରେ ଲକ୍ ଡାଉନ ଘୋଷଣା କରିଥିଲେ। ଏମିତି ଅନେକ ପଦକ୍ଷେପ ହାତକୁ ନେଇଥିଲେ ରାଜ୍ୟ ସରକାର। ସ୍ଵତନ୍ତ୍ର କୋଭିଡ ହସ୍ପିଟାଲ କରି ଦେଶ ପାଇଁ ଉଦାହରଣ ସାଜିଲେ। ଏହାପରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କଲେ ନବୀନ। ଫଳରେ କରୋନା ମୁକାବିଲାରେ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଲା। ଏବେ ଅଗଷ୍ଟ ମାସରେ ରାଜ୍ୟ ତଥା ଦେଶରେ କରୋନା ପିକରେ ପହଂଚିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ମଧ୍ୟ ବଢୁଛି। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୁରା ପ୍ରଶାସନ କଳ ଦିନ ରାତି ଏକ କରି କାମ କରୁଛନ୍ତି। ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା । କାରଣ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ଆମ ପାଇଁ ଅର୍ଥନୀତି ନୁହେଁ ଲୋକଙ୍କ ଜୀବନ ବଡ଼। ଆଉ ସେଇ ଅନୁଶାରେ ରାଜ୍ୟ ସରକାର କାମ କରୁଛନ୍ତି ।ଏପରି ଏକ ମହାମାରୀ ପ୍ରଥମ ଥର ପାଇଁ ସାମ୍ନା କରୁଛନ୍ତି ସରକାର। ଏ ମହାମାରୀରେ ରାଜ୍ୟ ସରକାରଙ୍କୁ ପୁରା ସହଯୋଗ କରିବା ପାଇଁ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗଣମାଧ୍ୟମରେ ବାରମ୍ବାର ବୟାନ ଦେଉଥିଲେ। ହେଲେ କରୋନା ଯେତେବେଳେ ତାର କାୟା ବିସ୍ତାର କରୁଛି ସେତେବେଳେ ପ୍ରତେକ ଦିନ ସରକାରଙ୍କୁ ସମାଲୋଚନା କରିବା ପାଇଁ ପଛାଉ ନାହାନ୍ତି ବିରୋଧୀ। ବିରୋଧୀ ପ୍ରଶ୍ନ ଉଠାଇବା ବା ସମାଲୋଚନା କରିବା ତାଙ୍କର ପୂର୍ଣ୍ଣ ଅଧିକାର ରହିଛି । ହେଲେ ରାଜନୀତି ପାଇଁ ଯେଉଁ ଭଳି ଭାବେ ଉଭୟ ଦଳ ରାଜ୍ୟ ସରକାରଙ୍କୁ କାଠ ଗଡାକୁ ଟାଣୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି ମୁଖ୍ୟ ବିରୋଧୀ ବିଜେପି କରୋନା ମୁକାବିଲାରେ ରାଜ୍ୟ ସରକାର ଫେଲ ବୋଲି ପ୍ରମାଣିତ କରିବା ପାଇଁ ପ୍ରତେକ ଦିନ ନୂଆ ନୂଆ ଅଭିଯୋଗ ଆଣୁଛି। ଏପରି କି ରାଜ୍ୟ ପାରୁନି କେନ୍ଦ୍ରର ସହଯୋଗ ନେଉ ବୋଲି ଦାବି କଲାଣି ବିଜେପି। ସାରା ଦେଶରେ ଓଡ଼ିଶା କରୋନା ମୁକାବିଲା ଏକ ନମ୍ବର ବୋଲି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସ୍ୱୀକାର କରିଛନ୍ତି। ହେଲେ ରାଜ୍ୟ ବିଜେପିକୁ ଏହା ହଜମ ହେଉ ନାହିଁ। କାଳେ କରୋନା ମୁକାବିଲାର ସମସ୍ତ ରାଜ୍ୟ ସରକାର ନେଇ ଯିବେ ସେଥିପାଇଁ ବିରୋଧୀ ଏବେ ସରକାରଙ୍କ ଗୋଡ ଟାଣିବାରେ ଲାଗିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ମହାମାରୀ ସମୟରେ ହୋଟେଲ ଶିଳ୍ପରେ ହେଉଛି ଦ୍ରୁତ ପରିଵର୍ତନ…
ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍ଚର ସିରିଜି୍ରେ ଆଲୋଚନା କରାଯାଇଛି।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ଦି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍ଚର ସିରିଜ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଲେକ୍ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର ପ୍ରୋଗ୍ରେସନ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପ ଖୁଆଇବା । ଏହି ସିରିଜରେ ବକ୍ତା ଭାବେ ତାଜ୍ ହୋଟେଲସ ରିସୋର୍ଟସ୍ ଆଣ୍ଡ ପ୍ୟାଲେସେସ୍ର ଲର୍ନିଂ, ଡେଭଲମେଣ୍ଟ ଆଣ୍ଡ ଏମ୍ପଲୟୀ ଏନ୍ଗେଜ୍ମେଂଟ ବିଭାଗର ସହ ଉପ-ସଭାପତି ଶ୍ରୀମତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କ୍ୟାରିଅର କରିହେବ ସେ ଦିଗକୁ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ବର୍ତ୍ତମାନ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱୂର୍ଣ୍ଣ ପ୍ରସଙ୍ଗ ।ତେଣୁ ଆମ ଗ୍ରୁପ ଏ ଦିଗରେ ବେଶ
ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ଆମ ହୋଟେଲ୍ ଗୁଡ଼ିକରେ ଚେକ୍-ଇନ୍ ଏବଂ ଚେକ୍-ଆଉଟ୍ ପ୍ରକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କର।।ଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ଲବି, ରେଷ୍ଟରାଣ୍ଟ ଏବଂ ବାଂକ୍ୱେ୍ଟ ହଲ୍ର ଡିଜାଇନ୍ଗୁଡ଼ିକୁ ପରିର୍ବତନ କରାଯାଇଥିବା ବେଳେ ଆମ ଅତିଥିମାନେ ସେମାନଙ୍କ ପ୍ରକ୍ରିୟା ଖାଦ୍ୟଗୁଡ଼ିକ ଆଇକନିକ୍ ତାଜ୍ ରେଷ୍ଟୁରାଂଟ୍ସରୁ ଅର୍ଡର କରିାରିବେ ସେହି ବ୍ୟବସ୍ଥା କରାଯାଇଛି ।ଉଦୟପୁରସ୍ଥିତ ୱଣ୍ଡର୍ ସିମେଂଟ ଲିମିଟେଡ୍ର ଫୁଡ୍ ଆଣ୍ଡ ବେଭରେଜେସ୍ର ଜେନେରାଲ୍ ମ୍ୟାନେଜର ଶ୍ରୀ ସୀତାରମ ଚନ୍ଦ୍ର ମୂର୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ, କ୍ୟାଟରିଂ,
ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ନ୍ୟୁଟ୍ରିସନ୍ର ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ମତବ୍ୟକ୍ତ କରିଥିଲେ ।
ବର୍ଷାରେ ଭାସିଲା ମୁମ୍ବାଇ……
ମୁମ୍ବାଇ : ଲଗାଣ ବର୍ଷା ଯୋଗୁଁ ମୁମ୍ବାଇ ଅବସ୍ଥା ଅସମ୍ଭାଳ ହୋଇପଡିଛି । ସହରର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ପାଣି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଥିବା ବେଳେ ବର୍ଷା ସାଙ୍ଗକୁ ପବନ ସ୍ଥିତିକୁ ଆହୁରି ବିଗାଡି ଦେଇଛି । ପାଣି ଯୋଗୁଁ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଟିମ୍ । ଆଜି ମଧ୍ୟ ମୁମ୍ବାଇରେ ଭୀଷଣ ବର୍ଷା ସହ ପବନ ବହିବା ସମ୍ଭାବନା ଥିବାରୁ ହାଇ ଆର୍ଲଟ ଜାରି କରାଯାଇଛି । ବିଶେଷତଃ ମୁମ୍ବାଇ, ଥାନେ ଓ ପାଲଘରକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ମୁମ୍ବାଇର କିଛି ସ୍ଥାନ ଜଳମଗ୍ନ ହୋଇଯାଇଛି । ମୁମ୍ବାଇର ମସ୍ଜିଦ୍ ଓ ଭାୟଖଲା ଷ୍ଟେସନ ମଧ୍ୟରେ ୨ଟି ଲୋକାଲ୍ ଟ୍ରେନ୍ ଫସିରହିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ଧାରଣାରେ ପାଣି ଜମିଛି । ଏଥିପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ବାତିଲ ହୋଇଛି କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ୍ । ସେହିପରି ମୁମ୍ବାଇରୁ ଛାଡିବାକୁ ଥିବା ଟ୍ରେନ୍ ବି ବାତିଲ ହୋଇଛି । ଗତକାଲି ମୁମ୍ବାଇ ଛାଡିଥାନ୍ତା ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ । ସଂଯୋଗକାରୀ ଟ୍ରେନ୍ ନଆସିବା ଯୋଗୁଁ ଶୁକ୍ରବାର ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରାଯାଇଛି ।
ଆଜିଠାରୁ ମାଟ୍ରିକ ଖାତା ରିଚେକିଂ..
ଭୁବନେଶ୍ୱର : ଆଜିଠାରୁ ମାଟ୍ରିକ ଖାତା ରିଚେକିଂ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ପରୀକ୍ଷା ଖାତାର ପୁନଃ ଯାଂଚ ଏବଂ ଖାତାର ନକଲ କପି ପାଇଁ ଆବେଦନ କରିପାରିବେ ଛାତ୍ରୀଛାତ୍ର । ନଜର ପରୀକ୍ଷା ଫଳ ନେଇ ଛାତ୍ରୀଛାତ୍ରଙ୍କ ମନରେ ଯଦି କୌଣସି ପ୍ରକାର ଦ୍ୱନ୍ଦ୍ୱ ରହିଥିବା ସେମାନେ ଅନଲାଇନରେ ପୁନଃ ଯାଂଚ ପାଇଁ ଆବେଦନ କରିପାରିବେ । ଏହାସହିତ ନିର୍ଦ୍ଧାରିତ ଫି ଦାଖଲ କରି ପରୀକ୍ଷା ଉତ୍ତର ଖାତାର ନକଲ କପି ମଧ୍ୟ ପାଇପାରିବେ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଜାରି କରିପାରିବେ ପରୀକ୍ଷାର୍ଥୀ । ୩ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରି ବୋର୍ଡ କର୍ତ୍ତୃପକ୍ଷ । ଏହାସହିତ ସଂଶୋଧିତ ମାର୍କ ସିଟ୍ ଓ ସାର୍ଟିଫିକେଟ ବି ପ୍ରଦାନ କରିବେ । www.bseodisha.ac.in ୱେବସାଇଟରେ ଆବେଦନ କରିପାରିବେ ।
କରୋନାରେ ଦେଶ ଓ ରାଜ୍ୟରେ କେତେ ମୃତ୍ୟୁ ସଂଖ୍ୟା….
ଭୁବନେଶ୍ୱର : ଦେଶରେ ୪୦ ହଜାର ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ଘଣ୍ଟାରେ ୯୦୪ ଆକ୍ରାନ୍ତଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪୦ହଜାର ୬୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୬ହଜାର ୪୭୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁରେ ୪ହଜାର ୪୬୧ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଦିନକରେ ୫୬ହଜାର ୨୮୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ଲକ୍ଷ ୬୪ହଜାରକୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୩ଲକ୍ଷ ୨୮ହଜାର ୩୩୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ଲକ୍ଷ ୯୫ହଜାର ୫୦୧ ସକ୍ରିୟ ରୋଗୀ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତିନିଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ….
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦଙ୍କୁ ଟାର୍ଗେଟ କଲେ ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ। କୃଷି ମନ୍ତ୍ରୀ ଏପଟେ କହୁଛନ୍ତି ଚାଷୀଙ୍କୁ ଅନ୍-ଲାଇନରେ ପାଠ ପଢେଇଛୁ, ସେପଟେ ଉଚ୍ଚଶିକ୍ଷା ଦାୟିତ୍ଵରେ ଥିବା ସମ୍ପୃକ୍ତ ମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି ଯେ ନେଟୱର୍କ ନ ଥିବାରୁ ପିଲାଏ ଅନ୍-ଲାଇନରେ ପାଠ ପଢି ପାରିବେ ନାହିଁ। ଜଣେ ମନ୍ତ୍ରୀ କେଉଁ ଆଧାରରେ ଏପରି କହୁଛନ୍ତି ବୋଲି ପ୍ରଶ୍ନ କଲେ ଦେବାଶିଷ। ଗୋଟିଏ ହ୍ବାଟସ ଆପ୍ ଗ୍ରୁପରେ ସର୍ବାଧିକ ୨୫୦ ଜଣ ସଦସ୍ଯ ରହୁଥିବା ବେଳେ ୯ ଲକ୍ଷ ୨୦ ହଜାର ଚାଷୀଙ୍କୁ କିଭଳି ହ୍ବାଟସ ଆପ୍ ଗ୍ରୁପରେ ସାମିଲ କଲେ ? କୃଷି ବିଭାଗର ଟୁଇଟର ଆକାଉଣ୍ଟରେ କୁହାଯାଇଛି ୨୭,୨୦୦ ଚାଷୀ ବ୍ଯବହାର କରୁଛନ୍ତି। କିନ୍ତୁ ଏହି ଆକାଉଣ୍ଟର ଫଲୋଅର ୨୨,୬୦୦। ଦୁଇ ତିନି ବର୍ଷ ତଳେ ରାଜ୍ୟ ସରକାର ୬୦ ହଜାର ସ୍ମାର୍ଟଫୋନ୍ ଦେଇଥିଲେ, ସେ ଫୋନ୍ ଅଛି କି ନାହିଁ, ଆପଣ ଜାଣିଥିବେ। ଆଜିବି ଅନେକ ମନ୍ତ୍ରୀ ବିଧାୟକଙ୍କ ଟୁଇଟର, ଫେସବୁକ ଆକାଉଣ୍ଟ୍ ନାହିଁ। ଚାଷୀଙ୍କ ପାଖରେ ବେଉସା କରିବାକୁ ପଇସା ନାହିଁ, ସ୍ମାର୍ଟ ଫୋନରେ ନେଟ୍ ପ୍ଯାକ୍ ପକେଇବେ କେମିତି, ପଇସା ଆଣିବେ କେଉଁଠୁ ? କୃଷି ବିଭାଗର ଟୋଲ ଫ୍ରି ହେଲପ୍ ଲାଇନରେ ସରକାର କହୁଛନ୍ତି ୮,୪୫,୬୫୦ ଚାଷୀ ପଞ୍ଜୀକରଣ କରିଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ଚାଷୀ ପରିବାର ୪୫ ଲକ୍ଷ (ଆମ ଆକଳନ ଅନୁଯାୟୀ ରାଜ୍ୟରେ ଚାଷୀ ପରିବାର ୬୦ ଲକ୍ଷ। ଏଭଳି ଚିତ୍ରର ସତ୍ୟତା ସ୍ପଷ୍ଟ ଅନୁମେୟ।
ନାଁ ନ ନେଇ ରାଜ୍ୟସଭା ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ।
ଟୁଇଟ୍ କରି ଚାକରୀ ଯୋଗାଡ କରିବା ପାଇଁ କରିଥିବା ଉଲ୍ଲେଖକୁ ସମାଲୋଚନା କଲେ ଦେବାଶିଷ। ସରକାର ପ୍ରବାସୀ ଶ୍ରମିକମାନଙ୍କ ମ୍ୟାପିଙ୍ଗ କରି ଚାକିରୀ ଦେବାକୁ କହିଥିଲେ। ଏବେ ଶ୍ରମିକ ମାନେ ରାଜ୍ୟରେ କର୍ମସଂସ୍ଥାନ ନ ପାଇ ଭୋକ ବିକଳରେ ପୁଣି ଅନ୍ୟ ରାଜ୍ୟକୁ ଫେରୁଛନ୍ତି। ସାଂସଦ କଣ ଚାହୁଁଛନ୍ତି ଓଡ଼ିଆ ଲୋକେ ରାଜ୍ୟ ଛାଡି ବାହାରକୁ ପଳାନ୍ତୁ? ସାଂସଦଙ୍କ ଏଭଳି ଉକ୍ତିର ଅର୍ଥ କଣ, ରାଜ୍ୟ ସରକାର କହିବେ କି। ରାଜ୍ୟ ସରକାରଙ୍କ ମ୍ୟାପିଙ୍ଗ କୋଉ ଯାଏ ଗଲା ତାର ଉତ୍ତର ମାଗିଲା କଂଗ୍ରେସ। ସାଂସଦଙ୍କ ଚାକିରୀ ଦେବା କଥା ଦଳର କଥା କି ନୁହେଁ ଦଳ ସ୍ପଷ୍ଟ କରୁ ବୋଲି ଦାବି କଲେ ଦେବାଶିଷ ପଟ୍ଟନାୟକ।












