ଯାଜପୁର: ଆଜି କ୍ରାନ୍ତି ଦିବସ। ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତାହ ଧରି ରକ୍ତଦାନ ଶିବିର କରିବାକୁ ଆହ୍ୱାନ ଦେଇଥିଲେ । ବର୍ତ୍ତମାନ କରୋନା ମହାମାରୀ ସମୟରେ ଯେମିତି କେହି ରକ୍ତ ଅଭାବରେ ଜୀବନ ନ ହରାନ୍ତି ତାକୁ ଦେଖି ଏଭଳି ପଦକ୍ଷେପ ନେଇଛି ବିଜେଡି। ଆଜି ଯାଜପୁରରେ ଏହାର ମଙ୍ଗ ଧରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପୂର୍ବରୁ ମଧ୍ୟ ସେ ପ୍ରତ୍ୟେକ ରବିବାର ଯାଜପୁର ଯାଇ ସେଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରନ୍ତି।
କ୍ରାନ୍ତି ଦିବସ ଅବସରରେ ଆଜି ଯାଜପୁର ଜିଲ୍ଲା ଅନ୍ତର୍ଗତ ଅମ୍ବିକା ମଣ୍ଡପ ପରିସରରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇଥିଲେ। ବର୍ତ୍ତମାନ କୋରନା ମହାମାରୀ ସମୟରେ ଲୋକମାନେ ଘରୁ ବାହାରୁ ନ ଥିବା ବେଳେ ଏହି ରକ୍ତଦାନ ସମାଜର ବହୁତ ଲୋକଙ୍କ ଜୀବନ ବଂଚାଇବାରେ ସାହାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଆଜି ଆରମ୍ଭ ହୋଇଥିବା ସାପ୍ତାହିକ ରକ୍ତଦାନ ଶିବିର ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେମିତି ମହାମାରୀ ସମୟରେ କେବଳ ଯାଜପୁର ନୁହେଁ ସମଗ୍ର ରାଜ୍ୟରେ କୌଣସି ବି ବ୍ୟକ୍ତିର ରକ୍ତ ଅଭାବ ନ ହୁଏ ତାକୁ ଦେଖି ଏହି ଶିବିର ଆୟୋଜନ କରାଯାଇଛି। ପ୍ରଣବ ପ୍ରକାଶ ଦାସ ନିଜେ ମଧ୍ୟ ଅନେକ ଥର ରକ୍ତଦାନ କରି ସାଧାରଣ ଲୋକଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରୁଥିବାର ନଜିର ରହିଛି। ପ୍ରଣବଙ୍କ ପ୍ରେରଣାରେ ଆଜି ଜିଲ୍ଲାର ଅନେକ ଯୁବକ ସ୍ୱଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ଆଜି ଗୋଟେ ଦିନରେ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ୭ ଦିନ ଧରି ଚାଲୁ ରହିଥିବା ଏହି ଶିବିରରେ ୩୫୦ ୟୁନିଟି ରକ୍ତ ସଂଗ୍ରହ କରାଯିବାର ଆଶା ରଖାଯାଇଛି। ଜିଲ୍ଲା ରେଡକ୍ରସର ସଭ୍ୟମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଏଥିରେ ଯାଜପୁର ର ବିଭିନ ଯୁବକ ସଂଘ ପକ୍ଷରୁ ଉତ୍ସାହୀ ଯୁବକ ମାନେ ମଧ୍ୟ ରକ୍ତ ଦାନ କରିଥିଲେ । ଏହି ଶିବିରରେ ବରୀ ବିଧାୟିକା ସୁନନ୍ଦା ଦାସ,ପୂର୍ବତନ ସାଂସନ୍ଦ ରିତା ତରେଇ ବ୍ଲକ ଚ୍ୟାରମ୍ୟାନ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ପ୍ରଣବ ଜୋରଦାର କରିଛନ୍ତି l ଯେଉଁଠି ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ସେ ଏହାକୁ ସଫଳ କରି ପୁରା ଓଡ଼ିଶା ପାଇଁ ଉଦାହରଣ ସାଜିଛନ୍ତି l
ଯାଜପୁରରେ ଆରମ୍ଭ ହେଲା ସାପ୍ତାହିକ ରକ୍ତଦାନ ଶିବିର…
ଗଣମାଧ୍ୟମ ଓ ବିଶ୍ୱାସନୀୟତା…
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଚତୁର୍ଥ ସ୍ତମ୍ଭ । ଭଲମନ୍ଦ ବିଚାର କରି ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଗଣମାଧ୍ୟମ । କାହିଁ କେଉଁ କାଳରୁ ଏପରି ସଂଯୋଗ ରହିଛି । ସମାଜକୁ ସୁଧାରିବାରେ ଓ ସମାଜକୁ ଉଚିତ ବାଟରେ ନେବାରେ ବି ଗଣମାଧ୍ୟମର ରହିଛି ପ୍ରଖୁମ ଭୂମିକା । ଯେଉଁଥି ପାଇଁ ଗଣମାଧ୍ୟମକୁ ସାମାଜର ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଦିଅନ୍ତି ଓ ସହଯୋଗ କରନ୍ତି । ସେ ଯେ କେହି ବି ହେଉ ଗଣତନ୍ତ୍ରର ଜାଗ୍ରତ ପହରୀକୁ ସବୁବେଳେ ସହଯୋଗ କରିନ୍ତି । ରାଜନେତାଟିଏ ହେଉ ଅବା ଗାଁର ସାଧାରଣ ମୁଲିଆ , ପୁଣି ସାଧୁ ହେଉ ଅବା ଅସାଧୁ । ସଭିଁଏ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି । କାରଣ ଗଣମାଧ୍ୟମର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ବିଶ୍ୱାସନୀୟତା । ଯାହାର ବିଶ୍ୱାସନୀୟତା ଯେତେ ସେ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ବି ସେତେ । ହଁ ଏକଥା ସତ ଯେ ଗଣମାଧ୍ୟମ କେବେ ନିରପେକ୍ଷ ନଥିଲା କି ଆଜିର ଦିନରେ ବି ନାହିଁ । କାରଣ ସମାଜର ସେବା ନୁହେଁ, ସଂସ୍ଥା, ଅନୁଷ୍ଠାନ ଓ ରାଜନୈତିକ ଦଳର ସେବାରେ ଅନେକ ଗଣମାଧ୍ୟମ ଏବେ ମାତିଛନ୍ତି । ନିଦ୍ଧିଷ୍ଟ ଲକ୍ଷ ରଖି ଗଣମାଧ୍ୟମ ଏବେ କାମ କରୁଛନ୍ତି । ଯାହା ଅଳ୍ପ ବହୁତେ ଲୋକଙ୍କୁ ଜଣା । ଯାହାକୁ ନେଇ ଏବେ ବହୁବାର ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭର ବିଶ୍ୱାସନୀୟତା କାଠ ଗଡ଼ାରେ ଠିଆ ହୋଇଛି । ଯାହା ଗଣତନ୍ତ୍ର ପାଇଁ ଓ ସମାଜ ପାଇଁ ବଡ଼ ବିପଦ । ତେବେ କାହିଁକି ଏମିତି ହୁଏ ? ଗଣମାଧ୍ୟମ କଣ ଯାହା ଦେଖାଏ ଓ ଯାହା କହେ ତାହା ଠିକ ! ଯେତେ ଲେଖିଲେ ବା ଟିଭି ସୋରେ ରଡ଼ି ଛାଡ଼ିଲେ ଯେ ଗଣମାଧ୍ୟମ ଯାହା କରୁଛି ତାହା ଠିକ ଏକଥାକୁ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି ।
ଏହାର ଦୁଇଟି ଦିଗକୁ ବିଚାର କଲେ ବୋଧେ ସହଜରରେ ବୁଝିହେବେ । ନିକଟରେ ଓଡ଼ିଶା ଗଣମାଧ୍ୟମରେ ଦୁଇ ତିନିଟି ଘଟଣା ଘଟିଛି । ଯାହା ଏବେ ବିତର୍କର ବିଷୟ । ଘଟଣା ସାମାଜିକ ଗଣମାଧ୍ୟମ ଓ ପ୍ରଖୁମ ଗଣମାଧ୍ୟମକୁ ନେଇ । ଏବେ ଚପା ଓ ଛପା ଯୁଗର ଶେଷ ହୋଇଛି । କୌଣସି ଘଟଣାକୁ ଆପଣ ଚାପି ପାରିବେ ନାହିଁ କି ସେମିତି ଛାପି ଓ ଟିଭିରେ ଦେଖାଇ ପାରିବେ ନାହିଁ । ଏକ ଭଲ ପରମ୍ପରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରେ । କାରଣ ଆଜି ସାମ୍ବାଦିକ ଆଉ କଥା କଥିତ ବ୍ୟକ୍ତି ବିଶେଷ କି ଅନୁଷ୍ଠାନ ପାଖରେ ସୀମିତ ହୋଇାନାହିଁ । ଯାହା ହାତରେ ମୋବାଇଲ ଫୋନ ଟିଏ ଅଛି ସେ ବି ଜାଗ୍ରତ ପହରୀ ଓ ସାମ୍ବାଦିକ । ତେଣୁ କିଛି ନିଦ୍ଦିଷ୍ଟ ଗଣମାଧ୍ୟମର ଆଉ ମନମାଳିନ୍ୟ ଚଳିବ ନାହିଁ ଗଣତନ୍ତ୍ର ଶାସନରେ । ଓଡ଼ିଶା ଦୃଷ୍ଟି କୋଣରୁ ନିକଟରେ ଘଟିଥିବା ପ୍ରମୁଖ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ୨ଟି ଖବରକୁ ନଜର ପକାନ୍ତୁ ।
ଖବର ଏକ : ଓଡ଼ିଆ ସିନେ ଜଗତର ପିତାମହ ଭୀଷ୍ମ ସ୍ୱଗତ ବିଜୟ ମହାନ୍ତିଙ୍କ ଜୀବିତ ଥିବା ଅବସ୍ଥାରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଲା ତାଙ୍କର ଦେହାନ୍ତ ହୋଇଯାଇଛି । କିଛି କ୍ଷଣ ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଲା । ଚିକିତ୍ସା ଅବସ୍ଥାରେ ଓ ସୁସ୍ଥଥିବା ଅଭିନେତା ବିଜୟ ମହାନ୍ତିଙ୍କୁ ସାମାଜିକ ଗଣମାଧ୍ୟମରେ ମାରି ଦିଆଗଲା ଓ ଶ୍ରଦ୍ଧାଞ୍ଜଳୀ ବି ଦିଆଗଲା । ଯାହାକୁ ନେଇ ସିନେ ଜଗତ ସ୍ଥବ୍ଧ ହୋଇଗଲା କଥା ଥାନା ପର୍ଯ୍ୟନ୍ତ ଗଲା । ଏ ଖବର ବିଜୟ ମହାନ୍ତି ଓ ତାଙ୍କ ଶୁଭେଚ୍ଛୁକୁ କେତେ କଷ୍ଟ ଦେଇଥିବ ତାହା କିନ୍ତୁ ସାମାଜିକ ଗଣମାଧ୍ୟମରେ ଖବର ଛାପିଥିବା ବ୍ୟକ୍ତିଟି ବୁଝିପାରିନାହିଁ । ଏଥିରେ ସାମାଜିକ ଗଣମାଧ୍ୟମର ବିଶ୍ୱାସନିୟତା ନେଇ ବି ଉଠିଥିଲା ପ୍ରଶ୍ନ । ତାହା ଅର୍ଥ ନୁହେଁ ଯେ ସାମାଜିକ ଗଣମାଧ୍ୟମ ସବୁ ଖବର ମିଛ । ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧେଇ କି ରାସ୍ତାରେ ନେବା ଖବର ବି ଏକ ସାମାଜିକ ଗଣମାଧ୍ୟମ ପ୍ରକାଶ ପାଇଥିଲା। ଆଉ ଜଣେ ବ୍ୟକ୍ତତିକୁ ନ୍ୟାୟ ଦେଇଥିଲା ।
ଖବର ନମ୍ବର -୨ – ଏକ ପ୍ରମୁଖ ଗଣମାଧ୍ୟମ ମହାମାରୀ ସମୟରେ ସୋସିଆଲ ମିଡ଼ିଆରରେ ଭାଇରାଲ ହେଉଥିବା ଏକ ଖବରର ସତ୍ୟାସତ୍ୟକୁ ଯାଂଚ ନକରି ନିଜର ସୋସିଆଲ ମିଡ଼ିଆର ଫ୍ଲାଟଫର୍ମରେ ପ୍ରସାରଣ କରିଛି । ଯେଉଁ କଥାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଘଟଣା ହେଉଛି କରୋନା ମହାମରୀରେ ଚିକିତ୍ସା କେମିତି ଚାଲିଛି ତାହାକୁ ନେଇ ଦୁଇଜଣ ଅଜଣା ବ୍ୟକ୍ତିଙ୍କ କଥା ବାର୍ତ୍ତା । ଏଥିରେ ବ୍ୟକ୍ତି ଚିକିତ୍ସା କିପରି ମିଳୁଛି କହିବା ସହ କେନ୍ଦ୍ର ସରକାର କେତେ ଟଙ୍କା ଚିକିତ୍ସା ପାଇଁ ଦେଉଛି ତାହା ଉଲ୍ଲେଖ କରିଛନ୍ତି । ତେବେ ଏହି ଅଜଣା ଅଡ଼ିଓର ସତ୍ୟାସତ୍ୟ କଣ ତାହା ବିଚାର ନକରି କାହିକିଁ ଓ କେଉଁ ମହତ ଉଦ୍ଧେଶ୍ୟରେ ଏକ ଆଗଧାଡ଼ିର ଗଣମାଧ୍ୟମ ସଂସ୍ଥା ଏହାକୁ ଖବର କଲା ତାହା ତ ଉକ୍ତ ସଂସ୍ଥାକୁ ଜଣା । ହେଲେ ମହାମାରୀ ସମୟରେ ଏପରି ଭୂଲ ଖବର ପ୍ରସାରଣ କରାଯାଇ ଲୋକଙ୍କ ବିଭ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ କରି ସଂସ୍ଥା ବିରୋଧରେ ବିଏମସି କାରଣ ଦର୍ଶାଅ ନୋଟିସ ଦେବା ସହ ଥାନାରେ ଏତଲା ଦେଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ ଓ ସୋସିଆଲ ମିଡ଼ିଆରୁ ଆସିଥିବା ଏହି ଖବର ପୁଣି ସୋସିଆଲ ମିଡ଼ିଆରେ ପ୍ରମୁଖ ଖବର ହୋଇଛି ।
ଏହି ଦୁଇଟି ଖବର ଏବେ ପ୍ରମୁଖ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବିଶ୍ୱସନୀୟତା ନେଇ ସନ୍ଦେହ ସୃଷ୍ଟି କରିଛି । ହେଲେ ସବୁଠାରୁ ବଡ଼ ସନ୍ଦେହ କରିଛି କିଛି ରାଜନେତା ଓ ଗଣମାଧ୍ୟମ ଜଗତର କିଛି କଥାକଥିତ ବ୍ୟକ୍ତିବିଶେଷଙ୍କ ବୟାନବାଜିକୁ ନେଇ । ଯଦି ଏହି ଖବର ଓ ବୟାନବାଜିକୁ ଜଣେ ଲକ୍ଷ କରିବ ଓ ଭଲରେ ସମୀକ୍ଷା କରିବ , ଏଥିରେ ଲୋକଙ୍କ ସ୍ୱାର୍ଥ କି ସମାଜ ସ୍ୱାର୍ଥ ନୁହେଁ , ବଂର ବ୍ୟକ୍ତିର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସରକାର ଭୂଲ କଲେ ଗଣମାଧ୍ୟମ ଦେଖାଇବ, ଗଣମାଧ୍ୟମ ଭୂଲ କରିଥିଲେ ସରକାର ବି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ । ହେଲେ ଗଣମାଧ୍ୟମ ନାଁ କହି ଆମେ ଲୁଟିବା, ଲୋକଙ୍କୁ ଭଣ୍ଡାଇବା ଓ ଡ଼ରାଇବା , ସମାଜରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସଭିଁଙ୍କୁ ଚାପରେ ରଖିବା ଏକ କି ପ୍ରକାର ମାନସିକତା । ତାହା ହୁଏତ ଲୋକେ ବିଚାର କରୁଛନ୍ତି ଓ କରିବେ । କିନ୍ତୁ ଗୋଟେ ଦାୟିତ୍ୱବାନ ଗଣମାଧ୍ୟର କତ୍ତବ୍ୟ ହେଉଛି ଖବରକୁ ସତ୍ୟାସତ୍ୟକୁ ଯାଂଚ କରି ଖବରକୁ ପ୍ରସାରଣ କରିବା । ଯାହାକି ଏହି ଦୁଇଟି ଘଟଣାରେ ଦେଖାଯାଇ ନାହିଁ । ଖବର ପ୍ରସାରଣ କରିବା ବେଳେ ଗଣମାଧ୍ୟମ ସଂସ୍ଥା ଜାଣିବା ଦରକାର ଯେ ଏହି ଖବର ସମାଜ ଉପରେ କି ପ୍ରଭାବ ପକାଇବ । ଯାହା ସଭିଁଏ ବିଚାର କରିବା ଦରକାର । କାରଣ ଗଣମାଧ୍ୟମରେ ସ୍ୱାଧୀତନା ଯେମିତି ଅଛି ସେମିତି ସୀମା ବା ଲକ୍ଷ୍ମଣରେଖା ବି ଅଛି । ତେଣୁ ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ଓ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତି ବି ଏକଥା ଜାଣିବା ଦରକାର । ଖବର ପ୍ରସାରଣ ହେଉ , ସରକାରଙ୍କୁ ସମାଲୋଚନା କରାଯାଉ , ଲୋକଙ୍କର ସମସ୍ୟା ସରକାର ଜାଣନ୍ତୁ । ହେଲେ ଏହାରି ଭିତରେ ବି ବିଶ୍ୱାସନୀୟତା ବଂଚି ରହୁ । ନହେଲେ ଲୋକେ ବି କହିଲେଣି କି ସତୀକୁ ସତ କହିଲେ ବାଧେ । ଏକଥା ଏଥିପାଇଁ ଲୋକେ କହୁଛନ୍ତି ଯେ ଯେଉଁ ଗଣମାଧ୍ୟମର ଭାଷ୍ୟକାରମାନେ ଗଳାଫଟାଇ କହୁଛନ୍ତି ଯେ ଆମେ ନିରପକ୍ଷ ଓ ଯାହା ସତ୍ୟ ତାହା ସାମ୍ନାକୁ ଆଣୁଛି , ସେହି ଗଣମାଧ୍ୟମର ପ୍ରତିନିଧିମାନେ ଏବେ ଏହି ଘଟଣାକୁ ଥଣ୍ଡା ମିଜାସରେ ବିଚାର କରନ୍ତୁ କଣ ଭୂଲ କରିଛନ୍ତି ସେମାନେ । ଯେଉଁଥି ପାଇଁ କି ସମାଲେଚନା ଓ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଉଛି ରାଜନେତା ଓ ସାମ୍ବାଦିକ ଜଗତ ସହିତ ଜଡ଼ିତ ହୋଇଥିବା କିଛି ସାମ୍ବାଦିକଙ୍କ ବୟାନ । ଯେଉଁମାନେ ବି ଭଲମନ୍ଦ ବିଚାର ନକରି କେବଳ ସବୁକଥାରେ କିଛି ନା କିଛି କହି ଚର୍ଚ୍ଚାରେ ରହିବାକୁ ଚାହୁଛନ୍ତି । ଏହି ଦୁଇଟି ଘଟଣାରେ ଦୁଇଟି ସଂସ୍ଥା ପକ୍ଷରୁ ଯେଉଁ ଖବର ପ୍ରସାରଣ କରାଯାଇଛି ଓ ସେଥିରେ ଯେଉଁନେତା ଓ ସାମ୍ବାଦିକମାନେ ମତ ଦେଇଛନ୍ତି ସେମାନଙ୍କ ମତରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ପ୍ରମୁଖ ଓ ସାମାଜିନ ଗଣମାଧ୍ୟମ ରାଜନୀତିରୁ କେବେ ମୁକ୍ତ ହୋଇପାରିବ ନାହିଁ କି ସମାଜର ଶତ ପ୍ରତିଶତ ମଙ୍ଗଳପାଇଁ ଖବର ପ୍ରସାରଣ କରିପାରିବ ନାହିଁ। ଏହା ହିଁ ସାମ୍ବାଦିକ ଜଗତର ବାସ୍ତବ ସତ୍ୟ । ନିରପକ୍ଷତା କେଉଁଠି ନାହିଁ ତେଣୁ ଗଣମାଧ୍ୟମ ଜଗତରୁ ବି ଏକଥା ଆଶା କରିବା ଠିକ ନୁହେଁ । ତେଣୁ ବିଶ୍ୱସନୀୟତାକୁ ନେଇ ଏବେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହା ଆଗାମୀ ଦିନରେ ଗଣମାଧ୍ୟମ ଜଗତ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ବିଚାର ବିମର୍ଷ କରିବା ଉଚିତ । ପ୍ରତିଯୋଗିତା ମୂଳକ ମନଭାଵ ଓ ଟିଆରପି ନିଶାରେ ସେ ଜାଣତରେ ହେଉ କି ଅଜାଣତାରେ ହେଉ ଏମିତି କିଛି ଭୁଲ କରି ବସେ। ଯାହା କି ଅଜାଗା ଘା ପରି । ଏହା ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ। ନହେଲେ କଥାରେ ଅଛି ଏ ଜନତା , ସବ ଜାନତା ହେଁ । …
ବରିଷ୍ଠ ନାଗରିକ ମାନଙ୍କ ଆହ୍ୱାନଙ୍କୁ କଂଗ୍ରେସର ସମର୍ଥନ*
ଭୁବନେଶ୍ୱର-ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଭାରତବର୍ଷ ପାଇଁ ଏକ ଐତିହାସିକ ଦିବସ।ଏହି ଦିନରେ ଭରତଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା।ସେଥିରେ ଲକ୍ଷଲକ୍ଷ ଲୋକ ସାମିଲ ହୋଇଥିଲେ ଏବଂ ସେ ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ ଭାରତ ରୁ ବ୍ରିଟିଶ ରାଜ ଲୋପ ପାଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନ ହୋଇଥିଲା।ଗତ ୨୦ ବର୍ଷ ଭିତରେ ରାଜ୍ୟରେ ଯାହା ସବୁ ହେଇଯାଇଛି ତାହା ସମସ୍ତଙ୍କୁ ଜଣା।ନା ଚାଷୀ ଖୁସିରେ ଅଛନ୍ତି, ନା ବେକାରୀ ସମସ୍ୟା ଦୂର ହେଇପାରିଛି ନା କୌଣସି ଉର୍ଣ୍ଣତୀ କାର୍ଯ୍ୟ ହେଇପାରିଛି । ଆମ ରାଜ୍ୟରେ ୨୦ ବର୍ଷ ଶାସନ କରୁଥିବା ବିଜେଡ଼ି ସରକାର ଏବଂ କେନ୍ଦ୍ରରେ ୬ ବର୍ଷଧରି ଶାସନ କରୁଥିବା ବିଜେପି ସରକାର କେଵଳ ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର ବୋଲି ଆଜିର ପ୍ରେସବାର୍ତ୍ତା ରେ ପିସିସି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ଓଡିଶା ରାଜ୍ୟ ପାଣ୍ଠି ବର୍ବାଦ ଖର୍ଚ୍ଚ।କୋଇଲା,ଖଣି,ରେଳ ଓ ବାଙ୍କ ବେସରକାରୀକରଣ ଉଦ୍ୟମ।ନୀଳାଚଳ ଇଷ୍ପାତ ନିଗମକୁ ବିକ୍ରି ଉଦ୍ୟମ।
କୃଷି,ପରିବେଶ,ଶ୍ରମ ଆଇନର ତ୍ରୁଟିପୂର୍ଣ୍ଣ ପରିବର୍ତ୍ତନ।ବିଜୁଳି ସଂସ୍କାର ନାମରେ ଖାଉଟିଙ୍କୁ ବୋଝ।ବେକାରି ବୃଦ୍ଧି ସହିତ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥକୁ ଉପେକ୍ଷା ଇତ୍ୟାଦି ପ୍ରତିବାଦରେ ଆଜି ଯେଉଁ ନାଗରିକ ବନ୍ଧୁ ,ଶୁଭେଛୁ ମାନେ ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ଆସନ୍ତା କାଲି ଅଗଷ୍ଟ ୯ ଭାରତ ଛାଡ଼ ଆନ୍ଦୋଳନ ର ବାର୍ଷିକୀ ରେ ଦେଇଥିବା ଡାକରାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କଂଗ୍ରେସ ଦଳ ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି କହିଛନ୍ତି।ଏହି ପରିପ୍ରେକ୍ଷୀରେ ଭାରତ ବାସୀ ଏବଂ ଓଡିଶା ବାସୀଙ୍କୁ ଅନୁରୋଧ କରିଛନ୍ତି କି ଏହି ଅନଶନ ରେ ଭାଗନେଇ ଆତ୍ମସୁଦ୍ଧି କରିବା ପାଇଁ।ଆମେ ଦେଶ ପାଇଁ କଣ କରିବା ଉଚିତ ଏବଂ ଏ ଦେଶ ଓ ରାଜ୍ୟରେ କଣ ଚାଲିଛି ନିଜେ ସଚେତନ ହେବା ଏବଂ ଅନ୍ୟକୁ ସଚେତନ କରି ପୃଥିବୀର ସର୍ବବୃହତ ଭାରତବର୍ଷ ର ଗଣତନ୍ତ୍ରର ନିରପେକ୍ଷତାକୁ ରକ୍ଷା କରିବା ପାଇଁ ସମସ୍ତେ କର୍ତ୍ତବ୍ୟ ସମ୍ପାଦନା କରିବା। କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟକର୍ମ ବିରୁଦ୍ଧରେ ଓଡ଼ିଶାର ବରିଷ୍ଠ ନାଗରିକ ମାନେ ଯେଉଁ ଆହ୍ୱାନ ଦେଇଛନ୍ତି ଆସନ୍ତୁ ସମସ୍ତେ ରାଜ୍ୟ ଓ ଦେଶର ଯୁବକ,ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ,ସମସ୍ତ ନାଗରିକ ମାନେ ସାମିଲ ହେବା ଏବଂ ୯ ଅଗଷ୍ଟ ଭାରତ ଛାଡ଼ ଆନ୍ଦୋଳନ ର ବାର୍ଷିକୀ ଅବସରରେ ୧୨ ଘଣ୍ଟିଆ ଅନଶନ ସତ୍ୟାଗ୍ରହ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ନିଜ ନିଜ ଘରେ ପାଳନ କରି ସଫଳ କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ।
ସୁରେଶ ପୂଜାରୀ କରୋନା ପଜିଟିଭ…
ଭୁବନେଶ୍ୱର : ବରଗଡ଼ ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା ।ତଥାପି ସେ ଗତ କାଲି ନିଜର ସ୍ୱାବ ଟେଷ୍ଟ କରିଥିଲେ। ଆଜି ତାଙ୍କର କରୋନା ପଜେଟିଭ ଥିବା ଜଣାପଡିଛି l ଜିଲ୍ଲାପାଳ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ସେ ହୋମ ଆଇସୋଲେସନ ଥିବା କଥା ସୂଚନା ଦେଇଛନ୍ତି। ପୂର୍ବରୁ ବିଜେପି ନେତା ତଥା ଦେଶର ଗୃହ ମନ୍ତ୍ରୀ ଅମିତ ଶାହା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି l
ଦେବଗଡ଼ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଦାୟିତ୍ୱ ରୋମାଂଚ ରଞ୍ଜନଙ୍କ ଉପରେ…
ଦେବଗଡ଼–.. ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ର ଦେବଗଡ଼ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ପାଇଁଛନ୍ତି ରୋମାଂଚ ରଂଜନ ବିଶ୍ୱାଳ ।ଶ୍ରୀ ବିଶ୍ୱାଳ ବିଭିନ୍ନ କାର୍ଯ୍ୟ ଓ ଦଲୀୟ ସଂଗଠନ କୁ ଗୁରୁତ୍ୱ ଦେଇନିଜର କର୍ତ୍ତବ୍ୟ ସଦାସର୍ବଦା ତୁଲାଉଛନ୍ତି ।ଏଥିପାଇଁ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଦେବଗଡ଼ ଜିଲ୍ଲାର ସଂଯୋଜକ ଭାବେ ଶ୍ରୀ ବିଶ୍ୱାଳ ଙ୍କୁ ଅବସ୍ଥାପିତ କରିଛନ୍ତି ।ନୂତନ ନିଯୁକ୍ତି ପରେ ଦେବଗଡ଼ ଜିଲ୍ଲା ବିଜେଡି ର ବହୁ ନେତା ଓ କର୍ମୀ ଶ୍ରୀ ବିଶ୍ୱାଳ ଙ୍କୁ ସ୍ୱାଗତ ଜଣାଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ, କରୋନା ପାଇଁ ଜିଲ୍ଲା ବ୍ଲଡ଼ବ୍ୟାଙ୍କ ରେ ରକ୍ତ ର ଅଭାବ ଯେପରି ଦେଖା ଦିଆନଜୀଵ ସେଥିପାଇଁ ଦେବଗଡ଼ ଜିଲ୍ଲା ଜୀଵନ ବିନ୍ଦୁ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ବ୍ଲଡ଼ ସଂଗ୍ରହ କରି ବ୍ଲଡ଼ବ୍ୟାଙ୍କ କୁ ଯୋଗାଇ ଦିଆଯାଇଛି । କ୍ରାନ୍ତି ଦିବସ ଅବସରରେ ରାଜ୍ୟ ସଭାପତି ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗମୀ ୯ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମୋ ପରିବାର ଓ ଦେବଗଡ଼ ଜିଲ୍ଲା ଜୀଵନ ବିନ୍ଦୁ ପକ୍ଷରୁ ବ୍ଲଡ଼ କ୍ୟାମ୍ପ କରାଯାଇ ଦେବଗଡ଼ ବ୍ଲଡ଼ବ୍ୟାଙ୍କ କୁ ଯୋଗାଇ ଦିଆଯିବ । ଏଣୁ ସମସ୍ତ ସ୍ବେଚ୍ଛାସେବୀ ଓ ରକ୍ତ ଦାତା ସ୍ୱେଚ୍ଛାକୃତ ଭାବେ ବ୍ଲଡ଼ ଦାନ କରିବାକୁ ଶ୍ରୀ ବିଶ୍ୱାଳ ଅନୁରୋଧ କରିଛନ୍ତି ।
କରୋନା ମୁକାବିଲାରେ ଆଗଧାଡିରେ ସୋଆ : ସଂକ୍ରମିତଙ୍କ ଚିକିତ୍ସା ପାଇଁ ୨୦୦୦ ରୁ ଊର୍ଦ୍ଧ୍ୱ ଶଯ୍ୟା
ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁରଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ କୋଭିଡ୧୯ ମହାମାରୀ ସହ ଯୁଦ୍ଧ ଜାରି ରଖିଛି । ଏହି ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗିଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍ ଏବଂଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଉଦ୍ଦେଶ୍ୟ ରହିଛି ସଂକ୍ରମିତ ବ୍ୟକ୍ତି କିପରିସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ । ଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବା ବେଳେ
ମାତ୍ର ଦୁଇ ତିନି ଜଣ ସଂକ୍ରମିତ ହୋଇଥିଲେ । ତେବେ ସେହି ମୁହୁର୍ତ ଠାରୁ ହିଁ ଯୁଦ୍ଧକାଳୀନ ଭିତିରେ
ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଂଟାଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲାସୋଆ । ଜୀବନ ଜୀବିକାର ଦୋ ଛକିରେ ଥିବା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେସୋଆ ପକ୍ଷରୁ ୨୦୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରପରିଚାଳନା କରାଯାଉଛି ।ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍ ୨ରେ ମହାନଦୀ କୋଲ ଫିଲ୍ଡସ୍ର ସହଭାଗିତାରେ ସେଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ । ପରବର୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି ହୋଇ ୬୨୫ରେ ପହଂଚିଛି । ଏଥିରେ ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା
କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତମ ଏବଂ ଭାରତର ଅନ୍ୟତମ ବୃହତମ କୋଭିଡ ଆଇସିୟୁ ଭାବେପରିଗଣିତ ହେଉଛି । ସେହିପରି ସୋଆ ପକ୍ଷରୁ ଏପ୍ରିଲ୍ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ୧୭୦ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସାନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି ।ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍ସିଏଲ୍ର ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍ କୋଭିଡହସ୍ପିଟାଲ୍ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟିଆଇସିୟୁ ଶଯ୍ୟା ରହିଛି ।ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା
ରହିଛି ।ଲକ୍ଷଣବିହୀନ କିମ୍ବା କମ୍ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡକେୟାର ସେଂଟର୍ ମଧ୍ୟଆରମ୍ଭ କରାଯାଇଛି ।ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ଏହିହସ୍ପିଟାଲ୍ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ୍ ଏବଂକୋଭିଡ କେୟାର ସେଂଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରୀ ରହିଛି । ଏହା ଏକ ଯୋଦ୍ଧାଏବଂ ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି କରୋନାଯୋଦ୍ଧାମାନଙ୍କ ଯୋଗୁଁ କରୋନା ସଂକ୍ରମଣ ସହିତ ଅନେକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ବିଶେଷ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ
ମାରାତ୍ମକ ଅଟେ । କିନ୍ତୁ ସମ୍ କୋଭିଡ ହସ୍ପିଟାଲ୍ଗୁଡ଼ିକରେ ୮୦ ରୁ ୮୫ ବର୍ଷର ବୃଦ୍ଧ ବୃଦ୍ଧା ଏବଂ ୧୦ ବର୍ଷରୁକମ୍ ବୟସର ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି ।କରୋନା ଭାଇରସ୍ ସଂକ୍ରମଣ ସହ ମୁକାବିଲା କରିବା ଏତେ ସହଜସାଧ୍ୟ ନୁହେଁ । ଏହି ସଂକ୍ରମଣକୁ ରୋକିବା ପାଇଁ ଜ୍ଞାନ, କୌଶଳ ଏବଂ ବୁଝାମଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।ଏହି ମହାମାରୀରୁ ଜନସମାଜକୁ ରକ୍ଷା କରିବା ନିମନ୍ତେ କୋଭିଡ-୧୯ ଭାକ୍ସିନ୍ର ପରୀକ୍ଷଣରେ ମଧ୍ୟ ନିଜକୁନିୟୋଜିତ କରିଛି ସୋଆ । କୋଭିଡ-୧୯ ଭାକ୍ସିନ୍ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ସମ୍
ହସ୍ପିଟାଲ୍ରେ ଆରମ୍ଭ କରାଯାଇଛି । ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ର ମିଳିତ ସହଯୋଗରେ ଏହିଭାକ୍ସିନ୍ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲ୍ରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି । ଅନେକସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରୀ ରହିଛି ।ସେହିପରି ସମ୍ କୋଭିଡ୍ ହସ୍ପିଟାଲ୍ରେ ପ୍ଲାଜମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବା ସହ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀରଭାବେ ବୁଝିବା ନିମନ୍ତେ ସମ୍ ହସ୍ପିଟାଲ୍ରେ ଜେନୋମିକ୍ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି ।କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସାସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍ ପରିଚାଳନା ମଧ୍ୟ କରାଯାଉଛି ।
ଏସବୁ ସତ୍ୱେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍ ବିରୁଦ୍ଧରେ ଅପପ୍ରଚାର ଚଳାଇବା
ଦୁଃଖଦାୟକ । ସଂପୃକ୍ତ ଗଣମାଧ୍ୟମଗୁଡ଼ିକ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଅନୁରୋଧ ।
ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଅନୁଗୋଳ ଜିଲ୍ଲା ସଂଯୋଜକ ହେଲେ ଶକ୍ତିପ୍ରସାଦ ପଟ୍ଟନାୟକ.
.
ଭୁବନେଶ୍ୱର : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଅନୁଗୋଳ ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ଅନୁଗୋଳ ବିଜେଡିର ତୁଙ୍ଗ ନେତା ଶକ୍ତିପ୍ରସାଦ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟ ଓ ଦଳୀୟ ସଙ୍ଗଠନକୁ ଗୁରୁତ୍ୱ ଦେଇ ନିଜର କର୍ତ୍ତବ୍ୟ ସଦାସର୍ବଦା ତୁଲାଉଛନ୍ତି। ବିଭିନ୍ନ କାର୍ଯ୍ୟରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ତାମଡା ଅଧ୍ୟକ୍ଷ ତଥା ବିଜେଡ଼ିର ରାଜ୍ୟ ପରିଷଦ ସଦସ୍ୟ ଶକ୍ତିପ୍ରସାଦ ପଟ୍ଟନାୟକଙ୍କୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ଅନୁଗୋଳ ଜିଲ୍ଲା ସଂଯୋଜକ ଭାବେ ଅବସ୍ଥାପିତ କରିଛନ୍ତି। ବିଜୁ ଜନତା ଦଳରେ ସେ ଏକ ମାତ୍ର ବିଜୁ ଅନୁଗତ ଯିଏ ଦୁଇ ଦୁଇ ଥର ଟାମଡା ଅଧ୍ୟକ୍ଷ ଓ ଜୀବନ ବିନ୍ଦୁ ସଂଯୋଜକ ହେବାର ଶ୍ରେୟ ଲାଭ କରିଛନ୍ତି।
ରାଜ୍ୟରେ କରୋନା ନେଲା ୧୨ ମୁଣ୍ଡ….
ଭୁବନେଶ୍ୱର : ରାଜ୍ୟରେ ଆଜି ୧୨ଜଣଙ୍କ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୭ରେ ପହଂଚିଯାଇଛି । ରାଜ୍ୟ ସ୍ୱାସ୍ଥୃ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତ ୧୨ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଛି । ସେହିପରି ଗଜପତି, ଭଦ୍ରକ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୨୩ରେ ପହଂଚିଥିବା ବେଳେ ସୁନ୍ଦରଗଡରେ ୧୬, ଗଜପତିରେ ୧୫, କେନ୍ଦ୍ରାପଡାରେ ୩, ସମ୍ବଲପୁରରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶାକୁ ଆନ୍ତର୍ଜାତିକ ପ୍ରମାଣପତ୍ର….
ଭୁବନେଶ୍ୱର : ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ । ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି । ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍ଡିଆରଏଫ୍, ଓସ୍ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ । ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି ।
ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ଯେଉଁ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ସେଥିରେ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍କଏସ୍ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ ପ୍ରତିନିଧି, ଏନ୍ଡିଏମ୍ର ପ୍ରତିନିଧି, ଓସଡ୍ମାର ପ୍ରତିନିଧି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପ୍ରତିନିଧି, ଆଣ୍ଡାମାନ ଓ ନିକୋବରର ବିଡିଏମ୍ ଆଦି ସଦସ୍ୟ ଅଛନ୍ତି । ଓଡିଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା) ଏବେ ରାଜ୍ୟର ଦୁଇଟି ଗ୍ରାମରେ ଆଗୁଆ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛି । ଏହି ଗ୍ରାମ ଦୁଇଟି ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି । ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ବୋର୍ଡ ସଂପୃକ୍ତ ଦୁଇ ଗ୍ରାମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଯାଞ୍ଚ କରିବା ପରେ ଏହାକୁ ଅନୁମୋଦନ କରିଛି । ଏହା ଫଳରେ ଏହି ଦୁଇ ଗ୍ରାମ ଜାତୀୟ ସ୍ତରରେ ସୁନାମି ପ୍ରାକ ସୂଚନା ବ୍ୟବସ୍ଥା ଥିବା ଗ୍ରାମଭାବେ ଜାତୀୟ ସ୍ତରରେ ଚିହ୍ନଟ ହୋଇଛି । ୟୁନେସ୍କୋ ଆଇଓସି ମଧ୍ୟ ଏହି ଦୁଇ ଗାଁର ଅଧିବାସୀ ବା ସଂପ୍ରଦାୟଙ୍କୁ ସୁନାମି ପ୍ରସ୍ତୁତ ସଂପ୍ରଦାୟଭାବେ ମାନ୍ୟତା ପ୍ରଦାନ କରିଛି । ଭାରତ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ଏବଂ ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ । ଭେଙ୍କଟରାୟପୁର ଓ ନୋଳିଆ ସାହି ବାସିନ୍ଦାଙ୍କୁ ୟୁନେସ୍କୋ ପକ୍ଷରୁ ଯେଉଁ ପ୍ରଶଂସା ସାର୍ଟିଫିକେଟ ପ୍ରଦାନ କରାଯିବ ତାହା ଭର୍ଚୁଆଲ ବ୍ୟବସ୍ଥାରେ ପରିଚାଳିତ ହେବ । ଏହାକୁ ଇନ୍କଏସ୍ ଏବଂ ଆଇଓଟିଆଇସି ମିଳିତଭାବେ ଆସନ୍ତାକାଲି ଆୟୋଜନ କରିବେ । ଏହି କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡଃ ଏମ୍ ରାଜୀବନ୍ ମୁଖ୍ୟ ଅତିଥିଭାବେ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀ ଜି.ଭି.ଭି ଶର୍ମା ସମ୍ମାନିତ ଅଥିତିଭାବେ ଯୋଗଦେବେ । ଏହି ଦୁଇଜଣ ଓଡ଼ିଶାର ଏହି ଦୁଇ ଗାଁକୁ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବେ । ଏହାଛଡା ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ-ଆଇଓସି ଅଧିକାରୀ ଡଃ ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ.ଏମ୍. କୋଡିଜାଟ୍, ଇଣ୍ଡୋନେସିଆର ପ୍ରଫେସର ବିଶେଷଜ୍ଞ ଡୁଇକୋରିଟା କର୍ଣ୍ଣାବତୀ, ଓଡିଶା ସରକାରଙ୍କ ଓସ୍ଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଭେଙ୍କଟରାୟପୁର ଏବଂ ନୋଳିଆ ସାହିର ଅଧିକାରୀ ଉପସ୍ଥିତ ରହି ସାର୍ଟିଫିକେଟ ଗ୍ରହଣ କରିବେ ।
ସୁନାମି ସଂପର୍କରେ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ନିର୍ଭୁଲ ସୂଚନା ମିଳିଲେ ସେମାନେ ନିରାପଦ ସ୍ଥାନକୁ ଯାଇପାରିବେ ଏବଂ ଧନଜୀବନ ହାନି ଯଥେଷ୍ଟ ହ୍ରାସ ପାଇପାରିବ । ଏଥିପାଇଁ ବୈଜ୍ଞାନିକ ଏବଂ ଜରୁରୀକାଳୀନ ପରିଚାଳନା ଅଧିକାରୀମାନେ ଉଦ୍ୟମ ଜାରି ରଖିଛନ୍ତି । ଇତିମଧ୍ୟରେ ଆଗୁଆ ସୁନାମି ସୂଚନା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ନୂଆ ନୂଆ ସେନ୍ସର, ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଗୁଆ ଲୋକଙ୍କୁ ଖବର ପ୍ରଦାନ କରିବା ପାଇଁ ନୂଆ ଯୋଗାଯୋଗ ବ୍ୟବସ୍ଥା ଉପଯୋଗ କରାଯାଉଛି । ଏସବୁ ସତ୍ତ୍ୱେ ଅସଲରେ ସତର୍କ ସୂଚନା ପାଇବା ପରେ ଲୋକେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ କ୍ଷୟକ୍ଷତି କେତେ ନିୟନ୍ତ୍ରିତ ହେଉଛି ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗୁଆ ସୂଚନା ପାଇ ମଧ୍ୟ ଲୋକେ ଯଦି ନିରାପଦ ସ୍ଥାନକୁ ଯିବାକୁ ବିଳମ୍ବ କରିବେ ତେବେ ଧନଜୀବନ ହାନିକୁ କମାଇବା ସହଜ ହେବନାହିଁ । ସୁନାମିରୁ ବର୍ତ୍ତିବା ବିପଜ୍ଜନକ ଅଞ୍ଚଳରେ ବ୍ୟକ୍ତିର ଦକ୍ଷତା ଉପରେ ନିର୍ଭର କରେ । ସତର୍କ ସୂଚନାକୁ ଗୁରୁତ୍ୱ ଦେଇ ତୁରନ୍ତ ସ୍ଥାନ ଛାଡିବାର ନିଷ୍ପତ୍ତି ହିଁ ତାକୁ ବଞ୍ଚାଇଥାଏ ।
ସୁନାମି ରେଡି ବା ସୁନାମି ପ୍ରସ୍ତୁତି ଏକ ଗୋଷ୍ଠୀଭିତ୍ତିକ ପ୍ରଦର୍ଶନାତ୍ମକ କାର୍ଯ୍ୟକ୍ରମ ଯାହା ୟୁନେସ୍କୋର ଆନ୍ତଃ ସରକାରୀ ଓସେନଗ୍ରାଫିକ କମିଶନ (ଆଇଓସି) ଦ୍ୱାରା କାର୍ଯ୍ୟକାରୀ ହେଉଛି । ଜନସାଧାରଣ, ବିଭିନ୍ନ ଗୋଷ୍ଠୀର ମୁଖିଆ, ଜାତୀୟ ଓ ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ଆଦିର ମିଳିତ ସହଯୋଗରେ ସୁନାମି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ । ଏଥିରେ ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁନାମି ମୁକାବିଲା ଓ ପ୍ରସ୍ତୁତି ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ କଣ କରାଯିବା ଉଚିତ ଏବଂ କି କି ଉପାୟ ଗ୍ରହଣ କରିବା ବାଞ୍ଛାନୀୟ ସେ ବିଷୟରେ ଲୋକଙ୍କୁ ତାଲିମ ଦିଆଯାଉଛି । ମୁଖ୍ୟ ଉଦ୍ଦେଶ୍ୟ ହେଲା ସୁନାମିରେ ଜୀବନହାନିକୁ ରୋକିବା ଏବଂ କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବା ।
ଭାରତୀୟ ସୁନାମି ଆଗୁଆ ସତର୍କତା ସୂଚନା କେନ୍ଦ୍ର ଭାରତ ପାଇଁ ନୋଡାଲ ଏଜେନ୍ସିଭାବେ କାର୍ଯ୍ୟ କରୁଛି । ୟୁନେସ୍କୋର ସୁନାମି ନିୟନ୍ତ୍ରଣ ସଂସ୍ଥା ଏଥିପାଇଁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଉଛି । ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫରମେସନ୍ ସର୍ଭିସ ବା ଇନ୍କଏସ୍ ସଂସ୍ଥା ଭାରତରେ ଆଗୁଆ ସୁନାମି ସୂଚନା ପ୍ରଦାନ କାର୍ଯ୍ୟ ନିର୍ବାହ କରୁଛି । ଭାରତ ମହାସାଗର କୂଳରେ ଅବସ୍ଥିତ 25ଟି ଦେଶକୁ ମଧ୍ୟ ଇନ୍କଏସ୍ ସୁନାମି ସେବା ଓ ସତର୍କତା ତଥ୍ୟ ଯୋଗାଉଛି । ଏହି ସଂସ୍ଥା ଦ୍ୱାରା ସୁନାମି ସମୟରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ତାଲିମ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଶିକ୍ଷଣ କାର୍ଯ୍ୟ ରାଜ୍ୟ ଓ ଜିଲା ସ୍ତରରେ କରାଯାଉଛି । ତଟବର୍ତ୍ତୀ ଅଞ୍ଚଳର ଦୁର୍ବିପାକ ପରିଚାଳନା ଅଧିକାରୀମାନେ ଏସବୁ କାମରେ ସମନ୍ୱୟ ରକ୍ଷା କରୁଛନ୍ତି । ସେଥିପାଇଁ ନିୟମିତ ବ୍ୟବଧାନରେ ମକ୍ ଏକ୍ସରସାଇଜ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଛି । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡିକ ସାହାଯ୍ୟ ସହଯୋଗ କରୁଛନ୍ତି । 2018 ସେପ୍ଟେମ୍ବରେ ଭାରତରେ ଏକ ଜାତୀୟ ସ୍ତରୀୟ ସୁନାମି ମକ୍ ଏକ୍ସରସାଇଜ କରାଯାଇଥିଲା । 2017 ନଭେମ୍ବରରେ ମଧ୍ୟ ଅନୁରୂପ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏସବୁର ଉଦ୍ଦେଶ୍ୟ ହେଲା ଲୋକଙ୍କୁ ସତର୍କ କରାଇବା, ଧନଜୀବନ ବଞ୍ଚାଇବା ଓ ଆବଶ୍ୟକ ପରାମର୍ଶ ଦେବା । ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ ଏ କ୍ଷେତ୍ରରେ ଆବଶ୍ୟକ ସାହାଯ୍ୟ ଯୋଗାଉଛି ।
ଇଡିରେ ହାଜର ହେଲେ ରିୟା
ଇଡିରେ ହାଜର ହେଲେ ରିୟା
ମୁମ୍ବାଇ ସ୍ଥିତ ଇଡି ଅଫିସରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ରିୟା ଆଜି ଦିନ ୧୧ଟା ସୁଦ୍ଧା ଇଡିରେ ହାଜର ହେବା ପାଇଁ କୁହାଯାଇଥିଲା । ତେବେ ସେ ବିଳମ୍ବରେ ଇଡି ଅଫଇସରେ ପହଂଚିଥିଲେ । ଇଡିରେ ହାଜର ହେବା ପୂର୍ବରୁ ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ଥିବା ଦର୍ଶାଇ
ରିୟା ଅଧିକ ସମୟ ମାଗିଥିଲେ । ହେଲେ ଇଡି ଏହି ଅନୁରୋଧକୁ ଅଗ୍ରାହ୍ୟ କରିଥିଲେ ।
ମୃତ୍ୟୁ ମାମଲାରେ ରିୟାଙ୍କ ସହ ଅନ୍ୟ ୫ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ । ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫କୋଟି ଟଙ୍କା ରିୟା ଚକ୍ରବର୍ତୀଙ୍କ ଆକାଉଣ୍ଟକୁ ଯାଇଥିବା, ଏବଂ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଇଡି ୧୫କୋଟି ହେରଫେର ଘଟଣାରେ ତଦନ୍ତ ପାଇଁ ରିୟାଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ଆର୍ଥିକ କାରବାର ସଂପୃକ୍ତ ୨ଟି କଂପାନୀ ସହ ରିୟା ଚକ୍ରବର୍ତି ଓ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତିଙ୍କ କଂପାନୀର ଅର୍ଥ ଲେଣଦେଣ ଏବେ ଇଡିର ରାଡାର ରେ ରହିଛି ।














