ପୁଣି ସମ ର ସଫଳତା : ୨ଟି କିଡ୍‌ନୀ ପ୍ରତ୍ୟାରୋପଣ…

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି ।

ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା । ସମସ୍ତ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି ।
ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି । ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଏବଂ ସଫଳତାର ସହ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ । ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ ।

ସମ୍ମମ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍ ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛନ୍ତି । ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍ମମ୍‌ର ଲକ୍ଷ୍ୟ ।

ସମ୍ମମ୍‌ରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି ।

ତିର୍ତୋଲରେ ୮୮୮.୮୯ ମିଟର ବିଶିଷ୍ଟ ସେତୁ ନିର୍ମାଣ କରାଯିବ….

ଭୁବନେଶ୍ୱର : ଜଗତସିଂହପୁର ତିର୍ତୋଲ କୋଶଳ ଶଙ୍ଖେଶ୍ଵର ରାସ୍ତାର ମହାନଦୀ ଉପରେ ଏକ ଉଛସେତୁ ନିର୍ମାଣ ମଞ୍ଜୁରୀ ମିଳିଛି ।ଏହି ସେତୁ ପାଇଁ ବ୍ୟୟ ଅଟକଳ ରହିଛି ୧୧୮.୫୬ କୋଟି ଆଗକୁ ତିର୍ତୋଲ ଉପ ନିର୍ବାଚନ ଥିବାରୁ ଏହାକୁ ନଜରରେ ରଖି ଏହା ନିର୍ବାଚନୀ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ ୮୮୮.୮୯ ମିଟର ବିଶିଷ୍ଟ ଏହି ସେତୁ ନିର୍ମାଣ କରାଯିବ ।ଏହି ସେତୁ ପାଇଁ ଅନେକ ଦିନରୁ ଦାବି ଥିଲା ।ଏଥିପାଇଁ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।ଏହି ସେତୁ ନିର୍ମାଣ ହେଲେ ବହୁ ପଞ୍ଚାୟତ ଲୋକେ ଉପକୃତ ହେବେ ।ପାଖାପାଖି ୫୦ ହଜାର ଲୋକେ ଉପକୃତ ହେବେ ।

୨୮ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ….

ଭୁବନେଶ୍ୱର : ୨୮ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ ।ଅପରାହ୍ନ ୫.୩୦ ଟାରେ ବିଧାନସଭା ରେ ବସିବ ବୈଠକ ।ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।ବିଧାନସଭା ର ୫୪ ନମ୍ବର ର ପ୍ରକୋଷ୍ଠରେ ବସିବ ଏହି ବୈଠକ ।ବିଜେଡି ର ସମସ୍ତ ବିଧାୟକ ଓ ବିଧାୟିକା ମାନେ ଏହି ବୈଠକରେ ଯୋଗଦାନ କରିବେ ।ବିଧାନସଭା ଅଧିବେଶନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ ।

ବଦଳିଲା ବିଧାନସଭାର ଵିଧି…..

ଭୁବନେଶ୍ୱର : ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେସନ ଦୈନିକ ମାତ୍ର ସାଢେ ଚାରିଘଣ୍ଟା ଚାଲିବ. କରୋନା ଜନିତ ପରିବର୍ତ୍ତିତ ସ୍ଥିତିରେ ବିଧାନସଭା ଦିନ ସାଢେ ଦଶଟାରୁ ଗୋଟାଏ ଯାଏ  ପ୍ରଥମ ସିଟିଂ ଏବଂ ତିନିଟାରୁ 5ଟା ପର୍ଯ୍ୟନ୍ତ  ଦ୍ବିତୀଯ଼ ସିଟିଂ କରାଯିବାକୁ ନିଷ୍ପତ୍ତି ହୋଇଛି l ଏଥିସହିତ ପୂର୍ବରୁ ପ୍ରଶ୍ନକାଳ କରାଯିବ ନାହିଁ କୁହାଯାଇଥିଲେ ମଧ୍ଯ ବିଧାନସଭା ଅଧିବେସନ ସମଯ଼ରେ ହିଁ ପ୍ରଶ୍ନକାଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି l ଆସନ୍ତାକାଲିଠାରୁ ବିଧାନସଭା ପରିସରରେ କୋଭିଡ ପରୀକ୍ଷା କରାଯିବା ସହ ନେଗେଟିଭ ବାହାରିଲେ ହିଁ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି l  ପ୍ରଥମଦିନ ପ୍ରଥମାର୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ପ୍ରଥମାର୍ଧ ପାଇଁ ମୁଲତବୀ କରାଯିବ l  ପ୍ରଶ୍ନକାଳକୁ ନେଇ ବିବାଦ ଚାଲିଥିବାବେଳେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଅଧିବେସନ ଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି. 26 ତାରିଖ ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି କୁହାଯାଇଛି. ବିଧାନସଭାକୁ ପ୍ରବେଶ କରିବାକୁ ଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ସାମ୍ବାଦିକ ସମସ୍ତଙ୍କର କୋଭିଡ ପରୀକ୍ଷା ହେବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି l ଗୃହରେ 145 ଜଣ ବିଧାଯ଼କଙ୍କ ବସିବା ପାଇଁ ସମସ୍ଯ ବ୍ଯବସ୍ଥା କରାଯାଇଛି. ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ଯାଲେରୀ, ଦର୍ଶକ ଗ୍ଯାଲେରୀରେ ବିଧାଯ଼କଙ୍କ ବସିବା ପାଇଁ ବ୍ଯବସ୍ଥା କରାଯାଇଛି. ବିଧାଯ଼କମାନେ ବସିକି ପ୍ରଶ୍ନ ପଚାରିପାରିବେ ଓ ମନ୍ତ୍ରୀମାନେ ମଧ୍ଯ ବସିକି ଉତ୍ତର ରଖିପାରିବେ. ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଲେଖିକି ଦେଲେ ପେପର ଘରକୁ ପଠାଯିବ. ପ୍ରଶ୍ନକାଳ ସମଯ଼ରେ କଣ ଆଲୋଚନା ହେବ ସେ କଥା ଗୃହରେ ଆଲୋଚନା କରାଯିବ l ବୋଲି ବିରୋଧୀ ଦଳ ନେତା କହିଛନ୍ତି. ଏହି ସମଯ଼ରେ ବିଶେଷ କରି ଗୁରୁତ୍ବପୂର୍ଣ ପ୍ରସଙ୍ଗ ରହିବ ଓ ଶୂନ୍ଯକାଳରେ ପ୍ରସଙ୍ଗ ଚାଲୁ ରହିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି. ରବିବାର ଦିନ ମଧ୍ଯ ବିଧାନସଭା ଅଧିବେସନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି. ଅନ୍ଯପକ୍ଷରେ ବିଧାନସଭା ପରିସରକୁ ଦୈନିକ ସାନିଟାଇଜେସନ ପାଇଁ ବିଏମସିକୁ ଦାଯ଼ୀତ୍ବ ଦିଆଯାଇଛି. ସମସ୍ତ ବିଧାଯ଼କ ତଥା ବିଧାନସଭାକୁ ପ୍ରବେଶ କରିବାକୁ ଥିବା ଗଣମାଧ୍ଯମ ପ୍ରତିନିଧି , ଅଫିସର ଏବଂ ଷ୍ଟାଫଙ୍କୁ କରୋନା ପ୍ରିଭେଣ୍ଟିଭ କିଟ ପ୍ରଦାନ କରାଯିବାର ବ୍ଯବସ୍ଥା କରାଯାଇଛି l

କାଲିଠାରୁ ବିଧାୟକ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପାଇଁ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ଅଛନ୍ତି । କୋରନା କଟକଣା ଭିତରେ କେମିତି ଗୃହ କାର୍ଯ୍ୟ ଚାଲିବ ସେନେଇ ହେବ ବିସ୍ତୃତ ଆଲୋଚନା । ଏବଂ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ସେନେଇ ମଧ୍ୟ ନିଆଯିବ ନିଷ୍ପତ୍ତି । ଚଳିତ ଅଧିବେଶନରେ ସର୍ବମୋଟ 8 ଟି କାର୍ଯ୍ୟ ଦିବସ ରହିଛି । ଏହାସହ ଆସନ୍ତାକାଲି ଠାରୁ ବିଧାୟକ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହେବ ।ସମସ୍ତ କର୍ମଚାରୀ ବି କୋଭିଡ୍ ଟେଷ୍ଟି କରିପାରିବେ l ପ୍ରଥମ ଦିନ ଦିନ ୧୧ ଟା ବେଳେ ବିଧାନସଭା ଆରମ୍ଭ ହେବ l

ବିଦ୍ୟୁତ ଦର ବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ : କଂଗ୍ରେସ

ଭୁବନେଶ୍ୱର :  ବଡ଼ ଦୁଃଖ ଓ ପରିତାପର ବିଷୟ କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି ବୋଲି କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି । ସମସ୍ତ ଦୋକାନୀ କ୍ଷ୍ୟୁଦ୍ର ଓ ମଧ୍ୟମଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଂଟାସଳଖି ନାହାନ୍ତି । ସେହି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ଓଇଆରସିର ବିଚାର ଆଦୌ ଠିକ୍ ମାର୍ଗରେ ଯାଇନାହିଁ । ରାଜ୍ୟ ସରକାର ମଧ୍ୟ ଏହା ବନ୍ଦ କରିବାକୁ ଉଦ୍ୟମ କରିନାହାନ୍ତି । ଏପରି ଦର ବୃଦ୍ଧି କ୍ରସ ସବସିଡ୍ ହିସାବକୁ ନେଲେ ୟୁନିଟ୍ ପିଛା ୭ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି । ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳବିଦ୍ୟୁତରୁ ଆସୁଛି ଏବଂ ୧୦ଭାଗ ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି । ସମସ୍ତ ଫର୍ମାଲ ବିଦ୍ୟୁତ ଉତ୍ପାଦନ ଓ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟ ମୂଲ୍ୟ ସର୍ବମୋଟ ଟ ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ ଥାଇ ବିକ୍ରିଖର୍ଚ୍ଚ କାହିଁକି ବଢ଼ାଗଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି । ସେ ଆହୁରି ମଧ୍ୟ ପଚାରିଛନ୍ତ ବିଭିନ୍ନ ବିତରକ କମ୍ପାନୀ ଉପରେ ବକେୟା ଥିବା ଅର୍ଥ ପାଖାପାଖି ୨ ହଜାର କୋଟି ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବାକି ରହିଥିବା ୪ହଜାର କୋଟି ଟଙ୍କା ସରକାର ଆଦାୟ କରିନାହାନ୍ତି । ରାଜ୍ୟ ସରକାରଙ୍କ ଉପରେ ବାକିଥିବା ପାଖାପାଖି ୨.୫ ହଜାର ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ଓଇଆରସି ତଥା ରାଜ୍ୟ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟିକରଣ ଦେବା ଉଚିତ୍ । ରାଜ୍ୟର ସବୁବର୍ଗର ଉପଭୋକ୍ତା ଏପରି ଅଯୁକ୍ତିକ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ସେ ନିବେଦନ କରିଛନ୍ତି ।

ବିଜୁଳି ଦର ୟୁନିଟ ପିଛା 20ପଇସା ବୃଦ୍ଧି…..

ଭୁବନେଶ୍ୱର : ବଢିଲା ବିଜୁଳି ଦର ।ଦୁଇବର୍ଷ ପରେ ବିଦ୍ଵିତ ଦର ୟୁନିଟି ପିଛା୨୦ ପଇସା ବଢାଇଛି ଓଇଆରସି । ଅକ୍ଟୋବର ପହିଲାରୁ ନୂଆ ବିଦ୍ୟୁତ ଦର ଲାଗୁ କରାଯିବ ।ନୂଆ ବିଦ୍ୟୁତ ଦର ହେଉଛି ଘୋରାଇ ଉପଭୋକ୍ତା ପାଇଁ ପ୍ରଥମ ୫୦ ୟୁନିଟି ପୂର୍ବରୁ ୨.୫୦ ପଇସା ଥିବାବେଳେ ,ଏବେ ୨.ଟଙ୍କା ୭୦ ପଇସା ହୋଇଛି ।ସେହିପରି ୫୦ ରୁ ୨୦୦ ୟୁନିଟି ୪ଟଙ୍କା ୩୦ ପଇସା ଥିବାବେଳେ ଏବେ ତାହା ୪.୫୦ ପଇସା ହୋଇଛି ।ସେହିପରି ୨୦୦ରୁ ୪୦୦ ୟୁନିଟି ୫ଟଙ୍କା ୩୦ ପଇସା ଥିବାବେଳେ ଏବେ ୫ଟଙ୍କା ୫୦ ପଇସାରେ ପହଞ୍ଚିଛି ।ସେହିପରି ୪୦୦ ୟୁନିଟି ଉପରେ ୫.୭୦ ରହିଛି ।
ନୂଆଦର କୃଷି ଓ ଦରିଦ୍ର ସୀମାରେଖା ତଳେ ଥିବା ପରିବାର ମାନଙ୍କ ପାଇଁ ଲାଗୁ ହେବ ନାହିଁ । ୨୦୧୭-୧୮ରେ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା ।

ପ୍ରାର୍ଥୀ ନୁହେଁ,ପ୍ରଣବଙ୍କୁ ବିଜୟ ବ୍ୟବଧାନ ଚିନ୍ତା….

() ନଭେମ୍ବରରେ ଓଡ଼ିଶାର ଦୁଇ ବିଧାନସଭା ଆସନ ପାଇଁ ହେବ ଉପ ନିର୍ବାଚନ । ୨୦୧୯ ନିର୍ବାଚନ ଫଳାଫଳାର ବର୍ଷେ ପରେ ଦୁଇ ନିର୍ବାଚିତ ବିଧାୟକଙ୍କ ଅକାଳ ବିୟୋଗ ପରେ ବାଲେଶ୍ୱର ସଦର ଓ ତ୍ରିତୋଲ ବିଧାନସଭା ଆସନରେ ହେବ ନିର୍ବାଚନ । ଯେଉଁଥି ପାଇଁ ଓଡ଼ିଶାରେ ପୁଣି ବହିଲାଣୀ ନିର୍ବାଚନୀ ହାୱା । କରୋନା ମହାମାରୀ ସମୟରେ ଉପ ନିର୍ବାଚନ ଲାଗି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ସଜବାଜ ଆରମ୍ଭ କରିଛନ୍ତି । ୨୦ବର୍ଷ ଧରି ଓଡ଼ିଶାରେ ୧-ନମ୍ବର ଦଳ ହୋଇଥିବା ବିଜେଡ଼ି ବି ଏଥର ନିର୍ବାଚନରେ ୨ଟି ଆସନରେ ବିଜୟ ଲାଭ କରି ଏହି ମାନ୍ୟତା ବଜାୟ ରଖିବା ପାଇଁ ତୟାର ହୋଇଛି । ସେପଟେ ୨୦୧୯ ନିର୍ବାଚପରେ ସବୁଠାରୁ ଅଧିକ କ୍ଷତି ସହିଥିବା କଂଗ୍ରେସ , ବିଜେପି ଓ ବିଜେଡ଼ି ଭିତିରିଆ ସର୍ମ୍ପକ କଥା ଲୋକଙ୍କ ବୁଝାଇ ବିଧାୟକଙ୍କ ସଂଖ୍ୟା ଦୁଇଅଙ୍କ ଛୁଇବାକୁ ପ୍ରୟାସ କରୁଛି । ଆଉ ୨୦୧୯ରେ ନିର୍ବାଚନରେ ୧୨୦ର ନାରା ଦେଇ ଫେଲ ମାରିଥିବା ବିଜେପି ପୁଣିଥରେ ନୂଆ ଜୋସରେ ଆସି ଗଡ଼ ରକ୍ଷା କରିବା ପାଇଁ ରଣନୀତି ବି ପ୍ରସ୍ତୁତ କରୁଛି । ଇତି ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଚୟନ ଉପରେ ବିଶେଷ ଫୋକସ କରି ସଜବାଜ ଆରମ୍ଭ କରିଥିବା ବେଳେ ବିଜେଡ଼ି କିପରି ଗଡ଼ ବିଜୟ କରିବ ସେନେଇ ସମରସଜା ଆରମ୍ଭ କରିଛି ଉଭୟ ବିଧାନସଭା ଆସନରେ । ଯାହାର ରିମୋଟକଣ୍ଟ୍ରୋଲ ଧରିଛନ୍ତି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି ) । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରଣବ ଉଭୟ ବିଧାନସଭା କ୍ଷେତ୍ରରେ କିପରି ବିଜୁ ଜନତା ଦଳ ଭଲ ବ୍ୟବଧାନରେ ବିଜୟ ଲାଭ କରିବ ସେନେଇ ନେତା ଓ କର୍ମୀଙ୍କ ସହ ଘନଘନ ଆଲୋଚନା ଜାରୀ ରଖିଛନ୍ତି । ରୁଦ୍ଧଦ୍ୱାର ବୈଠକ କରି ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଦେଉଛନ୍ତି । ସବୁ ନେତାଙ୍କୁ ଗୋଟିଏ ମନ୍ତ୍ର ଦେଇଛନ୍ତି ବିଜୟ ନୁହେଁ, ଭଲ ଭୋଟ ବ୍ୟବଧାନରେ କିପରି ବିଜୟ ହେବ ସେନେଇ ରଣନୀତି କର । ଉଭୟ ତ୍ରୀତ୍ତୋଲ ଓ ବାଲେଶ୍ୱର ସଦର ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ , ବିଧାୟକ,ସାଂସଦ, ଜିଲ୍ଲାସ୍ତରର ନେତା, କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ସହ ଆଲୋଚନା କରି ନିର୍ବାଚନୀ ରଣତୀତି ପ୍ରସ୍ତୁତ କରିବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି ସେ । କେବଳ ସେତିକି ନୁହେଁ, ବିରୋଧୀ କ୍ୟାମ୍ପର ରଣନୀତି ଉପରେ ବି ତୀକ୍ଷଣ ନଜର ରଖିଛନ୍ତି । ଯେଉଁ ର୍ଫମୁୂଲାରେ ବିଜେପୁର ଉପ ନିର୍ବାଚନରେ ବିରୋଧୀଙ୍କ ସବୁ ରଣନୀତିକୁ ଫସର ଫଟାଇ ବବି ବିଜେଡ଼ିକୁ ବିପୁଳ ଭୋଟରେ ବିଜୟ କରିବାରେ ସକ୍ଷମ ହୋଇଥିଲେ । ଠିକ ସେହି ନୀତିକୁ ଦଳ ଉଭୟ ବିଧାନସଭା ଆସନରେ ପ୍ରୟୋଗ କରିବାକୁ ଯାଉଛି । କାରଣ ବିଜେଡ଼ି ପ୍ରତି ଲୋକଙ୍କ ଭଲ ପାଇବା ଅଛି ଓ ମୁଖ୍ୟମନ୍ତ୍ରୀ ନେତୃତ୍ୱ ଉପରେ ଲୋକଙ୍କ ଭରଷା ଅଛି ଏକଥା ନିଜର କାମ ଜରିଆରେ ଲୋକଙ୍କ ମନ ଜିଣିଛି ଦଳ । ଯାହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ ସେ ସବୁ ବୈଠକରେ ଆହ୍ୱାନ ଦେଉଛନ୍ତି । ଯେଉଁଥି ପାଇଁ ୨୦୧୯ ନିର୍ବାଚନ ପରେ ପାଟକୁରା ନିର୍ବାଚନରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପରାଜିତ ହେଲେ । କାରଣ ବିଜେଡ଼ି ଏବେ ଆଉ ଦଳ ନୁହେଁ, ବଂର ଅନୁଷ୍ଠାନରେ ପରିଣତ ହୋଇସାରିଛି । ତେଣୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ , ଲୋକଙ୍କ ସେବା କରିବା ଯେ ପୁରା ଦଳର କାମ ସେ କଥା ପ୍ରଣବ ନେତା ଓ କର୍ମୀଙ୍କୁ ବୁଝାଇଛନ୍ତି । ତେଣୁ ନଭେମ୍ବରରେ ହେବାକୁ ଥିବା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ହେବ ତାହା ଉପରେ ପ୍ରଣବ ଫୋକସ ନକରି ଦଳର ହେବିୱେଟ ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରରେ ଥିବା କର୍ମୀ କିପରି ଏକାଠି ହୋଇ ୨ଟି ବିଧାନସଭା ଆସନରେ ବିଜେଡ଼ିର ବିଜୟବାନା ଉଡ଼ିବ ତାହାକୁ ଗୁରୁତ୍ୱ ଦେଇଛନ୍ତି । ସେପଟେ ବାଲେଶ୍ୱର ସଦର ଆସନ ଲାଗି ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେ ଲବି ଜୋରଦାର ହେବା ସହ କିଛି ମତଭେଦ ଥିବା କଥା ବି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏସବୁ ଉପରେ ବି ଦଳ ନଜର ରଖିଛି । ଉପ ନିର୍ବାଚନର ଟ୍ରାକ ରେକର୍ଡ଼ ଦେଖିଲେ ନିର୍ବାଚନ ଫଳାଫଳ ସବୁବେଳେ ଶାସକ ଦଳ ସପକ୍ଷରେ ଯାଇଛି । ପ୍ରତି ନିର୍ବାଚନ ପରି ବିଜେଡ଼ି ଏହି ୨ଟି ଉପ ନିର୍ବାଚନକୁ ବି ଗୁରୁୂତ୍ୱର ସହ ନେଇ ନିଜର ରଣନୀତି ପ୍ରସ୍ତୁତ କରିଛି ।

ସମରେ କରୋନାକୁ ହରାଇଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ….

ଭୁବନେଶ୍ୱର :କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ । ଶରୀରରେ ଅନେକ ସମସ୍ୟାଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସଙ୍କରସଫଳ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଘରକୁ ଫେରିଛନ୍ତି ସୁସ୍ଥତା ପାଇଛନ୍ତିଶ୍ରୀ ଦାସ ।

ଗତ ସେପ୍ଟେମ୍ବର ୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ସ୍ତରରେ ଖୁବ୍ ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । କରୋନା ସହିତ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ରହିଥିଲା । ତେବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନେ ଆପ୍ରାଣ ଉଦ୍ୟମ କରି ତାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ । ଡାକ୍ତରପ୍ରଦୀପ୍ତ କୁମାର ପାତ୍ର, ଡାକ୍ତର ଆଶୀଷ ମଲ୍ଲ, ଡାକ୍ତର ସନ୍ତୋଷ ସିଂ ଏବଂ ଡାକ୍ତରଅରୁଣ ରଥ ପ୍ରମୁଖ ଏହି ବରିଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟାକରିଥିଲେ । ତାଙ୍କର ଦୁଇ ଗୋଡରେ ରଡ ଲାଗିଥିବା ବେଳେ ପରିସ୍ରା କରିବାରେସମସ୍ୟା ଉପୁଜୁଥିଲା ଏବଂ ପ୍ରୋଷ୍ଟେଟ୍ ସମସ୍ୟା ମଧ୍ୟ ରହିଥିଲା । କରୋନା ଆକ୍ରାନ୍ତହେବା ପରେ ଶ୍ୱାସ କ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା । ଠିକଭାବେ  ଚାଲିପାରୁ ନଥିବା କିମ୍ବା ହାତରେ ନିଜେ ଖାଇ ପାରୁନଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ହସ୍ପିଟାଲ୍‌ରେ ଉପଯୁକ୍ତ ଯତ୍ନ ନେଇଥିଲେ ହସ୍ପିଟାଲ୍‌ର ନର୍ସମାନେ । ତାଙ୍କୁ ନିଜ ହାତରେ ଖୁଆଇଦେଇଥିଲେ କାର୍ଯ୍ୟରତ ନର୍ସ । ଉପଯୁକ୍ତ ସେବା ଶୁଶ୍ରୁଷା ଫଳରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ ଏବଂ ଆକାଶବାଣୀ

କେନ୍ଦ୍ରର ଏହି ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ।କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲ ଯିବା ପୂର୍ବରୁ ସେ କରୋନାକୁ ପରାସ୍ତ କରି ଘରକୁ ନିଶ୍ଚୟ ଫେରିବେ ବୋଲି କହିଥିଲେ । ତାଙ୍କର ମନୋବଳ ଏବଂ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ଚିକିତ୍ସା ଏବଂ ସେବା ଯୋଗୁଁ ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ତାଙ୍କ ଝିଅ ଶ୍ରୀମତି ଦେବଦତା ମହାପାତ୍ର । ଏଥିସହିତ ଶ୍ରୀ ଦାସ ସୁସ୍ଥ ହେବା ପରେ ସମ୍‌କୋଭିଡ ହସ୍ପିଟାଲ୍‌ର କୋଭିଡ ଯୋଦ୍ଧା ଏବଂ ବିଶେଷ ଭାବେ ସୋଆରପ୍ର ତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଟ୍ୱିଟ୍ ଯୋଗେ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ତାଙ୍କ ପୁଅ ଶ୍ରୀ ଶୁଭଙ୍କର ଦାସ ।

ସେହିପରି ରାଜ୍ୟରେ କୋଭିଡ ପରିଚାଳନା ନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ସେହିପରିସମ୍ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ପରେ ଶ୍ରୀ ଧୀରେନ୍ଦ୍ର ଦାସ ମଧ୍ୟ ସମ୍କୋଭିଡ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କର ସେବା କାର୍ଯ୍ୟକୁ ଉଚ୍ଚକୋଟୀର ପ୍ରଶଂସାକରିଛନ୍ତି । କେବଳ ଶ୍ରୀ ଦାସ ନୁହେଁ ଏହା ପୂର୍ବରୁ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଚିକିତ୍ସିତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା କେବଳ ହସ୍ପିଟାଲ୍‌ର ଡାକ୍ତର, ୍‌ନର୍ସ ଏବଂ ପାରାମେଡିକ୍ସଙ୍କର ନିରବଚ୍ଛିନ୍ନ ଚିକିତ୍ସା,,ସେବା ଯତ୍ନ ଏବଂ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି ।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ସହ ସଂକ୍ରମିତମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ସହ ସଠିକ୍ କୋଭିଡ ପରିଚାଳନା କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ୨୨୦୦ରୁ ଊର୍ଦ୍ଧ୍ୱ ସମ୍ କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାରସେଂଟରଗୁଡ଼ିକରେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ମହାମାରୀର ମୁକାବିଲା ନେଇ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଜନହିତକର କାର୍ଯ୍ୟ ଗ୍ରହଣ କରାଯାଉଛି ।

ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ……

ଭୁବନେଶ୍ୱର : ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ। ବସିବା ପାଇଁ ବିଧାୟକମାନେ 4 ଫୁଟ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ମଧ୍ୟ ବସିବେ ବିଧାୟକ। 145 ଟି ସିଟ ରେଡି ରଖାଯାଇଛି। ସଂସଦ ଭଳି ବିଧାୟକଙ୍କ ସିଟ ସମ୍ମୁଖରେ ସିଲଡ଼ କାଚ ଲଗାଯାଇଛି। ଯୋଉ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡିଓ କନ୍ଫରେନ୍ସିଂଗରେ ବସିପାରିବେ। ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ। ଗଣମାଧ୍ୟମ ସିଟକୁ ଫାଙ୍କା ରଖାଯାଇଛି। ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Follow us

20,832FansLike
0FollowersFollow
14,700SubscribersSubscribe

Latest news