ଭୁବନେଶ୍ୱର : ପ୍ରଚାରକୁ ଆଉ ୪ଦିନ ବାକି l ବାଲେଶ୍ୱର ଓ ତିର୍ତୋଲରେ ଜମୁଛି ପ୍ରଚାର l ଷ୍ଟାର ପ୍ରଚାରକମାନେ ନିଜର ଦଳୀୟ ପ୍ରାର୍ଥିଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି l ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଆଜି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ପ୍ରଚାର ଆରମ୍ଭ କରିବେ l ସେହିପରି ବିଜେଡିର ଷ୍ଟାର ପ୍ରଚାରକ ଅରିନ୍ଦମ ଏଵେ ଦଳ ପାଇଁ ଉଭୟ ବାଲେଶ୍ୱର ଓ ତିର୍ତୋଲରେ ଜୋରଦାର ପ୍ରଚାର କରୁଛନ୍ତି l ବିଜେଡି ଯୁବ ନେତା ତଥା ଓଲିଉଡ଼ ଅଭିନେତା ଅରିନ୍ଦମ ରାଏ ନିର୍ବାଚନ ପ୍ରଚାରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି l ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଓ ତିର୍ତୋଲର ବିଜୟ ଶଙ୍କର ଦାସଙ୍କୁ ବଡ଼ ବ୍ୟବଧାନରେ ବିଜୟ କରାଇବା ପାଇଁ କର୍ମୀ ଓ ସାଧାରଣ ଲୋକଙ୍କୁ ଉତ୍ସାହିତ କରିଛନ୍ତି ଅରିନ୍ଦମ l ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଭଲ ପାଇବା ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଅରିନ୍ଦମ ଲୋକଙ୍କୁ ବୁଝାଇ ବିଜେଡି ପାଇଁ ଭୋଟ ଭିକ୍ଷା କରିଛନ୍ତି l ତାଙ୍କ ସଭାରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳୁଛି l ବିଜେପୁର, ସାଧାରଣ ନିର୍ବାଚନ, ପାଟକୁରାରେ ଅରିନ୍ଦମ ପ୍ରଚାର କରି ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଯୋଗାଡ କରିବାରେ ସଫଳ ହୋଇଥିଲେ l ନିଜର ବ୍ୟକ୍ତିଗତ ଆକର୍ଷଣରେ ସେ ଭୋଟରଙ୍କ ମନ ଜିଣୁଛନ୍ତି l
ପ୍ରଚାର ମୈଦାନରେ ଅରିନ୍ଦମ, ଜିଣୁଛନ୍ତି ଭୋଟରଙ୍କ ମନ…..
ଆଜି ତିର୍ତୋଲରେ ନବୀନଙ୍କ ପ୍ରଚାର…….. .
ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲରେ ବିଜେଡି ପ୍ରାର୍ଥି ବିଜୟ ଶଙ୍କର ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୋଟ ଭିକ୍ଷା କରିବେ l ଆଜି 4:30ରେ ନବୀନ ଭରଚୂଆ ପ୍ରଚାର କରିବେ l ତେବେ ନବୀନ ନିଜ ଅଭିଭାଷଣ କଣ କହିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା l କୋଭିଡ କଟକଣା ଭିତରେ ନିର୍ବାଚନ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏପରି ଡିଜିଟାଲ ପ୍ରଚାରକୁ ଆପଣାଇଛନ୍ତି l ସେହିପରି ୨୯ରେ ବାଲେଶ୍ୱର ପାଇଁ ଡିଜିଟାଲ କ୍ୟାମ୍ପେନ କରିବେ ନବୀନ । ସେପଟେ ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ରାଲି ରୋଡ ଶୋ ମାଇକ ପ୍ରଚାରରେ କମ୍ପୁଛି ବାଲେଶ୍ବର ସଦର ଓ ତିର୍ତୋଲ ବିଧାନସଭା କ୍ଷେତ୍ର l ମଇଦାନରେ ତିନି ଦଳର ପ୍ରାର୍ଥୀ ଗଡ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ବାଲେଶ୍ୱରରେ ଘରଘର ବୁଲି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଭୋଟ ଭିକ୍ଷା କରୁଥିବା ବେଳେ
ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ବି ଜୋରଦାର ପ୍ରଚାର କରୁଛନ୍ତି l ବିଜେଡି ପ୍ରତି ବାଲେଶ୍ୱର ବଢିଚାଲିଛି ସମର୍ଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଉପକୃତ ହୋଇ ଲୋକମାନେ ସ୍ବତପ୍ରବୃତ ଭାବରେ ବିଜେଡିକୁ ସମର୍ଥନ କରୁଥିବା ସ୍ବରୂପ କହିଛନ୍ତି l
ସେହିପରି ପ୍ରଚାରରେ ପଛରେ ପଡିନି କଂଗ୍ରେସ l କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର ମଇଦାନକୁ ଓଲ୍ହେଇଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖପାତ୍ର ଡଃ. ରାଗିଣୀ ନାୟକ। ଡଃ. ନାୟକ ଭୁବନେଶ୍ବରରୁ ବାଲେଶ୍ବର ଆସିବା ପରେ ମମତାଙ୍କ ସହ ବାରବାଟୀ ଠାରେ ଏକ ମହିଳା ସମାବେଶରେ ଯୋଗ ଦେଇ ବିଜେପି ଓ ବିଜେଡି କିପରି ଭାବରେ ମହିଳା ମାନଙ୍କୁ ପ୍ରତାରିତ କରୁଛନ୍ତି ତାର ଏକ ଲମ୍ବା ଚିଠା ସାମ୍ନାକୁ ଆଣିଛନ୍ତି।
ଅନ୍ୟପଟେ ତିର୍ତୋଲରେ ବି ନିର୍ବାଚନ ପ୍ରଚାର ଜୋର ଧରିଛି l ବିଜେଡି ପ୍ରାଥୀ ବିଜୟ ଶଙ୍କର ଦାସ, ବିଜେପି ପ୍ରାଥୀ ରାଜକିଶୋର ବେହେରା ଓ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ଘରଘର ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି l ତେବେ ମୁଖ୍ୟମନ୍ତ୍ରୀ ପ୍ରଚାର ଆଜି ଥୁବାରୁ ତିର୍ତୋଲ ରାଜନୀତି ପୁରା ସରଗରମ ହୋଇଛି l ନଭେମ୍ବର 3ତାରିଖରେ ଭୋଟର କାହାକୁ ଭୋଟ ଦେଉଛନ୍ତି ତାହା ନଭେମ୍ବର 10ତାରିଖ ଫଳାଫଳରୁ ସ୍ପଷ୍ଟ ହେବ l
ଗୋଟିଏ କ୍ଲିକ୍ରେ ଛାତ୍ରବୃତ୍ତି : ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…
ସାଧାରଣ ଲୋକର ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ
ଭୁବନେଶ୍ୱର : ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ବାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ବାରା ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୂରତ୍ବ କମିପାରିବ। ସେମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ । ଅନୁସୂଚିତ ଜନଜାତି, ଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇବାରେ ସର୍ବାଗ୍ରେ ରହୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ।
ଦୁର୍ବଳଶ୍ରଣୀର ପିଲାମାନଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି। ଏହି ଏକକ ପୋର୍ଟାଲ ଦ୍ବାରା ସେମାନେ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ଇ.ଏସ୍.ଆଇ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ବିଭାଗର ସମସ୍ତ ବୃତ୍ତି କାର୍ଯ୍ୟକ୍ରମ ଏହି ଗୋଟିଏ ପୋର୍ଟାଲରେ ପରିଚାଳିତ ହେବ। ରାଜ୍ୟ ଟ୍ରେଜେରୀ ସହିତ ଏହି ପୋର୍ଟାଲ ଲିଙ୍କ୍ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସିଧାସଳଖ ଜମା ହୋଇପାରିବ।
ସେହିପରି ସୁମଙ୍ଗଲ ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ତଃ-ଜାତି ବିବାହ ଦ୍ବାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି କରେ। ସୁମଙ୍ଗଳ ପୋର୍ଟାଲ ଏହି ଦିଗରେ ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନାଯୋଗ୍ୟ ଯେ ଏହି ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ-ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ କେବଳ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଉଛନ୍ତି। ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ଶାଶ୍ବତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
ଉପ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ନବୀନ….. ବୁଧବାର ତିର୍ତୋଲ, ଗୁରୁବାର ବାଲେଶ୍ୱର…
ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତାକାଲି ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ୱର ପାଇଁ ଡିଜିଟାଲ କ୍ୟାମ୍ପେନ କରିବେ ନବୀନ । ତିର୍ତୋଲ ରେ ବିଜେଡି ପାର୍ଥି ବିଜୟ ଶଙ୍କର ଦାସଙ୍କ ପାଇଁ ନବୀନ ଭୋଟ ମାଗିବେ l ସେହିପରି ବାଲେଶ୍ୱର ସଦର ପାଇଁ ବିଜେଡି ପାର୍ଥ ସ୍ୱରୂପ ଦାସଙ୍କ ପାଇଁ ନବୀନ ଭୋଟ ମାଗିବେ l ଉଭୟ ଆସନ ରେ ବିଜେଡି ଅକ୍ତିଆର କରିବ ବୋଲି ବିଜେଡି ନେତାଏ ଭବିଷ୍ୟତ ବାଣୀ ଦେଇଛନ୍ତି l
ସୋସିଆଲ ମିଡିଆରେ ବେଣୁଧର ଶକ୍ତିଶାଳୀ : ଚିନ୍ତାରେ ପ୍ରମୁଖ ଦଳ….
ବାଲେଶ୍ଵର: ଦିନେ ପିଣ୍ଡାରୁ ପିଣ୍ଡା ବୁଲି ଛୁଟି ସେ କାଟୁଥିଲେ ।ଆଉ ଆଜି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ନା ତାଙ୍କ ପାଖରେ ଅଛି ବାହୁବଳ । ନା ତାଙ୍କ ପାଖରେ ଅଛି ଅର୍ଥବଳ । ଆଉ ସେ ମଧ୍ୟ ବୟସର ଅପରାହ୍ନରେ ପହଂଚିଲେଣି । ବୟସ ୮୦ରୁ ଉର୍ଦ୍ଧ୍ବ । ହେଲେ ଏବେ ମଧ୍ୟ ଲୋକଙ୍କ ସେବା କରିବାକୁ ତାଙ୍କ ପାଖରେ ଅଛି ଜୋସ । ଏମିତି କି ବାଲେଶ୍ଵର ସଦର ନିର୍ବାଚନରେ ବଡ଼ ଦଳମାନଙ୍କୁ ଚେକ ଦେବାକୁ ବାହାରିଛନ୍ତି । ସେ ହେଉଛନ୍ତି ବେଣୁ ଧର ବାରିକ ।
ସଦର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାଥି ବେଣୁ ମଉସା । ବେଶ ସାଧା ସିଧା । ନା ଅଛି ଅଟୋପ ଆଡମ୍ବର ନା ପାଟ ପଟୁଆର। ହେଲେ ମନରେ ଅଛି ଦୃଢ ବିଶ୍ବାସ, ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ। ମିଛ ପ୍ରତିସ୍ମୃତି ନୁହେଁ , କି ଟଙ୍କାର ପାହାଡ଼ ଉପରେ ଛିଡା ହୋଇ ସେ ନିର୍ବାଚନ ଲଢୁନାହାନ୍ତି । ସେ ତ ଦୁଃଖିଲା ମଣିଷ । ଲୋକଙ୍କ ଦୁଃଖ ଓ ଭଲ ପାଇବାକୁ ନେଇ ନିର୍ବାଚନର ରଣାଙ୍ଗନାରେ ଯୋଦ୍ଧା ସାଜିଛନ୍ତି । ସେଥିପାଇଁ ତ ଏବେ ସାରା ରାଜ୍ୟର ନଜର ତାଙ୍କ ଉପରେ । ଏମିତି କି ଅଭିନେତ୍ରୀ ମଧ୍ୟ ସ୍ୱଇଚ୍ଛାରେ ତାଙ୍କ ପାଇଁ ପ୍ରଚାର କରୁଥିବା ଦେଖୁବାକୁ ମିଳିଛି । ସେ ଯାହା ହେଉ ନା କାହିଁକି ନିର୍ବାଚନରେ ତ ହାର ଜିତ ଲାଗି ରହିବ । କିଏ ଜିତିବ କିଏ ହାରିବ ସେ ଭୋଟର ବାଛିବେ । ହେଲେ ଜୀବନର ଅପରାହ୍ନରେ ଏପରି ଜୋଶ ରାଜ୍ୟବାସୀଙ୍କ ପାଇଁ ଉଦାହରଣ ସାଜିବ । ତେବେ ସବୁଠାରୁ ବଡ କଥା ହେଉଛି ବେଣୁଧର ସୋସିଆଲ ମିଡ଼ିଆ ପ୍ରଚାରରେ ବେଶ ଆଗରେ ଅଛନ୍ତି l ଯାହା ରାଜ୍ୟର ୩ ପ୍ରମୁଖ ଦଳକୁ ଚିନ୍ତାରେ ପକାଇଛି l କାରଣ ବାଲେଶ୍ୱର ସଦରନିର୍ବାଚନରେ ବେଣୁଧର ଏଵେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ l
ସମ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ
ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ |
ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ
ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି। ଏହି ପ୍ରକ୍ରିୟା ରେ ଅନେକ ସଂଖ୍ୟାରେ ସ୍ବେଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ |
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି ।
କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ |
ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟା କୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଛାସେବୀ ମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇ ପାରିବେ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି | ଟୀକା ପ୍ରୟୋଗ କରାଯାଇଥିବା ସ୍ବେଛାସେବୀ ମାନଙ୍କ ଠାରେ କୋଭାକସିନ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ |
ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି।
ଇଛୁକ ସ୍ବେଛାସେବୀ ମାନେwww. ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ।
ଦଶହରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କୃଷିମନ୍ତ୍ରୀ ଅରୁଣ ସାହୁ….
ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ କୃଷି ଓ ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ମହାମାରୀ ସମୟରେ ରାଜ୍ୟର ଚାଷୀ ଭାଇ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି । ପାର୍ବଣ ସମସ୍ତଙ୍କ ପାଇଁ ଖୁସି ଓ ଉତ୍ସବ ନେଇ ଆସିଥାଏ । ହେଲେ ଏ ବର୍ଷ ଟିକେ ଭିନ୍ନ । ସାରା ବିଶ୍ୱକୁ କରୋନା କବଳିତ କରି ରଖିଛି। ତେଣୁ ଏ ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ହେବାକୁ ପଡିବ । ଏହାସହ ମା’ଙ୍କ ପୂଜା ନିଡାମ୍ବର ପାଳନ କରିବାକୁ ମନ୍ତ୍ରୀ ଅରୁଣ ସାହୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟବାସୀଙ୍କୁ ପବିତ୍ର ଦଶହରା ଶୁଭେଚ୍ଛା ଜଣାଇଲେ ପ୍ରଣବ….
ଭୁବନେଶ୍ୱର : ମାତୃଶକ୍ତିର ଆରାଧାନା ଆମ ସଂସ୍କୃତିର ଅନନ୍ୟ ପରିଚୟ । ଶରତ ଆସିଲେ ଧୋବ ଫର ଫର କାଶତଣ୍ଡି ମା ଦୁର୍ଗାଙ୍କୁ ଆବାହନ କରି ଧରା ପୃଷ୍ଠକୁ ଆଣିଥାଏ । ଆଉ ଚାରିଆଡେ ଆନନ୍ଦମୟ ପରିବେଶ ସୃଷ୍ଟି କରେ। ପବିତ୍ର ଦଶହରା ଅଵସରରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଚଳିତ ବର୍ଷ ସାରା ବିଶ୍ୱକୁ କରୋନା କବଳିତ କରି ରଖିଛି। ହେଲେ ଆମ ରାଜ୍ୟବାସୀଙ୍କ ମିଳିତ ଉଦ୍ୟମରେ ଏହି ସଂକ୍ରମଣ ଏବେ କମିବା ଆରମ୍ଭ କରିଛି। ତେଣୁ ଏ ପାର୍ବଣ ଋତୁରେ ଆମକୁ ଆଧିକ ସତର୍କ ହେବାକୁ ପଡିବ । ଏହାସହ ମା’ଙ୍କ ପୂଜା ନିଡାମ୍ବର ପାଳନ କରିବାକୁ ପ୍ରଣବ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ଅସାବଧାନତା ଆଣିପାରେ ଭୟଙ୍କର ବିପଦ : ସ୍ୱାସ୍ଥ୍ୟ ବିଶେଷଜ୍ଞ..
ଭୁବନେଶ୍ୱର : କରୋନାରେ ଓଡିଶାରୁ ଦୈନିକ ଅଢେଇ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ଏବଂ ଦୈନିକ 400 ଲୋକ ମୃତ୍ଯୁବରଣ କରିପାରନ୍ତି । ଏଭଳି କିଛି ଚାଞ୍ଚଲ୍ଯକର ତଥ୍ଯ ଦେଇଛନ୍ତି ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡକ୍ଟର ନିରୋଜ ମିଶ୍ର ।
ବିଶ୍ବବିଦ୍ଯାଳୟ ତଥ୍ଯ ଆଧାରରେ ଡକ୍ଟର ନିରୋଜ ମିଶ୍ର ଏଭଳି ତଥ୍ଯ ରଖିଛନ୍ତି ।
ବର୍ତ୍ତମାନର କରୋନାର କମିବା ସ୍ଥିତିକୁ ଦେଖି ଲୋକେ ଯଦି ଅମାନିଆ ହୁଅନ୍ତି ତେବେ ଏଭଳି କିଛି ଭୟାନକ କଥା ଓଡିଶାରେ ଦେଖିବାକୁ ମିଳିବ । ଆଗକୁ ଶୀତ ଥିବାରୁ ଖାସ ଏଥିପାଇଁ ମୁଖ୍ଯମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଚେତନ ରହିବାକୁ କହିଥିବାବେଳେ ଲୋକେ ଏହାକୁ ନିଶ୍ଚିତ ଭାବେ ଜଗନ୍ତୁ ଏବଂ ମାସ୍କ ପିନ୍ଧିବା ସହ ଆଦୌ ଗହଳି କରନ୍ତୁ ନାହିଁ ।ଏପରିକି ଜନ୍ମଦିନ ବିବାହ ଉତ୍ସବ ଏବଂ କୌଣସି କାର୍ଯ୍ଯ଼କ୍ରମରେ ଆଦୌ ଗହଳି ନ ଜମାଇବା ପାଇଁ ସ୍ବାସ୍ଥ୍ଯ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ଏପରିକି ନିର୍ବାଚନୀ ଭିଡକୁ ସଂପୂର୍ଣ ବ୍ଯାନ କରିବାକୁ କହିଛନ୍ତି ବିଶେଷଜ୍ଞ ।
ଅନ୍ଯପକ୍ଷରେ ଖାସ ଏହି ହାଲକା ଭାବେ ନେବାରୁ ଯ଼ୁରୋପୀୟ ଦେଶରେ ବର୍ତ୍ତମାନ ସଂକ୍ରମଣ ପୂର୍ବଠାରୁ ମଧ୍ଯ ବଳିଯାଇଛି । ଦୈନିକ ଲକ୍ଷାଧିକ ସଂକ୍ରମଣ ବିଭିନ୍ନ ସ୍ଥାନରେ ବାହାରୁଛି । ଇଂଲଣ୍ଡଠାରୁ ଆରମ୍ଭ କରି ସ୍ପେନ ତଥା ଅନ୍ଯ ଦେଶରେ ଲୋକମାନେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରେ କରୋନା କମିଗଲା ଭାବି ବାହାରେ ପାର୍ଟି ତଥା ଭି଼ଡ ଜମାଇଲେ । ଯାହାର ପରିଣାମ ଅତ୍ଯନ୍ତ ଭଯ଼ଙ୍କର ହେଉଛି ବୋଲି କୁହାଯାଇଛି ।ଏପରିକି ପ୍ରଥମେ ସଂକ୍ରମଣର ଶିକାର ହୋଇ ଭଲ ହୋଇଥିବା ବିଶ୍ବର ୫ ଜଣ ଦ୍ବିତୀୟବାର କରୋନା ସଂକ୍ରମିତ ହୋଇଛନ୍ତି ।ଏପରିକି ଦ୍ବିତୀଯବାର ସଂକ୍ରମିତ ହେଉଥିବା ବ୍ଯକ୍ତି ମଧ୍ଯ ଭୟଙ୍କର ଭାବେ ପ୍ରଭାବିତ ହେଉଛନ୍ତି । ତେଣୁ ଏ ସବୁରୁ ବର୍ତ୍ତିବା ପାଇଁ କୋଭିଡର ସମସ୍ତ ଗାଇଡଲାଇ ମାନିବ ନିହାତି ଆବଶ୍ଯକ ବୋଲି ସ୍ବାସ୍ଥ୍ଯ ବିଶେଷଜ୍ଞ କହିଛନ୍ତି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ପୂର୍ବରୁ ସମସ୍ତେ ଅତ୍ଯନ୍ତ ସତର୍କ ହେବା ଆବଶ୍ଯକ । ଏପରିକି ଭ୍ଯାକ୍ସିନ ନ ଆସିବା ପର୍ଯ୍ୟନ୍ତ ସତର୍କତା ନିହାତି ଆବଶ୍ଯକ ।ତେଣୁ ଲୋକମାନେ ବର୍ତ୍ତମାନ କରୋନାକୁ ଦେହସୁହା ଭାବେ ନ ନେଇ ଅତ୍ଯନ୍ତ ଗୁରୁତ୍ବର ସହ ପୂର୍ବଭଳି ନିୟମ ମାନିବା ଆବଶ୍ଯକ ନଚେତ ଓଡିଶାର ସ୍ଥିତି ଭୟାନକ ହେବ ବୋଲି କହିଛନ୍ତି ଡକ୍ଟର ନିରୋଜ ମିଶ୍ର ।














