ଉପ ନିର୍ବାଚନରେ ବବିଙ୍କ ବିଜୟ ପ୍ଲାନ, ଚିନ୍ତାରେ ବିରୋଧୀ..

ଭୁବନେଶ୍ୱର : ନଭେମ୍ବର ୩ ତାରିଖ ଉପ ନିର୍ବାଚନ ପାଇଁ ହେବ ମତଦାନ । ହେବିୱଟମାନେ ନିଜ ଦଳ ଓ ପ୍ରାର୍ଥୀ ସପକ୍ଷରେ ମତ ଦେବା ପାଇଁ ଯାହା ବୁଝାଇବା କଥା ବୁଝାଇସାରିଛନ୍ତି ଭୋଟରଙ୍କୁ । ମତଦାତାମାନେ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ମଧ୍ୟ ମନ ସ୍ଥିର କରିସାରିଲେଣୀ । କେବଳ ଅପେକ୍ଷା ଭୋଟଦିନକୁ । ସବୁ ନିର୍ବାଚନ ପରି ଏଥର ବାଲେଶ୍ୱର ଦସର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନକୁ ବିଜେଡ଼ି ଗୁରୁତ୍ୱର ସହ ନେଇ ନିଜର ପ୍ରଚାର ଓ ପ୍ରସାର କରି ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରିଛି । ଯେହେତୁ ପ୍ରତ୍ୟେକ ନିର୍ବାଚନକୁ ବିଜେଡ଼ି ସୁପରିଚାଳନା କରେ ତେଣୁ ୨୦ବର୍ଷ ଧରି ଦଳ ଲଗାତର କ୍ଷମତା ଦଖଲ କରିବାରେ ସଫଳ ହୋଇଛି । ଏହାସହ ଉପ ନିର୍ବାଚନରେ ଦଳ ଫଳ ବ୍ୟବଧାନରେ ବିଜୟ ଲାଭ କରେ । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତୃଣମୂଳ କର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ ଦଳ ଆଜି ଯାଏଁ ଓଡ଼ିଶାରେ ୧ ନମ୍ବର ରାଜନୈତିକ ଦଳ ଭାବେ ଛିଡ଼ା ହୋଇଛି । ତେବେ ଦଳକୁ ନମ୍ବର ସ୍ଥାନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରଣକୌଶଳକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦେଇଛନ୍ତି ବିଜେଡ଼ି ସଂଗଠନ ସଂମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ନିର୍ବାଚନ ସମୟରେ ତାଙ୍କର ଭୂମିକା ଓ ପରିଶ୍ରମ ଦଳକୁ ବେଶ ଫାଇଦା ଦେଇଥାଏ । ଫଳରେ ଦଳ ନିର୍ବାଚନୀ ମଇଦାନରେ ବିରୋଧୀଙ୍କୁ ଧରାଶାୟୀ କରିଥାଏ । ଯାହା ଏହି ଦେଢବର୍ଷ ବର୍ଷେ ଭିତରେ ହୋଇଥିବା ବିଜେପୁର,ପାଟକୁରା ନିର୍ବାଚନରେ ପ୍ରତିଫଳିତ ହୋଇଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପ୍ରଣବଙ୍କ ଏପରି ପରିଶ୍ରମକୁ ଗଣମାଧ୍ୟମରେ ପ୍ରଶଂସା କରିବା ସହ ଦଳର ଗୁରୁ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି । ସଂଗଠନ ସମ୍ପାଦକ ହେବା ପରେ ପ୍ରଣବଙ୍କ ପାଇଁ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ଏସିଡ଼ ଟେଷ୍ଟ । ଦଳକୁ ଉଭୟ ଆସନରେ କିପରି ବହୁ ବ୍ୟବଧାନରେ ବିଜୟ କରାଯିବ ସେଥିଲାଗି ପ୍ରଣବ ଉପ ନିର୍ବାଚନରେ ବିଜୟ ପ୍ଲାନ କାମ ଆରମ୍ଭ କରିଛନ୍ତିି । ଉଭୟ ନିର୍ବାଚନରେ ନେତାଙ୍କ ଦାୟିତ୍ୱ ବଣ୍ଟନ ମୁଖ୍ୟମନ୍ତ୍ରୀ କରିବା ପରେ ଗ୍ରାଉଣ୍ଡରେ ଏହି ନେତାମାନଙ୍କ ସହ ରୀତିମତ ଯୋଗାଯୋଗ କରି ସଭିଁଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଣବ ନିର୍ବାଚନ କାର୍ଯ୍ୟକୁ ସଫଳ କରିବା ସହ ବିଜେଡ଼ି ପ୍ରାର୍ଥୀଙ୍କ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିବା ପାଇଁ ସମରସଜା କରିଛନ୍ତି । ସବୁବେଳେ ପରଦା ପଛରେ ରହି କାମ କରୁଥିବା ପ୍ରଣବ ପ୍ରଚାର,ରଣନୀତି ଦାୟିତ୍ୱରେ ଥିବା ନେତାଙ୍କ ସହ ଭଲମନ୍ଦ ଆଲୋଚନା କରିବା ସହ ଓ ଉଭୟ ନିର୍ବାଚନୀ କ୍ଷେତ୍ରର ସ୍ଥାନୀୟ ମଙ୍ଗୁଆଳ ସହ ୱାନ ଟୁ ୱାନ ଆଲୋଚନା କରନ୍ତି । ପ୍ରତ୍ୟେକ ଘରୁ କିପରି ଭୋଟ ବିଜେଡ଼ିକୁ ଆସିବ ତାହାର ରଣନୀତି ବି ସେ ପ୍ରସ୍ତୁତ କରିଥାନ୍ତି । ବିଶେଷକରି ଲୋକଙ୍କ ସମସ୍ୟା ଓ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ କିପରି ଲୋକମାନେ ଭଲଭାବେ ଅବଗତ ହେବେ ତାହା ଉପରେ ସେ ଗୁରୁତ୍ୱ ଦିଅନ୍ତି । ତାଙ୍କର ସଫଳ ରାଜନୈତିକ ଗୋଟି ଚାଳନ ଯୋଗୁଁ ନିର୍ବାଚନ ସମୟରେ ସ୍ଥାନୀୟ ଅଂଚଳର ବହୁ ପ୍ରଭାବଶାଳୀ ନେତା,କର୍ମୀ ବିଜେଡ଼ିରେ ସାମିଲ ହୁଅନ୍ତି । ଯାହା ପୂର୍ବ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଆଉ ଏବେ ବାଲେଶ୍ୱର ଓ ତିର୍ତ୍ତୋଲରେ ଦେଖିବାକୁ ମିଳୁଛି । ତେଣୁ ଏଥର ବିଜୟ ନୁହେଁ, କେମିତି ଅଧିକ ବ୍ୟବଧାନରେ ବିଜେଡ଼ି ବିଜୟ କରିବ ସେ ଚିନ୍ତା ତାଙ୍କୁ ଘାରିଛି । ପ୍ରଣବଙ୍କ ରଣନୀତିରେ ବିରୋଧୀ ଶିବିର ଥରହର ହୁଅନ୍ତି । ପରାଦା ପଛରେ ରହି ସେ ଯେପରି ରାଜନୀତିର ଚତୁର ଗୋଟି ଚାଳନା କରନ୍ତି ସେଥିରେ ବିରୋଧୀ ଘାଇଲା ହୁଅନ୍ତି । ବିଜେପୁର ଉପ ନିର୍ବାଚନ ଫଳାଫଳା ସମସ୍ତଙ୍କୁ ଚକମା ସେ ଦେଇ ଟେନସନ ଦେଇଛି । ଗତ ନିର୍ବାଚନରେ ତିତ୍ତୋଲରେ ବିଜେଡ଼ି ନେତା ସ୍ୱର୍ଗତ ବିଷୁ ଦାସ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ କରିଥିଲେ । ତେଣୁ ଏଥର ଏହି ବ୍ୟବଧାନ କିପରି ଅଧିକ ହେବ ସେଥିଲାଗି ବିଜେଡ଼ି କାମ କରୁଛି । ସେହିପରି ବାଲେଶ୍ୱର ସଦର ଆସନରେ ବିଜେଡିି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୩ ହଜାର ଭୋଟରେ ପରାଜିତ ହୋଇଥିଲେ ଗତ ନିର୍ବାଚନରେ । ତେଣୁ ଉପ ନିର୍ବାଚନରେ ବାଲେଶ୍ୱର ସଦର ଆସନ କିପରି ବିଜେଡ଼ି ଅକ୍ତିଆର କରିବ ଓ ୧୫ ହଜାରୁ ଅଧିକ ବ୍ୟବଧାନରେ ଜିତିବ ସେ ନେଇ ଦଳୀୟ ନେତା ଓ କର୍ମୀଙ୍କୁ ପୁସଅଫ କରୁଛନ୍ତି ପ୍ରବଣ । ବିଜେଡ଼ି ନବୀନଙ୍କ ୨୦ ବର୍ଷୀ ସଫଳତା ନେଇ ଭୋଟରଙ୍କ ପାଖକୁ ଯାଇଛି । ସେହିପରି ବିଜେପି ୬ବର୍ଷର କେନ୍ଦ୍ରର ମୋଦି ସରକାରଙ୍କ ସଫଳତା ନେଇ ଭୋଟର ପାଖକୁ ଯାଇଛି । କଂଗ୍ରେସ କିନ୍ତୁ ଉଭୟ ଦସଳର ବିଫଳତାକୁ ନେଇ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଛି । ତେବେ ଏହାରି ଭିତରେ ବିଜେଡ଼ି ନିର୍ବାଚନ ପରିଚାଳନାର ଚାଣକ୍ୟ ସାଜିଥିବା ପ୍ରଣବଙ୍କ ବି ପ୍ଲାନ ଏବେ ଚାରିଆଡ଼େ ଚର୍ଚ୍ଚା ।

ଅରୁଣଙ୍କ ଗାନ୍ଧିଗିରୀ………

ଭୁବନେଶ୍ୱର : ବିଭିନ୍ନ ସମୟରେ ନିଜର ସକାରାତ୍ମକ ଭୂମିକାକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ମନ୍ତ୍ରୀ ଅରୁଣ ସାହୁ । କେବେ ନୂଆବର୍ଷରେ ସମାଜ ସୁଧାରିବା ଦିଗରେ  କବିତା ଲେଖି ତ କେବେ ସ୍ୱାସ୍ଥ୍ୟ ସମ୍ପର୍କୀୟ ଟିପ୍ପ , ସ୍ଵଛତା ଓ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଉଦ୍ୟମ କରନ୍ତି । ଏଥର କିନ୍ତୁ ସେ ଅହିଂସା ଓ ଶାନ୍ତିର ପ୍ରସାର ଓ ପ୍ରଚାରକୁ ଗୁରୁତ୍ୱ ଦେଇଛନ୍ତି । ଗାନ୍ଧୀଙ୍କ ନୀତି ଆଦର୍ଶକୁ ଘରେ ଘରେ ପହଞ୍ଚେଇବା ପାଇଁ ଏବେର ପିଢ଼ି ଗାନ୍ଧିବାଦ ଠାରୁ ଦୂରେଇ ଯାଉଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ କିନ୍ତୁ ଯୁବ ପିଢିଙ୍କୁ ଏ ଦିଗକୁ ଫେରେଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହିଂସା ନୁହେଁ ଅହିଂସା ମାଧ୍ୟମରେ ସବୁ କିଛି ହାସଲ କରିହେବ ଗାନ୍ଧୀଙ୍କ ଏହି ମହାନ ବାର୍ତାକୁ ଯୁବ ପିଢୀଙ୍କ ଆତ୍ମବିଶ୍ବାସ ସୃଷ୍ଟି କରିବା ପାଇଁ ପ୍ରତିମାସ ପ୍ରଥମ ରବିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବ ଆଇକନ ତଥା ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଗାନ୍ଧି ଡିଭିଜନ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଗାନ୍ଧିଙ୍କ ଜୀବନ ଓ ଆଜିର ଦିନରେ ତାର ପ୍ରାସଙ୍ଗିକତା ସମ୍ପର୍କରେ ଯୁବ ପିଢିଙ୍କୁ ବାର୍ତା ଦେବେ ସେ । ବିଶେଷ କରି ଆଜିର ଯୁବ ପିଢ଼ି ଯେପରି ଭାବରେ ପଥ ଭ୍ରଷ୍ଟ ହେଉଛନ୍ତି ତାଙ୍କୁ ବାଟକୁ ଆଣିବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଏପରି ପ୍ରୟାସ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ । ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେତେବେଳେ ବିଭିନ୍ନ କାର୍ଯ୍ୟକ୍ରମ ନିଜ ହାତକୁ ନେଇଛନ୍ତି ସେତେବେଳେ ଅରୁଣଙ୍କ ଏହି ଗାନ୍ଧୀ ଡିଭିଜନ ୧୫୦ ତମ ଜନ୍ମ ଜୟନ୍ତୀକୁ ବାସ୍ତବ ରୂପେ ପ୍ରତିଫଳିତ କରିବ । ଯୁବ ନେତା ଭାବରେ ଯୁବକମାନଙ୍କୁ ଉଚିତ୍ ମାର୍ଗରେ  ନେବା ପାଇଁ ମନ୍ତ୍ରୀଂକ ଏପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ରାଜଧାନୀରୁ ଉପାନ୍ତ ଅଞ୍ଚଳର ଗାଁ ଯାଏଁ ଏହି  ଗାନ୍ଧି  ଡିଭିଜନ ପହଞ୍ଚେଇବା ପାଇଁ  ମନ୍ତ୍ରୀ ଅରୁଣ ସାହୁ ଚେଷ୍ଟା କରିଛନ୍ତି ।

ବିଜେଡି ପାଇଁ ଭୋଟ ମାଗିବେ ଦାମ………

ଭୁବନେଶ୍ୱର : ତିର୍ତୋଲ ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ ପାଇଁ ଦାମ ପ୍ରଚାର ମଇଦାନକୁ ଓହ୍ଲାଇବେ ।ବିଜେଡି ପାର୍ଥୀ ତଥା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିବେ ।ଆସନ୍ତାକାଲି ସେ ତିର୍ତୋଲ ଯିବେ ,ସବୁଠାରୁ ବଡକଥା ହେଉଛି କୈଣସି ରାଜନୈତିକ ବ୍ୟାନର ରେ ସେ ପ୍ରଚାର କରିବେ ନାହିଁ ,କିନ୍ତୁ ବିଜେଡି ପାର୍ଥୀ ପାଇଁ ଭୋଟ ମାଗିବେ । ଉପନିର୍ବାଚନ ରେ ଫଳାଫଳ ଶାସକ ଦଳ ସପକ୍ଷରେ ଯିବ ବୋଲି ଦାମ କହିଛନ୍ତି ।କାରଣ ନବୀନ ପଟ୍ଟନାୟକ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଅଛନ୍ତି ,ବିଷ୍ଣୁ ଦାସ ମଧ୍ୟ ସେଠାରେ ବିଧାୟକ ଥିଲା ତେଣୁ ବିକାଶ ମୂଳକ କାର୍ଯ୍ୟ ଅଧିକ ହେବ ଯଦି ବିଜେଡି ବିଜୟ ହେବ ବୋଲି ଦାମ ଯୁକ୍ତି ବାଢିଛନ୍ତି ।ତେଣୁ ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ଜନତା ବିଜେଡି କୁ ଭୋଟ ଦିଅନ୍ତୁ ବୋଲି ସେ କହିଛନ୍ତି ।

କଂଗ୍ରେସର ଜୋରଦାର ପ୍ରଚାର…………

ଭୁବନେଶ୍ୱର : ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ସଅଁରା ପଞ୍ଚାୟତରେ କଂଗ୍ରେସର ଐତିହାସିକ ନିର୍ବାଚନ ସଭା ପୂର୍ବତନ ସରପଞ୍ଚ ବିକ୍ରମ ସ୍ବାଇଁ(ମୁନା ଭାଇ)ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି।
ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଆହ୍ୱାନ କରିଥିଲେ।
ବରିଷ୍ଠ କଂଗ୍ରେସ ନେତା ସାରଦା ଚରଣ ସ୍ବାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି,ପିସିସି ମୁଖପତ୍ର ସତ୍ୟ ପ୍ରକାଶ ନାୟକ,ପୂର୍ବତନ ପିସିସି ଉପ ସଭାପତି ଶୁଭେନ୍ଦୁ ମହାନ୍ତି,ପିସିସି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସମ୍ମାନ ଓ ସ୍ବାଭିମାନ ପାଇଁ କଂଗ୍ରେସ ଦଳକୁ ବିଜୟୀ କରିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ଏହି ସଭାରେ ସଂଅରା ପଞ୍ଚାୟତର ସରପଞ୍ଚ ସମ୍ମିତା ଦାସ,ସମିତି ସଭ୍ୟ ଜୟୀରାମ ମଲ୍ଲିକ, କଂଗ୍ରେସ ନେତା ଜିତେନ୍ଦ୍ର କୁମାର ଖୁଣ୍ଟିଆ, ନୃସିଂହ ରାଉତ,ପ୍ରଦୀପ୍ତ ଶତପଥୀ, ଜୋର୍ତିମୟୀ ବିଶ୍ବାଳ, ଅଜୟ ଷଡଙ୍ଗୀ, ପ୍ରକାଶ ବେହେରା, ପ୍ରମୋଦ ବେହେରା, ବୈଦନାଥ ସ୍ବାଇଁ, ବାବୁଲା ବ୍ରହ୍ମା, ବିକ୍ରମ ଦାସ, ପ୍ରଶାନ୍ତ ଭୂଆଁ,ବିଶ୍ବନାଥ ସ୍ବାଇଁ, ସୁକଦେବ ମହାନ୍ତି, ନାରାୟଣ ଜେନା, ପ୍ରଭାତ ଦାସ, ଦେବୁନି ନାୟକ, ସହଦେବ ବାରିକ,ମାନସ ବେହେରା, ପ୍ରଶାନ୍ତ ଜେନା, ଲିପୁ ସ୍ବାଇଁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ କଂଗ୍ରେସ କର୍ମୀ ମାନେ ଯୋଗ ଦେଇ କଂଗ୍ରେସ ଦଳକୁ ବିଜୟୀ କରିବା ପାଇଁ ସପଥ ନେଇଥିଲେ।

ନୀଳାଚଳ ଇସ୍ପାତ ବିକ୍ରିପାଇଁ ବି.ଜେ.ଡି ଓ ବି.ଜେ.ପି ଏକାଠି

ଭୁବନେଶ୍ୱର : ଓଡ଼ିଶା ଶିଳ୍ପ ଜଗତର ଏକ ମାଇଲଖୁଣ୍ଟ ରୂପେ ପରିଚିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ କମ୍ପାନୀକୁ ବିକ୍ରି କରିବା ପାଇଁ ବିଜେଡ଼ି ଓ ବିଜେପି କରିଥିବା ମସୁଧାକୁ ଘୋର ନିନ୍ଦା ଓ ସମାଲୋଚନା କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ, ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ ନୀଳାଚଳ ଇସ୍ପାତ ନିଗମର ବିକ୍ରି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ ଯେ ତଳସ୍ତରରେ ଯଦିଓ ଲୋକ ଦେଖାଣିଆ ଭାବରେ ବିଜେଡ଼ି-ବିଜେପି ନିଜ ନିଜ ଭିତରେ ବେଶ୍ କଳିର ନାଟକ ଦେଖାଉଛନ୍ତି, ତେବେ ରାଜ୍ୟର ଖଣି, ଜମି, ପାଣି, କଳ କାରଖାନା ବିକ୍ରିପାଇଁ ଦୁହେଁ ଏକାଠି ଓ ସହମତ । ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପି ପାଖରେ କେଉଁ ଉଦ୍ଦେଶ୍ୟରେ ଆତ୍ମ ସମର୍ପଣ କରିଛି ତାହା ଆଦୌ ବୁଝା ପଡ଼ୁନାହିଁ । ରାଜ୍ୟର ସ୍ୱାର୍ଥକୁ ବଳିଦେଇ, ନିଜ ନିଜ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଲାଗିଛନ୍ତି । ରାଜ୍ୟର ଏକ ଲାଭଦାୟକ କାରଖାନା- ନୀଳାଚଳ ଇସ୍ପାତ ସଂପର୍କୀୟ ଚୁକ୍ତିପତ୍ରରୁ ଏକଥା ସ୍ପଷ୍ଟ ଅନୁମେୟ । ଗତ ଅଗଷ୍ଟ ୨୭ ତାରିଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ନିଳାଚଳ ନିଗମର ଅଂଶ ବିକ୍ରି ପାଇଁ ଯେଉଁ ବିକଳିଆ ଭାବ ଦେଖାଯାଇଥିଲା, ତାହା ସେହି ଦିନର ଅଫିସ୍ ମେମୋରେଣ୍ଡମ ରୁ ସ୍ପଷ୍ଟ ଜଣାପଡ଼େ । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲ ଓ ହାରଦୀପ୍ ସିଂହ ପୁରୀ ଙ୍କ ସହିତ ରାଜ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଆଦି ଅଗଷ୍ଟ ୧୩ ତାରିଖ ୨୦୨୦ରେ ଅପରାହ୍ନ ୪ଟା ବେଳେ ଯୋଗଦେଇ ନୀଳାଚଳର ଅଂଶଧନ ବିକ୍ରିପାଇଁ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏ ମଧ୍ୟରେ ଆଉ ଏକ ପାଦ ଆଗେଇ ଯାଇ ବିକ୍ରିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଲାଣି । ମୁଖ୍ୟ ଶାସନ ସଚୀବଙ୍କ ଏ ସଂପର୍କରେ ଅତ୍ୟଧିକ ବ୍ୟଗ୍ରତା ମଧ୍ୟ ସ୍ପଷ୍ଟ ବାରି ହୋଇଯାଉଛି । ଯେଉଁଥିରେ ସେ କହିଛନ୍ତି ଯେ ଏହି କାରଖାନାର ମୂଲ୍ୟବାନ ଖଣି, ଜଳ ଯୋଗାଣ, ମୂଲ୍ୟବାନ ଜମି ଓ ଉତମ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ହୋଇସାରିଛି । ଏହାକୁ ବିକ୍ରି କରି ଦେବା ନିମନ୍ତେ ଏହାହିଁ ପ୍ରକୃତ ସମୟ । ଏହାକୁ ମିଳିଥିବା ଖଣି କାର୍ଯ୍ୟ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା । ଏହି କାରଖାନାର ସବୁଠାରୁ ବଡ଼ ସଂପଦ ହେଉଛି ୮୭୪.୨୯ ହେକ୍ଟର ପରିମିତ ଖଣି ଯେଉଁଥିରେ ୧୧୦ ମିଲିଅନ ଟନ୍ ଲୁହାପଥର ଗଚ୍ଛିତ ଅଛି ଏବଂ ଏହି ପଥରରେ ଲୌହ ଅଂଶ ୬୫% ରୁ ଅଧିକ । ଏହି ଖଣି ଲିଜ୍‌ର ଅବଧି ୫୦ ବର୍ଷ ଥିଲେ ମଧ୍ୟ ଅଳ୍ପ କିଛି ଦିନ ତଳେ ଏହାକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି । ଏହି ଖଣିରୁ ୧୦.୮.୨୦୧୯ ରେ ପ୍ରଥମ ଉତୋଳନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାହିଁ ଘରୋଇ କମ୍ପାନୀମାନଙ୍କ ପାଇଁ ସର୍ବୋତମ ଲୋଭନୀୟ ଆକର୍ଷଣ ସାଜିଛି । ରାଜ୍ୟକୁ ଉପଯୁକ୍ତ ମୂଲ୍ୟ ମିଳୁ ବା ନମିଳୁ, ବିଜେଡ଼ି ଓ ବିଜେପି ନେତାଙ୍କୁ ବେଶ୍ ଭଲ କମିଶନି ନିଶ୍ଚୟ ମିଳିବ । ଏହି କମିଶନି ବଂଟାବଂଟିରେ ବିଜେଡ଼ି ଓ ବିଜେପି ଏକାଠି କାରଖାନା ନାମରେ ଖଣି ହାତେଇବେ ଓ କାରଖାନା ବନ୍ଦ ହେବ । ନୀଳାଚଳ ଇସ୍ପାତ ନିଗମରେ ବର୍ତମାନ କାର୍ଯ୍ୟକରୁଥିବା ୫ହଜାରରୁ ଉର୍ଦ୍ଧ କର୍ମଚାରୀ ଛଟେଇ ହେବାର ଆଶଙ୍କା ଦେଖାଦେଇଛି । ଜାଣିସୁଣି ସରକାର ନୀଳାଚଳ ଇସ୍ପାତ ନିଗମର ଉତ୍ପାଦନକୁ ବିଗତ କିଛି ମାସ ହେଲାଣି ବନ୍ଦକରି ଦେଇଛନ୍ତି । ସେଠାରେ କାର୍ଯ୍ୟକରୁଥିବା ହଜାର ହଜାର କର୍ମଚାରୀ ମାସ ମାସ ଧରି ଦରମା ନପାଇ କରୋନା ମହାବିପତି ସମୟରେ ହନ୍ତସନ୍ତ ହେଉଛନ୍ତି । ଏମାନଙ୍କ ବିଷୟରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ଜାଣିସୁଣି ନୀରବ ରହିବା ଅତ୍ୟନ୍ତ ଦୁଭାର୍ଗଜନକ । ପ୍ରଧାନମନ୍ତ୍ରୀଙ୍କ ଲୋକାଲରୁ ଭୋକାଲ ହୋଇ ଗ୍ଲୋବାଲ ହେବାର ଆହ୍ୱାନ ଯେ ଏକ ତୁଛା ନିରୋଳା ଧୂଆଁବାଣ ଏକଥା ନୀଳାଚଳ ଇସ୍ପାତ ନିଗମର ବିକ୍ରିପାଇଁ ନିଆଯାଇଥିବା ନିଷ୍ପତିରୁ ସ୍ପଷ୍ଟ ହୋଇଅଛି ।
ଏହି କାରଖାନା ଚଳାଇଲେ ନିଜର ଖଣି (ଉବକ୍ଟ୍ରସଗ୍ଧସଙ୍ଖର ଗସଦ୍ଭରଗ୍ଦ) ଏବଂ ଉନ୍ନତ ମାନର ଇନ୍‌ଫ୍ରାଷ୍ଟକ୍‌ଚର ହେତୁ ଅତ୍ୟନ୍ତ ଲାଭ ମିଳିବ । ରାଜ୍ୟ ସରକାର ଓ.ଏମ୍‌.ସି. ଜରିଆରେ ଏମ୍‌.ଏମ୍‌.ଟି.ସି ର ଅଂଶଧନ ୪୯.୭୮ % କାହିଁକି କିଣୁ ନାହାନ୍ତି । ରାଜ୍ୟର କେଉଁ ବୃହତର ସ୍ୱାର୍ଥପାଇଁ ରାଜ୍ୟ ସରକାର କେନ୍ଦ୍ର ସହିତ ନୀଳାଚଳ ଇସ୍ପାତର ବିକ୍ରି ପାଇଁ ରାଜି ହେଲେ ସେ କଥା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଶ୍ରୀ କାନୁନ୍‌ଗୋ ଆହ୍ୱାନ ଦେଇଥିଲେ । ରାଜ୍ୟର ମୁଖ୍ୟ ଶାସନ ସଚୀବ କେନ୍ଦ୍ରର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ରାଜ୍ୟ ସରକାର ସମର୍ଥନ କରନ୍ତି ବୋଲି ଉକ୍ତ ଉଚ୍ଚସ୍ତରୀୟ ବୈଠକରେ କହଥିଲେ ଯାହାକି ସଂପୂର୍ଣ୍ଣ ଭାବରେ ରାଜ୍ୟର ସ୍ୱାର୍ଥ ବିରୋଧି । ନୀଳାଚଳ ଇସ୍ପାତ ନିଗରେ- ଗଗଞଉ ରୁ ୪୯.୭୮ %, ଙଗଉ ରୁ ୨୦.୪୭%, ଓଚଉଙଖ ରୁ ୧୨%, ଘଗଊଉ ରୁ ୧୦%, ଈଷରକ୍ଷ, ଗରମକ୍ଟଦ୍ଭ ଌ ଙଗ୍ଧଷରକ୍ସଗ୍ଦ ୭.୬୫% ର ଅଂଶଧନ ରହିଅଛି । ୧୯୮୨ ମସିହାରେ କଂଗ୍ରେସ ସରକାର ସମୟରେ କାରଖାନା ଆରମ୍ଭ ହୋଇଥିଲା ଏବଂ ୧୯୯୫ ମସିହାରୁ ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ଉତ୍ପାଦନ ଆରମ୍ଭ ହୋଇଥିଲା । ଗଗଞଉ କେନ୍ଦ୍ର ଅଧିନସ୍ଥ ଏକ ସଂସ୍ଥା ତେବେ କେନ୍ଦ୍ର ଅଧିନରେ ଥିବା ଝବସକ୍ଷ କୁ ବିକ୍ରି କରିବାକୁ ପ୍ରାଥମିକତା ଦେଲେ ନାହିଁ କାହିଁକି? ନୀଳାଚଳ ଇସ୍ପାତ ନିଗମକୁ ‘ଝବସକ୍ଷ’ ଭଳି ଓଡ଼ିଶାରେ କାର୍ଯ୍ୟକରୁଥିବା ଏକ ରାଷ୍ଟ୍ରାୟତ ଉଦ୍ୟୋଗ ନିଜ ହାତକୁ ନେବା ଉଚିତ୍ ହୋଇଥାନ୍ତା । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହିକିଯେ ଏ ବିଷୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣରୂପେ ନୀରବ ରହିଛନ୍ତି । ଏହାର ଉତର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କ ଆଗରେ ରଖିବା ଉଚିତ୍ । ଅଂଶଧନ ବାବଦରେ ସରକାରଙ୍କୁ ପାଖାପାଖି ୪ ହଜାର କୋଟି ଟଙ୍କା ଦେବାକୁ ହେବ । ତାହା କ’ଣ ଙଗଉ ଦେଇ ପାରିବ ନାହିଁକି? ରାଜ୍ୟ ସରକାର ନୀଳାଚଳ ଇସ୍ପାତ ଭଳି ଏତେବଡ଼ କାରଖାନାକୁ ଚଳେଇବା ପାଇଁ କ’ଣ ଋଣ ଓ ଗ୍ୟାରେଣ୍ଟର ବ୍ୟବସ୍ଥା କରିପାରିବେ ନାହିଁ ? ଏହାହିଁ ଆଜି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତର ରାଜ୍ୟବାସୀଙ୍କୁ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ଲାଭଦାୟକ କଳ କାରଖାନା ବିକ୍ରି କରୁଛନ୍ତି ଓ ବେକାରୀ ବଢ଼ାଉଛନ୍ତି, ହେଲେ ତିର୍ତୋଲ ଆଉ ବାଲେଶ୍ୱରରେ ଉନ୍ନତି ପାଇଁ ପ୍ରତଶୃତି ଢ଼ାଳୁଛନ୍ତି । ଏହାଠାରୁ ଅଧିକ ବିଡ଼ମ୍ବନାର ବିଷୟ କ’ଣ ହୋଇପାରେ? ରାଜ୍ୟ ସରକାର ଏ ସଂପର୍କିତ ଏକ ସ୍ପଷ୍ଟିକରଣ ରାଜ୍ୟବାସୀଙ୍କ ପାଖରେ ରଖିବା ଉଚିତ୍ ।

ବାଲେଶ୍ୱରର ବିକାଶ ଦାୟିତ୍ୱ ମୋର : ନବୀନ

()ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଉପନିର୍ବାଚନ ପାଇଁ ଭରଚୁଆ ପ୍ରଚାର କରିଛନ୍ତି । ବାଲେଶ୍ଵରର ବିକାଶ ଦାୟିତ୍ୱ ସେ ନେଉଛନ୍ତି ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେ କହିଛନ୍ତି ଯେ, ଆଜିର ଦିନଟିକୁ ଆମେ ଓଡିଶାବାସୀ କେବେବି ଭୁଲି ପାରିବା ନାହିଁ । ଆଜିକୁ ୨୧ ବର୍ଷ ତଳେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟା ଉପକୂଳ ଓଡିଶାକୁ ଛାରଖାର କରିଦେଇଥିଲା । ଓଡିଶାର ଅର୍ଥନୀତି, ଭିତ୍ତିଭୂମି ସବୁକିଛି ନଷ୍ଟ ହୋଇଯାଇଥିଲା । ଓଡିଶାବାସୀଙ୍କର ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ମୁଣ୍ଡ ଟେକି ଉଠିଛି, ବିକାଶ ପଥରେ ଆଗକୁ ବଢୁଛି ।

ଆଜି ଓଡିଶା Disaster Management ରେ ସାରା ବିଶ୍ୱ ପାଇଁ Model ହୋଇପାରିଛି । ଲୋକଙ୍କ ଜୀବନର ସୁରକ୍ଷା ସବୁବେଳେ ଆମର Priority ରହିଛି । 2013 ର Phailin ବାତ୍ୟା ସମୟରେ ଆମେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିରପଦ ସ୍ଥାନକୁ ନେଇ ଯାଇଥିଲୁ । ଓଡିଶାର ଏହି ସଫଳତାକୁ United Nations ବହୁତ Appreciate କରିଥିଲା ।

ବନ୍ୟା, ବାତ୍ୟା ବା ମହାମାରୀ ସବୁବେଳେ ଲୋକଙ୍କ ଜୀବନର ସୁରକ୍ଷା ଉପରେ ମୁଁ ଗୁରୁତ୍ୱ ଦେଇଆସିଛି । ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେ କି ସବୁ ଲୋକଙ୍କୁ ମାଗଣାରେ Covid ଚିକିତ୍ସା ଯୋଗାଇ ଦେଇପାରୁଛି । ଆମ ରାଜ୍ୟରେ ସଂକ୍ରମଣ କମିଛି । Recovery Rate ବଢୁଥିବା ବେଳେ Death Rate ଦେଶରେ ସବୁଠାରୁ କମ୍‌ । ଆମର Covid ଯୋଦ୍ଧାଙ୍କ ନିଷ୍ଠା ଏବଂ ଆପଣମାନଙ୍କ ସହଯୋଗ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି । ଆମର Covid Management କୁ World Health Organisation ମଧ୍ୟ Appreciate କରିଛି ।
ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି । ଆଜି ଯଦି ମୁଁ ବାଲେଶ୍ୱର ଯାଇଥାନ୍ତି ତେବେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ । ମୋ ପାଇଁ ଜଣେ ବି କେହି ବିପଦରେ ପଡୁ ଏହା ମୁଁ କେବେ ଚାହେଁ ନାହିଁ । ସେଥିପାଇଁ ମୁଁ ଆଜି Video Conference ରେ ଆପଣମାନଙ୍କୁ ଭେଟୁଛି । Corona ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି ।

ବାଲେଶ୍ୱର ଉତ୍ତର ଓଡିଶାର ଏକ ମୁଖ୍ୟ ସହର । ବାଲେଶ୍ୱରରେ ଫକୀରମୋହନ University ସହିତ ରାଜ୍ୟ ସରକାର ଏକ ନୂଆ Government Medical College କରିଛନ୍ତି । ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବାଲେଶ୍ୱରର ବିକାଶକୁ Next Level କୁ ନେବା ପାଇଁ ମୁଁ ଚାହେଁ ।

ବସ୍ତିରେ ରହୁଥିବା ଗରୀବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁବିଧା ଉପରେ ମୁଁ ସବୁବେଳେ ଯୋର ଦେଇ ଆସିଛି । ନିକଟରେ ଆମେ ଏଇ ବାଲେଶ୍ୱରରୁ ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ପ୍ରତି ବସ୍ତିକୁ ଭଲ ରାସ୍ତା, ଭଲ ପିଇବା ପାଣି, ବିଜୁଳି ଓ ଅନ୍ୟ ସୁବିଧାର ବିକାଶ କରାଯାଉଛି । ପ୍ରତି ବସ୍ତିକୁ ଗୋଟିଏ ଗୋଟିଏ ଆଦର୍ଶ କଲୋନୀ କରାଯାଉଛି । ସେହିପରି ଗରୀବ ଲୋକଙ୍କୁ ଭୂମି ଅଧିକାର ମଧ୍ୟ ଦିଆଯାଇଛି ।
ସେହିପରି ଗଁାରେ ରହୁଥବା ଭୂମୀହୀନ ଗରିବଙ୍କୁ ଜମି, ଘର କଚ୍ଚା ଘରକୁ ପକ୍କା ଘର, ଜମିକୁ ପାଣି, ଗଁାରେ ରାସ୍ତା, ବିଜୁଳି ଓ ଭଲ ପିଇବା ପାଣି ମୋର Special focus ରହିବ।

ଆମର Mission Shakti ର ମାଆ ମାନେ Covid Management ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ଆମର ମାଆ ମାନଙ୍କର ଉନ୍ନତି ମୋତେ ବହୁତ ଖୁସି ଦେଇଥାଏ । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣମାନେ ଭଲ କାମ ଜାରି ରଖନ୍ତୁ ।

ବାଲେଶ୍ୱର ଆସିଲେ ମୋର ସବୁଠୁ ଆଗ ମନେପଡେ ଫକୀରମୋହନ ସେନାପତିଙ୍କ କଥା । ସେ ହେଉଛନ୍ତି ମୋ ପ୍ରିୟ ଲେଖକ । ତାଙ୍କର ରେବତୀ ଗଳ୍ପ ମୋତେ ସବୁଠୁ ଭଲ ଲାଗେ । ସେହିପରି ଆଉ ଦୁଇଜଣଙ୍କ କଥା ମଧ୍ୟ ମନେପଡେ । ସେମାନେ ହେଉଛନ୍ତି ବିଜୁବାବୁ ଓ Dr. A.P.J. Abdul Kalam ।

ଡକ୍ଟର ଅବଦୁଲ କାଲାମ ଯେତେବେଳେ ବିଜୁବାବୁଙ୍କୁ ଭେଟୁଥିଲେ ସବୁବେଳେ ବିଜୁବାବୁ ଗୋଟିଏ କଥା କହୁଥିଲେ, “ଡକ୍ଟର କାଲାମ, ଆପଣ ଚାନ୍ଦିପୁରରେ ଏଭଳି ମିଜାଇଲ ତିଆରି କରନ୍ତୁ ଯାହାକି ଚାଇନାକୁ ମଧ୍ୟ ଡରାଇ ପାରିବ” ।

ଆପଣ ଜାଣନ୍ତି ୧୯୯୩ ରେ ବିଜୁବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଚାନ୍ଦିପୁରରୁ First Land to Land Missile Pruthi Missile Test କରାଯାଇଥିଲା ଏବଂ ଏହା A.P.J. Abdul Kalam Island ରେ ପଡିଥିଲା । ଏବେ ଯେତେବେଳେ ବି ବାଲେଶ୍ୱରରୁ Missile Test କରାଯାଉଛି ସେତେବେଳେ ଏହି ଦୁଇ ମହାନ ଦେଶଭକ୍ତ ବିଜୁବାବୁ ଓ Dr. A.P.J. Abdul Kalam ଙ୍କ କଥା ହିଁ ମୋ ମନକୁ ଆସିଥାଏ ।

ମୋର ବିଶ୍ୱାସ ଭାରତ Missile କ୍ଷେତ୍ରରେ ଦିନେ Super Power ହେବ ଏବଂ ବାଲେଶ୍ୱରର ସୁନାମ ସାରା ବିଶ୍ୱରେ ପହଞ୍ଚିବ । ଆପଣମାନେ ଜାଣନ୍ତି ସାଧାରଣ ନିର୍ବାଚନ ଆଉ ତିନି ବର୍ଷ ରହିଲା । ଏହି ତିନି ବର୍ଷ ମଧ୍ୟରେ ବହୁତ କାମ କରାଯାଇ ପାରିବ । ବିଜେପୁର ପରି ବାଲେଶ୍ୱରର ବିକାଶ ଦାୟୀତ୍ୱ ମୁଁ ନିଜେ ବୁଝିବି ଏବଂ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
ମୋର ବିନୀତ ଅନୁରୋଧ ଆପଣମାନେ Covid Infection କୁ ଆଖି ଆଗରେ ରଖି ସାବଧାନ ହୋଇ ଭୋଟ କେନ୍ଦ୍ରକୁ ଯାଆନ୍ତୁ । ଆପଣଙ୍କ ଜୀବନ ଆପଣଙ୍କ ପରିବାର ପାଇଁ ତଥା ମୋ ପାଇଁ ବହୁତ ମୂଲ୍ୟବାନ ।
ଆପଣମାନଙ୍କୁ ଅନୁରୋଧ ଏହି ଉପ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଆଶିର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ । ପୁଣି ଥରେ ଅନୁରୋଧ, ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ ।

ପୁଣି ସମ୍ ହସ୍ପିଟାଲର ସଫଳତା : ଯୋଡି ହେଲା କଟି ଯାଇଥିବା ଅଙ୍ଗୁଳି

ଭୁବନେଶ୍ୱର : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତେ୍ରାପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀ ବିଭାଗର ସର୍ଜନ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଫଳ ଅସ୍ତେ୍ରାପଚାର ଯୋଗୁଁ ରିତିସ୍ର କଟା ଆଙ୍ଗୁଠି ଯୋଡି ହୋଇପାରିଛି ।

ଗତ ଅଗଷ୍ଟ ୩୧ ତାରିଖ ଦିନ ନିଜ ଘରର ଲୁହା ଗେଟଟିକୁ ବନ୍ଦ କରୁଥିବା ସମୟରେ ହଠାତ୍ ଗେଟ ଫାଙ୍କରେ ଡାହାଣ ହାତର ବିଶି ଆଙ୍ଗୁଠିଟି ପଶିଯାଇ ପାପୁଲିରୁ ସମ୍ପୁର୍ଣ୍ଣ ଅଲଗା ହୋଇଯାଇଥିଲା । ବାପା ରାମଚନ୍ଦ୍ର ବେହେରା ସଂଗେ ସଂଗେ କଷ୍ଟରେ ଜର୍ଜରିତ ଥିବା ପୁଅ ସହିତ କଟା ଅଙ୍ଗୁଳି ଟିକୁ ଧରି ଚିକିତ୍ସା ପାଇଁ କେତେକ ଘରୋଇ ହସ୍ପିଟାଲ୍କୁ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ସେ ସମ୍ ହସ୍ପିଟାଲର ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀ ବିଭାଗକୁ ଚିକିତ୍ସା ନିମନ୍ତେ ପୁଅକୁ ଆଣିଥିଲେ ।

ଡଃ ସୁଶାନ୍ତ କୁମାର ମିଶ୍ରଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡଃ ମିଶ୍ରଙ୍କ ତତ୍ୱାବଧାନରେ ଏକ ୫ ଜଣିଆ ଟିମ୍ ବାଳକଟିର ଅଙ୍ଗୁଳିର ମାଇକ୍ରୋସର୍ଜରୀ ପଦ୍ଧତିରେ ଅସ୍ତେ୍ରାପଚାର କରିଥିଲେ । ଅସ୍ତେ୍ରାପଚାର ପରେ ବାଳକଟିର ଅଙ୍ଗୁଳି ସଂପୁର୍ଣ୍ଣ ଭାବେ ଯୋଡି ହୋଇଯାଇଛି । ଖୁବ୍ କମ୍ ଦିନ ମଧ୍ୟରେ ସେହି ହାତରେ ସ୍ୱାଭାବିକ ଭାବେ ବାଳକଟି ସମସ୍ତ କାର୍ଯ୍ୟ କରିପାରିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି

ତିର୍ତୋଲ ବିକାଶ ଜାରୀ ରହିବ, ବିକାଶ କାମ ମୁଁ ନିଜେ ବୁଲି ଦେଖିବି : ନବୀନ

ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ପ୍ରଚାର କରି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ ମାଗିଛନ୍ତି । ତାଙ୍କ ଅଭିଭାଷଣରେ ସେ କହିଛନ୍ତି କରୋନା ପରେ ତିର୍ତ୍ତୋଲ ଯିବି, ବିକାଶ କାମ ମୁଁ ନିଜେ ବୁଲି ଦେଖିବି । ଏହାସହ ବିଜୁ ବାବୁଙ୍କ ସହ ତିର୍ତୋଲ ବାସୀ ଅଛନ୍ତି ବୋଲି ସେ କହିଥିଲେ l ଆସନ୍ତା କାଲି ନବୀନ ବାଲେଶ୍ୱର ସଦର ପ୍ରାଥୀ ସ୍ୱରୂପ ଦାସ ପାଇଁ ପ୍ରଚାର କରିବେ l

ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

0

ଭୁବନେଶ୍ୱର : ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାକୁ ବାକି ରହିଛି। କେବେ ବସିବ ଓ କଣ ରହିବ ରୂପରେଖ ସେ ନେଇ ରାଜ୍ୟପାଳଙ୍କ ନିଷ୍ପତି ଅପେକ୍ଷା। ରାଜ୍ୟପାଳଙ୍କ ନିଷ୍ପତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଲେ ବାଚସ୍ପତି।

ବାଲେଶ୍ୱରରେ ବେଣୁ ମଉସା ମାନିଆ : ପ୍ରଚାର ଏଵେ ଲୋକଙ୍କ ଜିପରେ..

ବାଲେଶ୍ଵର: ଲୋକ ବଳ ପାଖରେ ସବୁ ବଳ ଫିକା l ଗଣତନ୍ତ୍ରରେ ଏହି ହେଉଛି ମୂଳମନ୍ତ୍ର l ଯାହା ଏଵେ ବାଲେଶ୍ୱର ସଦର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଖରେ ଦେଖିବାକୁ ମିଳିଲାଣି l ଓଡ଼ିଶାର ବିଭିନ୍ନ କୋଣରୁ ତାଙ୍କୁ ସମର୍ଥନ ମିଳିଲାଣି l କହିବାକୁ ଗଲେ ବେଣୁ ମଉସା ମାନିଆ ଏଵେ ପୁରା ଓଡ଼ିଶାରେ l ସମୟ ଥିଲା ପ୍ରାର୍ଥି ହେବାକୁ ବି ପାଖରେ ଟଙ୍କାଟିଏ ନଥିଲା, ୧୦ ହଜାର କରଜ କରି ପ୍ରାର୍ଥିପତ୍ର ଦାଖଲ କଲେ। ସାଇକେଲରେ ପ୍ରଚାର କରୁଥିବା ଏ ବାରିକ ମଉସା ଏଵେ ଜିପରେ ପ୍ରଚାର କଲେଣି l କିଛି ସହୃଦୟ ସମାଜସେବୀ, ଅଭିନେତା, ଅଭିନେତ୍ରୀ ବେଣୁ ମଉସାଙ୍କ ପାଇଁ ବାଲେଶ୍ୱରରେ ପ୍ରଚାର କରୁଛନ୍ତି। ୯୦ ବର୍ଷୀୟ ବେଣୁ ମଉସା ସ୍ୱାଭିମାନ ନୁହେଁ ସ୍ୱାଧିକାର ପାଇଁ ଲଢେଇ କରୁଛନ୍ତି l ଜିତିବା, ହାରିବା ନୁହେଁ, ବରଂ ସାହସର ସହ ନିଜ ଅଂଚଳର ସେବା କରିବା ପାଇଁ ଏକ ଉଦ୍ୟମ କରିଛନ୍ତି l ଦିନେ ପିଣ୍ଡାରୁ ପିଣ୍ଡା ବୁଲି ଛୁଟି ସେ କାଟୁଥିଲେ ।ଆଉ ଆଜି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ନା ତାଙ୍କ ପାଖରେ ଅଛି ବାହୁବଳ । ନା ତାଙ୍କ ପାଖରେ ଅଛି ଅର୍ଥବଳ । ଆଉ ସେ ମଧ୍ୟ ବୟସର ଅପରାହ୍ନରେ ପହଂଚିଲେଣି । ଏମିତି କି ବାଲେଶ୍ଵର ସଦର ନିର୍ବାଚନରେ ବଡ଼ ଦଳମାନଙ୍କୁ ଏଵେ ସେ ଚିନ୍ତାରେ ପକାଇଛନ୍ତି l ବେଶ ସାଧା ସିଧା ବେଣୁଧର ବି ଟିଭି ବିତର୍କରେ ଭାଗ ନେଇ ନିଜ ମନ କଥା କହୁଛନ୍ତି l ତାଙ୍କ ମନରେ ଅଛି ଦୃଢ ବିଶ୍ବାସ, ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ। ଲୋକଙ୍କ ଦୁଃଖ ଓ ଭଲ ପାଇବାକୁ ନେଇ ନିର୍ବାଚନର ରଣାଙ୍ଗନାରେ ସେ ଯୋଦ୍ଧା ସାଜିଛନ୍ତି । ସେଥିପାଇଁ ତ ଏବେ ସାରା ରାଜ୍ୟର ନଜର ତାଙ୍କ ଉପରେ । କହିବାକୁ ଗଲେ ସବୁ ଅନୁକମ୍ପା ଭୋଟ ସେ ହାତେଇବାରେ ସେ ଯେ ଜଣେ ସଫଳ ବ୍ୟକ୍ତି ଭାବେ ଏଵେ ବାଲେଶ୍ୱର ସଦରରେ ଛିଡା ହୋଇଛନ୍ତି l ତେଣୁ ବାଲେଶ୍ୱର ବାଜିରେ ସବୁଠାରୁ ବଡ ବାଜିଗର ବେଣୁ ମଉସାଙ୍କ ପ୍ରତି ଲୋକଙ୍କ ଭଲ ପାଇବା କେତେ ଭୋଟରେ ପରିଵର୍ତନ ହେଉଛି, ତାହା ନଭେମ୍ବର 10ତାରିଖ ନିର୍ବାଚନ ଫଳାଫଳରୁ ଜଣା ପଡିବ l……..

Follow us

20,832FansLike
0FollowersFollow
14,700SubscribersSubscribe

Latest news