ଚାଷୀଙ୍କ ପାଇଁ ସେଚ ସମାଧାନ……..

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କରଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ ଜଳସଂପଦ ବିଭାଗକୁ।ଜଳସେଚନସମସ୍ୟା ପାଇଁ ଚାଷ କାମ ଛାଡି ଆଉ ଚାଷୀ କୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ ।

ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଅନ୍‌ଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା “ସେଚ ସମାଧାନ” ଆଜି ଛାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି।

“ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଂପାଦିତ ହୋଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ।

ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।ଏହି ସେବା ବିଷୟରେ ବହୁଳ ଜନସଚେତନତା ଊପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ Digital Technology ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ଲୋକାର୍ପିତ ଅନ୍‌ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ବିଭାଷୀୟ ମୋବାଇଲ ଆପ୍‌ । ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ SMS ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ବାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ।

ସେହିପରି ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ Go Swift ପୋର୍ଟାଲକୁ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ଅନ୍‌ ଲାଇନ ଆବେଦନ କରିପାରିବେ। ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଅନ୍‌ଲାଇନ ପୋର୍ଟାଲ water allocationod.nic.in ବିକଶିତ କରାଯାଇଛି ।

ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ ।

ପୁଣି ସମ୍ କୋଭିଡ ହସ୍ପିଟାଲ୍ ସଫଳତା : କରୋନାରେ ସୁସ୍ଥ ହେଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା

ଭୁବନେଶ୍ୱର :  ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ଶ୍ରୀମତି ସରୋଜିନୀ ପଟ୍ଟନାୟକ ।

କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର । କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ କୋଭିଡ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମଧୁମେହ ରୋଗରେ ପିଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ । କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍ ଅପ୍ରାଣ ଉଦ୍ୟମ କରିଥିଲେ ।

ସୋମବାର ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସରୋଜିନୀ ଓ ତାଙ୍କ ପରିବାର ସମ୍ କୋଭିଡ୍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି । ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉତମ ଚିକିତ୍ସା ଯୋଗୁଁ ତାଙ୍କ ଜେଜେ ମା’ କରୋନାକୁ ପରାସ୍ତ କରିପାରିଲେ ବୋଲି କହିଛନ୍ତି ସରୋଜିନୀଙ୍କ ନାତି ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ।

କେବଳ ସରୋଜିନୀ ନୁହଁନ୍ତି ତାଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି ।

୧୦ରେ ଉପ ନିର୍ବାଚନ ଫଳାଫଳ : କିଏ ମାରିବ ବାଜି ?

ଭୁବନେଶ୍ୱର : ଇଭିଏମ ବାକ୍ସରେ ୧୫ ଜଣ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ । ତିର୍ତ୍ତୋଲ ଓ ବାଲେଶ୍ୱର ସଦରେ କିଏ ବାଜି ମାରିବ ତାହାକୁ ନେଇ ଆରମ୍ଭ ହୋଇଛି ନେତା ଓ ଜନତାଙ୍କ ଭବିଷ୍ୟତବାଣୀ । ବିରୋଧି କଂଗ୍ରେସ ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଏକ ରକମର ହାତ ଟେକିଦେଇଥିବା ବେଳେ ବିଜେପି ବାଲେଶ୍ୱର ଉପରେ ଆଶା ରଖିଛି । ଆଉ ଦୁଇଟି ଆସନରେ ବିଜେଡ଼ି ବିଜୟ ଲାଭ କରିବ ବୋଲି ଦମ୍ଭକ୍ତି ପ୍ରକାଶ କରିଛି ।
ତଲସରା ଓ ଲକ୍ଷ୍ମୀପୁରକୁ ଛାଡ଼ିଦେଲେ ରାଜ୍ୟରେ ଅଧିକାଶ ଉପ ନିର୍ବାଚନରେ ବିଜେଡ଼ି ବିଜୟ ଲାଭ କରିଛି । ଏହି ୨ବର୍ଷରେ ବିଜେପୁର ଓ ପାଟକୁରା ନିର୍ବାଚନରେ ଦଳ ବହୁ ବ୍ୟବଧାନରେ ବିଜୟ ଲାଭ କରି ରେକର୍ଡ଼ କରିଛି । ତେଣ ପୁୁରୁଣା ଉପ ନିର୍ବାଚନ ଟ୍ରାକ ରେକର୍ଡ଼କୁ ଦେଖିଲେ ଓ ରାଜନୈତିକ ସମୀକ୍ଷକଙ୍କ ନେତାଙ୍କ ଆକଳନକୁ ଲକ୍ଷ କଲେ ସ୍ପଷ୍ଟ ଜଣାପଡ଼ୁଛି ଦୁଇଟି ଆସନରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ । ବିଜେଡ଼ି ନେତାଙ୍କ ଯୁକ୍ତି ହେଉଛି ଉଭୟ ତିତ୍ତୋଲ ଓ ବାଲେଶ୍ୱରରେ ଦଳ ବଡ଼ ବ୍ୟବଧାନରେ ବିଜୟ କରିବ । ବାଲେଶ୍ୱରରେ ବିଜେଡିି-ବିଜେପି ଭଲ ଟକ୍କର ଦେଇଥିଲେ ମଧ୍ୟ ଉଭୟ ଦଳ ଭିତରେ ଭୋଟ ବ୍ୟବଧାନ ୧୫ ହଜାରରୁ ଅଧିକ ରହିବ ବୋଲି ଆକଳନ କରାଯାଉଛି । ବିଶେଷକରି ସହର ଭୋଟ ବିଜେଡ଼ି ଖାତାକୁ ଅଧିକ ଆସିଥିବାରୁ ଦଳ ୧୫ ହଜାରରୁ ଅଧିକ ବ୍ୟବଧାନରେ ବିଜୟ ଲାଭ କରିବ ବୋଲି ନେତାଏ ଭବିଷ୍ୟତବାଣୀ ଦେଇଛନ୍ତି । ୨୦୧୯ରେ ବାଲେଶ୍ୱରରେ ବିଜେଡ଼ି ୩୮: ୭୯ ପ୍ରତିଶତ ଭୋଟ ପାଇଥିବା ବେଳେ ଏଥର ବିଜେଡ଼ିର ଭୋଟ ପ୍ରତିଶତ ବଢିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ସେହିପରି ବାଲେଶ୍ୱରରେ ବିଜେପି ୨୦୧୯ରେ ୪୭.୨୬ ପ୍ରତିଶତ ଭୋଟ ପାଇଥିବା ବେଳେ ଏଥର ଏହି ହାର କମିବ । ଆଉ କଂଗ୍ରେସର ଭୋଟ ହାର ପ୍ରାୟ ୧୦ ପଅତିଶତ କମିବାର ସମ୍ଭାବନା ରହିଛି ଏହି ଉପ ନିର୍ବାଚନରେ । ସେହିପରି ତିତ୍ତୋଲରେ ୨୦୧୯ରେ ୪୦ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବିଜେଡ଼ି ଏଥର ଉପ ନିର୍ବାଚନରେ ୫ ପ୍ରତିଶତ ଅଧିକ ଭୋଟ ପାଇବ ବୋଲି ଆକଳନ କରାଯାଉଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ତିତ୍ତୋଲରେ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇବ ବିଜେଡ଼ି । ରାଜନୈତିକ ସମୀକ୍ଷକ ଓ ୩ ପ୍ରମୁଖ ଦଳର ନେତାଙ୍କ ଉପ ନିର୍ବାଚନ ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି । ଉପ ନିର୍ବାଚନରେ ବାଲେଶ୍ୱର ୭୦:୬୯ ପ୍ରତିଶତ ଓ ତିତ୍ତୋଲରେ ୬୯:୬୬ ପ୍ରତିଶତ ହୋଇଛି । ମତଦାନ ପ୍ରତିଶତ କମିଛି । ଆସନ୍ତା ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳାରେ ଉଭୟ ବାଲେଶ୍ୱର ସଦର ଓ ତିତ୍ତୋଲବାସୀ କାହାକୁ ବିଧାୟକ ସିଂହସନରେ ବସାଇଛନ୍ତି ତାହା ଉପରେ ପୁରା ଓଡ଼ିଶାର ନଜର ।

ନଭେମ୍ବରରେ ସ୍କୁଲ ଖୋଲିବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ପୁଣି ନିଷ୍ପତି ବଦଳାଇଲା ଗଣଶିକ୍ଷା ବିଭାଗ l ନଭେମ୍ବର ମାସରେ ନ ଖୋଲି ପାରେ ସ୍କୁଲ। କରୋନା ଦ୍ଵିତୀୟ ଲହରୀର ଆଶଙ୍କା ଯୋଗୁ ଏପରି ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏଥିସହ ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲୁ ଖୋଲୁ ସଂକ୍ରମଣ ବ୍ୟାପିବାରୁ ଚିନ୍ତା ବଢ଼ି ଯାଇଛି। ପୂର୍ବର ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର 15 ପରେ ସ୍ଥିତି ପରଖି ସ୍କୁଲ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ କହିବାର guideline ଜାରି କରିଥିଲେ। ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ନଭେମ୍ବର ମାସରେ ହି ଖୋଲିବାର ଘୋଷଣା କରିଥିଲେ। ହେଲେ ପୁଣି ଥରେ ନିଷ୍ପତ୍ତି ପରିବର୍ତ୍ତନ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି।   ତେବେ  ସ୍ୱତନ୍ତ୍ର  ରିଲିଫ କମିଶନର ଗାଇଡ଼     ଲାଇନ ଅନୁସାରେ ବିଭାଗ ଏପରି ନିଷ୍ପତି ନେଇଥିଲା ଓ ଏବେ ସ୍ଥିତି ଦେଖି ନିଷ୍ପତି ବଦଳାଗଲା ବୋଲି  ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି l

ବିଜେଡିରୁ ବିଦା ହେଲେ ଜୀବନ ପ୍ରଦୀପ ଦାସ……..

ଭୁବନେଶ୍ୱର : ଦଳ ବିରୋଧି କାମ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ. I  ବାଲେଶ୍ୱର ଉପ ନିର୍ବାଚନରେ ଜୀବନ  ଦଳ ବିରୋଧୀ କାମ କରିଥିବା ଅଭିଯୋଗ ରିପୋର୍ଟ ତାଙ୍କ ବିରୋଧରେ ଆସିଥିବାରୁ   ବିଜେଡି ସଭାପତି ନବୀନ ପଟ୍ଟନାୟକ  ତାଙ୍କୁ  ଦଳରୁ   କରିଛନ୍ତି l

କାହିଁକି ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରୋଜ ମିଶ୍ର କଣ କହିଲେ ପଡନ୍ତୁ..

କାହିଁକି ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ
କୋରନା ସେକେଣ୍ଡ ୱେଭ ଆସିବା ଆଶଙ୍କା କାହିଁକି ଚିନ୍ତା ବଢ଼ାଉଛି
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼. ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା
ଆକଳନ କରାଯିବାର କାରଣ ହେଉଛି
1 – ଶୀତଦିନେ ଭାଇରଲ ଇନଫେକ୍ସନ ଅଧିକ ହୁଏ ତେଣୁ ସଂକ୍ରମଣ ବଢିବା ଆଶଙ୍କା ରହିଛି
2 – ଲକ ଡ଼ାଉନ ପ୍ରୋସେସ ଖୋଲାଯିବା ପରେ ଇନଡୋର ଗ୍ୟାଦେରିଙ୍ଗି ଅଧିକ ହେବ ତେଣୁ ଆଶଙ୍କା କରାଯାଉଛି
3 – ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ । ତେଣୁ ଏହା ରୋଗକୁ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି
4 – ଶୀତଦିନେ ୟୁରୋପ ଓ ଆମେରିକାରେ ବି ସଂକ୍ରମଣ ବଢୁଛି ତେଣୁ ଏଭଳି ଆଶଙ୍କା କରାଯାଉଛି

କୋରନା ପରେ କଣ କରିବା ଦରକାର

ଦିଲ୍ଲୀ ପରି ଅନେକ ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି । ଆମ ରାଜ୍ୟରେ ବି ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯିବା ଦରକାର । ଆମର ବି ଏଠି କ୍ୟାପିଟାଲ ହସ୍ପିଟାଲ ସମେତ ଏସସିବି ଓ ସମ ହସ୍ପିଟାଲ ପରି କିଛି ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇ ଲୋକଙ୍କୁ ଟ୍ରିଟେମେଣ୍ଟ କରାଯାଉ । ଯାହାଦ୍ୱାରା ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିବା ଲୋକ ମାନଙ୍କ ଚିକିତ୍ସା କରଯାଇ ପାରିବ ।

ସେକେଣ୍ଡ ୱେଭରେ ଆସୁଥିବା ଭାଇରସରେ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି ଯାହା ପୂର୍ବ ଅପେକ୍ଷା ଅଧିକ କ୍ଷତି କାରକ । ପୂର୍ବରୁ ଭାଇରସ ଦ୍ୱାରା ଦୁଇ ତିନି ଜଣ ସଂକ୍ରମଣ ହେଉଥିବା ବେଳେ ନୂଆ ଷ୍ଟ୍ରେନରେ ଦେଖାଯାଉଛି କି 6 ରୁ 7 ଜଣ ସଂକ୍ରମିତ ହେଉଛନ୍ତି । ଯାହା କି ଏବେ ୟୁରୋପ ଓ ଆମେରିକାରେ ପରିଲକ୍ଷିତ ହୋଇଛି । କିନ୍ତୁ ଆମ ଦେଶରେ ଏ ପର୍ଯ୍ୟନ୍ତ ନୂଆ ଷ୍ଟ୍ରେନର କୌଣସି ରିପୋର୍ଟ ହୋଇନାହିଁ । କିନ୍ତୁ ଆମକୁ ଟିକିଏ ଅଧିକ ସତର୍କ ରହିବାକୁ ପଡିବ

ନଭେମ୍ବର 20ରୁ ଡ଼ିସେମ୍ବର 31ଯାଏ ବିଧାନସଭା ଅଧିବେଶନ….

ଭୁବନେଶ୍ୱର : ନଭେମ୍ବର 20ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ l ଡ଼ିସେମ୍ବର 31ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ  40ଟି  କାର୍ଯ୍ୟଦିବସ ଅଛି l 20ତାରିଖରେ ଗୃହରେ ଅତିରିକ୍ତ ବଜେଟ ଆଗତ ହେବ, ଏହା ସହ 26, 27, 28 ବଜେଟ ଆଲୋଚନା ହେବ l 29ରେ ବ୍ୟୟ ମଂଜୁର ବିଲ ଆଗତ ହେବ l ସେହିପରି ଏଥର ମଧ୍ୟ କରୋନା  କଟକଣା ମଧ୍ୟରେ ଗୃହ ଚାଲିବ l

ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ସତର୍କ ରୁହ : ମୁଖ୍ୟମନ୍ତ୍ରୀ

କୋଭିଡ ମୁକାବିଲା
ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡାଇବା ପାଇଁ ସତର୍କତା ଜାରି ରଖିବା ସହିତ କୋଭିଡ ପରବର୍ତ୍ତୀ (Post-Covid Care)
ଯତ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ପୂଜା ସମୟରେ ଶୃଙ୍ଖଳାର ସହ କୋଭିଡ ନିୟମ ପାଳନ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଦୀପାବଳି କଟକଣା ତଦାରଖ ପାଇଁ ପର୍ଯ୍ୟବେକ୍ଷକ ଯିବେ ଜିଲ୍ଲା
କମୁଛି ସଂକ୍ରମଣ, ବଢୁଛି ସୁସ୍ଥତା ହାର

ଭୁବନେଶ୍ବର : ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ । ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ । କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ ଓ ଆରୋଗ୍ୟ ହାର ବଢୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଓନାମ୍‌ ପର୍ବ ପାଳନ ପରେ କେରଳରେ ଉପୁଜିଥିବା ଅବସ୍ଥା ଏବଂ ଦିଲ୍ଲୀର ବର୍ତ୍ତମାନ ଅବସ୍ଥା ସଂପର୍କରେ ଉଦାହରଣ ଦେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଗ୍ରହଣୀୟ ନୁହେଁ ବୋଲି କହିଥିଲେ।
ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ପ୍ରଶାସନ ଓ ପୋଲିସ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏହି କଟକଣାକୁ କଡାକଡି ଭାବରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ଜଣାପଡିଛି । ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍‌ ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଏତଦ୍‌ବ୍ୟତୀତ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟର ଯତ୍ନ ସଂପର୍କରେ ବ୍ୟାପକ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
କୋଭିଡ ଜନିତ ଆର୍ଥିକ ଶିଥିଳତା ସମୟରେ ଆମର ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। MGNREGA, Mission Shakti ଏବଂ Urban Wage Employment ପରି କାର୍ଯ୍ୟକ୍ରମକୁ ଜାରି ରଖିବା ସହିତ ଗରିବ ଲୋକଙ୍କ ଆର୍ଥିକ ନିରାପତ୍ତା ଯେପରି ବ୍ୟାହତ ନ ହେବ, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗତ SLBC ବୈଠକ ସମୟରେ ମିଶନ ଶକ୍ତି, MSME ଓ ଚାଷୀ ମାନଙ୍କୁ ଠିକ୍‌ ସମୟରେ ଋଣ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଇଥିବା ପରାମର୍ଶ ସଂପର୍କରେ ସ୍ମରଣ କରାଇ ଦେଇ ସଂପୃକ୍ତ ବିଭାଗ ମାନେ ଏହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ ।
କୋଭିଡ ପରିଚାଳନା ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିଛି ଏବଂ ହସ୍‌ପିଟାଲରେ ICU ଓ ଶଯ୍ୟା ସନ୍ତୋଷଜନର ରହିଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ପରବର୍ତ୍ତୀ ଯତ୍ନ ପାଇଁ Standard Protocol ପ୍ରସ୍ତୁତ କରିବା ପାଇଁ Taskforce ଗଠନ କରାଯାଇଛି । ସେହିପରି ବ୍ୟାପକ ଟୀକାକରଣକୁ ଦୃଷ୍ଟିରେ ରଖି Cold chain ଓ Database କାମ ଜାରି ରହିଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ।
କୋଭିଡ ପରିଚାଳନା ସଂପର୍କରେ ସ୍ବତନ୍ତ୍ର ଉପସ୍ଥାପନା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର କହିଥିଲେ ଯେ ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି । ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି । ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଁ ୦.୪୬ ପ୍ରତିଶତ ରହିଛି । ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ Steering committee ଗଠନ କରାଯାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ Taskforce ଏବଂ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା Taskforce ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଟୀକାକରଣ ନିମନ୍ତେ ୩୭୫୨ଟି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଚିହ୍ନଟ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।
ଭୁବନେଶ୍ବରରେ Sero Survey ଶେଷ ହୋଇଥିବା ବେଳେ High-risk Groupର Sero Survey ଗତ ୩ ତାରିଖିରେ ଶେଷ ହୋଇଛି । ବର୍ତ୍ତମାନ କଟକରେ Sero Survey ଚାଲିଥିବା ବେଳେ ପୁରୀ, ସମ୍ବଲପୁର ଓ ବାଲେଶ୍ବରରେ ଆଗାମୀ ଡିସେମ୍ବରରେ କରାଯିବ ବୋଲି ସୂଚନା ଦେଇଥିଲେ।
ବୈଠକରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

୧୦ ତାରିଖରେ ଖୋଲିବ ଭାଗ୍ୟର ପେଡି.. .

ଭୁବନେଶ୍ୱର: ଇଭିଏମରେ ସିଲ ହୋଇଛି ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ନଭେମ୍ବର ୧୦ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲର କିଏ ହେବ ବାଜିଗର ତାହା ଭୋଟ ଗଣିତ ପରେ ସାମ୍ନାକୁ ଆସିବ । ହେଲେ ଆଜି ମତଦାନ ସରିବା ପରେ ଫଳାଫଳକୁ ନେଇ ତିନି ଦଳ ପୂର୍ବନୁମାନ କରିଛନ୍ତି । ଦମ୍ଭୋକ୍ତି   କରିବେ ବୋଲି  କହିଛନ୍ତି   l

 

ବାଲେଶ୍ୱର ସଦରବାସୀ ସିଂହାସନରେ ବସାଇବାକୁ ଦେଇଛନ୍ତି ମତ । ବାଲେଶ୍ୱର ସଦର ପାଇଁ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ, ବିଜେପି ପ୍ରାର୍ଥୀ ମାନସ ଦର୍ତ୍ତିା ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ନା ୩ ସ୍ୱାଧୀନ ଜଣ ପ୍ରାର୍ଥୀ ଙ୍କ ଭିତରୁ କାହାକୁ ବାଛିଛନ୍ତି ଦସର ବାସୀ । ସେହିପରି ତିତ୍ତୋଲ ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବିଜେପି ପ୍ରାର୍ଥୟୀ ରାଜକିଶୋର ବେହେରା, ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣଙ୍କ ସହ ୬ଜଣ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏମାନଙ୍କ ଭିତରେ ତିତ୍ତୋଲ ବାସୀ କାହାକୁ ସିଂହାସନରେ ବସାଇଛନ୍ତି । ଏ ସବୁ ଉତ୍ତର ନଭେମ୍ବର ୧୦ ଜଣାପଡ଼ିବ । ହେଲେ ଫଳାଫଳକୁ ନେଇ ଭବିଷ୍ୟତବାଣୀ କରିଛନ୍ତି ବିଜେପି ଓ କଂଗ୍ରେସ । ତିତ୍ତୋଲରେ କଂଗ୍ରେସ ଜିତିବ ଓ ବାଲେଶ୍ୱରରେ ଦଳ ଭଲ କରିବ ବୋଲୀ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ବିଜେପି ଆକଳନ ହେଉଛି ଉଭୟ ଆସନରେ ଦଳ ଜିତିବ ।  ବିଜେଡ଼ି ବିଧାୟକ ଅମର ଶତପଥି କହିଛନ୍ତି ଯେ ଲୋକେ କାହାକୁ ଭୋଟ ଦେଇଛନ୍ତି ଓ କିଲ ଜିତିବ ତାହା ଭୋଟବାସ ହିଁ କହିବ ।

ବିଶ୍ୱରେ ଚମକିଲା ସୋଆ: ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ୭ ଜଣ ବିଶିଷ୍ଟ ଗବେଷକ….

ଭୁବନେଶ୍ୱର : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି । ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ଗୋରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ ।

ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ । ଷ୍ଟାନ୍‌ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା । ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ।

 

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଗବେଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରସ୍ତୁତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି । ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର । ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ୫୦% ଗବେଷଣା କେନ୍ଦ୍ରଗୁଡ଼ିକ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ । ସୋଆ ଅଧିନରେ ୧୩ଟି ଗବେଷଣା କେନ୍ଦ୍ର ଏବଂ ୪୨ଟି ଗବେଷଣା ଲାବ୍ ରହିଛି ।

 

ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଖୁବ୍ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ । ପ୍ରଫେସର ଦାସ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ଗବେଷକ । ସେହିପରି ସୋଆର କୁଳପତି ପ୍ରଫେସର (ଡଃ) ମହାପାତ୍ର ଜଣେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶିଷ୍ଟ ବିଶେଷଜ୍ଞ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ସୋଆର ପୂର୍ବତନ ପ୍ରୋ ଭାଇସ୍‌ଚାନ୍‌ସେଲର ତଥା ଆଡଜଙ୍କଟ ପ୍ର. ମିଶ୍ର ଗଣିତ କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ । ସେହିପରି ଡଃ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ ।

 

ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାସ ହେଉଛନ୍ତି ସୋଆର ପ୍ରଥମ କୁଳପତି । ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କର ରିନିଉଏବଲ୍ ଏନର୍ଜି, ସିଗ୍‌ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍‌ସ , ଡାଟା ମାଇନିଂ, ଆର୍ଟିଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍‌ନାଲ୍ ଇଂଟେଲିଜେନ୍ସ, ଡିଷ୍ଟ୍ରିବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ରିଡ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି ।

 

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି ( ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି ।

ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସିଏସ୍‌ଆଇଟି – ଆଇଏମ୍‌ଏମ୍‌ଟି ର ବାୟୋ-ରିସୋର୍‌ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ତାଙ୍କର ବାୟୋ ମିନେରାଲ୍ ପ୍ରୋସେସିଂ କ୍ଷେତ୍ରରେ ୪୪ ବର୍ଷର ଅଭିଜ୍ଞତା ରହିଛି ।

ସୋଆର କୁଳପତି ତଥା ୨୦୧୭ରେ ଓଡ଼ିଶାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଇଥିବା ପ୍ରଫେସର ମହାପାତ୍ର ନୂଆଦିଲ୍ଲୀ ଏମ୍ସର ସ୍ନାୟୁ ଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । ପ୍ରଫେସର ମହାପାତ୍ର ଭୁବନେଶ୍ୱରର ଏମ୍ସର ମଧ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ଗଣିତ ବିଜ୍ଞାନକୁ ନେଇ ଅନେକ ପୁସ୍ତକ ଲେଖିଥିବା ଏବଂ ଅନେକ ଗବେଷଣା କରିଥିବା ପ୍ରଫେସର ମିଶ୍ର ଡିଏନ୍‌ଏ ନଟ୍ସ ଆଣ୍ଡ ଲିମ୍ବସ୍‌, ବାଇଫରକେସନ୍ ଆଣ୍ଡ କେଓସ୍ ଇନ୍ ପପୁଲେସନ୍ ଡାଇନାମିକ୍ସ, ଫିଜିଓଲଜିକାଲ୍ ଫ୍ଲୁଇଡ୍ ଡାଇନାମିକ୍ସ, ମେକାନିକ୍ସ ଅଫ୍ ଫ୍ରାକ୍‌ଚର ଆଣ୍ଡ ରିମଡେଲିଂ ଅଫ୍ ବୋନ୍ସ କ୍ଷେତ୍ରରେ ଅନେକ ମ୍ୟାଥମେଟିକାଲ୍ ମଡେଲ୍ସ ପ୍ରସ୍ତୁତ କରିଛନ୍ତି ।

ସୋଆର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୌଧୁରୀଙ୍କର ମଲ୍ଟିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍‌ସ ୱିଥ୍ ଡେଭଲପ୍‌ମେଂଟ ଅଫ୍ ନ୍ୟୁ ମଲ୍ଟିଫଙ୍କସ୍‌ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ବେଶ ପାରଦର୍ଶିତା ରହିଛି । ତାଙ୍କର ୟୁଏସ୍‌ଏ ଏବଂ ୟୁକେରେ ୪୦ ବର୍ଷରୁ ଅଧିକ ସମୟର ଗବେଷଣା ଅଭିଜ୍ଞତା ରହିଛି ।

ସୋଆ ର ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସଚ୍ଚ (ଆଇଟିଇଆର୍‌)ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍‌ଭେଂଟ ଏକ୍ସଟ୍ରାକ୍ସନ୍ ଅଫ୍ ନନ୍ ଫେରସ୍‌, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍‌ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୨୯ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news