ଭୁବନେଶ୍ୱର : ବାଲେଶ୍ୱର ତିର୍ତ୍ତଳ ରେ କଂଗ୍ରେସ ହାରିବା ପଛରେ କଂଗ୍ରେସ ହିଁ ଦାୟୀ। ଦଳର କିଛି ନେତାଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ଆମେ ହରିଲୁ। ନେତାମାନେ ବାଲେଶ୍ୱରରେ ଠିକ ଭାବେ ପ୍ରଚାର କଲେନି। ଉପର ଠଉରିଆ ଭାବେ ପ୍ରଚାର କଲେ ହୋଟେଲ ରେ ଶୋଇଲେ। ତିର୍ତ୍ତଳ ରେ ଭଲ ଭୋଟ ପାଇଲୁ କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କିଛି କଂଗ୍ରେସ ନେତା ଚାହୁଁଥିଲେ। ସେଥିପାଇଁ ଆମେ ଅଳ୍ପ କାମ କଲୁ। ଅନ୍ୟ ମାନେ କାମ କଲେନି। ଉଭୟ ଜାଗାରେ ଅର୍ଥ ମୁଖ୍ୟ ଫାକ୍ଟର ହେଲା। ବିଜେପି ବିଜେଡି ପ୍ରବଳ ଅର୍ଥ ଖର୍ଚ୍ଚ କରିଛନ୍ତି। ହରିବାର ସମୀକ୍ଷା ହେବ କିନ୍ତୁ ଆକ୍ସନ ହେବନି ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବିଜେଡି ନିର୍ବାଚନ କୁ ଭଲ ଭାବେ ପରିଚାଳନା କରୁଛନ୍ତି। ସେଥିପାଇଁ ଜିତୁଛନ୍ତି। କହିଲେ ସୁର।
ଉପ ନିର୍ବାଚନ ପରେ ଏମିତି କହିଲେ ରାଜ୍ୟ ବିଜେପି ସଭାପତି…..
ଭୁବନେଶ୍ୱର : ଉପନିର୍ବାଚନରେ ପରାଜୟ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ଫଳାଫଳ କୁ ସମ୍ମାନ ଜଣାଇଲା ବିଜେପି। ଭୋଟରଙ୍କୁ ଧନ୍ୟବାଦ ଦଳ। ଦଳୀୟ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି। ବିଜେପି ଏଥର ପ୍ରସଙ୍ଗ ଭିତିକ ନିର୍ବାଚନ ଲଢ଼ିଥିଲା। କରନା ପରିଚାଳନା ରେ ବ୍ୟାପକ ଅନିୟମିତତା କୁ ଲୋକଙ୍କ ପାଖରେ ପହଂଚାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସହାୟତା ଲୋକଙ୍କ ପାଖରେ ପହଂଚିପାରୁଣୀ। ଦୁର୍ନୀତି ଓ ଅନିୟମିତତା ହେଉଛି। ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧା ଦେବା କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇଥିଲୁ। ସେସବୁ ପ୍ରସଙ୍ଗ ଆଜି ମଧ୍ୟ ଅଛି। ଏସବୁ ପ୍ରସଙ୍ଗ ନେଇ ସଂଗଠନ କୁ ସୁଦୃଢ଼ କରିବୁ। ଆଗକୁ ବୁଥ ସ୍ତରରେ ସଂଗଠନ କୁ ଆହୁରି ସୁଦୃଢ଼ କରିବ ଦଳ। ନିର୍ବାଚନ ରୁ ଏ କଥା ସ୍ପଷ୍ଟ ଯେ ଆଗକୁ ରାଜ୍ୟର ନିର୍ବାଚନ ରେ ଦ୍ୱିପାକ୍ଷିକ ଲଢେଇ ହେବ। କଂଗ୍ରେସ ଏବେ ଶକ୍ତିହୀନ ହୋଇପଡିଛି। କଂଗ୍ରେସ ଯେଭଳି ଲୋକଙ୍କୁ ବିଭ୍ରାନ୍ତ ସୃଷ୍ଟି କରିଥିଲା ତାର ପରାଭଵ ଭୋଗିଲା କଂଗ୍ରେସ।
ତିର୍ତୋଲ ବିଜୟରେ ବିରିଡି଼ ସିଂହଭାଗ : ଚର୍ଚ୍ଚାରେ ମନ୍ତ୍ରୀ ଅରୁଣ
ଭୁବନେଶ୍ୱର : ନିର୍ବାଚନ ରାଜନୀତିରେ ଭୋଟ କିପରି ହାତେଇହେବ ଓ ସ୍ଥାନୀୟ ନେତାଙ୍କୁ ଏକ କରି କିପରି କାମ କରାଯିବ ସେ ତରିଆ ବୋଧେହୁଏ ମନ୍ତ୍ରୀ ଅରୁଣ ସାହୁଙ୍କୁ ବେଶ ଭଲ ଭାବରେ ଜଣା । ସେ ବିଜେପୁର ଉପ ନିର୍ବାଚନ ହେଉ ଅବା ତିତ୍ତୋଲ ଉପ ନିର୍ବାଚନ । ଯେଉଁ ବ୍ଲକର ବିଜେଡ଼ି ଭୋଟ କମ ଥାଏ ତାହାର ଦାୟିତ୍ୱ ନିଅନ୍ତି ସେ । ଆଉ ନିର୍ବାଚନ ଫଳାଫଳରେ ସେହି ବ୍ଲକରେ ଦଳ ପାଇଥାଏ ସର୍ବାଧିକ ଭୋଟ । ତିତ୍ତୋଲ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ତିର୍ତ୍ତୋଲ, ରଘୁନାଥ ପୁର ଓ ବିରିଡ଼ । ଏହି ୩ଟି ବ୍ଲକ ମଧ୍ୟରୁ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୂଙ୍କ ଦାୟିତ୍ୱ ଥିଲା ବିରିଡ଼ି ବ୍ଲକରେ । ତିର୍ତ୍ତୋଲ ଉପ ନିର୍ବାଚନରେ ମୋଟ ୧ଲକ୍ଷ ୬୬ହଜାର ୯୨୧ ଖଣ୍ଡ ଭୋଟ ପଡ଼ିଥିଲା । ଗତବର୍ଷ ଅପେକ୍ଷା ପ୍ରାୟ ସାଢେ ଚାରି ପ୍ରତିଶତ ଭୋଟ ପଡ଼ିଥିଲା । ୩ଟି ବ୍ଲକରୁ ମନ୍ତ୍ରୀ ଅରୁଣ ସାହୁ ଥିବା ବିରିଡ଼ିରେ ସର୍ବାଧିକ ୧୩ ହଜାର ୧୯୩ ଖଣ୍ଡ ବିଜେଡ଼ି ଖାତାକୁ ଆସିଥିଲା । ଯାହା ବିଜେଡ଼ିର ଭୋଟ ବ୍ୟବଧାନ ବୃଦ୍ଧି କରିବାର ଏକ ସିଂହଭାଗ ହୋଇଛି । ନିଜର ସ୍ୱତନ୍ତ୍ର ନିର୍ବାଚନୀ ରଣନୀତି ଯୋଗୁଁ ଅରୁଣ ଦଳକୁ ଏହି ସଫଳତା ଦେଇଛନ୍ତି ବିରିଡ଼ିରୁ । ଠିକ ଯେମିତି ବିଜେପୁର ଉପ ନିର୍ବାଚନରେ ସେ ଦାୟିତ୍ୱ ଥିବା ବିଜେପୁର ବ୍ଲକରେ ସର୍ବାଧିକ ଲିଡ଼ ଦେଇଥିଲେ । ଗତବର୍ଷ ତୁଳନାରେ ବିଜେଡ଼ି ତିତ୍ତୋଲରେ ଭୋଟ ବ୍ୟବଧାନ ସାମାନ୍ୟ କମିଛି । ତଥାପି ତିର୍ତ୍ତୋଲରେ ବିଧାନସଭା କ୍ଷେତ୍ରରେ ବିଜେପି ଓ କଂଗ୍ରେସକୁ ଦଳ ଯେପରି ୩ଟି ବ୍ଲକରେ ଚେକ ଦେଇଛି ତାହା ବି ଚର୍ଚ୍ଚାର ବିଷୟ । ତିର୍ତ୍ତୋଲ ନିର୍ବାଚନୀ ମଣ୍ଡଳୀରେ ପ୍ରଭାବଶାଳୀ ବିଶ୍ୱାଳ ପରିବାର ଓ ବିଜେଡ଼ି ସାଂସଦ ରାଜଶଅ୍ରୀ ମଲ୍ଲିକଙ୍କ ସମର୍ଥକ ଓ ବିଷୁଦାସଙ୍କ ସମର୍ଥକ ଭିତିରିଆ ଅସନ୍ତୋଷଙ୍କୁ ଦୂର କରି ଦଳୀୟ ନେତାଙ୍କୁ ଏକାଠି କରିବାରେ ଅରୁଣ ଚତୁରଗୋଟି ଚଳାଇ ସଫଳ ହୋଇଥିଲେ । ଯାହା ଭୋଟରେ ପ୍ରତିଫଳିତ ହୋଇଛି । କହିବାକୁ ଗଲେ ଦଳର ୩ ଯୁବ ନେତା ମନ୍ତ୍ରୀ ଅରୁଣ ସାହୁ, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ତିତ୍ତୋଲ ଦାୟିତ୍ୱ ଦେଇଥିଲେ ନବୀନ । ଆଉ ଏହି ୩ ଜଣ ଯୁବନେତାଙ୍କୁ ୩ଟି ବ୍ଲକର ଦାୟିତ୍ୱ ଦିଆଯାଇଥିଲା । କଠିନ ପରିଶ୍ରମ ସହ ଚତୁର ନିର୍ବାଚନ ଗୋଟି ଚାଳନ କରି ଅରୁଣ ବିରିଡ଼ି ବ୍ଲକରେ ସର୍ବାଧିକ ଭୋଟ ଦଳ ଦେଇଥିଲେ । ଏହାସହ ତିତ୍ତୋଲ ନିର୍ବାଚନ ରଣନୀତିରେ ସଂଜୟ ଓ ଅତନୁକୁ ସେ ଆଗରେ ରହିଥିଲେ ଦଳ ପାଇଁ ଭୋଟ ଆଣିବାରେ । ବିରିଡ଼ିରେ ସବାଧିକ ୧୩୧୯୩ ଭୋଟ ବିଜେଡ଼ିକୁ ମିଳିଥିବା ବେଳେ ତିତ୍ତୋଲରେ ୨୦୦୯୯ ଖଣ୍ଡ ଓ ରଘୁନାଥପୁରରେ ୭୪୦୦ ଖଣ୍ଡ ଭୋଟ ମିଳିଛି । ବିଜେଡ଼ିର ଆଗ ଧାଡ଼ିର ଯୁବ ନେତାଙ୍କ ଦାୟିତ୍ୱ ଓ କଠିନ ପରିଶ୍ରମ ତିର୍ତ୍ତୋଲରେ ବିଜେଡ଼ି ରେଡ଼ର୍କ ସଂଖ୍ୟକ ଭୋଟ ଦେଇଛି । ଯାହା ସମ୍ଭବ ହୋଇପାରିଛି ମନ୍ତ୍ରୀ ଅରୁଣ ସାହୁଙ୍କ ସଫଳ ରଣନୀତି ଯୋଗୁଁ ।
ଦୁବାଇରେ ମୁମ୍ବାଇ ରାଜ…….
ନୂଆଦିଲ୍ଲୀ: ଆଇପିଏଲ-୧୩ ର ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ହରାଇ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଆଇପିଏଲ ଟାଇଟଲ ଜିତିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ଆଇପିଏଲ ଫାଇନାଲରେ ପହଞ୍ଚିଥିଲା। ମାତ୍ର ଚଳିତ ସିଜନରେ ଆଇପିଏଲ ଟ୍ରଫି ଜିତିପାରି ନାହିଁ। ତେବେ ଟସ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ସୀମିତ ୨୦ ଓଭରରେ ଦଳ ୭ ଓ୍ବିକେଟ ହରାଇ ୧୫୬ ରନ କରିଥିଲା। ଜବାବରେ ରୋହିତଙ୍କ ପଲଟନ ୮ଟି ବଲ ବାକିଥାଇ ମ୍ୟାଚ କୁ ଜିତିନେଇଛି। ଏହି ବିଜୟ ସହ ମୁମ୍ବାଇ ୫ ଟି IPL ଟ୍ରଫି ର ମାଲିକ ହୋଇଛି। କରୋନା କଟକଣା ମଧ୍ୟରେ ୟୁଏଇରେ ଡ୍ରିମ-୧୧ ଇଣ୍ଡିଆନ ପ୍ରିମିୟର ଲିଗ୍ ସରିଛି। ତେବେ ୫୩ ଦିନ ଧରି ଚାଲିଥିବା ଏହି ଟୁନାର୍ମେଣ୍ଟର ଆଜି ଅନ୍ତିମ ଦିନ ଥିଲା। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବାଇ ୪ ଥର ଆଇପିଏଲର ଟ୍ରଫି କବଜା କରିଥିଲା। ୨୦୧୩,୨୦୧୫,୨୦୧୭ ଓ ୧୦୧୯ ରେ ମୁମ୍ବାଇ ଆଇପିଏଲ ଟ୍ରଫି ହାତେଇଛି। ତେବେ ଆଜି ଆଇପିଏଲ ଟାଇଟଲ ନିଜ ନାମରେ କରି ମୁମ୍ବାଇ ପଞ୍ଚମ ଥର ଆଇପିଏଲ ଚମ୍ପିୟାନ ହୋଇଛି। ଏହି ହାର ସହ ଦିଲ୍ଲୀ ସହିତ ଏକ ରେକର୍ଡ ତିଆରି କରିଛି।
ବାଲେଶ୍ୱର ଓ ତିର୍ତୋଲରେ କେଉଁ ପ୍ରାଥୀ କେତେ ଭୋଟ ପାଇଲେ ପଢନ୍ତୁ….
ଭୁବନେଶ୍ୱର :ରାଜ୍ୟରେ ଦୁଇଟି ଉପନିର୍ବାଚନ ଗଣିତ ଶେଷ l ଦୁଇଟି ଯାକ ଆସନରେ ବିଜେଡି ବିଜୟ ଲାଭ କରିଛି l ଏବେ ନଜର ପକାନ୍ତୁ କେଉଁ ପ୍ରାଥୀ କେତେ ଭୋଟ ପାଇଛି l
() ବାଲେଶ୍ଵର ରେ
କଂଗ୍ରେସ- ୪,୯୮୩
ବିଜେପି- ୭୦,୭୪୬
ବିଜେଡି – ୮୪,୦୯୭
ବେଣୁ ବାରିକ – ୧,୨୫୫
ନୋଟା – ୭୦୦
ଇଭିଏମରେ- ୧ ଲକ୍ଷ ୬୧, ୫୭
ବୈଦ୍ଧ ପୋଷ୍ଟାଲ ଭୋଟ – ୧୨୮୨
ମୋଟ- ୧ ଲକ୍ଷ ୬୨, ୩୩୯
– ୧୩,୩୫୧ ଭୋଟ ସହ ଆଗରେ ବିଜେଡି
() ତିର୍ତ୍ତୋଲ ରେ ୯ ପ୍ରାର୍ଥୀ
ବିଜେଡି – ୮୮,୩୧୦
ବିଜେପି ୪୬,୬୦୭
କଂଗ୍ରେସ ୨୮,୭୭୮
ନୋଟା – ୭୮୬
ଇଭିଏମ- ୧ ଲକ୍ଷ ୬୪, ୪୫୯
ବୈଦ୍ଧ ପୋଷ୍ଟାଲ ଭୋଟ- ୨,୪୬୨
ମୋଟ ୧ ଲକ୍ଷ ୬୪, ୯୮୧
– ବିଜେଡି ୪୧, ୭୦୩ ସହ ଆଗରେ।
ବାଲେଶ୍ୱରରେ ବେଣୁ ମଉସା ମାନିଆ ଫିକା : ୧୨୫୫ ଭୋଟ
ବାଲେଶ୍ଵର: ବାଲେଶ୍ୱର ସଦର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୧୨୫୫ ଭୋଟ (୦.୭୭%) ମିଳିଲା l ଓଡ଼ିଶାର ବିଭିନ୍ନ କୋଣରୁ ତାଙ୍କୁ ସମର୍ଥନ ମିଳିଥିଲା l କହିବାକୁ ଗଲେ ବେଣୁ ମଉସା ମାନିଆ ବି ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା l ଗଣମାଧ୍ୟମରେ ବି ବେଶ ଚର୍ଚ୍ଚା ଥିଲେ l ସାଇକେଲରେ ପ୍ରଚାର ଶେଷ ଦିନରେ ଜିପ ପହଞ୍ଚିଥିଲା l କିଛି ସହୃଦୟ ସମାଜସେବୀ, ଅଭିନେତା, ଅଭିନେତ୍ରୀ ବେଣୁ ମଉସାଙ୍କ ପାଇଁ ବାଲେଶ୍ୱରରେ ପ୍ରଚାର ବି କରିଥିଲେ l ୯୦ ବର୍ଷୀୟ ବେଣୁ ମଉସା ସ୍ୱାଭିମାନ ନୁହେଁ ସ୍ୱାଧିକାର ପାଇଁ ଲଢେଇ କରୁଛନ୍ତି ବୋଲି ବେଶ ପ୍ରଚାର ଆଉ ପ୍ରସାର ହେଲା l ଆଉ ଶେଷରେ ବେଣୁ ମଉସା ମାତ୍ର ୧୨୫୫ ଭୋଟ ପାଇଲେ l ଦିନେ ପିଣ୍ଡାରୁ ପିଣ୍ଡା ବୁଲି ଚୁଟି କାଟିଥିବା ବେଣୁ ମଉସା କିନ୍ତୁ ନିର୍ବାଚନରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ l ଆଶା କରାଯାଉଥିଲା ଅନୁକମ୍ପା ଭୋଟ ହାତେଇବାରେ ସେ ସଫଳ ବ୍ୟକ୍ତି ଭାବେ ବାଲେଶ୍ୱର ସଦରରେ ଛିଡା ହେବେ l ହେଲେ ନିର୍ବାଚନ ଫଳାଫଳ କିନ୍ତୁ ଭିନ୍ନ ହେଲା l
ସହାନୁଭୂତିକୁ ମାତ ଦେଲା ଶଙ୍ଖ…..
ଭୁବନେଶ୍ୱର : ଦିବଙ୍ଗତ ବିଧାୟକଙ୍କ ପୁଅ ପାଇଲେ ଟିକେଟ। ଜଣେ ଜିତିଲେ ତ ଅନ୍ୟଜଣେ କାହିଁକି ପରାସ୍ତ ହେଲେ ? ବିଜେଡିର ତିର୍ତ୍ତୋଲ ପ୍ରାର୍ଥୀ ତଥା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ବାପାଙ୍କ ଠାରୁ ଅଧିକ ଭୋଟରେ ଜିତିଲେ। ହେଲେ ବାଲେଶ୍ୱରରେ ଦିବଙ୍ଗତ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ପରାସ୍ତ ହେଲେ। ପୂର୍ବରୁ ସହାନୁଭୂତି ଫ୍ୟାକ୍ଟର କାମ କରିବା ନେଇ ବିଜେପି ଦାବି କରୁଥିଲେ। ଯାହା ବିଜେଡିର ବିକାଶ ଏଜେଣ୍ଡାକୁ ଚ୍ୟାଲେଞ୍ଜ ଦେଇଥିଲା। ହେଲେ ଯଦି ବିକାଶ ଆଗରେ ସହାନୁଭୂତି କାମ କରିଥାନ୍ତା, ତାହେଲେ ବିଜୟଙ୍କ ବିଜୟ ଓ ମାନସଙ୍କ ପତନ ଭିନ୍ନ ରାଜନୈତିକ ଅଙ୍କାକୁ ଇସାରା ଦେଇଛି। ମାନସଙ୍କ ପାଖରେ ଥିଲା ମୃତ ପିତାଙ୍କୁ ନେଇ ଭୋଟରଙ୍କ ସହାନୁଭୂତି। ସମାନ କଥା ବିଜୟଙ୍କ କ୍ଷେତ୍ରରେ ବି ଥିଲା। ବିଜେପି ବାରମ୍ବାର ମୋଦିଙ୍କ ବିକାଶ କଥା ବି କହୁଥିଲା। ହେଲେ ବିଜେପିର ଏହି ସବୁ କଥା କାମ ଦେଲାନି। କାରଣ ଓଡ଼ିଶା ଭୋଟର ଆଜି ବି ନବୀନଙ୍କ ବିକାଶର ଫ୍ୟାନ, ଯାହା ପ୍ରମାଣିତ ହୋଇଛି। ନବୀନଙ୍କ ଭରଚୁଆଲ ପ୍ରଚାରରେ ତିର୍ତ୍ତୋଲରେ ରେକର୍ଡ ତ ବାଲେଶ୍ୱର ଦଖଲ ସମ୍ଭବ ହେଲା। ଅନୁମାନ କରନ୍ତୁ, ନବୀନ ବାବୁ ଘରୁ ବାହାରି ପ୍ରଚାର କରିଥିଲେ ବିଜୟ ବ୍ୟବଧାନ କଣ ନ ହୋଇଥାନ୍ତା ! ସହାନୁଭୂତି ବି ନବୀନଙ୍କ ବିକାଶ ଫଣ୍ଡା ଆଗରେ ଫିକା ପଡ଼ିଯାଏ, ତାହା ଚଳିତ ଉପନିର୍ବାଚନରେ ପ୍ରମାଣିତ ହୋଇଗଲା। ଯାହା ସହାନୁଭୂତିର ଅପପ୍ରଚାର କରୁଥିବା ବିରୋଧୀଙ୍କ ପାଇଁ ଶକ୍ତ ଚାପୁଡ଼ା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ବିଜୟ ଓ ସ୍ୱରୂପଙ୍କୁ ନବୀନଙ୍କ ଶୁଭେଚ୍ଛା : ଏ ବିଜୟ ଆପଣମାନଙ୍କର : ନବୀନ
ଭୁବନେଶ୍ୱର :ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡି ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଏହାସହ କର୍ମୀ ମାନଂକୁ ନବୀନ କହିଛନ୍ତି ଯେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଉଛି l ନିଜେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଟୁଇଟ କରି ଏପରି ବାର୍ତ୍ତା ଦେଇଛନ୍ତି l ଆହୁରୀ ମଧ୍ୟ ନବୀନ ଲେଖିଛନ୍ତି ଯେ କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ ବୋଲି ନବୀନ କହିଛନ୍ତି l
ଲୋକଙ୍କ ନେତା ନବୀନ : ଉପ ନିର୍ବାଚନରେ ଡ଼ବଲ ଶଙ୍ଖ
ଭୁବନେଶ୍ୱର: ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବ ଉପ ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନ ଏହି ଘୋଷଣା କରିବା ପରେ ଓଡ଼ିଶାରେ ରାଜନୀତି ପାଣିପାଗ ସରଗମର ହେଲା । କିଏ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଆପାତତ୍ତ ସ୍ଥିର ହୋଇଥିଲେ ମଧ୍ୟ ତାରିଖ ଘୋଷଣା ପରେ ବିଜେଡ଼ି-ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କଲେ । ବାଲେଶ୍ୱର ସଦର ପାଇଁ ବିଜେଡ଼ିର ପ୍ରାର୍ଥୀ ହେଲେ ସ୍ୱରୂପ ଦାସ, ବିଜେପିର ପ୍ରାର୍ଥୀ ହେଲେ ମାନଓ ଦତ୍ତ ଓ କଂଗ୍ରେସର ପ୍ରାର୍ଥୀି ହେଲେ ମମତା କୁଣ୍ଡୁ । ସେହିପରି ତିତ୍ତୋଲ ପାଇଁ ବିଜେଡ଼ିର ପ୍ରାର୍ଥୀ ହେଲେ ବିଜୟ ଶଙ୍କର ଦାସ, କଂଗ୍ରେସ ପ୍ରାର୍ଥୀ ହେଲେ ହିଂମାଶୁ ଭୂଷଣ ମଲ୍ଲିକ ଓ ବିଜେପି ପ୍ରାର୍ଥୀ ହେଲେ ରାଜକିଶୋର ବେହେରା ।
ପ୍ରାର୍ଥୀ ନାଁ ଘୋଷଣା ହେବା କ୍ଷଣି । ଏହାକୁ ନେଇ ରାଜନୈତିକ ସମୀକ୍ଷକ ଓ ସାଧାରଣରେ ଚର୍ଚ୍ଚା ହେଲା ବିଜେଡ଼ି-ବିଜେପି ମଧ୍ୟରେ ଉପ ନିର୍ବାଚନକୁ ନେଇ ବୁଝାମଣା ହୋଇଯାଇଛି । ତମେ ତିର୍ତ୍ତୋଲ ଓ ଆମେ ବାଲେଶ୍ୱର । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଲା କଂଗ୍ରେସର ଦୁଇ ବିଧାୟକ ସୁର ରାଉତରାୟ ଓ ତାରା ବାହୀନିପତିଙ୍କ ବୟାନ । ହେଲେ ସବୁ ଚର୍ଚ୍ଚା ପରେ ଏହି ଚର୍ଚ୍ଚାକୁ ଗୁରୁତ୍ୱ ନଦେଲେ ରାଜନୀତିର ବାଦଶାହା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସେତେବେଳକୁ ଉପ ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଉଭୟ ଆସନରେ ରାଜନୈତିକ ଗୋଟି ଚଳାନା ଆରମ୍ଭ କରିଦେଇଥିଲେ । ଟିମ ୱାର୍କ ସହ ଉଭୟ ଆସନରେ ବିଜୟ ଲାଭ କରିବା ପାଇଁ ନେତାଙ୍କୁ ଗୁରୁଦାୟିତ୍ୱ ଦେଇସାରିଥିଲେ ନବୀନ । ୩ ମାସ ପୂର୍ବରୁ ନବୀନଙ୍କ ଏହି ରାଜନୈତିକ ଚାଳନା ଓ ଟିମୱାର୍କ ସହ ବିଜେଡ଼ିକୁ ଉଭୟ ଆସନରେ ବିଜୟ ଲାଭ କରିବା ଭାର ନେଇଥିଲେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ରାଜଧାନୀ ଭୁବନେଶ୍ୱର , ତିତ୍ତୋଲ ଓ ବାଲେଶ୍ୱର ସଦରକୁ ବାରମ୍ବାର ଗସ୍ତ କରି ଘନଘନ ବୈଠକ କରି ଦଳୀୟ ପ୍ରାର୍ଥୀକୁ କିପରି ଅଧିକ ବ୍ୟବଧାନରେ ବିଜୟ କରାଯିବ ସେ ନେଇ ଗ୍ରାଉଣ୍ଡରେ ରାଜନୈତିକ କାର୍ଯ୍ୟକଳାପର ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରଣନୀତି ଓ ନେତାଙ୍କ ଦାୟିତ୍ୱ ଦେଇଥିଲେ । ସବୁ ନିର୍ବାଚନ ପରି ୨ଟି ଉପ ନିର୍ବାଚନକୁ ଦଳ ଗୁରୁତ୍ୱର ସହ ନେଇ କିପରି ସୁ-ପରିଚାଳନା ଦ୍ୱାରା ଭଲ ଭୋଟରେ ଦଳ ବିଜୟ ହେବ ତାହାର ଦାୟିତ୍ୱ ନେଇଥିଲେ ପ୍ରଣବ । ବାଲେଶ୍ୱରରୁ, ତିତ୍ତୋଲ , ତିତ୍ତୋଲରୁ ନବୀନ ନିବାସ ସହ ରିତିମତ ଯୋଗାଯୋଗ ରଖୁଥିଲେ । ଉଭୟ ବିଧାନସଭା କ୍ଷେତ୍ରର ମିଶାଣ, ଫେଡ଼ାଣ ରାଜନୀତି ସହ ପ୍ରତ୍ୟେକ ଘରୁ କିପରି ଅଧିକ ବିଜେଡ଼ି ଖାତାକୁ ଭୋଟ ଆସିବ ସେନେଇ ବବିଙ୍କ ବି ପ୍ଲାନରେ କାମ ଆରମ୍ଭ ହୋଇଗଲା । ଦଳୀୟ ଅସନ୍ତୋଷ ଦୂର କରିବା ଓ ସଭିଁଙ୍କୁ ସାଙ୍ଗରେ ନେଇ କାମ କରିବା ଦକ୍ଷତା ରଖିଥିବା ବିବା ଶେଷରେ ଧୀରେଧୀରେ ବିଜେପୁର ଓ ପାଟକୁରା ଷ୍ଟାଇଲରେ ନିଜ କାମ ଆରମ୍ଭ କରିଦେଲେ । ତିତ୍ତୋଲରେ ବିଜେଡ଼ି ନେତା ସଂଜୟ ଦାସ ବର୍ମା, ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ , ରାଜଶ୍ରୀ ମଲ୍ଲିକ ଗୁରୁଦ୍ୱାୟିତ୍ୱ ଦେଇ ସେମାନେଙ୍କୁ ତାଙ୍କ ଟିମ ଦେଇଦେଲା ବିଜେଡ଼ି । ସେହିପରି ବାଲେଶ୍ୱରରେ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲାସଭାପତି ରବିନ୍ଦ୍ର ଜେନା, ବରିଷ୍ଠ ବିଜେଡ଼ି ନେତା ଅରୁଣ ଦେ, ବିଜେଡ଼ି ବିଧାୟକ ପ୍ରତାପ ଦେବ, ଦେବୀ ମିଶ୍ରଙ୍କ ସମେତ ଗଣ୍ଡାଗଣ୍ଡାମନ୍ତ୍ରୀ ଓ ବିଧାୟକ, ଯୁବ,ଛାତ୍ର ଓ ମହିଳା ନେତାଙ୍କୁ ଦାୟିତ୍ୱ ବଣ୍ଟନ ସହ ସେମାନଙ୍କୁ ସହଯୋଗ କରିବା ପାଇଁ ଟିମ ମଧ୍ୟ ଯୋଗାଇ ଦିଆଗଲା । ପୁରା ରଣକୌଶଳ ଅନୁସାରେ ବିଜେଡ଼ି ନିର୍ବାଚନ ପ୍ରଚାର କଲା । ସବୁଠାରୁ ବଡ଼ କଥା ହେଉଛି ଗଣମାଧ୍ୟରେ ଦଳର ଅସନ୍ତୋଷ ଥିବା କଥା ଯେଉଁ ପ୍ରଚାର ହେଉଥିଲା ତାହାକୁ ଦଳ ଗୁରୁତ୍ୱ ଦେଉନଥିଲା, ବରଂ ଏପରି କିଛି ନେତା ପ୍ରଚାର ମଇଦାନକୁ ଓହ୍ଲାଇାଲେ ତାହା ସଭିଁଙ୍କୁ ଚକିତ କରିଥିଲା । ପୁରା ରଣନୀତିକୁ ମିନିଟରିଙ୍ଗ କରୁଥିଲେ ଖୋଦ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଯେଉଁ ପରିଶ୍ରମର ଫଳ ଆଜି ଦଳ ପାଇଛି । ବାଲେଶ୍ୱର ସଦରରେ ଦଳ ବିଜେପି ପ୍ରାର୍ଥି ମାନସ ଦତ୍ତ 13 ହଜାର 395 ଭୋଟରେ ହାରିଛି l ଯାହା ଫଳରେ ବିଜେଡି
ନିଜ ଗଡ଼କୁ ପୁଣିଥରେ ଅକ୍ତିଆର କରିବାରେ ସଫଳ ହୋଇଛି । ସେହିପରି ତିତ୍ତୋଲରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କକୁ ବହୁ ପଛରେ ପକାଇ ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟ ମୁକୁଟ ପିନ୍ଧିଛନ୍ତି । ପୁଣି ନବୀନ ଯେ ଲୋକଙ୍କ ନେତା ତାହା ସାରା ଓଡ଼ିଶାରେ ନଜର ଥିବା ବାଲେଶ୍ୱର ଓ ତିତ୍ତୋଲ ଉପ ନିର୍ବାଚନର ଫଳାଫଳରୁ ସ୍ପଷ୍ଟ କରିଛି । ଏହାସହ ୨୦ବର୍ଷ ଧରି ବିଜେଡ଼ି ଓଡ଼ିଶାରେ ନମ୍ବର ଦଳ ହୋଇଥିଲା , ଏବେ ତାହା ବି ପ୍ରମାଣିତ କରିଛି । ଯାହା ବିଜେଡ଼ିର ଟିମ ୱାର୍କର ପରିଶ୍ରମ ଓ ନିର୍ବାଚନ ପରିଚାଳନାର ଏକ ବଡ଼ ସଫଳତା ।
ପ୍ରଣବ ଦେଖାଇଲେ ସଂଗଠନ ଶକ୍ତି : ବିଜେଡ଼ି ପୁଣି ୧ ନମ୍ବର
ଭୁବନେଶ୍ୱର: ଯାହାର ସଂଠଗନ ଯେତେ ଶକ୍ତିଶାଳୀ , ସେ ଦଳ ସେତେ ମଜବୁତ ଓ ସେତେ ଆଗୁଆ । ନେତୃତ୍ୱର ମାର୍ଗଦର୍ଶନ ଓ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାଳ କରିବାରେ ସଫଳ ହେବା ପୁଣି ବିଜେଡ଼ି ମାଇଲ ଖୁଣ୍ଟ ଛୁଇଛି । ବିଜେଡ଼ି ଲୋକଙ୍କ ଦଳ ଓ ଲୋକଙ୍କ ସହ ବିଜେଡ଼ି ଅଛି ତାହା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନର ଫଳାଫଳ ପୁଣି ପ୍ରମାଣିତ କରିଛି । ନିର୍ବାଚନର ଦେଢବର୍ଷ ପରେ ବି ବିଜେଡ଼ି ଲୋକ ପ୍ରିୟମତା ଯେମିତି ଥିଲା ସେମିତି ଅଛି ତାହା ପ୍ରମାଣିତ ପୁଣିଥରେ ହୋଇଛି । ଏହାର ମୁଖ୍ୟ କାରଣ ହେଉଛି ସବୁ ଦଳ ନିର୍ବାଚନ ସମୟରେ ସଂଗଠନ ସଜାଡ଼ିବା ସହ ନିର୍ବାଚନୀ ପ୍ରସ୍ତୁତ କରିଥାନ୍ତି । ହେଲେ ବିଜେଡ଼ି କିନ୍ତୁ ନିର୍ବାଚନ ପରଠାରୁ ପୁଣି ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିଥାଏ । ଯେଉଁଥି ପାଇଁ ଦଳ ଏହି ସଫଳତା ପାଉଛି ବୋଲି ଦଳୀୟ ନେତା ଓ କର୍ମୀ କହନ୍ତି । ରାଜନୀତିରେ ସବୁଠାରୁ ବଡ଼ କଥା ହେଉଛି ସଂଗଠନକୁ ଚଳଞ୍ଚର କରିବା । ଯାହାକୁ ବିଜେଡ଼ି ମୂଳମନ୍ତ୍ର କରିଛି । ୨୦୧୪ ନିର୍ବାଚନ ଓ ବିଜେପୁର ଉପ ନିର୍ବାଚନରେ ବିଜେଡ଼ିର ବଡ଼ ସଫଳତା ପାଇବା ପରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜୟନ୍ତିରେ ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ଦଳର ତାଙ୍କର ପ୍ରିୟ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦଳ ପ୍ରତି ପରିଶ୍ରମ ଓ ଆନୁଗତ୍ୟତାକୁ ପ୍ରଶଂସା କରିବା ସହ ବିଜେଡ଼ି ସଂଗଠନର ଗୁରୁ ଦାୟିତ୍ୱ ତାଙ୍କୁ ଦେଇଥିଲେ । ପ୍ରଥମଥର ଲାଗି ନବୀନ ବିଜେଡ଼ି ସଂଗଠନ ସମ୍ପାଦକ ପଦ ସୃଷ୍ଟି କରି ପ୍ରଣବଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ସଂଗଠନ ପାଇଁ ଦିନରାତି ଏକ କରି ସବୁକିଛି ଭୂଲିଯାଇଥିଲା ପ୍ରଣବ ଏତେବଡ଼ ଗୁରୁଦାୟିତ୍ୱ ତୁଲାଇବାକୁ ଯେ ପୁଣି ଦକ୍ଷ ତାହା ନବୀନ ନିଜେ ଅନୁଭବ କରି ତାଙ୍କୁ ଏହି ଦାୟିତ୍ୱ ଦେଲେ । ନବୀନଙ୍କ ସ୍ୱଭାବ ପରି ପ୍ରଣବ ମଧ୍ୟ ଅଳ୍ପ କହନ୍ତି, ସଭିଁଙ୍କୁ ସାଥିରେ ନେଇ ଚାଲନ୍ତି ଓ ଲୋକଙ୍କ ସେବାକୁ ମୂଳମନ୍ତ୍ର ଭାବନ୍ତି । ପ୍ରଣବ ବିଜେଡ଼ି ସଂଗଠନ ସମ୍ପାଦକ ଦାୟିତ୍ୱ ପାଇବା ପରେ ବିଜେଡ଼ି ଏକ କ୍ୟାଡ଼ରବେଷ୍ଟ ପାଟିରେ ପରିଣତ କରିଛନ୍ତି । ନବୀନଙ୍କ ମାର୍ଗଦର୍ଶନରେ ଦଳକୁ ଘରେ ଘରେ ଅଧିକ ଶକ୍ତିଶାଳୀ କିପରି କରାଯିବ ସେ କାମରେ ଲାଗିପଡ଼ିଲେ ପ୍ରଣବ । ଟିମୱାର୍କକୁ ଗୁରୁତ୍ୱ ଦେଇ ପ୍ରଥମେ ବିଜେଡ଼ି ସଂଗଠନକୁ ପୁର୍ଣ୍ଣଗଠନ କଲେ ଦଳର ସ୍ରୁପ୍ରିମୋଙ୍କ ନିର୍ଦ୍ଦେଶରେ । ୨୦୨୪ ପାଇଁ ଦଳକୁ ପୁରା ରେଡ଼ି କରିଦଲେ । ବଡ଼ ଟିମ କଲେ । ସଭିଁଙ୍କୁ ଗୁରୁ ଦାୟିତ୍ୱ ଦେଇ ନବୀନଙ୍କ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଲେ । ଲକ୍ଷ ରହିଲା ଲୋକ ଆମ ସହ ଅଛନ୍ତି , ଆମେ ଲୋକଙ୍କ ସହ ରହିବା । ଏଥିଲାଗି ପ୍ରଥମେ ରାଜ୍ୟ ସରକାର ଓ ଦଳର ଆଭିମୁଖ୍ୟ ସର୍ମ୍ପକରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରାଗଲା । ସରକାରଙ୍କ ଯୋଜନା ଲୋକେ ଉପକ୍ରୃତ ହେଉଛନ୍ତି କି ନାହିଁ ଓ କେଉଁଠି ସମସ୍ୟା ରହିଲା ତାହା ଉପେରେ ଦଳ ଗୁରୁତ୍ୱ ଦେଲା । ଜୀବନ ବିନ୍ଧୁ କାର୍ଯ୍ୟକ୍ରମକୁ ଅଧିକ କରି କରୋନା ମହାମାରୀ ସର୍ମରେ ଯେପରି ରକ୍ତ ଅଭାବ ଦେଖାନଯାଏ ତାହାକୁ ଫୋକସ କରାଗଲା ସଂଗଠନରେ । ଏହାସହ କରୋନା ନେଇ ବିଜେଡ଼ିର ପ୍ରତ୍ୟେକ କର୍ମୀ ଓ ନେତା କିପରି ଲୋକଙ୍କୁ ସଚେତନ କରି ପ୍ରତ୍ୟେକ ଓଡ଼ିଆଙ୍କ ମୂଲ୍ୟବାନ ଜୀବନ ରକ୍ଷ କରାଯିବ ତାହାକୁ ପ୍ରବଣ ପ୍ରାଥତ୍ମକତା ଦେଲେ ।
ପଦ ପଦବୀ ନୁହେଁ, କାମରେ ବିଶ୍ୱାସ ରହୁଥିବା ପ୍ରବଣ ସଂଗଠନ ସମ୍ପାଦକ ହେବା ପରେ ବାଲେଶ୍ୱର ସଦର ଓ ତିତ୍ତୋଲ ଉପ ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରିକ୍ଷା ଥିଲା ଗଣମାଧ୍ୟମରେ ଚର୍ଚ୍ଚା ହେଲା ଓ ରାଜନୈତିକ ସମୀକ୍ଷକମାନେ ମଧ୍ୟ ଭିନ୍ନଭିନ୍ନ ଆକଳନ କଲେ ତାଙ୍କର ଭବିଷ୍ୟତକୁ ନେଇ । ହେଲେ ଠିକ ନବୀନଙ୍କ ପରି ଏସବୁ କଥାକୁ ଗୁରୁତ୍ୱ ନଦେଇ ପ୍ରଣବ କିନ୍ତୁ ନିଜ କାମ କରିଚାଲିଲେ । ଯାହା ବିଜେଡ଼ିକୁ ଲାଗି ଦୁଇଟି ଆସନରେ ବିଜୟ କରିଛି । କାରଣ ତାଙ୍କର ମୂଳଲକ୍ଷ ଥିଲା ଦଳର ସୁପ୍ରିମୋଙ୍କ ଆଭିମୁଖ୍ୟକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ଓ ସଫଳତା ହସଲ କରିବା । ଯେଉଁଥିରେ ସେ ସଫଳ ହୋଇଛି । ତାଙ୍କର ଏହି ଗୁଣକୁ ଚିହ୍ନ ତ ନବୀନ ତାଙ୍କୁ ମନ୍ତ୍ରୀ ପଦରୁ କାଡ଼ି ଦଳର ସଂଗଠନ କାମ କରିବାକୁ ବାଛିଥିଲେ । ଆଉ ନବୀନଙ୍କ ଏହି ବିଶ୍ୱାସକୁ ପ୍ରଣବ ପୁରା ଶତ ପ୍ରତିଶତ କାର୍ଯ୍ୟରେ କରିଦେଖାଇଛନ୍ତି । ନିର୍ବାଚନପରେ ସମୟରେ ପୁରା ପଛଟ ପଟରେ ରହି ଦଳ କିପରି ବିଜୟ କରିବ ସେ ବ୍ଲୁପ୍ରିଣ୍ଟ ସେ ପ୍ରସ୍ତୁତ କରିଥାନ୍ତି । ପ୍ରଚାର ଓ ପ୍ରସାର ଠାରୁ ଦୂରରେ ରହି ସେ ଭୋଟ ଯୋଗାଡ଼ରେ ଲାଗିପଡ଼ିନ୍ତି । ନିର୍ବାଚନ ପାଇଁ ତାଙ୍କ ଆଖିରେ ଯେମିତି ନିଦ ନଥାଏ । ସବୁଠାରୁ ବଡ଼ କଥା ହେଉଛି ତାଙ୍କ ସଂଗଠନ ଶକ୍ତି ଓ ଲକ୍ଷ ପାଖରେ କିଛି ଅସମ୍ଭବ ରଖନ୍ତିନି ସେ । ନବୀନଙ୍କ ନିର୍ଦ୍ଦେଶରେ ପୁରା ବିଜେଡ଼ିକୁ ଏକତାସୂତ୍ରରେ ବାନ୍ଧିରଖି ସେ କାମ କରନ୍ତି । ଗ୍ରାଉଣ୍ଡରେ ଦଳର ସଂଗଠନକୁ ଏତେ ମଜବୁତ କରନ୍ତି ଓ ନିର୍ବାଚନ ସମୟରେ ଚେନ ସିଷ୍ଟମରେ କାମ ହୁଏ ଯେ ଯାହା ବିଜେଡ଼ିର ବିଜୟ ପଥକୁ ପରିଷ୍କାର କରିଥାଏ । ବିଜେଡ଼ି ତ ବିଜେଡ଼ି , ବିରୋଧୀ ନେତା ବି ପ୍ରଣବ ନିର୍ବାଚନ ପରିଚାଳନାକୁ ପ୍ରଶଂସା କରିନ୍ତି । ପରିଶ୍ରମ ସବୁ ସଫଳତାର ମାପକାଠି , ଯାହା ସଂଗଠନ ସମ୍ପାଦକ ପ୍ରଣବଙ୍କ ପାଖରେ ଦେଖିବାକୁ ମିଳେ । ଆଉ ନିର୍ବାଚନ ସୁ-ପରିଚାଳନା କରିବା ଓ ଦଳକୁ ସଫଳତା ଦେବାରେ ସେ ଯେ ଏବେ ଚାଣକ୍ୟ ପାଲଟିଯାଇଛନ୍ତି ତାହା ପୁଣି ୪ଥର ବିଜେଡ଼ି ଜିତିଥି ବା ବାଲେଶ୍ୱର ଆସନ ୨୦୧୯ରେ ବିଜେପି ହାତକୁ ଯିବା ଓ ଉପ ନିର୍ବାଚନରେ ପୁଣି ବିଜେଡ଼ି ଏହାକୁ ଅକ୍ତିଆର କରିବା ଏଥିରୁ ପ୍ରମାଣିତ ହୋଇଛି । ସେହିପରି ତିତ୍ତୋଲରେ ବିଜେଡ଼ି ବହୁ ବ୍ୟବଧାନରେ ବିଜୟ ଲାଭ କରିବା ଆଉ ଏକ ସଙ୍କେତ ଦେଇଛି । ବିଜେଡ଼ି ଏବେ ଆଉ ଏକ ରାଜନୈତିକ ଦଳ ହୋଇନାହିଁ ବଂର ଏକ ଅନୁଷ୍ଠାନରେ ପରିଣତ ହେଲାଣୀ । ଯାହା ଦଳର ଯୁବ ଓ ବରିଷ୍ଠ ନେତୃତ୍ୱଙ୍କ ପରିଶ୍ରମ ଓ ବିଜେଡ଼ି ସୁପ୍ରିମୋ ନବୀନଙ୍କ ପଟ୍ଟନାୟକ ସୁ-ନେତୃତ୍ୱ ଏକ ବଡ଼ କାରଣ ।














