ରାଜ୍ୟର ୬ ଟି ବିଶ୍ବବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତି…..

ଭୁବନେଶ୍ୱର : ରାଜ୍ୟର ୬ ଟି ବିଶ୍ବବିଦ୍ୟାଳୟରେ ପାଇଁ ନୂଆ କୁଳପତି ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ l ଆସନ୍ତୁ ନଜର ପକାଇବା କିଏ କେଉଁଠି ହେଲେ କୂଳପତି l ଉତ୍କଳ ବିଶ୍ବବିଦ୍ୟାଳୟ- ପ୍ରଫେସର ସବିତା ଆଚାର୍ଯ୍ୟରମାଦେବୀ ବିଶ୍ବବିଦ୍ୟାଳୟ-ପ୍ରଫେସର ଅପରାଜିତା ଚୌଧୁରୀ

ଫକୀର ମୋହନ ବିଶ୍ବବିଦ୍ୟାଳୟ- ପ୍ରଫେସର ଦୀନବନ୍ଧୁ ସାହୁ

ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ-ପ୍ରଫେସର ଏନ୍‌. ନାଗରାଜୁ

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ- ପ୍ରଫେସର କିଶୋର କୁମାର ବାସ
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ- ପ୍ରଫେସର ପ୍ରଫୁଲ୍ଲ ମହାନ୍ତି

ନୂଆ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ…|

ସରକାରୀ କର୍ମଚାରୀ ଧର୍ମଘଟ ଉପରେ ଲାଗିଲା ଅଙ୍କୁଶ : ବିଧାନସଭାରେ ଆଇନ ସଂଶୋଧିତ…..

ଭୁବନେଶ୍ୱର : ଏଣିକି ଧର୍ମଘଟ ଉପରେ ଲାଗିବ ଅଙ୍କୁଶ। ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ଵ୍ୟଵସ୍ଥା ହେବ। ଯଦି ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ କିମ୍ଵା ତାକୁ ସମର୍ଥନ କରି ଆର୍ଥିକ ସହଯୋଗ କରେ ସେହି ବ୍ୟକ୍ତିଙ୍କୁ ଏକବର୍ଷ ଜେଲ ଦଣ୍ଡ କିମ୍ବା 5 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ଉଭୟ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ। ଯଦି କୌଣସି ଧର୍ମଘଟରେ କୌଣସି କର୍ମଚାରୀ ଅଂଶଗ୍ରହଣ କରନ୍ତି ତାହା ବେଆଇନ ଅଟେ। ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତ୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020ରେ ଏହି ଵ୍ୟଵସ୍ଥା ରହିଛି। 1988ର ଅଧିନିୟମକୁ ସଂଶୋଧନ କରାଯାଇଛି। ନୂଆ ଅଧିନିୟମ ଅନୁସାରେ କିଛି ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ସାମିଲ କରାଯାଇଛି। ଅଗ୍ନି ନିରାପତ୍ତା, ଅବକାରୀ,ଜଙ୍ଗଲ,କାରାଗାର ସଂସ୍କାର,ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡିତ ସେଵାରେ ବ୍ୟାଘାତ ହେଲେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ।

ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି ନିର୍ଦ୍ଧାରଣ କରି ନାହାନ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବେସରକାରୀ ସ୍କୁଲ ଫି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରଖିଲେ ପ୍ରତିକ୍ରିୟା ରଖିଛନ୍ତି । ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି ନିର୍ଦ୍ଧାରଣ କରିନାହାନ୍ତି ବୋଲି ମନ୍ତ୍ରୀ  କହିଛନ୍ତି  । ହାଇକୋର୍ଟ କଣ ନିଦେଶ ଦେଇଛନ୍ତି ଜାଣିନାହୁଁ। ଅର୍ଡର କପି ହସ୍ତଗତ ହେବା ପରେ ଉତ୍ତର ରଖାଯିବ ବୋଲି ମନ୍ତ୍ରୀ ସମୀର ଦାସ  କହିଛନ୍ତି।
ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେଥିପାଇଁ ସରକାର ସ୍କୁଲ ମିଶ୍ରଣ କରୁଛନ୍ତି। ଯେଉଁଠି ଖେଳ ପଡିଆ, ବିଜ୍ଞାନ ଗାର, ଲାଇବ୍ରାରୀ, ବ୍ୟବସ୍ଥା କରାଯାଉଛି। ଯାହା ଫଳରେ ପିଲାମାନଙ୍କ ଆଗ୍ରହ ବଢିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

କେବିକେରେ 15ଜଣ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବନି ସ୍କୁଲ…..

ଭୁବନେଶ୍ୱର : ଗୃହରେ ସ୍କୁଲ ବନ୍ଦ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ। କେବିକେ ଅଞ୍ଚଳରେ ବି 15ରୁ କମ ହେଲେ ସ୍କୁଲ ଗୁଡିକ ମିଶ୍ରଣ ହେବ। ସିଡ୍ୟୁଲ ଅଞ୍ଚଳରେ ମଧ୍ୟ 15ରୁ କମ ଛାତ୍ରଛାତ୍ରୀ ଥିଲେ ସ୍କୁଲକୁ ମିଶ୍ରଣ କରାଯିବ ବୋଲି ଗତକାଲି ମନ୍ତ୍ରୀ କହିଥିଲେ। ନନ ସିଡ୍ୟୁଲ ଏରିଆରେ 20 ଛାତ୍ରଛାତ୍ରୀରୁ କମ ହେଲେ ସ୍କୁଲ ଗୁଡିକ ମିଶ୍ରଣ ହେବ।

ରାଜ୍ୟପାଳଙ୍କ ଧର୍ମ ପତ୍ନୀ ସୁଶିଳା ଦେବୀଙ୍କ ବିୟୋଗରେ ବିଧାନସଭାରେ  ଶୋକ।

ଭୁବନେଶ୍ୱର : ରାଜ୍ୟପାଳଙ୍କ ଧର୍ମ ପତ୍ନୀ ସୁଶିଳା ଦେବୀଙ୍କ ବିୟୋଗରେ ବିଧାନସଭାରେ  ଶୋକ। ମୁଖ୍ୟମନ୍ତ୍ରୀ ଆଗତ କଲେ ଶୋକପ୍ରସ୍ତାଵ। ଶୋକପ୍ରସ୍ତାବ କୁ ସମର୍ଥନ କଲେ ବିରୋଧୀ ଦଳ ନେତା  ପ୍ରଦୀପ୍ତ, କଂଗ୍ରେସ    ଦଳର ନେତା ନରସିଂହ ମିଶ୍ର, ଓ  ବାଚସ୍ପତି  ସୂର୍ଯ୍ୟ ନାରାୟଣ    ପାତ୍ର  ପ୍ରମୁଖ ଶୋକ ପ୍ରସ୍ତାବ  ଆଗତ       କରିଛନ୍ତି l  ଶେଷରେ ଏକ ମିନିଟ ନିରବ ପ୍ରାଥନା କରାଯାଇଥିଲା l ଏହା ସହ ଗୃହକୁ  3ଟା ପର୍ଯ୍ୟନ୍ତ ମୁଲତବୀ l

ଆରପାରିରେ ରାଜ୍ୟପାଳଙ୍କ ଧର୍ମପତ୍ନୀ : ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ ଦେହାନ୍ତ ହୋଇଛି l ତାଙ୍କ ଦେହାନ୍ତ ଖବର ମିଳିବା ପରେ ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି l ରବିବାର ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି l ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି l ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭଗବାନ ତାଙ୍କ ଆତ୍ମର ସଦଗତି କାମନା କରିଛନ୍ତି l ସେହିପରି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ  ପରିବାରଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି l ଏହାସହ ଓଡିଶାର ପ୍ରଥମ ମହିଳା ଭାବେ ତାଙ୍କର ପରୋପକାରୀ ମନଭାବ ସବୁବେଳେ ମନେ ରହିବ ବୋଲି ସେ କହିଛନ୍ତି l ଭଗବାନଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି  l

ସୂଚନା ଅନୁସାରେ ନଭେମ୍ବର 1ରେ କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସା ହେଉଥିଲେ l

ବିରୋଧୀ ଦେଲେ ଇସାରା : ସୋମବାର ଗୃହରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ…..

ଭୁବନେଶ୍ୱର : ବିଧାନସଭାରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ l ବିରୋଧୀଙ୍କ କହିବା କଥା ହାଜତ ମୃତ୍ୟୁ ପ୍ରସଙ୍ଗକୁ ଛଡ଼ାଯିବନି। ଗୃହରେ ପୁଣି ଉଠିବ ଏ ପ୍ରସଙ୍ଗ। ଶାସକ ଦଳର କହିବା କଥା ଗତ 20 ବର୍ଷର ରେକର୍ଡ କହୁଛି ନବୀନ ପଟ୍ଟନାୟକ କେବେ ଦୋଷୀକୁ କେବେ କ୍ଷମା କରିନାହାନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।ବିରୋଧୀ ବିଜେପିର କହିବା କଥା ହାଜତ ମୃତ୍ୟୁ ଘଟଣାରେ ପୋଲିସ ଘଟଣାକୁ ଚାପିବା ସହ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ କରୁଛି। ଏ ପ୍ରସଙ୍ଗ ନିଶ୍ଚିତ ଭାବେ ଆଗକୁ ଜୋରଦାର ହେବ। କଂଗ୍ରେସ କିନ୍ତୁ ଏ ପ୍ରସଙ୍ଗ ଶିଥିଳ ପଡିଯାଇଥିବା ସ୍ୱୀକାର କରିଛି। ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଉଦ୍ୟମ କରାଯାଉଥିବାବେଳେ ସରକାର ଏଥିରୁ ଲାଭ ନେବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

ତେବେ ସୋମବାର ବିଧାନସଭାରେ ହାଜତ ମୃତ୍ୟୁ ପ୍ରସଙ୍ଗରେ ଗୃହ ଜବାବ ବିରୋଧୀ ମାଗିବେ ବୋଲି କହିଛନ୍ତି l ହାଜତ ମୃତ୍ୟୁ ପ୍ରସଙ୍ଗ କୁ ନେଇ ଚାରିଆଡେ ପ୍ରତିବାଦର ସ୍ୱର ତୀବ୍ର ହୋଇଥିବାବେଳେ ବିଧାନସଭା ରେ ବିରୋଧୀଙ୍କ ନୀରବତା ଅନେକ ପ୍ରଶ୍ନ ଛିଡା କରିଛି।

15ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଏଣିକି 15ରୁ କମ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରିବେ ରାଜ୍ୟ ସରକାର l ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ 7772 ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ 1724 ଟି ସ୍କୁଲ ଉଭୟ ସିଡୁଲ ଓ ନନସିଡୁ ଲ ଅଞ୍ଚଳରେ 25 ଏବଂ 40 ଛାତ୍ରଛାତ୍ରୀ ଥିବା ସ୍କୁଲ ରହିଛି। 6048 ସ୍କୁଲ୍ରେ 20 ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଅଛି। ସରକାର ଆଜି ନିଷ୍ପତ୍ତି ବଦଳାଇଛନ୍ତି। ସିଡୁଲ ଅଞ୍ଚଳରେ ଏଣିକି 20 ନୁହେଁ 15 ରୁ କମ ଛାତ୍ରଛାତ୍ରୀ ଥିଲେ ସେ ସ୍କୁଲକୁ ମିଶ୍ରଣ କରାଯିବ। ସେହିଭଳି ସ୍କୁଲ ସଂଖ୍ୟା ପାଖାପାଖି 3 ହଜାର ଆସିପାରେ।
ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ    କହିଥିଲେ ଯେ କୌଣସି ବିଦ୍ୟାଳୟକୁ ଉଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି। 2013 ରେ ସରକାର ନିୟମ କରିଥିଲେ ସିଡୁଲ ନନ ସିଡୁଲ ଅଂଚଳରେ ସ୍କୁଲ ଖୋଲିବା ପାଇଁ। 66 ହଜାର 594 ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା। ସବୁ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ଶ୍ରେଣୀ ଶିକ୍ଷକ ଦେବା ସରକାରଙ୍କ ମୂଳ ଉଦେଶ୍ୟ। ଛୋଟ ଛୋଟ ବିଦ୍ୟାଳୟ ଏକତ୍ରିକରଣ କରି ବଡ ବିଦ୍ୟାଳୟ ସୃଷ୍ଟି କରିବା ଉଦେଶ୍ୟ। ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ। ଗୋଟିଏ ଜାଅଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ ଉଦେଶ୍ୟ। ରାଜ୍ୟରେ 14382 ସ୍କୁଲରେ 40ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ସେଥିରୁ 7ହଜାର772 ସ୍କୁଲ କୁ ମିଶ୍ରଣ ପାଇଁ ପକ୍ରିୟା କରାଯାଉଛି। ଏଥିରୁ 1724 ସ୍କୁଲରେ 25ରୁ କମ ପିଲା,6048 ସ୍କୁଲରେ 20ରୁ କମ ପିଲା ଅଛନ୍ତି। ଯେଉଁଠି ସମସ୍ୟା ରହିଛି, ଲିଖିତ ଭାବେ ଜଣାଇଲେ ପଦକ୍ଷେପ ନିଆଯିବ। ସେପଟେ  କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର  କହିଥିଲେ  ଯେ    ଆମେ   ଯେଉଁ    ପ୍ରସ୍ତାବ ଦେଇଥିଲୁ  ସରକାର ଗ୍ରହଣ  କରିଛନ୍ତି l

ସ୍କୁଲ ମିଶ୍ରଣ କେନ୍ଦ୍ରର ନିଷ୍ପତି : ପ୍ରତାପ ଦେବ

ଭୁବନେଶ୍ୱର : ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଲେ ବିଜେଡି ବିଧାୟକ ପ୍ରତାପ ଦେବ। ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି।2017ରୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି। ନୀତି ଆୟୋଗ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତିରେ ଏ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ବାଟରେ ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ଵ୍ୟଵହାର କରୁଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲ କୁ ବନ୍ଦ କରାଯାଉନାହିଁ।

ସ୍କୁଲ ବନ୍ଦ ନିଷ୍ପତ୍ତି ଅଗଣତାନ୍ତ୍ରିକ : ବିଷ୍ଣୁ ସେଠି….

ଭୁବନେଶ୍ୱର : ବିଧାନସଭା ଆଲୋଚନା ବେଳେ  ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ନିଜ ଵିବୃତ୍ତିରେ କଟାକ୍ଷ କରି ସରକାର ଓ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ସରକାରଙ୍କୁ କଲେ ନିଶାନା କରି କହିଛନ୍ତି ଯେ ସରକାର ସଠିକ ଦିଶାରେ ଚାଲୁନାହି। ସାଢ଼େ 11 ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ। 11 ଲକ୍ଷ ଛାତ୍ରଛାତ୍ରୀ ନାମଲେଖାଉଛନ୍ତି। କିନ୍ତୁ ମାଟ୍ରିକ ବେଳକୁ 6 ଲକ୍ଷ ରହୁଛନ୍ତି। 5 ଲକ୍ଷ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି। କାହିଁକି ଏଭଳି ହେଉଛି ବୋଲି ବିଷ୍ଣୁ ସେଠି ପ୍ରଶ୍ନ କଲେ। ଏଥିରେ ରାଜନୀତି ନାହିଁ। ଯଦି ଏ ନିଷ୍ପତ୍ତିର ପୁନ ବିଚାର ନ ହୁଏ,ଆମେ ବାଚସ୍ପତିଙ୍କ ପୋଡିୟମ ତଳେ ବସିବୁ।କୋରାପୁଟରେ 8ଶହ ସ୍କୁଲ ବନ୍ଦ ହେବାର ସମ୍ଭାବନା ରହିଛି। ସରକାର କୋଉଥି ପାଇଁ ଏଭଳି ନିଷ୍ପତ୍ତି ନେଉଛନ୍ତି ବୁଝାପଡୁନି।
ସ୍କୁଲ ବନ୍ଦ ନିଷ୍ପତ୍ତି ଅଗତାନ୍ତ୍ରିକ। ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ରାଜ୍ୟରେ ନିଆଁ ଲାଗିବ। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଗୃହରେ ଉଦବେଗ।

Follow us

20,832FansLike
0FollowersFollow
14,700SubscribersSubscribe

Latest news