ବିଧାନସଭାରେ ପରୀ ଝଡ଼ : କଣ ବାଚସ୍ପତିଙ୍କ ରୁଲିଂଗ ପଢନ୍ତୁ…

ଭୁବନେଶ୍ୱର : ପରି ମୃତ୍ୟୁ ଓ ବାପା ମା ଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ବାଚସ୍ପତି ଙ୍କ ରୁଲିଂଗ। ବିରୋଧୀ ଦଳ ମାନେ 4 ଟି ପ୍ରସଙ୍ଗ ଉଠାଇଛନ୍ତି। ବାପା ମା ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଛନ୍ତି, ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନୟାଗଡରେ 3 ମାସ ହେଲା ମାମଲା ହୋଇଛି, ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାଁ ଅଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ସବୁ ଶୁଣିଛନ୍ତି। ମୁଁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଉଛି ଏହି ଚାରୋଟି ଘଟଣାରେ ଆସନ୍ତାକାଲି ବିସ୍ତୃତ ଭାବେ ଉତ୍ତର ଦେବେ।

ପୁରୀ ହାଜତ ମୃତ୍ୟୁ ନେଇ କଣ କହିଲେ ଦିବ୍ୟ ଶଙ୍କର….

ଭୁବନେଶ୍ୱର : ହାଜତ ମୃତ୍ୟୁ ପ୍ରସଙ୍ଗ। NHRC ଗାଇଡ଼ଲାଇନ ଅନୁସାରେ ପଦକ୍ଷେପ ନିଆଯାଇଛି। ପୁରୀ ହାଜତ ମୃତ୍ୟୁ ଘଟଣାର ତଦନ୍ତ JMFC ପୁରୀ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ବିରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ SDJM ପାନପୋଷ କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା।

ଗୃହରେ ଆମେ ସୁରକ୍ଷିତ ତ : ନରସିଂହ ମିଶ୍ର….

ଭୁବନେଶ୍ୱର : ନୟାଗଡ଼ର ପରୀ ବାପା ମାଙ୍କ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର   l ନରସିଂହ  କହିଛନ୍ତି ଯେ ବିଧାନସଭା ବାହାରେ ସ୍ୱାମୀ ସ୍ତ୍ରୀଙ୍କୁ ପୋଲିସ ଅଟକାଇଲା ।ଗୋଇନ୍ଦା କଣ କରୁଥିଲା ।ପୋଲିସ କଣ କରୁଥିଲା   ?  ଆମେ କଣ ସୁରକ୍ଷିତ ତ? ଆମକୁ ସୁରକ୍ଷା  ଦିଆଯାଉ ?
କିଏ ବମ ପକେଇଲେ କଣ ହେବ l ଏପରି ରାଜ୍ୟର  ଆଇନ ସୁରକ୍ଷା  ଉପରେ    ପ୍ରଶ୍ନ  ଉଠାଇ ରାଜ୍ୟ ସରକାର  ଙ୍କୁ  ଟାର୍ଗେଟ     କରିଥିଲେ l

ବିଧାନସଭାରେ ହାଜତ ମୃତ୍ୟୁ ଉଠାଇଲେ ମୋହନ….

ଭୁବନେଶ୍ୱର : ଗୃହରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ। ମୁଲତବୀ ଆଲୋଚନା ବେଲେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ। ପୁରୀରେ କେ ରମେଶ କୁ ପୋଲିସ ଉଠାଇ ଆଣିଲା ଓ ଥାର୍ଡ ଡିଗ୍ରୀ କରିକି ମାରିଦେଲା। ବାପା ମା ଙ୍କ ଅନୁପସ୍ଥିତିରେ ଶବ ଦାହ କରାଗଲା। ସୁନ୍ଦରଗଡ ରେ ମଧ୍ୟ ହାଜତ ମୃତୁ ହୋଇଛି। ଏଠି ବ୍ରିଟିଶ ଯୁଗ ଚାଲିଛି। ହାଜତ ମୃତୁ ପାଇଁ ପୋଲିସ ସମ୍ପୁର୍ଣ୍ଣ ଭାବେ ଦାୟୀ। ସିଟିଂ ଜଜ ଦ୍ୱାରା ଘଟଣା ର ନ୍ୟାୟିକ ତଦନ୍ତ ହେଉ। ଦାବି ରଖିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ। ଦାବି କଲେ ମୋହନ ମାଝୀ।

ପୁରୀର ପୂର୍ବତନ ଏସ ପି ଅଖିଲେଶ୍ୱର ସିଂହ ଙ୍କ ନାମରେ ସାଲୁଜା ଆଣିଲେ ସାଙ୍ଘାତିକ ଅଭିଯୋଗ…..

ଭୁବନେଶ୍ୱର : ହାଜତ ମୃତ୍ୟୁ ଓ କଳାହାଣ୍ଡିରେ ସରପଞ୍ଚ ଘର ପାଇଁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପିପିଲିରେ 5 ଜଣଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଙ୍କୁ ଟାର୍ଗେଟ କଲେ। ପୁରୀର ପୂର୍ବତନ ଏସ ପି ଅଖିଲେଶ୍ୱର ସିଂହ ଙ୍କ ନାମରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ସମ୍ବଲପୁର ଏସପି ଥିବବେଳେ ବଟି ଆଦାୟ କରୁଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସନ୍ତୋଷ ସିଂ ସାଲୁଜା ଓ ପୁରୀ ଜିଲ୍ଲାର ଦୋଷ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ 302 ଦଫା ଲଗାଯାଉ। ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ ଦୁଷ୍କର୍ମ ର ଅଭିଯୋଗ ଆସୁଛି।ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଫଳ ଓ ଓଡିଶା ଅଶାନ୍ତ ବୋଲି ବିଜେପି ବିଧାୟକ ଜୟନାରାୟନ କହିଲେ। ସମ୍ବଲପୁର ର ପୂର୍ବତନ ଏସ ପି ଅଖିଲେଶ୍ୱର ସିଂ କୁ ବି କଲେ କଡା ସମାଲୋଚନା।

ବିଧାନସଭା ସମ୍ମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ….

ଭୁବନେଶ୍ୱର : ଆଜି ବିଧାନସଭା ସମୁଖରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ ।ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦମ୍ପତି। ନୟାଗଡ ଯଦୁପୂର ପରି ଘାଟଣାରେ , ନାବାଳିକାକୁ ନ୍ୟାୟ ନ ମିଳିବାରୁ ବାପା ମା ଆତ୍ମହତ୍ୟା କରିବାକୁ ଉଦ୍ୟମ କଲା ବେଳେ ପୋଲିସ ଉଦ୍ଧାର କରିଛି । ଜୁଲାଇ ମାସରେ ନାବାଳିକା ଅପହରଣ ସହ ତାକୁ ହତ୍ୟା କରାଯାଇଥିଲା। ଏ ନେଇ ବାପା ମା ବାରମ୍ବାର ନ୍ୟାୟ ପାଇଁ ଅଫିସରୁ ଅଫିସ ଦୌଡୁଛନ୍ତି। ପୋଲିସ, ଥାନା, କୋର୍ଟ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରସ୍ତ ହେବା ପରେ ବି ଝିଅକୁ ନ୍ୟାୟ ମିଳିପାରୁନାହିଁ ।କି ଅପରାଧୀକୁ ମଧ୍ୟ ଧରାଗଲା ନାହିଁ । ଏ ଘଟଣାରେ ଅଭିଯୁକ୍ତ ବାବୁଲି ନାୟକ ବୋଲି ଜଣେ ବ୍ୟକ୍ତିଙ୍କ ସମ୍ପର୍କ ଥିବା ବାପା ମା ଅଭିଯୋଗ କରିଛନ୍ତି ।

କୋଭିଡର ସଫଳତା ପଛରେ କାରଣ କଣ: ବିଧାନସଭାରେ ପ୍ରଶ୍ନ କଲେ ସୌମ୍ୟ

ଭୁବନେଶ୍ୱର :ଓଡ଼ିଶାରେ କୋଭିଡର ସଫଳତା ପଛରେ କାରଣ କଣ। କୋଉ ତଥ୍ୟ ଆଧାରରେ ସଫଳତା ମିଳିଛି ବୋଲି ସରକାର ଙ୍କୁ ପଚାରିଲେ ସୌମ୍ୟ ରଂଜନ ପଟ୍ଟନାୟକ। ସରକାର ଙ୍କ ପାଖରେ ତଥ୍ୟ ଅଛି କି ,ସଫଳତା ପଛରେ କଣ ରହି କାରଣ, କେଉଁ କାରଣ ପାଇଁ ଓଡିଶା କୋରୋନା ରେ ସଫଳ ହେଲା ।ଅଧିକ ସୁସ୍ଥ ଓ କମ ଆକ୍ରାନ୍ତ ହେଉଛନ୍ତି ।ଆଖି ବୁଝି ମନ୍ଦିର ବନ୍ଦ ଲକଡାଉନ ,ସଟ ଡାଉନ ,ସ୍କୁଲ ବନ୍ଦ ,ଯାତ୍ରା ବନ୍ଦ କୁ ନେଇ ପ୍ରଶ୍ନ ଉଠାଇଲେ ,।ଏହାସହ ବଜାର ଯିବା ପାଇଁ ଅନୁମତି ମିଳିଛି ,କିନ୍ତୁ ସାସ୍କୃତିକ କାର୍ଯ୍ୟକ୍ରମ କାହିଁକି କରିବା ନାହିଁ ବୋଲି ସୈମ୍ୟ ପ୍ରଶ୍ନ କରିଛନ୍ତି ।ଯଦି କୋଭିଡ କମିଯାଇଛି , ସାସ୍କୃତିକ ମନ୍ଦିର ଓ ସ୍କୁଲ ଖୋଲନ୍ତି , ସରକାର ଉଲ୍ଲସିତ ନହୋଇ ସରକାର କାରଣ ଖୋଲନ୍ତୁ l ଲକ ଡାଉନ ପାଇଁ ସଫଳତା ମିଳିଲା ନା ସ୍କୁଲ ବନ୍ଦ ପାଇଁ ନା କୋଉଥି ପାଇଁ ମିଳିଲା। ଯଦି ବଜାର ସଉଦା ପାଇଁ ଅନୁମତି ମିଳୁଛି ତେବେ ଯାତ୍ରା ପାର୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କାହିଁକି ଅନୁମତି ଦିଆଯାଉନି। ଏସବୁକୁ ଖୋଲିବାକୁ ଦାବି କଲେ ସୌମ୍ୟ।

ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ଦାବି…

ଭୁବନେଶ୍ୱର : ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ l କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ବିଧାନସଭାରେ ହାତଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି l
ରାଜ୍ୟରେ 24 ଘଂଟା ଭିତରେ ସବୁ ମନ୍ଦିର ଖୋଲାଯାଉ      ବୋଲି ତାରା    ଦାବି କରିଛନ୍ତି l ପୁରୀ ମନ୍ଦିରଠାରୁ ରାଜ୍ୟରେ ସବୁ ମନ୍ଦିର ଖୋଲୁ ।ସେବାୟତ ଓ ପୂଜକ ହଇରାଣ ହଉଛନ୍ତି ।ଜୀବିକା ବାଧାପ୍ରାପ୍ତ ହେଉଛି ।ତୁରନ୍ତ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଛନ୍ତି l ସେହିପରି କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯୋଉ ରାଜ୍ୟରେ କୋଭିଡ଼ ଅଧିକ ଅଛି ସେଠି ମଧ୍ୟ ମନ୍ଦିର ଖୋଲାଯାଇଛି। ଓଡ଼ିଶାରେ କାହିଁକି ଖୋଲାଯାଇନି ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ତେଣୁ ଓଡ଼ିଶାରେ ମନ୍ଦିର ଖୋଲାଯାଉ ବୋଲି ଦାବି କଲେ ମୋହନ ମାଝି।

ଯୋଜନା ଦେଖାଇଛି ବାଟ : ଭବ ସାଜିଛନ୍ତି ଦେବଦ୍ରୃତ

ଯାଜପୁର : ମୋ ଉପକାରୀ ବଗିଚା ଯୋଜନା ଯାଜପୁରରେ ସଫଳତା ସହ କାର୍ଯ୍ୟକାରୀ ହୋଇଛି । ବିଶେଷକରି ଯାଜପୁର ବ୍ଲକର ବିଭିନ୍ନ ପଂଚାୟତରେ ଏହି ଯୋଜନା ସଫଳତାର ସହ ଆଗେଇ ଚାଲିଛି । ଜିଲ୍ଲା ପ୍ରଶାସନ ସହିତ ଯାଜପୁରର ଯୁବ ନେତା ତଥା ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ଏଥିଲାଗି ଜୋରଦାର ଅଣ୍ଟା ଭିଡ଼ିଛନ୍ତି । ଯାଜପୁରର ୧୦ଟି ବ୍ଲକରେ ପ୍ରଶାସନ ଏହି କାର୍ଯ୍ୟକ୍ରମ ଜୋରଦାର କରିଥିବା ବେଳେ ଯାଜପୁର ବ୍ଲକରେ ସର୍ବାଧିକ ଚାଷୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଯାହା ସମ୍ଭବ ହୋଇପାରିଛି ଜିଲ୍ଲା ପ୍ରଶାସନର ଭିଜନ ଓ ଯାଜପୁର ଯୁବନେତା ଭବ ପ୍ରସାଦ ଦାସଙ୍କ ଉଦ୍ୟମ ଯୋଗୁଁ । ପ୍ରଥମ ପର୍ଯ୍ୟାୟରେ ଯାଜପୁର ବ୍ଲକରେ ୧୦ହଜାର ଚାଷୀଙ୍କୁୂ ମୋ ବଗିଚାରେ ଯୋଜନାରେ ସାମିଲ କରାଯିବ । ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀକୁ ସାର, ବିହନ, ଓ ଆର୍ଥକ ସାହାର୍ଯ୍ୟ ଯୋଗାଇ ଦିଆଯାଇଛି । ଯାହାର ସିଧା ଲାଭ ପାଉଛନ୍ତି ହିତାଧିକାରୀ ମାନେ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ ବଗିବା ଉପକାରୀ ଯୋଜନା ଯାଜପୁରରେ ଯେପରି ସଫଳତାର ସହ ଚାଲିଛି ତାହା ଓଡ଼ିଶାର ଅନ୍ୟ ଜିଲ୍ଲାପାଇଁ ଉଦାହରଣ ସାଜିଛି । ବୈଜ୍ଞାନିକ ଓ ଅଣପାରମ୍ପାରିକ ଭାବେ କରାଯାଉଥିବା ପରିବା ଚାଷ କରି ଚାଷୀ ବି ବେଶ ଖୁସ । ଏହି ଯୋଜନା ସଫଳତାର ସହ ଯାଜପୁର ବ୍ଲକରେ ଚାଲୁଥିବାରୁ ଯାହାର ସିଧା ସଳଖ ଫାଇଦା ପାଉଛନ୍ତି ସ୍ଥାନୀୟ ଲୋକେ । ଘର ପାଖରେ ତଟକା ପରିବା ପାଇବା ସହ ସ୍ଥାନୀୟ ଚାଷୀର ଆର୍ଥକ ମେରୁଦଣ୍ଡ ବି ସୁଦୃଢ ହେଉଛି ।
ଯାଜପୁର ବ୍ଲକକୁ ରାଜ୍ୟର ଏକ ନମ୍ବର ବ୍ଲକ କରିବା ଲକ୍ଷ୍ୟରେ ଦିନରାତି ଏକ କରି ଯୁବନେତା ଭବ ପ୍ରସାଦ ଦାସ ବିଭିନ୍ନ କାର୍ଯ୍ୟକ୍ରମରେ  ନିଜେ ସାମିଲ ହୋଇ ଲୋକଙ୍କ ସୁଖ ଦୁଃଖର ସାଥି ହେଉଛନ୍ତି । ବିଶେଷକରି ରାଜ୍ୟ ସରାକର ଯେଉଁସବୁ ଯୋଜନା କରୁଛନ୍ତି ତାହାର ଲାଭ କିପରି ଲୋକେ ସହଜରେ ପାଇପାରିବେ ତାହା ଉପରେ ସେ ଫୋକସ କରିଛନ୍ତି ।   ଯାଜପୁର ବିଧାୟକ ତଥା ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିଗ ଦର୍ଶନରେ ଯୁବ ନେତା ଭବ ପ୍ରସାଦ ଯାଜପୁର ନିର୍ବାଚନୀ ମଣ୍ଡଳୀରେ    ଏହି ସବୁ କାର୍ଯ୍ୟକୁ ଜୋରଦାର କରିଛନ୍ତି । ସେହିପରି ଯାଜପୁର ସବୁଜିମା ଅଭିଯାନକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ କରିଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବିଧାୟକ ଗୋଟିଏ ଲକ୍ଷ –କୋଟିଏ ଗଛ ସ୍ୱପ୍ନକୁ ବି ଯାଜପୁର, ଦଶରଥ ପୁର ଓ ଯାଜପୁରର ପୌର ପରିଷଦରେ ସଫଳତାର ସହ ଅଭିଯାନ କରାଯାଉଛି । ଜିଲ୍ଳା ପ୍ରଶାସନ ସହ ଯାଜପୁରବାସୀଙ୍କ ସହଯୋଗରେ ଭବ ଏସବୁ କାର୍ଯ୍ୟକୁ ସଫଳତାର ସହ ତୁଲାଉଛନ୍ତି । ପ୍ରତ୍ୟେକ ସପ୍ତାହରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଏହିସବୁ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ନିଜେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖୁଛନ୍ତି । ନୂତନ ଯାଜପୁର ସହ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶାର ସ୍ୱପ୍ନର ସମସ୍ତ ସୋପନ  ଯେମିତି ଜିଲ୍ଳାରେ ସଫଳତାର ସହ ଚାଲିବ ସେଥିଲାଗି ଦିନରାତି ଏକ କରି କାମ କରୁଛନ୍ତି ଭବ ।

ଏନ୍‌ଏସ୍‌ଏସ୍ ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ : ଡଃ ଭଗବାନ ପ୍ରକାଶ

ଭୁବନେଶ୍ୱର :  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ କରିବା ନିମନ୍ତେ ୧୯୬୯ ମସିହାରେ ନ୍ୟାସ୍‌ନାଲ୍ ସର୍ଭିସ୍‌ସ୍କିମ୍ (ଏନ୍‌ଏସ୍‌ଏସ୍‌) ଗଠିତ ହୋଇଥିଲା । ଏନ୍‌ଏସ୍‌ଏସ୍ ହେଉଛି ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ ବୋଲି ରବିବାର ଦିନ ସୂଚନା ଦେଇଛନ୍ତି ଏହାରପୂର୍ବତନ ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ।ଏନ୍‌ଏସ୍‌ଏସ୍ ହେଉଛି ମୁଖ୍ୟତଃ ଏକ ପ୍ରେରଣାତ୍ମକ କାର୍ଯ୍ୟକ୍ରମ ଯାହାକି ସେବା ମାଧ୍ୟମରେ କରାଯାଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବିୟୁନିଭର୍ସିଟି) ଠାରେ ଆୟୋଜିତ ୧୦ ଦିନିଆ ପୂର୍ବାଂଚଳ ପ୍ରାକ୍‌-ସାଧାରଣତନ୍ତ୍ର ଦିବସ କ୍ୟାମ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡଃ ଭଗବାନ୍ ପ୍ରକାଶ କରିଥିଲେ ।କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତରପୂର୍ବାଂଚଳର ୧୦ ଟିରାଜ୍ୟରୁ ୧୦୦ ଜଣ ବାଳକ ଓ ୧୦୦ ଜଣ ବାଳିକା ଯୋଗ ଦେଇଛନ୍ତି । ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ ।ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ମାନଙ୍କର ସଫଳତାକୁ ମନେ ପକାଇ ଡଃ ପ୍ରକାଶ କହିଛନ୍ତି ଯେ ଏହି ଅନୁଷ୍ଠାନ ପ୍ରେରଣା ମାଧ୍ୟମରେ ହିଁ ଆଗକୁ ବଢ଼ିବାକୁଉଦ୍ଦେଶ୍ୟ ରଖିଛି ।ଭାରତ ନିର୍ବାଚନ କମିଶନଙ୍କର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡକ୍ଟର ପ୍ରକାଶ ନିଜର ଅନୁଭୂତିକୁ ବଖାଣି କହିଥିଲେ ଏକଦା ନୂଆଦିଲ୍ଲୀଠାରେ ଅନୁଷ୍ଠିତସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଯୋଗ ଦେବା ନେଇ ପ୍ରତିରକ୍ଷା ବିଭାଗ ପ୍ରତିବାଦ କରିଥିଲେ । ଏହି
ପ୍ୟାରେଡ୍‌ରେ କେବଳ ମିଲିଟାରୀରେ ସାମିଲ ଥିବା କ୍ୟାଡେଟ୍ ଯୋଗ ଦେଇପାରିବେ ବୋଲି କାରଣ ଦର୍ଶାଯାଇଥିଲା । ତେବେ ଯେତେବେଳେଏନ୍‌ଏସ୍‌ଏସ୍ ବିଶ୍ୱର ସର୍ବବୃହତ୍ ଯୁବ କାର୍ଯ୍ୟକ୍ରମ ବୋଲି ଦର୍ଶାଯାଇ ଏନ୍‌ସିସି ଭଳି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା ସେତେବେଳେ ଅନୁମତିମିଳିଥିଲା । ପରବର୍ତୀ ସମୟରେ ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏସ୍‌ଏସ୍‌କୁ ପ୍ୟାରେଡର ଅନ୍ୟତମ ଶ୍ରେଷ୍ଠ କଂଟିଜେଂଟ୍ ଭାବେ ପ୍ରଶଂସା କରାଯାଇଥିଲା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରାୟୋଜିତ ପ୍ରାୟ ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏଡ୍‌ସ୍ ସଚେତନତା ଅଭିଯାନରେ ମଧ୍ୟ ଏନ୍‌ଏସ୍‌ଏସ୍ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଛି ବୋଲି ଡଃ ପ୍ରକାଶ କହିଥିଲେ । ଲକ୍ଷାଧିକ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।୧୮୮୮- ୮୯ରେ କେରଳର କୋଟାୟାମ୍‌କୁ ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ସହର ଭାବେ ଘୋଷଣା କରିବାର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କର
ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।ଏହି ଅବସରରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ ସବୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ
ଏନ୍‌ଏସ୍‌ଏସ୍‌ର ଜୀବନଶୈଳୀ ଓ ନିଃସ୍ୱାର୍ଥପର ସେବା ମନୋବୃତି ରହିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଏନଏସ୍‌ଏସ୍ ଭୁବନେଶ୍ୱର ଶାଖାର ଆଂଚଳିକନିର୍ଦ୍ଦେଶିକା ଶ୍ରୀମତି ସରିତା ପଟେଲ୍‌, ଉପ-ନିର୍ଦ୍ଦେଶକ ତଥା ଷ୍ଟେଟ୍ ନୋଡାଲ୍ ଅଫିସର ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ, ବେସିକ୍ ସାଇନ୍ସ କଲେଜ,ଓୟୁଏଟିର ନିର୍ଦ୍ଦେଶକ ଡଃ ବିକାଶ ଚନ୍ଦ୍ର ପଣ୍ଡା, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମସଂଯୋଜକ ଡଃ ନଚିକେତା ଶର୍ମା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।ଓଡ଼ିଶା, ପଶ୍ଚିମବଂଗ, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ୍‌, ମେଘାଳୟ, ତ୍ର ିପୁରା, ମଣିପୁର, ମିଜୋରାମ୍ ଏବଂ ନାଗାଲାଣ୍ଡ ସ୍ୱେଚ୍ଛାସେବୀ ମାନେ କୋଭିଡ ନିୟମ ପାଳନ କରି ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ଅନୁମତି ଅନୁଯାୟୀ ଏହି କାର୍ଯ୍ୟକ୍ରମପରିଚାଳନା କରାଯାଉଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news