ବିଧାନସଭା ଅଚଳ ପାଇଁ ହୋଇଛି ବୁଝାମଣା : ନରସିଂହ ମିଶ୍ର

ଭୁବନେଶ୍ୱର : ବିଜେପି ବୁଝାମଣା କରିଛି l ବିଧାନସଭାକୁ ଅଚଳ କରିବା ପାଇଁ l ତେଣୁ ଗୃହରେ ହଟଗୋଳ କରୁଛନ୍ତି l ବିଧାନସଭା ଚଳାଇ ଦେଉନାହାନ୍ତି l ମୁଖ୍ୟ ବିରୋଧୀ ବିଜେପି ବିରୋଧରେ  ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର l ଏସ ଆଇ ଟି ତଦନ୍ତ ନେଇ ଗୃହରେ ସ୍ପଷ୍ଟୀକରଣ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟାରେ କହିଛନ୍ତି  ଯେ  ଏସ ଆଇ ଟି ତଦନ୍ତ ନେଇ ଯଉଁମାନଙ୍କର ସନ୍ଦେହ ଥିଲା ତାହା ଦୂର ହେଲା। ଏସ ଆଇ ଟି ତଦନ୍ତ ସ୍ପଷ୍ଟ ହେବା ପରେ ବର୍ତ୍ତମାନ ଅନ୍ୟ ପ୍ରସଙ୍ଗରେ କାହିଁକି ଆଲୋଚନା ହେଉନି। ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଗୃହରେ ହଟଗୋଲ କରି ଶାସକ ଦଳକୁ ସୁରକ୍ଷା ଦେଉଛି ବିଜେପି। ସେମାନେ ମିସିକି ଅଛନ୍ତି ବୋଲି ଜଣାପଡୁଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନୟାଗଡ଼ ଘଟଣା ପାଇଁ ଉତ୍ତରଦାୟୀ। କହିଲେ ନରସିଂହ ମିଶ୍ର। ସେପଟେ ନରସିଂହ    ଅଭିଯୋଗର ପାଲଟା    ଜବାବ ଦେଇଛି ବିଜେପି l

 

 

ଜନସାଧାରଣଙ୍କ ଟଙ୍କାକୁ ନଷ୍ଟ କରୁଛନ୍ତି ବିରୋଧୀ : ବିଜେଡି

ଭୁବନେଶ୍ୱର : ପ୍ରତାପ ଦେବଙ୍କ ମନ୍ତବ୍ୟ। ବିରୋଧୀ ହଟଗୋଳ କରି ବିଧାନସଭା ର କାର୍ଯ୍ୟକାଳ ନଷ୍ଟ କରୁଛନ୍ତି। ଜନସାଧାରଣ ଙ୍କ ଟଙ୍କା କି ନଷ୍ଟ କରୁଛନ୍ତି। ଆଲୋଚନା କୁ ଆସୁନାହାନ୍ତି। ଖବରକାଗଜର ଶିରୋନାମରେ ରହିବା ପାଇଁ ଡ୍ରାମା କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ବିଧାୟକ ଆସିଛନ୍ତି। ସେମାନଙ୍କ ଅଞ୍ଚଳର ବହୁ ସମସ୍ୟା ଅଛି। ସେମାନେ ଉଠାଇ ପାରୁନାହାନ୍ତି ବୋଲି ବିବୃତି ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ।

ବିଧାନସଭା ଆଲୋଚନାରେ ପରୀ…….

ଭୁବନେଶ୍ୱର : ବିଧାନସଭାରେ ପୁଣି ଉଠିଲା ପରି ହତ୍ୟା ପ୍ରସଙ୍ଗ। ବାଚସ୍ପତି ଚାରୋଟି ଦିଗରୁ ଗୃହରେ ବିବୃତି ରଖିବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ। ସେ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇକି ଆଉ ତିନୋଟି ବିଷୟରେ କହିଲେନି। ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ସମ୍ପର୍କରେ ମଧ୍ୟ କିଛି କହିଲେ ନାହିଁ। ଆମର ଦାବି ଥିଲା ହାଇକୋର୍ଟଙ୍କ ତତ୍ୱବାଧାନରେ ଏସ ଆଇ ଟି ଗଠନ କରାଯାଉ ଓ ମନ୍ତ୍ରୀଙ୍କ ଇସ୍ତଫା। ଏସ ଆଇ ଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି। ତେଣୁ ଏସ ଆଇ ଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ସରକାର। ଗୃହରେ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ରାଜ୍ୟ ସରକାରଙ୍କୁ ଓୟୁଜେ ଧନ୍ୟବାଦ….

ଭୁବନେଶ୍ୱର: ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ଦୀର୍ଘ ଦିନର ଦାବି ପୂରଣ ହୋଇଛି। ବିଳମ୍ୱରେ ହେଲେ ମଧ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ୨୦୦୬ ନିୟମର ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ଏଣିକି ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। କିଡନୀ ରୋଗ, ହୃଦ ରୋଗ, କ୍ୟାନସର କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ବିମା ଯୋଗାଇ ଦେବେ ରାଜ୍ୟ ସରକାର।

୨୫ ଲକ୍ଷ ଘର ନିର୍ମାଣ ଋଣ ନେଲେ ୩ ପ୍ରତିଶତ ସୁଧ ରିହାତିରେ ଯୋଗାଇ ଦିଆଯିବ। ଏଥିସହ ୫୦ ହଜାର ଟଙ୍କାର ବାଇକ କିଣିଲେ ୩ ପ୍ରତିଶତ ସୁଧ ରିହାତି ଦିଆଯିବ। ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର କିଣିଲେ ୩ ପ୍ରତିଶତ ସୁଧରେ ରିହାତି ମିଳିବ। ଦୁର୍ଘଟଣା ଓ ରୋଗରେ ଶରୀର କିଛି ଅଂଶ ଅକାମି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ।

ଏଥିସହ ଆଇଆଇଏମସି ଭଳି ଅନୁଷ୍ଠାନରେ ସାମ୍ବାଦିକଙ୍କୁ ତାଲିମ ନିମନ୍ତେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହୟତା ଯୋଗାଇବେ ସରକାର। କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କ ମାଟ୍ରିକ ପାସ୍ ହେବା ପର୍ଯ୍ୟନ୍ତ ମାସକୁ ଦେଢ ହଜାର ଓ ଉଚ୍ଚ ଶିକ୍ଷା ପାଇଁ ମାସକୁ ଅଢେଇ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଗତ ନଭେମ୍ୱର ୧୬ ତାରିଖ ଜାତୀୟ ପ୍ରେସ ଦିବସରେ ଓୟୁଜେର ୩୧ଟି ସାଂଗଠାନିକ ଜିଲ୍ଲା ଶାଖା ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଥିଲା। ସମସ୍ତ ଦାବିକୁ ବିଚାରକୁ ନେଇ ରାଜ୍ୟର ସମସ୍ତ ସାମ୍ୱାଦିକଙ୍କ କଲ୍ୟାଣ ପାଇଁ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଓଡ଼ିଶା ସରକାର, ସୂଚନା ଓ ଲୋକସଂପର୍କ ବିଭାଗ ଓ ଗଣମାଧ୍ୟମ ମୁଖ୍ୟ ପରାମର୍ଶଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଓ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ।

ବିରୋଧ କରିବି ରାଜନୀତି ପାଇଁ, ମୁଁ ଅରୁଣଙ୍କ ଫ୍ୟାନ……

ଭୁବନେଶ୍ୱର : ନୟାଗଡରୁ ଭୁବନେଶ୍ୱର l ବିଧାନସଭାରୁ ଲୋୟର ପିଏମଜି ସବୁଠି ପ୍ରତିବାଦର ଝଡ଼ l  ପରୀ ଘଟଣାକୁ ନେଇ ସରଗରମ ହୋଇଛି ରାଜନୀତି l ହେଲେ ଅରୁଣଙ୍କ ଲୋକ ପ୍ରିୟତା ଓ ଯୁବ ଛାତ୍ର ତାଙ୍କୁ କେତେ ଭଲ ପାଆନ୍ତି ତାହାର ଏକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l ବିଜେପି ଉତ୍ତରିଆ ପକାଇ ଜଣେ ଯୁବ ନେତ୍ରୀ ଅରୁଣଙ୍କ  ପୋଷ୍ଟର ରେ ସେଲ୍ଫି ନେବା ଫୋଟୋ ହଁ ତାହା ବୟାନ କରୁଛି l ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l

ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକୃତ ହତ୍ୟାକାରୀକୁ ନ ଧରି କେସ ର ମୋଡ଼ ବଦଳାଇବାରେ ଲାଗିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଜଣେ ଲୋକପ୍ରିୟ ନେତା ଭାବରେ ସାରା ଓଡିଶା ରେ ପରିଚିତ । ସେ ସଦାବେଳେ ନିଜ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି ମୋ ମୋବାଇଲ ଫୋନ ୨୪ ଘଣ୍ଟା ଅନ ଅଛି, ଯେତେବେଳେ ଯାହାର ଯେଉଁ ଅସୁବିଧା ହେବ ସଙ୍ଗେ ସଙ୍ଗେ ଜଣାଇବ। ଠିକ ଅନ୍ୟ ମାନଙ୍କ ଭଳି ସେଦିନ ମଧ୍ୟ ସରପଞ୍ଚ ସୌମ୍ୟ ମନ୍ତ୍ରୀଙ୍କୁ ଫୋନ କରିଥିଲେ। ପଞ୍ଚାୟତ ର କର୍ମୀଙ୍କ ଦୁଃଖ ସୁଖ ରେ ସାମିଲ ହେବାରେ ନିଜକୁ ଟିକେ ହେଲେ ହେଳା କରନ୍ତି ନି କି ଦୁର୍ନୀତି କୁ ପ୍ରଶୟ ଦିଅନ୍ତିନି।ତେଣୁ ହଠାତ ଅରୁଣଙ୍କ ବିରୋଧରେ ଏପରି ପ୍ରତିବାଦ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କିଛି ନେତା କହୁଛନ୍ତି l

ଏ ସବୁ ଭିତରେ ପରୀ ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ଅରୁଣ କୁମାର ସାହୁ ପରୀ କେସ କୁ ରାଜନୀତି ନ କରି ପ୍ରକୃତ ହତ୍ୟାକାରୀ କୁ ଚିହ୍ନଟ କରିବା ସହିତ ପରୀକୁ ଉଚିତ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି।

ତେବେ ଯେଉଁ ଫୋଟୋ ଭାଇରାଲ ହେଉଛି ସେ ନେତ୍ରୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ l

Sit ତଦନ୍ତ ନିର୍ଦେଶ ପରେ କଣ କହିଲେ 3ପ୍ରମୁଖ ନେତା…..

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ପରୀ ଘଟଣାର sit ତଦନ୍ତ ହେବା ନେଇ କହିବା ପରେ କଣ କହୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ନଜର ପକାନ୍ତୁ l

ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା : ଆମେ sit ତଦନ୍ତ ଦାବି କରିନଥିଲୁ l ଆମେ ସିବିଆଇ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲୁ      l
ଅତନୁ ସବ୍ୟସାଚୀ ନାୟକ : ମୁଖ୍ୟମନ୍ତ୍ରୀ ଏସ ଆଇ ଟି ତଦନ୍ତ ଘୋଷଣା ପରେ ବିଜେଡିର ପ୍ରତିକ୍ରିୟା। ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି। ତାଂକର ଆଲୋଚନା କୁ ଆସିବାକୁ ଇଚ୍ଛା ନାହିଁ। ଆଜି ଗୃହ ବିଭାଗର ଅତିରିକ୍ତ ବଜେଟ ଉପରେ ଆଲୋଚନା ଥିଲା। ଗୃହ ବିଭାଗ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ସମୟରେ ମଧ୍ୟ ବିରୋଧୀ ଅନେକ କଥା ଉଠାଇ ପରିଥାନ୍ତେ। କିନ୍ତୁ ବିରୋଧୀ କେବଳ ହଟଗୋଳ ହିଁ କରି ଗୃହକୁ ବନ୍ଦ କରୁଛନ୍ତି। ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାଏକ।
ତାରା ବାହିନୀପତି କଂଗ୍ରେସ ବିଧାୟକ : ଏସ ଆଇ ଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏ ନେଇ କଂଗ୍ରେସ ଦାବି କରିଥିଲା। କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା। ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ୱରେ ଏସ ଆଇ ଟି ତଦନ୍ତ ହେଉ ବୋଲି କୁହାଯାଇଥିଲା। ବର୍ତ୍ତମାନ ଏସ ଆଇ ଟି ତଦନ୍ତ ଘୋଷଣା ହୋଇଥିବାରୁ ଆମେ ସନ୍ତୁଷ୍ଟ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି।

ବିଧାନସଭାରେ ପରୀ ତାତି…. .

ଭୁବନେଶ୍ୱର :ଗୃହ ଆରମ୍ଭରୁ ବିରୋଧୀଙ୍କ ହଟଗୋଲ। ପରି ହତ୍ୟା ପ୍ରସଂଗ କୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ। ଏସ ଆଇ ଟି ତଦନ୍ତ ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହୋହଲ୍ଲା।
ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। 30 ମିନିଟ ପାଇଁ ଗୃହ ମୁଲତବୀ।

୨୫ ବର୍ଷପରେ ନାଗାର୍ଜୁନ ବେଶ……

ଭୁବନେଶ୍ୱର : ୨୫ ବର୍ଷପରେ ନାଗାର୍ଜୁନ ବେଶ l ୧୯୯୪ ମସିହା ପରେ ୨୦୨୦ ଆର୍ଥତ ୨୫ ବର୍ଷ ପରେ ମହାପ୍ରଭୃ ପୁଣିଥରେ ନାଗାର୍ଜୁନ ବେଶରେ ହୋଇଛନ୍ତି । ଶାସ୍ତ୍ର ଅନୁସାରେ ଯେଉଁବର୍ଷ କାର୍ତ୍ତିକ ମାସରେ ୬ଦିନ ପଞ୍ଚକ ପଡ଼େ ସେହିବର୍ଷ ମହାପ୍ରଭୃଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହୁଅନ୍ତି । କାରଣ ପଞ୍ଚୁକ ୫ଦିନ ମହାପ୍ରଭୃ ୫ଟି ବେଶ ହୁଅନ୍ତି । କିନ୍ତୁ ଯେଉଁ ବର୍ଷ ୧୨ଶୀ,୧୩ଶୀ ବା ୧୪ଶୀ ଦିନ ମଳ ତିଥି ପଡ଼େ ସେହିବର୍ଷ ପଞ୍ଚକ ୫ଦିନ ବଦଳରେ ୬ଦିନ ହୁଏ । ସେ ବର୍ଷ ମଳ ତିଥିରେ ନାର୍ଗାଜୁନ ବେଶ ହୁଏ । ଏହାପୂର୍ବରୁ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ମହାପ୍ରଭୃଙ୍କ ନାଗାର୍ଜୁନ ବେଶ ହୋଇଥିଲା । ସେହିପରି ଯଦି ଟିକେ ପଛକୁ ଯିବା ୧୯୬୭,୧୯୬୮.୧୯୯୩, ଓ ୧୯୯୪ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ପୁରାଣ ମତରେ ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍କୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ମହାପ୍ରଭୃ ମୁଖ୍ୟତ ସୋଲଳ କନା, ଜରି ,ବେତରେ ନିର୍ମିତ ହାଣ୍ଡିଆ,  ଢେଣୁ, ନିଶ, ଦାଢି, ଛୁରୀ.କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ, ମାଳି,ଶଙ୍କ, ଚକ୍ର ଓ ହଳ ମୂଳକ ଆଦି ଧାରଣ କରନ୍ତି । ନାଗାର୍ଜୁନ ବେଶ ନେଇ ବ କିଛି ପୁରୁଣା କିମ୍ବଦନ୍ତି ରହିଛି ।
ଚଳିତ ବର୍ଷ କୋଭିଡ଼ କଟକଣା ଭିତରେ ନାଗାର୍ଜୁନ ବେଶ ହେଉଥିବାରୁ ଭକ୍ତମାନେ ବର୍ଷ ପରେ ଥରେ ପଡ଼ୁଥିବା ଏହି ଦୁଲ୍ଲର୍ଭ ବେଶ ଦେଖିପାରୁନାହାନ୍ତି । ପୁରା ପୁରୀରେ ୧୪୪ ଧାରା ଜାରୀ କରାଯାଇଛି । କଟକଣା ଭିତରେ ଏଥର ନାଗାର୍ଜୁନ ବେଶ ହେଉଥିବା ଭକ୍ତ ଓ ଭଗବାନ ମଧ୍ୟରେ ପାଚୋରୀ ହୋଇ ଛିଡ଼ା ହୋଇଛି ଅଜଣା ଭୃତାଣୁ । ତେବେ ମହାପ୍ରଭୃଙ୍କ ନାଗାର୍ଜନ ବେଶରେ ବଂଚିତ ହେଉଥିବା ଭକ୍ତମାନେ ଦୁଃଖରେ ମହାପ୍ରଭୃଙ୍କୁ ନିଜର ଭାବନା ଜଣାଉଛନ୍ତି । ଏ ମହାପ୍ରଭୃ ୮ମାସ ହେବ ତମକୁ ନଦେଖି ଏ ଆଖି ଯେପରି ଯନ୍ତ୍ରଣା ପାଉଛି , ଏ ମନ ଯେପରି ଅସ୍ଥିର ହେଉଛି ପ୍ରଭୃ ଦର୍ଶନ ଦିଅ, ପ୍ରଭୃୁ କ୍ଷମା କର ଦର୍ଶନ ଦିଅ । କିଏ ଜାଣେ ଆଉ ୨୫ ବର୍ଷ ମୁଁ ବଂଚିଥିବି କି ନାର୍ହିଁ । ବିନା ଭକ୍ତରେ ମହାପ୍ରଭୃ ବିତ ନାଗାର୍ଜୁନ ବେଶ ହୋଇଛନ୍ତି , ହେଲେ ଭକ୍ତଙ୍କ ପାଖରେ ତାଙ୍କର  ମନ  ।

ପରୀ ନ୍ୟାୟ ପାଉ, ରାଜନୀତିକରଣ ନ ହେଉ : ଅରୁଣ ସାହୁ

ଭୁବନେଶ୍ୱର :ଗୃହରେ ବିବୃତି ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ପରି ପରିବାର କୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି। ଏଥିରେ ଯିଏ ବି ସମ୍ପୃକ୍ତ ସେ ଦଣ୍ଡ ପାଇବ। ଏ ଘଟଣା ର ରାଜନୀତିକରଣ ନ ହେଉ। ମୁ ଏ ଘଟଣା ରେ ଗଭୀର ମର୍ମହତ ବୋଲି କହିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ବିବୃତି ରଖିବାବେଳେ ବିରୋଧୀ ହୋହଲ୍ଲା ଜାରି ରଖିଥିଲେ। ଗୃହକୁ ଆସନ୍ତାକାଲି ପୂର୍ବାଂହ 10 ଟା 30 ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି।

ବିଧାନସଭାରେ ପରି ଝଡ : ଗୃହ 3ଟା ଯାଏ ମୁଲତବୀ….

ଭୁବନେଶ୍ୱର : ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା। ବିଜେପି ସଦସ୍ୟମାନେ ବିଭିନ୍ନ ବ୍ୟାନର ଦେଖାଇ ପ୍ରତିବାଦ। କଂଗ୍ରେସ ମଧ୍ୟ କୃଷି ମନ୍ତ୍ରୀଙ୍କ ବିରୋଧରେ ନାରବାଜି। ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ। 20 ମିନିଟ ପାଇଁ ଗୃହ ମୁଲତବୀ। ପରେ ପୁଣି   ଥରେ ହଟଗୋଳ ଲାଗି ରହିବାରୁ    ଗୃହକୁ  3ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି

Follow us

20,832FansLike
0FollowersFollow
14,700SubscribersSubscribe

Latest news