ସ୍ୱାସ୍ଥ୍ୟସେବା ପାଇଁ ଜାତି ନନ୍ଦିଘୋଷ କାନକ୍ଳେଭ ରେ ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ…..

କରୋନା ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ :
ଜାତି ନନ୍ଦିଘୋଷ କାନକ୍ଳେଭ ରେ ସୋଆ ପ୍ରତିଷ୍ଠାତା ସଭାପତି ସମ୍ମାନିତ :

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ଜାତି ନନ୍ଦିଘୋଷ କନକ୍ଳେଭ’ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ |
ନନ୍ଦିଘୋଷ ଟିଭିର ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି । ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି । ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା । ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ।
ଏହି ଚ୍ୟାନେଲ ର ୧ ବର୍ଷ ପୂର୍ତ୍ତି ହୋଇ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହା ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ ଏଵଂ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ଏହି କନକ୍ଳେଭରେ
ଅଗ୍ନିଶମ ଡିଜି ଶ୍ରୀ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ‘ଜାତି ନନ୍ଦିଘୋଷ ସମ୍ମାନ’ ପ୍ରଦାନ କରାଯାଇଥିଲା।
ଏଥିସହିତ ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ଶ୍ରୀ ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ଶ୍ରୀ ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଶ୍ରୀ ଓମ୍ ବିବର୍ତ୍ତ, ଐତିହାସିକ ଶ୍ରୀ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ଶ୍ରୀ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ଏହି ସମ୍ମାନ ରେ ସମ୍ମାନିତ କରାଯାଇଛି |

ତେଲ ପାଇଁ କାଲି ଓଡିଶା ବନ୍ଦ କରିବ କଂଗ୍ରେସ….


ଭୁବନେଶ୍ୱର : ଆସନ୍ତା ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାକୁ ପ୍ରତିବାଦକରି ରାଜ୍ୟର ବୃହତର ସ୍ୱାଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦ ସମୟରେ ହସ୍‌ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ନ ଅଟେକାଇବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ନେତୃବର୍ଗ ଏବଂ ବ୍ଲକ କଂଗ୍ରେସ ନେତୃବୃନ୍ଦ ତତ୍ ସହିତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ଓ ପ୍ରକୋଷ୍ଠର ନେତୃବର୍ଗ ବନ୍ଦରେ ସାମିଲ ହୋଇ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ ଏହା ସହିତ ରାଜ୍ୟବାସୀଙ୍କର ସମର୍ଥନ ଓ ସହଯୋଗର ଆବଶ୍ୟକତା ଲୋଡ଼ିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ।

ମୟୁରଭଞ୍ଜରେ ଭାଂଗୁଛି ଗେରୁଆ ଦୁର୍ଗ, ଚକମା ଦେଖାଇଲା ବବି ମ୍ଯାଜିକ୍

ମୟୁରଭଞ୍ଜରେ ଭାଂଗୁଛି ଗେରୁଆ ଦୁର୍ଗ, ଚକମା ଦେଖାଇଲା ବବି ମ୍ଯାଜିକ୍

* ମୟୁରଭଞ୍ଜର ୫୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ ହାତେଇଲା ବିଜେଡି
* ୧୦ ହଜାର ଭୋଟରେ ବଡ ବିଜୟ, ପ୍ରଣବ କହିଲେ ବିଜେଡି ଲୋକଙ୍କ ଦଳ 
* ସଫଳ ହେଉଛି ସାଂଗଠନିକ ସଂପାଦକଙ୍କ ନୂଆ ରଣନୀତି

() ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ଗଡ଼ କହୁଥିବା ମୟୁରଭଞ୍ଜ ଏବେ ବିଜେଡି କବଜା କୁ ଆସିବାରେ ଲାଗିଛି। ତୁହାକୁ ତୁହା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏ ଜିଲ୍ଲା ଗସ୍ତ କରି କର୍ମୀଙ୍କ ଭଲ ମନ୍ଦ ବୁଝିଛନ୍ତି। କିଛିଦିନ ତଳେ ବିଜେପିର ଶତାଧିକ କର୍ମୀ ଶଙ୍ଖ ଫୁଙ୍କିବା ପରେ ଏବେ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡି ବିଜୟଲାଭ କରିଛି। ମୁଖ୍ଯମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା।
୫୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଏହି ଉପନିର୍ବାଚନରେ ୧୦ହଜାର ୪୨୩ ଖଣ୍ଡ ଭୋଟ୍‌ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବଂଶୀଧର ବେରାଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ବେହେରା ୨ୟ ସ୍ଥାନରେ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ବିଶ୍ବନାଥ ମହାନ୍ତ କଂଗ୍ରେସ ଓ ଜେଏମଏମକୁ ପଛରେ ପକାଇ ୩ୟ ସ୍ଥାନରେ ରହିଛନ୍ତି। ଜେଏମଏମ ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତ ୪ର୍ଥ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ତ ବିକାଶ ମହାପାତ୍ର ଶେଷ ସ୍ଥାନରେ ରହିଛନ୍ତି। ରାଜାଲୋକା, ଝାରପୋଖରିଆ, ସିର୍ସା, ଉମାଦେଇପୁର, ପାଣ୍ଡରା, ଜାଲ୍‌ଦା, ଭୁର୍‌ସାଣି, ଧାଙ୍ଗିଡ଼ିଶୋଳ ଭଳି ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ୫୬ ନମ୍ବର ଜୋନ୍‌ରେ ଏଠିକାର ଜିଲ୍ଲାପରିଷଦ ସଦସ୍ୟଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଗଣତି ଆରମ୍ଭରୁ ହିଁ ବିଜେଡିର ପଲ୍ଲା ଭାରି ଥିଲା।
୨୫ହଜାର ୪୧୯ ଖଣ୍ଡ ମତଦାନରୁ ବିଜେଡି ସପକ୍ଷରେ ୧୫,୩୫୧ ଖଣ୍ଡ ଭୋଟ୍‌ ପଡ଼ିଛି। ବିଜେପିକୁ ୪୯୨୮ ଖଣ୍ଡ ଭୋଟ୍‌ ମିଳିଥିବାବେ‌ଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ୨୪୩୦, ଜେଏମଏମ ପ୍ରାର୍ଥୀଙ୍କୁ ୧୧୬୩ ଏବଂ କଂଗ୍ରେସ୍‌କୁ ୬୧୮ ଖଣ୍ଡ ଭୋଟ୍‌ ମିଳିଛି। ୯୨୯ ଖଣ୍ଡ ଭୋଟ୍‌ ନାକଚ ହୋଇଛି। 2019 ସାଧାରଣ ନିର୍ବାଚନରେ ମୟୁରଭଞ୍ଜ   ଜିଲ୍ଲାରେ  ମୋଟ 9ଟି  ବିଧାନସଭା  ଆସନରୁ 9ଟି ବିଜେପି 6ଟି   ଦଖଲ କରିଥିଲା l    ଏହାପରେ ବିଜେଡି    ସଭାପତି   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଣବଙ୍କୁ  ଜିଲ୍ଲାର ଗୁରୁ ଦାୟିତ୍ୱ ଦେଇଥିଲେ  l ଆଉ ତାପରେ  ପ୍ରଣବ  ଦିନରାତି   ଏକ କରି   ମୟୁରଭଞ୍ଜରେ   ସଂଗଠନ ଅଧିକ ମଜବୁତ କରିବାରେ   ଲାଗିଲେ l  ବିଜେପି    ଓ   କଂଗ୍ରେସ  କର୍ମୀ,   ନେତାମାନେ  ବିଜେଡିରେ   ସାମିଲ    ହେଲେ l ଏକ ବର୍ଷ ଭିତରେ ଜିଲ୍ଲାରେ ବିଜେଡି ସଂଗଠନ ଯେପରି ମଜବୁତ ହେଲା ତାହାର ଫଳ ଆଜି ଉପ ନିର୍ବାଚନରେ  ପ୍ରତିଫଳିତ ହୋଇଛି l

ଉପନିର୍ବାଚନରେ ଚମକିଲା ବିଜେଡି : ସବୁଠି ୧ ନମ୍ବର, ମୟୁରଭଞ୍ଜରେ ବିପୁଳ ବିଜୟ, ମତଦାତାଙ୍କୁ ଧନ୍ୟବାଦ ଦେଲେ ପ୍ରଣବ..

ଭୁବନେଶ୍ୱର : ଶୁକ୍ରବାର ଅନୁଷ୍ଠିତ ସମସ୍ତ ଉପ ନିର୍ବାଚନରେ BJD ବିପୁଳ ଭୋଟରେ ବିଜୟ ହାସଲ କରିଛି। ସାଧାରଣ ନିର୍ବାଚନ 2 ବର୍ଷ ପରେ ବି ବିଜେଡି ପୁଣି ଥରେ ରାଜ୍ୟରେ ୧ ନମ୍ବର ଦଳ ହୋଇ ଅଛି ତାହାର ପ୍ରମାଣ ଦେଇଛନ୍ତି ମତଦାତା l ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଆସନ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ପରେ ଆଜି ପୁଣି ସମସ୍ତ ଉପନିର୍ବାଚନ ଦଳ ବହୁ ଭୋଟରେ ବିଜୟ ଲାଭ କରିଛି l ସେ ଢେଙ୍କାନାଳ ହେଉ ଅବା ମୟୁରଭଞ୍ଜର ସାରସକଣା ଜିଲ୍ଲା ପରିଷଦର 56ନମ୍ବର ଜୋନ l ସବୁଠି ଶଙ୍ଖ ଆଉ ଶଙ୍ଖ l ସବୁଠାରୁ ବଡ କଥା ହେଲା 2019ରେ ବିଜେଡି ଦୁର୍ଗ ମୟୁରଭଞ୍ଜରେ ଧସେଇ ପଶିଥିବା ବିଜେପିକୁ ଉପନିର୍ବାଚନ ଧୂଳିଚଟାଇଛି ବିଜେଡି l 10ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାଥୀ ବିଜୟ ହୋଇଛି l ମୋଟ ୨୫ହଜାର ୪୧୯ ଖଣ୍ଡ ମତଦାନରୁ ବିଜେଡି ସପକ୍ଷରେ ୧୫,୩୫୧ ଖଣ୍ଡ ଭୋଟ୍‌ ପଡ଼ିଛି। ବିଜେପିକୁ ୪୯୨୮ ଖଣ୍ଡ ଭୋଟ୍‌ ମିଳିଥିବାବେ‌ଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ୨୪୩୦, ଜେଏମଏମ ପ୍ରାର୍ଥୀଙ୍କୁ ୧୧୬୩ ଏବଂ କଂଗ୍ରେସ୍‌କୁ ୬୧୮ ଖଣ୍ଡ ଭୋଟ୍‌ ମିଳିଛି। ୯୨୯ ଖଣ୍ଡ ଭୋଟ୍‌ ନାକଚ ହୋଇଛି। ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଜିଲ୍ଲା ଏବେ ସବୁଜମୟ ହୋଇଛି l ମତଦାତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଭଲ ପାଇବା ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ପ୍ରତି ଥିବା ଭଲ ପାଇବା ଉପ ନିର୍ବାଚନରେ ମତଦାନ କରି ପୁଣି ଥରେ ପ୍ରମାଣିତ କରିଛନ୍ତି l ବିଜେଡି ପ୍ରାଥୀ ତୁଷାରେନ୍ଦୁ 10ହଜାର 423ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାଥୀ ବହୁ ପଛରେ ପଡିଛନ୍ତି l
ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାଥୀ ଜିତିଥିବାରୁ ଦଳ ଖୁସି ପ୍ରକାଶ କରିଛି l ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ କହିଛନ୍ତି ଯେ
ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଉପ ନିର୍ବାଚନରେ BJD କେବେ ବି ହାରିନି l ଏହା ପ୍ରମାଣିତ କରୁଛି ଦଳ ପ୍ରତି ଲୋକଙ୍କ ଭଲ ପାଇବା l ବିଜେଡି ଲୋକଙ୍କ ଦଳ ତାହା ଏହି ଉପନିର୍ବାଚନ ପୁଣି ପ୍ରମାଣିତ କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି l
ଅନ୍ୟପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ ମତଦାତାଙ୍କୁ ବିଜେଡିକୁ ଭୋଟ ଦେଇଥିବାରୁ ଧନ୍ୟବାଦ ଦେବା ସହ ମତଦାତାଙ୍କ ପାଖରେ ଦଳ ସବୁବେଳେ ଋଣୀ ବୋଲି ସେ କହିଛନ୍ତି l

ପୁଣି ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା……..

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’

କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଭାଇ ସଂଜୀବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି । ‘ଚାଷୀର ତ୍ୟାଗକୁ, ତାର ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଏବଂ କରିଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇ ପାଇଁ ବିଭିନ୍ନ ଯୋଜନା କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ.ଏସ.ପିକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିଆସୁଛନ୍ତି । ଏହାସହିତ କୃଷିଜାତ ଜିନିଷ ପାଇଁ ବଜାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ। ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ସୁନ୍ଦରଗଡର କୁମାରୀ ମାରାଇ,ବରଗଡ ମାଣିକ ପ୍ରଧାନ, ନବରଙ୍ଗପୁରର ଘନ ପାଇକ, ନୟାଗଡର ଦାଶରଥି ସାହୁ ଓ ମୟୁରଭଂଜର ଚାଷୀମାନେ କାଳିଆ ସହାୟତା ଦ୍ୱାରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ୱେ ଚାଷୀମାନେ ଭଲ ଫସଲ ଅମଳ କରି ଓଡିଶାକୁ ଆଗକୁ ନେଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ୱ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଶଙ୍ଖମୟ ଯାଜପୁର : ଚିନ୍ତାରେ ବିରୋଧୀ…..

ଯାଜପୁର : ଦୁର୍ବଳ ହେଉଛି ବିରୋଧୀ ଶିବିର l ଦିନକୁ ଦିନ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ବିଜେପି ଓ କଂଗ୍ରେସ ଶିବିର ଭାଙ୍ଗିବାରେ ଲାଗିଛି l ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଯାଜପୁର ପୌର ପରିଷଦର ପୂର୍ବତନ ପୋୖରାଧକ୍ଷ ଭଵ ପ୍ରସାଦ ଦାସଙ୍କ ଦୃଢ଼ ନେତୃତ୍ୱରେ ଆକର୍ଷଣ ହୋଇ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ, ନେତା ବିଜେଡିରେ ସାମିଲ ହେଉଛନ୍ତି l ନୂଆ ଯାଜପୁର ଗଠନ ଦିଗରେ ଯାଜପୁର ବିଧାୟକ ଯେପରି ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ସେମାନଙ୍କୁ ବାଧ୍ୟ୍ୟ କରୁଛି ଏହି ବିକାଶକାମରେ ସାମିଲ କରିବା ହେବା ପାଇଁ l ଯାଜପୁର ବ୍ଲକ ଓ ଦଶରଥପୁର ବ୍ଲକର ବିଭିନ୍ନ ପଂଚାୟତର ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଡି ହେଉଛନ୍ତି l ଏହି ମର୍ମରେ ଆଜି ମହେଶ୍ୱରପୁର ପଞ୍ଚାୟତରେ ଶତାଧିକ ବିଜେପି ଓ କଂଗ୍ରେସ ବିଜେଡିରେ ସାମିଲ ହୋଇଛନ୍ତି l ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଉପସ୍ଥିତରେ ସଭିଏଁ ସାମିଲ ହୋଇଛନ୍ତି l ଏହି ଅବସରରେ ଭଵ କହିଥିଲେ ଯେ ଆମ ଗାଁ ଓ ଆମ ଯାଜପୁରକୁ ଆମେ ଗଢିବା l ତେଣୁ ସେବାମନବୃତି ନେଇ ଆମେ ସଭିଏଁ କାମ କରିବା ଆବଶ୍ୟକ l ଯାଜପୁର ବିଧାୟକ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ବାସ୍ତବ ରୂପ ଦେବା ପାଇଁ ଆମେ ସଭିଏଁ ଜଣେ ଜଣେ ସାରଥୀ ହେବା ଆବଶ୍ୟକ l ବିଶେଷକରି ମହିଳା ଓ ଯୁବକଙ୍କ ଭାଗୀଦାରିତା ବୃଦ୍ଧି ଯୋଗୁ BJD ସଂଗଠନ ମଜଭୁତ ହୋଇପାରିଛି। ସଶକ୍ତ ଦଳୀୟ ସଂଗଠନକୁ ଜନସେବାରେ ଅଧିକ ଉପଯୋଗ କରିବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଭଵ । ତେଣୁ ଆଜି ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହେଶ୍ୱରପୁର ପଞ୍ଚାୟତରେ “ଆମ ଗାଁ ଆମେ ଗଢିବା ” ବୈଠକରେ ଶତାଧିକ ଲୋକ ଆଜି ବିଜେପି ଛାଡି BJD ରେ ମିଶିଛନ୍ତି। BJD ରେ ମିଶିବା ଫଳରେ କର୍ମକର୍ତ୍ତାଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି ବୋଲି ମନ୍ତବ୍ୟ ଦେଇଛନ୍ତି ଭବ ପ୍ରସାଦ।
ସେହିପରି ଯାଜପୁରର ଦଶରଥପୁର, ଶିମିଳିଆରେ ଦିନକୁ ଦିନ ବିରୋଧୀ ଶିବିର ଭୁଷୁଡୁଛି l ପଦପଦବୀ ନୁହେଁ, ସେବା ମନବୃତି ଯାଜପୁର ଯୁବ ନେତା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେପରି ଲୋକଙ୍କ ସେବାରେ ମାତିଛନ୍ତି ତାହା ବିରୋଧୀ ଶିବିରକୁ ଚିନ୍ତାରେ ପକାଇଛି l କାରଣ ନିର୍ବାଚନ ସମୟରେ ବିରୋଧୀଙ୍କର ଲୋକସେବା କଥା ମନେ ପଡୁଥିବା ବେଳେ ଯାଜପୁର ଦୁଇ ଯୁବ ନେତା ବବି ଓ ଭବ ସବୁବେଳେ ଲୋକଙ୍କ ରହି ସେମାନଙ୍କର ସୁଖ ଦୁଃଖର ସାଥି ହୋଇଛନ୍ତି l ସେଥିପାଇଁ ତ ଯାଜପୁର ବାସୀ କହୁଛନ୍ତି ଭାଇ ଅଛନ୍ତି ତ ସବୁ ଅଛି l

କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ କରୋନା ଟୀକା ପ୍ରଦାନ ପାଇଁ ଓୟୁଜେ ପକ୍ଷରୁ ଦାବି

ଭୁବନେଶ୍ୱର : ସମଗ୍ର ଦେଶ ଓ ରାଜ୍ୟରେ କରୋନାକୁ ନେଇ ଭୟଭିତ ଥିବା ବେଳେ ସାମ୍ବାଦିକ ମାନେ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟତୁଲାଇଥିଲେ l ଏପରି ଘଡିସନ୍ଧି ମୁହୁର୍ତ୍ତରେ ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଇ ପାରିଥିଲେ l ଏଣୁ ରାଜ୍ୟସରକାର ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅଗ୍ରଧିକାର ଭିତିରେ କରୋନା ଟିକା ଯୋଗାଇ ଦେବାକୁ ଓଡିଶା ସାମ୍ବାଦିକ ୟୁନିୟନ (ଓ.ୟୁ.ଜେ.) ପକ୍ଷରୁ ଦାବି କରାଯାଇଛି l ଆଜି ଓ.ୟୁ.ଜେ ରାଜ୍ୟ ସଭାପତି ପ୍ରଶନ୍ନ ମାହାନ୍ତି ରାଜ୍ୟର କାର୍ଯ୍ୟରତ ସାମ୍ବଦିକଙ୍କୁ ତୁରନ୍ତ କରୋନା ଟିକା ଯୋଗାଇଦେବା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଟୁଇଟ କରି ଅନୁରୋଧ କରିଥିବା ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ସୁଚନା ଦେଇଛନ୍ତି l..

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହିଞ୍ଜିଳି ପୌରାଞ୍ଚଳରେ 28 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହିଞ୍ଜିଳି ପୌରାଞ୍ଚଳରେ 28 କୋଟିରୁ ଉର୍ଦ୍ଧ୍ବ ଟଙ୍କାର

ପ୍ରକଳ୍ପ ଉଦ୍‌ଘାଟନ
ଛୋଟ ଛୋଟ ସହରର ବିକାଶ ଉପରେ ସ୍ବତନ୍ତ୍ର ଗୁରୁତ୍ୱ
ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ 28କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି । ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ ।କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ ଯେପରି ଲଢିଲେ, ଗଞ୍ଜାମ ଯେପରି ଲଢିଲା, ତାହା ସାରା ବିଶ୍ବ ଦେଖିଛି । ଆପଣମାନଙ୍କ ସହଯୋଗରେ ଆଜି କରୋନାକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇଛୁ। ଏ ଦିଗରେ ଗଞ୍ଜାମର ସଫଳତା ସାରା ବିଶ୍ବର ପ୍ରଶଂସା ପାଇଥିଲା । ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଆମର ପଞ୍ଚାୟତ ପ୍ରତିନିଧି ମାନଙ୍କୁ, ମିଶନ ଶକ୍ତିର ମା ମାନଙ୍କୁ ଓ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଉଛି। ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦ ପୁରା ଦୂର ହୋଇନାହିଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ ।”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେ ସେମାନଙ୍କ ସହିତ ରହିଛନ୍ତି ଓ ରହିଥିବେ । ସାରା ଓଡିଶା ସହିତ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଞ୍ଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି କହିଥିଲେ ।ହିଞ୍ଜିଳି ସହରର ବିକାଶ ପାଇଁ 28କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଧୁନିକ ସହର ମାନଙ୍କରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇପାରିବେ, ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ହିଞ୍ଜିଳିର ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋଇ, ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ.ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍, ଗଞ୍ଜାମ ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଧାନସଭା ପାଇଁ ହେବ କୋଭିଡ ଟେଷ୍ଟ : 17ରେ ସର୍ବଦଳୀୟ ବୈଠକ…

ଭୁବନେଶ୍ୱର : ଆସନ୍ତା 17 ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ  ଦିନ 11:30ରେ ବସିବ। କେମିତି ଗୃହ ସୁରୁଖୁରୁରେ ସହ ଚାଲିବ, ସେ ନେଇ ବୈଠକରେ ଆଲୋଚନା ହେବ। କୋଭିଡ  କମିଛି। ହେଲେ କଟକଣା ରାଜ୍ୟ ଓ କେନ୍ଦ୍ର ସରକାର ରଖିଛନ୍ତି। ସଂସଦରେ କୋବିଡ଼ ପରୀକ୍ଷା ହେଉଛି। ତେଣୁ 15ରୁ 17 ଯାଏ କୋବିଡ଼ ପରୀକ୍ଷା ହେବ। ଯେଉଁମାନେ ବିଧାନସଭା ଆସିବାର ଅଛି, ସେମାନଙ୍କ ପରୀକ୍ଷା କରାଯିବ। ଗତଥର ଯେଉଁ ବ୍ୟବସ୍ଥା ହୋଇଥିଲା, ସେହିପରି ସାମାଜିକ ଦୂରତା ଭିତରେ ଆମେ ସିଟିଂ ବ୍ୟବସ୍ଥା କରିବୁ ବୋଲି ବାଚସ୍ପତି
ସୂର୍ଯ୍ୟ ନାରାୟଣ  ପାତ୍ର କହିଛନ୍ତି l

ମା ବିରଜାଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହେଲେ ଭଵ…

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଆଜି ଜନ୍ମଦିନ । ଏହି ଦିନ ମା ସାବିତ୍ରୀ ବେଶରେ ଭକ୍ତଂକୁ ଦର୍ଶନ ଦେଉଛନ୍ତି । ଆଜି  ତ୍ରିବେଣୀ ଆମାବାସ୍ୟା । ବିଶ୍ୱାସ ରହିଛି ଏହି ଦିନ ମାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ପ୍ରତ୍ୟେକ  ବର୍ଷ ମାଘ ମାସରେ ତ୍ରିବେଣୀ ଅମାବାସ୍ୟାରେ ମାଙ୍କ ଜନ୍ମ ତିଥି ପଡେ । ଏଥିପାଇଁ ବିଧି ଅନୁସାରେ କାର୍ଯ୍ୟ ସୂଚୀ ପ୍ରସ୍ତୁତି କରାଯାଇଛି । ସକାଳେ ମହା ସ୍ନାନ ପରେ ଚନ୍ଦନ ଲାଗି ।ଏହାପରେ ମାଙ୍କ ସାବିତ୍ରୀ ବେଶ ସହ ଷୋଡ଼ଶ ଉପଚାରରେ ପୂଜା କରାଯିବ । ଜନ୍ମ ଦିନରେ ମାଙ୍କ ପବିତ୍ର ଦୁର୍ଲ୍ଲଭ ବେଶକୁ ଦର୍ଶନ କଲେ ମାନସିକ ପୂରଣ ହୁଏ । ଏହି ଅବସରରେ ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ଯୁବନେତା ଭଵ ପ୍ରସାଦ ଦାସ ମାଙ୍କ ଦର୍ଶନ କରିଥିଲେ । ଯାଜପୁରର ସବୁବେଳେ ଦୁଃଖ ସୁଖର ସାଥି ଭବ ମା ବିରଜାଙ୍କ ପାଖରେ ଜିଲ୍ଲାର ସୁଖ ସମୃଦ୍ଧି କାମନା କରିଥିଲେ । ଏହାସହ ମାଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ହୋଇଯାଇଥିଲେ ଭବ । ଏମିତି କି କରୋନା କାଳରେ ମାଙ୍କ ଆଶୀର୍ବାଦରୁ ଜିଲ୍ଲାରେ ମହାମାରୀର ପ୍ରଭାବ ମଧ୍ୟ ଜିଲ୍ଲାରେ କମିଥିବା କହିଛନ୍ତି । ଏହି ଅବସରରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା କଟକଣାକୁ ମାନି ମାଙ୍କ ଦର୍ଶନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news