ଭାବ ବିନୋଦିଆ କାଳିଆ ଠାକୁର …

() ଜଗତର ନାଥ ଜଗନ୍ନାଥ । କାଳିଆ ଠାକୁର । ସେ ଭାବର ଦିଅଁ। କାଳିଆ ସହ ଭାବ ଥରେ ଲାଗିଗଲେ ଖାଲି ଆନନ୍ଦ ଆଉ ଆନନ୍ଦ । ଏ ଭାବର ସର୍ମ୍ପକକୁ ସଭିଁଏ ଭାଗ୍ୟବାନର ନାଁ ଦିଅନ୍ତି । କାଳିଆ ନିକଟତର ଯେତେ ହେବେ ସେ ବି ସେତିକି ନିକଟତର ହୋଇଯାଏ । ତାର ଚକାଚକା ନୟନକୁ ଚାହିଁଦେଲେ କୋଟିକୋଟି ଲୋକଙ୍କ ପେଟ ପୁରିଯାଏ । କାଳିଆ ଏମିତି ଠାକୁର ଯେ ଭାବକୁ ବୁଝେ , ଅଭାବ ବି ଦୂର କରେ । ହେଲେ ଏସବୁକୁ ପାଇବା ପାଇଁ ଆମକୁ ଶୂନ୍ୟ ହେବାକୁ ପଡ଼ିବ । ଲୋଭ,ମାୟା, ହିଂସା, ରାଗ, କ୍ରୋଧ, ମୋହ, ଏସବୁ ମନରୁ ତ୍ୟାଗ କରି କେବଳ ପ୍ରେମଭାବ ରଖିଲେ ହିଁ କାଳିଆକୁ ପାଇ ପାରିବା ।
ଋଥଯାତ୍ରା ସମୟ । ପ୍ରତ୍ୟେକ ଭକ୍ତର ଇଚ୍ଛା ହୁଏ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ପାଇଁ । ରଥଟାଣିବା ପାଇଁ । ହେଲେ ଗଲା ଦୁଇବର୍ଷ ହେବ ସେ ଭାଗ୍ୟ ମିଳୁନାହି । ଲକ୍ଷଲକ୍ଷ ଜଗନ୍ନାଥ ଭକ୍ତ ଏଥିରୁ ବଂଚିତ ହେଉଛନ୍ତି । ମହାମାରୀ ଭୂତାଣୁ, ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇ ଛିଡ଼ା ହୋଇଛି । କେବଳ ସେବାୟତ ଓ କକିଛି ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବର୍ଗର ହାତ ଗଣତି ସେବକଙ୍କକୁ ନେଇ ରଥଯାତ୍ରା ଅନୁଷ୍ଠିତ ହେଉଛି । ହେଲେ ଭାବ ଓ ପ୍ରେମକୁ ଅଟକାଇ ପାରିନାହିଁ ମହାମାରୀ । ପ୍ରଭୁ ନିଜେ କଟକଣା ଭିତରେ ନିଜର ଯାତ୍ରା କରୁଥିଲେ ମଧ୍ୟ ଭକ୍ତ ବି କଟକଣା ଭିତରେ ରହି ଆନନ୍ଦରରେ ଟିଭି ପରଦାରେ ମହାପ୍ରଭୁ ଙ୍କୁ ଦର୍ଶନ କରି ନିଜର ଭାବ ପ୍ରଦାନ କରୁଛନ୍ତି । ଭକ୍ତ ଓ ଭଗବାନଙ୍କ ମନରେ କଷ୍ଟ ଅଛି । ହେଲେ ଭାବ କିନ୍ତୁ କମିନାହିଁ । ମହାପ୍ରଭୁ ଏହି ଯାତ୍ରାରେ ହୁଏତ ୨ବର୍ଷ ହେବ ଗୋଟିଏ ବାର୍ତ୍ତା ଦେଉଛନ୍ତି ହେ ମାନବ ସମାଜ ତମେ ଶୃଙ୍ଖଳିତ ହୁଏ , ନିଜର ସୀମା ଭିତରେ ରୁହ । ନିଜ କତ୍ତବ୍ୟ ବୁଝ, ସମାଜ ପ୍ରତି ନିଜର ଦାୟିତ୍ୱ ବି ବୁଝ । ନିଜ ପାଇଁ ବଂଚିବା ସହ ଅନ୍ୟପାଇଁ ବଂଚିବାକୁ ଚେଷ୍ଟା କର । ଭଲ କାମ କର । ନିଜର ଜନ୍ମ ଯେଉଁଥି ପାଇଁ ତାହାକୁ ସାର୍ଥକ କର । ଯିଏ ବି ଯେଉଁଠି ମହାପ୍ରଭୁ ଙ୍କୁ ଭାବର ସହ ଡ଼ାକିଛି ମହାପ୍ରଭୁ ତାକୁ ନିଜର ପାଖକୁ କୋଳେଇ ନେଇଛନ୍ତି । ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁ ଙ୍କ ପାଖରେ ଏମିତି ପ୍ରାର୍ଥନା । ଆପଣ ଏ ମହାମାରୀଙ୍କୁ ଦୁୂରୋଇ ଦିଅ । ପୁଣି ଆପଣଙ୍କ ଏହି ଦିବ୍ୟନୀଳାକୁ ଦେଖିବାର ଭାଗ୍ୟ ସଭିଙ୍କର ହେଉ । ଏମିତି ମହାପ୍ରଭୁ ଆପଣଙ୍କ ନିକଟରେ ପ୍ରାର୍ଥନା । ..ଜୟ ଜଗନ୍ନାଥ .

ଚାକିରୀ…..

() ରାକେଶ ମହାପାତ୍ର । ଉଚ୍ଚଶିକ୍ଷତି । ଏବେ ଏବେ ଇଂଜିନିୟରିଙ୍ଗ ପାସ କରିଛି । ୫ଲକ୍ଷରୁ ଅଧିକ ଟଙ୍କା ବି ଖର୍ଚ୍ଚ ହୋଇଛି ତାହା ପାଠପଢାରେ । ପଢାଶେଷ ହେବା ପରେ କିନ୍ତ୍‌ୁ ସେହି ଅନୁସାରେ ଚାକିରୀ ପାଇଲନି ରାକେଶ । ଯାହାକୁ ନେଇ ପରିବାର ଲୋକ ଅଶାନ୍ତି ନହେଲେ ବି କଥା କଥାକେ କହୁଛନ୍ତି ଆରେ ୫ଲକ୍ଷରୁ ଅଧିକ ଟଙ୍କା ଦେଇ ତତେ ପାଠ ପଢାଇଲୁ କଣ ଏହି ଚାକରୀ ପାଇଁ । ଏତକ ଦରମା ପାଇଁ । ବିଚାରା ରାକେଶ କିନ୍ତୁ କେମିତିି ଏ ପ୍ରଶ୍ନ ଉତ୍ତର ରଖିବ ଓ ପରିବାର ଲୋକଙ୍କୁ ବୁଝାଇବ ତାହା ଜାଣିପାରୁନାହିଁ ।
ବଦଳିଯାଇଛି ଯୁଗ । ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଏସବୁ କ୍ଷେତ୍ରରେ ପ୍ରତିଯୋଗିତା । ଯେତେ ଯାହା କଲେ ବି ଚାକୀରୀ ଖଣ୍ଡେ ପାଇବା ଯେ କେତେ ମୁସକିଲ ତାହା ଯିଏ ଅଙ୍ଗେ ଲିଭାଇଛି ସେ ଜାଣିଛି । ଭଲ ଶିକ୍ଷାନୁଷ୍ଠାନରେ ଭଲ ନମ୍ବର ରଖି ପାସ କରି ବି କ୍ୟାମ୍ପସ ମିଳେ ନାହିଁ କେତେକଙ୍କ ଭାଗ୍ୟରେ । ଆଉ କେତେବେଳେ ତ କ୍ୟାମ୍ପସ ଆସେ ନାହିଁ । ପାଠପଢା ଶେଷ ପରେ ଦୁଇରୁ ତିନି ବର୍ଷ ଲାଗେ ଖଣ୍ଡେ ଚାକିରୀ ପାଇବା ପାଇଁ । ଏଥିରେ ପୁଣି ବହୁତ ଅସନ୍ତୋଷ ଥାଏ । ପ୍ରଥମେ ଯେଉଁଠି କାମ କରିବାକୁ ଇଚ୍ଛା ନଥାଏ ସେଇଠି ଚାକିରୀ ମିଳେ । ଦରମା କଥା ନକହିଲେ ଭଲ । ଆଜିକାଲି ପ୍ରତିଯୋଗିତା ଏମିତି ରକେଟ ପରି ହୋଇଛିି ଯେ କେତେବେଳେ ନିଆଁ ଲାଗୁଛି ଓ କେତେବେଳେ ରକେଟ କୁଆଡ଼େ ଯାଉଛି ତାହା ବି ଅନୁମାନ କରି ହେଉନାହିଁ । ନହେଲେ ଉଚ୍ଚଶିକ୍ଷିତ ଓ ମାଳମାଳ ଡ଼ିଗ୍ରୀଧାରୀମାନେ କଣ ପିଅନ ଚାକିରୀ ପାଇଁ ଆବେଦନ କରିଥାନ୍ତେ । ତାହା ହିଁ ବାସ୍ତବତା । ହେଲେ ଏକଥା କିନ୍ତୁ ପରିବାର ଲୋକ ବୁଝିବାକୁ ନାରାଜ । କାହିଁକି ଏତେ ପଇସା ଦେଇ ପାଠ ପଢିଲୁ ଏତେ କମ ଦରମା ପାଇଲୁ ବୋଲି ପଚାରିଥାନ୍ତି । ରାକେଶକୁ ବି ସେଦିନ ତା ବଡ଼ ଭାଇ ସେକଥା ପଚାରିଲା । ବିଚରା ରାକେଶ କଣ କହିବ ତାହା ଭାବିଭାବି ବହୁ ସମୟର ନିରବତା ପରେ କହିଲା ଭଲ ଚାକିରୀ ହେବ , ଭଲ ଦରମା ବି ପାଇବି । ହେଲେ ଭାଇ ଯେତେବେଳେ ପଚାରିଲେ କେବେ ସେତେବେଳେ ରାକେଶ ପୁରା ଚୁପ ରହିଲା । …

ସୁନ୍ଦରୀ ପ୍ରତି ବଦଳିଛିି ମନଭାବ …

() ସୁନ୍ଦର ଏକ ଦୁର୍ବଳତା । ଯାହା ସହଜରେ ସଭିଙ୍କୁ ଆକର୍ଷିତ କରିଥାଏ। ସେ ସୁନ୍ଦର ଫୁଲ ହେଉ ଅବା ନାରୀ କି ପୁରୁଷ । କି କଳ୍ପନାର ରାଇଜର ପରି । ସବୁଥିରେ ଥାଏ ଆକର୍ଷଣ ଆଉ ଦୁର୍ବଳତା। ଯାହା ପ୍ରତ୍ୟେକ ବ୍ୟକ୍ତଙ୍କୁ ଅନ୍ୟ ପ୍ରତି ଆକର୍ଷିତ ହେବାକୁ ପ୍ରବର୍ତ୍ତାଇ ଥାଏ । ପରିବେଶ , ପରିସ୍ଥିତି, ସମୟ ଯେମିତି ସୁନ୍ଦରତାର ବୁଢିଆଣୀ ଜାଲରେ ଆପେ ଆପେ ଛନ୍ଦି ହୋଇଯାଏ । ସୁନ୍ଦର କୃତିମ ହେଉ କି ପ୍ରାକୃତିକ । ମହକ ଥାଉ କି ନଥାଉ। ହେଲେ ତାହା ଯେ ଆକର୍ଷଣୀୟ ଏକଥା ଅଳ୍ପେ ବହୁତ ସମସ୍ତେ ଜାଣନ୍ତି ।
ଲୋକକଥା ଅନୁସାରେ ସବୁ ଚିକ୍ ଚିକ୍ କରୁଥିବା ଜିନିଷ ସୁନା ନହେଲେ ବି ଆମେ ତା ପ୍ରତି ଅଧିକ ଦୁର୍ବଳାତା ପ୍ରକାଶ କରିଥାନ୍ତିି । କରିବା ବି ସ୍ୱଭାବିକ । ଯେମିତି ସୁନ୍ଦର ପ୍ରତି ଆକର୍ଷତ ହେବା ପାଇଁ ଆମ ଆଖି ବାଧ୍ୟ କରେ । ସୁନ୍ଦରରତା ଆପେ ଏମିତି ହଜି ଯାଆନ୍ତି ଯେ କଣ ଠିକ ଭୂଲ ତାହା ବି କେବେ ବିଚାର କରନ୍ତି ନାହିଁ । ହଁ ଏକଥା ସତ ବେଳେବେଳେ ସୁନ୍ଦରକୁ ପାଇବାକୁ କଣ୍ଟକ ରାସ୍ତା ଦେଇ ଆମକୁ ଯିବାକୁ ପଡ଼େ । ପାର  ହୋଇଗଲେ ଭଲ , ନହେଲେ ଯନ୍ତ୍ରଣା ହିଁ ଯନ୍ତ୍ରଣା ମିଳିଥାଏ । ଯେମିତି ଗୋଲାପ ଫୁଲ । ଭାରୀ ସୁନ୍ଦର ଓ ଆକର୍ଷଣ ବି । ଯଦି ଏହାକୁ ଆମେ ଠିକ ସେ ନ ତୋଳିବା ଅବା ଅସାବଧାନତାରେ ଧରିବା ତାହାଲେ ହାତରେ କଣ୍ଟା ଫୁଟି ରକ୍ତ ବାହାରିବ ଓ ଯନ୍ତ୍ରଣା ବି ହେବ । ଠିକ ସେହିପର ହଳଦି ପରି ଚକଚକ କରୁଥିବା ପିତଳ ବସ୍ତୁକୁ ଯଦି ଆମେ ଚିହ୍ନି ନପାରି ସୁନା ଭାବିବା , ତେବେ ଆମେ ଠକାମୀରେ ପଡିଯିବା । ନାରୀ ହୁଅନ୍ତୁ କି ପୁରୁଷ । ସୁନ୍ଦର ଚେହେରା ଦେଖି ଅନେକ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି । ହେଲେ ହୃଦୟ ଭିତରେ ସେତିକି ନିର୍ମଳତା ଅଛି କି ନାହିଁ , ତାହାକୁ କେବେ କେହି ବିଚାର କରିନ୍ତି ନାହିଁ । ଯେଉଁଥିପାଇଁ ଆଜି ସମାଜରେ ଅନେକ ଆଚମ୍ବିତ କଲା ପରି ଖବର ଶୁଣିବାକୁ ମିଳୁଛି ଓ ଦେଖିବାକୁ ବି ।
ଏହି କିଛି ଦିନ ଭିତରେ ଘଟିଥିବା ଦୁଇଟି ଘଟଣାକୁ ନେଇ ସମାଜରେ ଏପରି ଚର୍ଚ୍ଚା ହେଉଛି । ହୁଏତ ଏ ଚର୍ଚ୍ଚା କେବଳ ଗୁଲି ଖଟି ପରି । ଏସବୁ ପାଇଁ ଆମେ ସୁନ୍ଦରତାକୁ ଦାୟୀ କରିପାରିବା ନାହିଁ । ସବୁ ସୁନ୍ଦର ଭିତରେ ଯେ ଏମିତି ଘଟଣା ଯୋଡି ହୋଇଥାଏ ତାହା ବି ନୁହେଁ । ହେଲେ କିଛିଙ୍କ ଭିତରେ ଥାଏ । ଯେମିତି ଗୋଲାପ ଓ ମଲ୍ଲୀ  । ସୁନ୍ଦରତା ପରିଭାଷା ହୁୂଏତ ଏବେ ବଦଳିଛି ଏସବୁ ଘଟଣା ପାଇଁ । ହେଲେ ସଭିଁଙ୍କ ମନରେ କିନ୍ତୁ ସୁନ୍ଦର ପ୍ରତି ଯେମିତି ଦୁର୍ବଳତା ଓ ଆକର୍ଷଣ ଥିଲା । ତାହା ରହିଛି ଓ ଆଗକୁ ବି ରହିବ ।

ବବିଙ୍କ ପରିି ଭବ : ସାଜିଛନ୍ତି ଯାଜପୁରବାସୀଙ୍କ ସେବକ..

() ଛାତ୍ର ଜୀବନରୁ ମାନବ ସେବା ହିଁ ମାଧବ ସେବା ନୀତିକୁ ଗ୍ରହଣ କରିଥିବା ଭବ ଏବେ ଯାଜପୁରବାସୀଙ୍କ ସୁଖ ଓ ଦୁଃଖର ସାହାରାବାଡ଼ି ସାଜିଛନ୍ତି । ପାହାନ୍ତାରୁ ରାତି ଯାଏ କେବଳ ଗୋଟିଏ ଲକ୍ଷ କେତେ ଲୋକଙ୍କ ସେବା କରିହେବ ।ଆଉ ଯଦି କିଏ ବିପଦରେ ପଡ଼ିଛି କି କାହାର କିଛି ଅସୁବିଧା ଅଛି ଏ ଖବର ଯଦି ଭବ କାନରେ ପଡ଼େ , ତେବେ ସେ ସଙ୍ଗେସଙ୍ଗେ ସବୁ କାମ ଛାଡ଼ି ସେ ବ୍ୟକ୍ତି ବା ତାଙ୍କ ପରିବାର ପାଖରେ ଯାଇ ଛିଡ଼ା ହୋଇଯାଆନ୍ତି । ଗରିବଙ୍କ ବେଦନା ସେ ସହିପାରନ୍ତିନି । ସବୁବେଳେ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପରି ନିଃସ୍ୱାର୍ଥପର ଭାବେ ଯାଜପୁରବାସୀଙ୍କ ସେବା କରିବାରେ ସେ ବି ଆଗଭର । ସକାଳ ୬ଟାରୁ ସେ ଅଭିଯୋଗ ପ୍ରକୋଷ୍ଠରେ ବସି ବିଭିନ୍ନ ଲୋକଙ୍କ ସମସ୍ୟା ବୁଝନ୍ତି । ଅଭିଯୋଗ ପ୍ରକୋଷ୍ଠକୁ ଆସି ଯେମିତି କୌଣସି ସାଧାରଣ ଲୋକ ହଇରାଣ ନହୁଏ ଓ ଘଣ୍ଟା ଘଣ୍ଟା ଧରି ଛିଡ଼ା ନହେବ ସେଥିପ୍ରତି ସେ ବିଶେଷ ଦୃଷ୍ଟି ଦିଅନ୍ତି । ନିଜେ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ନେଇ ଆସିଥିବା ପ୍ରତି ବ୍ୟକ୍ତିଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝି ସମାଧାନ କରିବା ପାଇଁ ଅଣ୍ଟା ଭିଡ଼ନ୍ତି । ତୁରନ୍ତ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ବିଧାୟକଙ୍କ ନିର୍ଦ୍ଦେଶରେ ଏକ ବଡ଼ ଟିମ ବି ସେ ଗଠନ କରିଛନ୍ତି କେବଳ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ।
କେବଳ ସେତିକି ନୁହେଁ ଲୋକଙ୍କ ସମସ୍ୟା ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରତିନିଧି ଭାବେ ଭବ ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକରେ ବିକାଶମୂଳକ କାର୍ଯ୍ୟକ୍ରମ କିପରି ତ୍ୱରାନୀତ ହେବ ତାହା ଉପରେ ବି ବିଶେଷ ଗୁରୁତ୍ୱ ଦିଅନ୍ତି । ଘନଘନ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ବିକାଶମୂଳକ କାର୍ଯ୍ୟକ୍ରମ ଆଗେଇ ନିଅନ୍ତି । ପ୍ରତି ଦିନ ସେ ବିଧାୟକଙ୍କ ଏ ସର୍ମ୍ପକରେ ଅବଗତ କରିବା ସହ କେଉଁଠି କେଉଁ ସମସ୍ୟା ପାଇଁ କାମ ଆଗେଇ ପାରୁନାହିଁ ସେ କଥା ବି ଅବଗତ କରାନ୍ତି । ଏହାସହ ଲୋକଙ୍କ ଦାବି କଣ ରହିଛି ଓ କଣ ନୂଆ କରିହେବ ସେ ଆଲୋଚନା କରନ୍ତି ସେ । ବିଧାୟକ ପ୍ରଣବ ବି ପ୍ରତିନିଧି ଭବ ଯେଉଁ ପ୍ରସ୍ତାବ ଦିଅନ୍ତି ଓ ଲୋକଙ୍କ ଦାବିକୁ ଅଧିକ ଫୋକସ କରି ଯୁଦ୍ଧକାଳୀନ ଭିତ୍ତିରେ ସବୁ ସମସ୍ୟା ଦୂର କରନ୍ତି । ବ୍ୟସ୍ତ ରାଜନୈତିକ କାର୍ଯ୍ୟକ୍ରମ ଭିତରେ ସପ୍ତାହରେ ୫ଦିନ ପ୍ରଣବ ଯାଜପୁର ଗସ୍ତ କରି ନେତାଙ୍କୁ ଯେଉଁ ଦାୟିତ୍ୱ ଦେଇଥାଆନ୍ତି ତାହାର ତଦାରଖ କରିବା ସହ କାମ କରିନଥିବା ନେତା ଓ ଅଧିକାରୀଙ୍କୁ ବି ତାଗିତ କରନ୍ତି । ଯାଜପୁର ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ଗ୍ରାଉଣ୍ଡରେ ବାସ୍ତବ ରୂପ ଦିଅନ୍ତି ଭବ ।
ଏହାସହ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ ସବୁବେଳେ ବିଭିନ୍ନ ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୋଗଦେଇ ଲୋକମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରନ୍ତି । ଜିଲ୍ଲାରେ ଯେପରି ରକ୍ତ ଅଭାବ ନରହିବ ସେନେଇ ପ୍ରତି ସପ୍ତାହରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଅଭିଯାନ କରି ରକ୍ତ ଅଭାବ ଦୂର କରିବା ଭବ ପ୍ରମୁଖ ସେନାପତି ସାଜନ୍ତି । ଯାଜପୁରକୁ ସବୁଜ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ଅନେକ ଦାୟିତ୍ୱ ଦିଅନ୍ତି । ସହର ଓ ଗାଁ କିପରି ସ୍ୱଚ୍ଛ ରହିବ ସେ ଦାୟିତ୍ୱ ପ୍ରତ୍ୟେକ ଯାଜପୁରବାସୀ ନେବାକୁ ବିଧାୟକ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ସେ ସଫଳ କରିଛନ୍ତି, ଲୋକଙ୍କୁ ସଚେତନ କରିବା ସହ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କ ସହ ଘନଘନ ବୈଠକ କରି ସଂଗଠନକୁ ଅଧିକ ମଜବୁତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଅଧିକ ଲାଭ ଲୋକେ ପାଇପାରିବେ ସେନେଇ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦିଅନ୍ତି ଭବ ।
ଯାଜପୁରବାସୀଙ୍କ ସେବା କରିବା ପାଇଁ ବବି ଓ ଭବଙ୍କ ଯୁଗଳ ଯୋଡ଼ି ଏବେ ଯାଜପୁରକୁ ନୂଆରୂପ ଦେଇଛି । ନୂଆ ଓଡ଼ିଶା ଓ ନୂଆ ଯାଜପୁର ଗଠନ ବିନ୍ଧାଶୀ ସାଜିଛନ୍ତି ବବି ଓ ଭବ । ଖାସ ସେଥିପାଇଁ ତ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ବିରୋଧ ଏବେ ଛିଟପଟାଙ୍ଗ । ପ୍ରଣବଙ୍କ ବିକାଶ ଏଜେଣ୍ଡା ସହ ରାଜନୈତିକ ଗୋଟି ଚାଳନାରେ ଧରାଶୟୀ ହୋଇଛନ୍ତି ଯାଜପୁରରେ ବିରୋଧୀ ବିଜେପି ଓ କଂଗ୍ରେସ । କ୍ଷମତା କି ପଦ ପଦବୀ ନୁହେଁ, ଲୋକଙ୍କ ପାଇଁ ନିଃସ୍ୱାର୍ଥପର ସେବା ଦେବା ପାଇଁ ବବି ଓ ଭବ ଉଦମ୍ୟକୁ ଯାଜପୁରବାସୀ ଶତ ପ୍ରଶଂସା କରିଛନ୍ତି । ସଭିଙ୍କ ହୃଦୟରେ ଏବେ ଗୋଟିଏ କଥା ଭାଇ ଅଛନ୍ତି ତ ସବୁ ଅଛି । ପୁରା ଯାଜପୁରବାସୀଙ୍କ ଭାଇ ସାଜିଛନ୍ତି ବବି ଓ ଭବ ।

ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟର ଏକକ ବିଶ୍ବବିଦ୍ୟାଳୟ…..

ସି.ଇ.ଟି ମହାବିଦ୍ୟାଳୟକୁ ଓଡ଼ିଶା କ୍ୟାବିନେଟର ଏକକ ବିଶ୍ବବିଦ୍ୟାଳୟ ର ଐତିହାସିକ ନିଷ୍ପତ୍ତି।
ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଯୁବ ବିଜେଡ଼ି ପକ୍ଷରୁ ଧନ୍ୟବାଦ।

ଭୁବନେଶ୍ୱର,:- ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟରେ ସି.ଇ.ଟି ମହାବିଦ୍ୟାଳୟ କୁ ଏକକ ବିଶ୍ବବିଦ୍ୟାଳୟ ର ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ଓଡ଼ିଶା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ସି.ଇ.ଟି କୁ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ ନାମରେ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ରୂପେ ପ୍ରତିଷ୍ଠା କରିବେ।୧୯୮୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଅଗ୍ରଣୀ ବୈଷୟିକ ଅନୁଷ୍ଠାନ ସହ ରାଜ୍ୟ ରେ ସମସ୍ତ ତିନୋଟି ବୈଷୟିକ ବିଶ୍ଵବିଦ୍ୟାଳୟ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ନେତୃତ୍ବ ରେ ପ୍ରତିଷ୍ଠା ହୋଇ ଆଜି ସମଗ୍ର ଦେଶରେ ଓଡିଶା ବୈଷୟିକ ଶିକ୍ଷା ର ମାନଚିତ୍ର ରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିପାରିଛି। ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ନେତୃତ୍ବ ଓଡ଼ିଶାର ଯୁବଛାତ୍ର ସ୍ବତଃ ପ୍ରବୃତ୍ତ ଭାବେ ମାଷ୍ଟର କ୍ୟାଣ୍ଟିନ ଛକ ରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ କହିଥିଲେ କି “ପୂର୍ବରୁ ବୈଷୟିକ ଶିକ୍ଷା ଆହରଣ ପାଇଁ ଓଡ଼ିଶା ର ଯୁବ ଛାତ୍ର ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ କିନ୍ତୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପଣ୍ଣ ନିଷ୍ପତ୍ତି ଦ୍ଵାରା ଓଡ଼ିଶା ଆଜି ସମଗ୍ର ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରର ହବ୍ ପାଲଟିଯାଇଛି। ଏହି ନୂତନ ଏକକ ବିଶ୍ବବିଦ୍ୟାଳୟ ବୈଷୟିକ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ବୈଷୟିକ ଜ୍ଞାନକୋୖଶଳ ଏବଂ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ। ରାଜ୍ୟ ସରକାର ଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ମୁଁ ଓଡ଼ିଶା ର ଅଗଣିତ ଯୁବଛାତ୍ରଙ୍କ ତରଫରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।କୋଭିଡ୍ ୧୯ ର ସମସ୍ତ ନିୟମ କୁ ପାଳନ କରି ଅନୁଷ୍ଠିତ ଏହି ଧନ୍ୟବାଦ୍ ପର୍ବ ରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ମହାସଚିବ ଏଲିନା ଦାସ, ଭୁବନେଶ୍ୱର ଜିଲ୍ଲାସଭାପତି ସମରେଶ ବେଉରା,ବରିଷ୍ଠ
ଉପସଭାପତି ଧୃତି ରଞ୍ଜନ ମାର୍ଥା, ଜ୍ୟୋସ୍ନା ମୟୀ ପରିଡ଼ା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି, ଶୁଭ୍ରାଂଶୁ ମିଶ୍ର, ଉପସଭାପତି ସୁନିଲ୍ ପଣ୍ଡା, ସାଧାରଣ ସମ୍ପାଦକ ମଳୟ ରଂଜନ ପତି,ଆଶିଷ ରଂଜନ ମିଶ୍ର,ଶୁଭ୍ରଜିତ ପାଢ଼ୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥୀ ମୂଦୁଲି,ବାଣୀ କଲ୍ୟାଣ ମହାନ୍ତି, ଅବତାରରେ ଆଲାମ, ବାସୁଦେବ ସାହା,ଲଗ୍ନଦୀପା ମିଶ୍ର,ଅପଣ୍ଣା ଦାସ,ଶିବାନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ମିଶନ ଶକ୍ତିର ମା ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ – ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି

ମିଶନ ଶକ୍ତିର ମା ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ – ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତିର ମା ମାନଙ୍କ ମନ କଥା – ମୁଖ୍ୟମନ୍ତ୍ରୀ ହେଉଛନ୍ତି
ଆମର ସୁଖ ଦୁଃଖର ସାଥି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ (Interest Subvention) ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’

କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମା ମାନେ କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ ।’

ମିଶନ ଶକ୍ତିର ମା ମାନଙ୍କ ସଫଳତା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜୀବନଜୀବିକା ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି। ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର – କୋରାପୁଟର ବୋରିଗୁମା ଠାରୁ ଆରମ୍ଭ କରି କଟକର ନିଆଳୀ ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ମୋର ବିଶ୍ବାସ, ଦିନେ ଆପଣମାନଙ୍କ ଭିତରୁ ବଡ ବଡ ଉଦ୍ୟୋଗୀ ବାହାରିବେ ।’

ରାଜ୍ୟ ସରକାର Block Level Federationର ଆବର୍ତ୍ତନ ପାଣ୍ଠି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି। ଗତ ବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍‌ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଥିଲେ ଯେ ମିଶନ ଶକ୍ତି ଆଜି ମା ମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ବରେ ସେମାନେ ଉଚ୍ଚପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୟୁରଭଂଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସଂପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସଂପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସଂପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସଂପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଏହି ସ୍ବତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ । ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ।

ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ HDFC Bank ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ।

ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି । ସେ କହିଥିଲେ ଯେ ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମା ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

୧୫ ବର୍ଷରେ ସୋଆ : ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା

() ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ । ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉକ୍ରର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି । ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍‌ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । ବର୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି । ମାତ୍ର ୧୪ ବର୍ଷର ଏହି ବିଶ୍ୱବିଦ୍ୟାଳୟ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗ୍‌ରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ନିଜର ସ୍ଥାନ ବଜାୟ ରଖିଛି ।
ସମ୍ମାନଜନକ କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍‌ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ ୨୦୨୧ରେ ୩୫୧ ରୁ ୪୦୦ ବ୍ରାକେଟ୍‌ ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍‌ ଆଇ-ଗଜ୍‌ ପକ୍ଷରୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍‌ ହାସଲ କରିଛି ସୋଆ । ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍‌ ୧୯ ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍‌ ଆଇ-ଗଜ୍‌ ଇ-ଲିଡ୍‌ ସମ୍ମାନ ମିଳିଛି । ସେହିପରି ଟାଇମ୍‌ସ ହାୟର୍‌ ଏଜୁକେସନ୍‌ (ଟିଏଚ୍‌ଇ) ୱାର୍ଲ୍ଡ ରାଙ୍କିଙ୍ଗ୍‌ ୨୦୨୧ରେ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ ପ୍ଲସ୍‌ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି । ସେହିପରି ହେଲ୍‌ଥ ସାଇନ୍‌ସେସ୍‌ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍‌ ରାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍‌ ବ୍ରାକେଟରେ ସ୍ଥାନ ପାଇଛି । ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ରାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୦ ପ୍ଲସ୍‌ କ୍ୟାଟେଗୋରିରେ ସ୍ଥାନିତ ହୋଇଛି ସୋଆ । ନ୍ୟାସ୍‌ନାଲ୍‌ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିସନ୍‌ କାଉନ୍‌ସିଲ୍‌ (ନାକ୍‌) ସୋଆକୁ ଉନ୍ନତମାନର ଗୁଣାତ୍ମକ ଓ ଶୈକ୍ଷିକ କାର୍ଯ୍ୟଧାରା ନିମନ୍ତେ ‘ଏ’ ଗ୍ରେଡ୍‌ରେ ରିଆକ୍ରେଡିଟେଡ୍‌ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୋଆର ୧୧ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି ।  ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍‌ ସାଇନ୍‌ସେସ୍‌, ଡେଂଟାଲ୍‌ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍‌ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍‌ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍‌ ପାଠ୍ୟକ୍ରମ ଉପଲବ୍ଧ ।
ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି । କୋଭିଡ୍‌ ମହାମାରୀ ସତ୍ୱେ ୨୦୨୧ରେ ଗ୍ରାଜୁଏଟ୍‌ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ଼୍‌ ଡିଲଏଟ୍‌, ଇନ୍‌ଫର୍ମାଟିକା, ଟେମେନୋସ୍‌, ମ୍ୟାକ୍‌ ସଫ୍ଟୱେର, ଏନ୍‌ପିସିଆଇ, ସେଲ୍‌ସଫୋର୍ସ ଓ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ଅଧିକ କମ୍ପାନୀରେ ଚାକିରୀ ସୁଯୋଗ ପାଇଥିବା ବେଳେ ପ୍ରାୟ ୯୦ଟି କମ୍ପାନୀ ଏହି ରିକ୍ରୁଟମେଂଟ ନିମନ୍ତେ ସୋଆ କ୍ୟାମ୍ପସ୍‌କୁ ଆସିଥିଲେ । ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୭୭୩୪ ସ୍କୋପସ୍‌ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୭୦ ରହିଛି । ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍‌ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଓ ସମ୍‌ ହସ୍ପିଟାଲ୍‌ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି । ରୋଗୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି ।
ଗତବର୍ଷ କୋଭିଡ ମହାମାରୀର ପ୍ରଥମ ଲହରୀ ରାଜ୍ୟକୁ ଆକ୍ରାନ୍ତ କରିବା ସମୟରେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସରକାରଙ୍କ ସହଯୋଗିତାରେ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ ଟି କୋଭିଡ ହସ୍ପିଟାଲ୍‌ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସଫଳ ହୋଇଥିଲା । ଏହି କୋଭିଡ ହସ୍ପଟାଲ୍‌ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା ଓ ଚାନ୍ଦପୁର ଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା । ସେହିପରି ଚଳିତ ବର୍ଷ ରାଜ୍ୟ ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଥିବା ବେଳେ ସୋଆ ପକ୍ଷରୁ ସରକାରଙ୍କ ସହାୟତାରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର ଓ ପୁରୀ ଠାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଓ ଜଟଣୀ ଠାରେ ଏକ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି । ଏଥିରେ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି ।

ତତେ ଦେଖି ସବୁ ଭୂଲିଯାଏ …

() ଯୁଆଡ଼େ ଚାହିଁଲେ ତୋ ମୁହଁ ଦିଶୁଛି । ଲାଗୁଛି ତମେ ଯେମିତି ମତେ କେବଳ ଚାହିଁ ରହିଛି । ଏହା ମୋର ଭାଗ୍ୟ ନା ତୁମର ଭଲପାଇବା ତାହା ମୁଁ ଜାଣେ ନାହିଁ । ହେଲେ ଦିନରାତି ମୁଁ ସବୁବେଳେ ଏମିତି ଦେଖୁଥାଏ ତୁମକୁ ଏକଥା ସବୁବେଳେ ମୁଁ ପ୍ରାର୍ଥନା କରୁଛି । ତୁମ ଚାହାଣିରେ ନାହିଁ ଛଳନା , ନାହିଁ କିଛି ଆଶା , ନାହିଁ ଘୃଣା, କି ନାହିଁ ବେଦନା । କେବଳ ଭଲ ପାଇବା ଆଉ ଭଲ ପାଇବା । ଆଉ ସେହି ଦିବ୍ୟ ନୟନ ଚାହାଣୀ ଟିକକ ପାଇବା ପାଇଁ କେତେ କିଏ ତପସ୍ୟା ଭାବ ଲଗାଉଛି । ହେଲେ ମୁଁ ତ ମୋ ଚର୍ମ ନୟନରେ କିପରି ତୁମର ଦିବ୍ୟ ନୟନକୁ ଚାହୁଛି ତାହା ଜାଣି ପାରୁନାହିଁ । ତୁମର ଦର୍ଶନ ଦେଇ ମତେ ଧନ୍ୟ କରିଛ । ଆଉ ସେ ଅନୁଭୂତି ଏମିତି ଯେ ସେହି ଯିଏ ଚାହିଛି ସେ ପାଇଛି । ବିଶ୍ୱରୂପ ଦେଖିନାହିଁ ପ୍ରଭୃ , ହେଲେ ସେ ଚାହାଣୀରେ ବିଶ୍ୱକୁ ଦେଖୁଛି । ଗୋଲ ଗୋଲ ଚକା ନୟନର ପ୍ରେମରେ ପୁରା ବିଶ୍ୱ ପଡ଼ିଛି । ଆଉ ମୁଁ ତ ନିମିତ ମାତ୍ର । କାହିକଁ କେଜାଣି ପ୍ରଭୁ ତମକୁ ଦେଖିଲେ ଯେ କେହି ହଜିଯିବ ସେ ଚକା ନୟନରେ । ଆପେ ଆପେ ଆଖିରୁ ଝରି ପଡ଼ିବ ଆନନ୍ଦର ଲୁହ । ସେ ଚାହାଣୀରେ କି ଯାଦୁ ରହିଛି , ଯିଏ ଚାହିଁଦେବ ସବୁ କିଛି ଭୂଲି ଯିବ । ହଜିଯିବ ଚକା ନୟନ ଭିତରେ । ଏ ଆପଣଙ୍କ ଲିଳା ନା ଆମମାନଙ୍କ ଜୀବନ ଧାରା ତାହା ବି ଆମକୁ ଜଣାନାହିଁ । ନିଜେ ବିଶ୍ୱକର୍ମା ସାଜି ନିଜକୁ ଏମିତି ଗଢିଛନ୍ତି ଯେଉଁଠି ଯେମିତି ଯିଏ ଆପଣଙଙ୍କୁ ଚାହିଁବ ସେ ଅନୁଭବ କରିବ ପ୍ରଭୁ ଆପଣ ତାକୁ ହିଁ ଚାହିଛନ୍ତି । ଅନୁଭବ କରିବ କଣ ତାହା ସତ୍ୟ । ସେଥିପାଇଁ ତ ପ୍ରଭୁ ଆପଣ ବିଶ୍ୱକର୍ତ୍ତା । ଏ ଭଲ,ମନ୍ଦ, ସୁଖ , ଦୁଃଖ ଯାହା ଘଟୁଛି ତାହା ତ ଆପଣଙ୍କ ଚକା ଡ଼ୋଳା ଦେଖିୁଛି । ସବୁ ଜାଣୁଛି । ତଥାପି ଏ ଚାହାଣିରୁ କାହିକିଁ ମଣିଷ ସମାଜକୁ ଦୁୂରେଇ ଦେଉଛି । ଯେଉଁ ଚାହାଣି ପାଇଁ ପୁରା ବିଶ୍ୱ ପାଗଳ , ସେ ଚାହାଣି , ସେ ଚକା ଡୋଳା ଏବେ ସଭିଁଙ୍କୁ ଚାହୁଦେଉ । ଯେଉଁ ଦିବ୍ୟ ଆଖି ଚର୍ମ ଆଖିରେ ମିଳନ ହେବା କ୍ଷଣି ସଂସାରରୁ ସମସ୍ତ ପାପା, ଦୁଃଖ, ଯନ୍ତ୍ରଣା ଦୂରେଇ ଯାଉ ପ୍ରଭୁ । ସେ ଚାହାଣିରେ ଆମ ଚାହାଣି ମିଶି ଯେତେ ଅଶ୍ରୁର ଧାରା ବହୁଛି , ବହୁଚ ପଛେ । ହେଲେ ସେ ଭାଗ୍ୟ ସମସ୍ତଙ୍କ ମିଳୁ । ଆଜି ଏମିତି ପ୍ରାର୍ଥନା କରୁଛୁ ଆମ ବିଶ୍ୱକର୍ତ୍ତା ପାଖରେ । ସେ ଚାହାଣୀରେ ଦୁୂରେଇ ଯାଉ ସବୁ କୁ-ଚିନ୍ତା, ଆଉ ଆଣିଦେଉ ମନରେ ଶାନ୍ତି । ଏମିତି ପ୍ରାର୍ଥନା ଜଗତର ନାଥ ଜଗନ୍ନାଥ । ଭକ୍ତ ମନରେ ସବୁବେଳେ ଗୋଟିଏ ଚିନ୍ତା ତତେ ଦେଖି ସବୁ ଭୂଲିଯାଏ ପ୍ରଭୃ …

ଜଗା ଡ଼ୋରୀ…..

()ରଥରେ ବିଶ୍ୱ ଠାକୁର ଜଗତରନାଥ ଜଗ୍ନନାଥଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୁଅନ୍ତି ଦେବାଦେବୀ, କୀଟପତଙ୍ଗ ଠାରୁ ଆରମ୍ଭ କରି ମଣିଷ, ଅଶୁରଗଣ । ବର୍ଷକ ଥରେ ଆଷାଢ ଶୁକ୍କ ଦ୍ୱିତୀୟାରେ ରତ୍ନବେଦୀରୁ ଜନ୍ମ ବେଦୀକୁ ଓହ୍ଲାଇଆସନ୍ତି ମହାବାହୁ । ଧର୍ମପତ୍ନୀ ମା ଳକ୍ଷ୍ମୀଙ୍କୁ ଛାଡ଼ି ୯ ଦିନ ଧରି ମହାପ୍ରଭୃ ଭାଇ.ଉଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମଦେଦୀରେ ସମୟ କାଟନ୍ତି । ମହାପ୍ରଭୃଙ୍କ ଏହି ମାନବୀୟ ନିଳା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଆସନ୍ତି ସଭିଁଏ । ହେଲେ କରୋନା କଟକଣା ଯୋଗୁଁ ମହାପ୍ରଭୃଙ୍କୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ର ଦୁଇବର୍ଷ ଧରି ବିନା ଭକ୍ତରରେ ଅନୁଷ୍ଠିତ ହେଉଛି । ବିନା ଭକ୍ତ କହିଲେ ଟିକେ ଭୂଲ ହୋଇପାରେ କାରଣ ସେବାୟତମାନେ ବି ଭକ୍ତ । ତେଣୁ କେବଳ ସେବାୟତମାନଙ୍କୁ ଏହି ସୁଯୋଗ ମିଳୁଛି ମହାପ୍ରଭୃଙ୍କ ମାନବୀୟ ନିଳା କରିବା ପାଇଁ । ସେବାୟତମାନେ   ରଥ     ଟାଣୁଛନ୍ତି । ଭକ୍ତ ବିନା ପ୍ରଭୃ ଯେ କେତେ ଦୁଃଖି ତାହା ଦୁଇବର୍ଷ ହେବ କଳା ବଦନରୁ ସ୍ପଷ୍ଠ ଜଣାପଡ଼ୁଛି । ପହଣ୍ଡିରେ ଝୁଲି ଝୁଲି ପ୍ରଭୃ ଆସୁଥିଲେ ମଧ୍ୟ ମନରେ କିନ୍ତୁ ସେତେଟା ଆନନ୍ଦ ନାହିଁ ମହାପ୍ରଭୃଙ୍କର । ଯେମିତିି କାଳିଆଂ ସାଆନ୍ତେ ବଡ଼ ଦାଣ୍ଡରେ ପାଦ ଦେଉଦେଉ ଖୋଜୁଛି ତାହା ଭକ୍ତଙ୍କୁ । ଚାରିଆଡ଼େ ଆଖି ବୁଲାଇ ଭକ୍ତଙ୍କୁ ଜଣାଉଛି ତମେ ବ୍ୟସ୍ତ ହୁଅନ୍ତା , ଯେଉଁଠି ଅଛ ମୁଁ ମୋ ନୟନରେ ତମକୁ ଦେଖୁଛି । ଏତିକି କଷ୍ଟ ସହିଯାଏ । ପୁଣି ଏ ସମୟ ଚାଲିଯିବ ତମର ଓ ମୋର ମିଳନ ହେବ । ଏମିତି ମନର କଥା କହି କଳା ସାଆନ୍ତେ ଦୁଇବର୍ଷ ହେବ ଗୁଣ୍ଡିଚା ମନ୍ଦିରକୁ ଯାଉଛନ୍ତି । ଏହା ତାଙ୍କର ଇଚ୍ଛା ବୋଧେ ।
ନୀଳାମୟ ଜଗନ୍ନାଙ୍କ ଲୀଳା ଯେ ବୈଚିତ୍ର‌୍ୟ ତାହା ଅଳ୍ପ ବହୁତେ ସଭିଁଙ୍କକୁ ଜଣା । ସେବାୟତଙ୍କ ଛଡ଼ା ଏଭଳି କୋଭିଡ଼ କଟକଣା ଭିତରେ ଅନ୍ୟାନ୍ୟ ସେବା କରିବା ପାଇଁ ରଥଯାତ୍ରାରେ ସାମିଲ ହୁଅନ୍ତି ବିଭିନ୍ନ ବର୍ଗର ଲୋକମାନେ । ମନ୍ଦିର ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀ, ରାଜ୍ୟ ପ୍ରଶାସନ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସି, ଅଗ୍ନିଶ୍ରମ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ । ଏତେ କଟକଣା ଭିତରେ ବି ଏହି ସବୁ ବର୍ଗରେ ଚାକିରୀ କରିଥିବା କିଛି ହାତ ଗଣତି ବ୍ୟକ୍ତି ମହାପ୍ରଭୃଙ୍କ ଘୋଷଯାତ୍ରାରେ ସାମିଳ ହୁଅନ୍ତି ।
ମହାପ୍ରଭୃଙ୍କ ଘୋଷଯାତ୍ରାରେ ସାମିଲ ହେବାକୁ ହେଲେ ଜଗାର ନ୍‌ିମନ୍ତ୍ରଣ ମିଳିବା ଦରକାର । ସେ ଡ଼ାକିଲେ ଜଣେ ପୁରୀ ଯିବ ଓ ତାର ସେବାରେ ନିଜକୁ ନିଯୋଜିତ କରିବ । ତେଣୁ ଘୋଷଯାତ୍ରାରେ ସାମିଲ ହେବାକୁ ହେେ;ଲ ଜଗା ପ୍ରତି ଭକ୍ତିଭାବ ସେତିିକି ଦରକାର । କାଳିଆ ଭକ୍ତ ଭାବରେ ବନ୍ଦା । ତେଣୁ ଘୋଷଯାତ୍ରାକୁ ଆସି କାଳିଆ ସଙ୍କେତ ଦେଇଛି ଯଦି ଆମେ ଶୃଙ୍ଖଳିତ ଭାବେ ଜୀବନ କଟାଇବା ତେବେ ଏସବୁ ବିପଦ ଆସିବ ନାହିଁ । ଦୁନିଆରେ କାହା ପାଇଁ କିଛି କାର୍ଯ୍ୟ ଅଟକିବନି । ସବୁ ହେବେ । କେବଳ ଭାବ ଓ ସମର୍ପଣ ହିଁ ଆମକୁ ତ୍ସଫଳତା ଦେବ । ବିପଦ ଆସିଛି, ଯିବ । ହୁଏତ ଆରବର୍ଷକୁ ଜଗାର କୃପାରୁ ପୂୁର୍ବପରି ଘୋଷଯାତ୍ରା ହେବ । ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ । ଆଉ ଏସବୁ ସମ୍ଭବ ହେବ ଜଗତର ନାଥ ଜଗନ୍ନାଥଙ୍କ କୃପାରୁ । ତେଣୁ ହେ ମହାବାହୁ , ଏ ବିଶ୍ୱ ନିୟତା କରୋନା ଭୂତାଣୁ କବଳରୁ ବିଶ୍ୱକୁ ରକ୍ଷା କର । ଦୁରେଇ ଦିଏ ଏ ବିପଦ । ଭକ୍ତଙ୍କୁ କ୍ଷମା କର ଏ ମଣିଷ ସମାଜକୁ , ରକ୍ଷା କର ଏ ବିଶ୍ୱକୁ । ଏତିିକି ପ୍ରାର୍ଥକା ପ୍ରଭୃ ।
ଜୟ ଜଗନ୍ନାଥ ..

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ….

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ

26 ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା ମୁଖ୍ୟମନ୍ତ୍ରୀ

ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଆପଣଙ୍କ ସହାୟତା
ଆମକୁ ବଞ୍ଚିବାର ରାହା ଦେଇଛି – ନିର୍ମାଣ ଶ୍ରମିକ

ଭୁବନେଶ୍ବର : ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ । ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ । ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି । ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି । ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି । ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି । ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ । ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ । ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ — ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି । ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ । ତାସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି ।
ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ ଶ୍ରୀ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିଭାଗୀୟ ସଚିବ ଶ୍ରୀମତୀ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ସାରା ରାଜ୍ୟର 314ବ୍ଲକ ର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news