ବର୍ଷା ଓ ଚା …

() ଆଜିର କାର୍ଯ୍ୟବ୍ୟବସ୍ଥା ଓ ଚାପଯୁକ୍ତ ଜୀବନଶୈଳୀ ଭିଡ଼ ଭିତରୁ ବାହାରିବା ପାଇଁ ପ୍ରତ୍ୟେକ ମଣିଷ ଚାହେଁ । ହେଲେ କର୍ମମୟ ଜୀବନ ଭିତରେ ସମୟ ଟିକେ ମିଳିବା କଷ୍ଟ । ତଥାପି କେହି ମିନିଟ ମନକୁ ହାଲକା କରିବା ପାଇଁ ଗୋଟେ ବାହାନା ଦରକାର । ଆଉ ଏହି ବାହାନାର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଚାଲ ଟିକେ ଚା ପିଇକି ଆସିବା କଥାଟା ଆଜିକାଲି ସାଧାରଣ । ଅଫିସ ହେଉ କି ଘରେ । ଯେମିତି ଚା କର୍ଯ୍ୟଶୈଳୀର ବିରତି ଦେବାରେ ବ୍ରେକ ହୋଇକାମ କରେ । କେବଳ ସେତିକି ନୁହେଁ, ସାଙ୍ଗସାଥି ଗ୍ରହଣରେ ମନର ଭାବ ପ୍ରକାଶ କରିବା ସହ ଗାଁ ଦାଣ୍ଡରୁ ପାଲିଆମେଣ୍ଟ ଓ ପୁରା ବିଶ୍ୱର ଚର୍ଚ୍ଚା କେବଳ ଚା କପଟିଏ ହାତରେ ଥିଲେ ହୁଏ । ଆଉ କାହାର ତ ନୂତନ ସମ୍ପର୍କ ଯୋଡ଼ିବାରେ ଚା କପ ଏକ ସେତୁବନ୍ଦ ହୋଇକାମ କରେ ।
ସେଦିନ ହଠାତ ରୋଜିର ଫୋନ କଲ ଆସିଲା ବଣ୍ଟି ପାଖକୁ । ତମେ କେଉଁଠି ଅଛ । ଆସ କେଉଁଠି ଗୋଟେ ଭଲ ଚା ଟିକେ ପିଇବା । ଜମାରୁ ଚା ପିଉନଥିବା ରୋଜି ବଣ୍ଟିକୁ ଚା ପିଇବା ପାଇଁ ଡ଼ାକିଛି ବଣ୍ଟି ଯିବ ନାହିଁ ବା କେମିତି । କାରଣ ବଣ୍ଟି ଟିକେ ଚା ପ୍ରିୟ । ତେଣୁ ଝିପିଝିପି ବର୍ଷାକୁ ଖାତିର ନକରି ବଣ୍ଟି ଚାଲିଲା ଚା ପିଇବା ପାଇଁ । କିଛି ବାଟ ଗଲା ପରେ ଏତେ ଜୋରେ ବର୍ଷା ହେଲା ଯେ ଯୋଗକୁ ବଣ୍ଟି ଯାଇ ଗୋଟେ ଚା ଦୋକାନ ପାଖରେ ଛିଡ଼ାହେଲା । ଠିକ ସେହି ସମୟରେ ଚା ଦୋକାନୀ କହିଲା ଭାଇ ଟିକେ ଚା ହେଉ । ଚା ପ୍ରିୟ ବଣ୍ଟି କହିଲା ନା ଭାଇ ଏବେ ପିଇଛି । ବୋଧେ ପ୍ରଥମ ଥର ବଣ୍ଟି ଚା ପିଇବା ପାଇଁ ମନା କରିଛି । ପୁଣି ବର୍ଷା ସମୟରେ । କାରଣ ସେ ରୋଜି ସହ ଚା ପିଇବା ବୋଲି କଥା ଦେଇଛି । ବର୍ଷା ଲାଗି ରହିଲା । ଏଣେ ରୋଜି ଫୋନ କରି କହୁଥିଲା ଛାଡ଼ ବର୍ଷା ହେଉଛି , ଆଉ କେବେ । ହେଲେ ବଣ୍ଟି କହିଲା ନାଁ, ଆଜି ଚା ଯେମିତି ହେଲେ ପିଆଯିବ । ବାସ ,, ଝିପିଝିପି ବର୍ଷାରେ ରୋଜି ଓ ବଣ୍ଟି ଚାଲିଲେ ଚା ପିଇବା ପାଇଁ । ହେଲେ ଚା ଦୋକାନ ପାଖକୁ ଯିବା ବାଟରେ ପୁଣିି ବର୍ଷା ଦାଉ ସାଜିଲା । ବାଧ୍ୟ ହୋଇ ଉଭୟ ରାସ୍ତାକଢରେ ଛିଡ଼ା ହୋଇ ଖଟିକଲେ । ସମୟ ଗଡ଼ି ଚାଲିଲା , ବର୍ଷା ବି ବଢିଲା । ଆଉ କିଛି ନଭାବି ଉଭୟ ଚା ନପିଇ ନିଜ ନିଜ ବାଟରେ ଚାଲିଗଲେ । ହେଲେ ବର୍ଷା କିନ୍ତୁ ଯେମିତି ଜାରୀ ରହିଥିଲା ସେଦିନ …

ଗ୍ରାଉଣ୍ଡରେ ବବି : ଉତ୍ସାହିତ କର୍ମୀ ଓ ନେତା ..

()ବିଜେଡ଼ି ନିର୍ବାଚନ ପାଇଁ ସବୁୁବେଳେ ପ୍ରସ୍ତୁତ । ଏକଥା ଦଳର ଶୀର୍ଷ ନେତୃତ୍ୱ ଠାରୁ ଆରମ୍ଭ କରି ତୃଣମୂଳସ୍ତର କର୍ମୀ ମୁହଁରୁ ଶୁୂଣିବାକୁ ମିଳେ । ନେତା ବା କର୍ମୀ କେବଳ ଦମ୍ଭକ୍ତି ପ୍ରକାଶ କରିନ୍ତିନି ବଂର ତାହା ବାସ୍ତବତା । କାରଣ ପାରମ୍ପରିକ ରାଜନୀତି ବିଶ୍ୱାସ ନକରି ଦଳ ସବୁବେଳେ ଓ ସବୁ ସମୟରେ ନିଜକୁ ପ୍ରସ୍ତୁତ କରିଥାଏ । ସଂଗଠନକୁ ଚଳଞ୍ଚଳକ କରିବା ସହ ଲୋକଙ୍କ ସେବାକୁ ଅଧିକ ଗୁରୁତ୍ୱ ଦେଇଥାଏ । ଆଉ ତାହା ଭିତରେ ନିର୍ବାଚନ ଆସେ ଆଉ ଯାଏ । ରାଜ୍ୟବାସୀ ମଧ୍ୟ ଦଳକୁ ସବୁବେଳେ ଆର୍ଶୀବାଦ କରି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜୟର ଟିକା ପିନ୍ଧାନ୍ତି ।
ସବୁଠାରୁ ବଡ଼ କଥା ହେଉଛି ଦଳରେ ସବୁବେଳେ ନୂତନ ପୀଢିକୁ ସୁଯୋଗ ଦିଆଯାଏ । ଦଳ ଆଗକୁ ବଢ଼େ, ନେତା ବି ଆଗକୁ ଯାଆନ୍ତି । ଯେବେଠାରୁ ପ୍ରଥମ ଥର ଲାଗି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିରେ ପ୍ରଥମଥର ଲାଗି ସାଂଗଠନିକ ସମ୍ପାଦକ ପଦ ସୃଷ୍ଟି କରି ଏହାର ଗୁରୁ ଦାୟିତ୍ୱ ନିଜର ଅତି ବିଶ୍ୱସ୍ତ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ହାତରେ ନ୍ୟସ୍ତ କରିଛନ୍ତି । ସେବେଠାରୁ ବିଜେଡ଼ି ସଂଗଠନ ଅଧିକ ମଜବୁତ ହେବା ସହ ଦଳୀୟ କର୍ମୀ ଓ ନେତାଏ ଉତ୍ସାହିତ ହୋଇଛନ୍ତି । ନବୀନଙ୍କ ପରି କଥା ନୁହେଁ, କାମରେ ବିଶ୍ୱାସ ରଖୁଥିବା ପ୍ରଣବ ବରିଷ୍ଠ ଓ କନିଷ୍ଠଙ୍କୁ ସାଙ୍ଗରେ ଧରି ତୃଣମୂଳସ୍ତରରେ ଦଳର ସଂଗଠନକୁ ଅଧିକ ମଜବୁତ କରିବା ସହ ମୁଖ୍ୟମନ୍ତ୍ରୀ ଜନସେବା ଲକ୍ଷକୁ ଗ୍ରାଉଣ୍ଡରେ ଅଧିକ ତ୍ୱରାନୀତ କରିଛନ୍ତି । ପଦ, ପଦବୀ କି ବିଳାଶପୂର୍ଣ୍ଣ ଜୀବନଶୈଳୀ ନୁହେଁ ବଂର ଲୋକଙ୍କ ସେବା କରିବା ଲାଗି ବିଜେଡ଼ିର ନେତା ଓ କର୍ମୀ ସବୁବେଳେ ତତତ୍ପର ହେବାକୁ ସେ ଆହ୍ୱାନ ଦିଅନ୍ତି । ଯେଉଁଥି ପାଇଁ ରାଜଧାନୀରେ ବସି ରାଜନୀତି ରିମୋଟ ଚିପିବା ବଦଳରେ ସେ ନିଜେ ଗ୍ରାଉଣ୍ଡକୁ ଯାଇ ନେତା ଓ କର୍ମୀଙ୍କ ସୁଖ ଦୁଃଖର ସାଥୀ ହୁଅନ୍ତି । ଅଧିକାଶ ସମୟ ଗ୍ରାଉଣ୍ଡକୁ ଯାଇ ବବି କାମ କରିବାକୁ ପସନ୍ଦ କରନ୍ତି । ରାଜଧାନୀରେ ରହି ନେତାଙ୍କୁ ନିର୍ଦ୍ଧେଶ ଦେବା ନୁହେଁ, ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସଂଗଠନକୁ ଅଧିକ ମଜବୁତ କରିବାରେ ଲାଗିଛନ୍ତି ସେ । କେବଳ ସଂଗଠନ ନୂହେଁ, ଗାଁକୁ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ପଂଚାୟତରେ ରାତି ମଧ୍ୟ କଟାଉଛନ୍ତି । ଘନଘନ ବିଭିନ୍ନି ଜିଲ୍ଲାକୁ ତୋଫାନି ଗସ୍ତ କରି ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ବବି ଆଲୋଚନା ମଧ୍ୟ କରୁଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନି ଯୋଜନାର ଲୋକମାନେ କିପରି ଅଧିକ ଫାଇଦା ପାଇପାରିବେ ସେନେଇ ବିଜେଡ଼ି ବିଧାୟକ, ସାଂସଦ ,ମନ୍ତ୍ରୀ, ନେତା, ଓ ର୍କମୀଙ୍କ ଗୁରୁମନ୍ତ୍ର ଦେଉଛନ୍ତି ।
ଦଳର ସାଂଗଠନିକ ସମ୍ପାଦକ ଦଳ ପ୍ରତି ଏପରି ଉତ୍ସଗୀକୃତ l ସେବା ଏବେ ଦଳର ବରିଷ୍ଠ ଓ ଯୁବନେତାଙ୍କୁ ଉତ୍ସାହିତ କରିଛି । ପ୍ରଣବଙ୍କ ପରି ବିଜେଡ଼ିର ବରିଷ୍ଠ ଓ କନିଷ୍ଠ ନେତାମାନେ ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେମାନେ ସେ କାର୍ଯ୍ୟରେ ଏବେ ଲାଗିଛନ୍ତି । ଜିଲ୍ଲା ଗସ୍ତ କରି ସଂଗଠନ ବୁଝିବା ସହ କର୍ମୀ ଓ ନେତାଙ୍କ ଗ୍ରହଣରେ ରହିବାକୁ ପସନ୍ଦ କରୁଛନ୍ତି ସଭିଁଏ । ବିଜେଡ଼ିର ଏପରି ସାଂଗଠନିକ କାର୍ଯ୍ୟକଳାପ ଦେଖ ବିରୋଧୀ କ୍ୟାମ୍ପରୁ ନେତାଏ ଏବେ ବିଜେଡ଼ି ମୁହାଁ ହୋଇଛନ୍ତି । ସେ କୋରାପୁଟ, ନବରଙ୍ଗପୁର ହେଉ ଅବା ଯାଜପୁର, ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରପଡ଼ା, କେନ୍ଦୁଝର , କଟକ,ଖୋର୍ଦ୍ଧା କି ଅନୁଗୁଳ , ତାଳଚେର, ସମ୍ବଲପୁର କି ରାୟଗଡ଼ା ଅବା ମାଲକାନାଗରି । ସବୁଠି ବିରୋଧୀ ଦଳର ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହେଉଛନ୍ତି । ବିଶ୍ୱାସ ବିଜେଡ଼ିରେ ହିଁ ରହି ଲୋକଙ୍କ ସେବା କରିହେବ ଓ ରାଜନୀତିରେ ଆଗକୁ ଯାଇହେବ ।
ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଛି । ଏହାର ଢେର ପୂର୍ବରୁ ତୃଣମୂଳସ୍ତରରେ ବିଜେଡ଼ି ସଂଗଠନ ଯେପରି ଅଧିକ ଶକ୍ତିଶାଳୀ ହେବା ସହ ଚଳଚଞ୍ଚଳ ହୋଇଛି ତାହା ବିରୋଧୀଙ୍କ ମନରେ ଛନକା ପଶାଇଛି ।

ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକଡାଉନ ଲାଗୁ ହେବ -ମୁଖ୍ୟମନ୍ତ୍ରୀ

 

ତୃତୀୟ ଲହର ସଂପର୍କରେ ସତର୍କତା

ନିୟମ ପାଳନରେ ହେଳା କଲେ ପୁଣି ଥରେ
ଲକ୍କଡାଉନ ଲାଗୁ ହେବ -ମୁଖ୍ୟମନ୍ତ୍ରୀ

ଓଡ଼ିଶାକୁ ନିରାପଦ ରଖିବା ରେ ସମସ୍ତ ଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର : ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ complete lockdown ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ । ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି । ଭୁବନେଶ୍ବରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି । କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ବାହା ହିଁ ଆମେ ତୃତୀୟ ଲହରର intensityକୁ କମ୍‌ କରିଦେଇପାରିବା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।

ଦ୍ବିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’

ସରିତାର ସରି…..

() ନିଜ ଲୋକଙ୍କ ପାଇଁ ହସଖୁସି ବୟସରେ ଲୁହ ଝରେ ଆଖିରୁ । ସେଦିନ ରାତିରେ ଚୁଲବୁଲି, ସରଳି, ହସ,ଖୁସି, ମିଜାଜ ସରିତା ଆଖିରୁ ଝରିଥିଲା ଏମିତି ଲୁହ । ସୁନ୍ଦରୀ ସରିତାର ପାଖେ କିଛି ଅଭାବ ନାହିଁ । ସେ ପାଠ ପଢିଛି, ଅନେକ ଗୁଣରୁ ଅଧିକାରୀ , ଚାକରି ବି କରିଛି , ସମ୍ଭ୍ରାନ୍ତ ପରିବାର ଝିଅ ହୋଇନଥିଲେ ମଧ୍ୟ ତାହାର କିଛି ଅଭାବ ନାହିଁ । ସବୁ ଥାଇ ବି ଯେମିତି କିଛି ନଥିଲା ପରି ବେଳେ ବେଳେ ସେ ଭାବେ । ବହୁ ବନ୍ଧନରେ ଯୋଡ଼ି ହୋଇଥିବା ସରିତା ନିଜକୁ ଏକୁଟିଆ ଭାବେ ।
ବେଳେବେଳେ ଗହଳି ଓ ଜନ ସମୁଦ୍ର ଭିତରେ ଥିଲେ ମଧ୍ୟ ମଣିଷ ନିଜକୁ ଏକୁଟିଆ ମନେ କରେ । କିନ୍ତୁ ଏକାନ୍ତ ସମୟର ସାଥି ହୋଇଥାଏ କେହି ଜଣେ ମନର ମଣିଷ । ଯିଏ ଜୀବନର ଅଙ୍କାବଙ୍କା ପଥରେ ଚାଲୁଚାଲୁ ହଠାତ ମିଳିଯାଏ । ନା ତାକୁ ଖୋଜାଯାଏ ନା ତା ସହିତ କୃତିମ ସମ୍ପର୍କ ରଖାଯାଇଥାଏ । ଆରେ କଥାରେ ଅଛି ପରା ସର୍ମ୍ପକ ସ୍ୱର୍ଗରୁ ହୋଇଥାଏ । ଆଉ ଆଜିର ଦୁନିଆ ଅଯଥାରେ ସମ୍ପର୍କକୁ ବୋଝ ପରି ଲଦି ଦେବାକୁ ସରିତା ହୁଏତ ଗ୍ରହଣ କରିପାରୁନାହିଁ । ଯେଉଁଥି ପାଇଁ ସବୁ ଥାଇ ବି ସେ ଆଜି ଏକୁଟିଆ । କାହାକୁ କହିବ ଏକଥା, କିଏ ବା ଶୁଣିବ । କେବଳ ମନର କଥାକୁ ଡ଼ାଏରୀରେ ଲେଖିବା ଛଡ଼ା ଆଉ କିଛି ଉପାୟ ନାହିଁ ତା ପାଖରେ ।
ଝିଅ ଘର ଥିଲେ ହସଖୁସି ପରିଉଠେ । ସେ ଲକ୍ଷ୍ମୀ । କହନ୍ତି ପ୍ରଥମେ ଯଦି ଝିଅଟିଏ ହୁଏ ତେବେ ଘରକୁ ଲକ୍ଷ୍ମୀ ଆସିବା ସହ ବାପା-ମାଆଙ୍କ ଆୟୁଷ ବଢେ । ହେଲେ ବୟସ ବଢିବା ସହ ଝିଅ ଯେମିତି ଘରର ବୋଝ ହୋଇଯାଏ । ଏପରି ଚିନ୍ତାଧାରାରୁ ଆଜି ବି ଆମ ସମାଜ ମୁକୁଳି ପାରିନାହିଁ । ଯେଉଁଥି ପାଇଁ ବାପା-ମାଆମାନେ ଝିଅ ବେଶୀ ଦିନ ଘରେ  ନରହି କିପରି ଜଲଦି  ବାହା ହେବ  ସେ ଚିନ୍ତାରେ ଥାଆନ୍ତି । ଖାଲି କଥାରେ କୁହାଯାଏ ଝିଅ-ପୁଅ ସମାନ । ହେଲେ ବାସ୍ତବରେ ଝିଅଟିଏ ଆଜି ବି ଅବହେଳିତ, ଶୋଷିତ । ମୁକ୍ତ ବିହଙ୍ଗ ପରି ହୁଏତ ସେ ସବୁକିଛି କରିପାରେ ନାହି । ହିଁ ଏକଥା ସତ ଯେ ସମାଜର କେତେକ ଘଟଣା ପାଇଁ ଏମିତି କିଛି ଘଟୁଛି ଆଜି । ହେଲେ ଏବେ ଚିନ୍ତା କରିବାର ସମୟ । ଝିଅକୁ ଅଧିକ ସ୍ୱାଧୀନତା ଦେଲେ କଣ ସମାଜ ଭିନ୍ନ ଦିଗରେ ଯିବ ନାଁ ଗୋଟେ ନୂଆ ସମାଜ ଗଠନ କରିବ । ସରିତା  ଶ୍ରାବଣୀ ପାଖରେ ଯାହା କହୁଥିଲା ସେଥିରୁ ଗୋଟେ କଥା ଏହାହିଁ; ବୁଝାପଡ଼ୁଛି ନୂଆ ଚିନ୍ତାଧାରା, ନୂଆ ଭାବନା ଓ ଆଶା ନେଇ ସେ ଜୀବନ ବିତାଇବା ଚାହୁଛି । ଏଥିରେ ସମାଜ ଓ ପରିବାର ଲୋକଙ୍କର ମାନସିକତାର ପରିବର୍ତ୍ତନ ହେବା କଥା । ତାହାଲେ ସେଦିନ ପରି ସବୁ କଥା କହି ସାରି ସରିତା ପରି ଝିଅମାନଙ୍କୁ ଆଉ ସରି କହିବାକୁ ପଡ଼ନ୍ତାନି । …

ଆଇଆଇଏମ୍‍ସିରେ ଓଡ଼ିଆ ସାମ୍ବାଦିକତା ଦିବସ: ଯାଜ୍ଞସେନୀ ଧଳ ଓ ଖ୍ୟାତି ସଙ୍ଗୀରଙ୍କୁ ବୃତ୍ତି ପ୍ରଦାନ…

  • ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହେବ

ଯାଜ୍ଞସେନୀ ଧଳ ଓ ଖ୍ୟାତି ସଙ୍ଗୀରଙ୍କୁ ବୃତ୍ତି ପ୍ରଦାନ

ଢେଙ୍କାନାଳ: ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ୧୮୬୬ ମସିହା ଅଗଷ୍ଟ ୪ରେ ଆରମ୍ଭ ହୋଇଥିଲା । ଗୌରୀଶଙ୍କର ରାୟ ଏହି ସାପ୍ତାହିକ ଖବରକାଗଜଟିକୁ ପ୍ରକାଶ କରିଥିଲେ ୧୮୬୪ ମସିହାରେ ସ୍ଥାପିତ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସ୍‍ରୁ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଓଡ଼ିଆ ଭାଷାର ପ୍ରଥମ ପ୍ରକୃତ ଅର୍ଥରେ ଖବରକାଗଜ ଭାବେ ବିବେଚିତ କରାଯାଏ । ଖବରକାଗଜର ଅବଧାରଣାରେ ଯେଉଁ କଥାଗୁଡ଼ିକ ରହିଛି- ‘ଉତ୍କଳ ଦୀପିକା’ରେ ତାହା ସବୁ ଥିଲା । ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହି ଖବରକାଗଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ଦୁର୍ଭିକ୍ଷ ସମୟର ଖବର ‘ଉତ୍କଳ ଦୀପିକା’ରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କ’ଣ ପଦକ୍ଷେପ ନେବା ଉଚିତ, ସେ ସମ୍ପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ‘ଉତ୍କଳ ଦୀପିକା’ । ଓଡ଼ିଆଙ୍କ ସ୍ୱାର୍ଥ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲା । ୧୮୬୬ରୁ ୧୯୩୬ ଯାଏ- ସାତ ଦଶନ୍ଧି ଧରି ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ସେହିପରି ଓଡ଼ିଆ ଭାଷାକୁ ବୁଡ଼େଇ ଦେବା ନେଇ ବଙ୍ଗାଳୀଙ୍କ ଷଡ଼ଯନ୍ତ୍ରର ତୀବ୍ର ବିରୋଧ କରିଥିଲା ଉତ୍କଳ ଦୀପିକା।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆସନ୍ତା ଅଗଷ୍ଟ ୪ ତାରିଖରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯିବ ।
ଏହି ଅବସରରେ ‘ସାମ୍ବାଦିକତା ଓ ସାହିତ୍ୟ’ ଉପରେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଅଛି । ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ପ୍ରଦାନ କରାଯିବ । ଏହାସହ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ଦିଆଯିବ ।
ପୂର୍ବାହ୍ଣ ୧୧ଟାରେ ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମେ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହେବ । ତା’ପରେ ଅର୍ଥନୈତିଜ୍ଞ ଡ. ନୀଳକଣ୍ଠ ରଥ ନିଜର ବକ୍ତବ୍ୟ ରଖିବେ ।
ଆଇଆଇଏମ୍‍ସି ପକ୍ଷରୁ ପ୍ରତିବର୍ଷ ଏହି ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇଆସୁଛି ।

ବନ୍ଧୁ : ବିଶ୍ୱାସର ବଡ଼ ଶକ୍ତି …

() ବନ୍ଧୁ । ଡ଼ାକରେ ପେଟପୁରିଯାଏ । ବିଶ୍ୱାର ବଡ଼ ଶକ୍ତି । ଏ ସର୍ମ୍ପକ ଦୁନିିଆର ସବୁ ସର୍ମ୍ପକ ଠାରୁ ଭିନ୍ନ । ଏଥିରେ ନା ଥାଏ ବାଛ ବିଚାର ନାଁ ଥାଏ ବୟସର ତାରତମ୍ୟ । ଜାତି,ଧର୍ମ,ବର୍ଣ୍ଣ , ଧନୀ, ଗରିବ , ଦେଶ କି ବିଦେଶ ଏଥିରେ କିଛି ବି ଫରକ ପଡ଼େନାହିଁ । ଥାଏ କେବଳ ଏକ ଶକ୍ତିଶାଳୀ ମନବଳ ଓ ଢେରସାରା ଭଲ ପାଇବା । ପ୍ରେମ ବିଶ୍ୱାର ମହକ ଥାଏ ଏହି ସମ୍ପର୍କରେ । ଜୀବନରେ ପ୍ରତ୍ୟେକ ମୁହୁର୍ତ୍ତରେ ବନ୍ଧୁର ଆବଶ୍ୟକତା ରହିଛି ଓ ସବୁଦିନ ରହିବ । ବନ୍ଧୁତ୍ୱର ସବୁଠାରୁ ବଡ଼ ଉଦାହରଣ ରହିଛି ପୁରାଣରେ । କୃଷ୍ଣ ସୁଦାମ ବନ୍ଧୁ ଠାରୁ ଆରମ୍ଭ କରି ଜନ୍ନାଥଙ୍କ ପ୍ରିୟ ବନ୍ଧୁ..ବନ୍ଧୁ ମହାନ୍ତି ଯାଏ । ସବୁଠି ବନ୍ଧୁତ୍ୱର ନିବିଡ଼ତା ,ଭଲପାଇବା ଆଜି ବି ଅଳ୍ପ ବହୁତ ସମସ୍ତଙ୍କୁ ଜଣା ।
ବୟସ ସହ ବନ୍ଧୁତ୍ୱ ଆସନ୍ତି ଓ ଯାଆନ୍ତି । କିଛି ବନ୍ଧୁ ଚିରଦିନ ପାଇଁ ରହିଯାଆନ୍ତି । ବିନା ସ୍ୱାର୍ଥରେ ଯାହା ପାଇଁ ସବୁକିଛି ତ୍ୟାଗ କରିହୁଏ ସେ ହେଉଛି ବନ୍ଧୁ । ଯାହା ପାଖରେ ମନର କଥା, ସୁଖ, ଦୁଃଖ ,ଭଲ ,ମନ୍ଦ ଓ ସଂସାରର ସବୁ କଥା ମନଖୋଲି କହିହୁଏ ଓ ଗପିହୁଏ ମଧ୍ୟ । ବାପା,ମାଆ, ଭାଇ,ଉଭଣୀ, ପ୍ରେମିକା, ସ୍ତ୍ରୀ, ସବୁ ସମ୍ପର୍କର ସ୍ଥାନ ଗୋଟିଏ ଜାଗାରେ ଆଉ ବନ୍ଧୁର ସ୍ଥାନ ଆଉ ଗୋଟିଏ ଜାଗାରେ । ବନ୍ଧୁ ବିନା ଜୀବନ ସ୍ୱାଦ ଯେମିତି ନଥାଏ । ସବୁବେଳେ , ସବୁ ସମୟରେ ବନ୍ଧୁଟିଏ ଦରକାର । ଉତ୍ତର ବନ୍ଧୁ ମଣିଷ ଚାହିଲେ ନୁହେଁ, ବରଂ ଏହା ଭଗବାନଙ୍କ ବରଦାନ । ବନ୍ଧୁ ଏବେ କିଏ କାହା ସହିତ କରୁଛି । ହେଲେ ବନ୍ଧୁତ୍ୱ ଲିଭାଇବା ଯେ ଗୋଟେ ସାଧନା ତାହା କିନ୍ତୁ ଆଜିର ସ୍ୱାର୍ଥପର ଦୁନିଆରେ ଏହା ଅଳ୍ପ ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ଏହି ବନ୍ଧୁତ୍ୱ ସର୍ମ୍ପକରେ ବେଳେବେଳେ କଳଙ୍କର ଦାଗ ଲାଗୁଛି ।
ବନ୍ଧୁ ଥିଲେ ଦୁନିଆରେ କିଛି ଆବଶ୍ୟକତା ନାହିଁ । ଏକଥା ପ୍ରତ୍ୟେକ ଜୀବ ଅନୂଭବ କରିଛି । ବନ୍ଧୁ ଯେ ମଣିଷ ମଣିଷ ଭିତରେ ହେବ ତାହା ନୁହେଁ । ଭଗବାନ, ଜୀବଜନ୍ତୁ, ଗଛଲତା ଓ ପୁରା ଦୁନିଆ ସହ ବନ୍ଧୁ ଭାବେ ଆମେ ଯୋଡ଼ିହୋଇ ଯାଆନ୍ତି । ଏଥିଲାଗି ତ ଦୁନିଆଟା ଆମକୁ ସୁନ୍ଦର ଓ ସରସ ଲାଗେ । ପୁରାଣରେ ଭବବାନ ଶ୍ରୀକୃଷ୍ଣ ନିଜର ବନ୍ଧୁକୁ ବହୁଦିନ ପରେ ଦେଖା କରିବା ପାଇଁ ଖାଲିପାଦରେ ରାଜପ୍ରସାଦରୁ ଦୌଡ଼ିଦୌଡ଼ି ଆସି ସୁଦାମକୁ ପାଛୋଟି ନେଇଥିଲେ । ଠିକ ସେହିପରି ଅନେକ ଖବର ଆପଣ ପଢୁଥିଲେ କିପରି କୁକୁର ଓ ଅନ୍ୟ ଜୀବଜନ୍ମୁ ନିଜର ପ୍ରିୟ ବନ୍ଧୁର ଜୀବନ ବଂଚାଉଛି । ସିନେମାରେ ବି ବନ୍ଧୁକୁ ନେଇ ଅନେକ ଫିଲ୍ମ ହୋଇଛି । ୩ ଇଡ଼ିଅଟ ଠାରୁ ଆରମ୍ଭ କରି ହାତୀ ମେରା ସାଥି, ଜଗା-ବଳିଆ ଆଦି କେତେ କଣ । ସବୁଥିରେ ବନ୍ଧୁ ପ୍ରେମର ଗାଥା ଉଲ୍ଲେଖ କରାଯାଇଛି ।
ସମୟ ଅନୁସାରେ କିଛି ମାତ୍ରାରେ ବଦଳିଛି ବନ୍ଧୁର ସଂଜ୍ଞା । ବନ୍ଧୁତ୍ୱ ସର୍ମ୍ପକକୁ ଅଧିକ ଶକ୍ତିଶାଳୀ କରିଛି ସୋସିଆଲ ମିଡ଼ିଆ । ବହୁ ନୂଆ ଓ ପୁରୁଣା ବନ୍ଧୁକୁ ଖୋଜିଆଣିଛି । ଅନେକ ଖୁସି ଦେଇଛି ଓ ଦୁଃଖ ବି । ବେଳେବେଳେ ଲାଗେ କଣ ମୋ ବନ୍ଧୁ ଏତେ ବଦଳିଯାଇଛି । ନା ମୁଁ ବଦଳିଯାଇଛି । ଏକଥା ଭାବିଭାବି ରାତି ସରିଯାଏ । ହେଲେ ଉତ୍ତର ମିଳେନା । କାହିକିଁ କେଜାଣେ ବନ୍ଧୁତ୍ୱ ଦିବସ ଲେଖା ଲେ୍‌ଖିଲା ବେଳକୁ କେଉଁ ବନ୍ଧୁ କଥା ଲେଖିବି ଓ କେମିତି ଲେଖିବି ତାହା ଜାଣିପାରୁ ନାହିଁ । ଲେଖିଲା ବେଳେ କେବଳ ସେମାନଙ୍କ ପ୍ରତିଛପି,କାହାଣୀ, ମନକଥା ସବୁ ଯେମିତି ଏତେ ମାତ୍ରାରେ ମନକୁ ଆସୁଛି ଯେ ଆଖିରୁ ଲୁହ ଆସିଯାଉଛି l ଲେଖାରେ ବନ୍ଧୁ ଦିଶୁଛି, ହେଲେ ତାହା ପରିପ୍ରକାଶ କରିବା ବୋଧେ ସମ୍ଭବ ନୁହେଁ । ଛୋଟ ବେଳେ ଆଜି ଯାଏ ବନ୍ଧୁମାନେ ମୋ ମନରେ ରାଜ କରୁଥିଲେ ଓ ଏବେ କରୁଛନ୍ତି ମଧ୍ୟ, ଆଗକୁ ବି କରିବେ । କିଏ କହେ ଅଗଷ୍ଟ ୧ ତାରିଖ ହେଉଛି ବନ୍ଧୁ ପାଇଁ ଦିନଟିଏ । ହେଲେ ମୁଁ କହେ ସବୁଦିନ ।
ଶେଷରେ ଗୋଟିଏ କଥା ମୋ ବନ୍ଧୁମାନେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ ।..
ଜୟ ଜଗନ୍ନାଥ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି।

୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି।

ରେସିଡେନ୍ସି ପିରିଅଡ କମିଲା

ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମ ର ସଫଳତା ରେ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି।ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ ଏବଂପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ପୂରଣ ହୋଇପାରିବ।

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ବାରା ପ୍ରାଥମିକ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ IVରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-3 କୁ ପଦୋନ୍ନତି ପାଇବେ । ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକ ମାନଙ୍କ ପାଇଁ ରେସିଡେସନ୍‌ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷ କରାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତା ରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି ।

ବବିଙ୍କ ନୂଆ ତରିକା : ତୃଣମୂଳସ୍ତରରେ ବଢୁଛି ଉତ୍ସାହ ..

0

() ଭାଙ୍ଗୁଛି ବିରୋଧୀ କ୍ୟାମ୍ପ। ଅଧିକ ଶକ୍ତିଶାଳୀ ହେଉଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ି ପ୍ରତି ବିଭିନ୍ନ ବର୍ଗର ଲୋକ ସାମିଲ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ନବୀନ ଶାସନ କାଳ ଯେତେ ବଢୁଛି ଲୋକଙ୍କ ବିଜେଡ଼ି ପ୍ରତି ସେତିକି ଆକର୍ଷଣ ବଢ଼ୁଛି । ସାଧାରଣତଃ ଦେଖାଦିଏ ଯେ ସରକାର ଅବଧି ବଢିଲ ସରକାର ବିରୋଧୀ ହାୱା ବହେ । ନବୀନଙ୍କ ଶାସନରେ କିନ୍ତୁ ବିପରୀତ । କାରଣ ମୁଖ୍ୟମନ୍ତ୍ରୀ ସବୁବେଳେ କହିନ୍ତି ଯେ ସାଢେ ଚାରିକୋଟି ଓଡ଼ିଆ ତାଙ୍କର ପରିବାର । ତେଣୁ ରାଜନୀତି ନୁହେଁ, ସେବା ପାଇଁ ତାଙ୍କ ଦଳ ଉତ୍ସଗୀକୃତ । ଦିନକୁ ଦିନ ବିଜେଡ଼ି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଯେମିତି ହୁହୁ ହୋଇ ବଡିଚାଲିଛି । ଲୋକମାନେ ବିଜେଡ଼ି ପ୍ରତି ଆକର୍ଷିତ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ନବୀନଙ୍କ ଅତି ବିଶ୍ୱସ୍ତ ଯାଜପୁର ବିଧାୟକ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ବିଜେଡ଼ି ସଂଗଠନକୁ ମଜବୁତ କରିବା ପାଇଁ ଯେଉଁ ମେକାନିଜିମ କାମ କରୁଛି ତାହାର ଚାବି ପ୍ରଣବଙ୍କ ପାଖରେ ।
ସାଗଂଠନିକ ସମ୍ପାଦକ ଭାବେ ପ୍ରଣବ ପଂଚାୟତ ଠାରୁ ଆରମ୍ଭ କରି ଶୀର୍ଷ ନେତୃତ୍ୱର ସଂଗଠନକୁ ଚଳଚଞ୍ଚଳ କରିଛନ୍ତି । ପାରମ୍ପରିକ ରାଜନୀତି ବିଶ୍ୱାସ ନକରି ଗ୍ରାଉଣ୍ଡକୁ ଯାଇ ବବି କାମ କରୁଛନ୍ତି । ରାଜଧାନୀରେ ରହି ନେତାଙ୍କୁ ନର୍ଦ୍ଧେଶ ଦେବା ନୁହେଁ, ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସଂଗଠନକୁ ଅଧିକ ମଜବୁତ କରିବାରେ ଲାଗିଛନ୍ତି । କେବଳ ସଂଗଠନ ନୂହେଁ, ଗାଁକୁ ଯାଇ ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ପଂଚାୟତରେ ରାତି ମଧ୍ୟ କଟାଉଛନ୍ତି । କେବଳ ନିଜ ଜିଲ୍ଲା କି ଦାୟିତ୍ୱରେ ଥିବା ଜିଲ୍ଲା ନୁହେଁ, ଘନଘନ ବିଭିନ୍ନି ଜିଲ୍ଲାକୁ ତୋଫାନି ଗସ୍ତ କରି ଦଳୀୟ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ବବି ଆଲୋଚନା କରୁଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନି ଯୋଜନାର ଲୋକମାନେ କିପରି ଅଧିକ ଫାଇଦା ପାଇପାରିବେ ସେନେଇ ବିଜେଡ଼ି ବିଧାୟକ, ସାଂସଦ ,ମନ୍ତ୍ରୀ, ନେତା, ଓ ର୍କମୀଙ୍କ ଗୁରୁମନ୍ତ୍ର ଦେଉଛନ୍ତି । ଅଧିକରୁ ଅଧିକ ସମୟ ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ ବବି ନେତା ଓ କର୍ମୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ନବୀନଙ୍କ ନୀତି ଆଦର୍ଶ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତାକୁ ବିଶ୍ୱାସକୁ ନେଇ ବିରୋଧୀ କ୍ୟାମ୍ପରୁ ନେତାଏ ଏବେ ବିଜେଡ଼ି ମୁହାଁ ହୋଇଛନ୍ତି । ସେ ଯାଜପୁର, ମୟୁରଭଞ୍ଜ, ଭଦ୍ରକ ହେଉ ଅବା କେନ୍ଦୁଝର, ମାଲକାନାଗିରି କଳାହାଣ୍ଡି କି କୋରାପୁଟ । ସବୁଠି ବିରୋଧୀ ଦଳର ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହେଉଛନ୍ତି । ବିଶ୍ୱାସ ବିଜେଡ଼ିରେ ହିଁ ରହି ଲୋକଙ୍କ ସେବା କରିହେବ ଓ ରାଜନୀତିରେ ଆଗକୁ ଯାଇହେବ ।
ପୂର୍ବରୁ ବିଜେଡ଼ିର ନୂତନ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କହିଛନ୍ତି ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ବିଜେଡ଼ି ଦଳ ସମପିତ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ରାଜନୀତି ଠାରୁ ଉର୍ଦ୍ଧରେ ରହି ବିଜେଡ଼ି ନେତା ଓ କର୍ମୀ କାମ କରୁଛନ୍ତି ଓ ଭବିଷ୍ୟତରେ ବି କରିବେ ।
ବିଜେଡ଼ିର ଦିନକୁ ଦିନ ଶକ୍ତିବୃଦ୍ଧି ରାଜ୍ୟରେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ଏହାକୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ବିଜେଡ଼ିକୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନାହିଁ , ନବୀନ ଓ ପ୍ରଣବ ଦକ୍ଷତା ପାଖରେ । ଯାହାର ଫଳସ୍ୱରୂପ ଦିନକୁ ଦିନ ପୁରା ଓଡ଼ିଶା ଶଙ୍ଖମୟ ହେବାରେ ଲାଗିଛି ।

ଐତିହ୍ଯ କ୍ୟାବିନେଟ୍ : ଫୋକସରେ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ବାରୋପ କରି ମୁଖ୍ଯ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଐତିହ୍ଯ କ୍ୟାବିନେଟ୍ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ଗୁଡିକର କାର୍ଯ୍ଯାନ୍ବୟନ ବିଷୟ ସମୀକ୍ଷା କରିଛନ୍ତି।

ବୈଠକର ନିଷ୍ପତ୍ତି ଅନୁସାରେ ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ପାଇଁ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ଵିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବ୍-କମିଟି ଗଠନ କରାଯାଇଛି। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଏବଂ ନତନ ପିଢୀକୁ ଓଡ଼ିଆ ଭାଷା ପ୍ରତି ଆକର୍ଷଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ପୁରୀରେ ଶ୍ରୀମନ୍ଦିର ଏବଂ ମନ୍ଦିର ପାଖାପାଖି ଐତିହ୍ଯ ସ୍ଥାନଗୁଡିକୁ ସଂଯୋଜିତ କରି ଏକ ପ୍ରାତଃ ଐତିହ୍ଯ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୦ହଜାର ଅଂଶଗ୍ରହଣକାରୀଙ୍କୁ ସାମିଲ କରି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। କରୋନା ମହାମାରୀ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ଯୋଗେ ଆୟୋଜନ କରାଯିବ।

ଗୋଳମାଳିଆ ସର୍ମ୍ପକ ….

()ବେଶୀ ଦିନର କଥା ନୁହେଁ । ଅଶୀ ଓ ନବେ ଦଶକରେ ସଂସାର । ଯୌଥ ପରିବାର ଆମର ସମୟ କଟୁଥିଲା । ଏକା ସାଙ୍ଗରେ ଜେଜେ ବାପା, ଜେଜେମା, ବଡ଼ବାପା, ଦାଦା, ଖୁଡ଼ି,ଭାଇ, ଉଭଣୀ ସମସ୍ତେ ଏକାଠି ହସ ଖୁସିରେ ସଂସାର ଚାଲୁଥିଲା । ଏକାଠି ହୋଇ ଟିଭି ଦେଖିବା, ଖାଇବା, ବୁଲିବାକୁ ଯିବା, ଘର କାମ କରିବା ଓ ନିଜ ନିଜର କର୍ତ୍ତବ୍ୟ ବି ଆମେ ସମ୍ପାଦନ କରୁଥିଲେ । ଦୁଃଖ, ସୁଖ ସବୁ ଆସୁଥିଲା ଆଉ ଯାଉଥିଲା । ଝଗଡ଼ା ବି ହେଉଥିଲ, ଡ଼େର ସାରା ଭଲ ପାଇବା ବି ମିଳୁଥିଲା । ସମାଜରରେ ପ୍ରାୟ ସମସ୍ତେ ଏକାଠି ହୋଇ ଜୀବନ କଟାଇବାକୁ ଭଲ ପାଉଥିଲେ । ମୋ , ତୋର ଭାବନା ସେତେଟା ନଥିଲା । ଯାହା ଘରକୁ ଆସିବ ତାହା ସଭିଁଙ୍କର ଏ ଭାବନା ସମସ୍ତଙ୍କର ଥିଲା । ହଁ ଉଣା ଅଧେ କାହାର ମନ ଟିକେ ଖରାପ ହେଉଥିଲା । ହେଲେ ଅନ୍ୟ ଜଣେ ସେ କଥାକୁ ଏତେ ସହଜରେ ବୁଝାଇଦେଉଥିଲା ଯେ ନିମିଶକ ମଧ୍ୟରେ ଆମ ଭିତରେ ଯେ ଘୃଣା ଦୂରେଇ ଯାଉଥିଲ । ଯେମିତି ବଡ଼ ପରିବାରିରେ ଆଗକୁ ସଙ୍କୋତିତ ଭାବ ଘରର ଚାରିକାନନ୍ଥ ଭିତରେ ରହୁଥିଲେ । ସବୁ କାମ କରି ଥକି ପଡ଼ୁଥିଲେ । ବେଳେ ବେଳେ ବି ବଡ଼ ଜାଆ କମ କାମ କରୁଛି ଓ ସାନ ଯାଆ ଅଧିକ କାମ କରୁଛି ଏକଥାକୁ ନେଇ ସ୍ୱାମୀ ପାଖରେ କହେ ସ୍ତ୍ରୀ । ହେଲେ ସ୍ୱାମୀ ଶୋଇଲା ବେଳେ ସ୍ତ୍ରୀକୁ ଏସବୁ ଛୋଟିଆ କଥାକୁ ନଧରି ଏମିତି ଭାବେ ବୁଝାଇଦିଏ ଯେ ସ୍ତ୍ରୀ ବଡ଼ ଜାଆ କାମ କରୁ କି ନକରୁ ସେ କିନ୍ତୁ ସବୁ କରିଦିଏ । ନାରୀ ଭିତରେ ଥିଲା ସହନଶୀଳତା , ନରମ ହୃଦୟ , ଦାୟା, ଭଲ ପାଇବା । ହେଲେ ସେ ସମୟ ଏବେ ବଦଳିଯାଇଛି ।
ଆମେ ନୁହେଁ, ମୁଁ ରେ ବଂଚିବାକୁ ସଭିଁଏ ଭଲ ପାଇଲେ । ଯୌଥ ପରିବାର ଭାଙ୍ଗୀ ଛୋଟ ପରିବାରକୁ ପସନ୍ଦ କଲେ ସଭିଁଏ । ସେହି ଘର ଅଛି, ହେଲେ ସେ ସର୍ମ୍ପକ ଆଉ ନାହିଁ ପରସ୍ପର ପ୍ରତି ଭଲ ପାଇବା ନାହିଁ । ଧର୍ଯ୍ୟ ବି ନାହିଁ । ପରିବାର ସହ ନୁହେଁ, ଏକୁଟିଆ ରହିବାକୁ ଅଧିକାଂଶ ଲୋକ ପସନ୍ଦ କଲେ । ହେଲେ ସଂସାର ଚଳନି କିନ୍ତୁ ସେ ଢାଞ୍ଚାଗତ ପରିବର୍ତ୍ତନ ସେତେଟା ହେଲା ନାହିଁ । ସ୍ତ୍ରୀ ଟି ଘରର ସବୁ କାମ ସାରି ନିଜ ପିଲାଙ୍କ ସହ ସମୟ ବିତାଇବା ପରେ ନିଜକୁ ଏକାଏକା ଅନୁଭବ କଲା । ସ୍ୱାମୀ ବି ନିଜେ ବାଟ ଚାଲିଲା । ଆଉ ତାହାରି ଭିତରେ ବିଶ୍ୱାସର ପରିଭାଷା ବଦଳିଗଲା । ସ୍ତ୍ରୀ କହିଲା ଅନ୍ୟ ପଡ଼ୋଶୀ ମ୍ୟାଡ଼ମ ପରି ସେ ବୁଲି, ସଫିଙ୍ଗ କରିବ, ସିନେମା ଯିବ, ଫିଜା, ବରଗର ଖାଇବ । ପାର୍କ ଯିବ, ଜିମ ଯିବ । ଘର ରୋଷେଇ ନୁହେଁ, ହୋଟେଲରୁ ମଗାଇକି ଖାଇବ । ନିଜ ସ୍କୁଲ,କଲେଜ ବ୍ୟାଚର ସହପାଠୀ ସହ ଭୋଜି କରିବ , ତାଙ୍ଗ ଘରକୁ ବୁଲିବାକୁ ଯିବ । ପିଲାଙ୍କୁ ନିଜେ ନପଢାଇ ଟିଉସନ ମାଷ୍ଟର ବା କୋଚିଙ୍ଗ ସେଣ୍ଟରକୁ ପଠାଇବ ପୁରା ଛୋଟ ବୟସର । ସହରରେ ଶାଶୁ,ଶଶୁର ନୁହେଁ କି ନଣନ୍ଦ ସହ ନୁହେଁ, ବରଂ ଏକୁଟିଆ ରହିବ , ନହେଲେ କେଉଁ ଅଜଣା ଲୋକଙ୍କୁ କାମବାଲି କରି ରଖିବ । ଉଣାଅଧେ ସ୍ୱାମୀ ର ମଧ୍ୟ ଏମିତି କିଛି ପରିବର୍ତ୍ତନ ଆସିଛି । ସେ ବେଶୀ ରାତି ଯାଏ ବାହାରେ ରହିବେ , ପରିବାର ନୁହେଁ ଅଫିସ ଓ ସାଙ୍ଗ ସାଥିସହ ଅଧିକ ସମୟ କଟାଇବ , ନିଶା ଖାଇବ । ଏକାଏକା ବୁଲି ଯିବ । ଏମିତି କେତେ କଣ । କାରଣ ଯୌଥ ପରିବାରରେ କେହି ନାହାନ୍ତି କାହା ପ୍ରତି ଭୟ ନାହିଁ ।
ଏସବୁ ଭିତରେ ଏବେ ମହାମାରୀ । ଲକ ଡ଼ାଉନ । ଘରର ଚାରିକାନ୍ଥରେ ସମୟ କଟୁଛି । ଜୀବନ କିଛି ନୁହେଁ ତାହା ବି ଲାଗିଲାଣୀ । ସ୍ୱାମୀଙ୍କୁ ବାହାରକୁ ବୁଲିବା କଥା କହିଲେ , ସ୍ୱାମୀ ରାଗିକି ପଂଚମ । ଆଉ ତାହାରି ଭିତରେ ସୋସିଆଲ ମିଡ଼ିଆ, ସମ୍ପର୍କ, ଅପରାଧ , ବିଶ୍ୱାସରେ ଧୋକା ସବୁକିଛି ଘଟୁଛି । କିଛି ଗୋଟେ ସ୍ୱାର୍ଥ ପାଇଁ କେହି ସେକେଣ୍ଡରେ ବଦଳିଯାଉଛି ସବୁକିଛି । ଜୀବନ ଠାରୁ ଅଧିକ ଭଲ ପାଉଥିବା ମଣିଷଟି ଜବୀନର ବଡ଼ ଶତ୍ରୃ ପାଲଟିଯାଉଛି । ଲାଗୁଛି ଯେମିତ ଆଉ ସମ୍ପର୍କ କିଛି ନାହିଁ । କେବଳ ସ୍ୱାର୍ଥ ଆଉ ସ୍ୱାର୍ଥ ହିଁ ସଭିଁଙ୍କୁ ଦେଖାଦେଇଛି ।
ଶେଷରେ ଏତିକି କୁହାଯାଇ ପାରେ ଏବେ ଜୀବନଟା ଭାରୀ ଅସୁରକ୍ଷିତ । ଆଉ ଟିକେ ଭାବନ୍ତୁ ଏ ଜୀବନକୁ ଅସୁରକ୍ଷିତ କରିଛି କିଏ । ଆମେ ନିଜେ ଆମ ଜୀବନକୁ ଅସୁରକ୍ଷିତ କରୁନାହାନ୍ତି ତ ? କାରଣ ବାତ୍ୟା ସମୟ ରେ ଦେଖାଯାଏ ଗୋଟିଏ ଗଛରେ ସାପ,ବେଙ୍ଗ, ଓ ଗୋଟେ ସ୍ଥାନରେ ମଣିଷ , ପଶୁ ରହନ୍ତି । ତେଣୁ ସବୁ କିଛି ଭୂଲି କେଉଁଥିରେ ପ୍ରକୃତ ଖୁସି ମିଳିବ ସେ ଚିନ୍ତା କରିବା ଚାଲ । ସମ୍ପର୍କକୁ ଗୋଳିଆ ନକରି ସୁଦୃଢ କରିବା ।

Follow us

20,832FansLike
0FollowersFollow
14,700SubscribersSubscribe

Latest news