{}ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗର ରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି ହେବାକୁ ଯାଉଛି | ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି |ଗୋଟିଏ ଘୂର୍ଣି ବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସି ର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ କହିଛନ୍ତି |ଏହି ଘୁର୍ଣ୍ଣି ବଳୟ ଗୁଡିକ ଦକ୍ଷିଣ ଚାଇନା ସାଗର ରୁ ପଶ୍ଚିମ ଦିଗକୁ ଗତି କରି ମ୍ୟାନମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛନ୍ତି |ଏହା ମଧ୍ୟରୁ ଗୋଟିଏ ଘୁର୍ଣ୍ଣିବଳୟ ବର୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି ଓ ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ରବିବାର ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ଼ଃ ସାହୁ କହିଛନ୍ତି |ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୨୪ ତାରିଖ ରେ ଅନ୍ୟଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସହ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବ ଓ ସେପ୍ଟେମ୍ବର ୨୬ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଥିବା ଜଣାପଡିଛି | ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି ବୋଲି ଡ଼ଃ ସାହୁ କହିଛନ୍ତି |ସେହିପରି ଅନ୍ୟ ଏକ ଘୁର୍ଣ୍ଣି ବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସେପ୍ଟେମ୍ବର ୨୬ ତାରିଖରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବାର ସମ୍ଭାବନା ରହିଛି |
ପାଇବା ପାଇଁ ନାହିଁ ଅପେକ୍ଷା …
() ସମୟକାହା ପାଖରେ ନାହିଁ । ଅପେକ୍ଷା ନାହିଁ କି ଧର୍ଯ୍ୟ ବି ନାର୍ହି । କଥା ସରୁସରୁ ଆବଶ୍ୟକ ଜିନିଷ ମଣିଷ ଦରକାର କରୁଛି । ଆଉ ଆଧୁନିକ ଯୁଗରେ ତ ଏକଥା କିଛି ଅସମ୍ଭବ ନୁହେଁ । ସ୍ବିଚ୍ ଟିପିଲେ ପୁରା ବିଶ୍ବ ୧ ମିନିଟ ଭିତରେ ପାଖରେ ଥିଲା ପରି ଲାଗୁଛି । ରେଡିମେଟ ସଭିଁଙ୍କ ପସନ୍ଦ । ଦୁଇ ମିନିଟରେ ଯେମିତି ସକାଳ ଜଳଖିଆ ମେଗି, ପାଣିଗମର ହେଲେ ଚା, ମୋବାଇଲ ଆପରେ ଅର୍ଡ଼ର କଲେ ଖାଦ୍ୟ, ଡ଼୍ରେସ ଠାରୁ ଆରମ୍ଭ କରି ସବୁ ଆବଶ୍ୟକ ଜିନିଷ ପାଖରେ ପହଞ୍ଚିଯାଏ । ଆଧୁନିକ ଯୁଗର ଏପରି ସୁବିଧା ସମୟରେ କିଏ କାହିକିଁ କୌଣସି ଜିନିଷ ପାଇଁ ଅପେକ୍ଷା କରିବ ନା ଧର୍ଯ୍ୟ ରଖିବ । ଅପେକ୍ଷା ନକଲେ ବି କଣ ଗୋଟେ ବଡ଼ ଭୂଲ ହୋଇଯିବ କି ? ନା ବେଦ ଅସୁଧ ହୋଇଯିବ । ଏମିତି ବି ଅନେକ ପ୍ରଶ୍ନ ମନକୁ ଆସେ । ଯୁବପିଢି ତ ଯୁବପିଢୀ , ବରିଷ୍ଠମାନେ ବି ଏହି ମାୟାରେ ଛନ୍ଧି ହୋଇ ଯାଇଛନ୍ତି । ଅଳ୍ପ ସମୟ ଭିତରେ ସବୁକିଛି ଦରକାର । କମ ପରିଶ୍ରମରେ ବହୁତ କିଛି ପାଇବାର ଆଶା l କମ କର୍ମରେ ଅଧିକ ଧନୀ ହେବା ଦରକାର । ଏମିତି ଚିନ୍ତାଧାରାରେ ଚାଲିଛି ଆମ ସମାଜ ।
ଏଥିରୁ ବା କେମିତି ବାଦ ପଡ଼ନ୍ତା ପ୍ରେମ । କାହାକୁ ନଜାଣି, ନବୁଝି ଏକ ମିନିଟ ଭିତରେ ପ୍ରେମ ନିବେଦନ ଆଉ ତାପରେ… । ମୋବାଇଲ ହାତରେ ଅଛି ମାନେ ଧର୍ଯ୍ୟ ଧରିବାର ଆବଶ୍ୟକ ନାହିଁ । ସୁଇଚ୍ ଚିପି ମ୍ୟାସେଜ ପଠାଇଦେଲେ ଗଲା । ସେ ଯିଏ ବି ହେଉ । ପ୍ରେମ ହୁଏ, ବିହାର ବି ହୁଏ । ହେଲେ ତା ପରିବତ୍ତୀ ସମୟରେ କଣ ହୁଏ ତାହା ଆଉ କାହାକୁ ଅଛପା ନାହିଁ । କେବଳ ଟିଭି ଚ୍ୟାନେଲ ଖୋଲିଲେ କି ଖବର କାଗଜ ପୃଷ୍ଠା ଓଲଟାଇଲେ ତାହା ଜଣାପୁଡ଼ିଛି ।
ସେଦିନ ରୋଜି କହୁକହୁ ତାର ଜଣେ ସହକର୍ମୀଙ୍କୁ କହିଲା ଜାଣିଛୁ ମୁଁ ଏବେ ମୋ ପର୍ସରେ ରାକ୍ଷୀ ରଖୁଛି । ଏକଥା ଶୁଣି ତାହାର ସହକର୍ମୀ କିଛି ବୁଝିପାରିଲେନି । ସହକର୍ମୀ ପଚାରିବାରୁ ରୋଜି କହିଲା ଜାଣିଛୁ , ଯାହା ସହ କଥା ହେଉଛି ସେମାନେ ମତେ କଣ ଭାବୁଛନ୍ତି ମୁଁ ଜାଣେନା ସଙ୍ଗେସଙ୍ଗେ ମତେ ମୋବାଇଲରେ ଆଇ ଲଭ ୟୁ ଲେଖି ପଠାଉଛନ୍ତି । ଏଥିରୁ ବଂଚିବା ପାଇଁ ରାକ୍ଷୀ ରଖୁଛି ପାଖରେ । ସେ ଚିହ୍ନା ହେଉ କି ଅଚିହ୍ନା ଯାହା ସହ କଥା ହେଉଛି ସେ ଏମିତି କରୁଛନ୍ତି । ହୁଏତ ରାକ୍ଷୀ କଥାକୁ ସେଦିନ ସହକର୍ମିୀ ସେତେଟା ଗୁରୁତ୍ବ ଦେଇନଥିଲେ। ହେଲେ ଆଜିର ସମୟରେ ତାହା ଯେ ସତ ,ଏ କଥାକୁ ବି ସେ ଏଡ଼ାଇ ଦେଇନଥିଲା ।
ଇଏ ତ ଥିଲା ପ୍ରେମ । ସେହିପରି ସୋସିଆଲ ମିଡ଼ିଆରେ ତ ଶହଶହ କାହାଣୀ । ରୂପ, ନାଁ ବଦଳାଇ କିଏ କେତେ କଣ କରୁଛି । ଏଥରୁ କଣ ବୁଝିବା ଆମେ ଯେତିକି ଆଧୁନିକ, ବିଜ୍ଞାନ ଜ୍ଞାନ କୌଶଳ ବ୍ୟବହାର କରି ଜୀବନ କଟାଉଛନ୍ତି ସେତିକି ଧର୍ଯ୍ୟହୀନ ଓ ବିବେକ ହୀନ ହୋଇପଡ଼ୁଛନ୍ତି । ନା ସମୟ ଆମକୁ ସେମିତି କରୁଛି । ଏକଥା ଏବେ ଚିନ୍ତା କରିବାର ବେଳ । କଥାରେ ଅଛି ଅପେକ୍ଷାର ଫଳ ମିଠା । ହେଲେ ଅପେକ୍ଷା ନକରି ୧ ମିନିଟରେ ସବୁ କିଛି ପାଇଯିବାର ପ୍ରତିଯୋଗିତାରେ ସମସ୍ତେ ମାତିଛନ୍ତି , ତାହା ଆମକୁ ଓ ଆମ ସମାଜକୁ ଧ୍ବଂସ ଆଡ଼କୁ ନେଇଯାଉଛି । ମୋ ମତରେ ସବୁ କଥାରେ ଓ ସବୁ ସମୟରେ ବୃଦ୍ଧି ବିଚାରି କାମ କଲେ ପ୍ରେମ ରହିବ, ଜୀବନ ରହିବ ଓ ସମାଜ ବି ବଂଞ୍ଚିରହିବ ।ପାଇବା ପାଇଁ ନାହିଁ ଅପେକ୍ଷା …
ସମୟ କାହା ପାଖରେ ନାହିଁ । ଅପେକ୍ଷା ନାହିଁ କି ଧର୍ଯ୍ୟ ବି ନାର୍ହି । କଥା ସରୁସରୁ ଆବଶ୍ୟକ ଜିନିଷ ମଣିଷ ଦରକାର କରୁଛି । ଆଉ ଆଧୁନିକ ଯୁଗରେ ତ ଏକଥା କିଛି ଅସମ୍ଭବ ନୁହେଁ । ସ୍ବିଚ୍ ଟିପିଲେ ପୁରା ବିଶ୍ବ ୧ ମିନିଟ ଭିତରେ ପାଖରେ ଥିଲା ପରି ଲାଗୁଛି । ରେଡିମେଟ ସଭିଁଙ୍କ ପସନ୍ଦ । ଦୁଇ ମିନିଟରେ ଯେମିତି ସକାଳ ଜଳଖିଆ ମେଗି, ପାଣିଗମର ହେଲେ ଚା, ମୋବାଇଲ ଆପରେ ଅର୍ଡ଼ର କଲେ ଖାଦ୍ୟ, ଡ଼୍ରେସ ଠାରୁ ଆରମ୍ଭ କରି ସବୁ ଆବଶ୍ୟକ ଜିନିଷ ପାଖରେ ପହଞ୍ଚିଯାଏ । ଆଧୁନିକ ଯୁଗର ଏପରି ସୁବିଧା ସମୟରେ କିଏ କାହିକିଁ କୌଣସି ଜିନିଷ ପାଇଁ ଅପେକ୍ଷା କରିବ ନା ଧର୍ଯ୍ୟ ରଖିବ । ଅପେକ୍ଷା ନକଲେ ବି କଣ ଗୋଟେ ବଡ଼ ଭୂଲ ହୋଇଯିବ କି ? ନା ବେଦ ଅସୁଧ ହୋଇଯିବ । ଏମିତି ବି ଅନେକ ପ୍ରଶ୍ନ ମନକୁ ଆସେ । ଯୁବପିଢି ତ ଯୁବପିଢୀ , ବରିଷ୍ଠମାନେ ବି ଏହି ମାୟାରେ ଛନ୍ଧି ହୋଇ ଯାଇଛନ୍ତି । ଅଳ୍ପ ସମୟ ଭିତରେ ସବୁକିଛି ଦରକାର । କମ ପରିଶ୍ରମରେ ବହୁତ କିଛି ପାଇବାର ଆଶା l କମ କର୍ମରେ ଅଧିକ ଧନୀ ହେବା ଦରକାର । ଏମିତି ଚିନ୍ତାଧାରାରେ ଚାଲିଛି ଆମ ସମାଜ ।
ଏଥିରୁ ବା କେମିତି ବାଦ ପଡ଼ନ୍ତା ପ୍ରେମ । କାହାକୁ ନଜାଣି, ନବୁଝି ଏକ ମିନିଟ ଭିତରେ ପ୍ରେମ ନିବେଦନ ଆଉ ତାପରେ… । ମୋବାଇଲ ହାତରେ ଅଛି ମାନେ ଧର୍ଯ୍ୟ ଧରିବାର ଆବଶ୍ୟକ ନାହିଁ । ସୁଇଚ୍ ଚିପି ମ୍ୟାସେଜ ପଠାଇଦେଲେ ଗଲା । ସେ ଯିଏ ବି ହେଉ । ପ୍ରେମ ହୁଏ, ବିହାର ବି ହୁଏ । ହେଲେ ତା ପରିବତ୍ତୀ ସମୟରେ କଣ ହୁଏ ତାହା ଆଉ କାହାକୁ ଅଛପା ନାହିଁ । କେବଳ ଟିଭି ଚ୍ୟାନେଲ ଖୋଲିଲେ କି ଖବର କାଗଜ ପୃଷ୍ଠା ଓଲଟାଇଲେ ତାହା ଜଣାପୁଡ଼ିଛି ।
ସେଦିନ ରୋଜି କହୁକହୁ ତାର ଜଣେ ସହକର୍ମୀଙ୍କୁ କହିଲା ଜାଣିଛୁ ମୁଁ ଏବେ ମୋ ପର୍ସରେ ରାକ୍ଷୀ ରଖୁଛି । ଏକଥା ଶୁଣି ତାହାର ସହକର୍ମୀ କିଛି ବୁଝିପାରିଲେନି । ସହକର୍ମୀ ପଚାରିବାରୁ ରୋଜି କହିଲା ଜାଣିଛୁ , ଯାହା ସହ କଥା ହେଉଛି ସେମାନେ ମତେ କଣ ଭାବୁଛନ୍ତି ମୁଁ ଜାଣେନା ସଙ୍ଗେସଙ୍ଗେ ମତେ ମୋବାଇଲରେ ଆଇ ଲଭ ୟୁ ଲେଖି ପଠାଉଛନ୍ତି । ଏଥିରୁ ବଂଚିବା ପାଇଁ ରାକ୍ଷୀ ରଖୁଛି ପାଖରେ । ସେ ଚିହ୍ନା ହେଉ କି ଅଚିହ୍ନା ଯାହା ସହ କଥା ହେଉଛି ସେ ଏମିତି କରୁଛନ୍ତି । ହୁଏତ ରାକ୍ଷୀ କଥାକୁ ସେଦିନ ସହକର୍ମିୀ ସେତେଟା ଗୁରୁତ୍ବ ଦେଇନଥିଲେ। ହେଲେ ଆଜିର ସମୟରେ ତାହା ଯେ ସତ ,ଏ କଥାକୁ ବି ସେ ଏଡ଼ାଇ ଦେଇନଥିଲା ।
ଇଏ ତ ଥିଲା ପ୍ରେମ । ସେହିପରି ସୋସିଆଲ ମିଡ଼ିଆରେ ତ ଶହଶହ କାହାଣୀ । ରୂପ, ନାଁ ବଦଳାଇ କିଏ କେତେ କଣ କରୁଛି । ଏଥରୁ କଣ ବୁଝିବା ଆମେ ଯେତିକି ଆଧୁନିକ, ବିଜ୍ଞାନ ଜ୍ଞାନ କୌଶଳ ବ୍ୟବହାର କରି ଜୀବନ କଟାଉଛନ୍ତି ସେତିକି ଧର୍ଯ୍ୟହୀନ ଓ ବିବେକ ହୀନ ହୋଇପଡ଼ୁଛନ୍ତି । ନା ସମୟ ଆମକୁ ସେମିତି କରୁଛି । ଏକଥା ଏବେ ଚିନ୍ତା କରିବାର ବେଳ । କଥାରେ ଅଛି ଅପେକ୍ଷାର ଫଳ ମିଠା । ହେଲେ ଅପେକ୍ଷା ନକରି ୧ ମିନିଟରେ ସବୁ କିଛି ପାଇଯିବାର ପ୍ରତିଯୋଗିତାରେ ସମସ୍ତେ ମାତିଛନ୍ତି , ତାହା ଆମକୁ ଓ ଆମ ସମାଜକୁ ଧ୍ବଂସ ଆଡ଼କୁ ନେଇଯାଉଛି । ମୋ ମତରେ ସବୁ କଥାରେ ଓ ସବୁ ସମୟରେ ବୃଦ୍ଧି ବିଚାରି କାମ କଲେ ପ୍ରେମ ରହିବ, ଜୀବନ ରହିବ ଓ ସମାଜ ବି ବଂଞ୍ଚିରହିବ ।
ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁ ମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ…
{}ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ |ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟ- ୨୦୨୧ ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡ଼ଃ ପାଣିଗ୍ରାହୀ |ଆଏପି ଓଡିଶା ଶାଖାର ସଭାପତି ଡ଼ଃ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି। ମାତ୍ର ରୋଗ ଯେତେ ଶୀଘ୍ର ଚି଼ହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁ ଟି ଆରୋଗ୍ୟ ଲାଭ କରିପାରିବ | ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହେଉଛନ୍ତି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି |କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ଡକ୍ଟର ପାଣିଗ୍ରାହୀ କହିଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ତଥା ସମ ହସ୍ପିଟାଲର ପେଡ଼ିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡ଼ଃ ସରୋଜ ପଣ୍ଡା କହିଥିଲେ ଯେ କର୍କଟ ରୋଗର ଆଗୁଆ ଚି଼ହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ପାରିବେ | ତେବେ ଏଥି ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅଡିସନାଲ ଡିନ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡ଼ଃ ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପି ର ଏକଜିକ୍ୟୁଟିଭ ବୋର୍ଡ ର ସଦସ୍ୟ ଡ଼ଃ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତି ରହି ବକ୍ତବ୍ୟ ରଖିଥିଲେ |ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ |
ସମାଜର ପୂର୍ବତନ ସଂପାଦିକା ମନୋରମା ମହାପାତ୍ରଙ୍କ ପରଲୋକ…
{}ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।
{}ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଜଣେ ଶିକ୍ଷାବିତ୍, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସଂପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ। ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣହାର….
{}ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଯାହା ସ୍ଥିତି ଅଛି ଆକ୍ଟିଭ କେସ,ହସ୍ପିଟାଇଲାଇଜେଶନ କମୁଛି, ମୃତ୍ୟୁ ସଂଖ୍ୟା କମିଛି, ଏବଂ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି । ହାରାହାରି 500 ରୁ 600 ଭିତରେ ରହୁଛି ଦୈନିକ ସଂକ୍ରମଣ । ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱର ଓ କଟକରେ ଟିକିଏ ଅଧିକ ରହୁଛି । ଯେହେତୁ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ ଏଠି ରହିଛି ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବର୍ତ୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ କୁ ମାଣ୍ଡେଟୋରି କରି ଦିଆଯାଇଛି । ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ଅଛି । ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ତିନି ମାସ ଆମକୁ ସଚେତନ ରହିବାକୁ ପଡ଼ିବ । ଏହା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ।
କୋଟିଆ ସ୍ଥିତି ସେତେଟା ଖରାପ ନାହିଁ…
{}କୋଟିଆରେ ସେମିତି ବଡ଼ ସମସ୍ୟା ନାହିଁ । ରାଜସ୍ୱ ବିଭାଗର ସଚିବ ଓ ଆରଡ଼ିସି କମିଟି ସେଠାକୁ ଯାଇ ସ୍ଥିତି ଦେଖିଛନ୍ତି । ସ୍ଥିତି ସେତେଟା ଖରାପ ନାହିଁ । ଯେଉଁ ଅଞ୍ଚଳ ଆମ କତ୍ତୃତ୍ୱ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି । ମୁଁ ଭିସି ଯୋଗେ କୋରାପୁଟ ଜିଲ୍ଲାପାଳ ଙ୍କ ସହ କଥା ହେଉଛି । ରାଜ୍ୟରେ ବନ୍ୟା ସ୍ଥିତି ରହିଥିବା ରୁ ବିଧାୟକ ମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯାଇ ସ୍ପଟ ଭିଜିଟରେ ଯିବା ନେଇ ନିଷ୍ପତ୍ତି ନିଆଯିବ ।
ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି
ମା’ ବିରଜାଙ୍କ ରଥଯାତ୍ରା ଶୁଭ ଅନୁକୂଳ : ବନଯାଗ ବିଧି ପର୍ବ ପାଳିତ….
() ପବିତ୍ର ଶୁଭ ସୁନିଆଁ ଅବସରରେ ମା’ ବିରଜା ଦେବୀଙ୍କ ବନଯାଗ ପର୍ବ ଅପରାହ୍ନରେ ପାଳିତ ହୋଇଛି । ଯଥାରୀତି ଅନୁଯାୟୀ ଆଜି ଯଜ୍ଞ ମଣ୍ଡପରେ ବନଯାଗ ବିଧିର କର୍ମ ଆରମ୍ଭ କରାଯାଇ ପୁରୋଧା ମାନଙ୍କ ଦ୍ୱାରା ସେବାୟତ ମାନଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା । ବିଧିମଣ୍ଡପରେ ପୂଜା ସାରିବା ପରେ ବନଯାଗ ଯାତ୍ରା ଆରମ୍ଭ ହୋଇଥିଲା । ଆର୍ଶା ପାଳିଆ, ଚରୁ ପାଳିଆ, ସମିଧ୍ୟ ପାଳିଆ, ନାହକ, ବାରିକ ଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ରହି ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ବିଶ୍ୱକର୍ମାଙ୍କୁ ରଥ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । ମନ୍ଦିରର ପୂଜା କାର୍ଯ୍ୟ ପରେ ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପ-ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ସାସ୍ୱତ ପଟନାୟକଙ୍କ ଉପସ୍ଥିତିରେ ସମସ୍ତ ପୁରୋଧା, ପୂଜକ ଶ୍ରୀ ଅଙ୍ଗଲାଗି ସେବାୟତ ଓ ଅନ୍ୟ ସମସ୍ତ ସେବାୟତ ପୂର୍ବ ନିର୍ଦ୍ଧାରିତ ବନଯାଗ ଯାତ୍ରାରେ ବାହାରି ଥିଲେ । ମନ୍ଦିରର ବାରିକ ସେବାୟତ ମାନଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଶିରିଆପୁର ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ବାଡ଼ିରେ ଥିବା ଅଫଳନ୍ତି ଓ ଅକ୍ଷୁର୍ଣ୍ଣ (ବିଲ୍ୱ ବୃକ୍ଷ) ବେଲ ଗଛକୁ ପୂଜାର୍ଚ୍ଚନା କରାଯାଇ ସ୍ୱର୍ଣ୍ଣ ଛେଦନ କରାଯାଇଥିଲା । ପୂଜା କରାଯାଇ କଟାଯାଇଥିବା ଡାଳ ଖଣ୍ଡକୁ ଆଣିବା ପରେ ବିଧି ବଦ୍ଧ ଭାବରେ ରଥ କାର୍ଯ୍ୟ ଆଜିଠାରୁ ଆରମ୍ଭ କରାଯିବା ପାଇଁ ଅନୁମତି ଦିଆଯାଇଥାଏ । ମା’ଙ୍କ ସଂଧ୍ୟା ଆଳତୀ ପରେ ଏହି ଯାତ୍ରା ଶିରିଆପୁର ଗ୍ରାମକୁ ଯିବା ସମୟରେ ମଶାଲ, ଢ଼ୋଲ ବାଦ୍ୟରେ ଶୋଭାଯାତ୍ରା କରାଯାଇ ଥିଲା । ଶିରିଆପୁର ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ଘର ନିକଟରେ ସମସ୍ତେ ପହଂଚିବା ପରେ ସମସ୍ତ ବ୍ରାହ୍ମଣ ମାନଙ୍କୁ ତାଙ୍କ ପରିବାର ତରଫରୁ ସ୍ୱତନ୍ତ୍ର ଭାବରେ ଅତିଥି ସତ୍କାର କରାଯାଇଥିଲା । ସେଠାରେ ସମସ୍ତେ ପୂଜା କାର୍ଯ୍ୟ କରିବା ପରେ ଶୋଭାଯାତ୍ରାରେ ସମସ୍ତେ ଫେରି ମନ୍ଦିର ପ୍ରବେଶ କରିଥିଲେ ।
ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି…
{}ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ସେଠୀ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଜାନିଗୁଡା ସମେତ ବିଭିନ୍ନ ଅଞ୍ଚଳର ପରିଦର୍ଶନ କରି ସେଠାକାର ସ୍ଥାନିୟ ଲୋକଙ୍କ ସହ କଥା ହୋଇଥିଲେ। ଏଥି ସହିତ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀ ସେଠୀ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।
ଦ୍ଵିତୀୟ ଡୋଜ ଟୀକା ନେବାକୁ ଭୂଲି ଯାଉଛନ୍ତି ଲୋକେ…
()ବର୍ତ୍ତମାନ ପାର୍ବଣ୍ୟ ରୁତୁ ଆରମ୍ଭ ହେଲା ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ।ତେଣୁ ଏହି ତିନି।ମାସ।ଗୁରୁତ୍ୱପୂର୍ଣ୍ଣ।ଏହି ସମୟକୁ ଲକ୍ଷ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି।କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର କେମିତି ପାଳନ ହେବ ତାହା ଗୁରୁତ୍ୱପୂର୍ଣ୍ଣ।ଭ୍ୟାକ୍ସିନେସନ ପ୍ରୋଗ୍ରାମ ଆଗେଇ ଚାଲିଛି।ଯେତିକି ଭ୍ୟାକ୍ସିନ ମିଳୁଛି କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ୟ୍ଯ ଚାଲୁଛି।ଲୋକଙ୍କ ସହଯୋଗ ର ଆବଶ୍ୟକତା ରହିଛି। ଭୁବନେଶ୍ୱର ହେଉଛି ହେଲଥ ହବ।ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ହସ୍ପିଟାଲ ଯିବା ପୁର୍ବରୁ ସମସ୍ତଙ୍କ ସ୍କ୍ରିନିଂ ହେଉଛି।ଭୁବନେଶ୍ୱର ରାସ୍ତା ଘାଟ ବଜାର ଭିଡ ହେଉଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେଇଥିପାଇଁ କିଛି ଅଧିକ ବାହାରୁଛି। ସ୍କ୍ରପ ଡ଼୍ରାଇପସ ନୁଆ ନୁହେଁ, ପୁର୍ବରୁ ଥିଲା। ତା ର ଚିକିତ୍ସା ବ୍ୟବସ୍ଥା ରହିଛି। ଏହା କହିଛନ୍ତି ଡିଏମଇଟି
ସିବିକେ ମହାନ୍ତି l – ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ
– ମାତ୍ର 68 ଲକ୍ଷ ଅର୍ଥାତ 28 ପ୍ରତିଶତ ଲୋକ ନେଇଛନ୍ତି ଦ୍ୱିତୀୟ ଡୋଜ ଟୀକା
– ଯେଉଁମାନେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଥିବା ଲୋକଙ୍କୁ ମେସେଜ ଦିଆଯିବା ସତେ ବି ସେମାନେ ଆସୁ ନାହାନ୍ତି
– ଏଣିକି ଜିଲ୍ଲା ସ୍ତରରେ ଦ୍ୱିତୀୟ ଡୋଜ ନ ନେଉଥିବା ଲୋକଙ୍କର ତାଲିକା ପ୍ରକାଶ କରାଯିବ
– ସେମାନଙ୍କୁ ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ସଚେତନ କରାଯିବ
– ବର୍ତ୍ତମାନ ପର୍ଯ୍ୟନ୍ତ 2 କୋଟି 67 ଲକ୍ଷ ଟୀକା କରଣ ହୋଇଛି
– ପ୍ରଥମ ଡୋଜ 1 କୋଟି 98 ଲକ୍ଷ ଦିଆଯାଇଛି ଅର୍ଥାତ 64 ପ୍ରତିଶତ
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ….
{}ମାତୄ ଏବଂ ଶିଶୁ ମୄତ୍ୟୁହାର କମ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପ୍ରେମଲତା ବାରିକଙ୍କୁ ମିଳିଛି ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱର୍ଡ।ପ୍ରେମଲତା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ପରିଦର୍ଶିକା ଭାବେ କାର୍ଯ୍ୟ କରନ୍ତି।ଗତକାଲି ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।କୁଂଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ 30 ବର୍ଷ ଧରି କିପରି ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ହାର କମିବ ସେନେଇ କାମ କରୁଛନ୍ତି ପ୍ରେମଲତା ବାରିକ।। ସରକାର ପକ୍ଷରୁ ଏନ ଏଚମ ଜରିଆରେ ଯାହା ପ୍ରଜେକ୍ଟ ଆସେ ତାହା କିପରି ମା ଗର୍ଭବତୀ ମହିଳାମାନଙ୍କ ପାଖରେ ପହଂଚିବି ସେଥିପାଇଁ କାର୍ଯ୍ୟ କରୁଛନ୍ତି। କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋଟିଏ ପଂଚୟତର 4ଟି ଗାଁ ଏବଂ ସହରାଂଚଳର 4ଟି ବସ୍ତିରେ କାମ କରନ୍ତି। ମା ମାନଙ୍କୁ ସଚେତନ କରିବା ସହିତ ଆଇର ନ ବଟିକା ଖାଉଛନ୍ତି କି ନାହିଁ ତାର ତଦାରଖ କରିନ୍ତି। ଏପରିକି ଡେଲିଭରି ବେଳେ ସମସ୍ୟା ହେଲେ ତୁରନ୍ତ ହସ୍ପିଟାଲ ନେବ କାମ କରନ୍ତି।ଏ ନେଇ ପ୍ରେମଲତା କହିଛନ୍ତି ଲୋକଙ୍କୁ ସେବା ଯୋଗେଇବା ପାଇଁ ସକାଳ 9ଟାରୁ ବାହାରି ଘର ଘର ବୁଲି ମା ଓ ଶିଶୁ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଚିବ ସେଥିପାଇଁ କାର୍ଯ୍ୟ କରିଥାଏ। ମିଳିଥିବା ଏହି ସମ୍ମାନ ଆଗାମୀ ଦିନରେ କାମ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ।














