ଟଳି ନାହିଁ ବିପଦ…

{}WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ହୁର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ବସ୍ତ ହେବା ନାହିଁ ।
ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା ।କେରଳରେ ବଢି ବଢି ଚାଲିଥିଲା, ଏବେ କମୁଛି । ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି ବଢି ପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ବ ନିଜେ ନିଅନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l

ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ବିଜେଡି…

{}ପିପିଲି ଉପ ନିର୍ବାଚନ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବୈଠକ। ବୈଠକରେ ଉପସ୍ଥିତ ଅଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ସହ କିଛି ନେତା। ଗତକାଲି ବିଜେଡିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି।ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା । ପିପିଲିରେ ଛୋଟ ଛୋଟ ସଭା ସମିତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭରଚୁଆଲ ଯୋଗେ ପ୍ରଚାର କରିବା ନେଇ ଚାଲିଛି ଆଲୋଚନା । 20 ରୁ ଆମେ ପ୍ରଚାରକୁ ଜୋରଦାର କରିବୁ । ମହାରଥୀ ଓଭର କନଫିଡେନ୍ସ ଯୋଗୁ କମ ବ୍ୟବଧାନରେ ଜିତୁ ଥିଲେ । ମାତ୍ର ଆମେ ଏଥର ଓଭର କନଫିଡେନ୍ସ ନାହୁଁ । ଅଧିକ ବ୍ୟବଧାନରେ ଜିତିବା ପାଇଁ ଆମେ କାର୍ଯ୍ୟ କରୁଛୁ । ସେହିପରି ବିଜେଡି ବିଧାୟକଅତନୁ ସବ୍ୟସାଚୀ ନାୟକଙ୍କ କହିଛନ୍ତି ଯେ ପିପିଲି ବିଜେଡ଼ିର ଗଡ଼ । ମହାରଥୀଙ୍କ ବାରମ୍ବାର ଲୋକମାନେ ଜିତାଇ ଆସିଛନ୍ତି । ଏଥର ଭଲ ବ୍ୟବଧାନରେ ଆମେ ବିଜୟ ଲାଭ କରିବୁ । ପୂର୍ବ ରେକର୍ଡ ଭାଙ୍ଗିବୁ ।

ନିୟମ ନ ମାନିଲେ ବଢ଼ିପାରେ ସଂକ୍ରମଣ….

{}କୋଭିଡ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣ ରେ ଅଧିକ ଲୋକ ନିୟୋଜିତ ହେବେ । ଯଦି ଏହିପରି ଆମେ କୋଭିଡ ନିୟମ ନ ପାଳନ ନ କରିବା ତେବେ ତୃତୀୟ ଲହର ଆମନ୍ତ୍ରଣ ଦେଲା ଭଳି ହେବ । ପାର୍ବଣ ରେ ବଜାରରେ ଭିଡ଼ ହେବ । ଦୋକାନ ବନ୍ଦ କରିବା ପାଇଁ ଆମେ ଚାହୁଁନୁ । ଆମେ ଅପିଲ କରୁଛୁ ଲୋକମାନେ କୋଭିଡ ନିୟମ ପାଳନ କରନ୍ତୁ । ନଚେତ କେରଳରେ ଓନମ ପରେ ଯେଉଁ ସ୍ଥିତି ହେଲା ସେହିପରି ଆମ ରାଜ୍ୟରେ ବି ହେବ ।
ସିବିକେ ମହାନ୍ତି, ଡ଼ିଏମଇଟି।

ଶଙ୍ଖମୟ ହେବ କୋରାପୁଟ…

{}ବିଜେଡି କ୍ୟାମ୍ପରେ ଚନ୍ଦ୍ରଶେଖର ମାଝୀ। କୋଟପାଡ଼ ର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଚନ୍ଦ୍ର ଶେଖର ରାଜ୍ୟସଭା ସାଂସଦ ସୁବାସ ସିଂ ବାସ ଭବନରେ ନିଜ ସମର୍ଥକଙ୍କ ସହ ମିଶିଲେ। ପଂଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳ ଡ଼ିଆଁ ପର୍ବ। ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ଼ । କଂଗ୍ରେସ କ୍ୟାମ୍ପ ଉପରେ ବିଜେଡିର ନଜର । କଂଗ୍ରେସ କୁ ବାଏ ବାଏ କରି ବିଜେଡ଼ି ରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ହେଲେ ସାମିଲ । ବିଜେଡ଼ି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ । 2014ରେ କୋରପୁଟ କୋଟପାଡ଼ ରୁ ବିଧାୟକ ଥିଲେ ଚନ୍ଦ୍ର ଶେଖର । 2019 ରେ ଦୁଇ ହଜାର ଭୋଟ ରେ ହାରିଥିଲେ

ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

{}ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫୮୦ କୋଟି ଟଙ୍କାର ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ ଓ ଶୁଭାରମ୍ଭ ହେଲା।

{}ଦ୍ବିତୀୟ ଏମ୍‌ସ, ଅଲମ୍ପିକ୍‌ ଗୌରବ ଆଣିଥିବା ସୁନ୍ଦରଗଡ ଜିଲ୍ଲାବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବୀ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ । ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନଗିରିରେ ପ୍ରଥମ କରି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ।ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ।ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।ସୁନ୍ଦରଗଡରେ ଦ୍ବିତୀୟ ଏମ୍‌ସ ପ୍ରସଙ୍ଗ ସଂପର୍କରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏଥିପାଇଁ ରାଜ୍ୟ ସରକାର ତାଙ୍କର ପ୍ରୟାସ ଜାରି ରଖିବେ। ଦେଶ ପାଇଁ ଅଲ୍‌ମ୍ପିକ୍‌ସ ଗୌରବ ଆଣିଥିବା ସୁନ୍ଦରଗଡବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶା ସରକାର ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓ ଅଲମ୍ପିକ୍‌ସରେ ଖେଳିଥିବା ହକି ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ ।ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ।ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ ଯୋଗ ଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶାରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା, ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ। ରାଉରକେଲା ବିଧାୟକ ଶ୍ରୀ ସାରଦା ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବର ପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ସୁବ୍ରତ ତରାଇ ଧନ୍ୟବାଦ ଜଣାଇଥିଲେ ।କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

ବନ୍ୟା ସ୍ଥିତି ନାହିଁ ରାଜ୍ୟରେ : ଏସ୍ଆରସି….

{}ବନ୍ୟା ସ୍ଥିତି ନାହିଁ ରାଜ୍ୟରେ : ଏସ୍ଆରସି
10 ଟି ଜିଲ୍ଲାରେ 200 ମିଲି ମିଟର ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱଭାବିକ ଠୁ ଅଧିକ ବର୍ଷା ହୋଇଛି । ସବୁଠୁ ଅଧିକ ଅସ୍ତରଙ୍ଗ, କାକଟପୁର, ବିର ମହାରାଜପୁରରେ 500 ମିଲି ମିଟର ଉପରେ ବର୍ଷା ହୋଇଛି । 6 ଟି ବ୍ଲକରେ 400 ମିଲି ମିଟର ଉପରେ ବର୍ଷା ହୋଇଛି । 56 ଟି ବ୍ଲକରେ 200 ରୁ 300 ମିଲି ମିଟର ବର୍ଷା ହୋଇଛି । କମ ସମୟ ରେ ଏତେ ବର୍ଷା ହେଲେ ନଦୀ ରେ ବନ୍ୟା ନ ଆସିଲେ ବି ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହେବ । ଜଳବନ୍ଦୀ ହୋଇଛି । ଭୁବନେଶ୍ୱର, କଟକ, ବଲାଙ୍ଗୀର, ଭଦ୍ରକ ଭଳି କିଛି ସହରାଞ୍ଚଳର ତଳିଆ ଅଞ୍ଚଳରେ ପାଣି ଜମିଛି 28 ଜିଲାପାଳଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ ଆଜି ସକାଳେ କଥା ହୋଇଛି । ଅଳ୍ପ କିଛି ଜାଗାରେ ଘର ଭାଙ୍ଗିଛି । ଗତକାଲି ସୁଦ୍ଧା 3 ଜଣଙ୍କର ମୃତ୍ୟୁ ବରଣ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ର ଜୀବନ ଯାଇଛି । କୃଷି ବିଭାଗକୁ ନିର୍ଦେଶ ଦିଆଯାଇଛି ଯେଉଁଠି ପାଣି ଜମିଛି ସେଠି ଚାଷ କଣ କ୍ଷୟ କ୍ଷତି ହୋଇଛି ତାହା ଉପରେ ନଜର ରଖି ରିପୋର୍ଟ ଦେବେ । କିଛି ସ୍ଥାନରେ ଘାଇ ହୋଇଥିଲା ତାକୁ ମରାମତି କରଯାଉଛି । ଯାହା ବର୍ଷା ହେବ ଆଜି ରାତି ସୁଦ୍ଧା ପଶ୍ଚିମ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ବୈତରଣୀକୁ ଆମେ ଆଲର୍ଟରେ ରଖିଛୁ । ବ୍ରାହ୍ମଣି ଉପରେ ବି ଆମେ ନଜର ରଖିଛୁ ।ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ ।ତାକୁ ଦୃଷ୍ଟିରେ ହୀରାକୁଦର 6 ରୁ 7 ଟି ଗେଟ ଖୋଲି ପାରେ । କଟକ ମଣ୍ଡୁଳି ଦେଇ 5 ଲକ୍ଷ 6 ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ଆମର ବନ୍ୟା ସ୍ଥିତି ଉପଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବୁ। ତେବେ ମହାନଦୀ ରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସତର୍କ ରୁହନ୍ତୁ ଏବେ ବି କୋରନା ଅଛି…

{}ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରେସମିଟ,ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ ନାହିଁ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ । ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ।ନିରଂଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ ।ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତ୍ତି ଉଚ୍ଚତା ହେଲେ ଅନ୍ୟଅନ୍ୟାନ୍ୟ ଜିନିଷ ବି ବଢ଼ିବ । ମହାରାଷ୍ଟ୍ର ମଧ୍ୟ ଗଣେଷ ପୂଜାରେ ତାହାର ମୂର୍ତ୍ତି ଉଚ୍ଚତା କମାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା 2 କି 4 ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ।ସିବିକେ ମହାନ୍ତି, ଡ଼ିଏମଇଟି।ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ନିବେଦନ । ରାଜ୍ୟ ସରକାର ଯେଉଁ କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି ତାହାକୁ ସମସ୍ତେ ପାଳନ କରନ୍ତୁ। କୋରନା ପାଇଁ ଅକାଳରେ ଆମେ ଅନେକ ଲୋକଙ୍କୁ ହରାଇଛୁ । ଗତକାଲି ମଧ୍ୟ ଆମର ଜଣେ ଡାକ୍ତର ଭାଇଙ୍କୁ ହରେଇଛୁ । ଅନେକ ସାଧାରଣ ଲୋକ,ସାମ୍ବାଦିକ ଓ ଡାକ୍ତରଙ୍କୁ ଅକାଳରେ ହରାଇଛୁ । ଆଉ ହରାଇବାକୁ ଦିଅନ୍ତୁ ନାହିଁ । ଆପଣ ମାନେ ଯଦି କୋଭିଡ ଗାଇଡ଼ ଲାଇନ ପାଳନ କରିବେ ନାହିଁ ତେବେ ପୁଣି ଥରେ ଆମେ ପୂର୍ବ ସ୍ଥିତି କୁ ଫେରିବା ।

ଲଗାଣ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ….

{}ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଗ ଜାରି ହୋଇଥିବା ବାରଗୋଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର, ବରଗଡ଼, ଜିଲ୍ଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ତେର ଏଵଂ ଚଉଦ ତାରିଖ ଦିନ ବନ୍ଦ ରଖିବାକୁ ସରକାର ସ୍ଥିର କରିଛନ୍ତି।

ଆହୁରି ବର୍ଷିବ…

ଗଭୀର ଅବପାତାର ରୂପ ନେଲା ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ । ବର୍ତ୍ତମାନ ଏହା ଉତ୍ତର ପୂର୍ବ ବଙ୍ଗପସାଗର ଓ ଓଡିଶା ଉପ କୂଳରେ ସକ୍ରିୟ ରହିଛି ।
ଏହା ପ୍ରଭାବରେ ଉତ୍ତର ଓ ଉତ୍ତର ପଶ୍ଚିମ ଗତି କରୁଛି । ଗତ 6 ଘଣ୍ଟାରେ ଘଣ୍ଟା ପ୍ରତି 5 କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି ଲଘୁଚାପ । ଧୀରେ ଧିରେ ଏହା ପୂର୍ବ ପଶ୍ଚିମ ଓ ଉତ୍ତର ପଶ୍ଚିମ କୁ ଗତି କରି ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ଦେଇ ଯିବ। ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା
ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିବ।
ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଵୋଲି ସୂଚନା ଦେଇଛି ପାଣି ପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଉପକୂଳରୁ ଉପାନ୍ତ ସବୁଠି ଲାଗି ରହିଛି ବର୍ଷା । ଗତ 24 ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ 341 ମିମି ବର୍ଷା ରେକର୍ଡ ହୋଇଛି । ପାରାଦୀପ 219 ମିମି, ଭୁବନେଶ୍ୱର ରେ 195 ମିମି ଗୋପାଳପୁରରେ 66 ମିମି, ଚାନ୍ଦବାଲି 46ମିମି ଓ ବାଲେଶ୍ଵରରେ 24 ମିମି ବର୍ଷା ରେକର୍ଡ ହୋଇଛି।
ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର , ଦେଓଗଡ଼, ଅନୁଗୁଳ, ସୋନପୁର ଏବଂ ବରଗଡ଼ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି ।
ଏହି 24 ଘଣ୍ଟା ମଧ୍ୟରେ 120 ରୁ 200 ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ବଲାଙ୍ଗୀର ଝାରସୁଗୁଡା ସୁନ୍ଦରଗଡ଼ ବୌଦ୍ଧ ,କେନ୍ଦୁଝର , ଢେଙ୍କାନାଳ ଏବଂ କଟକ ରେ ପ୍ରବଳ ବର୍ଷା ପାଇଁ
ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି ।

ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ…

{}ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହି ନିଟ୍ (ଘଋଋଞ) ପରୀକ୍ଷା ସେଣ୍ଟରରେ ସଫଳତାର ସହ ଶେଷ ହୋଇଛି । ସ୍କୁଲ କତ୍ତୃ ପକ୍ଷଙ୍କ ସଫଳ ପରୀକ୍ଷା ଆୟୋଜନ ଓ ଜାତୀୟ ସ୍ତରୀୟ ଭିତ୍ତିଭୂମି ଥିବାରୁ କରୋନା କଟକଣା ଭିତରେ ପରୀକ୍ଷା ହୋଇପାରିଛି । ଏଠାରେ ୩ଶହ ପରୀକ୍ଷାର୍ଥୀ ନିଟ୍ ପରୀକ୍ଷା ଦେଇବାକୁ ଥିବାବେଳେ ୨୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେିଛନ୍ତି । ପରୀକ୍ଷା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଉନ୍ନତ ଭିତ୍ତିିଭୂମି ଯୋଗାଇ ଦେଇଥିଲେ ସ୍କୁଲ କତ୍ତୃପକ୍ଷ । ଏଥିପାଇଁ କୋଭିଡ ଗାଇଡ ଲାଇନ ଅନୁସାରେ ସ୍ୱତନ୍ତ୍ର ବାରିକେଟ ସହ ଅଲଗା ଅଲଗା ରୋ ଓ କାଉନସେଲିଂ ସେଣ୍ଟର କରାଯାଇଥିଲା । ଗୋଟିଏ ହଲରେ ୧୨ ଜଣ ପରୀକ୍ଷାର୍ଥୀ ସାମାଜିକ ଦୂରତା ନିୟମ ରକ୍ଷା କରି ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା । ମୋଟ ୨୫ଟି ହଲରେ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଲାଗି ସ୍କୁଲର ଉନ୍ନତମାନର ଭତ୍ତିଭୂମି ସହ ସ୍କୁଲ କତ୍ତୃପକ୍ଷଙ୍କ ସହଯୋଗକୁ ପ୍ରଶାସନ ପ୍ରଶଂସା କରିଥିଲା ପ୍ରଶାସନ । ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଧ୍ୟାପକ ନେତାଜୀ ଅଭିନନ୍ଦନ ପରୀକ୍ଷା ପରିଚାଳନାରେ ଏନଟିଏ ପକ୍ଷରୁ ଅବଜରଭର ଭାବେ ଯୋଗ ଦେଇଥିଲୋ
ସ୍କୁଲ କତ୍ତୃପକ୍ଷଙ୍କ ଉନ୍ନତ ଭିତ୍ତିଭୂମି ଓ ସଫଳତାର ସହ କରୋନା କଟକଣା ଭିତରେ ପରୀକ୍ଷା ପରିଚାଳନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ଥର କରୋନା କଟକଣା ଭିତରେ ପରୀକ୍ଷା ସଫଳତାର ସହ କରାଯାଇଥିବାରୁ ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ପ୍ରତିଷ୍ଠାତା ସଭାପତି ବିଶିଷ୍ଠ ସମାଜସେବୀ ଡକ୍ଟର ଦେବ୍ ମହାନ୍ତି ସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ଦେଇଛନ୍ତି ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଖଣ୍ଡସାହି ଠାରେ ଥିବା ନିଟ୍ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି । କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ଦ୍ୱିତୀୟ ଥର ଲାଗି ସ୍କୁଲରେ ନିଟ ପରୀକ୍ଷା କେନ୍ଦ୍ରକରାଯାଇଛି । କୋଭିଡ କଟକଣାକୁ ଦେଖି ପରୀକ୍ଷା ପରିଚାଳନା ଲାଗି ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରେ ଜାତୀୟସ୍ତରର ଭତ୍ତିଭୂମି ଥିବାରୁ ପ୍ରଶାସନ ଗତବର୍ଷ ପରି ଏବର୍ଷ ପକ୍ଷରୁ ଏଠାରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନିଷ୍ପତ୍ତିି ନେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news