ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

{}ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡ

ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ, ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ବିକାଶ ପାଇଁ ସବୁ ସହଯୋଗ ଯୋଗାଇ ଦିଆଯିବ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଟିଟିଲାଗଡରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ସ୍ମାର୍ଟ ହେଲ୍‌ଥ କାର୍ଡର ବ୍ୟବସ୍ଥା ସାଧାରଣ ଲୋକଙ୍କର ଚିକିତ୍ସା ବ୍ୟବସ୍ଥାରେ ରୂପାନ୍ତର ଆଣିପାରିବ ବୋଲି ମତ ଦେଇଥିଲେ। ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦିଆଯାଉଛି । ଏଭଳି ବ୍ୟବସ୍ଥା କରିବାରେ ଓଡିଶା ସାରା ଦେଶର ଏକମାତ୍ର ରାଜ୍ୟ । ସାରା ଓଡିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ, ବଲାଙ୍ଗୀର ଜିଲ୍ଲାର ସାଢେ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ।ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ-ସଇଁତଳା ବ୍ଲକ୍‌ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍‌କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ ।ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ବୃଦ୍ଧି ହେବ ବୋଲି ସେ କହିଥିଲେ ।ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍‌ପିଟାଲରେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ୫-ଟିରେ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତର କରାଯାଉଛି ଓ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ ।ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରେ ଏହା ହେଉଛି ଜିଲ୍ଲାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ । ଏହାକୁ ଏକ ଆଦର୍ଶ ବିଶ୍ବବିଦ୍ୟାଳୟ ରୂପେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହଯୋଗ କାମନା କରି ଏହାଦ୍ବାରା ବିକାଶ ଓ ସେବା ପାଇଁ ତାଙ୍କର ସଂକଳ୍ପ ଆହୁରି ମଜବୁତ ହେବ ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଶ୍ରୀ ବିକ୍ରମ କେଶରୀ ଆରୁଖ, ଶ୍ରୀ ନିରଞ୍ଚନ ପୂଜାରୀ, ଶ୍ରୀ ପଦ୍ମନାଭ ବେହେରା, ଶ୍ରୀ ସୁଶାନ୍ତ ସିଂ, ଶ୍ରୀ ନବ ଦାସ,

ଶ୍ରୀ ମତୀ ଟୁକୁନି ସାହୁ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ସାସଦ ଶ୍ରୀମତୀ ସଙ୍ଗୀତା ସିହଦେଓ ବିଧାୟକ ଶ୍ରୀ ନରସିଂହ ମିଶ୍ର, ବିଧାୟକ ଶ୍ରୀ ସରୋଜ ମେହେର, ଶ୍ରୀ ସନ୍ତୋଷ ସିଂ ସାଲୁଜା,ଶ୍ରୀ ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା ଶ୍ରମତୀ ଶ୍ରୀମୟୀ ମିଶ୍ର, ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଇଚ୍ଛା ସୀମତ ରହିଲେ ଶାନ୍ତି ମିଳିବ …

() ସମସ୍ତଙ୍କକୁ ଜୀବନରେ ଶାନ୍ତି ଦରକାର । ଶାନ୍ତି  ବିନା ଜୀବନର ମୂଲ୍ୟକିଛି ନାହିଁ । ଏ ଶାନ୍ତି ମିଳିବ କେମିତି ।  ଜାତିସଂଘ ପକ୍ଷରୁ ଶାନ୍ତି ଦିବସ ପାଳନ କରାଯାଉଛି । ଆମେରିକା, ଚୀନ ପରି ବଡ଼ ବଡ଼  ସମୃଦ୍ଧ ଦେଶ  ହୁଅନ୍ତୁ ଅବା  ପାକିସ୍ତାନ ପରି ଦେଶ । ଯଦି ଶାନ୍ତି ନାହିଁ  , ତେବେ ଯେତେ  ଧନୀଶାଳୀ ଦେଶ ହେବା ନିରନ୍ତକ ।

ପୁରାଣ ଯୁଗରେ ସବୁବେଳେ ଶାନ୍ତି ଉପରେ ଗୁରୁତ୍ୱ ଦେଉଥିଲେ ରାଜାମାନେ । ଦେଶର ପ୍ରଜାମାନେ ଶାନ୍ତିରେ ଅଛନ୍ତି କି ନାହିଁ , ସେନେଇ ଗୁପ୍ତ୍ ଚୋର ଜରିଆରେ ତଥ୍ୟ  ନେଉଥିଲେ । ବେଳେବେଳେ  ଅନ୍ଧାରୀ ବିଜେ କରି ମଧ୍ୟ ରାଜା ଜାଣୁଥିଲେ ତାଙ୍କ ଶାସନରେ ପ୍ରଜା ଖୁସିରେ ଅଛନ୍ତି କି ନାହିଁ । ତାହାର ବଡ଼ ଉଦାହରଣ  ପ୍ରଭୃ  ଶ୍ରୀ ରାଜଚନ୍ଦ୍ର ଦେଇଥିଲେ ପୁରାଣରେ ।  ପ୍ରଭୃବୃଦ୍ଧ ତ ଶାନ୍ତିର ସହଜ ବାର୍ତ୍ତା ଦେଇଥିଲେ – କାମନାର ବିନାସରେ ଦୁଃ୍‌ଖର ବିନାଶ ।  ଏତେ ସବୁ ପରେ ବି ଶାନ୍ତି ପାଇବା ପାଇଁ କିଏ କେତେକଣ କରୁଛି  ଜୀବନରେ । ହେଲେ ତଥାପି ଜୀବନରେ ଶାନ୍ତି କିନ୍ତୁ ମିଳୁନାହିଁ ।

କିଛି ବର୍ଷର ସମାଜର କଥାକୁ ଯଦି ଉଦାହରଣକୁ ନିଆଯାଏ ତାହା ହୁଏତ ବୁଝିବା ଟିକେ ସହଜ ହେବ । ଜଣେ ବ୍ୟକ୍ତି ଜୀବନ ସାରା  ପରିଶ୍ରମ କରି , ନିଜ ସଂସାରକୁ  ସୁଖ ଦୁଃଖରେ ଚଳାଇ  ଗଛିତ ରଖିଥୀବା ପୁଞ୍ଚିରେ ଜୀବନର ଶେଷ  ଆଡ଼କୁ ଘରଖଣ୍ଡେ କରୁଥୀଲା । ସେହି ଘରେ ଜୀବନର ଶେଷ ସମୟ କଟାଇ ଶାନ୍ତିର ଶେଷ ନିଶ୍ୱାସ ତ୍ୟାଗ କରୁଥିଲା ।  ହୁଏତ ଶତ ପ୍ରତିଶତ ଶାନ୍ତି ନଥାଇ ପାରେ ।  ଯେତିକି  ଆବଶ୍ୟକ ସେତିକି  ଶାନ୍ତି ପାଉଥିଲା ସେ । ଏବେ କିନ୍ତୁ ସମୟ ବଦଳିବା ସହ  ସମାଜରେ ଚଳନି ବି ବଦଳିଯାଇଛି ।

ଜଣେ ବହୁତ ବଡ଼ ଚାକିରୀ କରି , ବହୁତ ପଇସା ଦରମା ଓ ଉପୁରୀ ପାଇଁ  ଭୁବନେଶ୍ୱରରେ ବହୁତଳ ପ୍ରସାଦ କରୁଛି ଓ ପୁଅ ଝିଅଙ୍କୁ ଡ଼ାକ୍ତର, ଇଂଜିନିୟର କରି ମଣିଷ କରୁଛି । ଜୀବନର ଶେଷ ସମୟରେ ଅର୍ଥ ଲୋଭରେ ବଦନାମ ମଧ୍ୟ ହେଉଛି ଦୁର୍ନୀତି କରି । ଆଉ କିଏ କିଏ ତ ଏତେ ଟଙ୍କା ରଖିଛନ୍ତି ତାହାକୁ କିପରି ଖର୍ଚ୍ଚ କରିବେ ସେ ବାଟ ବି ପାଉନାହାନ୍ତି । ହେଲେ ସେଥିରେ କଣ ଶାନ୍ତି ମିଳୁଛି ।  ବଡ଼ ପ୍ରଶାସନିକ ଅଧିକାରୀରୁ ଅବସରର ନେବା ପରେ ବୁଢା,ବୁଢି ଭୁବନେଶ୍ୱରୁ ବହୁତଳ ପ୍ରସାଦରେ କିନ୍ତୁ ଏକୁଟିଆ । ଅର୍ଥ ଅଛି , ଦୁନିଆରେ ସବୁକିଛି ଅଛି  ସେମାନଙ୍କ ପାଖରେ କିନ୍ତୁ ଶାନ୍ତି ନାହିଁ । କାରଣ ସେ ସମୟରେ ବୁଢା ଚାହୁଛି ତାହା ଗୋଟିଏ ବୋଲି ପୁଅ ତା ପାଖରେ ରହୁ । ନାତି ସହ ଜେଜେ ଓ ଜେଜେମା ଟିକେ ହସଖୁସି ହୁଅନ୍ତୁ । କିଛି ନହେଲ ମଲା ବେଳକୁ ପୁଅ ଠାରୁ ଶେଷ ପାଣି ଟିକେ ପିଇ ଜୀବନ ଯାଉ । ହେଲେ ତାହା ବି ମିଳୁନାହିଁ , କି ମଣିଷ ଶାନ୍ତି ଟିକେ ପାଉନାହିଁ ।

ଜବୀନରେ ଖଟି , ସାଙ୍ଗସାଥୀ, ଅଫିସ , ମୋଉଜ, ସୋଉକ , ଓ ଯାହାର ଯାହା ଦରକାର ତାହା ମିଳିଗଲେ  ଅନେକ ଶାନ୍ତି ପାଆନ୍ତି । ହେଲେ ସେ ଶାନ୍ତି କିନ୍ତୁ ନିମିଷକ ପାଇଁ । ଯେପରି ଯୌବନରେ ଅନେକ ପ୍ରମିକାଙ୍କ ପ୍ରେମିକ ସାଜିଥିବା ମଣିଷଟି ଜୀବନର ଶେଷ ସମୟରେ ସ୍ତ୍ରୀ ସ୍ନେହ ପାଏନାହିଁ । ସୁନ୍ଦର ତରୁଣୀ ଦେଖି ଭଲ ପାଇଁ ବିବାହ ହେବା ପରେ ଛାଡ଼ପତ୍ର ଓ ସ୍ୱାମୀକୁ କଷ୍ଟ ଦେବା ଏପରିକି ମାରିଦେବାକୁ ଷଡ଼ଯନ୍ତ୍ର କରିବାକୁ ପଛାଉ ନାହାନ୍ତି ଉଭୟ  ସ୍ତ୍ରୀ ଓ ସ୍ମାମୀ । ଶାନ୍ତି ଓ ଅଶାନ୍ତିର କେତେକ ଉଦାହରଣ ଏବେ ଦେଖିବାକୁ ମିଳୁଛି ଆମ ସମାଜରେ ।  ହୁଏତ ଏହା ଶତ ପ୍ରତିଶତ ନୁହେଁ, ହେଲେ ସଂସାରରେ ଏହା ଘଟୁଛି ।

ଆଉ ଏବେ ଆଧୁନିକ ବ୍ୟସ୍ତ ଜୀବନଶୈଳୀ ଭିତରେ ତ ଶାନ୍ତି ଟିକେ ମିଳିବା ମୁସକିଲ ।  ଏପରିକି ପ୍ରାକୃତିକ ଶାନ୍ତି ବି ଏବେ ମିଳୁନି ଚକଚକ ମେଟ୍ରୋ ଓ ସ୍ୱାର୍ଟ ସିଟିରେ କି ଗାଁ  ନଦୀ ବନ୍ଦରେ । ପାଣି, ପବନ , ଓ ଶାନ୍ତିରେ ନିଶ୍ପାସ ନେବା ବି ମୁସକିଲ ହୋଇପଡ଼ିଲାଣୀ । ଏଥିଲାଗି କିଏ ଦାୟୀ ।  ଦାୟୀ  କେବଳ ଆମର ଇଚ୍ଛାଶକ୍ତି । ସେଥିପାଇଁ ତ  ଆମର ମୁର୍ଖ ବୃଦ୍ଧିରେ  ଆମେ ଏତିକି କହି ପାରୁବୁ “ଇଛା ସୀମିତ ରହିଲେ ଶାନ୍ତି ମିଳିବ” । ..() ଇଛା ସୀମତ ରହିଲେ ଶାନ୍ତି ମିଳିବ …
ସମସ୍ତଙ୍କକୁ ଜୀବନରେ ଶାନ୍ତି ଦରକାର । ଶାନ୍ତି ବିନା ଜୀବନର ମୂଲ୍ୟକିଛି ନାହିଁ । ଏ ଶାନ୍ତି ମିଳିବ କେମିତି । ଜାତିସଂଘ ପକ୍ଷରୁ ଶାନ୍ତି ଦିବସ ପାଳନ କରାଯାଉଛି । ଆମେରିକା, ଚୀନ ପରି ବଡ଼ ବଡ଼ ସମୃଦ୍ଧ ଦେଶ ହୁଅନ୍ତୁ ଅବା ପାକିସ୍ତାନ ପରି ଦେଶ । ଯଦି ଶାନ୍ତି ନାହିଁ , ତେବେ ଯେତେ ଧନୀଶାଳୀ ଦେଶ ହେବା ନିରନ୍ତକ ।
ପୁରାଣ ଯୁଗରେ ସବୁବେଳେ ଶାନ୍ତି ଉପରେ ଗୁରୁତ୍ୱ ଦେଉଥିଲେ ରାଜାମାନେ । ଦେଶର ପ୍ରଜାମାନେ ଶାନ୍ତିରେ ଅଛନ୍ତି କି ନାହିଁ , ସେନେଇ ଗୁପ୍ତ୍ ଚୋର ଜରିଆରେ ତଥ୍ୟ ନେଉଥିଲେ । ବେଳେବେଳେ ଅନ୍ଧାରୀ ବିଜେ କରି ମଧ୍ୟ ରାଜା ଜାଣୁଥିଲେ ତାଙ୍କ ଶାସନରେ ପ୍ରଜା ଖୁସିରେ ଅଛନ୍ତି କି ନାହିଁ । ତାହାର ବଡ଼ ଉଦାହରଣ ପ୍ରଭୃ ଶ୍ରୀ ରାଜଚନ୍ଦ୍ର ଦେଇଥିଲେ ପୁରାଣରେ । ପ୍ରଭୃବୃଦ୍ଧ ତ ଶାନ୍ତିର ସହଜ ବାର୍ତ୍ତା ଦେଇଥିଲେ – କାମନାର ବିନାସରେ ଦୁଃ୍‌ଖର ବିନାଶ । ଏତେ ସବୁ ପରେ ବି ଶାନ୍ତି ପାଇବା ପାଇଁ କିଏ କେତେକଣ କରୁଛି ଜୀବନରେ । ହେଲେ ତଥାପି ଜୀବନରେ ଶାନ୍ତି କିନ୍ତୁ ମିଳୁନାହିଁ ।
କିଛି ବର୍ଷର ସମାଜର କଥାକୁ ଯଦି ଉଦାହରଣକୁ ନିଆଯାଏ ତାହା ହୁଏତ ବୁଝିବା ଟିକେ ସହଜ ହେବ । ଜଣେ ବ୍ୟକ୍ତି ଜୀବନ ସାରା ପରିଶ୍ରମ କରି , ନିଜ ସଂସାରକୁ ସୁଖ ଦୁଃଖରେ ଚଳାଇ ଗଛିତ ରଖିଥୀବା ପୁଞ୍ଚିରେ ଜୀବନର ଶେଷ ଆଡ଼କୁ ଘରଖଣ୍ଡେ କରୁଥୀଲା । ସେହି ଘରେ ଜୀବନର ଶେଷ ସମୟ କଟାଇ ଶାନ୍ତିର ଶେଷ ନିଶ୍ୱାସ ତ୍ୟାଗ କରୁଥିଲା । ହୁଏତ ଶତ ପ୍ରତିଶତ ଶାନ୍ତି ନଥାଇ ପାରେ । ଯେତିକି ଆବଶ୍ୟକ ସେତିକି ଶାନ୍ତି ପାଉଥିଲା ସେ । ଏବେ କିନ୍ତୁ ସମୟ ବଦଳିବା ସହ ସମାଜରେ ଚଳନି ବି ବଦଳିଯାଇଛି ।
ଜଣେ ବହୁତ ବଡ଼ ଚାକିରୀ କରି , ବହୁତ ପଇସା ଦରମା ଓ ଉପୁରୀ ପାଇଁ ଭୁବନେଶ୍ୱରରେ ବହୁତଳ ପ୍ରସାଦ କରୁଛି ଓ ପୁଅ ଝିଅଙ୍କୁ ଡ଼ାକ୍ତର, ଇଂଜିନିୟର କରି ମଣିଷ କରୁଛି । ଜୀବନର ଶେଷ ସମୟରେ ଅର୍ଥ ଲୋଭରେ ବଦନାମ ମଧ୍ୟ ହେଉଛି ଦୁର୍ନୀତି କରି । ଆଉ କିଏ କିଏ ତ ଏତେ ଟଙ୍କା ରଖିଛନ୍ତି ତାହାକୁ କିପରି ଖର୍ଚ୍ଚ କରିବେ ସେ ବାଟ ବି ପାଉନାହାନ୍ତି । ହେଲେ ସେଥିରେ କଣ ଶାନ୍ତି ମିଳୁଛି । ବଡ଼ ପ୍ରଶାସନିକ ଅଧିକାରୀରୁ ଅବସରର ନେବା ପରେ ବୁଢା,ବୁଢି ଭୁବନେଶ୍ୱରୁ ବହୁତଳ ପ୍ରସାଦରେ କିନ୍ତୁ ଏକୁଟିଆ । ଅର୍ଥ ଅଛି , ଦୁନିଆରେ ସବୁକିଛି ଅଛି ସେମାନଙ୍କ ପାଖରେ କିନ୍ତୁ ଶାନ୍ତି ନାହିଁ । କାରଣ ସେ ସମୟରେ ବୁଢା ଚାହୁଛି ତାହା ଗୋଟିଏ ବୋଲି ପୁଅ ତା ପାଖରେ ରହୁ । ନାତି ସହ ଜେଜେ ଓ ଜେଜେମା ଟିକେ ହସଖୁସି ହୁଅନ୍ତୁ । କିଛି ନହେଲ ମଲା ବେଳକୁ ପୁଅ ଠାରୁ ଶେଷ ପାଣି ଟିକେ ପିଇ ଜୀବନ ଯାଉ । ହେଲେ ତାହା ବି ମିଳୁନାହିଁ , କି ମଣିଷ ଶାନ୍ତି ଟିକେ ପାଉନାହିଁ ।
ଜବୀନରେ ଖଟି , ସାଙ୍ଗସାଥୀ, ଅଫିସ , ମୋଉଜ, ସୋଉକ , ଓ ଯାହାର ଯାହା ଦରକାର ତାହା ମିଳିଗଲେ ଅନେକ ଶାନ୍ତି ପାଆନ୍ତି । ହେଲେ ସେ ଶାନ୍ତି କିନ୍ତୁ ନିମିଷକ ପାଇଁ । ଯେପରି ଯୌବନରେ ଅନେକ ପ୍ରମିକାଙ୍କ ପ୍ରେମିକ ସାଜିଥିବା ମଣିଷଟି ଜୀବନର ଶେଷ ସମୟରେ ସ୍ତ୍ରୀ ସ୍ନେହ ପାଏନାହିଁ । ସୁନ୍ଦର ତରୁଣୀ ଦେଖି ଭଲ ପାଇଁ ବିବାହ ହେବା ପରେ ଛାଡ଼ପତ୍ର ଓ ସ୍ୱାମୀକୁ କଷ୍ଟ ଦେବା ଏପରିକି ମାରିଦେବାକୁ ଷଡ଼ଯନ୍ତ୍ର କରିବାକୁ ପଛାଉ ନାହାନ୍ତି ଉଭୟ ସ୍ତ୍ରୀ ଓ ସ୍ମାମୀ । ଶାନ୍ତି ଓ ଅଶାନ୍ତିର କେତେକ ଉଦାହରଣ ଏବେ ଦେଖିବାକୁ ମିଳୁଛି ଆମ ସମାଜରେ । ହୁଏତ ଏହା ଶତ ପ୍ରତିଶତ ନୁହେଁ, ହେଲେ ସଂସାରରେ ଏହା ଘଟୁଛି ।
ଆଉ ଏବେ ଆଧୁନିକ ବ୍ୟସ୍ତ ଜୀବନଶୈଳୀ ଭିତରେ ତ ଶାନ୍ତି ଟିକେ ମିଳିବା ମୁସକିଲ । ଏପରିକି ପ୍ରାକୃତିକ ଶାନ୍ତି ବି ଏବେ ମିଳୁନି ଚକଚକ ମେଟ୍ରୋ ଓ ସ୍ୱାର୍ଟ ସିଟିରେ କି ଗାଁ ନଦୀ ବନ୍ଦରେ । ପାଣି, ପବନ , ଓ ଶାନ୍ତିରେ ନିଶ୍ପାସ ନେବା ବି ମୁସକିଲ ହୋଇପଡ଼ିଲାଣୀ । ଏଥିଲାଗି କିଏ ଦାୟୀ । ଦାୟୀ କେବଳ ଆମର ଇଚ୍ଛାଶକ୍ତି । ସେଥିପାଇଁ ତ ଆମର ମୁର୍ଖ ବୃଦ୍ଧିରେ ଆମେ ଏତିକି କହି ପାରୁବୁ “ଇଛା ସୀମିତ ରହିଲେ ଶାନ୍ତି ମିଳିବ” । ..

ରାଜ୍ୟରେ ଜାରି ରହିଛି ଟୀକା କରଣ….

{}ଗତକାଲି ଆମ ରାଜ୍ୟର ରେକର୍ଡ ସଂଖ୍ୟକ ଟୀକା କରଣ ହୋଇଛି । ଜାନୁଆରୀ 16ରେ ଆରମ୍ଭ ହୋଇଥିଲା ଟୀକା କରଣ । ଗତକାଲି 4 ଲକ୍ଷ 16 ହଜାର ଟୀକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା 2 କୋଟି 80 ଲକ୍ଷ ଟୀକା କରଣ କରାଯାଇଛି । ଏହା ଭିତରୁ 66 ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି । ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ଡିୟୁ ହୋଇଥିବା ଲୋକମାନଙ୍କ ମଧ୍ୟରୁ 72 ପ୍ରତିଶତ ସେକେଣ୍ଡ ଡୋଜ ନେଇଛନ୍ତି । 22 ଲକ୍ଷ ଟୀକା ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟୀକା ଦେବାକୁ ଚେଷ୍ଟା କରୁଛୁ ।
ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ।

ନୂଆ ଓଡ଼ିଶା ଯାତ୍ରା : ବିଜେଡ଼ି ମୁହାଁ ନେତାଏ ..

() ନୂଆ ଓଡ଼ିଶା ଗଠନ ହେବ । ସବୁ କ୍ଷେତ୍ରରେ ଓଡ଼ିଶା ପୁରା ଦେଶକୁ ବାଟଦେଖାଇବ । ହକି, ସ୍ମାର୍ଟ ହେଲର୍ଥ କାର୍ଡ଼, କାଳିଆ, ମମତା ଯୋଜନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀର ସଫଳ ମୁକାବିଲାରେ ସାରା ଦେଶ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ପ୍ରଶଂସା କରୁଛନ୍ତି । ଦକ୍ଷ ନେତୃତ୍ୱ ଓ ଦକ୍ଷ ପ୍ରଶାସନିକ କଳ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ଯାହା ନୂଆ ଓଡ଼ିଶା ଗଠନର ମୂଳଦୁଆ । ସାଢେ ଚାରିକୋଟି ଓଡ଼ିଆ ଏହି ନୂଆ ଓଡ଼ିଶା ଗଠନର ଜଣେ ଜଣେ ବିନ୍ଧାଣୀ ବୋଲି ନବୀନ ବାରମ୍ବାର କହୁଛନ୍ତି । ତୃଣମୂଳସ୍ତରରୁ ଲୋକେ ଏହି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେଲେଣୀ । ଯାହା ଏବେ ବିଜେଡ଼ିର ଶକ୍ତି ବୃଦ୍ଧି କରୁଛି ତୃଣମୂଳସ୍ତରୁ । ନବୀନଙ୍କ ନୂଆ ଓଡ଼ିଶା ଗଠନର ସାରଥି ସାଜିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ।

ନବୀନଙ୍କ ନୀତି, ଆଦର୍ଶ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତାରେ ଆକର୍ଷିତ ହୋଇ ବିରୋଧୀ କ୍ୟାମ୍ପରୁ ପ୍ରତ୍ୟେକ ଦିନ ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହେଉଛନ୍ତି । ବିଜେଡ଼ି ସାଂଗଠନିକ ସମ୍ପାଦକ ସେମାନଙ୍କୁ ଦଳରେ ସାମିଲ କରି ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନର ସ୍ୱପ୍ନ ଓ ଦଳର ସଂଗଠନ କିପରି ଲୋକଙ୍କ ସେବାରେ ସବୁବେଳେ ସମର୍ପିତ ସେ କଥା ବି ବୁଝାଉଛନ୍ତି । ଫଳରେ ବିରୋଧୀ ବିଜେପି , କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତ୍‌ମୋର୍ଚ୍ଚା, ବାମଦଳରୁ ଆସୁଥିବା ନେତାମାନେ ପଦବୀ ମୋହ ଛାଡ଼ି ଛୋଟକର୍ମୀ ହୋଇ ଦଳରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ନବୀନ ଓ ପ୍ରଣବଙ୍କ ନୀତିରେ ଓ କାର୍ଯ୍ୟଶୈଳୀରେ ଏତେ ମାତ୍ରାରେ ବିରୋଧୀ ନେତାମାନେ ପ୍ରଭାବିତ ହେଉଛନ୍ତି ଯେ ରାଜନୀତି ଯେ ପଦ ପଦବୀ ବିନା କରିହୁଏ ତାହା ଭଲଭାବରେ ବୁଝିଯାଉଛନ୍ତି । ଏକଥା ସତ ଯେ ବିଜେଡ଼ି ସବୁବେଳେ ନୂଆ ପିଢି ଓ ନୂଆ ଲୋକଙ୍କୁ ଦଳରେ ଗୁରୁତ୍ୱ ଦିଏ । ପୁରୁଣା କର୍ମୀଙ୍କ ଦବଦବା ବି ଅଧିକ । ଯିଏ ସ୍ୱାର୍ଥ ଭୂଲି ଦଳ ପାଇଁ କାମ କରେ ନବୀନ ତାକୁ ଦିନେ ନା ଦିନେ ପୁରସ୍କାର ଦିଅନ୍ତି । ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ସେ ଉପାନ୍ତ ଅଂଚଳ ଜୟପୁର, କୋଟପାଟ ହେଉ ଅବା ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୁରଭଞ୍ଜ । ସବୁଠି ବିରୋଧୀ ଦୁର୍ଗକୁ ସାଂଗଠନିକ ଦକ୍ଷତା ଓ ଚତୁର ରାଜନୈତିକ ଗୋଟି ଚାଳନରେ ଭାଙ୍ଗି ଛନ୍ତି ବବି । ମୟୁରଭଞ୍ଜରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ ବବି ବିଲୟ କରିଥିବା ବେଳେ ଅନେକ ଜିଲ୍ଲାରେ ବିଜେପି ଓ କଂଗ୍ରେସ ସଂଗଠନକୁ ଦୁର୍ବଳ କରିଛନ୍ତି । ଯାହା ପ୍ରତ୍ୟେକ ଦିନ ଭୁବନେଶ୍ୱରେ ବିଭିନ୍ନ ଜିଲ୍ଲାରୁ ବିରୋଧୀ ସଦସ୍ୟ ଆସି ବିଜେଡ଼ିରେ ସାମିଲ ହେବାରୁ ସ୍ପଷ୍ଟ ପ୍ରମାଣ ମିଳୁଛି । ବିଜେଡ଼ିର ଏହି ମିଶ୍ରଣ ପର୍ବ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବା ସହ ଗାଁ ଗାଁରେ ଏବେ ବିଜେଡ଼ି ସୁନାମୀ ବୋହିଲାଣୀ । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ବିଜେଡ଼ି ଏବେ ରାଜନୈତିକ ଦଳ ନୁହେଁ, ବଂର ଜନ ଆନ୍ଦୋଳନରେ ପରିଣତ ହୋଇଛି । ପଂଚାୟତ ଓ ପୌର ନିିର୍ବାଚନ ପୂର୍ବରୁ ନବୀନ ନେତୃତ୍ୱ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ଅନ୍ୟଦଳର ନେତାଙ୍କୁ ଆକର୍ଷିତ କରିଛି । ଫଳରେ ବିରୋଧୀ କ୍ୟାମ୍ପରୁ ଯୁବ,ବରିଷ୍ଠ, ଛାତ୍ରମାନେ ଏବେ ବିଜେଡ଼ି ମୁହାଁ ହୋଇଛନ୍ତି । ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି ଓ ବିଜେଡ଼ିକୁ ଅଧିକ ବଳ ଦେଇଛି ।

ସୃଷ୍ଟି ହେବାକୁ ଯାଉଛି ବଙ୍ଗୋପସାଗର ରେ ଆଉ ଏକ ଘୁର୍ଣ୍ଣିବଳୟ…

୨୫ ସେପ୍ଟେମ୍ବର ବେଳକୁ ପୂର୍ବ-କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା। ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ।୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସହ ବୃଦ୍ଧି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ।

ନରହନ୍ତା ଅଧିକାରୀ ଙ୍କୁ ଗିରଫ ଦାବୀରେ ବିଜେପିର ଭୁବନେଶ୍ୱର ମହାନଗର ନିଗମର ଅଫିସ ସମ୍ମୁଖରେ ବିକ୍ଷୋଭ…

{}ନରହନ୍ତା ଅଧିକାରୀ ଙ୍କୁ ଗିରଫ ଦାବୀରେ ବିଜେପିର ଭୁବନେଶ୍ୱର ମହାନଗର ନିଗମର ଅଫିସ ସମ୍ମୁଖରେ ବିକ୍ଷୋଭ।

ରିବାରକୁ ପଚାଶ ଲକ୍ଷ୍ୟ କ୍ଷତିପୂରଣ ଓ ଏଥିପାଇଁ ଦାଇ ଲୋକମାନଙ୍କୁ ଉପଯୁକ୍ତ ଦଣ୍ତ ମିଳୁ:ବାବୁସିଂ

()ଡ୍ରେନ୍‌ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଥିଲା ଅଘଟଣ। ଅସରାଏ ବର୍ଷାରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଏମ୍‌ସିର ଅବହେଳା କାରଣରୁ ସେତେବେଳେ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।  କୌଣସି ପରିସ୍ଥିତିରେ ଡ୍ରେନ୍‌ ମୁକୁଳା ରହିପାରିବ ନାହିଁ। ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ। କିନ୍ତୁ ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍‌ଲାଇନକୁ ବିଏମ୍‌ସି ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛି। ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି। ଜଳଜଳ ହୋଇ ଦିଶୁଛି, ବିଏମସି ଓ ପ୍ରଶାସନର ଅବହେଳା। ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିକୁ ଏକ ହଜାର କୋଟି ପ୍ରଦାନ କରିଥିଲେ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବାକୁ। ସମସ୍ୟାର ସମାଧାନ ହେବ କ’ଣ, ମୁକୁଳା ଡ୍ରେନ୍ ଯୋଗୁଁ  ଏଭଳି ଅଘଟଣ ଘଟୁଛି।ଡ୍ରେନରେ ଭାସି ଛୁଆ ମଲା, ଏଇଟା ପୁଣି ଦୈବୀ ଦୁର୍ବିପାକ। ବାସ୍ତବରେ ଆମ ବିଜେଡି ନେତାଙ୍କୁ ଏ କଥା ଜଣା ନାହିଁ ଯେ, କୋଉଠି କ’ଣ କହିବେ । କାଲିର ଅଘଟଣ ସାରା ରାଜ୍ୟକୁ ସ୍ତବ୍ଧ କରିଛି। ୧୦ମ ଶ୍ରେଣୀର ନାବାଳକ ରାଜା ଓରଫ ଜ୍ୟାତିପ୍ରକାଶ ବେହେରା ଟିଉସନ୍ ଯାଉଥିବା ବେଳେ ମୁକୁଳା ଡ୍ରେନରେ ପଡି ପ୍ରାଣ ହରାଇଲେ ।ତାଙ୍କ ମତରେ ଏ ଅଘଟଣର ଯୋଡିଏ କାରଣ:

୧- ଏହା ଦୈବୀଦୁର୍ବିପାକ ପର୍ଯ୍ୟାୟ ଭୁକ୍ତ, ଏଣୁ କିଛି କରାଯାଇପାରିବ ନାହିଁ।

୨- ଇଲେକ୍ଟ୍ରାନିକ୍ସ ଗଣମାଧ୍ୟମ ସଚେତନ କରୁ ନ ଥିବାରୁ ଲୋକୋ ବର୍ଷାରେ ଘରୁ ବାହାରିବା ଭୁଲ୍ । ସେଥିପାଇଁ ଡ୍ରେନରେ ପଡି ପ୍ରାଣ ହରାଉଛନ୍ତି।

ଏବେ କୁହନ୍ତୁ ଏ ଦୁଇଟି କାରଣ ଆପଣଙ୍କୁ କେମିତି ଲାଗିଲା। ଏହା ଯଦି ଦୈବୀ ଦୁର୍ବିପାକ ତା ହେଲେ ଏଥିରେ ବିଏମସିର କୌଣସି ଭୁଲ୍ ନାହିଁ। ସେମାନେ ଡ୍ରେନ ଖୋଳିବେ। ତା ଉପରେ ସ୍ଲବ ପକାଇବେ ନି । ଏଇଟା ସେମାନଙ୍କର ଇଚ୍ଛା। ଦୁଇ ଦୁଇଥର ମେୟର ହୋଇ ଭୁବନେଶ୍ୱରର ଭଲମନ୍ଦ ବୁଝିଥିବା ମେୟର ଓ ବିଧାୟକଙ୍କ ଏହି ଅଘଟଣ ପାଇଁ ପ୍ରଶାସନର କୌଣସି ତ୍ରୁଟି ଆଖିକୁ ଦିଶିଲାନି।
ହଉ ଧରି ନିଆଯାଉ ଏହା ଠିକ୍। ହେଲେ ସେ ଯେଉଁ ୨ୟ କାରଣ ଦର୍ଶାଇଲେ ତାହା ତାଙ୍କୁ ଆହୁରି ଲଜ୍ଜିତ କଲା ବୋଲି କହିଲେ ଠିକ୍ ହେବ । ଯଦି ଭୁବନେଶ୍ୱର ସ୍ମାର୍ଟ ସିଟି, ତା ହେଲେ ଏଠାରେ ଥିବା ସବୁ ବ୍ୟବସ୍ଥା ସ୍ମାର୍ଟ । କିନ୍ତୁ ବର୍ଷା ହେଲେ ଘରୁ ବାହାରିବା ମନା। ଗୋଟିଏ ପଟେ ଆପଣ କହୁଛନ୍ତି ଏହା ସ୍ମାର୍ଟ ସିଟି ଆଉ ଗୋଟିଏ ପଟେ ଏ କଥା ବି କହୁଛନ୍ତି ଯେ, ବର୍ଷାରେ ବାହାରକୁ ବାହାରନ୍ତୁ ନାହିଁ । ନଚେତ୍ ଏମିତି ଅଘଟଣ ପାଇଁ ଆପଣ ନିଜେ ହିଁ ଦାୟୀ ହେବ । ଧନ୍ୟ କହିବ ଆପଣଙ୍କୁ।
ଯା ହେଉ ଦୀର୍ଘ ୧୦ ବର୍ଷ କାଳ ଭୁବନେଶର ମେୟର ହୋଇ ଆମ ଭୁବନେଶ୍ୱରୀଆଙ୍କ ମୁରବୀ ହୋଇ ମୁରବୀପଣିଆକୁ ଆପଣ ଠିକ୍ ଚରିତାର୍ଥ କରିଦେଲେ ଯାହା। ଗୋଟିଏ ଛୁଆ ମରିଗଲା। ତା ବାପା, ମା’ଙ୍କ ହୃଦୟରେ କ’ଣ ହେଉଥିବ ସେ କଥା ଭାବିଲେ ଆମ ହୃଦ୍ ସ୍ମନ୍ଦନ ବଢି ଯାଉଛି। ହେଲେ ଏକ୍ସ ମେୟର ତଥା ଶାସକ ଦଳର ବିଧାୟକ ବାବୁ କହୁଛନ୍ତି ଏଇଟା ଦୈବି ଦୁର୍ବିପାକ । ତାଙ୍କ ମୁହଁକୁ ଲାଜ ନାହିଁ ଯାହା।
ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କଲେ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ।ମୁକୁଳା ଡ୍ରେନରୁ ଛାତ୍ର ନିଖୋଜ ଘଟଣା, ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କଲା ବିଜେପି।ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ୧୯ ଘଣ୍ଟା ଖୋଜାଖୋଜି ପରେ ପଞ୍ଚସଖା ନଗର ନାଳରୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍ । ଗତକାଲି ଟ୍ୟୁସନ୍ ଯାଇ ଫେରିବା ବେଳେ ଖୋଲା ଡ୍ରେନରେ ଖସି ପଡ଼ିଥିଲେ ଜ୍ୟୋତିପ୍ରକାଶ । ପାଣି ସୁଅରେ ଭାସି ଯାଇଥିଲେ । ମୃତ ଜ୍ୟୋତିପ୍ରକାଶ। ତେବେ ଭୁବନେଶ୍ୱର ଜିଲ୍ଲା ବିଜେପି ଗତ କାଲି ଭୁବନେଶ୍ୱର ମହାନଗର ନିଗମର କମିଶନର ସଂଜୟ ସିଂ ଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ।ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ର ସହ ସହ କାର୍ଯ୍ୟକର୍ତା ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରେ ଧାରଣା ରେ ବସିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇ ଥିଲେ କାର୍ଯ୍ୟକର୍ତା।ପୋଲିସ ଗିରଫ କରିଥିଲା ଅନେକ କର୍ମୀ ଙ୍କୁ।ଜିଲ୍ଲା ସଭାପତି ବାବୁସିଂ ଦାବି କରିଛନ୍ତି ଯେ ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ସହ ଜ୍ୟୋତିପ୍ରକାଶ ଙ୍କ ପରିବାରକୁ ପଚାଶ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ।ଏହି ବିକ୍ଷୋଭ ରେ ରାଜ୍ୟ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉର୍ମିଳା ମହାପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ର ଉପସଭାପତି କସ୍ତୁରୀ ମିଶ୍ର,ରାଜ୍ୟ ମହିଳା ମୋର୍ଚ୍ଚା ର ଇରାନୀ ରାୟ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ,ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା,ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର,ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ଜିଲ୍ଲା ସମ୍ପାଦକ ତାପସ ଦଳାଇ,ଉର୍ଣ୍ଣତି ପରିଡ଼ା,ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା,ସୁରେନ୍ଦ୍ର ପ୍ରଧାନ, ଅରୁଣ ପୁରହିତ,ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି,ବିଜୟ ରାଉତ,ଅମରଜ୍ଵତି ଜଗଦ୍ଦେବ, ଜିଲ୍ଲା ଉପ ସଭାପତି ବିଭାସ ସେନଗୁପ୍ତା,ମାନସୀ ରାୟ,ନିରଞ୍ଜନ ରାଉତରାୟ,ଶିବ ବେହେରା,ଜିଲ୍ଲା କାର୍ଯ୍ୟକର୍ତା ସୁଶାନ୍ତ ସାବତ, ବସନ୍ତ ରାଉତ, ଶରତ ଜେନା, ପ୍ରସାନ୍ତ କୁମାର ମହାନ୍ତି,ପ୍ରସାନ୍ତ ନାୟକ,ସୁମିତ୍ରା ଆଚାର୍ଯ୍ୟ, ଅଭିଷେକ ନାୟକ,ସବିତା ପଟ୍ଟନାୟକ,ଲିପ୍ସା ଦାସ,ପ୍ରତୀକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଏମସି ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ…

()ଭୁବନେଶ୍ୱର ତା ୨୦.୯- ଗତକାଲି ଭୁବନେଶ୍ୱର ଏକ୍ରାମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶତାବ୍ଦୀ ନଗର, ଲେନ ନଂ – ୭ ମଧ୍ୟରେ ଏକ ଖୋଲା ଡ୍ରେନରେ ଜଣେ ୧୫ ବର୍ଷୀୟ ବାଳକ ଭାସିଯିବା ଓ ଆଜି ତାର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କିନ୍ତୁ ନଗ୍ନ ସତ୍ୟ ହେଉଛି ଯେ ଏଠି ସ୍ମାର୍ଟସିଟି ନାଆରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । କାଲିର ଦୁଃଖଦ ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଛୋଟ ପିଲା କି ଲୋକ ପାଣି ସ୍ରୋତରେ ଡ୍ରେନରେ ଭାସିଯାଇ ପ୍ରାଣ ହରାଇବା କିଛି ନୂଆ ଘଟଣା ନୁହେଁ । ଏଥିପୂର୍ବରୁ ଗତ ୬ବର୍ଷ ଭିତରେ ସମାନ ପ୍ରକାର ବହୁ ଘଟଣା ଘଟିସାରିଛି । କିନ୍ତୁ ସର୍ବୋପରି ମହାନଗର ନିଗମ ଓ ସ୍ୱେରେଜ ବୋର୍ଡ ଚୁପ ବସିଛି । ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅସମ୍ପୂର୍ଣ୍ଣ ଓ ଖୋଲା ଡ୍ରେନର ତୁରନ୍ତ ମରାମତି ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି । ସେହିପରି ବରିଷ୍ଠ ଆଇନଜିବୀ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଡିସିପିଙ୍କ ସହ ଆଲୋଚନା ବେଳେ କହିଥିଲେ ସ୍ମାର୍ଟସିଟି ନର୍ମ ଅନୁଯାୟୀ ସମସ୍ତ ଡ୍ରେନ କଭର ହେବା ଦରକାର କିନ୍ତୁ ଭୁବନେଶ୍ୱର ସହରରେ ୫୦% ରୁ ଅଧିକ ଡ୍ରେନ ଖୋଲା ପଡ଼ିଛି ଓ କିଛି ଅସପୂର୍ଣ୍ଣ ହୋଇ ରହିଛି । ବିଏମସି ଓ ସ୍ୱେରେଜବୋର୍ଡ଼ର କାର୍ଯ୍ୟରେ ଅବହେଳା ଓ ଦାୟୀତ୍ୱହୀନତା ପାଇଁ ଆଜି ପୁଣି ଗୋଟିଏ ନିରୀହ ସ୍କୁଲ ପିଲାର ଜୀବନ ଚାଲିଯାଇଛି । ଏଣୁ ପୋଲିସ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ଶ୍ରୀମତୀ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

କରୋନାର ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ….

{}କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ର ତୃତୀୟ ଲହର ପାଇଁ ସମୀକ୍ଷା ବୈଠକ। ସାମ୍ଭାବ୍ୟ କରୋନାର ତୃତୀୟ ଲହରର ପ୍ରସ୍ତୁତି ନେଇ ହୋଇଥିଲା ଆଲୋଚନା। ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ରହିବାକୁ ପଡିବ। ରାଜ୍ୟରେ କରୋନା ର ସଂକ୍ରମଣ କିଭଳି କମିବ ତାହା ଦେଖିବାକୁ ପଡିବ। ତାପାଇଁ ଟୀକାକରଣ ଚାଲୁଛି, ସର୍ଭିଲାନ୍ସ ଚାଲୁଛି ଏବଂ ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରତ୍ବ । ଏଥୁରେ 3 ଟି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି। ଯାହା ଚିକିତ୍ସା ଭିତ୍ତିଭୂମି, ଅକ୍ସିଜେନ ଏବଂ ତାଲିମ। ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ଚାନ୍ସ ଅଧୁକ ରହୁଛି । ଏହାକୁ ବ୍ରେକ କରିବାର ଗୋଟିଏ ବାଟ ହେଉଛି ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାଇ ରଖନ୍ତୁ। ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ଆବଶ୍ୟକତା ନଥିଲେ ଘରେ ରୁହନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ଏ ଭୁଲ କାହିକିଁ ..

()ଜାଣିଜାଣି  ସବୁଦିନ ଭୁଲ କରେ ମଣିଷ  । ଯାହା କରିବା ଉଚିତ ନୁହେଁ ତାହା କରି ଚାଲିୁଥାଏ । କଣ ପାଇଁ ମଣିଷ ଏପରି ଭୁଲ କରେ  । ତାହା  ଚିନ୍ତା କରିବା ତ ଦୂରର କଥା,  ବଂର ଭୁଲ ଭିତରେ  ଠିକର ଠିକଣା ଖୋଜି ତାହାକୁ ପ୍ରମାଣିତ କରିବାକୁ ଚାହେଁ  । ଭୁଲକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ଯେତେ ପ୍ରକାର ଯୁକ୍ତି ଓ ଉପାୟ  ଆବଶ୍ୟକ ତାହା କରେ  । ଏହି ଅଭ୍ୟାସ ଏତେ ମାତ୍ରରେ ବଢିବଢି ଚାଲେ ଯେ ଆମେ ବାଧ୍ୟ ହୋଇ ନିଜର ଜୀବନ ଶୈଳୀରେ ଭୂଲକୁ ଠିକ ଭାବେ ଗ୍ରହଣ କରି ଦୈନିକ ସମୟ କଟାନ୍ତି  ।

ସମାଜ ଆଜି ଏପରି ନୀତିରେ ଚାଲିଛି  । ଯେଉଁଥି ପାଇଁ ଜଳବାୟୁ ପରିବତ୍ତର୍ନ ଠାରୁ ଆରମ୍ଭ କରି ଜୀବନଶୈଳୀରେ ଆଜି କଣ ଘଟୁଛି , କାହିକିଁ ଘଟୁଛି ତାହାର ଉତ୍ତର କାହା ପାଖରେ ନାହିଁ  । ଶୈଶବ ଜୀବନରୁ ବୃଢା ହେବା  ଯାଏ ଆମେ  ଏମିତି କିଛି ସମୟଚକ୍ରରେ ପେଶୀ ହେଉଛନ୍ତି  ।

ସମାଜର ପ୍ରତିଛବି ଭିତରେ ନିଜର ପ୍ରତିଛବିକୁ ଦେଖିବାକୁ ଚାହୁଥିବା ପ୍ରତ୍ୟେକ ମଣିଷ ଠିକ ଭୁଲର ବିଚାର କରିବା ପରିବର୍ତ୍ତେ  ନିଜ ଇଚ୍ଛାରେ ନୁହେଁ, ବଂର ଭୁଲ ଚିନ୍ତାଧାରାରେ ନିଜର ଜୀବନ କଟାଉଛି  ।  ଚିନ୍ତା, ଚେତନା, ବୃଦ୍ଧି ଅପେକ୍ଷା  ପ୍ରତିଯୋଗିତା ମାଧ୍ୟମରେ ଆଗକୁ ଯିବାର ନିଶା ଘାରିଛି ସଭିଁଙ୍କୁ  ।  ଠିକ କଣ , ଭୁଲ କଣ ତାହା ଜାଣିବା ଓ ବୁଝିବା ପାଇଁ ଯେମିତି କାହା ପାଖରେ ଆଉ ଧର୍ଯ୍ୟ କି ସହନସିଳତା ନାହିଁ  ।

ପ୍ରକୃତି ସବୁବେଳେ ଗୋଟେ ଆହ୍ବାନ ଦିଏ ଆମକୁ , ମୁଁ ସ୍ଥିର , ସମୟ ଅନୁସାରେ ମୁଁ ସବୁକିଛି କରେ  । ମୁଁ ଠିକ ଓ ଭୁଲର ବିଚାର କଣ ତାହା ବି ବିଚାର କରୁଛି  । କେତେବେଳେ ଆଉ କୌଣସି ସମୟରେ ମୁଁ ଭାସିଯାଏ ନାହିଁ l ହେଲେ ସବୁ ଶିକ୍ଷା ପାଇ ବି ମଣିଷ ସମାଜ କିନ୍ତୁ କିଛି ଶିଖିବାକୁ ଚାହୁନାହିଁ  । ସିଗାରେଟ ,ମଦ ଓ ମାଦକ ଦ୍ରବ୍ୟ ଉପରେ ଏହା ଖାଇବା ଦେହ ପାଇଁ କ୍ଷତିକାରକ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଛି  । ହେଲେ ମୂର୍ଖ ତ ମୁର୍ଖ , ଅଧିକାଂଶ ଉଚ୍ଚଶିକ୍ଷତ ବ୍ୟକ୍ତିମାନେ ଏସବୁ ମାଦକ ଦ୍ରବ୍ୟକୁ ଖାଇବାକୁ ବେଶୀ ପସନ୍ଦ କରନ୍ତି  । ଜଳ ହିଁ ଜୀବନ, ନିଶ୍ବାସ ପାଇଁ  ଗଛର ଆବଶ୍ୟକ , ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି କୀଟପତଙ୍ଗ ଯାଏ ପୃଥିବୀରେ  ସଭିଁଏ ବଂଚିଲେ ସମାଜର ସନ୍ତୁଳନ ରହିବ  । ଏକଥା ଆମେ ପିଲାଦିନୁ ଜାଣିଛେ , ହେଲେ ଏହାକୁ କାମରେ ଲଗାଇବା ପାଇଁ ଯେମିତି କାହା ପାଖରେ ସମୟ ନାହିଁ  । କେବଳ ଉପଦେଶ, ଭାଷଣବାଜି ଭିତରେ ସଭିଁଏ ମାତିଛନ୍ତି ।

ଭୁଲ ହେଲେ ଠିକ ହେବ  । ହେଲେ ଜାଣିଜାଣି ମଣିଷ ଯେ ପ୍ରତ୍ୟେକ ଦିନ ଏମିତି ଭୁଲ କରୁଛି ଯେ ତାହା ନିଜକୁ ଓ ପୁରା ସମାଜକୁ  ଦିଗହରା କରିଛି  ।  ତେଣୁ ଏବେ ସମୟ ଆସିଛି ଯାହା ଭୁଲ କରିଛନ୍ତି ତାହାକୁ ସୁଧାରିବା ପରିବର୍ତ୍ତେ  ଆଗକୁ ଯେମିତି ଏପରି ଭୁଲ ହେବ ନାହିଁ କେଉଁଠି , କେଉଁ ପରିସ୍ଥିତିରେ ସେଥିପ୍ରତି ସଚେତନ ହେବାର ସମୟ ଆସିଛି  । ନେହେଲେ ଜୀବନ ସାରା ନିଜ ମନକୁ ନିଜକୁ ପଚାରୁଥିବ ଏ ଭୁଲ କାହିକିଁ  l

ସରିଲା ଖୁଦୁରୁକୁଣୀ ଉଷା….

() ଶେଷ ହେଲା ଖୁଦୁରୁକୁଣୀ ଉଷା । ଭାଦ୍ରବ ମାସରେ ଏହା ପାଳନ କରାଯାଏ । କୁଆଁରୀମାନେ ଭାଇର ଶୁଭ ମନାସି ଥାଆନ୍ତି । ସକାଳ ହେଲେ ବାଲୁକା ପୂଜା ପରେ ସଂଧ୍ୟାରେ ମାଙ୍କ ପାଖରେ ଭୋଗ, ଫୁଲ ଦେଇ ପୂଜା କରିଥାନ୍ତି । ଏହାସହ ମା ମଙ୍ଗଳା ଓ ତୋପଇକୁ ପୂଜା କରାଯାଇଥାଏ। ଗାଁ ଠାରୁ ସହର ଶଙ୍ଖ ଓ ହୁଳହୁଳିରେ ଚତୁର ପାର୍ଶ୍ଵ ପ୍ରକମ୍ପିତ ହୋଇଯାଏ । ଭୁବନେଶ୍ୱରରେ ମଧ୍ୟ ଆଜି ଖୁଦୁରୁକୁଣୀ ଉଷା ଶେଷ ହୋଇଛି। ସକାଳୁ କୁଆଁରୀ ମାନେ ରୀତି ନୀତି ଅନୁଶାରେ ପୂଜା କରି ସଂଧ୍ୟାରେ ମାଙ୍କ ନିକଟରେ ପୂର୍ଣାହୁତି ଦେଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news