ମାୟାବିନି ରାତି …..

() ରାଜଧାନୀର ଜଣେ ପାନ ଦୋକାନୀ ମଉସାଙ୍କ କଥା ଶୁଣି ୧୫ ମିନିଟ ଯାଏ ଚୁପ ରହିଯାଇଥିଲେ ବୁବୁଲ ଓ ମୁନୁ । ଉଭୟ ବିଶ୍ବାସ କରିପାରୁନଥିଲେ ଯେ ମଉସାଙ୍କ କଥାରେ ସତ୍ୟତା ଅଛି ନା ବୟସ କାରଣରୁ ଏମିତି ଗପିଦେଲେ । ପାନ ଖାଇବାର ମଜା ନେବା ସହ ଅଛିନ୍ନା ମଉସାଙ୍କ କେଇପଦ କଥା ଉଭୟଙ୍କୁ ବେଶ ଚିନ୍ତାଶୀଳ କରିଦେଇଥିଲା । ସତରେ କଣ ଏ ରାତି ମାୟାବିନି ।

ପୁରାଣର ରାମ ରାଜ୍ୟ ସମୟରେ ରାତିରେ ଝିଅଟିଏ ନିସନ୍ଦେହରେ ଯାତାୟତ କରୁଥିଲା । ମନରେ କିଛି ଭୟ ନଥିଲା । ଝିଅ ରାତିରେ ଯଦି କେଉଁଠିକୁ ଯାଉଥୀଲା ତେବେ ପରିବାରରେ କେହି କିଛି ଚିନ୍ତା କରୁନଥିଲେ । ବେଶୀ ବର୍ଷ କଥା ନୁହେଁ, ୪୦ ବର୍ଷେ ତଳେ ବି ଯଦି ଗାଁରେ କିଛି ପର୍ବପର୍ବାଣୀ ଓ ଯାନିଯାତ୍ରା ହେଉଥିଲା ବଢିଲା ଝିଅ ଗାଁରେ ନିଜ ଦାଦା,ଭାଇ, ଓ ପଡ଼ୋଶୀଙ୍କ ସହ ରାତିରେ ରାମଲୀଳା ଯାତ୍ରା ଓ ମେଳାବୁଲିବାକୁ ଯାଉଥିଲେ । ଘର ଲୋକ ବି କିଛି ନଭାବି ,କିଛି ଚିନ୍ତା ନକରି ଝିଅକୁ ଅନୁମତି ଦେଉଥୀଲେ । ହେଲେ ଏବେ ସମୟରେ ରାତି ତ ରାତି ଦିନରେ ବି ବଢିଲା ଝିଅ ନୁହେଁ, ପାଂଚ ବର୍ଷର ଝିଅକୁ ବି କାହା ସହ ଛାଡ଼ିବାକୁ ଡ଼ରୁଛନ୍ତି ପରିବାର ଲୋକେ । ଏସବୁ କଥାରେ ରାତିର ସମ୍ପର୍କ କଣ । ରାତି କଣ ଏତେ ଭୟଙ୍କର । ନା ପରିବରତ୍ତନ ଶୀଳ ସମାଜରେ ରାତି ବି ତାହାର ରୂପ ବଦଳାଇଛି । ରାତି ହେଲେ ମନ ରଙ୍ଗୀନ ହୁଏ । ରାତିକୁ ଯିଏ ଯେମିତି ଦେଖିବ ରାତି ତାକୁ ସେମିତି ଲାଗିବ । ମଉସା ତ ବୁବୁଲ ଓ ମୁନୁକୁ କହୁଥିଲେ ୬ବର୍ଷ ଧରି ରାତିରେ ତୋ ମାଉସୀଙ୍କୁ ମୁଁ ଦେଖେ । ବିବାହାର ୬ବର୍ଷ ଯାଏ ଦିନରେ ଯେମିତି ମାଉସୀଙ୍କୁ ଦେଖିବାକୁ ସାହସ ଜୁଟାଇପାରୁନଥୀଲେ ମଉସା । ତେବେ ରାତିରେ କାହିକିଁ ମଉସା ମାଉସୀଙ୍କ ସହ ଭେଟଘାଟ କରୁଥିଲେ । ରାତି ଟା ଶୂନଶାନ ଓ ବିପଦ ମୁକ୍ତ ନା ରାତି ଯେ ଗୋଟିଏ ମାୟା ତାହା ଜାଣି ମଉସା ରାତି ହେଲେ ନିଜର ନିଜେ ଏହି ମାୟାଜାଲରେ ଛନ୍ଧି ହେବାକୁ ଚାହୁଁଥିଲେ । ଏ ପ୍ରଶ୍ନର ଉତ୍ତର ମଉସା ଭିନ୍ନ ଢଙ୍ଗରେ ରଖିଲେ । ସଂଜ ନଇଲେ ଯେମିତି ସଭିଁଏ ଅନ୍ଧାର ରାତିକୁ ଖୋଜନ୍ତି , ତାହା ପୁଣି ନିଜ ନିଜ ସ୍ବାର୍ଥ ପାଇଁ । ନିଶା, ରଙ୍ଗୀନ, ମଜଗୁଲ , ଅପରାଧ, ପ୍ରେମ , ମସ୍ତି ସାଙ୍ଗକୁ ରାତିକୁ ନେଇ କିଏ କେତେ ସ୍ବପ୍ନ ଓ କେତେ ଗପ । ଏମିତି କଥା ହେଉହେଉ ସଂନ୍ଧ୍ୟା ହୋଇଗଲା, ବବୁଲ , ମୁନୁ ମଉସାଙ୍କୁ କହିଲେ ମଉସା ରାତି ଯେ ମାୟାବିନି ତାହା ଆମେ ଜାଣିସାରିଲୁଣି । ଥାଉ ଆପଣ ଆଉ କୁହନ୍ତୁନି ନହେଲ ରାତି ପାହିଯିବ ସିନା ଏ ମାୟାବିନି ରାତିର କାହାଣୀ ସରିବ ନାହିଁ …

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳିତ…

{} ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସକାଳେ ଭୁବେନଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ବାର୍ତାରେ କହିଥିଲେ ଯେ ଗୋପବନ୍ଧୁ ତ୍ୟାଗ, ଜନସେବା ଓ ଆଦର୍ଶର ମୂର୍ତିମନ୍ତ ପ୍ରତୀକଥିଲେ । ଆଜିର ଏହି ପବିତ୍ର ଦିବସରେ ଆମ୍ଭେମାନେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାହାହିଁ ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାଶ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସଂକୁନା କହଁର, ଭାସ୍କର ସେଠୀ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ରଞ୍ଜିତ ପାତ୍ର, ମନୋଜ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିଆର ସିଂ, ଶୁଭ୍ରଜ୍ୟୋତି ଲେଙ୍କା, ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ର

ପିସିସି ସଭାପତି ପାଇଁ ତାରା ଆଗ୍ରହୀ….

{} ପିସିସି ସଭାପତି ପାଇଁ ବିଧାୟକ ତାରା ବାହିନୀପତି ଦେଖାଇଲେ ଆଗ୍ରହ । କହିଲେ ମୁଁ ସଭାପତି ହେଲେ ସମସ୍ତଙ୍କୁ ନେଇ ଚାଲିବି । ଦଳରେ କୌଣସି ବିଶୃଙ୍ଖଳା ହେବ ନାହିଁ । ଦଳରେ ଯେଉଁ ନାଟକବାଜି ଚାଲିଛି ତାହା ବନ୍ଦ ହେଉ । ଯେଉଁମାନେ ଦଳ ବିରୋଧରେ କହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ମୁଁ ପିସିସି ସଭାପତି ପାଇଁ ଲବି କରିନି କି ସୁଯୋଗ ମିଳିଲେ ଛାଡିବିନି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି lଅନ୍ୟପଟେ ଇସ୍ତଫାକୁ ନେଇ ଯାହା ଡ୍ରାମା ହେଉଛି ତାହା ନ ହେବା ଉଚିତ । କଂଗ୍ରେସରେ ଫାଟ ରହିଛି । ଏହା ଦ୍ୱାରା ଦଳର କ୍ଷତି ହେଉଛି । ବଡ଼ ବଡ଼ ନେତା ଟାଉଟର ଦଲାଲ ଗିରି କରି ରାହୁଲ ଗାନ୍ଧୀଙ୍କ ପାଖରେ ଫୋଟୋ ଉଠାଉଛନ୍ତି । ଫାଇଲ ଲୋକ ଦିଲ୍ଲୀରେ ବୁଲୁଛନ୍ତି ହେଲେ ଫିଲଡ଼ ଲୋକ ଦଳ ପାଇଁ ପ୍ରକୃତ କାର୍ଯ୍ୟ କରୁଛନ୍ତି । ଯେଉଁଥି ପାଇଁ ଆମେ ପିପିଲି ରେ କମ ଭୋଟ ପାଇଲୁ । ବିଶୃଙ୍ଖଳା ଯେଉଁ ମାନେ ସୃଷ୍ଟି କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର l

ଦେବଗଡ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ..

 ()ଦେବଗଡ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ

ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି

୧୦,୬୫୭ ହିତାଧିକାରୀ କୋଡ଼ିଏ କୋଟି ଟଙ୍କା ମୂଲ୍ୟର ସ୍ବାସ୍ଥ୍ୟ ସେବା ସୁବିଧା ପାଇଲେଣି ।

ଦେବଗଡରେ ଏକ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲକୁ 5-ଟି କାର୍ଯ୍ୟକ୍ରମରେ
ରୂପାନ୍ତର କରାଯିବ – ମୁଖ୍ୟମନ୍ତ୍ରୀ

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା – ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଏବଂ ପୁରୀରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ଲୋକ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଥିବା ବେଳେ, ୧୦,୬୫୭ ଜଣ ହିତାଧିକାରୀ ବିଭିନ୍ନ ଘରୋଇ ଡାକ୍ତରଖାନାରେ କୋଡ଼ିଏ କୋଟି ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଲେଣି ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେବଗଡ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ଏବଂ ଏହା ଓଡିଶା ପାଇଁ ପ୍ରକୃତିର ଏକ ବରଦାନ । ପ୍ରଶାସନକୁ ଲୋକଙ୍କ ନିକଟକୁ ନେବା ପାଇଁ ବିଜୁ ବାବୁ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁବାବୁଙ୍କ ମହାନ ଉଦ୍ଦେଶ୍ୟକୁ ଆଖିରେ ରଖି ରାଜ୍ୟ ସରକାର ଦେବଗଡରେ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାରେ ଆଜି ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ ୧୩୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି ।

ଜିଲ୍ଲା ରେ ଶିକ୍ଷାବିକାଶ କାର୍ଯ୍ୟ କ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୮୭ ଟି ସରକାରୀ ହାଇସ୍କୁଲର ରୂପାନ୍ତର କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତିନୋଟି ମେଗା ପାଇପ୍‌ ପାଣି ଯୋଜନା କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ସମସ୍ତ ତିନୋଟି ବ୍ଲକକୁ ପାଇପ୍‌ ପାଣିର ସୁବିଧା ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି ।ମୁଖ୍ୟମନ୍ତ୍ରୀ ଦେବଗଡ ପୌରାଞ୍ଚଳ ପାଇଁ ମଧ୍ୟ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ରଖିଥିଲେ । ଏହା ସହିତ ଦେବଗଡରେ ଏକ ତିନିଶହ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ରଖିଥିଲେ ।ଏଥିପାଇଁ ୧୧୫ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଦେବଗଡବାସୀ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସେମାନଙ୍କ ଭାଷଣରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ବିଶେଷ କରି ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଦେଶରେ ଓଡ଼ିଶାର ସମ୍ମାନବଢ।ଇଛି ବୋଲି ମତ ଦେଇଥିଲେ । ବିଧାୟକ ଶ୍ରୀ ସୁବାସ ପାଣିଗ୍ରାହୀ ଏହି smart health card ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ……………………………… ପ୍ରମୁଖ ଯୋଗ ଦେଇଥିଲେ ।

ବିଜେଡି ପକ୍ଷରୁ ଖେଳାଳୀଙ୍କୁ ଡ୍ରେସ ବଣ୍ଟନ….

ଦେବଗଡ଼ :ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଖେଳାଳୀ ମାନଙ୍କୁ ବିଭିନ୍ନ ଖେଳ ଉପକରଣ ଓ ଡ୍ରେସ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ଆଜି ବାରକୋଟ ବ୍ଳକ ଅନ୍ତର୍ଗତ କଣ୍ଡଳ ହାଇସ୍କୁଲ ପଡ଼ିଆରେ ପାଞ୍ଚଟି ପଞ୍ଚାୟତ ର   ୨୪ ଟି ଫୁଟବଲ ଦଳକୁ ଡ୍ରେସ ଓ  ଗୋଟିଏ ହକି  ଦଳକୁ ଡ୍ରେସ ଏବଂ ହକି ଷ୍ଟିକ ପ୍ରଦାନ କରାଯାଇଛି ।ଜିଲ୍ଲା ବିଜେଡ଼ି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ବାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବିଧାୟକ ତଥା ବିଜେଡ଼ି ସଙ୍ଘଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅତିଥି ଭାବେ ଯୋଗ ଦେଇ  ଡ୍ରେସ  ଓ ହକି ଷ୍ଟିକ ପ୍ରଦାନ କରିଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏବଂ ଶ୍ରୀ ଦାସ  ଖେଳାଳୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଥିଲେ ।ଆଗାମୀ ଦିନରେ ଜିଲ୍ଲାରେ ଖେଳ ଓ ଖେଳାଳୀ ଙ୍କ    ବିକାଶ ନେଇ ଦୃଷ୍ଟି ଦିଆଯିବ ବୋଲି  ପ୍ରକାଶ କରିଥିଲେ                 ।ଏହି କାର୍ଯ୍ୟକ୍ରମ ରେ ବାରକୋଟ ବ୍ଳକ ସଭାପତି ହୀରାଲାଲ ସାହୁ,  ପୂର୍ବତନ ଏସ୍ଡ଼ିସିସି ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେଵ, ପୂର୍ବତନ ବାରକୋଟ ବ୍ଳକ ଅଧକ୍ଷ ଦେବେନ୍ଦ୍ର ବେହେରା, ଜିଲ୍ଲା ଯୁବ ସଭାପତି ପ୍ରତାପ ଦେବ,ଟାଉନ ସଭାପତି ଶୁକ ଦେବ ଭଞ୍ଜ, ,ସୁଜିତ କୁମାର ପ୍ରଧାନ, ବିଷ୍ଣୁ ଅମାତ୍ୟ, ପ୍ରକାଶ ପ୍ରଧାନ, ରୁଦ୍ର ବେହେରା   ଙ୍କ ସମେତ ଜିଲ୍ଲାର ବହୁ ନେତା ଓ କର୍ମୀ   ଉପସ୍ଥିତ ଥିଲେ ।

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲା ବର୍ଷକର ଶିଶୁ : ଆଠ ଦିନ ହେଲା ଭେଣ୍ଟିଲେଟରରେ ଥିଲେ…

{}କୋରନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛରି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ । କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ବାଲେଶ୍ଵର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା । ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ପ୍ରବଳ ଜ୍ଵର ସମେତ ବାତ ରୋଗ ମଧ୍ୟ ଦେଖାଦେଇଥିଲା । ସେଥି ପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ଭେଟିଲେଟରରେ ରଖାଯାଇଥିଲା । ଦୀର୍ଘ ୮ ଦିନ ଧରି ଶିଶୁଟି ଭେଟିଲେଟରରେ ରହିଥିବା ବେଳେ ସମ୍ କୋଭିତ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ସେବା ଯତ୍ନ ଓ ଉତମ ଚିକିତ୍ସା ଦ୍ବାରା ଶିଶୁଟିକୁ ସୁସୁ କରିବାରେ ସକ୍ଷମ ହୋଇଥିଲେ । ସାଂସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ୨୯ ତାରିଖ ଦିନ ଶିଶୁଟିକୁ ଘଂଟିଲେଟରରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । ଶିଶୁଟି ଆଇସିୟୁରେ ରହିଥିବା ବେଳେ ତା’ର ବାପା – ମା ହସ୍ପିଟାଲ୍ ବାହାରେ ରହି ତା’ର କେବଳ ଆରୋଗ୍ୟ କାମନା କରିଚାଲିଥିଲେ । ତେବେ ଏହି ବର୍ଷକର ଶିଶୁଟିର ସବୁ ଦାୟିତ୍ବ ନେଇଥିଲେ ସମ୍ କୋଭିତ ହସ୍ପିଟାଲ୍‌ର ଡାକ୍ତର , ନର୍ସ ଏବଂ କର୍ମଚାରୀମାନେ । ସେମାନଙ୍କର ଆପ୍ରାଣ ଉଦ୍ୟମ , ନିଷ୍ଠା ଓ ଚିକିତ୍ସା ଫଳରେ ଶିଶୁଟି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି । ପୁଅ ସୁସ୍ଥ ହେବା ପରେ ସମ୍ କୋରିନ୍ ଟିମ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବାପା କୟତ ପଟ୍ଟନାୟକ । ସେ କହିଛନ୍ତି ସମ୍ କୋଭିତ୍ ହସ୍ପିଟାଲ୍‌ର ଉତମ ଚିକିତ୍ସା ବିଷୟରେ ଆଗରୁ କେବଳ ଶୁଣିଥିଲି । କିନ୍ତୁ ମୋ ପୁଅ ସୁସ୍ଥ ହେବା ପରେ ଏହା ଅନୁଭବ କଲି । ମୋ ପୁଅ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ନୂଆ ଜୀବନ ପାଇଛି ବୋଲି ଜୟନ୍ତ କହିଛନ୍ତି । କେବଳ ଅମନ୍ ନୁହଁଟି ତାଙ୍କ ଭଳି ଅନେକ କୋଇଡ୍ ସଂକ୍ରମିତ ଶିଶୁ ସମ୍ କୋରିତ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛଛି ।

ସାମ୍ବାଦିକ ଭେଟିଲେ ପ୍ରଣବଙ୍କୁ : ବୀମା ରାଶି ବୃଦ୍ଧି ନେଇ ଓୟୁଜେ ଦେବଗଡ଼ ଶାଖା ପକ୍ଷରୁ  ଦାବୀ ପତ୍ର ପ୍ରଦାନ…..

{}ଓଡ଼ିଶା ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଯୋଗାଇ ଦିଆ ଯାଉଥିବା ସ୍ୱାସ୍ଥ୍ୟ ବୀମା ରାଶି ର ପରିମାଣ ବୃଦ୍ଧି ସହିତ ପେନସନ ଯୋଜନା ଲାଗୁ କରିବା ପାଇଁ ଓୟୁଜେ ଦେବଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ  ଏବଂ ବିଧାୟକ ତଥା ବିଜେଡି ସାଙ୍ଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସକୁ ଆଜି ଓୟୁଜେ ଦେବଗଡ଼ ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ସିଧେଶ୍ୱର ଗୁରୁ ଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ସର୍କିଟ ହାଉସ ଠାରେ ସାକ୍ଷାତ କରି ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ଦିଆଯାଉଥିବାବୀମା ରାଶି ପରିମାଣ ଦୁଇ ଲକ୍ଷ୍ୟ ରୁ ପାଞ୍ଚ ଲକ୍ଷ୍ୟ କୁ ବୃଦ୍ଧି ଏବଂ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ କରିବା ସହ ଅଵସର ପାପ୍ତ ସାମ୍ବାଦିକ ଙ୍କୁ ୨୦ହଜାର ଟଙ୍କା ପେନସନ ପ୍ରଦାନ ପାଇଁ ଦାବିପତ୍ର ରେ ଉଲେଖ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀ ରେ ଶ୍ରୀ ଗୁରୁ ଙ୍କ ସହିତ , ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ,ବ୍ରିଜେଶ ରଞ୍ଜନ ସାହୁ, ସତ୍ୟ ନାରାୟଣ ମିଶ୍ର, ଅନୁଜ କୁମାର ପ୍ରଧାନ, ସଂଜୀବ ପାଣିଗ୍ରାହୀ ଓ ନିର୍ମାଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗାଇ ଦେଉଥିବା ବୀମା ରାଶି  ପରିମାଣ ସାମ୍ବାଦିକ ଙ୍କ କ୍ଷେତ୍ରରେ ଅତି ନଗଣ୍ୟ ଥିବାରୁ ଏହାର ବୃଦ୍ଧି ଆବଶ୍ୟକତା ଥିବା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି।

ପେନସନ ଧାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୂଜାଭେଟି…..

{}ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା

ଜୁଲାଇ 21ରୁ ମହଙ୍ଗା ଭତ୍ତା ରେ 11%ବୃଦ୍ଧି ।

ଆକ୍ଟୋବର ଦରମା ରେ ବର୍ଦ୍ଧିତ ଭତ୍ତା ମିଳିବ ।

() ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ 11%ମହଙ୍ଗା ଭତ୍ତା ଓ dearness relief ଘୋଷଣା କରିଛନ୍ତି। ଡ଼଼ଃ ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ ।ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା 17%ରୁ ବଢ଼ି ,28%ରେ ପହଞ୍ଚିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ 1/7/2021 ରୁ ପିଛିଲା ଭାବରେ 11%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ ।

ପଂଚାୟତ ପାଇଁ ଫିଟିଲା ବାଟ….

{}ପଂଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ପ୍ରକାଶ ପାଉଛି ଚିଠା ପ୍ରସ୍ତାବ । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲା ସ୍ତରରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଉଛି। ୱାର୍ଡ ମେମ୍ବର ,ସରପଞ୍ଚ,ସମିତିସଭ୍ୟ,ବ୍ଲକ ଚେଆରମ୍ୟାନ,ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଉଛି।ତେବେ ୱାର୍ଡ ମେମ୍ବର ,ସରପଞ୍ଚ,ସମିତିସଭ୍ୟ,ବ୍ଲକ ଚେଆରମ୍ୟାନ ପାଇଁ ଯଦି କିଏ ଚାହିଁବ ୧୬ ତାରିଖରେ ଆପତ୍ତି କରିପାରିବେ।୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ। ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ଡ୍ରାଫ୍ଟ ପବ୍ଲିକେଶନ ହେବ। ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ। ସଠିକ ସମୟରେ ନିର୍ବାଚନ ହେବ।
ବାଇଟ-ପ୍ରତାପ ଜେନା,ପଞ୍ଚାୟତରାଜ ମନ୍ତ୍ରୀ

ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର…

() ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା ଦେୟ (GIS) ସଂଶୋଧିତ.

କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣରେ ବୃଦ୍ଧ,

{}ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କୁ GIS ବାବଦରେ ୭୫୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।ସେହିପରି ୫୪୦୦ ଓ ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ GIS ବାବଦ ଦେୟକୁ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କର୍ମଚାରୀ ମାନଙ୍କ ପାଇଁ GIS ଏକ ସାମାଜିକ ସୁରକ୍ଷା ଯୋଜନା । ଚାକିରୀରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁବରଣ କରନ୍ତି, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫୪୦୦ ବା ତଦୁର୍ଦ୍ଧ ଗ୍ରେଡ ପେ ପାଉଥିବା କର୍ମଚାରୀ ମାନଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ଅନ୍ତେଷ୍ଟିକ୍ରୀୟା ପାଇଁ ସହାୟତା ରାଶିର ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ ନିଆଯିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news