ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ : କହିଲେଶୁଭେଚ୍ଛା ନୁହେଁ ସେବା,

() କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ ।କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ।

ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର କୁ ସାହାଯ୍ୟ କରିବା ଏବଂ,ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୋନସ ଦେଲା ନୂଆଖୁସି…

()ଦେବା ,ନେବା ଓ ଆନନ୍ଦ  । ତାହାରି ଭିତରେ ପୁଣି ଆଶା ଓ ଭରଷା  । ସବୁର ଯେମିତି ସଂଯୋଗ ରହିଛି ଏହି ପୂଜା ସହିତ  । ମା ଧରାବତରଣ କରିଛନ୍ତି  । ମା ସଭିଁଙ୍କ କଥା ବୁଝେ  । ସଭିଁଏ ଖୁସିରେ ରହିବେ , ସଭିଁଙ୍କ ଦୁଃଖ ଦୂର ହେବ । ପାର୍ବଣ ସମୟ ତ ଏମିତି  ।  ପ୍ରତିବର୍ଷ ପରି ଏବର୍ଷ ବି ପୂଜା ସମୟରେ ସଭିଁଙ୍କ ମନରେ ଖେଳିଯାଇଛି ଏମିତି କିଛି ଭାବନା  । କିଛି ନୂଆ ନଥିଲେ ବି ସବୁ ନୂଆନୂଆ ଲାଗେ  । ସବୁଠି କଟକଣା, ପୂଜାରେ ପାଇଁ ମଧ୍ଯ ଜାରି ହେଇଛି କଟକଣା । ମାଙ୍କ ମୂର୍ତ୍ତି ର  ଉଚ୍ଚତା ସିନା କମାଯାଇଛି, ହେଲେ ମା ତ ତାହାର ଭଲ ପାଇବା ସେହିପରି ଉଚ୍ଚ ରଖିଛି ସଭିଁଙ୍କ ପାଇଁ  । ପରିସ୍ଥିତି ଓ ସମୟ ଅନୁସାରେ କିଛିଟା ପରିବତ୍ତର୍ନ ଗ୍ରହଣ କରିଦେଲେ ଛୋଟ ଓ ବଡ଼ ଭିତରେ କିଛି ବି ଫରକ ପଡ଼େନି  । କେବଳ ଏହା ଏକ ଭାବନା । ମନରେ ଭକ୍ତି ଥିଲେ ଭାବନା ଆପେଆପେ ଆସିଯାଏ  ।

ହଠାତ ମଧ୍ୟାହ୍ନରେ ଅଧା ଡ଼ିୟୁଟି ସମୟରେ  ରାକେଶକୁ  ଅଫିସ କ୍ୟାଟିନରେ  ବଡ଼ବାବୁ ପଚାରିଲେ ଆରେ ରାକେଶ ତମେ ଛୁଟି କଣ ନେବ   ।ଏଥର  ପୂଜାରେ  ବୋନସ ହେବ କି ନହେବ ଠିକ ନାହିଁ  । ସାର ତ ନାହାନ୍ତି , ବୋନସ ବୋଧେ ଏଥର ହୋଇନପାରେ   ।  ତେଣୁ କାହିକିଁ ଛୁଟି ନେବ, ଗାଁକୁ ଯାଇ କାହିକିଁ  ଅଯଥାରେ ପଇସା ଖର୍ଚ୍ଚ  କରିବ  ।  ଏମିତି ତ ଏଥର ପୂଜାର ମାହୋଲ ସେତେଟା ନାହିଁ । ସବୁଠି ତ କଟକଣା  । ପୂଜା ମଣ୍ଡପ ବି ବୁଲିପାରିବ ନାହିଁ  । ଆଉ ବାକି ରହିଲା କଟକ ଓ ଭୁବନେଶ୍ବର କଥା  । ଏବେ ତ ଦେଖୁଛ   ପୁଣି କରୋନା ସଂକ୍ରମଣ କେମିତି ପୁଣି ବଢିଚାଲିଲାଣି । ଏସବୁ  ଦେଖି ମୁଁ ଭାବୁଛି ତମେ ଆଉ  ଛୁଟି ନେବ ନାହିଁ  । ଅଫିସର ବଡ ସାରଙ୍କ ଠାରୁ ଏକଥା  ଶୁଣି  ହସହସ ମୁହଁରେ ରାକେଶ କହିଲା, ବଡ଼ବାବୁ ଆପଣଙ୍କ ମନରେ ସିନା ଏମିତି ଭାବନା ଆସୁଛି , ହେଲେ ମୋ ମନରେ ତ ସବୁ ବର୍ଷର ପୂଜା ମାହୋଲ  ମୋ ମନକୁ ଅଧିକ ଉତ୍ସାହିତ କରିଛି ଛୁଟିରେ ଯିବା ପାଇଁ  । କାରଣ ପୂଜାକୁ ନେଇ ମୋ ମନରେ  ଯେମିତି ଭାବନା ପୂର୍ବରୁ ଥିଲା, ଏବେ ବି ଅଛି  । ତେଣୁ ବୋନସ ମିଳୁ  କି ନମିଳୁ  । ପୂଜା ବୁଲା ହେଉ କି ନହେଉ  । ଗାଁକୁ ଗଲେ ତ  ଏବର୍ଷ  ମାଙ୍କ ମୃଣ୍ମୟୀ ରୂପର ଦର୍ଶନ କରିବି, ମା ଦଶଭୂଜା ରୀତିନୀତିରେ  ନିଜକୁ ସାମିଲ କରିବି  । ଆଉ  ନିଜର ମନର ଭାବନା ତ ଜଣାଇବି  । ଅଷ୍ଟମୀ ଉପବାସରେ କରିବି , ତୃପ୍ତି ପାଇବି  , ମନ ତ  ଶାନ୍ତି ରହିବ  । କିଏ ଜାଣେ ଆର ବର୍ଷ ବଂଚିଥିବି କି ନାହିଁ ବଡ଼ବାବୁ । ବୋନସ କଣ  ଏସବୁ ଶାନ୍ତି ଦେବ  , ନାଁ ପୂଜା ବକ୍ସିସ ରେ ଏସବୁ ଶାନ୍ତି ଥାଏ  । ଏ ତ ସବୁ କେବଳ ଗୋଟେ ମାୟା  । ହେଲେ ମାଙ୍କ  ଭଲ ପାଇବା ଆଗରେ ଏସବୁ ମାୟା ତୁଚ୍ଛ  । ପାପ ନାସନ ପାଇଁ ମା ଧରାଅବତରଣ କରୁଛନ୍ତି  । ମା କହୁଛନ୍ତି ଯାହା ହେବାର ଘଟିବାର ଥିବ ତାହା ଘଟିବ, ଯାହା ପାଇବାର ଥିବ ତାହା ମିଳିବ  । ଏଥର ହୁଏତ ପୂଜା ବୋନସ ମତେ ମିଳିବ ନାହିଁ  । କିଏ ଜାଣେ କେଉଁ ବାଟରେ ଏଥର ପୂଜାରେ ଯଦି ମା ଜୀବନ ସାରା ମତେ ବୋନସ ଦେବାର ସେମିତି କିଛି ବ୍ୟବସ୍ଥା  କରିନଥିବେ  । ସେ ତ ମାୟାବି  । ତାକୁ ସବୁ ଜଣା  । ତେଣୁ ବୋନସ ପାଇଁ ଯେ ମୁଁ ଛୁଟିରେ ଗାଁକୁ ଯିବି ନାହିଁ ଏକଥା ବଡ଼ବାବୁ ଆପଣ କାହିକିଁ ଭାବୁଛନ୍ତି  । ଏମିତି କଥା ବାର୍ତ୍ତା  ସମୟରେ କ୍ୟାଟିନରେ  ଖାଇପିଇ ରାକେଶ ଓ ବଡ଼ବାବୁ   ଅଫିସ ଆସିଲେ  । ଆଉ ଠିକ ଏମିତି ବେଳେ ଅଫିସର  ବଡ଼ସାର କିଛି ସମୟ ପରେ କହିଲେ ରାକେଶ , ତମ କଥା ମାଆ ଶୁଣିଲେ  । ତମକୁ ଆଉ ବୋନସ କଣ  ଦରକାର  । ତମେ ତ ଗାଁକୁ ଯିବାକୁ ଆଉ କାହାକୁ ବସ ଟାଇମ ପଚାରିବାକୁ ପଡ଼ିବନି  । ନିଜେ କାରରେ ଯିବ  ।  ବଡ଼ବାବୁଙ୍କ ଏସବୁ କଥାକୁ କିଛି ବୁଝି ପାରୁନଥାଏ  ରାକେଶ  । ଆଉ ଠିକ ଏମିତି ବେଳେ ବଡ଼ବାବୁ ମାନସଙ୍କୁ ଧରାଇେଦେଲ ଏକ ପତ୍ର  । ଯେଉଁଥୀରେ ଲେଖାଯାଇଛି  ଏଥର ତମେ ଅଫିସର ବେଷ୍ଟ କର୍ମଚାରୀ  । ତେଣୁ ଏମତି ଖୁସି ହୋଇ ତମକୁ ଏକ କାର ଉପହାର ଦେଇଛନ୍ତି  । ଏହା ପଢିସାରି ରାକେଶ କହିଲା,  ସାର ମୁଁ ଚାଲିଛି ଛୁଟିରେ ….ବୋା ଦେେେେେେେେେେେେ

ତଳ ଉପର ହେଉଛି ସଂକ୍ରମଣ…

{} ଭୁବନେଶ୍ୱରରେ ପ୍ରତେକ ଦିନ 200 ରୁ 300 ଭିତରେ ସଂକ୍ରମଣ ରହିଆସୁଛି । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା କମିଛି। ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା 10 ପ୍ରତିଶତରୁ କମ୍ ଅଛି । ଆସିୟୁରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି। ରାଜ୍ୟରେ 3 ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନ କୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦ୍ବେଗଜନକ । ତେବେ ବର୍ତ୍ତମାନ ସମୟରେ 100 ରୁ 80 ଜଣ ଲକ୍ଷଣ ବିହୀନ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହଛନ୍ତି l ସେପଟେ କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି । ଆମେ କେତେ ଦୂର ନିଜକୁ ସୁରକ୍ଷା ଦେବା ଆଉ କେତେ ଦୂର ପାର୍ବଣ ଖୁସି ମଜଲିସିରେ ପାଳିବା ତାହା ଆମ ଉପରେ ନିର୍ଭର କରେ । ଗତକାଲି ହାଟ ଓ ବଜାର ଗୁଡିକରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ କରିବାର ଆବଶ୍ୟକ ରହିଛି । ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ପ୍ରଶ୍ନବାଚୀ । ଆମେ ଅନୁରୋଧ କରୁଛୁ ଲୋକମାନେ କୋଭିଡ ଗାଇଡ଼ ଲାଇନ ସଠିକ ଭାବେ ପାଳନ କରନ୍ତୁ । ପାର୍ବଣ ଆସନ୍ତା ବର୍ଷ ବି ଆସିବ ମାତ୍ର ଜୀବନ ପ୍ରଥମେ ରହୁ ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି l

ମା ବିରଜାଙ୍କ ରଥଯାତ୍ରା ବିଶ୍ୱରେ ବିରଳ…

,()ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ଆଦ୍ୟଶକ୍ତି ପୀଠ ହେଉଛି ବିରଜାକ୍ଷେତ୍ର । ଏହାକୁ ନାଭିକ୍ଷେତ୍ର , ଶକ୍ତିକ୍ଷେତ୍ର ମଧ୍ୟ କୁହାଯାଏ । ମା ବିରାଜା ହେଉଛନ୍ତି ଯାଜପୁର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ ମହିମା କାହିଁ କେଉଁ କାଳରୁ ବର୍ଣ୍ଣିତ । ପୁରାଣ ଠାରୁ କିମ୍ବଦନ୍ତି ପର୍ଯ୍ୟନ୍ତ ମାଆଙ୍କ ବିଷୟରେ ବହୁ କଥା ଉଲ୍ଲେଖ କରାଯାଇଛି । ଯେହେତୁ ଶକ୍ତି ପୀଠର ଆଦ୍ୟଦେବୀ ଭାବେ ମା ପୂଜା ପାଆନ୍ତି ,ତେଣୁ ମାଆଙ୍କ ପୂଜା ରୀତିନୀତି, ସଂସ୍କୃତି ଓ ପରମ୍ପରା ପୁରା ଭିନ୍ନ । ଯାହାକି ପୁରା ବିଶ୍ୱରେ ଅନନ୍ୟ । ମାଙ୍କ ଆର୍ବିଭାବ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପୂଜାଅର୍ଜନା ଓ ରଥଯାତ୍ରା ପୁରା ବିଶ୍ୱରେ ବିରଳ । ପୁରାଣ ଅନୁସାରେ ପାପମୁକ୍ତ ହେବା ପାଇଁ ବ୍ରହ୍ମା ବୈତରଣୀ ନଦୀ କୂଳରେ ଯଜ୍ଞ କରିଥିଲେ । ଏହି ଯଜ୍ଞକୁଣ୍ଡରୁ ଆର୍ବିଭାବ ହୋଇଥିଲେ ମା ବିରଜା । ବ୍ରହ୍ମଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମା ଆର୍ବିଭାବ ହୋଇଥିଲେ ।

ମାଙ୍କ ଶାରଦୀୟ ପୂଜା…

ବିରଜା କ୍ଷେତ୍ର ଶକ୍ତି ପୀଠ ମଧ୍ୟରେ ଅନ୍ୟତମ । ଏହି ପୀଠରେ ୧୨ ମାସ ରେ ୧୩ ପର୍ବ ଅନୁଷ୍ଠିତ ହୁଏ । ଶାରଦୀୟ ପୂଜା ସମୟ ସବୁ ପୂଜା ଠାରୁ ଅନନ୍ୟ । କାରଣ ୧୬ ଜଣ ବ୍ରାହ୍ମଣ, ୧୬ ଦିନ ଧରି ୧୬ କଳସ ସ୍ଥାପନ କରି ୧୬ଶହ ଉପଚାରରେ ମାଙ୍କ ଯଥା ରୀତିନୀତିରେ ପୂଜା କରନ୍ତି । ଆଉ ତାହା ଠାରୁ ବିରଳ ହେଉଛି ମା ବିରଜଙ୍କ ରଥଯାତ୍ରା ଓ ଲାଖବିନ୍ଧା ପଡ଼ିଆକୁ ମାଙ୍କ ଯାତ୍ରା । ଯାହାକି ରାଜକୀୟ ପରାମ୍ପରା ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ ।ମହା ନବମୀର ନିଶାଦ୍ଧ ରାତିରେ ଦେବୀଙ୍କ ବିଜେ ପ୍ରତିମା ରଥରୁ ଅବତରଣ କରି ଲାଖବିନ୍ଧା ପଡ଼ିଆକୁ ମହା ସମାରୋହରେ ଯାଆନ୍ତି । ବ୍ରାହ୍ମଣଦେବୀଙ୍କ ହାତରେ ଧନୁ ଶରଣ ଅର୍ପଣ କରି ଦେବୀ ପ୍ରତିନିଧି ରୂପେ ଚାରି ଦିଗକୁ ୪ଟି ଶର ମରାଯାଏ । ଏହାକି ସଂପୂର୍ଣ୍ଣ ରାଜକୀୟ । ରାଜାମାନେ ଚାରି ଦିଗରେ ଯାଇ ବିଜୟ ହାସଲ କରିବା ଲାଗି ଏହି ପରମ୍ପରା ପଥ ପରିଷ୍କାର ହୁଏ ।

ବିରଜାଙ୍କ ସିଂହଧ୍ୱଜ ରଥ …

ମା ବିରଜାଙ୍କ ବିଶ୍ୱର ଏକମାତ୍ର ଶକ୍ତିପୀଠ ଯେଉଁଠାରେ ଦେବୀଙ୍କର ରଥଯାତ୍ରା ହୁଏ । ୯ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ମାଙ୍କ ବିଜେ ପ୍ରତିମା ରଥାକୁଢ ରୁହନ୍ତି। ପୁରାଣ କଥା ଅନୁସାରେ ଜଗନ୍ନାଙ୍କ ରାଥଯାତ୍ରା ବହୁ ପୂର୍ବରୁ ମା ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ପ୍ରତିପଦ ଠାରୁ ୯ଦିନ ବ୍ୟାପୀ ସିଂହଧ୍ଵଜ ରଥରେ ମା ବିରଜା ବିଜୟମାନ ହୋଇ ବଷଢାକୁ ପରିକ୍ରମା କରନ୍ତି । ସମାଜରୁ ପାପ ହରଣ କରିବା ପାଇଁ ମାଙ୍କର ଏହି ରଥଯାତ୍ରା ହୋଇଥାଏ ।

ମା ବିରଜାଙ୍କ ରଥ ନାଁ ହେଉଛି ସିଂହଧ୍ୱଜ ରଥ । ରଥର ଉଚ୍ଚତା ୫୫ଫୁଟ, ପ୍ରସ୍ଥ ୧୭ଫୁଟ ୩ ଇଞ୍ଚ,ରାଥର ଦୈର୍ଘ୍ୟ ୨୧ ଫୁଟ ୩ଇଞ୍ଚ, ରଥରେ ୧୩ଟି ଥାକ ରହିଛି । ମାଙ୍କ ରଥରେ ମୋଟ ୮୯୮ ଖଣ୍ଡ କାଠ ଲାଗିଚି । ଏଥିରେ ସାରଥି ହେଉଛନ୍ତି ସ୍ୱଂୟ ବ୍ରହ୍ମା । ରଥ ପାଶ୍ୱର୍ରେ ନବ ଗ୍ରହ ବିରାଜମାନ । ସେହିପରି ରଥକୁ ସୁରକ୍ଷା ଦିଅନ୍ତି ମହାମାୟୀ ଓ ରଥର ଶକ୍ତି ହେଉଛନ୍ତି ବ୍ରହ୍ମଚାରିଣୀ । ରଥର ଆବରଣ କୃଷ୍ଣ-ଲୋହିତ ଓ ସ୍ୱତ । ରଥ ଉପର ପତକାରେ ସିଂହ ଚିହ୍ନଥାଏ । ରଥରେ ୨ଟି ଦୌଡ଼ି ଲାଗିଥାଏ । ଦୁଇଟି ଦୌଡ଼ିର ନାଁ ସ୍ୱର୍ଣ୍ଣଚୁନ ଓ ଶଙ୍କଚୂନ । ବିଶ୍ୱାସ ରହିଛି ନଅ ଦିନ ହେଉଥିବା ରଥଯାତ୍ରରେ ମାଙ୍କୁ ଦର୍ଶନ କଲେ ବହୁପୂନ୍ୟ ମିଳିଥାଏ ।

ମା ବିରଜା ଦୁର୍ଗା ରୂପରେ ପୂଜା ପାଆନ୍ତି । ମାଙ୍କ ମୂର୍ତ୍ତି ରେ ସିଂଙ୍ଘ ନଥିଲେ ମଧ୍ୟ ତାଙ୍କୁ ସିଂହବାହିନୀ ଦୁର୍ଗାରୂପେ ପୂଜା କରାଯାଏ ।

ଶାରଦୀୟ ପୂଜା ଅବସରରେ ମା ବିରଜାଙ୍କୁ ଦର୍ଶନ କରି କୋଟିପୂର୍ଣ୍ଣ ଲାଭ କରିବାକୁ ଭକ୍ତଙ୍କ ଭିଡ଼ ଜମେ ଏହି ସମୟରେ । ତେବେ କରୋନା କଟକଣା ଯୋଗୁଁ ଏଥର ବିନା ଭକ୍ତରେ ମାଙ୍କର ୯ଦିନ ରଥଯାତ୍ରା ଅନୁଷ୍ଠିତ ହେଉଛି ।

ସତର୍କ ରୁହନ୍ତୁ ଓ ଅନ୍ୟଙ୍କୁ ସୁରକ୍ଷିତ ରଖନ୍ତୁ…

{} ପ୍ରତିବର୍ଷ ଶୀତ ଋତୁ ଆରମ୍ଭରୁ ପିଲା ମାନଙ୍କ ଦେହରେ ଭାଇରାଲ ଫିଭର ହୋଇଥାଏ । ଯେହେତୁ କିଛି ଦିନ ପୂର୍ବରୁ ବର୍ଷା ହେଉଥିଲା ଫଳରେ ଏବେ ଅଧିକା ଥଣ୍ଡା ଜ୍ଵର ହେଉଛି।ହେଲେ ସବୁ ଥଣ୍ଡା ଜ୍ଵର କରୋନା ନୁହେଁ। ହେଲେ ଏହି ସମୟରେ ଶିଶୁଙ୍କ ଅଧିକ ଯନ୍ତ ନେବାର ଆବଶ୍ୟକତା ରହିଛି । ଏହାସହ ତୃତୀୟ ଲହରକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ନଥିବାରୁ ଏହାକୁ ଆମେ ତୃତୀୟ ଲହର କହିବା ଠିକ୍ ହେବନି । ପରିବାରର ମୁଖ୍ୟ ମାନେ ଅନେକ ସମୟରେ ବାହାରକୁ ଆସୁଛନ୍ତି।କିନ୍ତୁ କରୋନା କଟକଣା ପାଳନ କରୁ ନାହାନ୍ତି। ଫଳରେ ଏହା ଶିଶୁଙ୍କୁ ସଂକ୍ରମିତ କରୁଛି। ତେଣୁ ପାର୍ବଣ ସମୟରେ ସମସ୍ତଙ୍କୁ ଅନୁରୋଧ ଭିଡ଼ କୁ ଯାଆନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖନ୍ତୁ। ସତର୍କ ରହିଲେ କରୋନାକୁ ଦୂରେଇ ଦେଇହେବ ବୋଲି ଡିଏମଇଟି
ସିବିକେ ମହାନ୍ତି କହିଛନ୍ତି l

ରାଜଧାନୀରେ ଚିନ୍ତା ବଢ଼ାଉଛି ସଂକ୍ରମଣ…

{} ରାଜଧାନୀରେ ବଢୁଥିବ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର 40 ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦେଶକ । ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକ ମାନଙ୍କୁ ସଚେତନ କରାଇବା ସତେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ ଆମେ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି । କିପରି ଲୋକମାନେ ବାହାରେ ଗହଳି ନ କରିବେ, ଭିଡ଼ କୁ ରୋକି ହେବ ସେ ନେଇ ପ୍ଲାନ କରିବାକୁ ଆମେ ନିର୍ଦେଶ ଦେଇଛୁ । ଏହା ବାଦ ଆମେ ଲୋକମାନେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରୁଛୁ ସମସ୍ତେ ସଚେତନ ହୁଅନ୍ତୁ । ବାହାରେ ଅଯଥା ଗହଳି କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି l

କୋଭିଡ କାରଣରୁ ରାଜ୍ୟରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା…

{} କୋଭିଡ କାରଣରୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବଢିଛି । କିପରି ଏହାର ସମାଧାନ ହୋଇ ପାରିବ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ମାନସିକ ୟୁନିଟ ଗୁଡିକ ମାଧ୍ୟମରେ ମୋବାଇଲ ମେଣ୍ଟାଲ ହେଲ୍ଥ ୟୁନିଟ କରିଛୁ । ସେମାନେ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ ଏବଂ ଲୋକମାନଙ୍କୁ ମାନସିକ ସମସ୍ୟା ନିବାରଣ କରିବାକୁ ଚେଷ୍ଟା କରୁଥିଲେ । ମାନସିକ ରୋଗୀ ବିଭାଗରେ କଲ ସେଣ୍ଟର ମଧ୍ୟ କରିଥିଲୁ । ଏହି କାର୍ଯ୍ୟକ୍ରମ ପାଇଁ ଆମକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଏବେ ଏହି କାର୍ଯ୍ୟ କିପରି ଆଗକୁ ଆହୁରି ତ୍ୱରାନ୍ୱିତ ହୋଇପାରିବ ସେ ଦିଗରେ ବୈଠକ ମଧାମରେ ଆଲୋଚନା ହୋଇଛି । ଏଥିପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସ୍ୱତନ୍ତ୍ର ନିର୍ଦେଶ ଦିଆଯାଇଛି ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି l
ପାର୍ବଣ କୁ ଆଖି ଆଗରେ ରଖି ଆସନ୍ତା କାଲି ଠୁ ଟୁଇନ ସିଟିରେ କଟକଣା ଲାଗୁ କରାଯାଉଛି । ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରରେ ସଂକ୍ରମଣ ପୁଣି ଥରେ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି ଭାଇରସ କୁଆଡ଼େ ଜୀବନୀ ଏହା ରହିବ । ଆମେ ଆଶା କରୁଛେ ଭାଇରସ୍ ର ଭୟାବହତା କିପରି କମିଯିବ । ଆସନ୍ତା ତିନି ମାସ ଆମ ପାଇଁ ନିର୍ଣ୍ଣାୟକ । ଏହି ତିନି ମାସ ଆମକୁ ସତର୍କ ରହିବାକୁ ହେବ । ଏହି ତିନି ମାସରେ ପାର୍ବଣ ଋତୁ ହେଇଥିବାରୁ ଏହି ସମୟରେ ଏକାଠି ହେବାନି କି ଗହଳି ନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମେ ନିବେଦନ କରୁଛୁ । ସବୁ ପର୍ବ ପର୍ବାଣୀ ଘର ଭିତରେ ରହି ପାଳନ କରି ପାରିବା କିଛି ନିହାତି ଜରୁରୀ ନୁହେଁ ଯେ ଯାଇ କୌଣସି ମେଢ଼ ପାଖରେ ଗହଳି କରିବା । ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁ ନାହିଁ ।

ଓଡ଼ିଶାରେ ଆରମ୍ଭ ହେଲା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ

* ଓଡ଼ିଶାରେ ଆରମ୍ଭ ହେଲା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ।
* ଦୁର୍ଘଟଣା ବେଳେ, ନିଜ ଜୀବନକୁ ସନ୍ତର୍ପଣ ସହିତ ବାଜି ଲଗାଇ ଅନ୍ୟକୁ ଉଦ୍ଧାର କରିବାର ପ୍ରବଣତାକୁ ବଢ଼ାଇବା ଏହାର ଲକ୍ଷ୍ୟ !
* ଏବେ ମାନସ ବେହେରା ପାଇବେ ଏ ସମ୍ମାନ।
* ପୁରସ୍କାର ରାଶି ଏକ ଲକ୍ଷ ଟଙ୍କା।

{} ମହାନଦୀରେ ଗତ ସପ୍ତାହରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ବିଷୟରେ ଆପଣ ସମସ୍ତେ ଜାଣନ୍ତି। ଦୁଇଟି ଅମୂଲ୍ୟ ଜୀବନ ଆମକୁ ହରାଇବାକୁ ପଡିଛି ।
କିନ୍ତୁ, ଏ ଘଟଣାବଳୀ ଭିତରେ ଜଣେ ମହାନାୟକଙ୍କ ଆବିର୍ଭାବ ହୋଇଛି। ଯିଏ, ନିଜର ଜୀବନକୁ ବାଜି ଲଗାଇ, ଅତି ସାହସିକ ପଦକ୍ଷେପ ନେଇ, ଆଖିପିଛୁଳାକେ ନିଜ ଜୀବନକୁ ଖାତିର ନ କରି, ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସେ ମହାନାୟକଙ୍କୁ ବି ଆପଣମାନେ ସମସ୍ତେ ଜାଣନ୍ତି । ସେ ହେଲେ ଶ୍ରୀମାନ ମାନସ ବେହେରା। ବିଦେଶରେ ଏ ଘଟଣାର ଦୃଶ୍ୟ ଗଣମାଧ୍ୟମରେ ଦେଖିବା ପରେ, ତାଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା ଓ ସମ୍ମାନ ଜଣାଇ ନତମସ୍ତକ ହେଉଛି। ଏହା ଏକ ଅତି ବିରଳତମ ଘଟଣା !! ଜଣେ ଯୁବକ ନିଜ ଅଦମ୍ୟ ଉଦ୍ୟମରେ ଅକାତକାତ ପାଣି ଭିତରେ ବୁଡି ଯାଉଥିବା ଅଚିହ୍ନା ଲୋକଙ୍କୁ ଉଦ୍ଧାର କରିଛନ୍ତି। ଅସମ୍ଭବ ପ୍ରକାରର ତାଙ୍କ ସାହସ ! ନିଜକୁ ବିପଦ ଭିତରକୁ ଠେଲି, ଅନ୍ୟକୁ ମରଣ ମୁହଁରୁ ବଞ୍ଚାଇବାର ପ୍ରୟାସ ଓ ମାନସିକତା କୁ ସମ୍ମାନ ଜଣାଇବାକୁ ଯାଇ, ଏବେଠୁ ଓଡ଼ିଶାରେ ଆରମ୍ଭ ହେଲା; “ସୁଭାଷ ଚନ୍ଦ୍ର ବୋଷ; ସାହସୀ ସମ୍ମାନ”। ଓଡ଼ିଶାରେ ଯେତେବେଳେ କୌଣସି ବ୍ୟକ୍ତିବିଶେଷ, ଏକ ବିରଳ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ସହିତ ଲଢ଼ୁଥିବେ ଓ କୌଣସି ବ୍ୟକ୍ତି ନିଜ ଜୀବନକୁ ସନ୍ତର୍ପଣ ସହିତ ବାଜି ଲଗାଇ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବେ, ସେ ପାଇବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସୀ ସମ୍ମାନ।ନିଜର ସମ୍ପର୍କୀୟ ନ ହୋଇଥିବା ଯେକୌଣସି ବ୍ୟକ୍ତି, ଆକସ୍ମିକ ବିପଦରେ ପଡ଼ି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସମୟରେ, ନିଜ ଜୀବନକୁ ସନ୍ତର୍ପଣ ସହିତ ବିପଦରେ ପକାଇ ସାହାଯ୍ୟ କରିବାର ପ୍ରବଣତା ବଢ଼ାଇବା ଏ ସମ୍ମାନର ଲକ୍ଷ୍ୟ।ଏବଂ ଏ ସମ୍ମାନ ପାଉଥିବା ବ୍ୟକ୍ତି ଏକ ଲକ୍ଷ ଟଙ୍କା ପୁରସ୍କାର ପାଇବେ।

ଏ କି ବଂଚିବା…

() ଜୀବନ ସବୁବେଳେ ସଂଘର୍ଷମୟ । ଜୀବନଟା ଲମ୍ବା ନୁହେଁ, ବଂର ମହତ୍ୱ ହେବା ଦରକାର । ଅଧିକ ବର୍ଷ ବଂଚି ରହିବା ଯେତିକି ଗୁରୁତ୍ୱ ନୁହେଁ, ସମାଜ ପାଇଁ କିଛି ଭଲ କାମ କରି ସଭିଁଙ୍କ ହୃଦୟ ଜିଣିବା ହେଉଛି ସବୁଠାରୁ କନିଷ୍ଠ ପରୀକ୍ଷା । ମୁଁ ନୁହେଁ, ଆମେ ନୀତିକୁ ଗ୍ରହଣ କରିବା ଓ ମାନବସେବା ହିଁ ମାଧବସେବା ଏହି ଭାବନା ମନରେ ରହିବା ଦରକାର । ତାହାହଲେ ଆମ ଜୀବନ ସୁଖି ଓ ସରଶ ଓ ସାର୍ଥକ ବୋଲି ଆମେ କହିପାରିବା ।

ଜୀବନ ସଂଗ୍ରାମରେ ଅନେକ କଥା କହିହୁଏ । ଅନ୍ୟକୁ ବହୁତ କଥା ପରାମର୍ଶ ଦେଇହୁଏ । ଅନେକ ପରିବର୍ତ୍ତନ ଆଣିବା ପାଇଁ ଭାଷଣ ବାଜି ବି କରିହୁଏ ।ବାହାଦୁରୀ ପଣ ମଧ୍ୟ ଦେଖାଇ ହୁଏ । କିଛି ନକରି ପ୍ରଚାର ଓ ପ୍ରସାର ମଧ୍ୟ ଭଲଭାବରେ କରି ହୁଏ । ହେଲେ ଏସବୁ ରେ କଣ ଥାଏ ଶାନ୍ତି ଓ ତୃପ୍ତି । ଲୋଭ,ମୋହ,ମାୟା ଜାଲ ଛଡ଼ା ଏହା ଆଉ କିଛି ନୁହେଁ । ତେବେ ବଂଚିବା କେମିତି । କଣ କଲେ ଆତ୍ମ ତୃପ୍ତି ମିଳିବ ଓ ଜୀବନ ସାର୍ଥକ ହେବ । ଏହାର ସହଜର ଉତ୍ତର ନିଜେ ଖୁସିରେ ବଂଚ ଓ ଅନ୍ୟକୁ ଖୁସିରେ ବଂଚିବାକୁ ଦିଅ ।

ସେଦିନ ସକାଳେ ସୁଦୀପ୍ତ ଏକଥା ଭାବି କିଛି ସମୟ ନିରବ ରହିଲା । ମନେ ମନେ ବିଚାର କଲା ମୁଁ କଣ କରୁଛୁି ଓ କଣ କରିବା ଦରକାର । ଏହାର ବାଛ ବିଚାର କରିବା ପରିବର୍ତ୍ତେ ସକାଳୁ ରାତି ଯାଏ ସେ ନିଜ କାମର ସମୀକ୍ଷା କଲା । ୨୪ ଘଣ୍ଟାରେ ସେ ନିଜ ପାଇଁ କେତେ ସମୟ ଦେଉଛି । ନିଜ ପାଇଁ ଅର୍ଥାତ ନିଜର ଶରୀର, ନିଜ ପରିବାର, ନିଜର ଚାକିରୀ ଓ ନିଜ ସ୍ୱାର୍ଥ ସହ ଜଡ଼ିତ ଥିବା ବିଭିନ୍ନ କାମ କରୁଛି ସେ । ଭଲ ରୋଜଗାର କରୁଛି, ପରିବାର ସହ ରହୁଛି , ସାଙ୍ଗସାଥିଙ୍କ ସହ ସମୟ କଟାଉଛି ଓ ସବୁ ସୁଖ ମଧ୍ୟ ପାଉଛି । ଭଗବାନ ତାକୁ କେଉଁଥୀରେ ଅଭାବ କରିନାହାନ୍ତି । ହଲେ ଅଭାବ କେବଳ ଏମିତି ଯେ ସେ ନିଜ ପରିବାର, ନିଜର ସାଙ୍ଗସାଥୀ , ପଡ଼ୋଶୀ ଛାଡିଦେଲେ ଆଉ କାହା କଥା କେବେ ଚିନ୍ତା କରିନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ଆପେ ବଂଚିଲେ ବାପାର ନାଁ ସେହି ନୀତିରେ ତାର ଜବୀନ କଟୁଛି ।

ହେଲେ ସେଦିନ ସକାଳେ ସୁଦୀପ୍ତ ଦେଖିଲା ଯେ ଜଣେ ପାଗଳ ଗୋଟେ ଚା ଦୋକାନରେ ଖାଇବା ପାଇଁ ଆଉଟ ପାଉଟ ହେଉଥିଲା, ଗୁହାରୀ କରୁଥିଲା ପାଉଁରୁଟି ଟିଏ ଖାଇବା ପାଇଁ । ଚା ଦୋକାନି ବି ଭାରୀ ଦୟାଳୁ ସେ କାଳ ବିଳମ୍ବ ନକରି ପାଗଳକୁ ବିନା ପଇସାରେ ପାଉଁରୁଟି ଟିଏ ଦେଲା । କିଛି ବାଟ ଯାଇଁ ପାଗଳଟି ରାସ୍ତା କଡ଼ରେ ଶୁଖିଲା ପାଉଁରୁଟି ଖାଇଲା । ହଠାତ ଗୋଟିଏ କୁକୁର ତା ପାଖରେ ପହଞ୍ଚିଲା । ପାଗଳଟି ଆଉ ନିଜେ ପାଉଁରୁଟି ନଖାଇ କୁକୁରକୁ ପାଉଁରୁଟି ଦେଲା ଖାଇବା ପାଇଁ । ଏହା ଦେଖି ସୁଦୀପ୍ତ ଆଶ୍ଚର୍ଯ୍ୟ ହେଲା । ଭୋକିଲା ପାଗଳଟି ନିଜେ ନଖାଇ କୁକୁରକୁ ଖାଇବାକୁ ଦେବା ଘଟଣାକୁ ସେ ହାଲକା ଭାବେ ନେଲା । ଭାବିଲା ପାଗଳଟା କଣ ଜାଣିପାରୁଛି ପାଉଁରୁଟି ତାର ଆବଶ୍ୟକ ନା କୁକୁରର । ଏମିତି ସେ ବଂଞ୍ଚୁଛି । ସବୁଜାଣି , ସବୁ ଥାଇ ଯଦି କାହା ପ୍ରତି ଦାୟା ନାହିଁ, ପ୍ରେମ ନାହିଁ, ଭଲପାଇବା ନାହିଁ, ସହଯୋଗ ନାହିଁ, ସମାଜ ସେବାରେ ମନନାହିଁ , ଆଧ୍ୟ୍ୟତ୍ମିକ ଭାବନା ନାହିଁ , ତାହାଲେ ତା ଯିଏ ନାହିଁ ସିଏ କହିବ ‘ ଏ କି ବଂଚିବା’ …

ଦାବି ନେଇ ପ୍ରଣବଙ୍କୁ ଭେଟିଲା ଓୟୁଜେ ଯାଜପୁର ଟିମ ….

()ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିମାନଙ୍କ ପାଇଁ ରାଜ୍ୟ ସରକାର ଅନେକ କଲ୍ୟାଣମୂଳକ ଯୋଜନା ହାତକୁ ନେଇଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମା ରାଶି କୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି ସହ ରାଜ୍ୟ ରେ ଅବସର ପ୍ରାପ୍ତ ସାମ୍ବାଦିକଙ୍କୁ ତୁରନ୍ତ ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି କରିଛି ଯାଜପୁର ଓୟୁଜେ l ଏହି ମର୍ମରେ ଆଜି ଯାଜପୁର ଶାଖାର ଓୟୁଜେ ପ୍ରତିନିଧି ମଣ୍ଡଳ ଯାଜପୁର ଠାରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଭେଟି ଆଲୋଚନା କରିଛନ୍ତି l ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଦେଇଛନ୍ତି l

ପୂର୍ବରୁ ଓୟୁଜେର ଦାବୀ ପରେ ରାଜ୍ୟ ସରକାର ସାମ୍ବାଦିକ ଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ଟୀକା ପ୍ରଦାନ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରତିନିଧି ଦଳ । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପରାମର୍ଶ କ୍ରମେ ପ୍ରଣବଙ୍କୁ ଯାଜପୁର ଟିମ୍ ଭେଟି ଆଲୋଚନା କରିଥିଲେ l ଯାଜପୁର ସଭାପତି ଆଦିତ୍ୟ ମେକାପ,ରାଜ୍ୟ ଟ୍ରିବୁନାଲ ଅଧ୍ୟକ୍ଷ ରାଜୀବ ମହାନ୍ତି,ଉପସଭାପତି ଅଭୟ ପତି,ତପନ ମହାନ୍ତି,ସୁରେନ୍ଦ୍ର ସାହୁ,ରଞ୍ଜିତ ଦାସ,ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ଦାବି ଜଣାଇଥିଲେ l

Follow us

20,832FansLike
0FollowersFollow
14,700SubscribersSubscribe

Latest news