ପୂଜା ଆସୁଛି …

() ସଂକ୍ରମଣ କମିଛି । କଟକଣା ବି କୋହଳ ହୋଇଛି । ଦେଢବର୍ଷ ପରେ ପୂଜା ମାହୋଲ ବି ଆରମ୍ଭ ହୋଇଛି । ବିଧି ଅନୁସାରେ ପୂଜା କରିବା ପାଇଁ ସରକାର ବି ଅନୁମତି ଦେଇଛନ୍ତି । ଶାରଦୀୟ ପୂଜାକୁ ନେଇ ସବୁ ସ୍ତରରେ ବି ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ପୂଜାକୁ ନେଇ ବେଶୀ ଉତ୍ସାହ ନଥିଲେ ମଧ୍ୟ ସଭିଁଙ୍କ ମନର ଉକଣ୍ଠା ବହୁତ । ଆଉ ତାହାରି ଭିତରେ ମା ଧରାପୃଷ୍ଠକୁ ଓହ୍ଲାଇଆସିବେ ବିଶ୍ବର ମଙ୍ଗଳପାଇଁ । ପୂଜାକୁ ନେଇ ସଭିଁଙ୍କ ମନରେ ଖୁସି ଆଉ ଖୁସି ।

ପ୍ରଥମେ ପ୍ରଥମେ ସଭିଁଙ୍କ ମନରେ ଗୋଟେ ପ୍ରଶ୍ନ ଉଠୁଥିଲା ଏଥର ପୂଜା ସ୍ବାଭାବିକ ଭାବେ ହେବ କି ନାହିଁ । ଯଦି ହେବ ତାହାଲେ ତୋରଣ,ମେଳା, ମହୋତ୍ସବ ଓ ସାଂସ୍କୃତିକ କାଯ୍ୟକ୍ରମ ପାଇଁ ଅନୁମତି ମିଳିବ କି ନାହିଁ । ଯେହେତୁ ସଂକ୍ରମଣ କମିଛି ତେଣୁ ଅନେକ ଦାବି କରୁଥିଲେ ପୂଜା ସ୍ବଭାବିକ ଭାବେ ହେଉ । ହେଲେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଭାବି ରାଜ୍ୟ ସରକାର ପୂଜାରେ କେତେକ କଟକଣା ଜାରି କଲେ । ପ୍ରଥମେ ଏହାକୁ ଲୋକେ ବିରୋଧ କରୁଥିଲେ ମଧ୍ୟ ପରେ ସରକାରଙ୍କ ନିଷ୍ପତିକୁ ସ୍ବାଗତ କଲେ ।

କଟକର ଭବାନୀ  କିନ୍ତୁ ଗାଁରେ ଛକରେ ପୂଜାକୁ ନେଇ ହେଉଥିବା ଯୁକ୍ତିରେ ସବୁବେଳେ ଆଗଭର ହୋଇ କହୁଥାଏ । ଭବାନୀର ଯୁକ୍ତି ହେଉଛି ଦଶହାରା ଯେମିତି ପ୍ରତିବର୍ଷ ହୁଏ ଏଥର ସେମିତି ହେଉ । ପୂଜା ଛୁଟିରେ ବୁଲିବାକୁ ଆସୁଥିବା ପଦାରେ ଥିବା ତାହାର ଘନିଷ୍ଠ ବନ୍ଧୁମାନେ ଆସନ୍ତୁ । ସେଥିରେ ସେ ଖୁସି । ଭବାନୀର ଯୁକ୍ତିର ଅସଲ ରହସ୍ୟ ଅଭିନାଶ ସେଦିନ ଗାଁ ଖଟିରେ ସଭିଁଙ୍କ ଆଗରେ କହିଦେଲା । କହିଲା ଜାଣିନକି ମନୁଭାଇ, କାହିକିଁ ଭବାନୀ ପୂଜା ଧୁମଧାମରେ ହେବା ପାଇଁ ଯୁକ୍ତି ବାଢୁଛି । କାରଣ ପୂଜା ହେଲେ ସିନା ତାହାର ମନର ମଣିଷ ଆସିବ ।

ଭବାନୀ ଓ ପୂଜା । ଗୋଟେ କ୍ଲାସରେ ପଢନ୍ତି । ସ୍କୁଲ ବେଳରୁ ଉଭୟ ଉଭୟଙ୍କୁ ଭଲସେ ଜାଣନ୍ତି l ତାଙ୍କର ବନ୍ଧୁତା ଏତେ ବଢିଚାଲିଲା ଯେ ଦିନକୁ ଦିନ ଉଭୟ ପରସ୍ପରକୁ ଭଲପାଇ ବସିଲେ । କଲେଜ ପଢା ସରିବା ପରେ ପୂଜା ଉଚ୍ଚଶିକ୍ଷା ପାଇଁ ସହରକୁ ପଳାଇଆସିଲା । ରାଜଧାନୀ ଭୁବନେଶ୍ବରରେ ସେ ପାଠ ପଢୁଛି । ମହାମାରୀ କରୋନା କଟକଣା ପାଇଁ ଗଲା ବର୍ଷ ଦଶହରାକୁ ପୂଜା ଆସିନଥିଲା । ସଂକ୍ରମଣ ଭୟରେ । ହେଲେ ଏଥର ସଂକ୍ରମଣ କମିଛି, ବିଧି ଅନୁସାରେ ତା ଗାଁରେ ଦଶହାରା ହେଉଛି । ପୂଜାର ବାପା ସେଦିନ ଚା ଖଟିରେ କହୁଥିଲେ ଏଥର ଦଶହାରା ଛୁଟିରେ ଆମ ପୂଜା ଘରକୁ ଆସିବ । ଏକଥା ଶୁଣି ଭବାନୀ ମନରେ ଖୁସି କହିଲେ ନସରେ । ଦେଢବର୍ଷ ପରେ ପୂଜା ସହ ତାହାର ଦେଖାହେବ । କେତେକଣ ଗପିବ । ପୂଜାକୁ କଣ ଉପହାର ଦେବ ତାହା ବି ଭବାନୀ ସ୍ଥିର କରିସାରିଛି । ସବୁଦିନ ଭବାନୀ ଦିନ ଗଣୁଥାଏ କ୍ଲାସ ଛୁଟି ତାରିଖକୁ । ମନେମେନ ଗୋଟେ କଥା ଭବାନୀ ଭାବୁଥାଏ ତା ମନରେ ଥିବା ସବୁକଥା କହିଦେବ ।ପୂଜା ତ ତାକୁ ଭଲପାଏ , ତେଣୁ କହିବାରେ ଅସୁବିଧା କେଉଁଠି । ଏମିତି କେତେ କଣ ଭବାନୀ ଭାବୁଥିବା ସମୟରେ ଭବାନୀକୁ କିଏ ଜଣେ ଫୋନ କରି କହିଲା କାଲିଠୁ ପୂଜାଛୁଟି ଆରମ୍ଭ …ବାସ ….

ପୁରୀ ଜିଲ୍ଲା ର ଏଗାର ବ୍ଲକ ପାଇଁ ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

() ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା smart health card

ପୁରୀ ଜିଲ୍ଲା ର ଏଗାର ବ୍ଲକ ପାଇଁ ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାର ୩ ଲକ୍ଷ ୬୪ ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ

ବିକାଶ କାମରେ ସମର୍ଥନ ପୁରୀ ଜିଲ୍ଲା ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମଗିରି ଠାରେ ପୁରୀ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ମାଲକାନଗିର, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ହିତାଧିକାରୀ ମାନେ ବିନା ଖର୍ଚ୍ଚରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲାର ଜନସାଧାରଣ ଆମର ବିକାଶ କାର୍ଯ୍ୟକ୍ରମକୁ ସବୁବେଳେ ଦୃଢ ସମର୍ଥନ ଦେଇ ସରକାରଙ୍କ ହାତମୁଠାରୁ ଟାଣ କରିଛନ୍ତି। ସେଥିପାଇ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲାବାସୀଙ୍କ ସ୍ନେହ ଓ ଆଦରକୁ ପାଥେୟ କରି ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଜିଲ୍ଲାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ଫ୍ଲାଗ୍‌ସିପ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ ପବିତ୍ରଧାମ ପୁରୀର ବିକାଶ ହେଉଛି ଆମର ପବିତ୍ର ଦାୟିତ୍ବ । Drink from Tap କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ପୁରୀର ଜନସାଧାରଣ ଟ୍ୟାପ୍‌ରୁ ସିଧାସଳଖ ଫିଲଟର ମାନର ପାଣି ପାଇପାରୁଛନ୍ତି। ଏଭଳି ସୁବିଧା ପାଇବାରେ ପୁରୀ ହେଉଛି ସାରା ଦେଶରେ ପ୍ରଥମ ଏବଂ ପୁରୀବାସୀ ଲଣ୍ଡନ, ନିଉୟର୍କ ଭଳି ସହରର ଲୋକଙ୍କ ଭଳି ସୁବିଧା ପାଉଛନ୍ତି ବୋଲି ସେ କହିଥିଲେ ।ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭୂମି ପୂଜା କରିଥିଲେ ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ସାସଦ ଶ୍ରୀ ପିନାକୀ ମିଶ୍ର ତାଙ୍କ ଭାଷଣରେ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟ ସରକାର ଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର smart health card ରୁ କିପରି ଅଧିକ ସୁବିଧା ମିଳୁଛି ତା ଉପରେ ଆଲୋକପାତ କରିଥିଲେ ।ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା, ସ୍ବାଗତ ଭାଷଣ ଦେଇଥିଲେ । ଓ ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ସମସ୍ୟା ଉପରେ ଆଲୋକପାତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ।ଜଗତସିଂହପୁର ସାସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ

ଓଡ଼ିଶା ପାଇଁ ଗର୍ବ ଆଣିଲେ ସମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି….

() ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ସଭାପତି ତଥା ବରିଷ୍ଠ ସାମ୍ୱାଦିକ ପ୍ରସନ୍ନ କୁମାର ମହାନ୍ତି ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଭାରତ ସରକାରଙ୍କ ଅଧିନରେ ଥିବା ଏହି ସଂସ୍ଥାର ଏକ ସ୍ୱତନ୍ତ୍ର ମର୍ଯ୍ୟଦା ରହିଛି। ପ୍ରିଣ୍ଟ ମିଡିଆ ବିରୋଧରେ ଆସୁଥିବା ବିଭିନ୍ନ ଅଭିଯୋଗର ବିଚାର କରିଥାଏ କାଉନସିଲ୍ ଅଫ୍ ଇଣ୍ଡିଆ। ଶ୍ରୀ ମହାନ୍ତି ପିସିଆଇର ସଦସ୍ୟ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ।

ମୁହଁ ଖୋଲିଲେ ନିରଂଜନ…

() ନିଜ ଇସ୍ତଫା ନେଇ ବହୁ ଦିନ ପରେ ମୁହଁ ଖୋଲିଲେ ପିସିସି ସଭାପତି ନିରଂଜନ ପଟନାୟକ। ଆମ ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ ବିଜେଡି ଦଳ ଭଳି।ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଭିତର କଥା।ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି କିନ୍ତୁ ଚିଠିରେ କଣ ଲେଖିଛି ସେ କଥା ଗଣମାଧ୍ୟମକୁ କହିବି ନାହିଁ ।AICC କିଛି ନିଷ୍ପତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି। ଯେଉଁ ପ୍ରଯ୍ୟନ୍ତ ସଭାପତି ଅଛି ନେତୃତ୍ୱ ନେଉଥିବୀ। ବହୁ ଦିନ ହେବ ସଭାପତି ରହିଲିଣି ପରିବର୍ତ୍ତନ ହେଇପାରେ। ମୋ ପରେ ମଧ୍ୟ ବହୁତ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି ସଭାପତି ହେବା ପାଇଁ,ମତେ ଏଆଇସିସି ପଚାରିଲେ ମତାମତ ଦେବୀ। କର୍ମୀ ହତାଶ ହେବାର କାରଣ ନାହିଁ,ମୁଁ ସଭାପତି ଥିଲା ଯାଏଁ କଂଗ୍ରେସ କୁ ଦୁର୍ବଳ ହେବାକୁ ଦେବି ନାହିଁ।
ବାଇଟ୍- ନିରଞ୍ଜନ ପଟନାୟକ, ପିସିସି ସଭାପତି

ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗ ନେଇ କଂଗ୍ରେସ ନେତା ଶରତ ରାଉତଙ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି…

() ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗ । କଂଗ୍ରେସ ନେତା ଶରତ ରାଉତଙ୍କ ପ୍ରତିକ୍ରିୟା। ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ। ସେ କଥା କେବଳ ନିରଞ୍ଜନ ହିଁ କହି ପାରିବେ। ଦେବେ ନଦେବେ ସ୍ପଷ୍ଟ କରିବା ଦରକାର। ଏ ନାଟକ ବଂଦ କରନ୍ତୁ। ଲୁଚଖେଳ ଖେଳିବା ଉଚିତ ନୁହେଁ କାହିଁକି ନା ଏହାର ଏକ ନେଗେଟିଭ୍ ପ୍ରଭାବ ପଡ଼ିବ କର୍ମୀଙ୍କ ଉପରେ, ଦଳର କ୍ଷତି ହେବ। ସଭାପତି ନହେଲେ ତାଙ୍କ ମିଡ଼ିଆ ଟିମ କିମ୍ଭା ମୁଖପାତ୍ର ସ୍ପଷ୍ଟ କରନ୍ତୁ। କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି।
ବାଇଟ୍-ଶରତ ରାଉତ, ବରିଷ୍ଠ କଂଗ୍ରେସ ନେତା

ପିସିସି କଳି ନେଇ କିଏ କଣ କହିଲେ ପଢ଼ନ୍ତୁ…

() ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା। ଯଦି ନିରଞ୍ଜନ ଇସ୍ତଫା ଦେଇଛନ୍ତି ତେବେ ସ୍ପଷ୍ଟ କରନ୍ତୁ । ଲୁଚକାଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।

ବାଇଟ୍- ସୁରେଶ କୁମାର ରାଉତରାୟ
କଂଗ୍ରେସ ବିଧାୟକ

ହାଇସ୍କୁଲ ରୂପାନ୍ତରଣ ଦ୍ଵିତୀୟ ପର୍ଯ୍ୟାୟରେ ସାମିଲ ହେବେ 3ହଜାରରୁ ଅଧିକ ସ୍କୁଲ….

{}ହାଇସ୍କୁଲ ରୂପାନ୍ତରଣ ଦ୍ଵିତୀୟ ପର୍ଯ୍ୟାୟରେ ସାମିଲ ହେବେ 3ହଜାରରୁ ଅଧିକ ସ୍କୁଲ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍କୁଲ ଶିକ୍ଷାକୁ ଅଧିକ ଫୋକସ ଦିଆଯାଉଛି। କାରଣ ଏହି ଛାତ୍ରଛାତ୍ରୀ ଆଗାମୀ ଦିନରେ ବିକଶିତ ଓଡ଼ିଶା ପାଇଁ ନେତୃତ୍ୱ ନେବେ। ପ୍ରଥମ ପର୍ଯ୍ୟାୟ ପରି କାମ ଦ୍ଵିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଛି। ଆଗକୁ ଏହି ଅଭିଯାନ ଜୋରଦାର କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ସମୀର ରଞ୍ଜନ ଦାଶ କହିଛନ୍ତି l

ଇ-ଭେହିକିଲ ର କାର୍ଯ୍ୟକ୍ଷମ କୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା..

() ସକ୍ରାପ ପଲିସି ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା। କେନ୍ଦ୍ର ସରକାର ଏପ୍ରିଲ ରୁ ଲାଗୁ ହେବ ବୋଲି କେନ୍ଦ୍ର ପଲିସି କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିସ୍ପତି ହୋଇନି। ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ।ଯଦି ଗାଡି ଠିକ ଥିବ ହେଟେଇବା କଷ୍ଟ। ଫିଟନେସ ଥିବା ଗାଡି ଚାଲିବ। ପଞ୍ଜିକରଣ କରି ଗାଡି ଚାଲିପାରିବ। ସକ୍ରାପ ପଲିସି ଦ୍ୱାରା ଲୋକ କ୍ଷତିରେ ପଡିବେ। ପଲିସି ଦ୍ୱାରା ଲୋକ କଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି। ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିସ୍ପତି ନେଇନି। କେତେ ପୁରୁଣା ଗାଡି ଅଛି ବିଭାଗ ତଥ୍ୟ ଦାଖଲ କରୁଛି।
ବାଇଟ-ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ
ଇ ଭେହିକିଲ କାର୍ଯ୍ୟକ୍ଷମ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଯିଏ ଇ ଭେହିକିଲ କିଣିବ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ନୂଆ ଆଇନ ଆସିବା ପରେ ନିସ୍ପତି ହୋଉଛି। ଚରଜିଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଭାଗୀୟ ଆଲୋଚନା ଚାଲିଛି। ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚରଜିଙ୍ଗ ଷ୍ଟେସନ ପ୍ରତିଷ୍ଠା କରାଯିବ ସେ ନେଇ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିସ୍ପତି ନିଆଯିବ।

ତାମିଲନାଡୁ ମଡେଲ ଆପଣେଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା। ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ତତ୍ପରତା ପ୍ରକାଶ କରୁଛନ୍ତି। ଆଗକୁ କରିବେ ମଧ୍ୟ। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ। ଦୁର୍ଘଟଣା ପରେ କିପରି ଲୋକଙ୍କୁ ତତକ୍ଷଣାତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯାଉଛି। ଦୁର୍ଘଟଣା ହାର ହ୍ରାସ ପାଇଁ ସଡକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।

ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି…

() ଭୁବନେଶ୍ୱର ଯେଉଁ ଜାଗାରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ l ପୂର୍ବରୁ କିଛି ଜାଗାରେ ସଂକ୍ରମଣ ବଢିବା ପାଇଁ,ଲୋକ ମାନଙ୍କ ହିତ ଦୃଷ୍ଟି ରୁ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା l 7ଦିନ ହେଲାଣି ସଂକ୍ରମଣ ଉପରେ ତଳ ହେଉଛି l ମାତ୍ର କିଛି ସଂକ୍ରମଣ ଭୁବନେଶ୍ୱର ରେ ବଢିଛି l ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରୁଛି l
କହିଛନ୍ତି ଡିଏମଇଟି ସିବିକେ ମହାନ୍ତି l ସେହିପରି ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟୀକାକରଣ ହୋଇଛି। ପ୍ରଥମ ଡୋଜ ୨ କୋଟି ୩୦ ଲକ୍ଷ ଏବଂ ଦିତୀୟ ଡୋଜ ୯୧ ଲକ୍ଷ ଟୀକାକରଣ କରାଯାଇଛି। ଯେଉଁ ମାନଙ୍କର ଦିତୀୟ ଡୋଜ ଟୀକା ନର୍ବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ ଦିଆଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। । ସ୍ୱାସ୍ଥ୍ୟ କର୍ମୀ,ଆଶା,ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟୀକାକରଣ ପାଇଁ ପ୍ରୟାସ କରାଯାଉଛି। ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟୀକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟୀକାକରଣ ପାଇଁ ଟାର୍ଗେଟ ରହିଛି । ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଲକ୍ଷ ରଖାଯାଇଛି।
ଭିନ୍ନକ୍ଷମ, ବୟସ,ସର୍ଜୟସାୟୀ ବ୍ୟକ୍ତିଙ୍କୁ ଘରେ ଟୀକା ଦିଆଯିବା ନେଇ ଜିଲ୍ଲା ସ୍ତରର ପ୍ରୟାସ ଆରମ୍ଭ ହୋଇଛି ।ଜିଲ୍ଲା ସ୍ତରରେ ହେଲ୍ପଳାଇନ ନମ୍ବର କରାଯାଇଛି। ସେମାନେ ପବ୍ଲିଶ କରିବେ। ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟୀକାକରଣ କରାଯିବ। ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।ପୂର୍ବରୁ ଘର ପାଖରେ ଟୀକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି। ଯେଉଁ ମାନେ ମୋଟ ଟୀକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି କେବଳ ସେମାନଙ୍କୁ ଘରେ ଟୀକା ଦିଆଯିବ। ଗୋଟିଏ ଡୋଜ ନେଲେ ପୂର୍ଣ ରୂପରେ ସୁରକ୍ଷିତ ନୁହେଁ। ତେଣୁ ଦିତୀୟ ଡୋଜ ନେବା ଜରୁରୀ। ବିଳମ୍ବ ହେଲେ ବି ଦିତୀୟ ଡୋଜ ନେବା ଜରୁରୀ।

ବିଜୟା ରଥରେ ବିରାଜମାନ କଲେ ମା ବିରଜା : ବିନା ଭକ୍ତରେ ଗଡିଲା ମାଙ୍କ ବିଜୟା ରଥ….

() ପବିତ୍ର ଦୁର୍ଗୋସବ  ଅବସରରେ ଆଜି ସଂଧ୍ୟାରୁ  ମା ବିରଜା ଙ୍କ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଛି। ସଂଧ୍ୟାରେ ରଥ ପ୍ରତଷ୍ଠା କାର୍ଯ୍ୟ ସମାପନ କରାଯାଇ ବିନା ଭକ୍ତରେ ମାଙ୍କ  ରଥ  ଟଣା ଉତ୍ସବ ଶେଷ ହୋଇଛି।  ଏହି ଅବସରରେ ୯ ଦିନ ଧରି ଗଡିବ  ବିରଜାଙ୍କ ରଥ । ସେଥିଲାଗି ଅପରାହ୍ନ ରେ ଯଜ୍ଞ ମଣ୍ଡପ ରେ ପୁଜାର୍ଚନା ଓ ରଥ ପ୍ରତିଷ୍ଠା  ପରେ ଦେବୀ ଙ୍କ ଚଳନ୍ତି ପ୍ରତିମା ରଥାଋୁଢ ହୋଇଥିଲା।  ଏହି ନବଦିନ ରଥଯାତ୍ରା ରେ ମା ରଥରେ ବସି   ଦିନକୁ ଥରେ ୪ ଟା ରୁ ମନ୍ଦିର ପରିକ୍ରମା କରିବେ । ଏଥିଲାଗି ଆଜି ଠାରୁ ୧୩ ତାରିଖ ଯାଏ ୧୪୪ ଧାରା ଜାରି କରି ରଥଯାତ୍ରାକୁ ତଦାରଖ କରିଛି ଜିଲ୍ଲା ପ୍ରଶାସନ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news