ସେ ଏମିତି ଥିଲା …

() .ଶୀତୁଆ ସଂନ୍ଧ୍ୟାରେ ହଠାତ ଏକ ଘରୋଇ କମ୍ପାନୀର ଏମଡ଼ି ମନୀଷ ବାବୁ ଓ ଏକ ଟିଭି ଚ୍ୟାନେଲର ଏଡ଼ିଟର ଅଭିନାଶଙ୍କ ଦେଖାହୋଇଗଲା   ।  ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ  ଆଶା କରାଯାଉଥିଲା ଅନେକ ଗୁରୁତ୍ବପୂଣ୍ଣ ଆଲୋଚନା ହେବ  ।  ହେଲେ ଦେଖାଗଲା ଦାମୀ କାରରୁ ଓଲ୍ହାଇ ମନୀଷ ବାବୁ ଅଭିନାଶକୁ ମୁଥା ମାରିଲେ , ଚିମୁଡ଼ି ଦେଲେ  ଓ କୁଣ୍ଡାଇ ପକାଇ  ହସସହ ମୁହଁରେ ଏକ ମିନିଟରେ କେତେକଣ କହିଦେଲେ  । ଆଉ ଫେରିଗଲେ ୧୦ବର୍ଷ ତଳର ସେହି ମନୀଷ ଓ ଅଭିନାଶ ସ୍କୃତିକୁ ..

ନୂଆନୂଆ ଚାକିରୀ  ।   ଢେର ରାତି ଯାଏ କାମ କରିବାକୁ ପଡ଼ୁଥିଲା  । ଡିଉଟି ଟାଇମ ବୋଲି କିଛି ନଥିଲା  ।  ନିଜ କାମ ସାରି ସିନିୟର ମାନଙ୍କ କାମ କରିବାକୁ ପଡ଼ୁଥିଲା  ।  ଆଉ ତାହାରି ଭିତରେ ହଠାତ ଗାଏବ ହୋଇଯାଉଥୀଲେ ଉଭୟ  । ରେଳଷ୍ଟେସନ, ମାର୍କେଟ, ସିନେମା ହଲ, ଓ  ମହିଳା ହଟେଲ  । ଯେଉଁଠିକୁ ଇଚ୍ଛା ହେଉଥିଲା ସେଠାକୁ ଛୁଟୁଥଲା  ପୁରୁଣା ହିରୋହଣ୍ଡା ଗାଡ଼ି  ।  ଗାଡ଼ିରେ ଲାଇଟ ସିନା ଜଳୁନଥୀଲା , ହେଲେ  ମସ୍ତି କରିବାର ଉତ୍ସାହ ଏମିତି ଥଲା ଯେ ଆଖିକୁ ସେମିତି କିଛି ଅନ୍ଧାର ଦିଶୁନଥଲା  ।  ରେଳଷ୍ଟେସନରେ ସୁନ୍ଦରୀ ବଙ୍ଗାଳୀ ଝିଅ ଦେଖିବା, ଷ୍ଟେସନରେ କେଉଁ କୋଣରେ ଲୁଚିକରି ସିଗାରେଟ ଟାଣିବା , ପୁଣି ନୋକିଆ ଫୋନରୁ ରଙ୍ଗ ନମ୍ବରକୁ କଲ କରିବା ଏମିତି କରୁଛନ୍ତି ଦୁହେଁ ଏମିତି ମଜିଯାଆନ୍ତି ଯେ ହଠାତ ଚଡ଼େଇ କିଟିରି କିଟିରି ଶଦ୍ଧ ଶୁଭେ  ।  ତାହା ଭିତରେ କିଏ କହେ ଆରେ ସକାଳ ହୋଇଗଲାଣୀରେ  । ବାଶ ସେଦିନ ମସ୍ତି ସେତିକି ଥାଏ  । ଦୁହେଁ ରୁମକୁ ଯାଆନ୍ତି, କିଛି ସମୟ ଶୋଇ ପୁଣିଥରେ ଅଫିସ କାମକୁ ଯାଆନ୍ତି  । ଏଥୀରେ କେତେ ଶାନ୍ତି, କେତେଖୁସି ମିଳେ ତାହା ଉଭୟ  ଏହି  ୧୦ବର୍ଷ ପରେ ଏକାଠି ହେବା ପରେ ଅନୁଭବ କରିଛନ୍ତି  ।  ଏବେ ଉଭୟ ବିବାହିତ  । ଘର ସଂସାର କଲେଣୀ  । ସଂସାର ଜଞ୍ଜାଳ ଭିତରେ ପରସ୍ପର ଆଉ ସମୟ ପାଉନହାନ୍ତି   । ମଜାମସ୍ତି କରିବା ତ ଦୂରର କଥା ଗୋଟିଏ ସହରରେ ଥାଇ ବି କେବେ  କେହି କାହା ଘରକୁ ଯାଇପାରୁନାହାନ୍ତି  । ଆଜି କେଜାଣେ କାହିକିଁ  ଅଭିନାଶ ଓ ମନୀଷ ଅଫିସକୁ ଆସି ପୁରୁଣା ସ୍କୃତିକୁ ସାଉଁଟିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ କଥା ବାର୍ତ୍ତାରେ ଏତେ ଜମିଯାଇଥୀଲେ ଯେ  ଅଧାରାତି ହୋଇଗଲାଣୀ ଉଭୟ ଜାଣିପାରିଲେ ନାହିଁ  । ହଠାତ ମନୀଷର ଫୋନ କଲ ଆସିଲା । କାଲି ଦିଲ୍ଲୀରୁ ବଡ଼ବାବୁ ଆସୁଛନ୍ତି  । ହେଲେ ଫୋନ କୋଲ  ସାରିବା ପରେ ବି ମନୀଷ ଅଭିନାଶ ସହ ଗପି ଚାଲିଲା  । ଆଉ ଠିକ ଏତିକି  ବେଳେ ଅଭିନାଶ କହିଲା ଆରେ ସେ ଏମିତି ଥିଲା ପା…ବାସ ଦୁହେଁ ହସିଲେ  । ….

ବିଧାୟକ ରହିବେ ୧୧ମହଲା କୋଠାରେ…..

() ସଂସଦ ଭବନ ଭଳି ଅତ୍ୟାଧୁନିକ ଢାଞ୍ଚାରେ ବିଧାୟକ ମାନଙ୍କ ପାଇଁ ପ୍ରସ୍ତୁତ ହେବ ବହୁ ତଳ ପ୍ରସାଦ । ଏଥିପାଇଁ 300 ରୁ 400 କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବ । ଟେଣ୍ଡର ଡ଼କାଯାଇ ଭଲ ଓ ଅନୁଭବୀ କମ୍ପାନୀକୁ ଏହାର କାର୍ଯ୍ୟ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ଓବିସିସି କୁ ଅଗ୍ରୀମ ପ୍ରାୟ 150 କୋଟି ଟଙ୍କା ଦିଆଯାଇଛି । କୋଭିଡ, ଜବରଦଖଲକାରୀ ଓ ପୂର୍ବତନ ବିଧାୟକ କ୍ୱାଟର ଛାଡୁ ନଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି । 8 ଜଣ ପୂର୍ବତନ ବିଧାୟକ କ୍ୱାଟର ଛାଡୁ ନଥିବାରୁ ତାଙ୍କୁ ଖୁବଶୀଘ୍ର କ୍ୱାଟର ଛାଡିବାକୁ କୁହାଯାଇଛି ।
ସୂର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି

କେନ୍ଦ୍ରକୁ ରାଜ୍ୟର ଦାବି : ଆମ ପ୍ରାପ୍ୟ ଆମକୁ ଦିଅ….

() ଷ୍ଟିଲ ଆଣ୍ଡ ମାଇନ୍ସ ର ଷ୍ଟାଣ୍ଡିଂ କମିଟି ବୈଠକରେ କୋଲ ରର୍ୟାଲିଟି ରିଭାଇଜ କରିବା କରିବା ଏବଂ ଗ୍ରୀନ ସେସର ସିଂହ ରାଜ୍ୟକୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି କମିଟି। କୋଇଲା ରାୟଲୀଟି ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବା ପାଇ ରାଜ୍ୟ ସରକାର ଦାବି କରନ୍ତୁ। ଏହା ସହ କୋଇଲା ଉତ୍ତୋଳନ ପାଇଁ ରାଜ୍ୟ ପ୍ରଦୂଷଣ ସହୁଛି। ଏଥିପାଇଁ ଗ୍ରୀନ ସେସ ଯେଉଁ ଆଦାୟ ହେଉଛି। ତାହା ସମସ୍ତ ରାଜ୍ୟଙ୍କୁ ବଣ୍ଟନ କରି କରାଯାଉଛି। ଯେଉଁ ଥିପାଇଁ ରାଜ୍ୟକୁ କୌଣସି ଫାଇଦା ହେଉ ନାହିଁ। ତେଣୁ ଗ୍ରୀନ ଶେଷର ସିଂହ ଭାଗ କମିଟି ସୁପାରିଶ କରିଥିବା କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା।

ମମିତା ମେହେର ଅପହରଣ ଓ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କଲେ କଂଗ୍ରେସ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା…

{} ମହିଳାଙ୍କ ନିଖୋଜ ପଛରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ହାତ – କଂଗ୍ରେସ।

ମମିତା ମେହେର ଅପହରଣ ଓ ନିଖୋଜ ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ ଦାବି କଲେ କଂଗ୍ରେସ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା

() ରାଜ୍ୟରେ ମହିଳା ସବୁଠାରୁ ଅଧିକ ବିପଦରେ ଓ ଅସୁରକ୍ଷିତ ଏକଥା ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରୁ ପୁର୍ନବାର ସତ୍ୟ ପ୍ରମାଣିତ ହୋଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ତଥା କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାଲୁଜା, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ଶିକ୍ଷୟତ୍ରୀ ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ପିଡୀତା ଓ ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ଜୟବଜରଙ୍ଗ ବାଲି ବସରେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ଯାହାର ସିସି ଟିଭି ଭିଡିଓ ଫୁଟେଜ ଅଛି । ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁନାହିଁ । ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ବଂଟି ମେହେର ତା ୧୩ ଅକ୍ଟୋବରରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାମରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ । ସିଂଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଘରକୁ ଯାଇ ତାଙ୍କର ଲାପଟପ, ପେନ ଡ୍ରାଇଭ ଆଦି ନିଜ ସହିିତ ନେଇଯାଇଛନ୍ତି । ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ ଅକ୍ଟୋବର ଦିନ ଛାଡ଼ି ଦେଇଥିଲା । ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଥାନାକୁ ଧରିଆଣିବାର ୨୪ ଘଂଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ଉପସ୍ଥିତ କରାଇବା ପରିବର୍ତେ, ଛାଡ଼ି ଦେବା ପଛରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ଚାପରେ ପଡ଼ି ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଇଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ଅପହୃତା ଶିକ୍ଷୟତ୍ରୀ ମମିତା ମେହେରଙ୍କର କାକା କୌଷିକ ମେହେର ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ସଙ୍ଗୀନ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ବର୍ତମାନ ତାଙ୍କର ସ୍ଥିତି ବିଷୟରେ ମନ୍ତ୍ରୀହିଁ ସଠିକ ଉତର ଦେଇପାରିବେ । ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ମମିତା ମେହେରଙ୍କର ଷ୍ଟେଟବ୍ୟାଙ୍କରେ ଥିବା ଆକାଉଂଟ ନମ୍ବର -୩୫୩୩୫୪୩୩୯୮ କୁ ୮ ହଜାର ଟଙ୍କା ନିଖୋଜ ହୋଇଥିବା ଦିନ ପଠାଇଥିବା କଥା ସାମନାକୁ ଆସୁଛି । ଭଣଜା ଆୟୁଷ ମେହେର, ମମିତା ମେହେରଙ୍କ ସାଙ୍ଗ ବୈଶାଳୀ ପଟ୍ଟନାୟକଙ୍କ ସହିତ କଥା ହେବାରୁ ଜଣାପଡ଼ିଲା ଯେ ସେ ସ୍କୁଲରେ ଅନେକ ଅନୈତିକ କାର୍ଯ୍ୟ ଚାଲୁ ଅଛି । ସ୍କୁଲରେ ପଢ଼ୁଥିବା ଝିଅମାନଙ୍କ ସହିତ ମିଶି ଗୃହମନ୍ତ୍ରୀ ନିଜକୁ କମବୟସର ଯୁବକ ବୋଲି ଅନୁଭବ କରୁଥିବା କଥା ଖୋଦ ମନ୍ତ୍ରୀ ଅନେକ ସମୟରେ କହିଥାନ୍ତି । ସନସାଇନ ସ୍କୁଲରେ ଅନେକ ଗୁପ୍ତ କଠୋରୀ ରହିଛି ଯାହାକି ମନ୍ତ୍ରୀଙ୍କ ନଷ୍ଟ ଚରିତ୍ରର ମୁକ ସାଖୀ ଅଟନ୍ତି । ଏହାର ନିରପେକ୍ଷ ଓ ବିଧିବଧ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ । ଶ୍ରୀ ସାଲୁଜା, ନିରପେକ୍ଷ ତଦନ୍ତ ନିମନ୍ତେ ଗୃହରାଜ୍ୟ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବି କରିବା ସହିତ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବାପାଇଁ ଦାବି କରିଛନ୍ତି ।

ଦ୍ୱିତୀୟ ଡୋଜ ଟୀକା ନେବା ଅତ୍ୟନ୍ତ ଜରୁରୀ…

{} ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ। ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଛନ୍ତି। ଉଭୟ ଡୋଜ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ। ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି।ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି।  ଦ୍ୱିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମୁନିସିଦପାଳିଟି ସହ ରିଆମାଲ,ଟିକାବାଲି,ରାଇକିଆ,ଜି ଉଦୟଗିରି,ବେଳଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଛି ଟୀକାକରଣ । ୩୫୪୦ ଗାଁ ରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଯେଉଁମାନେ ଦିତୀୟ ଟୀକା ନେଇନାହାନ୍ତି ବାରମ୍ବାର ମେସେଜ ଯାଉଛି,ଫୋନ କରାଯାଇଛି, ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି। ଯେଉଁ ମାନେ ଟୀକାକରଣ କେନ୍ଦ୍ରକୁ ଆସିବାକି ସମ୍ପୂର୍ଣ୍ଣ ଅସମର୍ତ୍ତ ସେମାନଙ୍କୁ ଘରେ ଟୀକା ଫେସିଲିଟେତ କରାଯାଉଛି। ଆରଏମଆରସି ଷ୍ଟାଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବାଡି ଅଛି। ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ବ୍ରେକଥରୁ ସଂକ୍ରମଣ ହୋଇଛି।  ଦ୍ୱିତୀୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି। ୧୪ ଦିନ ପରେ ଅଧିକ ସୁରକ୍ଷା ଦେଉଛି ଟୀକା।
ବାଇଟ-ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ବବିଙ୍କ ବିକାଶ ନକ୍ସାର ଇଂଜିନିୟର ଭବ : ନୂଆରୂପ ନେଉଛି ଯାଜପୁର…..

()  ନେତା ଯେମିତି କର୍ମୀ ବି ସେମିତି । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ । ସକାଳୁ ରାତି ଯାଏ ଜନସେବା । କିଏ କଣ କହିଲା, କିଏ କଣ କରୁଛି ତାହା ପଛରେ ପକାଇ ଲୋକସେବାରେ କିପରି ଅଧିକରୁ ଅଧିକ ସମୟ ଦେଇହେବ ସେ ଚିନ୍ତା ସବୁବେଳେ ଘାରିଥାଏ । ପିଲାଦିନରୁ ଜନସେବା କରିବା ଆଗ୍ରହ ଓ ପରବର୍ତ୍ତି ସମୟରେ ଛାତ୍ର ନେତୃତ୍ୱ ନେଇ ଏଯାଏ ଜନସେବା କରିବାରେ ନିଜ ଜୀବନର ବ୍ରତ କରିଛନ୍ତି । ମାନବସେବା ହିଁ ମାଧବସେବା ତାହା ସେ କଥାକୁ ସେ ଭଲ ଭାବରେ ବୁଝିଛନ୍ତି । ରାଜନୀତି ପଦ, ପଦବୀ, କ୍ଷମତା ଓ ଅୟସ , ଆରମ ପାଇଁ ନୁହେଁ, ବଂର ରାଜନୀତି ଜରିଆରେ କେତେ ଅଧିକ ଲୋକଙ୍କ ସେବା କରିହେବ ସେ କାମ ପ୍ରତ୍ୟେକ ଦିନ କରିଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଭବ କାମ କରୁଛନ୍ତି ।

ରକ୍ତ ଅଭାବରୁ ଯେମିତି କେହି ଲୋକ ମରିବେନି ସେ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗ୍ରାଉଣ୍ଡରେ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ଭବ । ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ରକ୍ତଦାନ ମହତ ଦାନ ଏହି ଅଭିଯାନକୁ ଯାଜପୁରରେ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ସେ । ଜୀବନ ବିନ୍ଦୁ ଓ ଅଶୋକ ଦାସ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ରତି ରବିବାର ଯାଜପୁରରେ ରକ୍ତଦାନ ଶିବିର ଆୟୋଜିତ ହେଉଛି । ଏବେ ଯାଜପୁର ନିର୍ବାଚନୀ ମଣ୍ଡଳୀରେ ରକ୍ତଦାନ କରିବା ପାଇଁ ଯୁବ ପିଢିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ, ସହରର ସୌନ୍ଦଯ୍ୟକରଣର ସାରଥୀ ମଧ୍ୟ ସାଜିଛନ୍ତି । ପ୍ରତି ରବିବାର ଗରିବ ଲୋକଙ୍କୁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଉଛି ।

ସକାଳ ୬ଟାରୁ ରାତି ୯ଟା ଯାଏ ଭବ ଲୋକଙ୍କ ସହ ରହି ସେମାନଙ୍କ ସୁଖଦୁଃଖ ବୁଝନ୍ତି । ସକାଳୁ ଘରେ, ଏହାପରେ କାଳିମେଘାରେ ଜନ ଶୁଣାଣୀ କରନ୍ତି । ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଯାଜପୁର ପୌର ପରିଷଦ ଲୋକମାନେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଅବଗତ କରାନ୍ତି । ସେ ମଧ୍ୟ ଧର୍ଯ୍ୟର ସହ ସବୁ ଲୋକଙ୍କ କଥା ଶୁଣିବା ପରେ ଜନଶୁଣାଣୀରେ ଲୋକଙ୍କ ସମାଧାନ ପାଇଁ ବିଧାୟକ ଗଠନ କରିଥିବା ଟିମକୁ ଦାୟିତ୍ୟ ଦେଇ ତୁରନ୍ତ ସମାଧାନ କରନ୍ତି । ପ୍ରତି ରବିବାର ବିଧାୟକ ପ୍ରଣବ ପ୍ରକାଶ ଦାସ ବି ଶୁଣାଣୀ କରିବା ସହ ୬ଦିନର ଲୋକଙ୍କ ଅଭିଯୋଗ ଓ ସମସ୍ୟା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାର ସମୀକ୍ଷା କରନ୍ତି ବବି । ସେହିପରି ପ୍ରତ୍ୟେକ ଦିନ ବିଭିନ୍ନ ପଂଚାୟତକୁ ଯାଇ ଲୋକଙ୍କ ସମସ୍ୟା ବୁଛିବା ସହ ପଂଚାୟତରେ ଉନ୍ନୟନ କାମ କିପରି ଚାଲିଛି ତାହା ବିଧାୟକଙ୍କ ପ୍ରତିନିଧି ଭାବେ ଭବ ତଦାରଖ କରିବା ସହ ତୁରନ୍ତ ବିଭିନ୍ନ ପ୍ରକଳ୍ପ କାମ କିପରି ସରିବ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରନ୍ତି । ପ୍ରଣବ ପରି ଭବ ମଧ୍ୟ ଲୋକଙ୍କ ସହ ରହି କାମ କରିବାକୁ ଭଲ ପାଆନ୍ତି ।

ଭବ ଓ ବବି ନେତୃତ୍ୱ ଉପରେ ଭରଷା କରି ବିରୋଧୀ ଗୋଷ୍ଠୀର ନେତା ଓ କର୍ମୀମାନେ ବିଜେଡ଼ିରେ ସାମିଲ ହେଉଛନ୍ତି । ପ୍ରତ୍ୟେକ ଦିନ ଜିଲ୍ଲାର ମିଶ୍ରଣ ପର୍ବ ଚାଲିଛି । ଯାଜପୁରରେ ଧୀରେଧୀରେ ବିରୋଧୀଙ୍କ ଦୁର୍ଗ ଭାଙ୍ଗିବାରେ ଲାଗିଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିରୋଧୀ ଦଳର ନେତୃତ୍ୱ ନେଉଥିବା ଅନେକ ଆଗ ଧାଡ଼ିର ନେତା ବିଜେଡ଼ିରେ ସାମିଲ ହେବା ନେଇ ଯାଜପୁର ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି । ରାଜନୀତିରୁ ଉର୍ଦ୍ଧରେ ରହି ପ୍ରଣବ ଯେପରି ବିରୋଧୀ ଓ ଶାସକ କିଛି ନଭାବି ଯାଜପୁର ସାମଗ୍ରୀକ ବିକାଶ କରୁଛନ୍ତି ତାହାକୁ ସବୁ ମହଲରେ ସ୍ୱାଗତ କରାଯାଉଛି । ବିକାଶ ପଥେ ଆଗେଇ ଚାଲିଛି ଯାଜପୁର ଜିଲ୍ଲା । ବିରୋଧୀ ଯେତେ ମିଥ୍ୟା ପ୍ରଚାର କରୁଥିଲେ ମଧ୍ୟ ଏହାକୁ ଖାତିର ନକରି ଉଭୟ ବବି ଓ ଭବ ଜନକଲ୍ୟାଣ ସେବାରେ ଲାଗିଛନ୍ତି । ସାଜିଛନ୍ତି ନୂତନ ଯାଜପୁର ଗଠନର ବିନ୍ଧାଣୀ ।

ଓୟୁଜେ ସୁବର୍ଣ୍ଣ ଜୟନ୍ତୀ ଓ ରାଜ୍ୟ କାର୍ଯ୍ୟକାରିଣୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ଓଡିଶା ସାମ୍ବାଦିକ ସଂଘ (ଓୟୁଜେ) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ନଭେମ୍ବର ମାସ ୧୪ତାରିଖରେ ହେବାକୁ ଯାଉଛି । ଏହି ସମାରୋହ ଯାଜପୁର ଜିଲ୍ଲାରେ ପାଳନ ହେବା ନେଇ ଯୋଜନା ଥିବାରୁ ଜିଲ୍ଲାର ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଯାଜପୁର ରୋଡ ଦଳା ସ୍ଥିତ ଜେମ୍ସ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ (ଜେୟୁଜେ )ର ସଭାପତି ଆଦିତ୍ଯ ମେକାପଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଦେବପ୍ରସାଦ ସାହୁ, ବରିଷ୍ଠ ସାମ୍ବାଦିକ ଅଭୟ ପତି ଓ ରାଜ୍ୟ ଟ୍ରିବ୍ଯୁନାଲ୍ ଅଧ୍ୟକ୍ଷ ରାଜୀବ୍ ମହାନ୍ତି,ସଂଘର ପୂର୍ବତନ ସଭାପତି ସମରଜିତ୍ ମହାନ୍ତି, ଓ କାର୍ଯ୍ୟକାରୀ ସଭାପତି ରଞ୍ଜିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରୀଣି ବୈଠକ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲ। । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ କିପରି ସରସ ସୁନ୍ଦର ଓ ସଫଳ କରିହେବ ତାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ସମଗ୍ର ଜିଲ୍ଲାରୁ ଶତାଧିକ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସେମାନଙ୍କ ରହଣି ତଥା ଆତିଥ୍ଯ ସେବାରେ ଯେପରି କୌଣସି ତୃଟି ବିଚ୍ଯୁତି ନହୁଏ ସେନେଇ ପ୍ରାଧାନ୍ୟ ଦିଆଯାଇଥିଲା। ଏଥିସହ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମଗ୍ର ଯାଜପୁର ଜିଲ୍ଲାର ପ୍ରତିଭାବାନ୍ ବ୍ଯକ୍ତି ବିଶେଷଙ୍କୁ ସମ୍ମାନିତ ଉପରେ ଆଲୋଚନା କରାଯାଇଥିଲା ।ଏହି ପ୍ରସ୍ତୁତି ବୈଠକରେ ଯାଜପୁର ଜିଲ୍ଲାର ପ୍ରତି ବ୍ଲକ୍ ରୁ ବହୁ ସାମ୍ବାଦିକ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

କାହିକିଁ ସବୁବେଳେ ଗ୍ରାଉଣ୍ଡ ଜିରୋରେ ପ୍ରଣବ ?..

୨୦୧୮ ମସିହାର ଦଳର ସଂଗଠନକୁ ସଜାଡ଼ିବା ସହ ତୃଣମୂଳସ୍ତରରେ ସଂଗଠନକୁ ଚଳଞ୍ଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ମନ୍ତ୍ରୀପଦ ଛାଡ଼ିଥିଲେ ପ୍ରଣବ । ଆଉ ତାପର ଠାରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଓ ମୁଖ୍ୟମନ୍ତ୍ରୀ ସବୁ ସ୍ୱପ୍ନକୁ ଗ୍ରାଉଣ୍ଡରେ ବାସ୍ତବରୂପ ଦେଉଛନ୍ତି ନବୀନଙ୍କ ଅତି ପ୍ରିୟ ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମାଲକାନାଗିରି ଆରମ୍ଭ ହୋଇ ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଳାଗସ୍ତ କରି ଲୋକଙ୍କୁ ଡ଼ିଜିଟାଲ ହେଲଥ କାର୍ଡ଼ ବାଣ୍ଟୁଛନ୍ତି । ଏହାସହ ସେହି ଜିଲ୍ଲାର ପ୍ରତ୍ୟେକ ଘରେ ଡ଼ିଜିଟାଲ ହେଲଥ କାର୍ଡ଼ ପହଞ୍ଚାଇବା ପାଇଁ ମନ୍ତ୍ରୀ, ବିଧାୟକ , ସାଂସଦ, ଓ ଦଳୀୟ କର୍ମୀଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ଏସବୁ ପରେ ଗ୍ରାଉଣ୍ଡରେ ଲୋକେ କିପରି ଏହାର ସୁବିଧା ପାଉଛନ୍ତି , ଉପଯୁକ୍ତ ଲୋକ ଏହି କାର୍ଡ଼ ପାଉଛି କି ନାହିଁ । ଡ଼ାକ୍ତରଖାନରେ ସବୁ ସୁବିଧା ମିଳୁଛି କି ନାହିଁ । କଣ କଣ ଅସୁବିଧା ରହୁଛି । ଏସବୁ କଥା ଲୋକଙ୍କ ଠାରୁ ପଚାରି ବୁଝୁଛନ୍ତି ବବି । ନିଜେ ତୋଫାନୀ ଜିଲ୍ଲାଗସ୍ତ କରି ଜଣେ ରାଜନେତା ନୁହେଁ, ବଂର ସାଧାରଣ ଲୋକଙ୍କ ପରି ଲୋକଙ୍କ ସହ ମିଶି ଆଲୋଚନା କରୁଛନ୍ତି । ଫଳରେ ସାଢେ ୩କୋଟି ଲୋକେ ଯେପରି ରାଜ୍ୟ ସରକାର ଏହି ସଫଳତାର ସହ ଯୋଡ଼ିହେବେ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ର ଲାଭ ଉଠାଇପାରିବେ ସେ କାମରେ ଲାଗିଛନ୍ତି ସେ ।

ସେହିପରି ୫ଟି ଉପକ୍ରମେ ରୂପାନ୍ତରିତ ହୋଇ ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲ ଯେପରି ନୂଆରୂପ ନେଉଛି ତାହାର ବି ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟକୁ ଅଧିକାଂଶ ସମୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଣବ । ଯାହା ରାଜ୍ୟ ସରକାର ଲକ୍ଷ ରଖିଛନ୍ତି ଓ ସରକାରୀ ସ୍କୁଲକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ନକ୍ସା ଆଙ୍କିଛନ୍ତି ତାହା ବାସ୍ତବରୂପ ନେଉଛି କି ନାହିଁ ତାହାର ତନତନ କରି ପରଖୁଛନ୍ତି ପ୍ରଣବ ।

କେବଳ ସେତିକି ନୁହେଁ ସରକାରୀ ଯୋଜନା ଲାଭ ପାଇବାରେ ସାଧାରଣ ଲୋକଙ୍କୁ ତୃଣମୂଳସ୍ତରରେ ବିଜେଡ଼ି ନେତା ଓ କର୍ମୀ, ନିର୍ବାଚିତ ପ୍ରତିନିଧି ସହଯୋଗ କରୁଛନ୍ତି କି ନାହିଁ ତାହାର ବି ତଦାରଖ କରୁଛନ୍ତି ପ୍ରବଣ । ଦଳ ପକ୍ଷରୁ ଲୋକସେବା ନେଇ ଯେଉଁସବୁ ଅଭିଯାନ କରାଯାଇଛି ତାହା ଠିକ ଭାବେ ତୃଣମୂଳ ସ୍ତରରୁ ବିଧାନସଭା କ୍ଷେତ୍ର ଯାଏ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ବି ସେ ସମୀକ୍ଷା କରୁଛନ୍ତି । ବିଶେଷକରି ରକ୍ତଦାନ ଶିବିର, ସଫେଇ ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ , ପଂଚାୟତ ଓ ସହରରେ ଲୋକଙ୍କ ନେତାଙ୍କ ସମ୍ପର୍କ କେମିତି ରହୁଛି ତାହା ବି ଟାଇମ ଟୁ ଟାଇମ ମନିଟରିଙ୍ଗ କରୁଛନ୍ତି ପ୍ରଣବ ।

ପଦପଦବୀ ପାଇଁ ନୁହେଁ, ସେବା ମନବୃତ୍ତି ନେଇ ପ୍ରତ୍ୟେକ ଦଳୀୟ କର୍ମୀ ଓ ନେତା କାମ କରିବାକୁ ସେ ଆହ୍ୱାନ ଦେଉଛନ୍ତି । ନିଜେ ଗ୍ରାଉଣ୍ଡଙ୍କକୁ ଯାଇ ପ୍ରଣବ ଅନ୍ୟନେତାଙ୍କ ପାଇଁ ଉଦାହରଣ ସାଜିଛନ୍ତି । ରାଜନୀତିରେ କେବଳ ଆଦେଶ ଦେଲେ ଚଳିବନି । ବଂର ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ସେ ବାସ୍ତବରୂପ ଦେଉଛନ୍ତି ତୃଣମୂଳ ସ୍ତରରେ । ଯେଉଁଥି ପାଇଁ ଆଜି ସାଢେ ଚାରିକୋଟି ଓଡ଼ିଆ ବିଜେଡ଼ି ସହ ରହି ନବୀନଙ୍କ ସାଥ ଦେଉଛନ୍ତି ।

ନବୀନ @୭୬……

୧୯୯୯ ମସିହା ମହାବାତ୍ୟା । ଓଡ଼ିଶା ମହାବିପତ୍ତି ସମୟରେ ହଠାତ ଓଡିଶାର ସାହାରା ବାଡ଼ି ଭାବେ ଛିଡ଼ା ହେଲେ ନବୀନ ପଟ୍ଟନାୟକ । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାନ ପୁଅ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ ମଧ୍ୟ ତାଙ୍କର ଅସଲ ପରିଚୟ

୧୯୯୭ ମସିହାର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କଲେ ନବୀନ । ଆଉ ତା ପର ଠାରୁ ଅପରାଜୟ. ଅପ୍ରତିଦ୍ୱନ୍ଦୀ , ରାଜନନେତା ଭାବେ ରାଜ୍ କଲେ ଓଡ଼ିଶାରେ । ନିଜର ସ୍ୱଚ୍ଛ, ନିର୍ମଳ, ସୁଶାସନ ପାଇଁ ସେ ପାଲଟିଗଲେ ଜନନାୟକ । ଲୋକଙ୍କ ଭଲ ପାଇବା ଓ ଆର୍ଶୀବାଦ ଫଳରେ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେଣି ନବୀନ । ନବୀନଙ୍କୁ ଛାଡ଼ିଦେଲେ ଓଡ଼ିଶାରେ ବିକଳ୍ପ ରାଜନେତା ଏପର୍ଯ୍ୟନ୍ତ ଦେଖାଦେଇନାହାନ୍ତି । ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ସେମାନଙ୍କ ସୁଖରେ ଓ ଦୁଃଖରେ ସବୁବେଳେ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସରଳ ଓ ନିରାଡ଼ମ୍ବର ଜବୀନଶଶୈଳୀ କଟାନ୍ତି ସେ । ରାଜ୍ୟବାସୀ ଯେପରି କୌଣସି ଅଭାବ ଓ ଅସୁବିଧାରେ ନପଡ଼ିବେ ସେଥିଲାଗି ଜନ୍ମରୁ ମୃତ୍ୟୁଯାଏ ଯୋଜନା କରି ଓଡ଼ିଶାବାସୀଙ୍କ ସାହାରା ସାଜିଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ନବୀନ ରାଜ୍ୟବାସୀଙ୍କ ଧନଜୀବନ ରକ୍ଷା କରିଛନ୍ତି । ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଏବେ ବି ସେ ନିବିବାଦୀୟ, ନିକଳଙ୍କ ନେତାଭାବରେ ସେ ଓଡ଼ିଶା, କାହିକିଁ ପୁରା ଦେଶରେ ବେଶ ପରିଚିତ । ଜଣେ କ୍ଲିନ ରାଜନେତା ଭାବେ ପ୍ରତ୍ୟେକ ଓଡ଼ିଆବାସୀଙ୍କ ହୃଦୟରେ ନବୀନ ରାଜ କରୁଛନ୍ତିି । ଯେଉଁଥି ପାଇଁ ନବୀନ ଆଜି ବି ଅପ୍ରତିଦ୍ୱନ୍ଦୀ, ଅପରାଜୟ, ଅଦ୍ୱିତୀୟ ନେତା ଭାବେ ଘରେଘରେ ପରିଚିତ ।ଦୁର୍ନୀତି ମୁକ୍ତ ସରକାର ପାଇଁ ନବୀନ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ମିଳେ ବଡ଼ ସଫଳତା । ଏସବୁ ସଫଳତାର ବଡ଼ ଅସ୍ତ୍ର ନିଜେ ନବୀନ । ତାଙ୍କ ଆଗରେ ଜାତୀୟ ସ୍ତରର ନେତା, ବିଭିନ୍ନ ପ୍ରସଙ୍ଗ ତୁଚ୍ଛ । ଭୋଟରଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇସାରିଥିବା ନବୀନ ଏବେ ଜନନାୟକ ଭାବେ ପରିଚିତ ହୋଇଛନ୍ତି । ବିରୋଧୀ ଯେତେ ଅଭିଯୋଗ କଲେ ବି ନବୀନ ତାହା କାଉଣ୍ଟର ଜବାବ ଦିିଅନ୍ତିନି । ବଂର କଥା କମ କାମ ଅଧିକରେ ବିଶ୍ୱାସ କରି ଦୀର୍ଘ ୨୧ ବର୍ଷ ହେବ ରାଜ୍ୟବାସୀଙ୍କ ସେବା କରିଚାଲିଛନ୍ତି ସେ । ଯେତେବେଳେ ଦେଶରେ ରାଜନୈତିକ ହଟଚମଟ ଦେଖାଦେଉଛି ସେତେବେଳେ ନବୀନ ଦେଶର ନେତୃତ୍ୱ ନେବା କଥା ଚର୍ଚ୍ଚା ହୁଏ । ବହୁ ରାଜନୈତିକ ଦଳ ଓ ଦେଶର ହେବିୱଟ ନେତାମାନେ ନବୀନଙ୍କୁ ପ୍ରସ୍ତାବ ଦିଅନ୍ତି ରିଙ୍ଗ ମାଷ୍ଟର ହେବା ପାଇଁ । ଜାତୀୟ ଗଣମାଧ୍ୟମରେ ବି ନବୀନ ନାଁକୁ ନେଇ କେତେଥର ଚର୍ଚ୍ଚା ହୁଏ । ହେଲେ ଏସବୁ ଚର୍ଚ୍ଚାର ଅର୍ଥ ଯେମିତି କିଛି ନୁହେଁ, ନବୀନଙ୍କ ରାଜ୍ୟବାସୀଙ୍କ ପ୍ରତି ଥିବା ଭଲ ପାଇବା ଆଗରେ । ବାରମ୍ବାର ଓ ସବୁବେଳେ ନବୀନ କହନ୍ତି ସେ ଓଡ଼ିଶାରେ ରହିବେ ଓ ଓଡ଼ିଶାବାସୀଙ୍କ ସେବା କରିବେ ।

ଯେଉଁଥି ପାଇଁ ନବୀନ ସାଜିଛନ୍ତି ଶ୍ରେଷ୍ଠ ପ୍ରଶାସକ , ୧ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣୀ ।

୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୫ ବର୍ଷ ପୁରି ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭ୍‌କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ମୁଖ୍ୟମନ୍ତ୍ରୀ ୭୬ ତମ ଜନ୍ମଦିନ : କାହିଁକି ନବୀନ ଜନ ନାୟକ , ନେତାଙ୍କୁ ଦିନେ ବୁଝାଇଥିଲେ ପ୍ରଣବ.. ପଢନ୍ତୁ ଏହି ରିପୋର୍ଟ…

() ସାରା ପୃଥିବୀ ବୁଲିବା ଲୋକ ୨୨ ବର୍ଷ ହେଲା ଓଡ଼ିଶାରେ ରହିଛନ୍ତି । ଦିନେ କେବେ ସୁଖ ସ୍ୱାଛନ୍ଦ୍ୟର ଜୀବନ ବିତାଇବାକୁ କଳ୍ପନା ବି କରିନାହାନ୍ତି । ୨୪ ଘଣ୍ଟା ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରିବା ସହ ସେହି କାମରେ ଲାଗିଛନ୍ତି । କାରଣ ତାଙ୍କର ପ୍ରତିବଦ୍ଧତା ଏ ଜାତି ପାଇଁ, ଏ ରାଜ୍ୟପାଇଁ ଏବଂ ଏ ମାଟିର ଲୋକଙ୍କ ପାଇଁ ସବୁ ବେଳେ ରହିଛି । ମାତ୍ର ୨୦ ବର୍ଷ ତଳେ ଯେଉଁ ଆନ୍ଧ୍ରପ୍ରଦେଶ ଆମକୁ ମହାବାତ୍ୟାରେ ସାହାଯ୍ୟ କରିଥିଲା ଏବଂ ଆମେ ସହଯୋଗର ହାତ ପତାଇଥିଲୁ ଆଜି ସେମାନଙ୍କୁ ଆମେ ସହଯୋଗ କରୁଛୁ । ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ୟ କାରିଣୀରେ ଏକଥା କହିଥିଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ବିଜୁ ପଟ୍ଟନାୟକ ଜଣେ ଅଗ୍ରଣୀ କ୍ୟାପିଟାଲିଷ୍ଟ ହୋଇଥିଲେ । ସାରା ଦୁନିଆ ବୁଲିବା ପରେ ସେ ଯେତେବେଳେ ଓଡ଼ିଶା ଆସିଲେ ଏବଂ ରାଜ୍ଯର ସ୍ଥିତି ଦେଖିଲେ ସେ ମର୍ମାହତ ହେଲେ। ଓଡ଼ିଶା ପାଇଁ ଓ ରାଜ୍ଯବାସୀଙ୍କ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କଲେ। ମୋ ଓଡ଼ିଶା ମୋ ଓଡ଼ିଆ ପାଇଁ ସାରା ଜୀବନ କାମ କଲେ । ତାଙ୍କର ପୁଅ ନବୀନ ପଟ୍ଟନାୟକ। ସାରା ପ୍ରୁଥିବୀ ବୁଲିବା ଯାହାଙ୍କ ସଉକ ଥିଲା ସେ ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରିବା ଓ ଓଡ଼ିଆ ଲୋକଙ୍କର ସେବା କରିବାକୁ ନିଜର ସବୁ ସୁଖ ସ୍ବାଚ୍ଛନ୍ଦ୍ଯକୁ ଜଳାଂଜଳି ଦେଇଛନ୍ତି। ଗତ ୨୨ ବର୍ଷ ହେଲା ଲଗାତର ୨୪ ଘଣ୍ଟା ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କର ସ୍ୱପ୍ନ ହେଲା, ଏ ଜାତି ଦିନେ ଆଗକୁ ଯିବ । ବିଜୁ ବାବୁ ଖାରବେଳଙ୍କ କଥା କହିଥିଲେ । ଯୁବକଙ୍କ ଭିତରେ ସ୍ୱପ୍ନକୁ ଦେଖିଥିଲେ । ଜଣେ ବିନ୍ଧାଣୀ ଭାବରେ ଉଭା ହେଲେ । ମୁଁ ବହୁତ ଥର ସାରଙ୍କ ସହ ଦିଲ୍ଲୀରୁ ଫେରିଥାଏ। ମୁଁ ୨/୪ ଥର ସାରଙ୍କୁ ଡ୍ରାଇଭ କରିଛି । ପାଖରେ ଦେଖିଛି । ସେ ଯେଉଁଠି ବି ଥାଆନ୍ତି, କେବଳ ସେ ଓଡ଼ିଶା କଥା ଭାବନ୍ତି କେବଳ ଓଡ଼ିଶା । କାରଣ ଏ ଦଳ ହିଁ ଓଡ଼ିଶାକୁ ନେତୃତ୍ୱ ଦେଇପାରିବ ଏବଂ ସେ କଣ ତ୍ୟାଗ ନ କରିଛନ୍ତି ରାଜ୍ଯକୁ ଆଗକୁ ନେବାପାଇଁ। ୨୨ ବର୍ଷ ଭିତରେ କେବେ ସେ ପଦାକୁ ଯାଇ ନାହାନ୍ତି । ୨୪ ଘଣ୍ଟା ଲୋକଙ୍କ ସହ ଅଛନ୍ତି । ଆନ୍ଧ୍ରପ୍ରଦେଶରୁ ଆସିଥିଲା ୧୯୯୯ ବାତ୍ଯା ବେଳେ ମେସିନ୍ । ଆମେ ହାତ ପତାଉଥିଲୁ । ଖଣ୍ଡେ ରାସ୍ତା ପାଇଁ ଆମେ ହାତ ପତାଉଥିଲୁ । ଜେସିବି ଦେଖିବାକୁ ଲୋକ ଠିଆ ହୋଇ ରହୁଥିଲେ । କିନ୍ତୁ ଗତ ହୁଡହୁଡ ସମୟର କଥା। ମୁଁ ଯେତେବେଳେ ଏନର୍ଜି ମିନିଷ୍ଟର ଥାଏ । ଆନ୍ଧ୍ରକୁ ଯାଇଥିଲି, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯେ୍ମିତି ରିସିଭ୍ କରାଯାଏ ମୋତେ ସେମିତି ରିସିଭି କରାଗଲା । ଓଡ଼ିଶା ସରକାରଙ୍କୁ କି ପ୍ରଶଂସା। କାରଣ ଆମେ ତାଙ୍କୁ ସହଯୋଗ କରିଥିଲୁ। ମାତ୍ର ୧୩ରୁ ୧୪ ବର୍ଷ ମଧ୍ୟରେ ବଦଳିଗଲା ଚିତ୍ର । ଏ ହେଉଛି ପରିବର୍ତ୍ତିନର ଚିତ୍ର । ମୁଖ୍ଯମନ୍ତ୍କୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି ପ୍ରଣବ ଯୁବପୀଢ଼ି ଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କର ନିଜର ବୋଲି କିଛି ନାହିଁ , ପରିବାର ପାଇଁ କିଛି ନାହିଁ, ଯାହା ଅଛି ସେ ସବୁ ଓଡ଼ିଶାବାସୀଙ୍କର । ଦେଶର ସବୁ ମୁଖ୍ୟମନ୍ତ୍ରୀ କଣ ଗାଡ଼ି ଚଢନ୍ତି ଆପଣ ଦେଖୁଥିବେ । ଆମ ମୁଖ୍ୟମନ୍ତ୍ରୀ କି ଗାଡ଼ି ଚଢୁଛନ୍ତି ଦେଖିଥିବେ । ଏଷ୍ଟିମ ଗାଡ଼ିଟା ବଦଳରେ ଗୋଟେ ଭଲ ଗାଡ଼ି ଚଢିବା ପାଇଁ ସାରଙ୍କୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ଚୂଡାନ୍ତ ଗାଡ଼ି ଆସିଲା ବେଳକୁ ଆସିଲା ଏସଏକ୍ସ-୪ । ସାର୍ ଡେଙ୍ଗା ଲୋକ ତଥାପି ସେ କହିଲେ ଏଇଟା ଲୋକଙ୍କ ଟଙ୍କା । ଯେତେ କମରେ ହୋଇପାରିବ ଗାଡ଼ି ଆଣ। ଏପିରିକି ମୁଁ ସବୁ ବେଳେ ଚେଷ୍ଟା କରେ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ । ଜଣେ ବ୍ୟକ୍ତିଗତ ଲୋକ ମତେ କହିଥିଲେ, ମୁଁ ସାରଙ୍କୁ ପଚାରିଲି ସାର୍ ଆପଣ କେତେବେଳେ ଖୁସି ହୁଅନ୍ତି । ସେ ବିନା ପଜ ନେଇ କହିଥିଲେ ଓଡ଼ିଶା ପାଇଁ ମୁଁ ଯେତେବେଳେ କିଛି କାମକରେ ଏବଂ ଏଠାକାର ଲୋକ ଯେତେବେଳେ ଖୁସି ହୁଅନ୍ତୁ ସେତେବେଳେ ମୁଁ ଖୁସି ହୁଏ । ମୁଖ୍ୟମନ୍ତ୍ରୀଙ୍କୁ ଖୁସିକଲେ ହେବନି, ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । ରାଜ୍ୟ ପାଇଁ ପ୍ରତିବଦ୍ଧତା । ସାରା ବିଶ୍ୱ ଆସି ଓଡ଼ିଶା ପାଖରେ ଠିଆ ହୋଇଛି । ଖଣିଜ ସଂପଦର ଟଙ୍କାକୁ ନିଜ ଟଙ୍କା ଭାବି ସେ ନେଇ ନାହାନ୍ତି । ଲୋକଙ୍କୁ ସେ ଫେରାଇ ଦେଇଛନ୍ତି ବିଭିନ୍ନ ଉପାୟରେ । ଗଞ୍ଜାମର ଲୋକ ଯାହା ମହାମହିମ ରାଜ୍ୟପାଳ ମଧ୍ୟ ସମାନ । ତାଙ୍କର ରାଜ୍ୟ ପାଇଁ ପ୍ରତିବଦ୍ଧତା, ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ । ତାଙ୍କର ଗୋଟିଏ ପ୍ରାଣ ଜୟ ଜଗନ୍ନାଥ । ଜଗନ୍ନାଥ କହନ୍ତି ଏବଂ ଓଡ଼ିଆ ପାଇଁ କାମ କରନ୍ତି । ଜୟଯାତ୍ରା କରନ୍ତି ବିଶ୍ୱ ଦରବାରରେ ଓଡ଼ିଶାକୁ ପହଞ୍ଚାଇବା ପାଇଁ । କୃଷି କର୍ମଣ ଠାରୁ ଆରମ୍ଭ କରି ବହୁ ପୁରସ୍କାର ପାଇଛି ଓଡ଼ିଶା । ଦିନେ ଓଡ଼ିଶା ଭାରତ ବର୍ଷକୁ ଦିଗଦର୍ଶନ ଦେବ ବୋଲି ପ୍ରଣବ କହିଛନ୍ତି।

 

ଓଡ଼ିଶା ପ୍ରତି ମୁଖ୍ଯମନ୍ତ୍ରୀଙ୍କର ପ୍ରତିବଦ୍ଧତା ସବୁବେଳେ ରହିଛି । ଯଦି ଏ ଦଳ ଆଗକୁ ଆହୁରି ସଂଘଠିତ ହେବ ତେବେ ବିଜୁ ଯୁବ ଜନତା ଦଳ ହିଁ କରିପାରିବ । ସାରା ଓଡ଼ିଶା ଆଜି ବଞ୍ଚିଛି ତାଙ୍କ ପାଇଁ । ସେ ତିଆରି କରିଛନ୍ତି ଜୀବନ ବିନ୍ଦୁ । ଜୀବନବିନ୍ଦୁ ଜରିଆରେ ଆମେ ଲକ୍ଷାଧିକ ଲୋକଙ୍କୁ ରକ୍ତ ଅଭାବରୁ ମରିବାକୁ ଦେଇନାହୁଁ। ତାଙ୍କ ନେତ୍ରୁତ୍ୱକୁ ଆହୁରି ସୁଦ୍ରୁଢ କରିବାକୁ ହେବ। ଯେଉଁ ନେତା ତାଙ୍କର ସବୁ ସୁଖ ସ୍ୱାଛନ୍ଦ୍ୟକୁ ବଳିଦେଇ ଯିଏ ଆମ ପାଇଁ କାମ କରୁଛନ୍ତି ଆମେ ତାଙ୍କ ପାଇଁ ନିଜକୁ ସମର୍ପିତ କରିବାକୁ ଶପଥ ନେବା।

Follow us

20,832FansLike
0FollowersFollow
14,700SubscribersSubscribe

Latest news