ସଭ୍ୟତାର ଦୁର୍ଲଭ ପ୍ରାଣୀ ଜାତିକୁ ବଞ୍ଚାଇ ରଖିବା ଆମର : ମନ୍ତ୍ରୀ ଅରୁଣ ସାହୁ…

( )ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍। ଏମ. ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାର ଏହି ଆପ୍‌ ବିକଶିତ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ- ଫିସର ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍ (FFMA) ରଖାଯାଇଛି।ଏହା ମାଛଧରା ନିଷିଦ୍ଧାଞ୍ଚଳ ନେଇ ସତର୍କ ସୂଚନା ମଧ୍ୟ ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଏହି ଆପ୍ ବ୍ୟବହାର ହେବ। ଏହି ଅଫଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସଂପର୍କରେ ଜାଣିପାରିବେ। ବିଶେଷ କରି ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ବୋଲି ଜଣାପଡିଛି। ତେବେ ସମୁଦ୍ର ମଧ୍ୟରେ ଅଫଲାଇନରେ ଏହା କାମ କରିବ ବୋଲି ଜଣାପଡିଛି। ଏହାଦ୍ଵାରା କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ସୂଚନା ମିଳିପାରିବ। ଏହା ବ୍ୟତୀତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି, ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର-INCOIS ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ l

ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲି…

( ) ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଶ୍ୱରଞ୍ଜନ ନିଜର ବହୁ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟିକା, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଶ୍ୱରଞ୍ଜନ କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ନୂଆ ପୁରୁଣାର ଭେଦଭାବ ରହିଛି । ତେଣୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ସୂଚନା ଥାଉକି, ଗତ ୨୦ ତାରିଖରେ ବିଶ୍ୱରଞ୍ଜନଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ମଧ୍ୟ ଇସ୍ତଫା ଦେଇଥିଲେ । ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକର ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଜିଲା ପରିଷଦ ସଦସ୍ୟ, ୩୫ରୁ ଊର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି । ବରୀ ନିର୍ବାଚନୀ ମଣ୍ଡଳୀର ସବୁ ପଂଚାୟତ ବିଜେଡି ଦଖଲ କରିବ ବୋଲି କହିଛି l

୬ ତାରିଖ ରେ ଶଙ୍ଖ ଫୁଙ୍କିବେ ପ୍ରଦୀପ ମାଝୀ…

( ) ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। ପ୍ରଦୀପଙ୍କ ସହିତ ତାଙ୍କର ନିକଟତମ ସହଯୋଗି ଏବଂ ବିଜେଡିର ସ୍ଥାନୀୟ ବିଧାୟକ , ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ । ଦଳରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ । ଦଳରେ ଥିଲା ବେଳେ ତାଙ୍କୁ ଜନ ସାଧାରଣଙ୍କଠାରୁ ଅନେକ ଭଲ ପାଇବା ମିଳିଛି। ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସନୀୟତା ହରାଉଛି। ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ ବୋଲି ପ୍ରଦୀପ ତାଙ୍କ ଚିଠିରେ ଲେଖିଥିଲେ । ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝି।

ଖୋର୍ଦ୍ଧା ଓ କଟକ ଜିଲ୍ଲା ରେ ଅଧିକ ରହୁଛି ସଂକ୍ରମଣ…

କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲା ରେ ସଂକ୍ରମଣ ଅଧିକ ରହୁଛି l କିନ୍ତୁ ବ୍ୟସ୍ତ ହେବା ସମୟ କିଛି ନୁହେଁ l ଆମର ହସ୍ପିଟାଲ ରେ ଆଡ଼ମିସନ ବଢୁ ନାହିଁ ଓ ମୃତ୍ୟୁ ସଂଖ୍ୟା ବଢୁ ନାହିଁ l କିନ୍ତୁ ଏହାର ତର୍ଜମା ଚାଲିଛି ଯେ କାହିଁକି ସଂକ୍ରମଣ ବଢୁଛି ବୋଲି l କେତେକ ପୂଜାପର୍ବ ଆମେ ଅତିକ୍ରମ କଲେଣି ତେଣୁ ଆଗକୁ ଆସୁଥିବା ଦୀପାବଳି ମଧ୍ୟ ଅମାନିଆ ନ ହୋଇ, ନିୟମ ପାଳନ କଲେ ସ୍ଥିତି ଭଲ ହୋଇପାରେ l
ବାଇଟ – ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ବୈଠକ ସାମ୍ବାଦିକଙ୍କୁ ପେନ୍‌ସନ୍ – ସାମାଜିକ ସୁରକ୍ଷା ଦେବାକୁ ଦାବି କଲା ଓୟୁଜେ…

{} ଗତ ୨୬ ତାରିଖ ଦିନ ସୂଚନାଭବନରେ ଆୟୋଜିତ ୧୪ତମ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ର ବୈଠକରେ କାଉନସିଲ ସଭ୍ୟ ତଥା ଓୟୁଜେର ରାଜ୍ୟସଭାପତି ପ୍ରଶନ୍ନ ମହାନ୍ତି ଦେଶର ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅଧିକ ସମାଜିକ ସେବା ଓ ସୁରକ୍ଷା ଦେବାପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଥିଲେ । ଗଣମାଧ୍ୟମର ପ୍ରତିନିଧି ମାନେ ଦୀର୍ଘ ବର୍ଷଧରି ସମ୍ବାଦପତ୍ର ପାଇଁ କାମ କରିଆସୁଥିଲା ବେଳେ ଅବସର ଗ୍ରହଣ କଲାପରେ ସେମାନଙ୍କୁ ପେନ୍‌ସନ ମିଳୁନାହିଁ। ସେମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ସେମାନେ ଅତ୍ୟନ୍ତ ଦୁଃଖଦ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅବସରପ୍ରାପ୍ତ ସାମ୍ବାଦିକ ଓ ଚୁକ୍ତିଭିତିକ ସମ୍ବାଦିକ ମାନଙ୍କୁ ଅର୍ଥକ ଓ ସମାଜିକ ସୁରକ୍ଷା ପାଇଁ ଏବେଠାରୁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାଦି କରିଥିଲେ । ଅନୁଷ୍ଠିତ ଆଲୋଚନା ଚକ୍ରରେ ଶ୍ରୀ ମହାନ୍ତି କହିଥିଲେ କି ସାମ୍ବାଦିକ ମାନଙ୍କୁ ଅବସର ଦିଆଯିବା ପରେ କୌଣସି ଅବସରକାଳୀନ ସୁବିଧା ସୁଯୋଗ ଅଦ୍ୟାବଧୂ ସମ୍ବାଦପତ୍ର କିମ୍ବା ଟେଲିଭିଜନ ଚ୍ୟାନାଲ ପକ୍ଷରୁ ମିଳୁନାହିଁ। ଫଳରେ ଅନେକ ସମୟରେ ସେମାନେ ବାଧ୍ୟ ହୋଇ ଜରାଶ୍ରମରେ ଅତ୍ୟନ୍ତ ଦୟନିୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ସାମ୍ବାଦିକମାନେ ନକ୍ସଲ ଉପହୃତ ଅଂଚଳରେ ରହି ରିପୋଟିଂ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ରସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ନିଜର ବଳିଷ୍ଠ ଯୁକ୍ତି ମଧ୍ୟମରେ ତଥ୍ୟ ଉପସ୍ଲାପନ କରିଥିଲେ। ଏହାସହିତ ରାଜ୍ୟସରକାର ଗୁଡିକ ତୁରନ୍ତ କିଭଳି ସମ୍ବାଦିକ ମାନଙ୍କୁ ଅଧୂସ୍ୱୀକୃତି (ଆର୍କରି ଡେସନ) ଦେବେ ସେଥିପାଇଁ ଆକ୍ରିଡେସନ କମିଟି ଗଠନ କରିବା ଏବଂ ସାମ୍ବାଦିକ ମାନଙ୍କୁ ସରକାର ପ୍ରଶାସନ କୁ ସୁହାଇବା ଭଳି ସମ୍ବାଦ ପରିବେଷଣ କରିବାକୁ ବାଧ୍ୟ ନକରିବାକୁ ଦାବି କରିଥିଲେ । ବୈଠକରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ସଭ୍ୟ ତଥା ଏନ ୟୁ ଜେ (ଆଇ)ର ପୂର୍ବତନ ସଭାପତି ପ୍ରଜ୍ଞାନନ୍ଦ ଚୌଧୁରୀ ସମ୍ବାଦିକ ମାନଙ୍କ ପାଇଁ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥା ଏକ କେନିଆନ୍” (କଳା ଆଇନ) ବୋଲି ଦର୍ଶାଇଥିଲେ। ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ କେନ୍ଦ୍ର ସରକାର ଗଣମଧ୍ୟମର ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି ଉପସ୍ପିନ କରିଥିଲେ। ଏନୟୁଜେ (ଅଇ) ଏବଂ ଓୟୁଜେର କର୍ମକର୍ତା ମାନଙ୍କ ଏଭଳି ବଳିଷ୍ଠ ଯୁକ୍ତି ଅତ୍ୟନ୍ତ ପ୍ରଭବ ଶାଳୀ ଥିଲା । ଏହି ବୈଠଳରେ ଜଷ୍ଟିସ୍ ସି ଜେ ପ୍ରସାଦ ଅଧ୍ୟକ୍ଷତା କରିଥିବା ବେଳେ ନବାଗତ ସଦସ୍ୟମାନଙ୍କୁ ବୈଠକରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

ପୋୖରାଞ୍ଚଳ ସହ ୩୩ଟି ଆଇ.ଟି.ଆଇ ର ଚୁକ୍ତିନାମା..

{} ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଗୁଡିକ ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
୫-ଟି ମନ୍ତ୍ର ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଚଂଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା , ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠାମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଇ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣା ବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉ ନାହିଁ । ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣା ବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି । ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଚଂଳ ଓ ଆ.ଟି.ଆଇ ମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଆମର ନିଜସ୍ୱ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବା ସହିତ ଆଇ.ଟି.ଆଇ ଗୁଡିକର ସ୍ଥାୟୀ ଆର୍ଥିକ ଆୟ ହୋଇପାରିବ ।
ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ୧୧୪ ପୌରାଚଂଳ ସହିତ ୩୩ ଟି ଆଇ.ଟି.ଆଇ ସହବନ୍ଧିତ ହୋଇଛନ୍ତି ।
ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଉପସ୍ଥିତିରେ ମ୍ୟୁନିସପାଲିଟି ଓ ଏନ୍‌.ଏ.ସି ଗୁଡିକର ନିର୍ବାହୀ ଅଧିକାରୀ , ମହାନଗର ନିଗମଗୁଡିକର କମିଶନର କିମ୍ବା ତାଙ୍କ ପ୍ରତିନିଧି ମାନେ ଆଇ.ଟି.ଆଇ ଅଧ୍ୟକ୍ଷ ମାନଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
ଏହା ଫଳରେ ରାଜ୍ୟର ସହରାଚଂଳମାନଙ୍କରେ ବର୍ଜ୍ୟ ବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିପାରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ “ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା” କୁ ସାକାର କରାଯାଇ ପାରିବ ।

ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ…

{} ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ। ଜେଲ ସଂସ୍କାର ପାଇଁ ବୋର୍ଡ଼ ଗଠନ ପାଇଁ କମିଟିର ସୁପାରିଶ କରିଛି। ତେଲେଙ୍ଗାନା ଢାଞ୍ଚାରେ କରିବାକୁ ସୁପାରିଶ। ଜେଲରେ କଏଦୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଯାଉ। ସେହିପରି ସୀମା ବର୍ତ୍ତୀ ଅଂଚଳରେ ନୂତନ ଥାନା ଓ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛି କମିଟି। ସର୍ଭେ କରିବା ପରେ ଥାନା ଓ ଫାଣ୍ଡି କରାଯିବ ବୋଲି କମିଟିକୁ ଜଣାଇଛି ପ୍ରଶାସନ।

କିଶୋର ମହାନ୍ତି, ଅଧ୍ୟକ୍ଷ, ଗୃହ ଷ୍ଟାଣ୍ଡି କମିଟି

ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ…

{} ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ଙ୍କ ସୂଚନା 2022 ରେ ହେବ ପଂଚାୟତ ନିର୍ବାଚନ। ସେଥିପାଇଁ ରାଜ୍ୟନିର୍ବାଚନ କମିଶନଙ୍କ ତତ୍ତ୍ଵାବଧନା ରେ ପ୍ରସ୍ତୁତି ଜାରିରହିଛି। କେନ୍ଦ୍ର ନିର୍ଵାଚନ କମିଶନ ଜାନୁଆରୀ 1, 2021 ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି। ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା 6 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ। ଧାର୍ଯ୍ୟ ତାରିଖ ଅନୁସାରେ ଜିଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ ଡାକିବା ପ୍ରସଙ୍ଗ। ପଂଚାୟତ ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜର ମତାମତ ରଖିବେ। ସ୍ୱଚ୍ଛ ଅବାଧ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଆଲୋଚନା ହେବ। ପଂଚାୟତ ନିର୍ବାଚନବେଳେ ଗାଁ ଗାଁରେ ଟେନସନ ଥାଏ। ତେଣୁ ବ୍ଲକରେ ଭୋଟ ଗଣତି ହେଲେ ଭଲ ହେବ ବୋଲି କହିଲା ବିଜେଡି। ବିଜେଡିର କନଫିଡେନ୍ସନ ବୀନଙ୍କ ନେତୃତ୍ୱ। ବିଜେଡି ସବୁ ବର୍ଗର ଲୋକଙ୍କ ପ୍ରିୟ ଦଳ। ଲୋକବଳ ହେଉଛି ବିଜେଡିର ବଳ। ଲୋକେ ବିଜେଡିର ଉନ୍ନୟନମୂଳକ ପ୍ରକଳ୍ପକୁ ଦେଖି ଲୋକେ ବିଜେଡି ସହ ଯୋଡି ହୋଇ ରହିଛନ୍ତି। ସେଥିପାଇଁ ସବୁବେଳେ ବିଜେଡିର ବିଜୟ ଧାରା ବଜାୟ ରହିଛି। ଆଗକୁ ମଧ୍ୟ ବିଜେଡିର ବିଜୟ ଧାରା ବଜାୟ ରହିବ ବୋଲି କହିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର।

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ…

() ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି

ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

{} ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ବତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି । ।ଏହିସବୁ ପୋଲିସ ଷ୍ଟେସନରେ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ। ଏହିସବୁ ଥାନାରେ ସ୍ବତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସଂପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ। ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ। ଏହାସହିତ ଶିଶୁମାନଙ୍କ ଅଧିକାର ସଂପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’ ( Do’s and Don’ts), ସେ ସଂପର୍କରେ ମଧ୍ୟ ସୂଚନା ଫଳକ ରହିବ। ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସଂପର୍କରେ ଏକ ସ୍ବତନ୍ତ୍ର ଫଳକ ରହିବ। ଏହାସହିତ ପିଲାଙ୍କ ପାଇଁ ଖେଳନା, Firstaid Kits ମଧ୍ୟ ରଖାଯିବ। ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ।ସାଧାରଣ ଥାନା ଗୁଡିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ବାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବା ରେ ସହାୟକ ହେବବୋଲି ଆଶା କରାଯାଏ ।

ସଂକ୍ରମଣ କମୁଛି ଭାବି କୋଭିଡ ପରୀକ୍ଷା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି ଲୋକେ…

()ସଂକ୍ରମଣ କମିବା ଯୋଗୁଁ କୋଭିଡ ପରୀକ୍ଷା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି।ଟେଷ୍ଟ କରିବା ନିହାତି ଜରୁରୀ। ବର୍ତ୍ତମାନ ବି ରାଜ୍ୟରେ ସାଢେ ୪ ହଜାର ସକ୍ରିୟ ମାମଲା ରହିଛି। ତାଙ୍କ ସଂସ୍ପର୍ଶରେ ବି ଲୋକ ଆସୁଛନ୍ତି। ରୋଗ ଖୋଜିବା ନିହାତି ଜରୁରୀ। ଡିସେମ୍ବର ପର୍ଯ୍ୟନ୍ତ ୬୦-୭୦ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି।ଲୋକଙ୍କ ସହଯୋଗ ଆବଶ୍ୟକ।ଟୀକା ନେଇଗଲୁଣି ଭାବି ଟେଷ୍ଟ ନକରିବା ଭୁଲ । ଯେଉଁ ଜିଲ୍ଲାରେ ସମ୍ପୂର୍ଣ୍ଣ ସଂକ୍ରମଣ କମିଛି ସେଠି ବି ଆକ୍ରାନ୍ତ ବାହାରି ପାରନ୍ତି। ରାସ୍ତା କଡ଼ ବ୍ୟବସାୟୀ,ସପିଂ ମଲ କର୍ମଚାରୀ, ସ୍କୁଲ କର୍ମଚାରୀ,ସ୍ୱାସ୍ଥ୍ୟ କର୍ମୀ,ଅଗଧାଡ଼ିର ଯୋଦ୍ଧା କିମ୍ବା ବେଶୀ ଗହଳି ସ୍ଥାନକୁ ଯାଉଥିବା ଲୋକ ନିହାତି ପରୀକ୍ଷା କରିବା ଆବଶ୍ୟକ।ସ୍ୱତ୍ୱପୂର୍ତ୍ତ ଭାବେ କରିବା ଆବଶ୍ୟକ।ସତର୍କତା ପାଇଁ ,ତୃତୀୟ ଲହର ଆସୁଛି ନା ନାହିଁ ଜାଣିବା ପାଇଁ ଟେଷ୍ଟ ଜରୁରୀ।ନୂଆ ମାମଲା ଆସିଲେ କଣ୍ଟେନମେଣ୍ଟ କରିବା ପାଇଁ,କଣ୍ଟାକ୍ତ ଟ୍ରେସିଂ ପାଇଁ ଟେଷ୍ଟ ଜରୁର।ବାହାର ରାଜ୍ୟକୁ ଯାଇଥିବା ବ୍ୟକ୍ତି ବି ଟେଷ୍ଟ କରିବା ଭଲ। ଏହା ଦ୍ୱାରା ନୂଆ ମ୍ୟୁଟାଣ୍ଟ ଆସିଛି କି ନାହିଁ ଜଣାପଡ଼ିବ । ବର୍ତ୍ତମାନ ନୂଆ ଭ୍ୟାରିଆଣ୍ଟ ଉପରେ ନଜର ରଖାଯାଇଛି। ବର୍ତ୍ତମାନ କିଛି ସତର୍କତା ନାହିଁ। ସଂକ୍ରମଣ ସଂଖ୍ୟା ,ମୃତ୍ୟୁ ସଂଖ୍ୟା କମିଲେ ଭାଇରସ ଏଂଡେମୀକ ସ୍ତରକୁ ଯିବ। ବର୍ତ୍ତମାନ ଯେପରି ସ୍ଥିତି ଅଛି ଏମିତି ଅପ ଡାଉନ ହୋଇ ସଂକ୍ରମଣ କମିବ। ରାଜ୍ୟରେ ସଂକ୍ରମଣ ସଂଖ୍ୟା, ଡାକ୍ତରଖାନାକୁ ଯିବା ରୋଗୀଙ୍କ ସଂଖ୍ୟା ,ମୃତ୍ୟୁ ସଂଖ୍ୟା କ୍ରମାନ୍ବୟରେ କମୁଛି।କିନ୍ତୁ ଆଗକୁ ସତର୍କ ରହିବାକୁ ପଡିବ। ଭୁବନେଶ୍ୱର ୨୦୦-୩୦୦ ରହୁଛି। ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।ପୂର୍ବ ପ୍ରସ୍ତୁତି ଅପେକ୍ଷା ଏବେକାର ପ୍ରସ୍ତୁତି ସମ୍ପୂର୍ଣ୍ଣ ଭିନ୍ନ। ପୂର୍ବ ବର୍ଷ ଅପେକ୍ଷା ସ୍ଥିତି ଭିନ୍ନ ରହିଛି। ବର୍ତ୍ତମାନ ୮୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବାଡି ରହିଛି।ଟୀକାକରଣ ଚାଲିଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପ୍ରସ୍ତୁତୁ ଚାଲିଛି।ହାର୍ଡ ଇମ୍ମ୍ୟୁନିଟି ଉପରେ ନିର୍ଭର କରିବ ତୃତୀୟ ଲହର। ଟେଷ୍ଟି,ଟ୍ରି ଟିଂ ,ସର୍ଭେଲାନ୍ସ ରେ ଯଥେଷ୍ଟ ଅଭିଜ୍ଞାତା ହେଲାଣି।ଭାଇରସ ପୁରା ଚାଲିଯିବ ନୁହେଁ କମ ସଂକ୍ରମଣ ରହିବ।ଯଦି ସଂକ୍ରମଣ କମିବ,ଡାକ୍ତରଖାନା ଯିବା କମିବ ମୃତ୍ୟ ସଂଖ୍ୟା କମିବ ତେବେ ଏଂଡେମୀଙ୍କ ଷ୍ଟେଜ କୁ ଆସିଲା ବୋଲି କୁହାଯାଇପାରିବ।
ବାଇଟ-ନିରଞ୍ଜନ ମିଶ୍ର,ଜନସ୍ୱାସ୍ଥ୍ୟ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news