ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ବୈଠକ ସାମ୍ବାଦିକଙ୍କୁ ପେନ୍‌ସନ୍ – ସାମାଜିକ ସୁରକ୍ଷା ଦେବାକୁ ଦାବି କଲା ଓୟୁଜେ…

- Advertisement -

{} ଗତ ୨୬ ତାରିଖ ଦିନ ସୂଚନାଭବନରେ ଆୟୋଜିତ ୧୪ତମ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ର ବୈଠକରେ କାଉନସିଲ ସଭ୍ୟ ତଥା ଓୟୁଜେର ରାଜ୍ୟସଭାପତି ପ୍ରଶନ୍ନ ମହାନ୍ତି ଦେଶର ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅଧିକ ସମାଜିକ ସେବା ଓ ସୁରକ୍ଷା ଦେବାପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଥିଲେ । ଗଣମାଧ୍ୟମର ପ୍ରତିନିଧି ମାନେ ଦୀର୍ଘ ବର୍ଷଧରି ସମ୍ବାଦପତ୍ର ପାଇଁ କାମ କରିଆସୁଥିଲା ବେଳେ ଅବସର ଗ୍ରହଣ କଲାପରେ ସେମାନଙ୍କୁ ପେନ୍‌ସନ ମିଳୁନାହିଁ। ସେମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ସେମାନେ ଅତ୍ୟନ୍ତ ଦୁଃଖଦ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅବସରପ୍ରାପ୍ତ ସାମ୍ବାଦିକ ଓ ଚୁକ୍ତିଭିତିକ ସମ୍ବାଦିକ ମାନଙ୍କୁ ଅର୍ଥକ ଓ ସମାଜିକ ସୁରକ୍ଷା ପାଇଁ ଏବେଠାରୁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାଦି କରିଥିଲେ । ଅନୁଷ୍ଠିତ ଆଲୋଚନା ଚକ୍ରରେ ଶ୍ରୀ ମହାନ୍ତି କହିଥିଲେ କି ସାମ୍ବାଦିକ ମାନଙ୍କୁ ଅବସର ଦିଆଯିବା ପରେ କୌଣସି ଅବସରକାଳୀନ ସୁବିଧା ସୁଯୋଗ ଅଦ୍ୟାବଧୂ ସମ୍ବାଦପତ୍ର କିମ୍ବା ଟେଲିଭିଜନ ଚ୍ୟାନାଲ ପକ୍ଷରୁ ମିଳୁନାହିଁ। ଫଳରେ ଅନେକ ସମୟରେ ସେମାନେ ବାଧ୍ୟ ହୋଇ ଜରାଶ୍ରମରେ ଅତ୍ୟନ୍ତ ଦୟନିୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ସାମ୍ବାଦିକମାନେ ନକ୍ସଲ ଉପହୃତ ଅଂଚଳରେ ରହି ରିପୋଟିଂ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ରସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ନିଜର ବଳିଷ୍ଠ ଯୁକ୍ତି ମଧ୍ୟମରେ ତଥ୍ୟ ଉପସ୍ଲାପନ କରିଥିଲେ। ଏହାସହିତ ରାଜ୍ୟସରକାର ଗୁଡିକ ତୁରନ୍ତ କିଭଳି ସମ୍ବାଦିକ ମାନଙ୍କୁ ଅଧୂସ୍ୱୀକୃତି (ଆର୍କରି ଡେସନ) ଦେବେ ସେଥିପାଇଁ ଆକ୍ରିଡେସନ କମିଟି ଗଠନ କରିବା ଏବଂ ସାମ୍ବାଦିକ ମାନଙ୍କୁ ସରକାର ପ୍ରଶାସନ କୁ ସୁହାଇବା ଭଳି ସମ୍ବାଦ ପରିବେଷଣ କରିବାକୁ ବାଧ୍ୟ ନକରିବାକୁ ଦାବି କରିଥିଲେ । ବୈଠକରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ସଭ୍ୟ ତଥା ଏନ ୟୁ ଜେ (ଆଇ)ର ପୂର୍ବତନ ସଭାପତି ପ୍ରଜ୍ଞାନନ୍ଦ ଚୌଧୁରୀ ସମ୍ବାଦିକ ମାନଙ୍କ ପାଇଁ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥା ଏକ କେନିଆନ୍” (କଳା ଆଇନ) ବୋଲି ଦର୍ଶାଇଥିଲେ। ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ କେନ୍ଦ୍ର ସରକାର ଗଣମଧ୍ୟମର ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି ଉପସ୍ପିନ କରିଥିଲେ। ଏନୟୁଜେ (ଅଇ) ଏବଂ ଓୟୁଜେର କର୍ମକର୍ତା ମାନଙ୍କ ଏଭଳି ବଳିଷ୍ଠ ଯୁକ୍ତି ଅତ୍ୟନ୍ତ ପ୍ରଭବ ଶାଳୀ ଥିଲା । ଏହି ବୈଠଳରେ ଜଷ୍ଟିସ୍ ସି ଜେ ପ୍ରସାଦ ଅଧ୍ୟକ୍ଷତା କରିଥିବା ବେଳେ ନବାଗତ ସଦସ୍ୟମାନଙ୍କୁ ବୈଠକରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles