ଥାର୍ଡ ଓଏଭ ଆସିଲେ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ…

() ରାଜ୍ୟରେ ଏବେ ବି ସାଢ଼େ ଚାରି ହଜାର ଲୋକ ସକ୍ରିୟ ଅଛନ୍ତି। ଟେଷ୍ଟ କରିବା ଲୋକ ଧୀରେ ଧୀରେ କମେଇଦେଲେଣି। ଶୀତ,ଗ୍ରୀଷ୍ମ କିଛି ନୁହେଁ ସବୁ ୠତୁରେ କଁରୋନା ସକ୍ରିୟ ରହୁଛି ତେଣୁ ନିୟମିତ ଲକ୍ଷଣ ଆସିଲେ ,କିମ୍ବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ ,ଲୋକଙ୍କ ଯୋଗାଯୋଗରେ ଅଧିକ ଆସିଲେ ଟେଷ୍ଟ କରେଇନେବା ଜରୁରୀ। ଥାର୍ଡ ଓଏଭ କଥା ଜାଣିବା ପାଇଁ ହେଲେ ଆମେ ଟାର୍ଗେଟ ଟେଷ୍ଟଟିଂ ବଜାୟ ରଖିବୁ। ରୋଗ ପରିଚାଳନାରେ ଆମେ ଅଭିଜ୍ଞତା ପାଇଗଲେଣି।ମ୍ୟୁଟେସନ ଭୁତଣୁର ସ୍ୱାଭାବିକ ପ୍ରକ୍ରିୟା ତେଣୁ ଭାରିୟାଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ଏବେ ନାହିଁ।ଏଣ୍ଡଡେମୀକ ସମୟକୁ ଫେରିବାକୁ ହେଲେ ମୃତ୍ୟୁ ସଂଖ୍ୟା ସମ୍ପୂର୍ଣ କମିବା ଦରକାର ଆମେ ପ୍ରସ୍ତୁତ ରହିବା,ଥାର୍ଡ ଓଏଭ ଆସିଲେ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ ବୋଲି କହିଲେ ଜନସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦେଶକ,ନିରଂଜନ ମିଶ୍ର। ବିଦେଶରୁ ଫେରିବା ପରେ ସଂଘରୋଧ ନିୟମ ଏବେ ବି ଅଛି।ଜିନୋମୀକ ସିକୁଏସିଙ୍ଗ ଏବେ ବି ଆମର ଚାଲିଛି
ଉଦବେଗଜନକ ଭାବରେ ସଂକ୍ରମଣ ବଢିଲେ ପୂର୍ବ ନିୟମ ହୁଏତ ଫେରିପାରେ। ବିଜୟ ମହାପାତ୍ର,ସ୍ୱାସ୍ଥ୍ୟ ନିର୍ଦେଶକ

ଆସିଲା କୋରନା ର ଆଉ ଏକ ନୂଆ ଭୁତାଣୁ…

{} ନୂଆଭ୍ୟାରିଆଣ୍ଟକୁ ନେଇ ଡିଏମଇ ଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା। ଇନ୍ଦ୍ରୋରରେ ଓ ମହାରାଷ୍ଟ୍ରରେ ନୂଆ ଭ୍ୟାରି ଆଣ୍ଟଚିନ୍ହଟ ହୋଇଛି। ଏହା 10 ପ୍ରତିସତ ଅଧିକ ସଂକ୍ରମିତ କରିବ। ଡେ଼ଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଣ୍ଟ। ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପସ୍ଟ ହୋଇନାହିଁ। ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ଏହା ଉପରେ ଆମେ ନଜର ରଖିଛୁ। ୟୁକେରେ ଏହି ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି। ବୁଷ୍ଟର ଡୋଜ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର କୌଣସି ସ୍ପସ୍ଟ ନିଷ୍ପତ୍ତି ନେଇନାହାନ୍ତି।ବାଣ ଫୁଟିଲେ ଲଙ୍ଗସ କୁ ଇଫେକ୍ଟ କରିବ। ବଢିବା କମିବା ଡାଇନାମିକ ପ୍ରସେସରେ ଚାଲିବ ଆମେ ଏଣ୍ଡାମିକ ରେ ଅଛେ। ଭୁବନେଶ୍ୱର ରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି। ଟ୍ରାନ୍ସମିସନ ଭଳି ପରିବେଶ ସୄଷ୍ଟି କରିବା ନାହିଁ।ଏଣ୍ଡାମିକ ଷ୍ଟେଜରେ ମାନେ କୋଭିଡ ରହିବ। ବୁଷ୍ଟର ଡୋଜ ର ଆବଶ୍ୟକ ତା ରହିଛି କିନ୍ତୁ ଟେକନିକାଲ କମିଟି ର ଷ୍ଟଡି ରିପୋର୍ଟ ଆସିନି।
ଡାକ୍ତର ବିଜୟ ମହାପାତ୍ର, ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ବିଶ୍ୱାସ ଓ ଭରଷା ସାଜିଛନ୍ତି ପ୍ରଣବ : ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି ନେତା ଓ କର୍ମୀ ..

ବିଶ୍ୱାସ ଓ ଭରଷା ସାଜିଛନ୍ତି ପ୍ରଣବ 

ଶଙ୍ଖ ଫୁଙ୍କିଲେ ଶତାଧିକ ବିରୋଧୀ କ୍ୟାମ୍ପର ନେତା ଓ କର୍ମୀ 

 ପୁରା ଯାଜପୁର ହେଲାଣୀ ସବୁଜମୟ 

ବିଜେଡିି ଉପରେ ବଢୁଛି ବିଶ୍ୱାସ 

ନବୀନ ଓ ପ୍ରଣବ ସାଜିଛନ୍ତି ଆଦର୍ଶ 

୨୧ବର୍ଷ ଧରି ଚାଲିଛିି ସ୍ଥିର ସରକାର । ସବୁବେଳେ ଲୋକଙ୍କ ସାଥିରେ ନେତା । ଲକ୍ଷ ଜନସେବା । ମିଥ୍ୟା ପ୍ରଚାର କି ପ୍ରଲୋଭନ ନୁହେଁ । କଥା କମ କାମ ଅଧିକ । ଗାଁର ବିକାଶରୁ ଆରମ୍ଭ ହେଉଛି ନୂଆ ଓଡ଼ିଶା ଗଠନ । ନୂଆ ଓ ପୁରୁଣା ନେତା ଏକାଠି ହୋଇ କାମ କଲେ ଗାଁ ଓ ପଂଚାୟତର ଉନ୍ନତି ହେବ । ଏଥିଲାଗି ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ଗାଁରେ ବାସ୍ତବ ରୂପ ଦେବା ଓ ମିଳିମିଶି ପୂରଣ କରିବା । ସୁଖ ଓ ଦୁଃଖରେ ଲୋକଙ୍କ ସହ ଛିଡାହେବା । ଯେଉଁମାନେ ମିଥ୍ୟା ଅପପ୍ରଚାର କରୁଛନ୍ତି ତାଙ୍କୁ ଦୃଢ ଜବାବ ଦେବା । ଏହାସହ କୌଣସି ପଦ ପଦବୀ ନୁହେଁ, ଲୋକଙ୍କ ସେବା କିପରି ଅଧିକରୁ ଅଧିକ କରିହେବ ସେ ଦିଗରେ କାମ କରିବା ।

ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡ଼ି ମୁହାଁ ହେଉଛନ୍ତି ନେତାଏ । ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନୀତି ଓ ଆଦର୍ଶ ସହ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସାଂଗଠନିକ ଦକ୍ଷତାରେ ଅନୁ୍‌ପ୍ରାଣିତ ହେଉଛନ୍ତି ବିରୋଧୀ କ୍ୟାମ୍ପର ନେତାଏ । ବିଜେଡିରେ କାମ କରିବାକୁ ବହୁତ ସୁଯୋଗ ଥିବାରୁ ନେତାଏ ବିଜେଡିିରେ ସାମିଲ ହେଉଛନ୍ତି ।

ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତରେ ରବିବାର ବିଜେଡ଼ିରେ ମିଶିଛନ୍ତି ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ । ବିଜେଡିି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ସବୁ ନେତା ଓ କର୍ମୀଙ୍କୁ ଦଳକୁ ସ୍ୱାଗତ କରିବା ସହ ଦଳ ପାଇଁ କାମ କରି ପଂଚାୟତ ଲୋକମାନଙ୍କ ଆଶା ପୂରଣ କରିବାକୁ ମିଶ୍ରଣ ପର୍ବରେ ଆହ୍ୱାନ ଦେଇଥିଲେ । ପ୍ରଥମେ ଭୁବନେଶ୍ୱରପୁର ପଂଚାୟତର ଯୁବ-ଛାତ୍ର-ମହିଳା ମାନଙ୍କ ସହ ବିଧାୟକଙ୍କୁ ସଭାସ୍ଥଳକୁ ନେଇଥିଲେ । ବହୁ ପୁରୁଣା ନେତା ଓ କର୍ମୀ ମଧ୍ୟ ଏହି ମିଶ୍ରଣ ପର୍ବରେ ଘରବାହୁଡ଼ା କରିଥିଲେ ।

ଆଗକୁ ଭୁବନେଶ୍ୱରପୁର ପଂଚାୟତରେ ମହିଳାମାନେ କିପରି ଅଧିକ ସ୍ୱଭାଲମ୍ବୀ ହୋଇପାରିବେ ତାହା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ବିଧାୟକ । ମିଶନ ଶକ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନେ କିପରି ଆଗକୁ ଯିବେ ଓ ଅଧିକ ସ୍ୱଭାଲମ୍ବୀ ହେବେ ତାହାର ଦାୟିତ୍ୱ ସେ ନିଜେ ନେବେ ବୋଲି କହିଥିଲେ । ସବୁବେଳେ ଲୋକେ ଯେଉଁଠି ପ୍ରଣବ ସେଇଠି ତାହା ଦେଖିବାକୁ ମିିଳେ । ଶନିବାର ଓ ରବିବାର ନିଜ ନିର୍ବାଚନୀ ମଣ୍ଡଳୀର ଲୋକଙ୍କ ସୁଃଖ ଓ ଦୁଃଖରେ ସେ ସାମିଲ ହୁଅନ୍ତି । ପ୍ରତ୍ୟେକ ରବିବାର ଲୋକଙ୍କ ପାଖକୁ ଯାଇ ଜନ ଶୁୂଣାଣୀ କରନ୍ତି । ସପ୍ତାହ ଭିତରେ ଜନ ଶୁଣାଣି ରେ ଲୋକମାନେ ଯେଉଁ ସମସ୍ୟା ନେଇ ଆସିଥିବେ ତାହାର ସମାଧାନ କରିବା ପାଇଁ ସ୍ୱତନ୍ତ୍ର ଟିମ କରିଛନ୍ତି ପ୍ରଣବ । ଯାହାକୁ ପ୍ରତ୍ୟେକ ରବିବାର ସେ ସମୀକ୍ଷା କରନ୍ତି । ପ୍ରଣବଙ୍କ ପରି ଜଣେ ଦକ୍ଷ ସଂଗଠନକୁ ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ବିଜେଡିି ପ୍ରତି ଆକର୍ଷିତ ହୋଇ କାମ କରୁଛନ୍ତି । ଏଥିରୁ କିପରି ବାଦ ପଡିବେ ବିରୋଧୀ କ୍ୟାମ୍ପର ନେତା ଓ କର୍ମୀ । ଧୀରେ ଧୀରେ ପୁରା ଯାଜପୁର ସବୁଜମୟ ହେଉଛି ।

ଏହି ମିଶ୍ରଣ ପର୍ବରେ ଯୁବ ନେତା ଓ ପୂର୍ବତନ ପୌରାଧକ୍ଷ ଭବ ପ୍ରକାଶ ଦାସ , ସ୍ଥାନୀୟ ସରପଞ୍ଚ, ପୂର୍ବତନ ସରପଞ୍ଚ , ଯାଜପୁର ବିଜେଡିର ବହୁ ଆଗଧାଡିର ନେତା ଉପସ୍ଥିତ ଥିଲେ ।

ବିଜେପି ଉପରେ ବର୍ଷିଲା ବିଜେଡି….

ଏଭଳି ସମ୍ବେଦନଶୀଳ ଘଟଣାରେ । ରାଜନୈତିକ ରୂପ ଦେବା ଲଜ୍ଜାଜନକ। ବିଜେପିର ଭାଷା ନିନ୍ଦନୀୟ। ଆଗରୁ ଶସ୍ତା ରାଜନୀତି କରୁଥିଲେ, ଏବେ ହୀନ ରାଜନୀତି କରୁଛନ୍ତି। ଦ୍ଵିତୀୟ ଥର ସମାନ ଘଟଣାରେ FIR ହୁଏ ନାହିଁ। ଗତକାଲି କ୍ୟାପିଟାଲ ଥାନା ଗଲେ। ଯାହା ଜଣାପଡୁଛି ସେମାନେ ମାଇଲେଜ ନେବାକୁ ଚାହୁଁଛନ୍ତି। ସେହି ଶିକ୍ଷାନୁଷ୍ଠାନକୁ ବଦନାମ କରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରିବାକୁ ଚାହୁଁଛନ୍ତି। ଯେଉଁ ରାଜ୍ୟ ବିଜେପି ଶାସନରେ ଅଛି, ସେଠି ମହିଳା ବିରୋଧୀ ହିଂସା ବଢୁଛି। ବିଜେପି ନେତା ହି ସେହି ଅପରାଧରେ ସମ୍ପୃକ୍ତ। ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା। କୁହନ୍ତି ଯେ ପ୍ରଶାସନ ଉପରେ ଭରଷା ରଖ। ସେ ସବୁ ରାଜ୍ୟରେ ପୋଲିସ ପାଖରେ ପ୍ରମାଣ ଅଛି। ଏଠି ତ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଗତକାଲି ଯେଉଁ ବ୍ୟବହାର କଲେ ଥାନାରେ, ଠେଲାପେଲା କଲେ। ପ୍ରମାଣ ନେଇ ପୀଡିତାଙ୍କ ପରିବାର ପାଖକୁ ଯାଆନ୍ତୁ। ବୋଧେ ମହିଳା ବିଜେପିର ଶିକ୍ଷାଗତ ଯୋଗ୍ୟତା ନାହିଁ। କାରଣ ସେମାନେ ଦ୍ଵିତୀୟ ଥର FIR ନ ହେବା କଥା ଜାଣି ନାହାନ୍ତି। ଚେତି ଯାଅ ବିଜେପି, ନ ହେଲେ ରାଜ୍ୟବାସୀ ଜବାବ ଦେବେ। ସ୍କୁଲ ଓ ଛାତ୍ରକୁ ବଦନାମ କଲେ ଅଭିଭାବକ ଜବାବ ଦେବେ। ଆମ ହୃଦୟ ବି କାନ୍ଦୁଛି। ପୀଡିତା ନ୍ୟାୟ ପାଉ ଆମେ ତାହା ଚାହୁଁଛୁ।
ଇପ୍ସିତା ସାହୁ, ମହାସଚିବ, ଛାତ୍ର ବିଜେଡି
ଏଲିନା ଦାଶ, ମହାସଚିବ, ଯୁବ ବିଜେଡି

ଓଡ଼ିଶା ମୋ ପରିବାର….

{} ଓଡ଼ିଶା ମୋ ପରିବାର।ଗୋଟିଏ ପରେ ଗୋଟିଏ ଭଲ କାର୍ଯ୍ୟ କରିଦେଖେଇ ଚାଲିଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂଗଠନ ଗଠିତ ହୋଇଛି। ବିଦେଶରେ ହେଉ କି ଦେଶରେ ଯେଉଁଠି ଓଡ଼ିଆ ଲୋକ ହଇରାଣ ହୋଇ ସାହାରା ପାଉନାହାନ୍ତି ସେଠାରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଏ ଓଡ଼ିଶା ମୋ ପରିବାର। ରାଜ୍ୟ ଭିତରେ ରକ୍ତଦାନ ଠୁ ଆରମ୍ଭ କରି ଶବକୁ ସମ୍ମାନ ଦେବାରେ ବଡ ମହତ୍ତ୍ୱପୂର୍ଣ୍ଣ କାମ କରିଥାଏ ଓଡ଼ିଶା ମୋ ପରିବାର। ଆଜି ଏଭଳି ଏକ ଘଟଣାକ୍ରମରେ ଭଦ୍ରକ ଜିଲ୍ଲା ର ତିହିଡି ବ୍ଲକ ର ତଳଦପା ଗ୍ରାମର ଉତ୍ତମ ମଲ୍ଲିକ ଙ୍କ ଦେଢ ବର୍ଷ ର ଝିଅ ର ନିମୋନିଆ ରେ ମୃତ୍ୟୁବରଣ କରିଥିଲେ ।ମରଶରୀରକୁ ଭଦ୍ରକ ନେବା ପାଇଁ ସହଯୋଗ ର ହାତ ବଢାଇଥିଲେ । ଓଡିଶା ମୋ ପରିବାର ର ସିଇଓ ଆଦିତ୍ୟ ତୁରନ୍ତ ହସପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ ।ଏବଂ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଦେଇଛନ୍ତି। ଏନେଇ ଆଦିତ୍ୟ କହିଛନ୍ତି ଯେ ,

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ହେଉଛନ୍ତି ଆମର ପରିବାର ।ଓଡ଼ିଶାର କେହିବି ଦୁଖଦଃ ରେ ଥିଲା ତାର ସହଯୋଗ ଏବଂ ସହାୟତା ପ୍ରାଥମିକ ଦାଇତ୍ଵ ବୋଲି ସେ କହିଛନ୍ତି ।କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସହାୟତା ଯୋଗାଇଦେଉଛୁ ।ଆଗକୁ ମଧ୍ୟ ଏହି କାର୍ଯ୍ୟ ଯୋଗାଇଦେବୁ ।ସମାଜର ଅବହେଳିତ ଅସହାୟ ଲୋକଙ୍କ
ପାଖରେ ପହଞ୍ଚିବା ଓଡିଶା ମୋ ପରିବାର ର ଲକ୍ଷ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଆଜି ଉତ୍ତମ ମଲ୍ଲିକ ଙ୍କ ଝିଅ ନିମୋନିଆ ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ ।ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ଆଇସିୟୁ ନମିଳିବାରୁ ପରିବାର ଲୋକ ଭୁବନେଶ୍ୱର କିମସ୍ ଆଣିବା ବାଟରେ ପ୍ରାଣତ୍ୟାଗ କରିଥିଲେ ଶିବନ୍ୟା ।

ସମ୍ବାଦିକ ସମ୍ମିଳନୀ ରେ କଣ କହିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ..

{} କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ  ଙ୍କ ସମ୍ବାଦିକ ସମ୍ମିଳନୀ – ପୁରା ହତ୍ୟାକାଣ୍ଡ ପଛରେ ଓ ମୁଖ୍ୟ ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେବା ରେ ସନ୍ଦେହ ଘେର ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗତକାଲି ଦିବ୍ୟଶଙ୍କର ମିଶ୍ର ମୟୁରଭଞ୍ଜ ଗସ୍ତ ଥିଲା ହେଲେ ସେ ଗଲେ ନାହିଁ । ଏଥିରୁ ସ୍ପଷ୍ଟ ଯେ ଏବେ ନବୀନ ବାବୁ ଦିବ୍ୟଶଙ୍କର ଙ୍କୁ ନିଜ ପାଖରେ ଦେଖିବାକୁ ଚାହୁଁନାହାନ୍ତି ।
2013 ରେ ନୂଆ କରି ଗଢି ଉଠିଥିବା ଏକ ସଂସ୍ଥା ରେ କେମେଷ୍ଟ୍ରି ପେପର ଲିକ ହୋଇଥିଲା। ଏହାର ଚେର ମହାଲିଙ୍ଗ କଲେଜ ବୋଲି ଜଣା ପଡିଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲା । ଓ ବଡ଼ ରାକେଟ କାମ କରୁଥିବା କହିଥିଲା । ବଡ ପ୍ରଶ୍ନ ଲକ୍ଷ ଲକ୍ଷ ଛାତ୍ର ଙ୍କ ଭବିଷ୍ୟତ ସହ ଖେଳିଥିବ ଏହି ସଂସ୍ଥା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେତେବେଳ ର ଉଚ୍ଚ ଶିକ୍ଷା ବିଭାଗ

ସିଏଜି ରିପୋର୍ଟ ରେ ବଡ ଖୁଲାସା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ଆସିଥିବା ଟଙ୍କା କୁ କଲେଜ ପାଇଁ ରାସ୍ତା ଓ କଲେଜ ର ଲେଡିଜ ହଷ୍ଟେଲ ତିଆରି ପାଇଁ ପଂଚୟତରାଜ ବିଭାଗ ଦେଇଛି ।

ହତ୍ୟାକାଣ୍ଡ ପରେ ଗୋବିନ୍ଦ ସାହୁ ଗିରଫ ହେଲା । ହେଲେ ତାକୁ ଗିରଫ ନ କରି ଆତିଥ୍ୟ ଦେଇ ଖସେଇ ଦିଆ ଗଲା ।
ବ୍ଲାକ ଲିଷ୍ଟ ହେବା ଭଳି ଏକ ସଂସ୍ଥା କୁ ରେକମେଣ୍ଡଡେସନ ପାଇଁ କେଉଁ ବିଭାଗ କୁ କେତେ ଥର ଚିଠି ଲେଖିଛନ୍ତି ତାହା ଖୁଲାସା କରାଯାଉ ।
କଳାହାଣ୍ଡି ରେ 5 ହଜାର ରୁ ଅଧିକ ସ୍କୁଲ ରେ ପିଲା ବିପଦ ସଂକୁଳ ଅବସ୍ଥା ରେ ପଢୁଛନ୍ତି ।ହେଲେ କେଉଁ ପରିସ୍ଥିତି ରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଓ MLA MP ଲାଡ଼ ରୁ ଟଙ୍କା ଦିଆଯାଇଛି ତାହାର ଜବାବ ଦିଅନ୍ତୁ ସରକାର ।
ମହାଳିଙ୍ଗ କଲେଜ କୁ କେତେ ସରକାରୀ ଜମି କେଉଁ ଆକାର ରେ ସହାୟତା କରି ଦିଆଯାଇଛି ତାହାର ଉତ୍ତର ରଖନ୍ତୁ ସରକାର ।
ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବରଖାସ୍ତ କରିବା ସହ ତଦନ୍ତ ପରିସର ଭୁକ୍ତ କରାଯାଉ ।

ଜୁନିଅର ପୁରୁଷ ହକି ବିଶ୍ଵକପ କୁ ନେଇ DMET ର ପ୍ରତିକ୍ରିୟା…

{} ଆସନ୍ତା 24 ତାରିଖ ରେ ହେବାକୁ ଜୁନିଅର ପୁରୁଷ ହକି ବିଶ୍ଵକପ କୁ ନେଇ DMET ଙ୍କ ପ୍ରତିକ୍ରିୟା
ଯେତେକ ଇଣ୍ଟେରନ୍ୟାସନାଲ ସ୍ପୋର୍ଟ୍ସ ଇଭେଣ୍ଟ ହେଉଛି ସେଥିପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଆସେ, ସେହି ଅନୁସାରେ ଖେଳ ହୁଏ l ତେଣୁ ଖେଳ କୁ ନେଇ କିଛି ଆଗ୍ରହୀ ଦର୍ଶକ ଭିଡ଼ କରାଇ ପାରନ୍ତି ତେଣୁ ସଚେତନ ରହିବାକୁ ପଡିବ l ହକି ଫେଡେରେସନ ଯାହା ଗାଇଡ଼ଲାଇନ ଦେବେ ସେହି ଅନୁସାରେ କଳିଙ୍ଗ ଷ୍ଟାଡିଅମ ରେ ଖେଳ ହେବ l ଆମେ ଯଦି ସତର୍କ ଭାବେ ନିୟମ ପାଳନ କରିବା ତେବେ ବିଶ୍ୱକପ ଖେଳରେ ଓଡିଶା ପାଇଁ କିଛି ବିପଦ ନରହି ପରେ l
ବାଇଟ – ସିବିକେ ମହାନ୍ତି, ଡିଏମ୍ଇଟି

ପ୍ରଦୀପ ମାଝୀଙ୍କ ଇସ୍ତଫା ଦେବାପରେ କଣ କହିଲା କଂଗ୍ରେସ…

() ପ୍ରଦୀପ ମାଝୀଙ୍କ ଦଳରୁ ଇସ୍ତଫା ଦେବା ଦଳ ପାଇଁ ନିଶ୍ଚିତ ଏକ କ୍ଷତି। ଦଳର ଖରାପ ସମୟ ଚାଲିଛି। କିନ୍ତୁ ପ୍ରଦୀପ ଓ ଅନ୍ୟ ଦକ୍ଷିଣ ଓଡିଶା ନେତାଙ୍କ ଦଳ ଛାଡିବା ଦଳ ପାଇଁ କେତେ କ୍ଷତି ହେବ କି ନାହିଁ ତାହା ନିର୍ବାଚନ ବେଳେ ହିଁ ଜଣାପଡିବ। କିନ୍ତୁ ଏହା ନିଶ୍ଚିତ ଭାବେ ଏକ ଖରାପ ବାର୍ତା ଦେଉଛି ବୋଲି କହିଲେ କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ।ପ୍ରଦୀପ ମାଝୀ କଂଗ୍ରେସ ଛାଡିବ ଏକ କଂଗ୍ରେସ ଦୁଃସମ୍ବାଦ। ଭକ୍ତଦାସଙ୍କ ସାଙ୍ଗରେ ସେ ରାହୁଲ ଗାନ୍ଧୀ ଭେଟିଥିଲେ। ଏହା ପରେ ମଧ୍ୟ କଂଗ୍ରେସ ଛାଡିଲେ। ଯେଉଁମାନେ କଂଗ୍ରେସ ଦଳ ଛାଡି ଯାଉଛନ୍ତି ଆଗରୁ ଦଳ ଛାଡ଼ିଥିବା ନେତାଙ୍କୁ ଉପରେ ସମୀକ୍ଷା କରିବା ସହ ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି କହିଲେ ଗଣେଶ୍ୱର ବେହେରା।ପ୍ରଦୀପ ମାଝି କଂଗ୍ରେସ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଯିଏ ଗୋଟିଏ ଦଳର ହେଲାନାହିଁ, ସେ ଆଉ କୌଣସି ଦଳର ହୋଇପାରିବ ନାହିଁ। ପ୍ରଦୀପ ମାଝି ଙ୍କୁ କଂଗ୍ରେସ ଦଳ ପରିଚୟ ଦେଇଥିଲା। ହେଲେ ଠିକ୍ ସମୟରେ ସେ ଦଳ ଛାଡି ଦଳକୁ ଧୋକା ଦେଇଛନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତ ଓ ଯୁବ ନେତା, ତାଙ୍କ ପକ୍ଷେ ଏହା କରିବା ଠିକ୍ ହେଲାନାହିଁ। ତାଙ୍କ ଦଳ ଛାଡ଼ିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ଦଳ ଛାଡିଥିବାରୁ ଦଳ ଅପେକ୍ଷା ତାଙ୍କ ନିଜର ଅଧିକ କ୍ଷତି ହେବ ବୋଲି ଶରତ ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି।

2ବର୍ଷ ରୁ 18ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଦିଆଯିବ ଟୀକା :ବିନା ଛୁଞ୍ଚି ରେ ଟୀକା ନେବେ ଶିଶୁ..

() ବିନା ଛୁଞ୍ଚି ରେ ଟୀକା ନେବେ ଶିଶୁ l ଦୁଇଟି ଟୀକା ଶିଶୁମାନେ ନେବା ପାଇଁ ପରାମର୍ଶ ଅଛି
ଯାଇପର ଡି ଯାହାକୁ ଡିସିଜୀଆଇ ଅନୁମତି ଦେଇଛନ୍ତି 12 ରୁ 18ବର୍ଷ ଶିଶୁ ଙ୍କ ପାଇଁ l କୋଭାକସିନ ଯାହାକୁ ଏକଜାମିନ କରି ଡିସିଜୀଆଇ ଅନୁମତି ଦେବେ l ଏ ନେଇ ଆଜି କେନ୍ଦ୍ର ସରକାର ଙ୍କ ପକ୍ଷରୁ ସଂଧ୍ୟା ରେ ଭିଡ଼ିଓ କନଫରସିଂ ମଧ୍ୟମ ତାଲିମ୍ ଦିଆଯିବ l ରାଜ୍ୟ ରେ 2ବର୍ଷ ରୁ 18ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଟୀକା ଦିଆଯିବ ତେବେ 1କୋଟି 40 ଲକ୍ଷ ଶିଶୁ ଅଛନ୍ତି, ଯଦି ଏକା ସାଙ୍ଗେ ଆମେ ଶିଶୁ ଙ୍କୁ ଟୀକା ଦେବା ପାଇଁ ଆରମ୍ଭ କରିବୁ ତେବେ ଆମକୁ ଟୀକାକାରଣ କେନ୍ଦ୍ର ବଢ଼େଇବାକୁ ପଡିବ l ଯେଉଁ ମୁହୂର୍ତ୍ତ ରେ ନିର୍ଦେଶକ ଆସିବା ସଙ୍ଗେ ସଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ lଯେହେତୁ ପିଲାମାନେ ଇଞ୍ଜେକ୍ସନ କୁ ଟିକେ ଡରନ୍ତି ତେବେ ସେମାଙ୍କୁ ଫର୍ମା ଡେପ୍ ଥ ଟେକ୍ନୋଲୋଜି ମଧ୍ୟମ ରେ ଟୀକା ଦିଆଯିବ l ଏଥିପାଇଁ ସ୍ୱତନ୍ତ୍ର sop ଆସିବ ସେଇ ଅନୁସାରେ ଆମେ ଟୀକାକରଣ କରାଇବୁ l

ବର୍ତ୍ତମାନ ସୁଦ୍ଧା ଆମେ 3କୋଟି 50ଲକ୍ଷ ଡୋଜ ଟୀକା ଦିଆସାରିଲାଣି l 2କୋଟି 47ଲକ୍ଷ ପ୍ରଥମ ଡୋଜ 78% ଓ 1କୋଟି 3ଲକ୍ଷ ଦ୍ୱିତୀୟ ଡୋଜ 33% ଦିଆସାରିଛି l ଆଜି 1830 ଟି ଟୀକାକରଣ କେନ୍ଦ୍ର ରେ ଟୀକାକରଣ କରାଯାଉଛି l ବର୍ତ୍ତମାନ ରାଜ୍ୟ ରେ 24 ଲକ୍ଷ ଟୀକା ମହଜୁଦ ଅଛି l
ବାଇଟ – ବିଜୟପାଣିଗ୍ରାହୀ, ନିର୍ଦେଶକ, ପରିବାର କଲ୍ୟାଣ ବିଭାଗ

ମୟୁରଭଞ୍ଜ ଜିଲ୍ଲା ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

() ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ହେଉଛି
ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ

ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବାପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ ଜାରି ରହିଛି

ସ୍ବାସ୍ଥ୍ୟସେବା ଇତିହାସରେ ୨୦୨୧ ସେପ୍ଟେମ୍ବରରେ
ଏକ ନୂଆ ଯୁଗ ଆରମ୍ଭ ହୋଇଛି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ ଓଡିଶାର ସ୍ବାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି। ସେପ୍ଟେମ୍ବର ପହିଲାରୁ ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ଜରିଆରେ ସ୍ବାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି। ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଏହାଦ୍ବାରା ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ମୟୁରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ବରାନ୍ବିତ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ ପାଣି ଛଡା ଯାଇଥିବା ବେଳେ, ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣି ପାଉଛି। ସେହିପରି ମୟୁରଭଂଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ। ମୟୁରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି ଝୁମର ଗୀତ ଓ ଛଉ ନାଚର ପ୍ରସିଦ୍ଧି ସଂପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶା କରୋନା ସମୟରେ ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଥିଲା । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news