ଗ୍ରୀନ କ୍ରାକର କୁ ଅନୁମତି ଦେଲେ ସରକାର…

( )ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସରକାର ଗ୍ରୀନ କ୍ରାକର କୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି । ଗ୍ରୀନ କ୍ରାକରରେ ପ୍ରଦୂଷଣ ମାତ୍ର ବହୁତ କମ । ସରକାରଙ୍କ ନିୟମ ମାନି ଆମେ କମ ସମୟ ବାଣ ଫୁଟାଇବା । ଆମର ମୂଳ ଲକ୍ଷ୍ୟ ହେବା ଦରକାର ପ୍ରଦୂଷଣ କମ ହେଉ । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହା ଦ୍ୱାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ୱାରା କି କେବଳ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି,ଆଖିର ଆଲର୍ଜି, ଥୋର୍ଟ ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହାଛଡା ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବନି । କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ନଭେମ୍ବର-୧୨କୁ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ…

{} ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୂ ମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି । ତାଙ୍କ ବିରୋଧରେ ଆପତତଃ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ କରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନା ଘଟିଚାଲିଛି । ସମଗ୍ର ରାଜ୍ୟ ଆଜି ଅପରାଧୁମାନଙ୍କ ଚରାଭୂଇଁ ପାଲଟିଛି । ଆଇନ କାନୁନକୁ ଭୃକ୍ଷେପ ନାହିଁ । ହତ୍ୟା, ଗଣଦୁର୍ଷମ ମାନବ ଚାଲାଣ ଏବଂ ନିଶା ସାମଗ୍ରୀର କାରବାର ଏ ରାଜ୍ୟରେ ଦ୍ରୁତି ` ଗତିରେ ବୃଦ୍ଧିପାଇ ଚାଲିଛି। ସତରାଂ ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ଦାୟର ନକରନ୍ତି ଏବଂ ତାଙ୍କୁ ଗିରଫ ନକରନ୍ତି ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସ ୧୨ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତି ନେଇଛି ବୋଲି ଆଜି ପ୍ରେସବାର୍ତ୍ତା ଜରିଆରେ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି।

ନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ନିବେଦନ ପୂର୍ବପ୍ରାଣରେ ସହଯୋଗ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ଆସନ୍ତାକାଲି ଠାରୁ ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମ ଆରମ୍ଭ…

{} ଆସନ୍ତାକାଲି ଠାରୁ ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମ୍ମୁଖ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ନର୍ସ , , sag group ଙ୍କ ସହଯୋଗରେ କେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏବଂ ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଡିଉ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକା କରଣ ଦିଆ ଯାଇପାରିବ। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ  ଟିକା ନେଇ ନଥିବା ଲୋକଙ୍କୁ
ନଭେମ୍ବର ମାସରେ ପଥମ ଡୋଜ ଟିକା ନେବାକୁ ପ୍ରବର୍ତା ଯିବ। ଯାହା ହେଉଛି ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ। ଡିସେମ୍ବର ଶେଷ ସୁଧା 18 ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକା କରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକା କରଣ କେନ୍ଦ୍ର ଖୋଲାଯାଉଛି। ଏବେ ଶୁଦ୍ଧା 2 କୋଟି 57 ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଲେଣି। ଯାହାକି ସମସ୍ତ ହିତାଧିକାରୀଙ୍କର ତାର 79 % । ସେହିପରି ଦ୍ୱିତୀୟ ଡୋଜ 1 କୋଟି 15 ଲକ୍ଷ ନେଇଛନ୍ତି । ଯାହା କି 35 % ରହିଛି।
ବାଇଟ- ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ…

{} ଦ୍ୱିତୀୟ ଲହର ହିଁ ପଡୋଶୀ ରାଜ୍ୟରୁ ଆସିଥିଲା। ତେଣୁ ପୁଣି ପଡୋଶୀ ରାଜ୍ୟରେ ସଂକ୍ରମଣା ଆରମ୍ଭ କରିଛି। ଯାହା କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଚେତନ ଅଛି। ଏବଂ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି।ରାଜ୍ୟରେ ଏବେ ଟେଷ୍ଟ ସଭିଲାନ୍ସ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନ ରେ ଯେ କୌଣସି ସ୍ଥିତି ପାଇଁ ମଧ୍ୟ ପ୍ରସ୍ତିତ ରହିଛି।କରୋନା ସଂକ୍ରମଣ କୁ ଦେଖିଲେ ବର୍ତ୍ତମାନ ଓଡିଶାର ସ୍ଥିତି ଭଲ ରହିଛି। ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। କିଛି ମାତ୍ରାରେ କିଛି ଜିଲ୍ଲା ରେ ଏବେ ସୁଧା ସଂକ୍ରମଣ ଲାଗିରହିଛି। ସେଠାରେ ସର୍ଭିଲାନ୍ସ କଡାକଡି କରାଯାଉଛି। ଅନେକ ସମୟରେ ଦେଖାଦେଇଛି ଯେ ଯଦି ପଡୋଶୀ ରାଜ୍ୟମାନଙ୍କରେ ସଂକ୍ରମଣ ବଢେ ତେବେ ଆମ ରାଜ୍ୟକୁ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ତେଣୁ ସର୍ଭିଲାନ୍ସ ଜାରି ରଖିବା ଆବଶ୍ୟକ। ଯଦି କୌଣସି କେସ ଆସେ ତେବେ ନଜର ରଖାଯିବ। ବିଶେଷ ଭାବରେ ସିମାବର୍ତ୍ତି ଅଂଞ୍ଚଳ ରେ ଆକ୍ଟିଭ ରହିବା ପାଇଁ ପଡିବ। ଲୋକମାନେ ସେଭଳି ଭାବରେ ନିୟମ ମାନନ୍ତୁ, ବ୍ୟବହାର ରଖନ୍ତୁ। ଏହା ସହ ସେଠାରେ ସର୍ଭିଲାନ୍ସ ମଧ୍ୟ କଡାକଡି କରାଯିବ।

ସୂଚନା ଅନୁଯାୟୀ, ଆମ ରାଜ୍ୟରେ ଆଜି 316 ପଜିଟିଭ ଚିନ୍ହଟ ହୋଇଛନ୍ତି। ତେବେ ଦେଖିବାକୁ ଗଲେ ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କଲାଣି।
ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ ଦିଆଯିବ। ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ ର ନିର୍ଦେଶ ଓ ହାଇକୋର୍ଟ ନ୍କ ନିର୍ଦେଶ ଅଛି ସେହି ଅନୁସାରେ ଏସ ଆର ସି ଏକ ବୈଠକ ନେଇଥିଲେ। ସେହି ଅନୁସାରେ ଖୁବ ଶୀଘ୍ର ଏକ ଗାଇଡଲାଇନ ଆସିବ।

ବାଇଟ- ବିଜୟ ମହାପତ୍ର, ସ୍ୱସ୍ଥ୍ୟ ନିର୍ଦେଶକ।

ପଦ୍ମଶ୍ରୀ ନନ୍ଦ ସାରଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର, ଉନ୍ମୋଚନ ହେଲା ପୋଷ୍ଟର୍ ।।

0

ଶିକ୍ଷା, ଏପରି ଏକ ଶବ୍ଦ ଯାହାକୁ ନେଇ ଏ ସମାଜ ଗର୍ବିତ। କିଏ ଶିକ୍ଷା ଅର୍ଜନ କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତ ଆଉ କିଏ ଶିକ୍ଷା ଦାନ କରି ସମାଜରେ ଏକ ଅନନ୍ୟ ଉଦାହରଣ ପାଲଟିଛି । ଏହପରି ଏକ ବ୍ଯକ୍ତିତ୍ବ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି । ଯାହାଙ୍କୁ ସମଗ୍ର ଅଞ୍ଚଳରେ ନନ୍ଦ ସାର୍ ରୂପେ ଜାଣନ୍ତି। ସେ ହେଉଛନ୍ତି ଜଣେ ନିଆରା ବ୍ଯକ୍ତିତ୍ବ। ଦୀର୍ଘ ଆଠ ଦଶନ୍ଧିରୁ ଉର୍ଦ୍ଧ୍ବ ଦିନ ହେବ ଶିକ୍ଷା କ୍ଷେତ୍ରରେ ରହିଛି ତାଙ୍କର ଅତୁଳନୀୟ ଅବଦାନ। ଗାଁ ପିଲାଙ୍କୁ ଶିକ୍ଷିତ କରିବା ଲକ୍ଷରେ ଆଜକୁ ୮୨ବର୍ଷ ପୂର୍ବେ ନିଜ ଗାଁରେ ସ୍ଥାପନ କରିଥିଲେ ଏକ ଛୋଟିଆ ଚାଟଶାଳୀ । ସେହି ଚାଟଶାଳୀରେ ବିନା କୌଣସି ପାରିଶ୍ରମିକରେ ନିରବଚ୍ଛିନ୍ନ ଭାବରେ ମାଗଣାରେ ପଢାଉଛନ୍ତି ପିଲାଙ୍କୁ। ସବଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦୪ବର୍ଷ ବୟସରେ ମଧ୍ୟ ସେ ଛାଡି ନାହାନ୍ତି ନିଜ ନିଶାକୁ।ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ,  ଏପରି ଏକ ନିଆରା ବ୍ଯକ୍ତିତ୍ବଙ୍କୁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଥିଲା । ତେବେ ଏହି ସମ୍ମାନ,ନନ୍ଦସାର୍ ଆସନ୍ତା ନଭେମ୍ବର ମାସ ୯ତାରିଖରେ ଗ୍ରହଣ କରିବାକୁ ଦିଲ୍ଲୀ ଯାଉଥିବା ବେଳେ, ତାଙ୍କ ଜୀବନିକୁ ନେଇ ଆରମ୍ଭ ହୋଇଛି ଏକ ପ୍ରାମାଣିକ ଚଳଚ୍ଚିତ୍ର । ଅଭିସ୍ମିତା ପ୍ରଡକ୍ସନ୍ ବ୍ଯାନର୍ ରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ପ୍ରାମାଣିକ ଚଳଚ୍ଚିତ୍ର ଜଗତର କ୍ଷାତନାମା ଯୁବ ନିର୍ଦ୍ଦେଶକ ପ୍ରଣବ କୁମାର ଆଏଚ ନିର୍ଦ୍ଦେଶନା ଦେଇଥିବା ବେଳେ, ରୋଟାରୀଆନ ଅଭୟ ପତି ଏହାକୁ ପ୍ରଜୋଜନା କରୁଛନ୍ତି। ଏହି ପ୍ରାମାଣିକ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଅସ୍ମିତା ପତି ଓ ସହ -ପ୍ରଯୋଜକ ଭାବେ ଚଳଚ୍ଚିତ୍ର ଜଗତର କ୍ଷାତନାମା ତାରକା ନୈନା ଦାଶ ହାତ ବଢାଇଛନ୍ତି । ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର୍ ଆଜି ଯାଜପୁର ରୋଡ୍ ଜେମ୍ସ୍ ସ୍କୁଲ୍ ପରିସରରେ ଥିବା ରୋଟାରୀ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀ ଲେଖିକା ଓ ସହ-ପ୍ରଜୋଜକ ତଥା ଚଳଚ୍ଚିତ୍ର ସହିତ ଜଡିତ ବହୁ ବ୍ଯକ୍ତି ଯୋଗ ଦେଇଥିଲେ। ପଦ୍ମଶ୍ରୀ ନନ୍ଦ ସାରଙ୍କ ଜୀବନି ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଆନ୍ତର୍ଜାତୀୟ ସ୍ତରରେ କ୍ଷାତି ମିଳିବା ନେଇ ସମସ୍ତ ଯାଜପୁର ବାସୀଙ୍କ ସହ ପ୍ରଜୋଜକ ,ନିର୍ଦ୍ଦେଶକ ଓ ସଂମ୍ପୃକ୍ତ ବ୍ଯକ୍ତି ମାନେ  ଆଶାବାଦୀ  ଅଛନ୍ତି । ଏହି ପ୍ରାମାଣିକ ଚଳଚ୍ଚିତ୍ରର ରିଲିଜ୍ କୁ ନେଇ  ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳିଛି ।

  1. ଯାଜପୁରରୁ ଅଙ୍କିତ୍ କୁମାର ସାହୁ ବିଗ୍ ନିଉଜ୍ ଓଡିଶା

ଦରଦାମ ବୃଦ୍ଧି କୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି…

{} ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ।
ଦଳର ମୁଖପାତ୍ର ପ୍ରତାପ ଦେବ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଉପ ସଭା ନେତ୍ରୀ ପ୍ରମିଳା ମଲିକ ଉପସ୍ଥିତ । ଦୀର୍ଘ ଦିନ ପରେ ପୁଣି ଥରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ଏଲପିଜି ଦର ବୃଦ୍ଧି ନେଇ ଅତନୁ ସବ୍ୟସାଚୀ କହିଛନ୍ତି ଏହା ସାଧାରଣ ଲୋକଙ୍କ ପାଇଁ ବେଡି ଉପରେ ସାଜିଛି । କେବଳ ଗ୍ୟାସ ଓ ତୈଳ ଦର ନୁହେଁ ଅତ୍ୟାବଶ୍ୟକ ସାମଗ୍ରୀ ବଢ଼ିଛି । ଏଥିପାଇଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା କହିଛନ୍ତି ଅତନୁ । ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉ ନଥିବା କହିଲେ ଅତନୁ । କୋରନା କମିଥିଲେ ବି ଦରଦାମରେ ରୋକ ଲାଗୁନି । ବିଜେପି ସରକାର ଆର୍ଥିକ ପରିଚାଳନାରେ ବିଫଳ ହୋଇଛି । ବିଜେପି ଯେଉଁ ବିକାଶ ଆଣିବ ବୋଲି କହିଥିଲା ଏହା କଣ ସେହି ବିକାଶ ବୋଲି ପ୍ରଶ୍ନ କଲେ ଅତନୁ । ସଧାରଣ ଲୋକଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି ।ଦୁଇ ବର୍ଷ ଭିତରେ 30 ପ୍ରତିଶତ ତୈଳ ଦର ବୃଦ୍ଧି ପାଇଛି । ଯାହା ଦ୍ୱାରା ଟ୍ରାନ୍ସପୋର୍ଟ ଉପରେ ପ୍ରଭାବ ପଡୁଛି । ଉଜ୍ଜଲା ପ୍ରସଙ୍ଗ ଉଠାଇ କହିଛନ୍ତି ସେ ଗ୍ୟାସ ଗୁଡିକ ରିପିଲିଂ ହେଇ ପାରୁନି । 31 ତାରିଖରେ ବିଜୁ ଜନତା ଦଳର ଛାମୁଆ ସଂଗଠନ ରାଜଭବନ ସମୁଖରେ ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିବା ସହ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ଦେବେ। ନଭେମ୍ବର 1 ତାରିଖରେ ମହିଳା ସଂଗଠନ 147 ଟି ନିର୍ବାଚନ ମଣ୍ଡଳୀରେ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ କରିବେ । ନଭେମ୍ବର 5 ରୁ 7 ଯୁବ ଛାତ୍ର ମାନେ ରାଜ୍ୟର ସମସ୍ତ ତେଲ ଟାଙ୍କି ଆଗରେ ବିକ୍ଷୋଭ କରିବେ ।
ପ୍ରମିଳା ମଲିକ, ବିଜେଡ଼ି ଉପ ସଭାନେତ୍ରୀ

୨୭୫ କୋଟି ବ୍ୟୟରେ ବହୁତଳ ପ୍ରାସାଦ ୧୬ ବିଧାୟକଙ୍କ ବାସସ୍ଥାନ ଉଚ୍ଛେଦ ଖୁବ୍‌ଶୀଘ୍ର…

{ } ବିଧାୟକମାନେ ବହୁତଳ ବିଶିଷ୍ଟ ଅତ୍ୟାଧୂନିକ ପ୍ରାସାଦରେ ରହିବେ । ଏହି ଆବାସିକ ବିଧାୟକଙ୍କ ବାସଗୃହ ସହ କମ୍ୟୁନିଟି ହଲ୍‌, ଟେନିସ୍ କୋର୍ଟ, ଜିମ୍ ଓ ମାର୍କେଟ କମ୍ପେ୍ଲକ୍ସ ଆଦି ରହିବ । ୨୭୫ କୋଟି ଟଙ୍କା ବ୍ୟୟ ହେବ । ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ବିଧାୟକଙ୍କର ପୁରୁଣା ବାସଗୃହକୁ ଉଚ୍ଛେଦ କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ।ଶୁକ୍ରବାର ଡଃ ପାତ୍ରଙ୍କ ନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ବିଧାୟକଙ୍କ ପାଇଁ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ଅଧ୍ୟକ୍ଷତାରେ କରି ସେ କହିଥିଲେ, ୨୭୫ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ବ୍ରିଜ ଏବଂ କଷ୍ଟ୍ରକସନ କରର୍ପୋରେସନ ଦ୍ୱାରା ନିର୍ମିତ ହେଉଥିବା ଉକ୍ତ ବହୁତ୍ତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣରେ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏଥିପାଇଁ ୧୬ ଜଣ ସଦସ୍ୟଙ୍କ ବାସଗୃହ ଉଚ୍ଛେଦ ହେବ । ହେଲେ ସେମାନେ ଗୃହ ଛାଡିନଥିବାରୁ ସମସ୍ୟା ସଷ୍ଟି ହୋଇଛି । ତେଣୁ ସେମାନଙ୍କୁ ତୁରନ୍ତ ଉଚ୍ଛେଦ ପାଇଁ ବାଚସ୍ପତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

ଉକ୍ତ ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଏସ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ନୃସିଂହ ଚନ୍ଦ୍ର ସ୍ୱାଇଁ, ନିର୍ଦ୍ଦେଶକ ଇଷ୍ଟେସ୍ ଏସ୍ କେ ମହାନ୍ତି, ଓଡ଼ିଶା ବ୍ରିଜ ଏବଂ କନ୍ସଟ୍ରକସନ କର୍ପୋରେସନର ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବାଣ ଫୁଟିଲେ, ବଢ଼ିବ କରୋନା ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

0

( ) ବାଣ ଫୁଟିଲେ, କରୋନା ବଢ଼ିବ । ଦୀପାବଳି ପୂର୍ବରୁ ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଡିଏମଇଟି ନିର୍ଦେଶକ କହିଛନ୍ତି, କରୋନା ରହିବା ଚିନ୍ତାଜନକ, ବଢ଼ିବା ଚିନ୍ତାଜନକ । ସେଥିରେ ସନ୍ଦେହ ନାହିଁ । କେନ୍ଦ୍ର ସରକାର ଯେତେବେଳେ ନିର୍ଦେଶନାମା ଜାରି କରିଛନ୍ତି, ଆମେ ସତର୍କ ରହିବା ଉଚିତ । ଆଗକୁ ଦୀପାବଳି ଅଛି, ଏହା ପାର୍ବଣର ସମୟ । ଏଣୁ କରୋନା ସଂକ୍ରମଣର ଆଶଙ୍କା ଅଛି । ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ । ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ, ଯାହାକି କ୍ଷତିକାରକ । ବର୍ତ୍ତମାନ ସୁଦ୍ଧାର ଷ୍ଟଡି କହୁଛି, ବାଣ ଫୁଟାଇଲେ ନାଇଟ୍ରିକ ଡାଇଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ, ସଂକ୍ରମଣ ବି ବଢାଇଥାଏ । ଏସବୁ ଦୃଷ୍ଟିରୁ ଯାହା ବି ସାମାନ୍ୟ ପ୍ରଭାବର ଆଶଙ୍କା ରହିଛି, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ ।
ବାଇଟ- ଡାକ୍ତର ସିବିକେ ମହାନ୍ତି, ଡିଏମଇଟି ନିର୍ଦେଶକ

ଶିକ୍ଷା ଓ ଅନୁସନ୍ଧାନ ରେ ସୋଆର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୋରବ ଅର୍ଜନ କରିଛନ୍ତି…

( )ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ
ବୈଜ୍ଞାନି କଙ୍କ ତାଲିକାରେ ସ୍ଥାନ ପାଇବାର ଗୋରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈ ଜ୍ଞାନିକମାନଙ୍କ ତାଲି କାରେ ସୋଆର ଏହି ୧୩ ଗବେଷକ ଅଛନ୍ତି ।
୨୦୨୦ରେ ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ
ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନି ଜ ସ୍ଥାନ ବଜାୟ
ରଖିପାରିଛନ୍ତି ।ସେମାନଙ୍କ ସହିତ ୨୦୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାସ,ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନୀତ ହେବାର ସୋଭାଗ୍ୟ ଅର୍ଜନ କରି ଛନ୍ତି ।ଡଃ ମିଶ୍ର ଏବଂ ଡଃ ଦାଶ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନ ିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ସେହିପରି ଡଃ ପଟ୍ଟନାୟକ ଆଇଟିଇଆର୍ ର ପୂର୍ବତନ ରିସର୍ଚ୍ଚ ସ୍କଲାର୍ ।ପୁନର୍ବାର ଏହି ତାଲି କାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶି ଷ୍ଟ ନ୍ୟୁରୋସର୍ଜ ନ୍ ତଥା ବର୍ତମାନ
ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର
ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବି ହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍.ପି. ଚୋ÷ଧୁରୀ, ପ୍ରଫେସର
ଗୋ÷ତମ ରଥ, ପ୍ରଫେସର ନି ହାରବାଳା ଦେବୀ, ଡଃ ମନୋଜ କୁ ମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ଗୁରୁବାର ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏହି
ଗବେଷକମାନଙ୍କୁ ସମ୍ବଦ୍ଧି ର୍ତ କରିବା ସହ ସେମାନଙ୍କ ସଫଳତା ନି ମନ୍ତେ ଅଭି ନନ୍ଦନ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟ
ଆପଣମାନଙ୍କ ପାଇଁ ଗବି ର୍ତ ବୋଲି ପ୍ରଫେସର ନାୟକ କହିଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର ଗବେଷକମାନେ ମିଳିତ ଭାବେ ଗବେଷଣା କରିବା ସହ ସମାଜର ଆବଶ୍ୟକତାକୁ ଦୃ ଷ୍ଟିରେ ରଖି ଗବେଷଣା କରିବା ଉଚିତ୍ ବୋଲି କହି ଥିଲେ । କେବଳ ସମ୍ମାନ ଓ ପ୍ରତିଷ୍ଠା ପାଇବା ନିମନ୍ତେ ଗବେଷଣା କଲେ ତାହା ସାଧାରଣ ଲୋକଙ୍କ ହି ତରେ ଆସିବ ନାହିଁ ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗବେଷଣା କରିବା ଆବଶ୍ୟକ ବୋଲି ସେ କହିଥିଲେ ।ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱର୍କ
(ଏନ୍ଆଇଆର୍ଏଫ୍) ପ୍ରସୂତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି । ଶିକ୍ଷାର ଗୁଣାବତା ଏବଂ
ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର । ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ଗବେଷଣା କାର୍ଯ୍ୟ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ । ସୋଆ ଅଧିନରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବ୍ ରହିଛି । ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ ।ପ୍ରଫେସର ମହାପାତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବାବେଳେ ଏବେ ସୋଆର କୁଳପତି ଅଛନ୍ତି । ପ୍ରଫେସର ଦାଶ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟି ୍ର ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ । ପ୍ରଫେସର ଚୋ÷ଧୁରୀ ଆପ୍ଲାଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ଡଃ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ ।ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାଶ ହେଉଛନ୍ତି ସୋଆର ପ୍ରଥମ କୁଳପତି ।
ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟ ି ଡିସିପ୍ଲ ିନାରୀ ରିସର୍ଚ୍ଚ ସେଲ୍ର ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କର ରିନିଉଏବଲ୍ ଏନର୍ଜ ି, ସିଗ୍ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍ସ , ଡାଟା ମାଇନିଂ, ଆଟି ର୍ଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍ନାଲ୍ ଇଂଟେଲିଜେନ୍ସ, ଡିଷ୍ଟି ୍ରବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ର ିଡ କ୍ଷେତ୍ରରେ ପାରଦଶି ର୍ତା ରହିଛି ।ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ
ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ସିଏସ୍ଆଇଆର୍- ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି ( ସିଏସ୍ଆଇଆର୍- ଆଇଏମ୍ଏମ୍ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି ।ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସିଏସ୍ଆଇଟି – ଆଇଏମ୍ଏମ୍ଟି ର ବାୟୋ-ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ିଛନ୍ତି । ସୋଆର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୋ÷ଧୁରୀଙ୍କର ମଲ୍ଟ ିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍ସ ୱ ିଥ୍ ଡେଭଲପ୍ମେଂଟ ଅଫ୍ ନ୍ୟୁ ମଲ୍ଟ ିଫଙ୍କସ୍ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ପାରଦଶି ର୍ତା ରହିଛି । ଆଇଟିଇଆର୍ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍ଭେଂଟ ଏକ୍ସଟ୍ରାକ୍ସନ୍ ଅଫ୍ ନନ୍ ଫେରସ୍, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୩୦ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି । ଡକ୍ଟର ରଥ ସୋଆର ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ୍ ରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଆଲୋକ ଆଡକୁ…..

() ସମୟ ସବୁବେଳେ ଗତିଶୀଳ । ବେଶୀ ଦିନ କେଉଁଠି ଅନ୍ଧାର ରହେନି । ସବୁ କିଛି ସମାଜରେ ପରିବତ୍ତର୍ନ ଶୀଳ । ଯେତେ ଚେଷ୍ଟା କଲେ ବି ଅନ୍ଧାର ଯେଉଁଠି ଥାଏ ଦିନେ ନା ଦିନେ ଆଲୋକ ସେଠାରେ ପହଞ୍ଚେ । ଆଉ ସେ ଆଲୋକ ଦିଏ ଏକ ନୂଆ ଖୁସି । ହେଲେ ଏହି ଖୁସି ପାଇଁ ଧର୍ଯ୍ୟ ଆବଶ୍ୟକ । ଯେତେ ଚେଷ୍ଟା , ପ୍ରଚେଷ୍ଟା ଓ ପରିଶ୍ରମ କଲେ ମଧ୍ୟ ସମୟ ନହେଲେ ସେହି ଆଲୋକ ଆସେ ନାହିଁ । ଧରାପୃଷ୍ଠରେ ଭଗବାନଙ୍କ ଠାରୁ ଆରମ୍ଭ କରି ମଣିଷ ଯାଏ ସଭିଁଏ ଅନ୍ଧାର ପରେ ପରେ ଆଲୋକ ଆଡ଼କୁ ଯାଆନ୍ତି ।

ଦେଢବର୍ଷ ହେବ ଅଦୃଶ୍ୟ ମହାମାରୀ ପୁରା ମାନବ ସମାଜକୁ ଅନ୍ଧାରକୁ ନେଇ ଯାଇଥୀଲା । ପୁରା ଦୁନିଆ ଦୀପାବଳୀରେ ଆଲୋକମୟ ହେଲେ ମଧ୍ୟ ଏ ମହାମାରୀର ଅନ୍ଧାର ପ୍ରଭାବ ଏତେ ପ୍ରଭାବଶାଳୀ ଥିଲା ଯେ ତାହା ଆଲୋକର ବାଟ ଛାଡ଼ୁନଥିଲା । ହେଲେ ଏବେ ସେ ସମୟ ଗଡ଼ିଯାଇଛି , ଧୀରେଧୀରେ ଆଲୋକ ଆଡ଼କୁ ଯାଉଛି ପୁରା ବିଶ୍ବ । ଆଉ ତାହାରି ଭିତରେ ସଭିଁଙ୍କ ମନରେ ଆଲୋକର ଖୁସି ଦେଖିବାକୁ ମିଳିଲାଣୀ ।

ହଠାତ ସଂନ୍ଧ୍ୟାରେ ରକି ମନୋଜକୁ କହିଲା ଭାଇ ଏଥର ଦୀପାବଳୀରେ ବାଣ ଫୁଟୁ କି ନଫୁଟୁ । ହେଲେ କେଜାଣି କାହିକିଁ ସବୁଠି ଆଲୋକର ଆନନ୍ଦଟାକୁ ଉପଭୋଗ କରିବାର ମହକ ଏବେଠାରୁ ଅନୁଭବ ହେଲାଣୀ । କଟକଣା ପାଇଁ ସିନା ଦୀପାବଳୀରେ ବାଣ ଫୁଟାଇ ହେବନି , ହେଲେ ଦେଢବର୍ଷ ପରେ ଦୁନିଆରେ ଯେମିତି ସବୁକିଛି ଧୀରେଧିରେ ସ୍ବଭାବିକ ହେଉଛି , ତାହା ଦୀପାବଳୀର ଆଲୋକର ଆନନ୍ଦ ଆଡ଼କୁ ସଭିଁଙ୍କୁ ନେଉଛି । ରାମଚନ୍ଦ୍ର ରାବଣଙ୍କ ମାୟାଜାଲରୁ ସୀତାକୁ ଧର୍ଯ୍ୟର ସହ ଲଢି ପରାସ୍ତ କରିବା ସହ ୧୪ ବର୍ଷ ପରେ ଅଯୋଧ୍ୟାକୁ ଫେରି ଦୀପାବଳୀରେ ଯେମିତି ଅଯଧ୍ୟା ଆଲୋକମୟ ହୋଇଥିଲା । ଏବେ ପୁରା ଦୁନିଆ କରୋନା ଭୂତାଣୁ କବଳରୁ ଧୀରେଧୀରେ ବାହାରି ନୂଆ ଆଲୋକରେ ସଜେଇ ହେଉଛି । କଟକଣା କୋହଳ ହୋଇଛି, ସ୍କୁଲ, କଲେଜ,,ସ୍ବଭାବିକ ହୋଇଛି । ଦେଢବର୍ଷ ପରେ ଅନ୍ଧାରର ଚାଦର ଭିତରେ ଥିବା ଶିକ୍ଷା ବ୍ୟବସ୍ଥା ଯେଭଳି ସ୍ବଭାବିକ ହୋଇ ଛାତ୍ରଛାତ୍ରୀ , ଅଭିଭାବକ, ଓ ସମାଜପାଇଁ ଯେମିତି ଏକ ନୂଆ ଆଲୋକ ଆଡ଼କୁ ଗତି କରଉଛି ତାହା ପୁରା ସମାଜକୁ ପୁଣି ନୂଆ ଆଲୋକରେ ଆଲୋକିତ କରିବ ତାହା ନିଶ୍ଚିତ । ସେହିଭଳି ଭୂତାଣୁ ଭୟରେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ପ୍ରତ୍ୟେକ ମଣିଷ ମନ ଯେମିତି ଅନ୍ଧାରରେ ବୁଡ଼ି ଯାଇଥିଲା , ଆଉ ଏ ଅନ୍ଧାର ଏବେ ଧୀରେଧୀରେ ଦୂର ହୋଇଛି ନୂଆ ଆଶାର ଆଲୋକ ପାଇଁ । ଘରର ଚାରିକାନ୍ଥ ଭିତରେ ନୁହେଁ, ଏବେ କଟକଣା ଭିତରେ ବୁଲାବୁଲି କରିବା ସହନିଜ ଇଚ୍ଛା ଅନୁସାରେ ସବୁକିଛି କରିପାରିବାର ସାହସ ଜୁଟାଇ ପାରିଛି । ଚାକରି ହରାଇଥିବା ଅନେକ ଏବେ ଆତ୍ମ ନିର୍ଭରଶୀଳ ହେଇଛନ୍ତି ଅନେକକୁ ଚାକିରୀ ଦେଉଛନ୍ତି । ସଭିଁଙ୍କ ମନରେ କିଛି କରିବାର ବି ସାହସ ଆସିଛି, ଯେଉଁ ସାହସ ଅନ୍ଧାରକୁ ଦୂର କରିବା ପାଇଁ ଆଲୋକ ଦିଏ ।

ଆଲୋକର ପର୍ବ ଦୀପାବଳୀ l ପୂର୍ବରୁ ଆଲୋକମୟ ହୋଇଛି ମନ ଓ ଦୁନିଆ । ଦୀପ ଯେମିତି ନିଜେ ଜଳି ତାର ସ୍ବଳ୍ପ ଆଲୋକରେ ଅନ୍ଧାରକୁ ଦୂର କରି ଆଲୋକିତ କରେ , ଠିକ ସେହିପରି ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ମନରେ ଯେଉଁ ଅନ୍ଧାର ଅଛି ତାକୁ ମନର ଦୀପର ଆଲୋକରେ ଆଲୋକିତ କରିବାର ଏବେ ସମୟ ଆସିଛି । କାରଣ ସମୟ ଆମକୁ ଏବେ ଆଲୋକ ଆଡ଼କୁ ନେଉଛି …..

Follow us

20,832FansLike
0FollowersFollow
14,700SubscribersSubscribe

Latest news