() ଜାନୁୟାରୀ ଶେଷରୁ ମାର୍ଚ୍ଚ ବେଳକୁ ପିକ ଖସିଯାଇଥିବ ସ୍ଥିତି ଭଲ ହୋଇଯିବାର ଯଥେଷ୍ଟ ସମ୍ଭାବନା ଅଛି ତେଣୁ ସେତେଦିନ ପର୍ଯ୍ୟନ୍ତ ଆମକୁ ସତର୍କ ଓ ସଚେତନତ ରହିବାକୁ ପଡିବ l ସ୍ଥିତି ଭଲ ହୋଇ ଆସିଲେ ଆଉ ମାସ ଭ୍ୟାକସିନେସନ ଦରକାର ପଡ଼ିବନି, କିଛି ଲୋକଙ୍କୁ ଭ୍ୟାକସିନ ଦରକାର ପଡିବ l ଯଦି କାହାର ଲକ୍ଷଣ ଦେଖାଦେଉଛି ତେବେ ନିଜକୁ 5-7ଦିନ ଆଇସୋଲେଟ କରନ୍ତୁ , ଯୁଆଡେ ଯାଉଛନ୍ତି ମାସ୍କ ବ୍ୟବହାର କରନ୍ତୁ l ଟେଷ୍ଟ କରିବା ଆବଶ୍ୟକ ନାହିଁ କରଣ ଏତେ ମାତ୍ରାରେ ସଂକ୍ରମଣ ବଢିଛି ଯେ,ଯଦି କିଏ ରୋଗୀ କଣ୍ଟାକ୍ଟରେ ଆସିଥିବ ତେବେ ତାକୁ ସଂକ୍ରମଣ ମଧ୍ୟ ଡେଇଁଥିବ l ଆଗକୁ ଅନ୍ୟଦେଶ ମାନଙ୍କରେ ଯେପରି ସ୍ଥିତି ଭଲ ହୋଇଆସିଲାଣି ସେପରି ଅମ ଦେଶରେ ତଥା ରାଜ୍ୟରେ ସ୍ଥିତି ଭଲ ହୋଇଯିବ ତେଣୁ ସେତେପର୍ଯ୍ୟନ୍ତ ଆମକୁ ଧର୍ଯ୍ୟଧରି ରହିବାକୁ ପଡିବ l ମନଇଚ୍ଛା ମେଡିସିନି ଖାନ୍ତୁ ନାହିଁ l ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ପାରାସିଟାମଲ ଖାନ୍ତୁ ଆଉ ଅନ୍ୟ କୌଣସି ମେଡ଼ିସିନ ଖାନ୍ତୁ ନାହିଁ l
ବାଇଟ – ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ
ଜାନୁୟାରୀ ଶେଷରୁ ମାର୍ଚ୍ଚ ବେଳକୁ କମିବ ସଂକ୍ରମଣ…
ମକର ସଂକ୍ରାନ୍ତି;…
( )ଓଡ଼ିଶାର ଯେପରି ମହାବିଷୁବ ସଂକ୍ରାନ୍ତି,ଠିକି ସେହିପରି ମକର ସଂକ୍ରାନ୍ତି ହେଉଛି ଦକ୍ଷିଣ ଭାରତର ମୁଖ୍ୟପର୍ବ।ଏହି ଦିନ ଦକ୍ଷିଣ ଭାରତର ପ୍ରତ୍ୟେକ ପରିବାର ଲୋକେ ଏହି ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି।ପୁରାଣରେ ଲେଖା ଅଛି ଏହିଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୁଏ ଓ ଏହି ଦିନଠାରୁ ଶୁଭଦିନ ଆରମ୍ଭ ହୁଏ ବୋଲି କୁହାଯାଏ।ଏହି ଦିନ ଠାରୁ ସୂର୍ଯ୍ୟଙ୍କର ତେଜ ପ୍ରଖର ହୋଇଥାଏ ତେଣୁ କୁହାଯାଏ ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହୁଏ ଓ ରାତି ଛୋଟ ହୁଏ।ସକଳଶକ୍ତି ର ଆଧାର ସୂର୍ଯ୍ୟଙ୍କୁ ଏ ସଂକ୍ରାନ୍ତିରେ ସମସ୍ତ ହିନ୍ଦୁମାନେ ପୂଜାର୍ଚ୍ଚନା କରିଥାନ୍ତି।ଏହି ଦିନ ଲୋକେ ନିଜ ଘରେ ଗୃହର ସମସ୍ତ ଦୋଷ ଶାନ୍ତ କରିବା ପାଇଁ ହୋମ ମଧ୍ୟ କରନ୍ତି।ଆମ ଓଡ଼ିଆ ଘରେ ଏହି ଦିନ ଅରୁଆ ଚାଉଳ, ନୂଆ ଗୁଡ, ଛେନା, ନଡିଆ, କଦଳୀ, ଘିଅ, ଦୁଗ୍ଧ ଇତ୍ୟାଦି ମିଶାଇ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଦେବାଦେବୀଙ୍କ ପାଖରେ ଅର୍ପଣ କରାଯାଏ।ଏହି ଭୋଗକୁ ମକର ଚାଉଳ ବୋଲି କୁହାଯାଏ।
ବେକାବୁ ହଉଛି ସଂକ୍ରମଣ…
( ) ଦେଶରେ କରୋନା ଦୃତଗତିରେ ସଂକ୍ରମଣ ହେଉଛି
ଦୁଇ ସପ୍ତାହରେ ଦୁଇଲକ୍ଷ ଅତିକ୍ରମ କଲାଣି ଆଗକୁ ସ୍ଥିତି ସଙ୍ଗୀନ ହେବ। ଆଉ ଦୁଇ ସପ୍ତାହ ପରେ ଦୈନିକ ୫ ଲକ୍ଷ ଛୁଇଁବ ସଂକ୍ରମଣ। ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ୍ ଭ୍ୟାରିଆଣ୍ଟ ୫ ଗୁଣା ଅଧିକ ସଂକ୍ରମଣ ତୁଳନାରେ ମୃତ୍ୟୁ ସଂଖ୍ୟା କମ ରହିଛି।
ଓଡିଶାରେ ମଧ୍ୟ ଦୈନିକ ୧୦ ହଜାର ଅତିକ୍ରମ କଲାଣି
ଆଗକୁ ଦୈନିକ ୩୦ ହଜାର ଛୁଇଁବ ପଜିଟିଭ ରୋଗକୁ ନେଇ ଲୋକେ ଅବହେଳା ନ କରନ୍ତୁ। ଏକାଧିକ ରୋଗ ଥିବା ଲୋକ ପଜିଟିଭ ହେଲେ ହସ୍ପିଟାଲରେ ଆଡମିସନ ହୁଅନ୍ତୁ। ୭ ଦିନ ହସ୍ପିଟାଲରେ ରହିବା ବଡକଥା ନୁହେଁ
ସ୍ବାସ୍ଥ୍ୟ ପାଇଁ ଅବହେଳା କଲେ ଗୁରୁତର ହେବା ସମ୍ଭାବନା
ସୋଆ କୁଳପତି ଅଶୋକ ମହାପାତ୍ର ଙ୍କ ସୂଚନା।
ବାଇଟ- ଡାକ୍ତର ଅଶୋକ ମହାପାତ୍ର, କୁଳପତି, ସୋଆ
ବଢୁଛି ସଂକ୍ରମଣ…
( ) ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ । ତୃତୀୟ ଲହରରେ ପଜିଟିଭ ହେଲେଣି ହସ୍ପିଟାଲର 30 କର୍ମଚାରୀ । ସେମାନଙ୍କ ମଧ୍ୟରେ ଅଛନ୍ତି 10 ଡାକ୍ତର ଓ 20 ପାରା ମେଡ଼ିକାଲ କର୍ମଚାରୀ । ଏଣୁ ଏବେ କମ କର୍ମଚାରୀରେ ରୋଗୀ ସେବା ଜାରି ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଯେଉଁଠି ପୂର୍ବରୁ 3 ଜଣ କାମ କରୁଥିଲେ, ଏବେ ଜଣେ କାମ କରୁଛନ୍ତି । ହସ୍ପିଟାଲରେ କୋଭିଡ ଟ୍ରିଟମେଣ୍ଟ ପ୍ରୋଟୋକାଲ ନେଇ ସରକାରଙ୍କ ନୂଆ ନିର୍ଦେଶ ଆସିଛି । ଏହା ଅନୁଯାୟୀ ଆମେ କାମ କରୁଛୁ । କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପରିସରରେ ସିଙ୍ଗଲ ୱଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା କରଯାଇଛି । ସେଠାରେ ରୋଗୀମାନେ ଟିକେଟ କାଟିବା ଠୁ ଆରମ୍ଭ କରି ଚିକିତ୍ସା ଯାଏ ସବୁ ସୁବିଧା ପାଇପାରିବେ ।
କ୍ୟାପିଟାଲ ହସ୍ପିଟାଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୃହ ସଂଗରୋଧ ଗାଇଡ୍ଲାଇନ୍ ସାମାନ୍ୟ ଲକ୍ଷଣ ଓ ଲକ୍ଷଣହୀନ ଗୃହ ସଂଗରୋଧରେ ରହିପାରିବେ। ୬୦ ବର୍ଷରୁ ଊର୍ଦ୍ଧ୍ବ, ବହୁ ରୋଗ ଥିବା ଲୋକଙ୍କ ପାଇଁ ସର୍ତ୍ତମୂଳକ ଅନୁମତି। ଡାକ୍ତରଙ୍କ ପରୀକ୍ଷାନୀରିକ୍ଷା ପରେ ମିଳିବ ଗୃହ ସଂଗରୋଧ ଅନୁମତି। ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧ। ୭ ଦିନ ଭିତରେ ଲଗାତାର ୩ ଦିନ ଜ୍ବର ନ ଆସିଲେ ସରିବ ସଂଗରୋଧ। ୩ ଦିନ ଜ୍ବର ନ ଆସିଲେ ୭ ଦିନ ପରେ ଆଉ ଟେଷ୍ଟ ଆବଶ୍ୟକ ନାହିଁ।କଟକ-ଏସସିବି ମେଡିକାଲ କରୋନା ସଂକ୍ରମଣ ର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ଏବେ 600 ଶଯ୍ୟା ରହିଛି। ସେଥିରୁ 140 ଆଇସିୟୁ । ଚାରି ଓପିଡି ସ୍ବାଭାବିକ ଭାବେ କାମ କରୁଛି। ଗୁରୁବାର ରୋଗୀଙ୍କ ଚିକିତ୍ସା ସଠିକ ଭାବେ ଚାଲିଛି। ଡାଏଲୋସିସ ମଧ୍ୟ ଚାଲିଛି। ଇକମୋ ଚିକିତ୍ସା ରେ କେହି ରୋଗୀ ନାହାନ୍ତି । ପ୍ରତିଦିନ 100ରୁ 110 କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଅତି ଜରୁରୀ ହେଲେ ନୂଆ ରୋଗୀ ଆସନ୍ତୁ। ନ ହେଲେ ଟେଲି ମେଡିସିନ ଜରିଆରେ ପରାମର୍ଶ ନିଅନ୍ତୁ । ଏସସିବି ଅଧିକ୍ଷକ ଡକ୍ଟର ଦତ୍ତେଶ୍ବର ହୋତା ଓ ଅଧ୍ୟକ୍ଷ ଲୁସି ଦାସଙ୍କ ସୂଚନା। ବାଇଟ- ଡାକ୍ତର ଧନଞ୍ଜୟ ଦାସ, ଡେପୁଟି ସୁପରିଟେଣ୍ଡାଣ୍ଟ,
ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…
( ) ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି ।
ରାଜ୍ୟରେ ସଟଡାଉନ ଓ ଲକଡାଉନ ଆବଶ୍ୟକ କି ବୋଲି ପ୍ରଶ୍ନରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, 10 ହଜାର, 12 ହଜାର ଦୈନିକ ସଂକ୍ରମଣରେ ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ । ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସରକାର କଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା । ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ । ସର୍ଭେଲାନ୍ସ ଚାଲିଛି, ଟୀକାକରଣ ଚାଲିଛି । ଗତ ବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ
ଆସନ୍ତା 2 ମାସ କରୋନା ସଂକ୍ରମଣ ବଢ଼ିକି ରହିବ…
( )ଆସନ୍ତା 2 ମାସ କରୋନା ସଂକ୍ରମଣ ବଢ଼ିକି ରହିବ ।
ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । 4ରୁ 5ଟି ଜିଲ୍ଲାରେ ଟିପିଆର ଅଧିକ ଅଛି । କିନ୍ତୁ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ଆଇସିୟୁ ଆବଶ୍ୟକତା କମ ରହୁଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ଅନୁସାରେ କ୍ଲଷ୍ଟର କଣ୍ଟେନମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ସଂଖ୍ୟା ଦେଖି ବେଡ଼ ସଂଖ୍ୟା ବଢ଼ାଯିବ । ଡାକ୍ତର ନିରଞ୍ଜନ ମିଶ୍ର,ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ….
( ) ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 96 ହଜାର 684 ଜଣ ଙ୍କୁ ପ୍ରିକସନ ଡୋଜ ଦିଆସରିଛନ୍ତି l 46ହଜାର 109ଜଣ କୁ ଗତକାଲି ପ୍ରିକସନ ଡୋଜ ଦିଆଯାଇଛି l ତା ଭିତରେ ହେଲଥ କେୟାର ୱାର୍କର 20ହଜାର 130 ଜଣ, ଫ୍ରଣ୍ଟ ଲାଇନ ଯୋଦ୍ଧା 12 ହଜାର 133 ଜଣ, 60 ବର୍ଷ ରୁ ଉର୍ଢ଼ ଅଛନ୍ତି 13 ହଜାର 846ଜଣ। ଏହା ସହ 15 ରୁ 18 ବର୍ଷ ମଧ୍ୟରେ ଟୀକାକରଣ ଜାରିରହିଛି ଗତ କଲି ସୁଦ୍ଧା 79ହଜାର 527ଜଣ କିଶୋରଙ୍କୁ ଟୀକା ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା 8ଲକ୍ଷ 5 ହଜାର 553 ଜଣ ଟୀକା ନେଇଛନ୍ତି। ଯାହା ଟାର୍ଗେଟ ର 34% l ଆଜି ସୁଦ୍ଧା ରାଜ୍ୟରେ 5 କୋଟି 32 ଲକ୍ଷ 13 ହଜାର ଟୀକା ଦିଆସାରିଲାଣି। ପ୍ରଥମ ଡୋଜ 92 ପ୍ରତିସତ ଓ ଦ୍ୱିତୀୟ ଡୋଜ ଯେଉଁମାନଙ୍କର ଡିୟୁ ହୋଇଛି ସେମାନଙ୍କୁ 90 ପ୍ରତିସତ ଟୀକା ଦିଆସାରିଛି ।ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ତେଣୁ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ଟୀକାକରଣ କୁ ଆହୁରି ବଢ଼ାଇବାକୁ କୁ କୁହାଯାଇଛି ସେହି ଅନୁସାରେ ଯେତିକି ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କୁ ଘରକୁ ଘର ବୁଲି ଚି଼ହ୍ନଟ କରାଯାଇ ଟୀକାଦିଆଯାଉଛି l ଦ୍ୱିତୀୟ ଡୋଜ ଡିୟୁ ବି ଯାହାର ହୋଇସାରିଛି ସେମାନଙ୍କର ତାଲିକା ଅନୁସାରେ ଟୀକା ଦିଆଯାଉଛି l ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ lପ୍ରିକସନ ଡୋଜ ବର୍ତ୍ତମାନ ଟୀକାକରଣ କେନ୍ଦ୍ରରେ ଦିଆଯାଉଛି, ଯଦି ଆଗକୁ ଟୀକାକରଣ କେନ୍ଦ୍ରରେ ଟୀକା ଦେବାରେ ଉର୍ନ୍ନତି ଦେଖାନଦିଏ ତେବେ ଆମେ ଘରକୁ ଘର ବୁଲି ସେମାନଙ୍କୁ ଚି଼ହ୍ନଟ କରି ଟୀକାକରଣ କେନ୍ଦ୍ରରେ ଟୀକାଦେବୁ lପ୍ରତି ବ୍ଲକରେ 10ଟି ମୋବାଇଲ ଭ୍ୟାକସିନେସନ କ୍ଲିନିକ କରାଯାଇଛି l ଯେଉଁଠି ଲୋ ଅଛି ସେଠାରେ 12 ଲେଖା ଟିମ ଦିଆହୋଇଛି l ଡିମାଣ୍ଡ ଅନୁସାରେ ଟିମ ଯାଇକି ଟୀକା ଦେଉଛନ୍ତି ବ୍ଲକସ୍ତର ରେ lଟୀକାକରଣ କ୍ଷେତ୍ରରେ ଗଜପତି, ସୁନ୍ଦରଗଡ଼, କଟକ,ଅନୁଗୁଳ, ମୟୁରଭଞ୍ଜ ଜିଲ୍ଲାରେ ଟୀକାକରଣ ଗତି କମ ରହିଛି l ପ୍ରଥମ ଡୋଜ କମ ଥିବା ଜିଲ୍ଲା ଗୁଡିକ ହେଲା ଗଜପତି, ସୁନ୍ଦରଗଡ଼,କଟକ ଓ ଅନୁଗୁଳ ଦ୍ୱିତୀୟ ଡୋଜରେ ମୟୁରଭଞ୍ଜ ଜିଲ୍ଲା କମ ରହିଛି l ଏହାକୁ ମୁଖ୍ୟଶାସନ ସଚିବ ଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁଧ୍ୟାନ କରୁଛନ୍ତି ଆଗକୁ ଏହି ଜିଲାରେ ଟୀକାକରଣ ବଢିବାର ଆଶା ରଖାଯାଇଛି l
ବାଇଟ – ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ
ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ମିଳିଲା ସମ୍ମାନଜନକ ଡିଲିଟ ଉପାଧି…
( ) ବର୍ଷୀୟାନ ଅଭିନେତା ତଥା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ମିଳିଲା ସମ୍ମାନଜନକ ଡିଲିଟ ଉପାଧି । ମହାରାଷ୍ଟ୍ର ପୁନେସ୍ଥିତ MIT ଆର୍ଟ ଡ଼ିଜାଇନିଂ ଆଣ୍ଡ ଟେକ୍ନୋଲୋଜି ବିଶ୍ଵବିଦ୍ୟାଳୟ ତରଫରୁ ଦିଆଯାଇଛି ଏହି ସମ୍ମାନ । ଓଡ଼ିଶା ଚଳଚ୍ଚିତ୍ର ଜଗତରେ ତାଙ୍କର ଅବଦାନ ଲାଗି ମିଳିଛି ଏ ସମ୍ମାନ । ପ୍ରଶାନ୍ତ ନନ୍ଦ କହିଛନ୍ତି, 2021 ଡିସେମ୍ବର 29ରେ ମୋ ପାଖକୁ ଚିଠି ଆସିଥିଲା । ସେଥିରେ କୁହାଯାଇଥିଲା, ଚଳଚ୍ଚିତ୍ର ଜଗତରେ ଅବଦାନ ଲାଗି ମୋତେ ଡିଲିଟ ଦେବାକୁ । ମୁଁ ସମ୍ମତି ମଧ୍ୟ ଜଣାଇଥିଲି । 60 ଦଶକରୁ 2021 ମସିହା ଯାଏ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ । ସେ ଦୃଷ୍ଟିରୁ ମୋତେ ଏହି ଡିଲିଟ ମିଳିଛି ବୋଲି ଅଭିନେତା ଓ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ କହିଛନ୍ତି l
ରାଜ୍ୟରେ ଓମିକ୍ରନ୍ ସଂଖ୍ୟା ୧୭୦…କେବେ କେତେ ଜଣ ପଢନ୍ତୁ…
( )ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ଓମିକ୍ରନ।ସବୁ ଜିଲ୍ଲାରେ ଓମିକ୍ରନ ତାର କାୟା ବିସ୍ତାର କରିଚାଲିଛି। ଆସନ୍ତୁ ଜାଣିବା କେଉଁଠି କେତେଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି।
ଓଡ଼ିଶାର ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ
ଡିସେମ୍ବର ୨୧ ତାରିଖ – ୨
ଡିସେମ୍ବର ୨୩ ତାରିଖ – ୨
ଡିସେମ୍ବର ୨୬ ତାରିଖ – ୪
ଡିସେମ୍ବର ୨୯ ତାରିଖ – ୧
ଡିସେମ୍ବର ୩୦ ତାରିଖ – ୫
ଜାନୁଆରୀ ୨ ତାରିଖ – ୨୩
ଜାନୁଆରୀ ୫ ତାରିଖ – ୨୪
ଜାନୁଆରୀ 8 ତାରିଖ -14
ଜାନୁଆରୀ 10 ତାରିଖ 28
ଜାନୁଆରୀ 12 ତାରିଖ 67
ମୋଟ ସଂଖ୍ୟା – 170













