ସୁରକ୍ଷା ଦେବ ଟୀକା…

( )ଯଦି ଟୀକା ନେଇ ନଥିବେ ଓମିକ୍ରନ ହେଲେ ବି ଡେ଼ଲ୍ଟା ଭ୍ୟାରିଆଣ୍ଟ ବିରୁଦ୍ଧରେ ସୁରକ୍ଷା ଦେବନାହିଁ। ଯଦି ଟୀକା ନେଇଥିବେ ଓମିକ୍ରନ ହେବା ପରେ ଡେ଼ଲ୍ଟା ହେବନାହିଁ। ତେଣୁ ଭବିଷ୍ୟତରେ ନୂଆ ଭ୍ୟାରିଆନ୍ତ ବିରୁଦ୍ଧରେ ଲଢେଇ ପାଇଁ ଟିକାକରଣ ବହୁତ ଜରୁରୀ। ଟୀକା ନେଲେ ଯେତେଥର ସଂକ୍ରମୀତ ହେଲେ ବି ସୁରକ୍ଷା ଦେବ।୨୫ ତାରିଖ ଆଡକୁ ପିକ କରିପାରେ। ପିକ ସମୟରେ ଅତି ବେଶିରେ ୧୭ ରୁ ୧୮ ହଜାର ରହିପାରେ।ଏହା ପରେ କମିବା ଆରମ୍ଭ ହେବ।

ପ୍ରଥମରୁ ମୁମ୍ବାଇ ଦିଲ୍ଲୀରେ ସଂକ୍ରମଣ ବଢିଥିବାରୁ ସେଠାରେ ପିକ ସାରିଲାଣି। ସୁତ୍ର ମଡେଲ ଆନୁସାରେ ଜାନୁଆରୀ ୨୩ ଆଡକୁ ଦେଶରେ ପିକ ଛୁଇଁପାରେ। ଟେଷ୍ଟି କମିଥିବାରୁ ସଂକ୍ରମଣର ଏମିତି ଟ୍ରେଣ୍ଡ ରହୁଛି। ଆଉ ୬ ଦିନ ଭଳି ବଢିବା ପରେ କମିବ।

ବାଇଟ – ନିରୋଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ…

( ) କଂଗ୍ରେସ ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନାମାଙ୍କନ ପତ୍ର ଦାଖଲ ହେଉଛି। ଆପାତତ୍ତ କଂଗ୍ରେସ ଦଳର ଜିଲ୍ଲା ପରିଷଦ ପାଇଁ ଫାଇନାଲ ହୋଇ ସାରିଛି ।

ନିର୍ବାଚନ କମିଶନ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ ତାହା ସ୍ୱାଗତ ଯୋଗ୍ୟ ମାତ୍ର ମୁଁ ଅନୁରୋଧ କରୁଛି ବିଭିନ୍ନ ସରକାରୀ ଯୋଜନାରେ ନେତା ମନ୍ତ୍ରୀ ମାନଙ୍କ ଫଟୋ ଥିବା ହୋଡ଼ିଂ ଏବେ ବି ରହିଛି । ତାକୁ ତୁରନ୍ତ ହଟାଯାଉ । ନ ହେଲେ ରାଜ୍ୟ ବ୍ୟାପି କଂଗ୍ରେସ ଆନ୍ଦୋଳନ କରିବ ।

ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ପାଇଁ ପ୍ରାଥି ଯୋଗାଡ଼ କରିବା କଷ୍ଟସାଧ ହେଉଛି । ମାତ୍ର ଗୋଟିଏ ଗୋଟିଏ ପଞ୍ଚାୟତରେ 10 ରୁ 20 ଜଣ ବାହାରୁଛନ୍ତି ସରପଞ୍ଚ ହେବା ପାଇଁ । ଦଳୀୟ ଟିକେଟ ନଥିଲେ ମଧ୍ୟ ଦଳୀୟ ସମର୍ଥନ ପାଇଁ ବହୁତ ପ୍ରାଥି ବାହାରୁଛନ୍ତି ସରପଞ୍ଚ ପାଇଁ । ଗତ କିଛି ଦିନ ହେବ ସିଧାସଳଖ ସରପଞ୍ଚ ମାନଙ୍କୁ ଟଙ୍କା ଆସିଲା ବିକାଶ ନାଁରେ ସରକାରୀ ଅଧିକାରୀ ବିନାଶର ବିଜ ବୁଣିଛନ୍ତି । ଦୁର୍ନୀତି ଅଧିକ ହେଲା ଅନେକ ସରପଞ୍ଚ ସେହି ଟଙ୍କାରେ ଗାଡି କିଣିଲେ ଘର କଲେ ବ୍ୟାଙ୍କ ବଲାନ୍ସ ବଢିଗଲା ଏହାକୁ ଦେଖି କି ଏବେ ଲୋକମାନେ ସରପଞ୍ଚ ହେବା ପାଇଁ ପାଗଳ ହୋଇଯାଇଛନ୍ତି । ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯିବା ପରେ ଏହି ଆଗ୍ରହ ଅଧିକ ବଢିଛି ।ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର କେମିତି ରହିଛି ହୋମୱାର୍କ ପ୍ରଶ୍ନରେ ତାରାଙ୍କ ଉତ୍ତର । କଂଗ୍ରେସର ତ ହୋମ ତ ନାହିଁ ୱାର୍କ କେଉଁଠି ଆସିବ ବୋଲି କହିଲେ ତାରା । ପିସିସି ସଭାପତି ଘରେ ଲୁଚିଛନ୍ତି କି ହୋଟେଲରେ ଲୁଚିଛନ୍ତି ମୁଁ ଜାଣିନି । ମାତ୍ର ମୋର ବି ତାଙ୍କ ସହ ଯୋଗାଯୋଗ ହୋଇ ପାରିନି । ଆମର ତ ଆଉ ନୂଆ ନେତୃତ୍ୱ ହେବାର ନାହିଁ ତେଣୁ ନିରଞ୍ଜନଙ୍କ ନେତୃତ୍ୱରେ ହିଁ ଲଢ଼ିବାକୁ ପଡ଼ିବ । ସେ ଘରେ ବସନ୍ତୁ କି ହୋଟେଲରେ ରୁହନ୍ତୁ । ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ସାମ୍ବାଦିକ ମାନଙ୍କୁ ଦିଅ ବୁଷ୍ଟର ଡୋଜ :ମୁଖ୍ୟମନ୍ତ୍ରୀ…

( )ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ,
ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ।

କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ।

ସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ମଧ୍ୟ ଆମେ ପରିସ୍ଥିତିର ମୁକାବିଲା କରିପାରିବା

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି୤ ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହରୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ଠିକ୍‌ ରହିଛି । ଗତ କିଛି ଦିନ ମଧ୍ୟରେ ଦୈନିକ କୋଭିଡ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ଦେଶର ବଡ ବଡ ସହରରେ active case ସଂଖ୍ୟା କମିବା ଆରମ୍ଭ ହେଲାଣି । ରୋଗୀମାନଙ୍କ ଲକ୍ଷଣ ସାମାନ୍ୟ ରହୁଛି ଏବଂ ଖୁବ କମ୍‌ ରୋଗୀଙ୍କୁ ହସ୍‌ପିଟାଲ ଯିବାକୁ ପଡୁଛି । ଏସବୁ ସୂଚନା ଉତ୍ସାହପ୍ରଦ ହେଲେ ମଧ୍ୟ ଆମ ସମସ୍ତଙ୍କୁ ସଂପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ପଡିବ ।ମୁଖ୍ୟ ଶାସନ ସଚିବ ତାଙ୍କର ପ୍ରେସ୍‌ ସୂଚନା ଜରିଆରେ କୋଭିଡ ରୋଗୀ ସଂଖ୍ୟା ଅଧିକ ରହୁଥିବା ଦୃଷ୍ଟିରୁ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷକରି ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଂକା ଥିବା ନାଗରିକ ମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ । ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ frontline worker ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡ ସଂପର୍କରେ ଆମର ସଚେତନତା ଓ ନିୟମର ଦୃଢ ଅନୁପାଳନ ପଦକ୍ଷେପ ଜାରି ରହିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ micro containment ରଣନୀତି ଏବଂ ଘରେ ରହୁଥିବା କୋଭିଡ ରୋଗୀଙ୍କର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍‌.କେ. ଶର୍ମା ସମଗ୍ର ବିଶ୍ବ, ଦେଶ ଓ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଏକ ତୁଳନାତ୍ମକ ଚିତ୍ର ରଖି କହିଥିଲେ ଯେ ବର୍ତ୍ତମାନ ତୃତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର ସୂଚନା ମିଳୁଛି । ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍‌ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍‌ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍‌ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି ସେ କହିଥିଲେ ।ଟିକାକରଣ ଉପରେ ସୂଚନା ଦେଇ ସେ କହିଥିଲେ ଯେ ୯୨.୭ ପ୍ରତିଶତ ପ୍ରଥମ ଡୋଜ ଓ ୭୦.୭ ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଛନ୍ତି। ୧୫ ରୁ ୧୮ ବୟସ୍କ କିଶୋକ ମାନଙ୍କ କ୍ଷେତ୍ରରେ ୪୫.୮ ପ୍ରତିଶତ ଟିକାକରଣ ହୋଇଛି ଏବଂ ୧୪ ପ୍ରତିଶତ ବୁଷ୍ଟର ଡୋଜ ଟିକାକରଣ ହୋଇଛି ବୋଲି ସେ ସୂଚନା ଦେଇଥିଲେ ।ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ, କଟକ ଓ ମୟୁରଭଂଜର ଜିଲ୍ଲାପାଳ, ଭୁବନେଶ୍ବର ଓ କଟକର ମ୍ୟୁନିସ୍‌ପାଲ କମିଶନର ପ୍ରମୁଖ ସେମାନଙ୍କ ନିଜ ନିଜ କ୍ଷେତ୍ରର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ ।

ବୈଠକରେ ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା ….

( )ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା । ହସ୍ପିଟାଲ ରେ ରୋଗୀ ଙ୍କ ସଂଖ୍ୟା କମ ରହିଛି।ଜେନେରାଲ ବେଡ଼ ୯ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତି ଶତ,ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମରହିଛି। ଏହି ଲହର ରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନ ଆବଶ୍ୟକତା କମ ଆବଶ୍ୟକତା ରହିଛି।
ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି।ସର୍ବନିମ୍ନ ୧୦ ରୁ ୧୫ ଦିନ ସମୟ ଦରକାର ଏହି ଟ୍ରଣ୍ଡ ବିଷୟରେ ଜାଣିବା ପାଇଁ। ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ। ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ ହୋମ ଆଇସୋଲେସନକୁ ୫ଦିନ କଲେ।କୌ ଅସୁବିଧା ହେବ ନାହିଁ।ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମି ଦେଖି ଆମେ ସେସବୁକୁ ଲୋକ ଗ୍ରହଣ କରିନାହାଁନ୍ତି । ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି।ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ।ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି ତ କୁ ମାନି ଚଳିବା।

ସଂକ୍ରମଣ ସ୍ଲୋ ଡାଉନ ହୋଇଥିବାରୁ ସଂକ୍ରମଣ କମିଛି ତା ସହ ଟେଷ୍ଟିଙ୍ଗ ମଧ୍ୟ କମିଛି …

( ) ରାଜ୍ୟରେ ସଂକ୍ରମଣ ସ୍ଲୋ ଡାଉନ ହୋଇଥିବାରୁ ସଂକ୍ରମଣ କମିଛି ତା ସହ ଟେଷ୍ଟିଙ୍ଗ ମଧ୍ୟ କମିଛି l ଏଥିସହ ଆର ଭ୍ୟାଲୁ ମଧ୍ୟ କମିଛି, ହେଲେ ଆଗାମୀ 7-8ଦିନ ମଧ୍ୟରେ ପଯେଟିଭ କେଶ ବଢିବ l ଅର୍ଥାତ ପିକ ବେଳକୁ ପାଖାପାଖି 25ହଜାର ଭିତରେ କେଶ ରହିପାରେ ! ଅନ୍ୟପଟେ ଫେବୃଆରୀ ଶେଷ ଓ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ରାଜ୍ୟ ଭଲ ସ୍ଥିତି କୁ ଆସିବ ! ଏଥିସହ ଜୁଲାଇ ମାସ ବେଳକୁ ଆଉ ମାସ୍କ ପିନ୍ଧିବାକୁ ପଡ଼ିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ l
ବାଇଟ – ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ସଂକ୍ରମଣର ଡବଲିଂ ଟାଇମ କମିଛି…

{ }ସଂକ୍ରମଣର ଡବଲିଂ ଟାଇମ କମିଛି। ଗ୍ରୋଥ ରେଟ ବି କମିଛି। ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡ କୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି।ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଦିତୀୟ ଲହର ପରି ଖୋର୍ଦ୍ଧା,ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି। ଆରଟି ପିସିଆର କୀଟ ପରି ଓମିସ୍ୟୁର କୀଟ ସବୁ ଜିଲ୍ଲାକୁ ବଣ୍ଟାଯିବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବ। ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ।
ବାଇଟ-ନିରଞ୍ଜନ ମିଶ୍ର,ଜନସ୍ୱାସ୍ଥ୍ୟ ନିର୍ଦେଶକ

କୋଭିଡ୍ ନିୟମ ଭିତରେ ହେବ ସିଭିଲ୍ ସର୍ଭିସ୍ ପରୀକ୍ଷା…

( ) ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି ।
କୋଭିଡ୍କୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନାସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇପାରିବେ । ଅବଶ୍ୟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ହାତରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷା କେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକ(ଇନ୍ଭିଲେଜଟର)ଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।
ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମାବଳୀର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।

ପଂଚାୟତ ନିର୍ବାଚନ ର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡ଼ଲାଇନ ପାଳନ ଉପରେ ରାଜ୍ୟ ନିର୍ଵାଚନ ଆୟୋଗଙ୍କ ଗୁରୁତ୍ୱ

( )ପଂଚାୟତ ନିର୍ବାଚନ ର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡ଼ଲାଇନ ପାଳନ ଉପରେ ରାଜ୍ୟ ନିର୍ଵାଚନ ଆୟୋଗଙ୍କ ଗୁରୁତ୍ୱ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଓ ପ୍ରଶାସନର ପ୍ରସ୍ତୁତି ବାବଦରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର ପ୍ରତିକ୍ରିୟା ରେ କହିଛନ୍ତି ରାଜ୍ୟରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଛି। ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ଶାନ୍ତି ଶୃଙ୍ଖଳା ର ସହ ସାରିବାକୁ ଗୁରୁତ୍ୱ ଦିଆଯାଇଛି। ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ, ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ, ପୋଲିସ ଡିଜି ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା, କୋବିଡ଼ କଟକଣା ପାଲନ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଓ ଏସପି ମାନେ ମଧ୍ୟ ସେମାନଙ୍କ ମତାମତ ରଖିଥିଲେ।
ବାଇଟ : ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ନିର୍ବାଚନ କମିଶନର

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ….

() ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଁଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା। ଏ ନେଇ ଜିଲ୍ଳା ଗୁଡିକୁ ଜଣେଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା 61 ହଜାର ପଜିଥିଭ୍ ଥିବା ବେଳେ ମାତ୍ର 1100 ଡାକ୍ତରଖାନାରେ ଅଛନ୍ତି । 2 ପ୍ରତିଶତରୁ କମ୍ ହସପିଟାଲରେ । ଆଇସିୟୁରେ ପ୍ରାୟ 300 ଲୋକ ଅଛନ୍ତି। ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର।ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ।
ବାଇଟ୍- ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟୀକାକାରଣ କୁ ପୁରିଲା ବର୍ଷେ…

{ }ରାଜ୍ୟରେ ଟୀକାକାରଣ କୁ ପୁରିଲା ବର୍ଷେ l
ଓଡିଶା ଟୀକାକାରଣ କାର୍ଯ୍ୟକ୍ରମରେ ଉଲେଖନୀୟ ଅଗ୍ରଗତି କରିଛି – ପରିବାର କଲ୍ୟାଣ ନିର୍ଦେଶକ 5କୋଟି 39ଲକ୍ଷ୍ୟ 91ହଜାର 642 ଡୋଜ ଟୀକା ଦିଆହୋଇଛି l ସେଥିରୁ ପ୍ରଥମ ଡୋଜ 92.4% ଉଭୟ ଡୋଜ 90% ରେ ପହଁଚିଛି ବିଭାଗ lଓଡିଶାରେ ଟୀକା ଦେବା ଆମ ପାଇଁ ଚ୍ୟାଲେଞ୍ଜିଙ୍ଗ ଥିଲା l ସମସ୍ତଙ୍କ ସହଯୋଗରେ ଆଜି ଆମେ ସମସଙ୍କୁ ଟୀକା ଦେଇପାରିଛୁ l

ବାଇଟ – ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news