ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ…

( )କୋଭିଡ ସମୀକ୍ଷା ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା hospitalization ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହିସହିତ ବରିଷ୍ଠ ନାଗରିକ ତଥା ସମୂଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ଏବଂ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି କହିଥିଲେ ।ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ Rapid Response Team ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । କମ୍‌ ହସ୍‌ପିଟାଲାଇଜେନ ସତ୍ତ୍ବେ ଦ୍ବିତୀୟ ଲହର ଠାରୁ ଅଧିକ ସଂଖ୍ୟକ ବେଡ ମହଜୁଦ ରଖାଯାଇଛି ଏବଂ ତା ସହିତ ଅକ୍‌ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି । ଟିକାକରଣ କ୍ଷେତ୍ରରେ ରାଜ୍ୟର ପଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ, ଦ୍ବିତୀୟ ଡ଼ୋଜର ହାର ୬୮.୪ ପ୍ରତିଶତ ରହିଛି । ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି । ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।ଭୁବନେଶ୍ବର ମହାନଗର ନିଗମ କଟକ ମହାନଗର ନିଗମର ମ୍ୟୁନିସପାଲଟି କମିଶନର ଦ୍ବୟ ତଥା ସମ୍ବଲପୁର ଓ ସୁନ୍ଦରଗଡର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ ।କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବନ୍ ଶଲ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ…

( )ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ l ୬୩ ବୟସ ରେ ତାଙ୍କର ଦେହାନ୍ତ ହୋଇଛି l ଅନେକ ଦିନ ଧରି କିଡ଼ିନ ରୋଗରେ ପୀଡିତ ଥିଲେ l ତାଙ୍କର ବିୟୋଗରେ ଶୋକର ଛାୟା ଖେଳିଯାଇଛି ପୁରା ଓଡ଼ିଆ ସିନେମା ଜଗତରେ l

କୋଭିଡ଼ି ଭିତରେ ପଂଚାୟତ ନିର୍ବାଚନ ପାଇଁ କେତେକ ବାରଣ…

( ) ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ୧୬, ୧୮, ୨୦, ୨୨, ୨୪ ଫ୍ରେବୁୟାରୀ ଭୋଟ ଗ୍ରହଣ ତାରିଖ।

ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି।

ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ।

କୋଭିଡ୍ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ।

ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା।

ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ।

କେବଳ ୫ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିବାକୁ ଅନୁମତି।

ଆଜି ଠୁ ଆଦର୍ଶ ଆଚରଣ ବିଧି ଲାଗୁ।

ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି, on Feb : 26, 27 & 28 ।

ରାଜ୍ୟରେ ଆରମ୍ଭ ହୋଇଛି ପ୍ରିକସନ ଟୀକାକରଣ…

{ } ରାଜ୍ୟରେ ଆରମ୍ଭ ହୋଇଛି ପ୍ରିକସନ ଟୀକାକରଣ ଜାରି ରହିଛି। ଗତକାଲି ରାଜ୍ୟରେ 50 ହଜାର 575 ଜଣ ପ୍ରିକସନ ଡୋଜ ନେଇଥିଲେ ତା ଭିତରେ ହେଲଥ କେୟାର ୱାର୍କର 23 ହଜାର 412 ଜଣ, ଫ୍ରଣ୍ଟ ଯୋଦ୍ଧା ରହିଛନ୍ତି 6 ହଜାର 883 ଜଣ, 60 ବର୍ଷ ରୁ ଉର୍ଢ଼ ଅଛନ୍ତି 20 ହଜାର200 ଜଣ। ଏହା ସହ 15 ରୁ 18 ବର୍ଷ ମଧ୍ୟରେ ଟୀକା ନେଇଛନ୍ତି 1 ଲକ୍ଷ 2 ହଜାର 933 ଜଣ ଟୀକା ନେଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ 5 କୋଟି 28 ଲକ୍ଷ 80 ହଜାର ଟୀକା ଦିଆସାରିଲାଣି। ପ୍ରଥମ ଡୋଜ ରହିଛି 92 ପ୍ରତିସତ ଓ ଦ୍ୱିତୀୟ ଡୋଜ ରହିଛି 68 ପ୍ରତିସତ।

ପଂଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ…

( ) ରାଜ୍ୟରେ ପାଞ୍ଚ ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ । ଗୋଟିଏ ଦିନ ବ୍ୟବଧାନରେ ହେବ ନିର୍ବାଚନ । ଫେବୃଆରୀ ୧୬, ୧୮, ୨୦, ୨୨, ୨୪ ଆଦି ପାଞ୍ଚୋଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ । ଘୋଷଣା କଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି । ୨୮ ଯାଏଁ ଆଚରଣବିଧି ବଳବତ୍ତର । ସକାଳ ୭ରୁ ଅପରାହ୍ନ ୧ଟା ଯାଏଁ ଚାଲୁ ରହିବ ଭୋଟ ପକ୍ରିୟା । ବ୍ଲକ ମୁଖ୍ୟାଳୟରେ ହେବ ଗଣତି ।

ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…

( ) ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ ସଂକ୍ରମଣ ଅପୱାର୍ଡ ଟ୍ରେଣ୍ଡରେ ରହିଛି । ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ବିଭାଗ କାର୍ଯ୍ୟ କରୁଛି । କରାଯାଉଛି l ବିଭାଗ ତରଫରୁ ସର୍ଭେଲାନ୍ସ, ଟୀକାକରଣ, ଟେଷ୍ଟିଂ, ଟ୍ରିଟମେଣ୍ଟ ସବୁ ଚାଲିଛି । ସଂକ୍ରମଣ କେବେ କମିବ, କହି ହେବନି । ତା ଉପରେ ବେଶୀ ଚିନ୍ତା କରିବାର ନାହିଁ । ଗୋଟିଏ ଦେଶରେ 25ଟି ଡେମିକ୍ରନ କେସ ବାହାରିଛି । ଏହା ଉପରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏହା ଉପରେ ଅଧିକ ଚର୍ଚ୍ଚା କେବଳ ଆତଙ୍କ ଖେଳାଇବ । ତେଣୁ ଏହାକୁ ନେଇ ଚର୍ଚ୍ଚା କରା ନଯାଉ । ଆମର ରାଜ୍ୟରେ ଆଡ଼ମିଶନ ହାର କମ ରହିଛି । 20 ହଜାରରୁ ଅଧିକ ଆକ୍ଟିଭ କେସରୁ ମାତ୍ର 19 ହାଜରରୁ ଅଧିକ ହୋମ ଆଇସଲେସନରେ ଅଛନ୍ତି । ତାଙ୍କ ଲାଗି ଚିନ୍ତିତ ହେବାନି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ହସ୍ପିଟାଲ ବେଡ଼ କ୍ଷମତା ମଧ୍ୟ ବଢାଯାଉଛି ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଜୀବନ ନୁହେଁ ସମସ୍ୟା …….

() ଅନେକ କହନ୍ତି ଜୀବନମାନେ ଜଞ୍ଜାଳ ଓ ସମସ୍ୟା । ଶାନ୍ତି ବହୁତ କମ ଲୋକଙ୍କ ଭାଗ୍ୟରେ ଥାଏ । ହେଲେ ଜୀବନରେ ଯେ ସମସ୍ୟା କିଛି ନାହିଁ ତାହା ଖୁବ କମ ଲୋକ ଅନୁଭବ କରନ୍ତି । ଏକଥା କହିଲେ ଅବଶ୍ୟ କେହି ବିଶ୍ବାସ କରିବେନି । ଏମିତି ଗୋଟେ ଆଲୋଚନା ଚାଲିଥିଲା ସମସ୍ୟାକୁ ନେଇ , ଠିକ ସେହି ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି ଅତି ସହଜରେ ବୁଝାଇଥିଲେ କେମିତି ଜୀବନ ସମସ୍ୟା ନୁହେଁ ।

ହଠାତ ମୁନା ମନରେ ଅନେକ କଥା ଆସିଲା ପିଙ୍କୁକୁ ନେଇ । ପିଙ୍କୁ ତା ବିଷୟରେ ଏମିତି ଭାବୁଛି , ଏମିତି ଚାହୁଁଛି , ଆଗକୁ ଏମିତି କରିବ । କେତେ କଣ ଚିନ୍ତା । ହେଲେ ବାସ୍ତବରେ ସତ ହେଉଛି ପିଙ୍କୁ କେବେ ମୁନା କଥା ଚିନ୍ତା କରିନାହିଁ । ଏହା କେବଳ ମୁନାର ଭାବନା । ଯେଉଁ ଭାବନାକୁ ନେଇ ମୁନା ଦୀର୍ଘଦିନ ଧରି ଅନେକ ସମସ୍ୟା ଦେଇ ଗତି କରିଛି । ନିଜେ ଆଗକୁ ଯିବ କେମିତି ସେ ଚିନ୍ତା ନକରି ପିଙ୍କୁ ଚିନ୍ତାରେ ସେ ତାର ସମୟକୁ ନଷ୍ଟକଲା । ଠିକ ସେମିତି ମଣିଷ ଜନ୍ମମାନେ ଜୀବନର ପ୍ରତ୍ୟେକ ମିନିଟରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେବା । ହେଲେ ତାହାକୁ ସମସ୍ୟା ଭାବିଲେ ଜବୀନ ଶାନ୍ତିରେ ବିତିବ ନାହିଁ । ସବୁବେଳେ ମନରେ ନୂଆ ଆଶା, ନୂଆ ଉତ୍ସାହ ନେଇ କାମ କରିବାକୁ ହେବ । ତାହାଲେ ଜବୀନରେ ସମସ୍ୟା ବୋଲି କିଛି ରହିବନାହିଁ । ମୋର ଏ ସମସ୍ୟା ଥିଲା ବୋଲି ମୁଁ ଏ କାମ କରିପାରିନାହିଁ ସେଠାକୁ ଯାଇପାରୁନି ଏସବୁ ଗୋଟେ ଗୋଟେ ବାହାନା । ଜୀବନକୁ ସହଜ ଓ ସରଳ କରି ବଂଚିବାକୁ ଯିଏ ଚାହେଁ ସେ କେବେ କହେନାହିଁ ମୋ ଜବୀନରେ ସମସ୍ୟା ଅଛି ବୋଲି ।

କାହିକିଁ ମଣିଷ ସମସ୍ୟାରେ ଛନ୍ଧିହୋଇଯାଉଛି ବୋଲି କହେ । କାହିକିଁ ସମସ୍ୟା ଆଳରେ ମଣିଷ ନିଜର ସରଳ ଜୀବନକୁ କଠିନ କରୁଛି । ପୃଥିବୀ ଯେତେବେଳ ଗତିଶୀଳ,  ସବୁ କ୍ଷେତ୍ରରେ ପରିବତ୍ତର୍ନ ଘଟୁଛି , ସେତେବେଳେ ମଣିଷ ସମସ୍ୟାର ଚିନ୍ତା କାହିକିଁ ମନକୁ ଆଣୁଛି । କାହିକିଁ ଭାବୁନି ଜବୀନଟା କେବେ ବି ସମସ୍ୟା ଯୁକ୍ତ ନୁହେଁ, ସମସ୍ୟା ମୁକ୍ତ । ପ୍ରକୃତି , ପରିବେଶ ,ସମୟ ଯେତେ ଯାହା ପରିବତ୍ତିର୍ନ ଘଟିଲେ ବି କୌଣସି ସମସ୍ୟାରେ କେହି ରହନ୍ତି ବୋଲି କହନ୍ତିନି ଠିକ ସେହିପରି ମଣିଷ ସମାଜ ବି ଏଥିରୁ କିଛି ଅନୁକରଣ କରିବା ଦରକାର ।

ଶେଷରେ  ସାହିତ୍ୟ ବହିର ସେହି ପୁରୁଣା କାହାଣୀ ଟି ମେନ ପଡ଼େ । ବୁଦ୍ଧିମତି ବୋହୁ । ଯେ କି ସବୁ ସମୟରେ ଓ ସବୁ ପରିସ୍ଥିତିର ଜୀବନ କାଟିବାକୁ ପସନ୍ଦ କରେ । ଠିକ ସେହି କଥାକୁ ଯଦି ଆମେ ଅନୁକରଣ କରିବା ତେବେ ଜୀବନୀରେ ସମସ୍ୟା ରହିବ ନାହିଁ ।

ଜାତୀୟ ପୁରସ୍କାର ପାଇଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍…

( )ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ ଜାତୀୟ ପୁରସ୍କାର ପାଇଲା।

ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ମସିହା ଜୁଲାଇ ମାସରେ ଉଦ୍ଘାଟିତ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଭୁବନେଶ୍ୱର ପୌର ପରିଷଦ ଏବଂ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ୍)ଙ୍କ ଦ୍ୱାରା ମିଳିତ ଭାବେ କାର୍ଯ୍ୟାନ୍ୱୟ କରାଯାଉଥିବା ୫-ଟି ସନନ୍ଦ ଅନ୍ତର୍ଗତ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ୍ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ୍ ସ୍ୱର୍ଣ୍ଣ ପୁରସ୍କାର ପାଇଛି ।
ଆଜି ହାଇଦ୍ରାବାଦଠାରେ ଅନୁଷ୍ଠିତ ୨୪ ତମ ଜାତୀୟ ଇ-ଗଭର୍ନାନ୍ସ୍ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସଂଜୀବ ଚୋପ୍ରାଙ୍କ ସହିତ ଓରସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଫୁଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୂରୀ ଓ ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ସରକାରୀ ଜମିର ସଠିକ୍ ଚିହ୍ନଟ ଓ ସୁରକ୍ଷା ନିମନ୍ତେ ଏହି ପ୍ରକଳ୍ପରେ ସାଟେଲାଇଟ୍ ଚିତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଓ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍ ଶ୍ରେଷ୍ଠ ବିବେଚିତ ହୋଇଥିଲା ।
ଏତାଦୃଶ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକ୍ଙ୍କୁ ସାଧୁବାଦ ଜଣାଇବା ସହ ଉତ୍ତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ପୌରନଗର ନିଗମମାନଙ୍କରେ ପ୍ରୟୋଗ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା କହିଥିଲେ ଯେ ବ୍ଲୁଇସ୍ ଆପ୍କୁ ଉଭୟ ନାଗରିକ ଓ ଅଧିକାରୀମାନେ ବ୍ୟବହାର କରିପାରିବେ । ବ୍ୟବହାର ମଧ୍ୟ ସହଜ ଓ ସରଳ । ବିଭିନ୍ନ ସ୍ଥାନରେ ଏହାକୁ ପ୍ରୟୋଗ କରିହେବ ।
ଶ୍ରୀ ଚୋପ୍ରା ଆହୁରି ମଧ୍ୟ କହିଥିଲେ ଯେ ଏହି ଆପ୍ ବ୍ୟବହାର କରି ନାଗରିକମାନେ ସରକାରୀ ଜମିର ସନ୍ଦେହଜନକ ଜବର ଦଖଲ ଓ ଅପବ୍ୟବହାର ଆଦି ବିଷୟରେ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇପାରିବେ ।
ଓରସାକ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ୍ ବ୍ଲୁଇସ୍ ସଫଟ୍ ଓୟାରର ବିଭିନ୍ନ ବୈଷୟିକ ବିଶେଷତ୍ୱ ଓ ପ୍ରୟୋଜନୀୟତା ବିଷୟରେ ସୂଚନା ଦେଇଥିଲେ ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ଆପ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ଅନ୍ତର୍ଗତ ୮୨୬ ଟି ଜବର ଦଖଲ ମାମଲା ଚିହ୍ନିତ ହୋଇଛି ଏବଂ ୪୮୪ ଟି ମାମଲାର ଫଇସଲା ହୋଇ ସରକାରୀ ଜମି ସୁରକ୍ଷିତ ରଖାଯାଇ ପାରିଛି ।
ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଜଣାଇଥିଲେ ଯେ ଝାଡ଼ଖଣ୍ଡ ଏବଂ ଆସାମ ରାଜ୍ୟର ପ୍ରଶାସନ ରାଞ୍ଚି ଓ ଗୌହ୍ୱାଟି ରେ ଏହିପରି ସଫଟ୍ଓୟାରର ପ୍ରୟୋଗ ନିମନ୍ତେ ଓଡ଼ିଶାର ସହଯୋଗ ଚାହିଁଛନ୍ତି ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ତିନିହଜାର ଲେଖାଏଁ ସହାୟତା ପ୍ରଦାନ…..

( )ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ତିନିହଜାର ଲେଖାଏଁ ସହାୟତା ପ୍ରଦାନ।

ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ,
ମୋ ରାଜ୍ୟର ଲୋକଙ୍କୁ ଘର ପାଇଁ ଅବହେଳାର ଶିକାର ହେବାକୁ ଦେବି ନାହିଁ – ଭରସା ଦେଲେ ମୁଖ୍ୟମନ୍ତ୍ରୀ

ପକ୍କା ଘର ପାଇଁ ଅପେକ୍ଷା କରିଥିବା ଲୋକ ଙ୍କୁ ମରାମତି ପାଇଁ ମିଳିବ ପାଞ୍ଚ ହଜାର ଟଙ୍କା ।

ଘର ମରାମତି ସାହାଯ୍ୟ ଦେବାରେ ଓଡିଶା ହେଉଛି ସାରା ଦେଶରେ ପ୍ରଥମ

୩୧ ଲକ୍ଷ ପରିବାର ପାଇଲେ ୧୪୪୪ କୋଟି ଟଙ୍କାର ସହାୟତା

ହିତାଧିକାରୀ ମାନଙ୍କ ମୁହଁରେ ହସ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି କରାଯାଇଥିଲା। ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀ ମାନଙ୍କୁ ସହାୟତା ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ରେ ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍‌କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍‌କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚ୍ଚା ଘରକୁ ପକ୍‌କା ନ କରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଘର ସହ ଘର ମରାମତି ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ଘରର ମରାମତି ପାଇଁ ଆଜି ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଗଲା । ସବୁ ଗ୍ରାମୀଣ ପକ୍‌କା ଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ ବୋଲି ସେ କହିଥିଲେ ।

କେନ୍ଦ୍ର ଯୋଜନାରେ ଲୋକଙ୍କୁ ଘର ମିଳୁ ନଥିବା ବିଷୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମୁଁ ମଧ୍ୟ ଏ ବିଷୟରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଆସୁଛି । ତା ସହିତ ଆମର ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜନଜାତି ଭାଇଭଉଣୀମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ରହିଛନ୍ତି । ସେମାନେ ବର୍ତ୍ତମାନ ଯେଉଁ ଭଙ୍ଗା ଘରେ ରହୁଛନ୍ତି, ତାର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆମେ ସଂଗ୍ରହ କରୁଛୁ ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି। ମୋ ରାଜ୍ୟର ଲୋକମାନଙ୍କୁ ମୁଁ କେବେ ବି ଅବହେଳାର ଶିକାର ହେବାକୁ ଦେବିନାହିଁ । ଘର ନ ଥିବା ଗରିବ ଲୋକଙ୍କୁ ଯଦି କେନ୍ଦ୍ର ସରକାର ସାହାଯ୍ୟ ନ କରେ, ତେବେ ଆପଣଙ୍କ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି ବୋଲି ସେ ଲୋକମାନଙ୍କୁ ଭରସା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଘର ଆମର ପରିଚୟ, ଆମର ସ୍ବାଭିମାନ । ତେଣୁ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ମୁଣ୍ଡ ଉପରେ ଏକ ସୁନ୍ଦର ଛାତ ଟିଏ ରଖିବା ଆମର ଲକ୍ଷ୍ୟ । ଏଥିପାଇଁ ଆମର ଉଦ୍ୟମ ଜାରି ରହିବ ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨ ଲକ୍ଷ ୨୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା (ଗ୍ରାମୀଣ)ରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାର ମାନେ ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି, ତାର ମରାମତି ପାଇଁ ବିଜୁ ପକ୍କା ଘର ଯୋଜନାରୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ସେମାନଙ୍କ account detail collection ଚାଲିଛି ଵୋଲି ଜଣାଯାଇଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ଗାଁର ଗରିବ ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ଦ୍ଦେଶ ଦେଇଆସିଛନ୍ତି। ଆଜି ଘର ମରାମତି ପାଇଁ ମଧ୍ୟ ସହାୟତା ଦିଆଗଲା । ଏହା ମୁଖ୍ୟମନ୍ତ୍ରୀଙ୍କ ଦରଦୀ ହୃଦୟର ପରିଚୟ ଦିଏ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ କରିବା ସମୟରେ ଗଞ୍ଜାମର ସବିତା ଭୂୟାଁ, କଳାହାଣ୍ଡିର ବିମଳା ମାଝୀ ଓ ଆହୁରି ଅନେକ ହିତାଧିକାରୀମାନେ କହିଥିଲେ ଯେ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁବିଧା ଅସୁବିଧା ସମୟରେ ସାହାଯ୍ୟ ପାଇ ଆସିଛନ୍ତି। ଏହି ସହାୟତା ସେମାନଙ୍କ ଘରକୁ ଆହୁରି ଦୀର୍ଘସ୍ଥୟୀ କରିବ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଞ୍ଚାୟତି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଓ u ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।

ଦ୍ରୁତ ଗତିରେ ବଢୁଛି ସଂକ୍ରମଣ…

{ }ଅନ୍ୟ ରାଜ୍ୟ ଗୁଡିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ମାତ୍ର କହି ହେବନି ଯେ ଏହା କେବେ ପିକ ନେବ । ଯେବେ ଗୋଟିଏ ଲହର ଆସେ ବଢେ କିଛିଦିନ ରହେ ଓ ତା ପରେ ତଳକୁ ଖସେ । କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସଂକ୍ରମଣ ବଢୁଥିବା ବା ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ରାଜ୍ୟ ସର୍ଭିଲାନ୍ସ ଟିମ ନଜର ରଖିଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର ବଢୁଛି । ମାତ୍ର ଆମେ ସବୁ ଜିଲ୍ଲା ଗୁଡିକୁ ସମ୍ବେଦନଶୀଳ ଭାବେ ନେଇ କାମ କରୁଛୁ । ମାତ୍ର 6 ରୁ 7 ଦିନ ର କଥା । ଆଗକୁ ଆହୁରି ଅଛି । ରାଜ୍ୟର ଟ୍ରାନ୍ସମିସନ ରେଟ ବହୁତ ହାଇ ରହିଛି । ଆଗକୁ ନିଶ୍ଚିତ ଆହୁରି ଅଧିକ କେସ ଦେଖିବା । ସବୁ ବର୍ଗରେ ସଂକ୍ରମଣ ବଢ଼ିବ । ବେଡ଼ ବହୁତ ଫାଙ୍କା ରହିଛି । ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛୁ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବ୍ଲକ ଲେବୁଲ ଠୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରହିଛି ।
ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news