ଘୂର୍ଣ୍ଣିଝଡ଼ ‘ଦାନା’ ଅକ୍ଟୋବର ୨୪ ରାତିରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ସ୍ଥଳ ଭାଗ ଛୁଇଁବ

() ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଘୂର୍ଣ୍ଣିଝଡ଼ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ଉପକୂଳ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ମଧ୍ୟରେ କୌଣସି ଏକ ସ୍ଥାନରେ ଘୂର୍ଣ୍ଣିଝଡ଼ ‘ଦାନା’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅବପାତର ରୂପ ନେଇଥିବା ବେଳେ ଏହା ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଏହା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ୭୦୦ କିମି ଦୂରରେ ରହିଥିବା ସେ କହିଛନ୍ତି।ଏହା ଘନୀଭୂତ ହୋଇ ଅକ୍ଟୋବର ୨୩ ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିଝଡ଼ ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ପଶ୍ଚିମ ଉତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ସହ ପରବର୍ତୀ ସମୟରେ ଉତର ପଶ୍ଚିମ ଦିଗ ମୁହାଁ ହୋଇ ଅକ୍ଟୋବର ୨୪ ରାତିରେ ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ସେ କହିଛନ୍ତି।ଅକ୍ଟୋବର ୨୪ ଅପରାହ୍ନରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୧୨୦ କିମି ରହିବ। ତେବେ ଓଡ଼ିଶା ଉପକୂଳ ଦେଇ ଗତି କରିବା ସମୟରେ ଏହାର ବେଗ ହ୍ରାସ ପାଇ ଘଂଟା ପ୍ରତି ୮୫ ରୁ ୧୧୦ କିମି ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।
ଅକ୍ଟୋବର ୨୪ ରାତିରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୫୫ ରୁ ୭୦ କିମି ହେବାର ସମ୍ଭାବନା ଥିବା ବେଳେ ବ୍ରହ୍ମପୁରରେ ୪୫ ରୁ ୫୫ କିମି ରହିବ। ଏହି ପବନର ପ୍ରଭାବ ବ୍ରହ୍ମପୁରରେ ୨୫ ତାରିଖ ରାତି ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।
ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବା ବେଳେ ଏହା ପରବର୍ତୀ ଦିନ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଅକ୍ଟୋବର ୨୪ ତାରିଖ ଅପରାହ୍ନରୁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବ ଅକ୍ଟୋବର ୨୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ରହିବ ବୋଲି ଡକ୍ଟର ସାହୁ କହିଛନ୍ତି।
ଓଡ଼ିଶା ଉପକୂଳ ଦେଇ ଗତି କରିବା ପରେ ଏହା ଦୁର୍ବଳ ହୋଇ ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁହାଁ ହେବା ସହ କୋରାପୁଟ ଜିଲ୍ଲା ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି।

ମିଡିଆ କ୍ରେଜରେ ବିଜେଡି..

() ୨୦୨୪ ନିର୍ବାଚନରେ ବିଜେଡିର ୨୪ ବର୍ଷ ଶାସନରେ ବ୍ରେକ୍ ଲାଗିଛି l ସଶକ୍ତ ବିରୋଧୀ ଭାବେ ଓଡ଼ିଶାରେ ବିଜେଡି ଉଭା ହୋଇଛି l ପ୍ରଥମଥର ଲାଗି ଓଡ଼ିଶାରେ ବିଜେପି ଏକାକୀ ଶାସନ କରିଛି l ଏହାର ଭିତରେ ୪ମାସ ବିତିବାକୁ ବସିଲାଣି l ହେଲେ ନବୀନ ପଟନାୟକଙ୍କ ପ୍ରତି ସାଧାରଣ ଲୋକଙ୍କ ଭଲ ପାଇବା ଯେମିତି ଅତୁଟ ରହିଛି ଠିକ୍ ସେହିପରି ବିଜେଡି ନେତାଙ୍କ ପ୍ରତି ଗଣମାଧ୍ୟମର କ୍ରେଜ ବି କିଛି କମ୍ ନାହିଁ l ବିଜେଡିକୁ ନେତାଙ୍କୁ ମିଡ଼ିଆର ଫୋକସ ଦଳକୁ କେତେ ଲାଭ ଓ କେତେ କ୍ଷତି ପହଞ୍ଚାଉଛି ତା ଭିନ୍ନ ଆକଳନl ହେଲେ ବିଜେଡି ନେତାଙ୍କ କ୍ରେଜ କିନ୍ତୁ ହାରିବା ପରେ ବି ବଢିବାରେ ଲାଗିଛି ତାହା ପ୍ରମାଣିତ ହୋଇଛି l ନିକଟରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ସର୍ଵ ସାଧରଣ ସଭାରେ ଖୋଲା ଖୋଲି କହିଦେଲେ ମିଡିଆରେ କେବଳ ବବିକୁ ନେଇ ଚର୍ଚ୍ଚା କାରଣ କେବଳ ଟିଆପି ପାଇଁ l କେବଳ ବବି କାହିଁକି ବିଜେଡିର ଅଧିକlଶ ନେତାଙ୍କ ମଧ୍ୟ ଧୀରେ ଧୀରେ ଟିଆରପି ବଢ଼ିଥିବାର ନଜର ଦେଖବାକୁ ମିଳୁଛି l ହାରିବା ପରେ ବି ମିଡିଆରେ ସେମାନେ ହିରୋ l ବିଜେଡି ନେତାଙ୍କ ମିଡିଆ କ୍ରେଜ ଆଗରେ ଫିକା ପଡ଼ୁଛନ୍ତି ମନ୍ତ୍ରୀ ଓ ବିଧାୟକମାନେ l ତେବେ ଆଜି ରାଜନୈତିକ ସମୀକ୍ଷକ ଓ ସାଧାରଣ ଜନତାଙ୍କ ମଧ୍ୟରେ କାହିଁକି ଏପରି ଚର୍ଚ୍ଚା l ସତରେ ମିଡିଆ ବିଜେଡି ପଛରେ ଗୋଡାଉଛି ନା ବିଜେଡି ନେତା ମିଡିଆ ପଛରେ ଗୋଡାଉଛନ୍ତି l ଏହାକୁ ନେଇ ସମୀକ୍ଷକ ଆକଳନ ନେତା ମାନେ ବେଶୀ ମିଡିଆ କ୍ରେଜି ହୋଇଛନ୍ତି l କାରଣ ଭଲରେ ହେଉ କି ମନ୍ଦରେ ନେତା ଚାହେଁ ମିଡିଆର ହେଡ଼ଲାଇନ ହୋଇ ରହିବାକୁ l ଲୋକେ ଓ ନିର୍ବାଚନୀ ମଣ୍ଡଳୀରେ ତାଙ୍କ ଚର୍ଚ୍ଚା ହେବ l ମିଡ଼ିଆରେ ଖବର ହେଲେ ନେତାଙ୍କ କ୍ଷତି ଯେତିକି ଲାଭ ଦୁଇଗୁଣ l ତେଣୁ କିଏ ନ ଚାହିବ ମିଡିଆରେ ଚର୍ଚ୍ଚାରେ ରହିବାକୁ l ଆଜି ରାଜଧାନୀ ଏକ ହୋଟେଲରେ ବିଜେଡିର କିଛି ପରାଜିତ ନେତା ଏକାଠି ହୋଇଛି ଚା ଖଟି କରିଥିଲେ l ତାପରେ ସେହି ନେତାଙ୍କ ମଧ୍ୟରୁ କିଛି ନେତା ଶଙ୍ଖଭବନରେ ଅନୁଷ୍ଠିତ ଦଳର ସମନ୍ୱୟ ବୈଠକରେ ସାମିଲ ହୋଇ ଦଳୀୟ ରଣନୀତି ପ୍ରସ୍ତୁତ କଲେ l ହେଲେ ଗଣମାଧ୍ୟମରେ ବାତ୍ୟା ଓ ସାଧାରଣ ଖବରକୁ ପଛରେ ପକାଇ ଖବର ଚାଲିଲା ଭୁବନେଶ୍ୱରରେ ବିଜେଡି ନେତାଙ୍କ ମେଳି l ସାମ୍ନାକୁ ଆସିଲା ଚା ପିଇ ମନ ଖୁସିରେ ଫୋଟୋ ଉଠାଇବାର ଚିତ୍ର l ନିର୍ବାଚନର ପରେ ଜଣେ ପଶ୍ଚିମ ଓ ସବୁ ଉପକୂଳ ନେତାଙ୍କ ଭେଟଘାଟକୁ ନେଇ ଆରମ୍ଭ ହେଲା ଭିନ୍ନ ଭିନ୍ନ ରାଜନୈତିକ ଆକଳନ l ବାତ୍ୟା ଖବର ପରି ଏ ଖବର ବି ମାତ୍ର କେହି ମିନିଟରେ ପୁରା ଓଡ଼ିଶାକୁ ଖେଳିଗଲା l ଖବରରେ ଚର୍ଚ୍ଚାକୁ ଆସିଲେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ,ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା,ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ତଥା ରାଜନଗରର ପୂର୍ବତନ ବିଧାୟକଅଂଶୁମାନ ମହାନ୍ତି , ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ l ମେଳି ହୋଇଥିବା ନେତାଏ କହୁଛନ୍ତି ଗଜଲକ୍ଷ୍ମୀ ପୂଜା ବୁଲା ସହ ବନ୍ଧୁ ମାନଂକ ସହ ଚା ଖଟିର ମଜା l ମିଡିଆ କହୁଛି ବିଜେଡି ଅସନ୍ତୋଷ ପାଇଁ ମେଳି l

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସୋଆ ଛାତ୍ର କୃତକାର୍ଯ୍ୟ…

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର ୨୦୨୦ ପାସ ଆଉଟ ଛାତ୍ର ଶ୍ରୀ ସୌମେଶ ଆଚାର୍ଯ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶ୍ରୀ ଆଚାର୍ଯ୍ୟ ୮୩ତମ ର‌୍ୟାଙ୍କ ହାସଲ କରିଛନ୍ତି ।ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ନଟବରପୁର ଶାସନ ଗ୍ରାମର ବାସିନ୍ଦା ଶ୍ରୀ ଆଚାର୍ଯ୍ୟ ୨୦୨୦ରେ ସୋଆ ଆଇଏଏସ୍‌ରୁ ବିଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚରରେ ଶିକ୍ଷା ସମାପ୍ତ କରିଥିବା ବେଳେ ୨୦୨୨ରେ ପଶ୍ଚିମବଂଗର ବିଧାନଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲ୍‌ଚରାଲ୍ ଏକ୍ସଟେନ୍‌ସନ୍‌ରେ ଏମଏସ୍‌ସି ପାଠ୍ୟକ୍ରମ ସମାପ୍ତ କରିଥିଲେ । ୨୦୨୨ରେ ୟୁଜିସି ନେଟ୍ ଏବଂ ୨୦୨୩ରେ ଆଇସିଏଆର୍ ନେଟରେ ମଧ୍ୟ ସେ ସଫଳତା ହାସଲ କରିଥିଲେ ।ବର୍ତମାନ ସେ ପଶ୍ଚିମବଂଗର ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଏଗ୍ରିକଲ୍‌ଚରାଲ୍ ଏକ୍ସଟେନ୍‌ସନ୍‌ରେ ପି.ଏଚ୍‌.ଡି କରୁଛନ୍ତି । ଏକ୍ସଟେନ୍ସନ୍ କ୍ଷେତ୍ରରେ ଗବେଷଣା ନିମନ୍ତେ ସେ ଗଙ୍ଗା ସିଂହ ଚୌହାନ୍ ମେମୋରିଆଲ୍ ସମ୍ମାନରେ ସେ ସମ୍ମାନିତ ହୋଇଥିବା ବେଳେ ‘ଫାର୍ମର୍ ପ୍ରଡ୍ୟୁସର ଅର୍ଗାନାଇଜେସନ୍ – ଦ ନିଓ ଇନ୍‌ଷ୍ଟିଚ୍ୟୁସ୍‌ନାଲ ରିଭୋଲ୍ୟୁସନ୍ ଇନ୍ ଇଣ୍ଡିଆନ୍ ଫାର୍ମିଂ’ ଶୀର୍ଷକ ଏକ ପୁସ୍ତକର ସେ ସହ-ଲେଖକ ମଧ୍ୟ ଅଟନ୍ତି । ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତାଙ୍କ ସଫଳତା ପାଇଁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ସିନିୟର ପ୍ରଫେସର ସରୋଜ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଗପରେ ଉଡୁଛି ବିଜେଡି ଭବିଷ୍ୟତ…

୨୦୨୪ ନିର୍ବାଚନରେ ବିଜେଡି ୫୧ ଟି ବିଧାନସଭା ଆସନରେ ବିଜୟି ହୋଇଛି। ପ୍ରଥମ ଥର ଲାଗି ୨୪ ବର୍ଷ ପରେ ବିଜେଡି ହାତରୁ କ୍ଷମତା ଯାଇଛି l କିନ୍ତୁ ରାଜ୍ୟରେ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି ବିଜେଡି l ବିଭିନ୍ନ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇ ଓଡିଶାବାସୀଙ୍କ ମନ ବି ଜିଣିଛି ଦଳ l ୨୦୨୪ ନିର୍ବାଚନରେ ବିଜେଡ଼ି ୧କୋଟି ୧ ଲକ୍ଷ ୨ହଜାର ୪୪୫ ଭୋଟ ପାଇଥିଲା । ଭୋଟ ପ୍ରତିଶତ ହାର ଥିଲା ୪୦.୨୨ । ସେହିପରି ଶାସକ ବିଜେପି ୪୦.୭ ପ୍ରତିଶତ ଭୋଟ ପାଇଥିବା ବେଳେ ଦଳକୁ ୧କୋଟି ୬୪ ହଜାର ୮୨୭ଟି ଭୋଟ ପାଇଥିଲା। ବିଜେପି ଠାରୁ ବିଜେଡି ୩୭ ହଜାର ଭୋଟ ଅଧିକ ପାଇଛି l ଏହାରି ଭିତରେ ଶାସକ ଦଳ ଭାବେ ବିଜେପି ଓ ବିରୋଧୀ ଦଳ ଭାବେ ବିଜେଡି ର ଭୂମିକାକୁ ୪ ମାସ ବିତିଛି l ଓଡ଼ିଶାର ଶାସନ ମଙ୍ଗ ବିଜେପି ଧରିବା ପରଠୁ ଦଳ ଓଡ଼ିଶାବାସୀ ଅସ୍ଥା ଓ ବିଶ୍ବାସ ଜିଣିବାରେ ସେତେଟା ସଫଳ ହୋଇନାହିଁ l ଅନ୍ୟପଟେ ବିରୋଧୀ ଦଳ ଭାବେ ବିଜେଡି କିନ୍ତୁ ଆକ୍ସନ ମୁଡ଼ରେ ଆସିଛି l ନବୀନଙ୍କ କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି l ଆଉ ଏହାକୁ ଆଉଣ୍ଟର କରିବା ପାଇଁ ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳୁଛି l ବିଜେଡି କ୍ଷମତାରୁ ଯିବା ପରେ ଦଳର କିଛି ନେତାଙ୍କ ବୟାନ ବିଜେଡି ରାଜନୀତିରେ କି ଓଡିଶାବାସୀଙ୍କ ଉପରେ ଯେତେ ପ୍ରଭାବ ପଡୁ କି ନ ପଡୁ ଶାସକ ଦୁଇ ଜାତୀୟ ଦଳକୁ ବେଶ ଉତ୍ସାହିତ କରିଛି l ବିଜେଡି ଏବେ ବି ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ, ଅଧିକାଂଶ ପୌର ପରିଷଦ, ସବୁ ମହା ନଗର ନିଗମ ଦଖଲରେ ଅଛି l ଦଳର ସଦସ୍ୟ ଅଭିଯାନ ଗତବର୍ଷ ୧କୋଟି ସଫଳତାର ସହ ହାସଲ କରିଛି l ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଦଳର ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ସବୁଦିନ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛନ୍ତି l ବିଜେଡି ପରାଜୟର ସମୀକ୍ଷା ମଧ୍ୟ କରିଛି l ପଦଯାତ୍ରା ଓ ସଦସ୍ୟ ଅଭିଯାନ ବି ସଠିକ୍ ଭାବେ ଚାଲିଛି l ହଁ ଏକଥା ସତ ଯେ ନିର୍ବାଚନ ପରେ କିଛି ଅସନ୍ତୋଷ ନେତା ଦଳର ଅନୁଶାସନକୁ ଭୁଲି ନେତୃତ୍ଵ ଓ ଦଳର ଭବିଷ୍ୟତ ନେଇ ଗଣମାଧ୍ୟମରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଛନ୍ତି l ଯାହା ବିରୋଧୀଙ୍କୁ ଖୋରାକ ଯୋଗାଇଛି, ବିଜେଡିକୁ ସମାଲୋଚନା କରିବା ପାଇଁ l ସବୁ ଦିନ ପ୍ରାୟ ଶାସକ ଦଳର ନେତାଏଁ କହୁଛନ୍ତି ବିଜେଡି ଭଙ୍ଗାଯିବ ଓ ବିଜେଡିର ଅଧିକାଂଶ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି l ବିଜେପି କାଉଣ୍ଟର ଜବାବ ବି ଦେଉଛି ବିଜେଡି l ଏହାରି ଭିତରେ ବରିଷ୍ଠ ବିଜେଡି ନେତା ସାରଦା ନାୟକ କହିଛନ୍ତି ଯେ ବିଜେଡ଼ିରେ ଅସନ୍ତୋଷ ତିଆରୀ କରାଯାଉଛି l ହେଲେ କିଏ କରୁଛି ତାହା ସାରଦା ନାୟକ କହିନାହାନ୍ତି l ହେଲେ ବିଜେଡି ଓଡ଼ିଶାରେ ଶକ୍ତୀଶାଳୀ ଦଳ ଥିଲା ଓ ରହିବ ବୋଲି ସେ କହିଛନ୍ତି l ତେବେ ଦଳର ଅନ୍ୟନେତାମାନେ ଏବେ ତୃଣମୂଳ ସ୍ତରରେ କହୁଛନ୍ତି ବିଜେଡି ଦଳ ନା ରେ ଏବେ ଗପ ଉଡୁଛି l ଆଗକୁ ଦେଖ କଣ ହେଉଛି l ରାଜନୈତିକ ସମୀକ୍ଷକ ଯୁକ୍ତି ହେଉଛି ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଅତୁଟ ରହିଛି l ତେଣୁ ବିଜେଡି ଲୋକଙ୍କ ମନରେ ଅଛି l

ଧର୍ମେନ୍ଦ୍ରଙ୍କ ରାଜନୀତି ଭବିଷ୍ୟତ: ରାଷ୍ଟ୍ରୀୟ ଅଧ୍ୟକ୍ଷ ନା ମୁଖ୍ୟମନ୍ତ୍ରୀ ….

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ବିଜେପି ରାଜନୀତିର ସବୁଠାରୁ ବଡ ଚେହେରା ଓ ଓଡିଶାର ପୋଷ୍ଟର ବୟ l ଦୃଢ ସଂଗଠକ ଭାବେ ଦେଶରେ ରହିଛି ତାଙ୍କର ସ୍ୱତନ୍ତ୍ର ପରିଚୟ l ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକ ପରେ ଜାତୀୟ ରାଜନୀତିରେ ଦୀର୍ଘ ଦଶନ୍ଧି ଧରି ଜାରୀ ରଖିଛନ୍ତି ସେ ତାଙ୍କର ରାଜ ନୈତିକ ଦବଦବା l ବିଜେପିର ସବୁଠୁ ଦକ୍ଷ ସେନାପତିରେ ସେ ଜଣେ l ଦଳର କ୍ରାଇସିସ ମ୍ୟାନେଜର ଭାବେ ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି ବହୁବାର l ବିଜେପି ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରିବାରେ ତାଙ୍କର ଭୂମିକା ମଧ୍ୟ କିଛି କମ ନୁହେଁ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଟିମର ଅତି ବିଶ୍ଵସ୍ତ ଭାବେ ସେ ପରିଚିତ l ୨୦୨୪ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ବିଜେପିକୁ ଓଡ଼ିଶାରେ ଶାସନକୁ ଆଣିବାରେ ମୁଖ୍ୟ ସୂତ୍ରଧର ବି ସାଜିଛନ୍ତି ସେ l ୨୦୧୪ରୁ ସଂଗଠନକୁ ମଜବୁତ୍ କରିବା ସହ ଓଡ଼ିଶାରେ କିପରି ବିଜେପି କ୍ଷମତାକୁ ଆସିବ ସେନେଇ ଦିନରାତି କାମ କରି ୨୦୨୪ରେ ସେ ସଫଳ ହୋଇଛନ୍ତି କ୍ଷମତା ଦଖଲ ମିଶନରେ l ଫଳରେ ଓଡ଼ିଶାରେ ବିଜେପି ୨୪ ବର୍ଷ ପରେ ସରକାର ଗଠନ କରିଛି ଏକାକୀ l

ଦେଶ ଓ ରାଜ୍ୟରେ ବିଜେପିର ଶକ୍ତି ମଧ୍ୟ ବୃଦ୍ଧି ପାଇଛି l ବିଜେପିର ଶକ୍ତି ବୃଦ୍ଧି କରିବାରେ ଧର୍ମେନ୍ଦ୍ର ପ୍ରଧାନ ଗୁଣ୍ଡୁଚି ମୂଷା ଭାବେ କାମ କରିଛନ୍ତି l ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରା ଦେଶର ସଂଗଠନ ଦାୟିତ୍ୱ ଦେବାକୁ ବିଜେପିର ପ୍ରଭାବଶାଳୀ କୋଟରୀ ଆଗକୁ ଆସିଛନ୍ତି l ପୁରା ଦେଶରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି l ରାଷ୍ଟ୍ରୀୟ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ପ୍ରଦେଶ ସଭାପତି ନିର୍ବାଚନ ହେବ l ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରେସରେ ଆଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଯେହେତୁ ପଶ୍ଚିମବଙ୍ଗ, ବିହାର, ତ୍ରିପୁରା, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଓଡିଶା, ହରିୟlଣା ନିର୍ବାଚନ ଦାୟିତ୍ୱ ନେଇ ଧର୍ମେନ୍ଦ୍ର ପ୍ରଧାନ ସଫଳତା ସହ ଦାୟିତ୍ୱ ସମ୍ପନ୍ନ କରି ଦଳକୁ ବଡ ସଫଳତା ଦେଇଛନ୍ତି l ଯାହାର ତାଙ୍କର ସାଂଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି ପୁରା ଦେଶରେ l ତାହାର ପୁରସ୍କାର ତାଙ୍କୁ ଦେବାକୁ ଦଳ ଏବେ ବିଚାର ବିମର୍ଶ ଆରମ୍ଭ କରିଛି l ସେ ହିଁ ଦେଶରେ ବିଜେପିର ମଙ୍ଗ ଧରିବାକୁ ଉପଯୁକ୍ତ ନେତା ବୋଲି ଦଳର ଅନ୍ଦର ମହଲରେ ଚର୍ଚ୍ଚା ହେଉଛି l ଜାତୀୟ ସ୍ତରରୁ ବିଜେପି ଶିବିର ଯାଏ ଗୋଟିଏ ଚର୍ଚ୍ଚା ଧର୍ମେନ୍ଦ୍ର ପ୍ରଧାନ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ l

ଅନ୍ୟପଟେ ଓଡ଼ିଶାରେ ବି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା କିଛି କମ ନୁହେଁ l ବିଜେପିର ତୃଣମୂଳ ନେତାଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ଛାମୁଆ ସଂଗଠନର କର୍ମକର୍ତ୍ତା ମାନଙ୍କ ମୁଁହରେ ଗୋଟିଏ କଥା ଓଡ଼ିଶାରେ ୨୦୨୪ରେ ବିଜେପି ରାଜ୍ୟରେ ଏକାକୀ ଶାସନ କରିବାର ମୂଳସୂତ୍ରଧର ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଓଡ଼ିଶାରେ ଆଜି ଯଦି ବିଜେପି ସରକାର ଗଠନ କରିଛି ତାହା ପଛରେ ଧର୍ମେନ୍ଦ୍ରଙ୍କର ରଖିଛି ବଡ ଅବଦାନ l ରାଜ୍ୟ ରାଜନୀତିରେ ସେ ଚାଣକ୍ୟ ସାଜିଛନ୍ତି l ପୂର୍ବ ଅପେକ୍ଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବି ବଢ଼ିଛି l ଅନ୍ୟପଟେ ଓଡ଼ିଶାରେ ରାଜନୈତିକ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ବିଜେପି ଦଳର ନେତା ଓ ସାଧାରଣ ଜନତା ମଧ୍ୟରେ ଧାରଣା ସୃଷ୍ଟି ହୋଇଥିଲା ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ l ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ମଧ୍ୟ ତାହା ଚିନ୍ତା କରିଥିଲେ l ହେଲେ ୨୦୨୪ ନିର୍ବାଚନ ଫଳାଫଳ ପରେ ଚିତ୍ରପଟ ବଦଳିଥିଲା l ବିଜେପି ହାଇକମାଣ୍ଡ ସବୁ ଚର୍ଚ୍ଚାକୁ ପଛରେ ପକାଇ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ବସାଇଛନ୍ତି l ଏହାରି ଭିତରେ ରାଜ୍ୟରେ ମୋହନ ସରକାର ଶହେ ଦିନର ସଫଳତା ଲୋକଙ୍କୁ ଜଣାଉଛି l ହେଲେ ତାହା ଦାନା ବାନ୍ଧୁନାହିଁ l ୪ ମାସ ଭିତରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ଆଶା ଠାରୁ ଅଧିକ ବଢ଼ିଛି l ଯାହା ବିଜେପିକୁ ଚିନ୍ତାରେ ପକାଇଛି l ଏପରି ଯଦି ଦୁଇ ବର୍ଷ ଲାଗି ରହିବ ତେବେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ପୁଣି ଓଡ଼ିଶାରେ ଶଙ୍ଖନାଦ କମ୍ଫିବ l ତେଣୁ ବିଜେପିର ଗୋଟେ ବଡ ଗୋଷ୍ଠୀ ଚାହୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅପେକ୍ଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିଅନ୍ତୁ l ଯାହା ଦଳକୁ ବେଶ ସହାୟକ ହେବ ଓଡ଼ିଶାରେ ସଂଗଠନକୁ ମଜବୁତ୍ କରିବାରେ l ଗୋଟେପଟେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆସନ l କେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଦଳ ବସାଇବ ତାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି l ତେବେ କେନ୍ଦ୍ରମନ୍ତ୍ରୀ କି ବିଜେପି ପକ୍ଷରୁ ଏପରି ଚର୍ଚ୍ଚାକୁ ନେଇ କୌଣସି ମତ ଦିଆଯାଇନାହିଁ l ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ପରେ ଏ ଚର୍ଚ୍ଚାକୁ ନେଇ ବଡ ସଂକେତ ମିଳିବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି l

ହବିଷ୍ୟାଳି ମାନଙ୍କୁ ଧୋକା ଦେଇଛନ୍ତି ମୋହନ ସରକାର : ବିଜେଡି

()ପୁରୀରେ ହବିଷ୍ୟାଳି ମାନେ ହନ୍ତସନ୍ତ ହେ ହେବାକୁ ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡ଼ି । ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଅନ ଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳି ଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି କଲା ବିଜେଡି । ଆହୁରି କହିଛନ୍ତି ହବିଷ୍ୟାଳି ମାନଙ୍କ ପାପ ବିଜେପି ସରକାରକୁ ଲାଗିବ । ଦିଲ୍ଲୀ ଓ ନାଗପୁର ରେ ହବିଷ୍ୟାଳି ବ୍ୟବସ୍ଥା ନଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା ନ କରି ପାରିବା ସରକାର ଙ୍କ ଅପାରଗତା ଅଯୋଗ୍ୟତା କୁ ଦର୍ଶାଉଛି । ଓଡ଼ିଆ ଅସ୍ମିତା କଥା କହି କି ବିଜେପି ସରକାର କୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତା କୁ କୁଠାର ଘାତ କରାଯାଉଛି । କାର୍ତ୍ତିକ ମାସ ଆମ ସମସ୍ତ ଙ୍କ ପାଇଁ ଏକ ପବିତ୍ର ମାସ । ଏହି କାର୍ତ୍ତିକ ମାସ ରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି । ହବିଷ୍ୟାଳି ମାନଙ୍କୁ ଯେଉଁ ଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତ ଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ହବିଷ୍ୟାଳି ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟବରାଦ ରେ ନିର୍ମାଣ କରିଥିଲେ । ଏହା ହବିଷ୍ୟାଳି ମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳି ମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷ୍ୟାଳି ଙ୍କୁ ବୃନ୍ଦାବତୀ ନିବାସ ରେ ରଖା ଯାଇଛି । ଅନ୍ୟ ମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁ ରେ ଧକା ମରାଯାଉଛି । ମାଆ ମାନେ ଦିନ ରେ ଖରା ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି । ବିଜେପି ସରକାର କହିବ କିଏ ଧର୍ମ କରିବ କିଏ ନ କରିବ । ଇଏ ଏକ ଉଦ୍ଭଟ ଚିନ୍ତାଧାରା । ବିଜେପି ସରକାର ବିନାଶ ଭିତରେ ଗୋଟେ ଗୋଡ଼ ପକେଇ ସରିଲାଣି l ଯାହାକୁ ନେଇ ମୋହନ ସରକାର ଙ୍କୁ ସମାଲୋଚନା କରିଛି ବିଜେଡି l

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ

()ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର ଏବେ ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ଅଟେ ।ଶୁକ୍ରବାର ଦିନ ଏଠାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ‘ରି-ଡିସ୍‌ପର୍ସିବଲ ମ୍ୟୁକୋଆଦେସିଭ୍ ଗାର୍ଗଲ୍ କମ୍ପୋଜିସନ୍‌’ ନାମକ ଏହି ଉତ୍ପାଦର ଟେକ୍ନୋଲଜି ଟ୍ରାନ୍ସଫର ବୁଝାମଣା ଏନ୍‌ଆର୍‌ଡିସି ଏବଂ ଗୁଜରାଟ ସ୍ଥିତ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସ ମଧ୍ୟରେ ହୋଇଯାଇଛି । ଏହି ସୂତ୍ରଟିକୁ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଏକ ଗବେଷକ ଦଳ ବିକଶିତ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର ଗବେଷକ ମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବୋଲି ପ୍ରଫେସର ରଥ କହିଛନ୍ତି ।  ଏଥି ନିମନ୍ତେ ସୋଆରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ଶ୍ରୀ ରାଜୁ ଶରଦଚନ୍ଦ୍ର ଶାହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କପିଲ ଶାହ ତଥା ଏନଆରଡିସି ପକ୍ଷରୁ ଶ୍ରୀ ଅମିତାଭ ମିଶ୍ର ଉପସ୍ଥିତ ଥିଲେ । ଏହି ସୂତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ପ୍ରଫେସର ରଥ କହିଛନ୍ତି ଯେ ବର୍ତମାନ ସମୟରେ ଗଳାରେ ସଂକ୍ରମଣ ହେଲେ ଗାର୍ଗଲ ନିମନ୍ତେ ବ୍ୟବହୃତ ଔଷଧର ପ୍ରଭାବ ମାତ୍ର ୧୫ ରୁ ୩୦ ମିନିଟ ରହୁଥିବାରୁ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି । ଗବେଷକ ଟିମ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ରି-ଡିସ୍‌ପର୍ସିବୁଲ ମ୍ୟୁକୋଆଦେସିଭ୍ ଗାର୍ଗଲ କମ୍ପୋଜିସନ୍‌କୁ ଥରେ ବ୍ୟବହାର କରିବା ଦ୍ୱାରା ବ୍ୟବହାରକାରୀଙ୍କ ଗଳାକୁ ୪ ଘଂଟା ପାଇଁ ଆରାମ ମିଳିପାରିବ । ଏହି ସୂତ୍ର କେବଳ ଯେ ଔଷଧର ବ୍ୟବହାରର ମାତ୍ରାକୁ କମାଉଛି ତାହା ନୁହେଁ ଔଷଧର ପ୍ରଭାବ ମଧ୍ୟ ବଢ଼ାଉଛି ବୋଲି ସେ କହିଛନ୍ତି । ଶ୍ରୀ ରାଜୁ ଶରଦଚନ୍ଦ୍ର ଶାହ ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରକୁ ନେଇ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ନାନୋ ଫାଇବରଗୁଡ଼ିକୁ ନେଇ ବିକଶିତ ଏହି ଟେକ୍ନୋଲଜି ସାରା ଦେଶରେ ରୋଗୀମାନଙ୍କ ନିମନ୍ତେ ଖୁବ୍ ସହାୟକ ହେବ ।

ସୋଆ ଏପର୍ଯ୍ୟନ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିକୁ ଏନ୍‌ଆରଡିସିକୁ ହସ୍ତାନ୍ତର କରିସାରିଛି । ଏନ୍‌ଆର୍‌ଡିସି ବ୍ୟକ୍ତିବିଶେଷ, କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ଦ୍ୱାରା ବିକଶିତ ସୂତ୍ରକୁ ନେଇ ତାହାର ବହୁଳ ଉତ୍ପାଦନ ଓ ବିକ୍ରୟ ନିମନ୍ତେ ସହାୟତା କରିଥାଏ ।ପ୍ରଫେସର ରଥଙ୍କ ଦଳରେ ପ୍ରଫେସର ଗୌତମ ଘୋଷ, ଡକ୍ଟର ବିଶ୍ୱକାନ୍ତ କର, ଡକ୍ଟର ଭିନିତ କୁମାର ରାଏ, ଶ୍ରୀ ଜିତୁ ହାଲଦାର ଏବଂ ଶ୍ରୀ ଦୀପକ ପ୍ରଧାନ ସାମିଲ ଥିଲେ ।

ଏହି ବିଷୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ଏହିପରି ନୂତନ ଉଦ୍ଭାବନ ଓ ବିକାଶ ନିମନ୍ତେ ଗବେଷକମାନଙ୍କୁ ଉତ୍ସାହିତ କରି ଆସିଛନ୍ତି । ଏସ୍‌ପିଏସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

କର୍କଟ ଚିକିତ୍ସା ନିମନ୍ତେ ଦକ୍ଷିଣ ଓଡ଼ିଶାରେ ନୂତନ ସୁବିଧା ଉପଲବ୍ଧ…

ବ୍ରହ୍ମପୁର ସମ୍ ହସ୍ପିଟାଲ୍‌ରେ କେମୋଥେରାପି ଚିକିତ୍ସା ଆରମ୍ଭ
ଭୁବନେଶ୍ୱର, ଅକ୍ଟୋବର ୧୭: ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ପ୍ରଦାନ ଆରମ୍ଭ କରାଯାଇଛି ।
ଏହି ପ୍ରୟାସ ଆରମ୍ଭ ହେବା ଦ୍ୱାରା ସଂପୃକ୍ତ ଅଂଚଳର ରୋଗୀମାନଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ସେମାନଙ୍କ ପରିବାରର ଆର୍ଥକ ବୋଝ ହ୍ରାସ ପାଇବା ସହ ସେମାନେ ନିଜ ଅଂଚଳରେ ହିଁ ଅତ୍ୟାଧୁନିକ କର୍କଟ ଚିକିତ୍ସା ପାଇପାରିବେ । ଏଠାରେ କେମୋଥେରାପି ଚିକିତ୍ସା ମିଳିବା ଦ୍ୱାରା ରୋଗୀମାନଙ୍କର ଯେ କେବଳ ସମୟ ଏବଂ ଟଙ୍କା ସଂରକ୍ଷିତ ହୋଇପାରିବ ତାହା ନୁହେଁ ବରଂ ଉପଯୁକ୍ତ ସମୟରେ ସେମାନେ ପ୍ରଭାବପୂର୍ଣ୍ଣ କର୍କଟ ଚିକିତ୍ସା ପାଇପାରିବେ ।
ଶୀତଳାପଲ୍ଲୀ ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ମାଗଣା କର୍କଟ ଚିକିତ୍ସାର ପରାମର୍ଶ ଦିଆଯାଉଛି । ଅଙ୍କୋଲୋଜି ମେଡିସିନ ବିଭାଗର ପରାମର୍ଶ ଶନିବାର ଆୟୋଜନ କରାଯାଉଥିବା ବେଳେ ଅଙ୍କୋଲୋଜି ସର୍ଜରୀ ବିଭାଗର ପରାମର୍ଶ ଶିବିର ରବିବାର ଦିନ ଉପଲବ୍ଧ ହେଉଛି । ରୋଗୀମାନଙ୍କୁ ଚିକିତ୍ସାର ଦିଗ, ଉପଦେଶ, ଅସ୍ତ୍ରୋପଚାର ଏବଂ କେମୋଥେରାପିର ଯୋଜନା ସମ୍ପର୍କରେ ଉପଯୁକ୍ତ ଦିଗଦର୍ଶନ ଦେବା ହିଁ ଏହି ମାଗଣା ପରାମର୍ଶ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।
ହସ୍ପିଟାଲ୍‌ର ଅଙ୍କୋଲୋଜି ଟିମ୍‌ରେ ଉଚ୍ଚ ଅନୁଭୂତି ସମ୍ପନ୍ନ ଡାକ୍ତରମାନେ ରହିଥିବା ବେଳେ ସେମାନେ ପ୍ରତ୍ୟେକ ରୋଗୀଙ୍କର ଚିକିତ୍ସା ଓ ଯତ୍ନ ନେଉଛନ୍ତି । ବର୍ତମାନ କେମୋଥେରାପି ଚିକିତ୍ସା ଆରମ୍ଭ ହେବା ପରେ ରୋଗୀମାନେ କର୍କଟର ସମସ୍ତ ପ୍ରକାର ଚିକିତ୍ସା ଏଠାରେ ପାଇପାରିବେ ।
ପ୍ରଥମ ଥର ପାଇଁ ଜଣେ ୨୫ ବର୍ଷୀୟ ଯୁବକଙ୍କର ଏହି ଡାକ୍ତରଖାନାରେ ଷ୍ଟେଜ୍ ୩ ରେକ୍ଟାଲ୍ କର୍କଟ ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ଆରମ୍ଭ ହୋଇଛି । ତାଙ୍କର ଉଭୟ କେମୋଥେରାପି ଓ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ବେଳେ ପ୍ରଥମ ସ୍ତରର କେମୋଥେରାପି ପରେ ରୋଗୀଙ୍କୁ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାର ଆବଶ୍ୟକତା ଅନୁଯାୟୀ କେମୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ଗୋଟିଏ ଛାତ ତଳେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି ।

ଯାନ୍ତ୍ରିକ ପଦ୍ଧତିରେ ବିହନ ଧାଡ଼ି ବୁଣା ବଢାଇବ ଚାଷୀଙ୍କ ଆୟ

()ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ି ରେ ଧାନ ବିହନ ବୁଣି ଚାଷ କଲେ ଧାନଚାଷ ପାଇଁ ୪୦% ଜଳ କମ୍ ଆବଶ୍ୟକ ପଡ଼ିବ ବୋଲି ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥା ଇରିର ବୈଜ୍ଞାନିକ ଅଶୋକ କୁମାର ଯାଦବ କହିଛନ୍ତି। ଭୁବନେଶ୍ଵର ରେ ଆୟୋଜିତ ଏକ କୃଷି କର୍ମଶାଳା ରେ ମୁଖ୍ଯ ବକ୍ତା ଭାବେର ଯୋଗ ଦେଇ ଯାଦବ କହିଛନ୍ତିି ଯେ ଯାନ୍ତ୍ରିକ ପଦ୍ଧତି ରେ ଧାନ ବିହନ ବୁଣି ଚାଷ କଲେ କେବଳ କମ୍ ଜଳ ଆବଶ୍ୟକ ପଡିନଥାଏ ଏହା ଦ୍ୱାରା ମୂଲିଆ ଖର୍ଚ୍ଚ ମଧ୍ୟ ୪୦% କମିଯାଏ। ଧାଡ଼ି ରେ ବିହନ ବୁଣି ଚାଷ କରିବା ଦ୍ବାରା ଫସଲ ରେ ରୋଗ ପୋକ କମିବା ସହିତ ଅଧିକ ଫସଲ ଅମଳ ହୋଇଥାଏ। ଏହି ପ୍ରଣାଳୀ ରେ ଚାଷ କଲେ ଧାନ ଜମି ରୁ ମିଥେନ ଗ୍ୟାସ ନିର୍ଗମନ କମି ଥାଏ ଏବଂ ବାୟୁମଣ୍ଡଳ କୁ ପ୍ରଦୂଷଣମୁକ୍ତ ରୁହେ। ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଏବଂ ତୈଳ ବୀଜ ଜାତୀୟ ଚାଷ ଯାନ୍ତ୍ରିକ ପଦ୍ଧତି ରେ ଧାଡ଼ିରେ ବୁଣି ଚାଷ କଲେ ଉତ୍ପାଦନ ଖର୍ଚ୍ଚ କମିବା ସହିତ ଫସଲରୁ ଅଧିକ ଅମଳ ମିଳିଥାଏ ବୋଲି ଯାଦବ କହିଛନ୍ତି। ଏହା ଦ୍ବାରା ମହିଳା ମାନେ ନଇଁ କରି ଧାନ ରୁଆ ସମୟରେ ଭୋଗୁଥିବା ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

ଆଗାମୀ ଦିନରେ ଓୟୁଏଟି ର କୃଷି ବିଜ୍ଞାନ କେନ୍ଦ୍ର ଡିଏସଆର ର ସମ୍ପ୍ରସାରଣ ପାଇଁ ସହାୟତା ଯୋଗାଇଦେବ ବୋଲି ଆଜିର ମୁଖ୍ୟ ଅତିଥି ତଥା ଓୟୁଏଟି ର ଡିନ୍ ରିସର୍ଚ୍ଚ ପ୍ରଶ୍ନଜିତ ମିଶ୍ର କହିଥିଲେ। ଚାଷୀର ଆୟ ବୃଦ୍ଧି ରେ ଧାଡ଼ି ବୁଣା ଚାଷ ସହାୟ ହୋବ ବୋଲି ଆମନ୍ତ୍ରିତ ଅତିଥି ତଥା କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦୀଲ୍ଲିପ ବରାଳ କହିଛନ୍ତି।  ଆଗାମୀ ଦିନରେ ଅଧିକରୁ ଅଧିକ ଧାନ ଚାଷ ଧାଡ଼ି ବୁଣା ପଦ୍ଧତି ରେ କରିବି ବୋଲି ଅନ୍ୟତମ ଅତିଥି ମୟୂରଭଞ୍ଜ ର ଅଗ୍ରଣୀ ମହିଳା ଚାଷୀ ମୋଲା ମାରାଣ୍ଡି କହିଥିଲେ। ଡିଏସଆର ର ବିଭିନ୍ନ ଉପାଦେୟତା ଉପରେ ଚାଷୀ ମାନେ ନିଜର ମତାମତ ଦେଇଥିଲେ। ଏହି କର୍ମଶାଳାରେ ବରଗଡ଼, କଳାହାଣ୍ଡି,ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ଆଠଟି ଜିଲ୍ଲା ର ୧୫୦ ରୁ ଅଧିକ ଚାଷୀ ମାନଙ୍କ ସହିତ , ବହୁ ସ୍ବେଛାସେବୀ ସଂଗଠନ, କୃଷି ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇରି ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଧାନ ଚାଷ ପାଇଁ ଯାନ୍ତ୍ରିକ ସହାୟତା ସହିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛି। ଓଡ଼ିଶା ରେ ୫ ଲକ୍ଷ ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଚାଷ କରାଯାଇ ପାରିବ ବୋଲି ଇରି ସର୍ଭେ କରିଛି ।

ଅଜୟ,ଶରତ ଓ ବିଶ୍ଵଙ୍କ ନାଁରେ  ଠକେଇ ମାମଲା….

ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତି ଙ୍କ ନା ରେ ଠକେଇ ମାମଲା ରୁଜୁ କଲା ଭରତପୁର ଥାନା ପୋଲିସ l କଂଗ୍ରେସର ଏହି ତିନି ନେତାଙ୍କ   ବିରୋଧରେ ଲାଗିଛି IPC ର ଧାରା 120B, 420, 506 ଓ 34 lପୂର୍ବରୁ ମାମଲା ରଖି ନ ଥିଲା ପୋଲିସ.. ଏବେ କୋର୍ଟ ଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିବା ସୂଚନା l ମିଳିଥିବା ସୂଚନା ଅନୁସାରେ 2024 ସାଧାରଣ ନିର୍ବାଚନ ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ର ଙ୍କୁ ଏଲ ଇ ଡି ଗାଡି ରେ ପ୍ରଚାର ପାଇଁ ବ୍ୟବସାୟୀକ ଚୁକ୍ତି ନାମା ହୋଇଥିଲା lଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ 8 ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା l ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷ ଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି l ଏ ନେଇ ସେ ସେତେବେଳେ ଥାନା ରେ ଅଭିଯୋଗ କରିଥିଲେ ବି ଏତଲା ରୁଜୁ ନ ହେବାରୁ କୋର୍ଟ ର ଦ୍ଵାରସ୍ତ ହୋଇଥିଲେ ଆଶୁତୋଷ l ତେବେ ଏନେଇ ୩ଜଣ ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

Follow us

20,832FansLike
0FollowersFollow
14,700SubscribersSubscribe

Latest news