ପିଲାମାନଙ୍କ ପଢା ଦାୟିତ୍ୱ ନେବେ ଶିକ୍ଷକ…

( )ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠ ପଢ଼ା ଚିନ୍ତା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି। ପିଲାଏ କେମିତି ପଢିବେ ସେ ଦାୟିତ୍ବ ନେବେ ଶିକ୍ଷକ। ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ନିର୍ଦେଶ। ଅର୍ଥାତ ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ। ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଉପାନ୍ତ ଅଂଚଳରେ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ।ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ, ସତରଟି ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉପସ୍ଥିତ ଥିଲେ।…

ବାଇଟ – ବିକାଶ ମହାପାତ୍ର, ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା…

( ) ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡିଛି ରାଜ୍ୟରେ ଏବେ ବି 25ରୁ 30 ପ୍ରତିଶତ ଡେଲ୍ଟା ଅଛି । ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟୀକା ନେଇନାହାନ୍ତି, ଟୀକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା ।
ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀଠାରେ ଦେଖିବାକୁ ମିଳୁଛି । WHO କହିଛି, ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଥିବା ନେଇ କାହା ପାଖରେ ତଥ୍ୟ ନାହିଁ ବୋଲି WHO କହିଛି । ଆନ୍ତର୍ଜାତିକ ବିଶେଷଜ୍ଞ ଏନେଇ କଣ କହୁଛନ୍ତି, ତାକୁ ଅପେକ୍ଷା କରିବା ।
ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରୀ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଏମିତି ହୁଅନ୍ତା ନି…..

( ) ଇଛା ଅସରନ୍ତି l ପ୍ରତିକ୍ଷେଣରେ ବଦଳିଯାଏ ସ୍ବପ୍ନ , ଆଶା ଓ ଆକାଂକ୍ଷା l ତଥାପି ମଣିଷ ସ୍ୱପ୍ନ ଓ ଅନେକ ଲକ୍ଷ ରଖି ଜୀବନ କଟାଇଥାଏ l ତାହାରି ଭିତରେ ସୁଖ ଓ ଦୁଃଖ ଆସେ ତାକୁ ବି ସାମ୍ନା କରେ l କେତେବେଳେ ନା କେତେବେଳେ ମନକୁ ଆସେ ଏମିତି ହୁଅନ୍ତାନି ପ୍ରଭୁ l ପ୍ରତ୍ୟେକ ମଣିଷ ଯାହା ଚଂହୁଛି ତାହା ହୁଅନ୍ତାନି l ତାହେଲେ ଯାଇ ସିନା ଦୁନିଆ ଦୁନିଆ ପରି ଲାଗନ୍ତା l ନହେଲେ ଇଚ୍ଛା ଥିଲେ ବି କଣ ନବ ମନଖୋଲି ହସି ପାରୁଛି ନା ସୁଖରେ ଜୀବନ କଟାଇ ପାରୁଛି l
ହଠାତ୍ ଶୀତୁଆ ସଂଧ୍ୟାରେ ନବ ମନକୁ ଆସିଲା ଏମିତି କେତେ କଣ ଚିନ୍ତା l ମନ ଭିତରେ ଗୋଟେ କଥା ଉଙ୍କି ମାରୁଥାଏ ତାହା ମନରେ କଣ କରିବି ଆଉ କଣ କରିବନି l ଭଲ , ମନ୍ଦ , ଠିକ୍ ଭୂଲ ସବୁ ଜାଣେ ସେ l ତାଥାବି ସବୁ କାମ କରିବା ବେଳେ କିଛି ଭାବେ l ଯେମିତି ସେ ଯାହା ଚାହୁଛି ତାହା କରିପାରୁନାହିଁ ବା ଯାହା କରିବାକୁ ଚାହୁଁନି ତାହା କରୁଛି l ଯେଉଁଠି ପାଇଁ ସବୁବେଳେ ସେ କିଛି ଭାବୁଛି l ଉପଦେଶ ତ ବହୁତ ଶୁଣିଛି l ହେଲେ ନିଜେ ଉପଦେଶ ଦେବା ପୁର୍ବରୁ ବହୁ କଥା ଭାବୁଛି l କାରଣ ଦୁନିଆ ଏବେ ଶହେ ରୁ ୯୯ ପ୍ରତିଶତ ସ୍ବାର୍ଥ ନେଇ ବଞ୍ଚୁଛନ୍ତି l ସ୍ବାର୍ଥ ନାହିଁ ତ କିଛି ବି ନାହିଁ l ଏମିତି ଗପିଚାଲିଥାଏ ନବ lନବ ଠାରୁ ସବୁ ଶୁଣିବା ପରେ ଟୁନା କହିଲା ଆରେ ଏମିତି ହୁଅନ୍ତାନି ଦୁନିଆରେ ଧନୀ ଗରିବ, ଜାତିପ୍ରଥା, ଭଲ ଓ ଖରାପ, ବାଛ ବିଚାର ନଥାନ୍ତା l କିଛି ନଥାଉ ପଛେ ସମସ୍ତେ ଖୁସିରେ ଜୀବନ କାଟନ୍ତୁ, କେହି କେବେ କାହାର ଖରାପ୍ ଚିନ୍ତା ନକରନ୍ତୁ l ପ୍ରେମ ଭିରି ଯାଉ ସଭିଙ୍କ ମନରେ , ଜୀବନର ଶେଷ ସମୟରେ ଯେମିତି ମଣିଷ କିଛି ଭଲ କରିବା ପାଇଁ ଚାହୁଛି , ତାହା ବାଲ୍ୟ କାଳରୁ କାହିକି ସଭିଙ୍କ ମନରେ ଆସୁନାହିଁ l କଣ ସବୁ ଜାଣି ଆମେ ଅଭୁଜା ନା ପ୍ରତ୍ୟେକ ମଣିଷ ଜାଣି ଜାଣି ଭୁଲ କରୁଛି l
ଦୁନିଆରେ ଯାହା ଘଟୁଛି ସେଥିରେ ମଣିଷ ସମାଜ ପ୍ରଭାବିତ ହୋଇ ସେ ପଥରେ ଯାଉଛନ୍ତି ନା ଏବେ ନିଜେ ଜାଣି ଜାଣି ନିମିଷକ ଖୁସି ପାଇଁ ଭୁଲ ରାସ୍ତାକୁ ବାଛି ନେଉଛି l ତେଣୁ ଏମିତି ହୁଅନ୍ତାନି , ସେମିତି ହୁଅନ୍ତାନି ନ ଭାବି ଯେମିତି ହେଲେ ନିଜେ ଖୁସି ଓ ଅନ୍ୟର ଖୁସି ହୋଇପାରିବ ସେମିତି ବାଟ ଓ କାମ କରିବା ଦରକାର l ଏମିତି କେତେ କଥା କହି ଟୁନା କହିଲା ଛାଡ ନବ ଭାବିଲେ କିଛି ହେବନି l ଜୀବନଟା ବହୁତ୍ ଛୋଟ , ଯେମିତି ଖୁସି ହେଉଛୁ ସେମିତି ବଂଚ l

କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା …

( ) କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ରାଜ୍ୟରେ କୋଭିଡ ସ୍ଥିତି ବର୍ତ୍ତମାନ କମିବା ଅବସ୍ଥାରେ ଅଛି । ପୂରା ତଳକୁ ଆସିନାହିଁ । ଦ୍ଵିତୀୟତଃ ଟୀକାକରଣ ଅଧିକ ଥିବାରୁ ଲୋକଙ୍କଠାରେ କମ ଲକ୍ଷଣ ଦେଖାଯାଉଛି । ତେଣୁ ଯେଉଁମାନେ ଟୀକା ନେଇନାହାନ୍ତି, ତୁରନ୍ତ ନେଇଯାଆନ୍ତୁ । ଏମିତିକି ଯେଉଁମାନେ ଯୋଗ୍ୟ, ସେମାନେ ପ୍ରିକସନାରୀ ଡୋଜ ବି ନେଇ ଯାଆନ୍ତୁ । ସାମଗ୍ରିକ ଭାବେ ଯାହା ଦେଖାଯାଉଛି, କୋଭିଡ ତଳମୁହାଁ ଅଛି । ଗ୍ରାଫ ତଳକୁ ପହଞ୍ଚିବା ଯାଏ ଆମେ ଆଉ କିଛି ଦିନ ଅପେକ୍ଷା କରିବା । ଆମ ରାଜ୍ୟର ଷ୍ଟାଣ୍ଡର୍ଡ ଓ ପାରାମିଟର ଦେଖି କଟକଣା କୋହଳ ନିଷ୍ପତ୍ତି ନିଆଯିବ । ଏପର୍ଯ୍ୟନ୍ତ ଆମେ ତଳକୁ ଆସିନେ । ଯେହେତୁ ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ, କେତେବେଳେ ବି ବଢ଼ିପାରେ । ତଳକୁ ନ ଆସିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ ।
ପ୍ରଥମ ଡୋଜ ଟୀକା ଲାଗି ରାଜ୍ୟରେ 21 ଲକ୍ଷ ଲୋକ ବାକି ଅଛନ୍ତି । ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କେଉଁ ଜିଲ୍ଲାରୁ କେତେ ବାକି ଅଛନ୍ତି, ସେ ତଥ୍ୟ ଦେବେ । ଏହାପରେ ସବୁ ଲୋକଙ୍କ ଟୀକାକରଣ ଶେଷ ପାଇଁ ପଦକ୍ଷେପ ନିଆଯିବ ।
ବାଇଟ- ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ବଜେଟ ଅଧିବେଶନ ନେଇ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା….

( )ବଜେଟ ଅଧିବେଶନ ନେଇ ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା।ପଂଚାୟତ ପରେ ପୌର ନିର୍ବାଚନ ହେବ। ତେଣୁ ଏଥର ସଂକ୍ଷିପ୍ତ ବଜେଟ ଆଣିପାରନ୍ତି ରାଜ୍ୟ ସରକାର । ଆଗରୁ ମଧ୍ୟ ପ୍ରାବଧାନ ଅଛି 3 ମାସିଆ ବଜେଟ ଆସିଛି। ତେଣୁ ସେଥିରେ କିଛି ଅସୁବିଧା ନାହିଁ। ତେବେ ବଜେଟ ଅଧିବେଶ କେବେ ବସିବ ସେ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ।
ବାଇଟ- ସୁର୍ଯ୍ୟ ନାରାୟଣ ପାତ୍ର, ବାଚସ୍ପତି

୨୦୨୪ ନିର୍ବାଚନ ଲଢ଼ିବେନି ପ୍ରସାଦ….

( )କିଛି ଖବର କାଗଜ ଓ ଚ୍ୟାନେଲରେ ମୋ ସମ୍ପର୍କରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରୁ ଦିଆଯାଇନି ବୋଲି ଖବର ପ୍ରକାଶ ପାଇଛି। ଖବରରେ ଆହୁରି ଉଲ୍ଲେଖ ଥିଲା ପ୍ରସାଦ ବିଜେଡି ଯିବେ, ଓ ସତ୍ୟବାଦୀ କୁ କଂଗ୍ରେସ ଶୂନ୍ୟ କରିଦେଲେ। ମୋ ପ୍ରତିକ୍ରିୟା ହେଲା, ଟିକେଟ ଦେବା ଦାୟିତ୍ବ ପିସିସି ସଭାପତିଙ୍କର। 3ବର୍ଷ ହେଲା ଦଳୀୟ କାର୍ଯ୍ୟକ୍ରମ ରେ କୁଆଡେ ମୁଁ ଯୋଗ ଦେଉନି। ମୁଁ ଆଶା କରୁଥିଲି ଖବର ସମ୍ପର୍କରେ ପିସିସି ସ୍ପଷ୍ଟୀକରଣ ରଖିବ। କିନ୍ତୁ ରଖି ନାହାନ୍ତି। 2019 ସାଧାରଣ ନିର୍ବାଚନରେ ମୁଁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲି। ପିସିସି ସଭାପତିଙ୍କ ଆଗ୍ରହ ଥିଲା ଯେ ମୁଁ ସତ୍ୟବାଦୀ ରୁ ଛିଡା ନ ହୁଏ। କିନ୍ତୁ ମୁଁ ପ୍ରଭାରୀଙ୍କୁ କହିଥିଲି ନିର୍ବାଚନ ଲଢ଼ିବିନି ବୋଲି। ଅତର୍କିତ ଭାବେ ମୋ ନାଁ ଘୋଷଣା କରାଗଲା। ଯାହାଦ୍ୱାରା ପରାସ୍ତ ହେଲି। ଏବେ ପଂଚାୟତ ନିର୍ବାଚନ ଲାଗି ଜଣେ କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ ଦେଇ ପଠେଇଲେ। ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁ ନଥିବାରୁ ମନା କଲି। ଦାୟିତ୍ବ ଦିଆଯାଏ ନହେଲେ ନିଆଯାଏ, କାହା ଉପରେ ଲଦି ଦିଆଯାଏନି। ଆମେ ସବୁବେଳେ ସେଠାରୁ ଜିତୁଥିଲୁ। ଏଥର କିନ୍ତୁ ଜିଲ୍ଲା ସଭାପତି କି ବ୍ଲକ ସଭାପତି ଦିଆଗଲାନି। ମୁଁ ରାଜନୀତି ଛାଡିନି। ଅଛି, ରହିବି। ଯେଉଁମାନେ ଅସ୍ତ୍ର ତ୍ୟାଗ କଥା କହୁଛନ୍ତି ତାହା ମୁଁ କରିନି। ମୋର ସେ ବୟସ ହୋଇନି ଯେ ପିତାମହଙ୍କ ଭଳି ଶ୍ରୀଖଣ୍ଡିଙ୍କୁ ଦେଖି ଅସ୍ତ୍ର ତ୍ୟାଗ କରିବି। କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି। ମୋର ଖଣି ନାହିଁ କି ଟିଭି ନାହିଁ, ଅର୍ଥ ନାହିଁ। କୃଷକ ପରିବାରରୁ ଆସିଛି। କର୍ମୀ ମାନେ ତଳି ତଳାନ୍ତ। ନେତା ଏକଜୁଟ ହୋଇ ଲଢ଼ିବା କଥା। କିନ୍ତୁ ଏହା ନକରି ପଥ ରୋଧ କରାଯାଉଛି। ମୁଁ ଚ୍ୟାଲେଞ୍ଜ କରୁଛି, କେହି ପ୍ରମାଣ ଦିଅନ୍ତୁ ତ, ଯେ ମୋର ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି ବୋଲି। ଭାବ ବିହ୍ଵଳିତ ସ୍ୱରରେ ବର୍ଷିଲେ ପ୍ରସାଦ।ପ୍ରେସ ମିଟ ରେ କାନ୍ଦିଲେ ପ୍ରସାଦ। ଯେଉଁମାନେ ବେପାରରେ ଅଛନ୍ତି ସେମାନେ ଡିଲ କରିବେ। ମୋ ପାଖରେ ବହୁ ଦସ୍ତାବିଜ ଅଛି, ନିର୍ବାଚନ ପରେ ସେମାନଙ୍କ ଗୁମର ଖୋଲିବି। ମୁଁ 3 ବର୍ଷ ନୁହେଁ 33 ବର୍ଷ ହେଲା ଘରୁ ବାହାରି ନି। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। 2002 ରୁ ଚେଷ୍ଟା ହୋଇଛି ମତେ ଅନ୍ୟ ଦଳକୁ ନେବା ପାଇଁ। ପ୍ରସାଦଙ୍କ ବଡ ଘୋଷଣା, 2024 ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ପରୋକ୍ଷରେ ପଟ୍ଟନାୟକ ପରିବାରକୁ ଟାର୍ଗେଟ।

ବାଇଟ: ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି

ବୟସ୍କଙ୍କୁ ଶୀଘ୍ର ଦିଅ ବୁଷ୍ଟର ଡୋଜ…

( )ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା।

ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରଶାସନ କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

Frontline worker ଓ ବୟସ୍କ ମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।

ଭୟଭୀତ ନ ହେଇ କୋଭିଡ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ଜନସାଧାରମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ front line ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ତା ସହିତ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ ।
ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ Rapid Response Team ଓ କ୍ଷେତ୍ର କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଥିଲେ। ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ। ଯାଜପୁର, ବାଲେଶ୍ବର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ଅଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଓ କଟକ ମ୍ୟୁନିସପାଲ କମିଶନର ଏବଂ ଖୋର୍ଦ୍ଧା ଓ ରାୟଗଡାର ଜିଲ୍ଲାପାଳ ମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନା କରିଥିଲେ ।

କଂଗ୍ରେସ ଜାରି କରିବ ତାହାର ନିର୍ବାଚନି ଇସ୍ତାହାର….

( )ଆଉ ୨ରୁ ୪ ଦିନ ଭିତରେ କଂଗ୍ରେସ ଜାରି କରିବ ତାହାର ନିର୍ବାଚନି ଇସ୍ତାହାର। ଇସ୍ତାହାରରେ ମୂଖ୍ୟତଃ ଦର ଦାମ ଓ ବେକାରୀ ସମସ୍ୟା କୁ ସ୍ଥାନ ଦିଆଯିବ। ସେହିପରି ଯଦି କଂଗ୍ରେସକୁ ଲୋକମାନେ ଭୋଟ ଦିଅନ୍ତି ତାହାଲେ ମଣ୍ଡି ଅବ୍ୟବସ୍ଥା କୁ ସୁଧାରିବ। କାରଣ ଏବେ ରାଜ୍ୟରେ ଅନେକ ସ୍ଥାନରେ ମଣ୍ଡି ବାହାରେ ଧାନ ପଡି ପାଣି ଖାଉଛି। ଫଳରେ ଅନେକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ କଂଗ୍ରେସ ଲୋକଙ୍କ ମୌଳିକ ସମସ୍ୟାକୁ ଇସ୍ତାହାରରେ ସ୍ଥାନ ଦେବ।
ବାଇଟ- ସୁର ରାଉତରାୟ, ବରିଷ୍ଠ କଂଗ୍ରେସ ବିଧାୟକ

ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ ଟିକା କରଣ….

( )ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ ଟିକା କରଣ। ଟିକା ନେବାକୁ ବାକି ଅଛନ୍ତି
ଆହୁରି ୨୧ ଲକ୍ଷ ଲୋକ। ତେବେ ସେମାନଙ୍କୁ କିପରି ଶୀଘ୍ର ଟିକା କରଣ କରାଯିବ ତେଣୁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫କୋଟି ୬୨ ଲକ୍ଷ ଦିଆସଲାଣି। ତା ଭିତରୁ ପ୍ରତିଶତ ପ୍ରଥମ ୯୩.୫% ଓ ୭୪ ପ୍ରତିଶତ ଦ୍ୱିତୀୟ ଡୋଜ ରହିଛି। ସେହିପରି ୧୫ ରୁ ୧୮ ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆ ସରିଛି। ଯାହା କି ଟାର୍ଗେଟରୁ ୫୯ % । ଏହାସହ ୩ ଲକ୍ଷ ୮୭ହଜାର ପ୍ରିକସନ ଡୋଜ ଦିଆ ସରିଛି। ଆଜି ରାଜ୍ୟରେ ୩୨୬୨ ଟି ଟିକା କରଣ କେନ୍ଦ୍ରରେ ଟିକା କରଣ ଜାରି ରହିଥିବା କହିଛନ୍ତି
ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ବାଇଟ- ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

ସାଧାରଣ ତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା…

( )ପ୍ରିୟ ଭାଇ ଓ ଭଉଣୀମାନେ,

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।

ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେହିପରି ସହିଦ୍ ହୋଇଥିବା ଆମର କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ଚଳିତ ବର୍ଷ ସାରା ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ।

ଆମର ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା । ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ । ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ । ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା । ଏହା ଥିଲା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ ବିଜୟ। ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି । ବିବିଧତା ହିଁ ଆମର ଶକ୍ତି । ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଦିଗ । ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ ।ସେହିପରି ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି । ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ ।

ବନ୍ଧୁଗଣ, କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି। ଆମେ ମଧ୍ୟ ଏହାର ମୁକାବିଲା କରୁଛୁ । ମୋର ଅନୁରୋଧ ଆମେ ଭୟଭୀତ ହେବା ନାହିଁ । କରୋନାର ସବୁ ଗାଇଡ ଲାଇନ୍‌ସକୁ ଠିକ୍‌ ଭାବରେ ପାଳନ କରିବା ଏବଂ କରୋନାକୁ ହରାଇବା । ମୋର ବିଶ୍ବାସ, ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଏବଂ ଜୀବନ ଜୀବିକା ଆଗଭଳ ପୁଣି ସ୍ବାଭାବିକ ହେବ ।

ଜୟହିଂଦ

Follow us

20,832FansLike
0FollowersFollow
14,700SubscribersSubscribe

Latest news