ପଞ୍ଚାୟତ ନିର୍ବାଚନ ପାଇଁ ଯୁବ ଓ ଛାତ୍ର ବିଜେଡିର ଡିଜିଟାଲ ପ୍ରଚାର ଆରମ୍ଭ…

( )ପଞ୍ଚାୟତ ନିର୍ବାଚନ ପାଇଁ ଯୁବ ଓ ଛାତ୍ର ବିଜେଡିର ଡିଜିଟାଲ ପ୍ରଚାର ଆରମ୍ଭ। କର୍ମୀଙ୍କ ମନୋବଳ ଭରଚୁଆଲ ମାଧ୍ୟମରେ ବଢ଼ାଇଲେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କେନ୍ଦ୍ର ଅବହେଳା ଡିଜିଟାଲ ମାଧ୍ୟମରେ ଗାଁ ଗାଁରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ ପ୍ରଣବ। ଏହି ଅବସରରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାଏ ଓ ଦଳର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାଏ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 21 ବର୍ଷ ଶାସନରେ ଗରିବ କୃଷକଙ୍କ କାମ ଓ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ନେଇ ଆମେ ଲୋକଙ୍କ ପାଖରେ ପହଂଚିବୁ। କେନ୍ଦ୍ର ସରକାର 2014 ମସିହାରେ ଯେଉଁ 2 କୋଟି ଚାକିରୀ କଳା ଧନ ବିଦେଶରୁ ଫେରାଇ ଆଣିବା କଥା ଦରଦାମ ନିୟନ୍ତ୍ରଣ ଗ୍ୟାସ ପେଟ୍ରୋଲ ଡିଜେଲ ଦର କମାଇବା କଥା କହିଥିଲେ। ହେଲେ ଏହା ଆକାଶ ଛୁଆ ହେଲାଣି। ମହାନଦୀ, ପୋଲାଭରମ, ଶିଳ୍ପ କରିଡର, କୋଇଲା ଓ ଖଣି ରାଜସ୍ୱ କଥାରେ କେନ୍ଦ୍ର ଅବହେଳା କରିଛି ଓଡ଼ିଶା ପ୍ରତି। ବୈମାତୃକ ମନୋଭାବ ଦେଖାଇଛି। ଏହି ଅବହେଳାକୁ ଆମେ ଲୋକଙ୍କ ପାଖରେ ପହଞ୍ଚାଇବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇଛି। କୋଭିଡ ପରିଚାଳନା ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା। ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରଶାସକ ବାରମ୍ବାର ହୋଇଛନ୍ତି। ଦେଶ ସାରା ତାଙ୍କ ପ୍ରଶଂସା ହେଉଛି। ଏହି ବାର୍ତା ଆମେ ଲୋକଙ୍କ ପାଖରେ ପହଂଚାଇବୁ। ଜିଲ୍ଲା ପରିଷଦ ଓ ବ୍ଲକ ବିପୁଳ ସଂଖ୍ୟାରେ ଜିତିବୁ। ଅନ୍ୟ କେହି ଦଳ ନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିବାର ସମୟ ଆସିଛି। ମହିଳା ଯୁବ ଓ ଛାତ୍ର ଜନତା ଦଳର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ରହିବ। କୋଭିଡ କଟକଣା ପାଇଁ ଡିଜିଟାଲ ପ୍ରଚାର ଉପରେ ନିର୍ଭର କରୁଛନ୍ତି ପ୍ରାର୍ଥୀ। ସୋସିଆଲ ମିଡିଆ, ମୋବାଇଲ, ପ୍ରିଣ୍ଟ ଓ ବୈଦୁତିକ ଗଣମାଧ୍ୟମ ଓ ଅନ୍ୟ ଆପ ଜରିଆରେ ଏହି ପ୍ରଚାର କରିବୁ।
ବ୍ୟୋମକେଶ ରାଏ,ଯୁବ ବିଜେଡି ସଭାପତି।

ଯୁବ ଓ ଛାତ୍ର ଜନତା ଦଳ ଜିଲ୍ଲା, ବ୍ଲକ ସ୍ତରୀୟ କର୍ମକର୍ତ୍ତା ଯାଏ ଭରଚୁଆଲ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆ ଜରିଆରେ ପ୍ରଚାର ହେବ। ଆମ ଯେଉଁ ସବୁ ଛୋଟ ଗ୍ରୁପ ଅଛି, ତାକୁ ସକ୍ରିୟ କରିବାକୁ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ସଂଗଠନ ସମ୍ପାଦକ କହିଲେ ଯୁବ ଛାତ୍ର ଚଳଚଞ୍ଚଳ ଅଛନ୍ତି। ସେ ଯେଉଁ ଜିଲ୍ଲା ଗସ୍ତ କରିଛନ୍ତି ସେମାନେ ନିଜ ଆଡୁ ମିଶିକି ଦଳ ଯେଉଁ କାମ ଦେଉଛି, ତାକୁ ଗୁରୁତ୍ୱ ଦେଇ କରୁଛନ୍ତି।
ପ୍ରଣବ ବଳବନ୍ତରାୟ
ସାଧାରଣ ସମ୍ପାଦକ
ବିଜେଡି

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ…

( )ସ୍କୁଲ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ

ସମସ୍ତେ ମିଶି ପାଠପଢାର କ୍ଷତିକୁ ଭରଣା କରିବା,
ପିଲାଙ୍କର କିଛି ଅସୁବିଧା ହେବ ନାହିଁ

କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପିଲାମାନଙ୍କୁ ସ୍କୁଲ ଛାଡିବାକୁ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶିକ୍ଷକ ମାନଙ୍କ ଉପରେ ମୋର ପୁରା ଭରସା ଅଛି, ସେମାନେ ପିଲାମାନଙ୍କର ଉଚିତ ମାର୍ଗ ଦର୍ଶନ କରିବେ

ବର୍ତ୍ତମାନ ର ଅଭିଞତା ଭବିଷ୍ୟତ ର ଆହ୍ବାନ ର ମୁକାବିଲା ପାଇଁ ପିଲାମାନଙ୍କୁ ସାହସ ଓ ଶକ୍ତି ଦେବ । ମୁଖ୍ୟମନ୍ତ୍ରୀ..

( )ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସ୍ବଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ । ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି ।ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ । ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ । ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା । ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ ।’ ଶିକ୍ଷକ ମାନଙ୍କ ଦାୟିତ୍ବରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି । ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି ।ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ଘୋଷଣା କଲା କଂଗ୍ରେସ…

{ }ପିସିସିର ପରାମର୍ଶ କ୍ରମେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ଏକ ୨୦ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ସେଥିରେ ଓଡିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାରଙ୍କ ସହିତ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଂଚାନନ କାନୁନଗୋ, ସପ୍ତଗିରୀ ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବା ବେଳେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମା ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବହୁଳ ଭାବରେ ପ୍ରଚାର କରିବେ ବୋଲି ପିସିିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜେ୍ଞଶ୍ୱର ବାବୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ହୋଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ…

( )ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକର ଡମ୍ବକରଲାମଖୁଣ୍ଟା ନିକଟସ୍ଥ ଦୁଲେନ ଛକ ରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ, ମୃତ ସାମ୍ବାଦିକ ଜଣକ ହେଲେ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ଵାଳ।ନକ୍ସଲ ଙ୍କ ଲାଣ୍ଡ ମାଇନ୍ ବିସ୍ଫୋରଣରେ କଳାହାଣ୍ଡି ସାମ୍ବାଦିକଙ୍କ ମୃତ୍ୟୁ ଘଟଣା ରେ ଓୟୁ ଜେ ର ଉଦବେଗ।ସାମ୍ବାଦିକଙ୍କ ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି।

ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ…

() ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ। ବିଜେଡି ସାଂସଦ ଉଠାଇଲେ ଏହି ପ୍ରସଙ୍ଗ। ରାଜ୍ୟର 10 ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଉ ନାହାନ୍ତି। 7ହଜାର କୋଟି ଟଙ୍କା ବକେୟା ରହିଛି ।ବଳକା ଉଷୁନା ଚାଉଳ ଉଠାଉ ନାହିଁ ଏଫସିଆଇ। ଉଦେଶ୍ୟମୂଳକ ଭାବେ ବଳକା ଉଷୁନା ଚାଉଳ ଉଠାଯାଉନାହିଁ। ଏଥିଯୋଗୁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ।

ସହରରେ ମିଠା ପଣ…

() ହଠାତ ସୀମା ଅପା କହିଲେ ଆରେ ସହରରେ ମଣିଷ କଣ ମଣିଷକୁ ଚିହ୍ନେ , ଏଠି ପଇସାକୁ ସମସ୍ତେ ଚିହ୍ନନ୍ତି l ତେଣୁ ଆମ ଗାଁ ଭଲ l ଏକଥା କହିକି ସହରରେ ୧୧ବର୍ଷ କଟାଇଥିବା ବିକାଶ ସହଜରେ ହଜମ କରିପାରିଲାନି l ବିକାଶ କହିଲା ନାଇମ ଅପା ସହରରେ ବହୁତ ଭଲ ଲୋକ ଅଛନ୍ତି । ସହରରେ ମିଠାପଣ ଓ ଆତ୍ମିୟତା ମଧ୍ୟ ଭରି ରହିଛି l କେବଳ ଆମେ ତାକୁ ନିଜ ଆଖିରେ ଦେଖି ପାଇଲେ ହେଲା l

ଚକ୍ ଚକ୍ ସହର , ଏଠି ଚିରାପେଣ୍ଟକୁ ଷ୍ଟାଇଲ ଭାବେ ଗଣା ଯାଏ । ସେ ପେଣ୍ଟ, ସାର୍ଟ ଦାମ ବି ଅଧିକ l ଏଠି ଭଙ୍ଗା ସୁକିଲା କାଠ,ଫଟା ମାଠିଆ ସୋଉକ୍ ଭାବେ ରଖା ଯାଏ l ଏଠି ବି ବୁଲା କୁକୁର, ଷଣ୍ଢକୁ ବି କିଛି ଲୋକ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି । ଆଉ କିଛି ଲୋକ ପୋଡ଼ି ଓ ଗୁଳି କରି ହତ୍ୟା ବି କରନ୍ତି l ସହରରେ ମଣିଷ ମିଛ ଓ ଛଳନାକୁ ଅଧିକ ଭଲ ପାଏ l ଏଠି ସ୍ବାର୍ଥ ଆଗ ତା ପରେ ସମ୍ପର୍କ l ମିଛି ମିଛିକା ମରୀଚିକା ପାଖରେ ଧାଇବାକୁ ସମସ୍ତେ ପସନ୍ଦ କରନ୍ତି l ଦିନକୁ ରାତି ଓ ରାତିକୁ ଦିନ ଭାବେ ଗ୍ରହଣ କରି ଜୀବନ ବି ବିତାନ୍ତି ଅନେକ l ଟଙ୍କା ରୋଜଗାର କରିବା ପାଇଁ ଜୀବନର ସବୁ ସୁଖକୁ ଭୁଲି ଯାଆନ୍ତି ସମସ୍ତେ l ଏପରି ଶହ ଶହ ଉଦାହରଣ ଦେଇହେବ ସହରକୁ ନେଇ l ପ୍ରେମ ତ ଏଠି ବ୍ୟବସାୟ , ତା ପୁଣି ଚେନ ସିଷ୍ଟମ l ଯେଉଁଠି ପାଇବା ଓ ସ୍ବାର୍ଥ ଛାଡ କିଛି ନାହିଁ l ଆଉ ଏତେ ସବୁ ପରେ ସହରରେ ମିଠାପଣ ପୁଣି କେଉଁଠି ଅଛି ସେଦିନ ସୀମା ଅପାକୁ ବୁଝାଇଥିଲା ପ୍ରକାଶ l

ଅଳ୍ପରେ କହିଥିଲା ସୀମା ଅପା ଏସହରରେ ତମେ ସିନା ନୂଆ , ହେଲେ ଖୁବ କମ ଦିନରେ ସହର୍ ତମକୁ ସିନା ଚିହ୍ନି ପାରିନି , ହେଲେ ସହରକୁ କିନ୍ତୁ ତମେ ଖୁବ୍ ଭଲ ସେ ଚିହ୍ନି ଦେଉଛ l ହେଲେ ନଜର ଟିକେ ବଦଳାଇ ଦେଲେ ଏ ସହର ଆତ୍ମୀୟତା ଓ ମିଠାପଣକୁ ତୁମେ ଅନୁଭବ କରିପାରିବ l ଯେମିତି ତମ ଆଉ ମୋ ଭିତରେ ସମ୍ପର୍କ l ମୁଁ କିଏ ବା ତମର , କେତେ ସେନ ଦେଇଛ l ନିଜର ପରି ଭାବି ତମେ ଆଉ ଭାଇ ସୁଖ ଦୁଃଖରେ ଛିଡା ହୋଇଛ l କେବେ ଅନୁଭବ କରିଦେଇନା ଯେ ୫୦୦କିଲୋମିଟର ଦୂରରେ ମୋର ଗୋଟେ ଘର ଅଛି ବୋଲି l ଏହା ଠାରୁ ଆଉ ବଡ଼ ମିଠା ପଣ ବା ଆଉ କଣ l ଠିକ ସେହିପରି ସହରର କୋଳାହଳ ଭିତରେ ବି ଅନେକ ଶାନ୍ତିର ପରିବେଶ ଅଛି, ପ୍ରେମ ଓ ଭଲ ପାଇବା ଆଗରେ ଛଳନା ଓ ସ୍ବାର୍ଥ ବି ଏଠି ବଳିପଡ଼ିଯାଇଛି l ଅନେକ ପର ଏଠି ନିଜର ଠାରୁ ଅତି ଆପଣାର ହୁଅନ୍ତି l ଏଠି ବିନା ପଇସାରେ ବି କୋକୋ ପ୍ରେମ ଆଉ ବୁଲା କୁକୁର ଭଲ ପାଇବା ମିଳେ l ସହରରେ ବି ଚିରନ୍ତର ପ୍ରେମ ମିଳେ l ଏଥିରେ ନା ଥାଏ ପାଇବାର ଆଶା ନା ହରେଇବାର ଭୟ l ଏଠି ମହୁଲି ନିଶା ନାହିଁ ସତ ହେଲେ ବିନା ଚରସ ଓ ବିନା ମଦରେ ୨୪ଘଣ୍ଟା ନିଶାରେ ବୁଡି ରହିବାର ଉପାୟ ଅଛି l

ତେଣୁ ନିଜ ମନକୁ ମିଠା କରିଦେଲେ ସବୁ ପରିବେଶ ମିଠା ଲାଗିବ l କେବଳ ଆମର ଭାବନା, କର୍ମ ଓ ଚିନ୍ତାଧାରା ବଦଳିବା ଦରକାର l ତାହାଲେ ଯାଇ ସହର ଭିତରେ ଲୁଚି ଯାଇଥିବା ମିଠାପଣର ସ୍ୱାଦ ଆମେ ଚାଖିପାରିବା l ଠିକ ଏତିକି ବେଳେ କିଏ ଜାଣେ କହୁଥାଏ ମିଠା ବରକୋଳି ନେବ ହୋ କୁହ , ସହର ରାସ୍ତାରେ ଟକଟକ କରି ଖାଇଥିବ ମଜା ନେଉଥିବ……..

ମୁଖ ଦର୍ଶନ କଲେ ମିଳେ କୋଟି ପୁଣ୍ୟ…

() ଯାଜପୁରର ଅଧୀଷ୍ଠାତ୍ରୀ ଦେବୀ ମା’ ବିରଜା । ସେ ଜଗତଜିତା । ଦୟାମୟୀ ଓ ବିପଦହାରିଣୀ । ମା’ ବିରାଜ ପୀଠ ଦେଶର ଧାର୍ମିକ ପୀଠ ମଧ୍ୟରୁ ଅନ୍ୟତମ । ତ୍ରିବେଣୀ ଅମାବାସ୍ୟାରେ ମା ବିରଜାଙ୍କ ଜନ୍ମ ତିଥି l ବିଶ୍ବାସ ରହିଛି ଏହି ଦିନ ମା ବିରଜାଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ l ଜନ୍ମତିଥିରେ ମା ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି l ସକାଳୁ ସକାଳୁ ମା ବିରଜାଙ୍କର ମହାସ୍ନାନ ନୀତି ହୁଏ l ଏହାପରେ ଚନ୍ଦନ ଵେଶ, ଶୋଡ଼ଶ ପୁଜା, ଯଜ୍ଞ,୧୦୮ ଆହୁତ (ହୁମ) , ପରେ ପୂର୍ଣ୍ଣ ଆଳତୀ କରାଯାଏ l କରୁଣାମୟୀ ମା’ ବିରଜାଙ୍କୁ ଦର୍ଶନ କଲେ ସବୁ ମା ଯେମିତି ମୋ ସହ କଥା ହେଉଛି ସେମିତି ଲାଗେ l ମା ସବୁ ଜାଣେ ଓ ସବୁ ବୁଝେ l ମା ଙ୍କୁ ଦର୍ଶନ କରିବା ପରେ ମନ ଭିତରେ ଯେଉଁ ଆବେଗ ଓ ଅନୁଭବ ଆସେ ତାହାକୁ ଆଲୋଚନା କି ଭାଷାରେ ପରିପ୍ରକାଶ କରିହେବ ନାହିଁ l ଯିଏ ଯାହା ମାଙ୍କୁ ଦୁଃଖ ଜଣାଇଛି ମା ତାହା ଦୁଃଖ ଶୁଣିଛନ୍ତି l ତା ଦୁଆରେ ଧନୀ , ଗରିବ ସବୁ ସମାନ l ମା ବିଶ୍ଵ ମଙ୍ଗଳମୟୀ l କରୁଣା ମୟୀ ମା ବିରଜାଙ୍କୁ ଦର୍ଶନ କରି କଣ ରହିଛି ଭକ୍ତ ର ଆ ବେଗ ଓ ଅନୁଭବ ନଜର ପକାନ୍ତୁ…

୧. ପ୍ରସନ୍ନ ମହାନ୍ତି, ବରିଷ୍ଠ ସାମ୍ବାଦିକ : ମା ବିରଜା ପୀଠ ହେଉଛି ଆରାଧନା ଓ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର l ମା ଙ୍କ ଆକର୍ଷଣରେ , ମୁଁ ବାରମ୍ବାର ଆସି ମାଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଉଛି ।

 

 

୨.ଅଜିତ ଦାସ,ବରିଷ୍ଠ ସାମ୍ବାଦିକ : ମାଙ୍କ ଦର୍ଶନ ପରେ ବହୁତ ଖୁସି ଲାଗେ । ବହୁତଥର ଯୋଗ ଥିଲେ ଦର୍ଶନ ମିଳେ ,ଯୋଗ ନଥିଲେ ଦର୍ଶନ ମିଳେନାହିଁ ,

 

 

୩. ହରିହର ଚାନ୍ଦ, ଯୁବ ସାମ୍ବାଦିକ : ମାଙ୍କୁ ଦର୍ଶନ କଲେ ଶାନ୍ତି ଲାଗେ l ଦର୍ଶନ ବ୍ୟବସ୍ଥା ବହୁତ ଭଲ । ମାଙ୍କ ଆର୍ଶୀବାଦ ସବୁବେଳେ ମିଳୁ ଏତିକି ପ୍ରାର୍ଥନା । ବହୁତ ଦିନ ଧରି ଦର୍ଶନ କରିବାକୁ ଚାହୁଁଥିଲି । କୋଭିଡ କଟକଣାରେ ଦର୍ଶନ କଲି ସେଥିପାଇଁ ମା’ଙ୍କ ପାଖରେ କୋଟି କୋଟି ପ୍ରଣାମ ।

 

ସ୍ଵଂୟମ ପ୍ରକାଶ ମହାପାତ୍ର, ଯୁବ ସାମ୍ବାଦିକ : ଆଧ୍ୟାତ୍ମିକ ଓ ଆରାଧନାର ସର୍ବଶ୍ରେଷ୍ଠ ସ୍ଥଳି ହେଉଛି ମା ବିରଜା ପୀଠ । ପ୍ରଥମଥର ଯାଜପୁର ଯିବା ଓ ମା ବିରଜାଙ୍କୁ ପ୍ରଥମଥର ଦର୍ଶନ କରିବାରେ ଅନେକ ଆନନ୍ଦ ପାଇଛି ।

 

 

ବିଶ୍ଵଭୂଷଣ ମହାପାତ୍ର , ଯୁବ ସାମ୍ବାଦିକ : ମା’ଙ୍କ ମନ୍ଦିରକୁ ପ୍ରବେଶ କଲେ ସଂସାରର ସବୁ ଜଞ୍ଜାଳ ଓ ମନର ସମସ୍ତ ଟେନସନ ଉଭେଇ ଯାଏ । ମନଟା ଭକ୍ତି ଭାବରେ ପରିପୂର୍ଣ୍ଣ ହୋଇଯାଏ

 

 

ନବକିଶୋର ସାହୁ, ଯୁବ ସାମ୍ବାଦିକ : ଥରେ ମା’ଙ୍କୁ ଦର୍ଶନ କଲେ ଆସିବାକୁ ଇଛା ହୁଏନାହିଁ । ସବୁ ଦୁଖଃ ଲିନ ହୋଇଯାଏ । ମଣିଷ ଚିନ୍ତା ମୁକ୍ତ ହୋଇଯାଏ l

 

ଗୌତମ ଦେ : ଜନ୍ମର 23 ବର୍ଷ ପରେ ପ୍ରଥମଥର ମା ବିରଜାଙ୍କୁ ଦର୍ଶନ କଲି । ତା ଠାରୁ ମୋର ବଡ ସୌଭାଗ୍ୟ ଆଉ କିଛି ନାହିଁ ।ଦୁର୍ଗାପୂଜାରେ ମା’ଙ୍କ ରଥଯାତ୍ରା ଦେଖି ମୁଁ ଖୁବ୍ ଆନନ୍ଦିତ l

 

 

ଦିଲ୍ଲୀପ ମହାପାତ୍ର , ଯାଜପୁର ବାସୀ : ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମା’ଙ୍କୁ ଦେଖି ଦେଲେ ସବୁ କାର୍ଯ୍ୟ ଭଲରେ ଭଲରେ ହେଇଯାଏ l

 

ଚିନ୍ମୟ ମହାପାତ୍ର, ଯୁବ ସାମ୍ବାଦିକ : ମା ବିରଜା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ l ତାଙ୍କ ମୁହଁକୁ ଚାହିଁଦେଲେ ,ମନ ପବିତ୍ର ହେବା ସହ ,ସବୁ ଦୁଃଖ ଦୂରେଇ ଯାଏ l ଜୟ ମା ବିରଜା କହିଦେଲେ , ଦୁନିଆରେ ସବୁକିଛି ମିଳିଯାଏ ବୋଲି ଅନୁଭବ ହୁଏ ,ମାଙ୍କୁ ଯେତେ ଦେଖିଲେ ବି ମନ ପୁରେ ନାହିଁ ।ସବୁବେଳେ ମାଙ୍କୁ ଦେଖିବା ପାଇଁ ଆଗ୍ରହ ହୁଏ ।

 

 

ଭବପ୍ରସାଦ ଦାସ ,ଯୁବନେତା : ଯାଜପୁର କହିଲେ ମା ବିରଜାଙ୍କ ପୀଠକୁ ବୁଝାଏ l ମାଙ୍କ ଯାନିଯାତ୍ରା ସାରା ବିଶ୍ଵରେ ବିରଳ l ମା ଦୟାମୟୀ , ସେବା କରିବାକୁ ସବୁବେଳେ ପ୍ରେରଣା ଓ ଶକ୍ତି ଦେଇଥାନ୍ତି l ତାଙ୍କର ନିର୍ଦ୍ଦେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶଦାସଙ୍କ ତତ୍ଵାବଧାନରେ ବିରଜା ପୀଠର ଉନ୍ନତିକରଣ କରାଯାଉଛି । ଯେମିତି ମା ନିଜେ ସେ କାମ କରୁଛନ୍ତି ମୋର ଅନୁଭବ ହୁଏ । ମା ବିରଜାଙ୍କ ଜନ୍ମ ଦିନର ସମସ୍ତଙ୍କୁ ଅଭିନନ୍ଦନ l

 

ତପନ ଦାସ ଯୁବ ସାମ୍ବାଦିକ : ମା ବିରଜାଙ୍କ ପବିତ୍ର ଜନ୍ମଦିନରେ ମାଙ୍କ ପାଦତଳେ କୋଟି କୋଟି ପ୍ରଣାମ । ପ୍ରଥମେ ମା ବିରଜାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ୨୦୧୯ ମସିହାରେ ପାଇଥିଲି । ମା’ଙ୍କ ମନ୍ଦିର ପ୍ରବେଶ ବେଳେ ଦେହରେ ଶିହରଣ ଖେଳିଯାଇଥିଲା । ଆପେ ଆପେ ମା ବୋଲି ପାଟିରେ ଆସିଗଲା । ଆଖିରୁ ଭକ୍ତି ରେ ଲୁହ ଆସିଯାଇଥିଲା । ମାଙ୍କ ପାଦତଳେ ପଡିବାର ଭକ୍ତି ଭାବର ଅନୁଭୂତି ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ଜୟ ମା ବିରଜାସ୍ଵ,

ସ୍ଵପ୍ନା , ଯାଜପୁର ବାସିନ୍ଦା : ମା’ଙ୍କୁ ଦର୍ଶନ କରିବାକୁ ସବୁବେଳେ ଇଛା ହୁଏ ,ହେଲେ ଯାଜପୁରରେ  ଘର ହୋଇ ମଧ୍ୟ ସବୁବେଳେ ସେ ସୁଯୋଗ ମିଳେନି,ମା’ଙ୍କ ଡାକରା ଆସିଲେ ପାଦ ଆପେ ଆପେ ତାଙ୍କ ପୂନ୍ୟପିଠକୁ ଚାଲିଯାଏ l

 

 

ଥବୀର ସାମଲ ,ଯୁବ ସାମ୍ବାଦିକ : ମା’ଙ୍କ ପିଠକୁ ବହୁବାର ଚେଷ୍ଟା କରିଛି ଯିବାପାଇଁ ,ମାତ୍ର ମା’ବିରଜାଙ୍କୁ ଥରୁଟିଏ ଦେଖିବାର ସୁଯୋଗ ପାଇଛି ,ଏବେ ଅପେକ୍ଷା କେବେ ମା ଙ୍କ ଡୋରୀ ଲାଗିବ,ଜୟ ମା ବିରଜା

 

 

 

ରାଜ୍ୟର ସଂକ୍ରମଣ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା…

( )ରାଜ୍ୟର ସଂକ୍ରମଣ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା।ସ୍ଥିତିରେ ସୁଧାର ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ଆକ୍ଟିଭ ପେସେଣ୍ଟ ସଂଖ୍ୟା ବି କମୁଛି । ସୁଧାର ପରିଲକ୍ଷିତ ହେଇଛି । ମାତ୍ର ଯାହା ଆମେ ଆଗରୁ କହିଛୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ ସାମନ୍ୟତମ ବି ପ୍ରଭାବ ପକାଉନି । ଗ୍ରାଫର ସମ୍ପୁର୍ଣ୍ଣ ତଳେ ନ ପହଁଚିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।
କୋଭିଡ ମୃତ୍ୟୁ ବଢିବା ନେଇ ପ୍ରତିକ୍ରିୟା
ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ 2 ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି । ଡେଲଟା ଏବେ ବି ରହିଛି । ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।

ପଞ୍ଚୟତ ପ୍ରଚାର ନେଇ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…..

( )ବର୍ତ୍ତମାନ ଡୋର ଟୁ ଡୋର ପ୍ରଚାର ଚାଲିଛି। କୋଭିଡ କଟକଣା ଭିତରେ ପ୍ରଚାର କରାଯାଉଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହୃଦୟର ନେତା। ତାଙ୍କ ପ୍ରଚାର ସମସ୍ତଙ୍କ ଉପରେ ପ୍ରଭାବ ପଡେ। ସ୍ଥିତି ଦେଖି ପ୍ରଚାର ଆଖ ପାଖକୁ ଯାଇ ପାରନ୍ତି। ଭରଚୁଆଲ ଯୋଡି ହେବେ କି ନାହିଁ ସେ ନିସ୍ପତି ନେବେ। ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ସଦିଛା ରହିଛି। ନବୀନଙ୍କୁ ଲୋକ ବାଛିବେ।

ନିର୍ବାଚନ ଆସିଲେ ବିରୋଧୀ ଅନେକ କଥା କୁହନ୍ତି। ଲୋକଙ୍କ ପାଇଁ ଯାହା କାମ କରିଛୁ ଲୋକଙ୍କୁ କହିବୁ। ଗ୍ରାଉଣ୍ଡ ରେ କଣ କାର୍ଯ୍ୟକ୍ରମ ହେଉଛି ଲୋକ ଦେଖୁଛନ୍ତି। ଅପପ୍ରଚାରର ଜବାବ ପାଇଁ ବିଜେଡି କାର୍ଯ୍ୟକ୍ରମ ହାତକୁ ନେବ।

ବଜେଟ ନେଇ ପ୍ରତିକ୍ରିୟା…….
ଓଡିଶାକୁ ଆଗକୁ ନେବାକୁ ହେଲେ ସ୍ୱତନ୍ତ୍ର ଫୋକସ ରହିବା ଦରକାର। ନିର୍ବାଚନ ରେ ବିଜେପି ବି ଏନେଇ ପ୍ରତିଶ୍ରୁତି ଦେଇଥିଲା । କେନ୍ଦ୍ର ସରକାର ପୂର୍ବଦୟ ବିକାଶ କଥା କହୁଛନ୍ତି। ଏ ଦୃଷ୍ଟିରୁ ଓଡିଶା ପ୍ରତି ଦୃଷ୍ଟି ଦେବା ଦରକାର। ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ହୋଇଛି,ଭିତ୍ତିଭୂମି ବିକାଶଗ ହୋଇଛି।ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ପ୍ରଶଂସିତ ହିଇଛି। ଆକାଂକ୍ଷୀ ଜିଲ୍ଲାରେ ବି ପ୍ରଦର୍ଶନ ବି ଭଲ। ତେଣୁ ଅଧିକ ଅର୍ଥ ମିଳିବା ଆବଶ୍ୟକ।

ଏମିତିରେ ବି ମିଳେ ଖୁସି….

() ଖୁସି ମନରେ ପ୍ରଫୁଲତା ଭରିଦିଏ । ମୁହଁରେ ହସ ଫୁଟାଏ । ଆଉ ଏହି ହସ ଟିକେ ପାଇଁ କିଏ କେତେ ଉପାୟକୁ ଆପଣାଇ ଥାଆନ୍ତି। ଅନେକ ଲୋକ ଏମିତି ଅଜବ ନିଶାରେ ଖୁସି ପାଆନ୍ତି ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣା ଥିବ ନିଶ୍ଚିତ l ଆଉ ସେ ଖୁସି ବି ଅଜବ l କିଛି ମିଳୁ କି ନମିଳୁ ତାହା ଆମକୁ ଖୁସି ଦିଏ ଓ ମନ ଶାନ୍ତି ହୁଏ l

ସଂଧ୍ୟା ସମୟରେ ନବ ଓ ଶେଖର ଏମିତି ବୁଲୁଥାନ୍ତି l ଶୀତୁଆ ସଂଧ୍ୟାରେ ବୁଲିବୁଲା କରି ମନକୁ ହାଲକା କରୁଥାନ୍ତି l ତାହାରି ଭିତରେ ଚାଲିଥାଏ କେତେ କଣ ଆଲୋଚନା l ହଠାତ ଶେଖର କହିଲା ଦେଖିଲୁ ନବ , ରାଜଧାନୀର ବି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି l ଯାହା ଆମେ ଗାଁରେ ଦେଖି କେତେ କଣ ଚିନ୍ତା କରନ୍ତି । ଏଠି ସେ ଦୃଶ୍ୟ ଦେଖିଲେ ଆମକୁ ହସ ଲାଗୁଛି l ଦେଖୁନୁ ସଚିବାଳୟରେ କାମ କରିଥିବା ଦାସ ବାବୁ କେମିତି ଶତପଥୀ ବାବୁଙ୍କ ବାଡ଼ ପାଖରେ ଗୋଡ ଟେକି ବାଡି ସାହାଯ୍ୟରେ ସଂଧ୍ୟାରେ ମନ୍ଦାର ଫୁଲ ତୋଳୁଛନ୍ତି l ସେ କିଛି ଖରାପ କାମ କରୁନାହାନ୍ତି ମ l ସେ ଫୁଲ କେଉଁଠି ବିକ୍ରି କରିବା ପାଇଁ ନେଉନାହାନ୍ତି l ମ୍ୟାଡମ ତାଂକୁ କହିଛନ୍ତି କାଲି ମଙ୍ଗଳବାର ମନ୍ଦାର ଫୁଲ ଆଣିବ , ପୂଜା ହେବ l ଖାସ ସେଥିପାଇଁ ଦାସ ବାବୁ ଅନ୍ୟ ବାଡ଼ିରୁ ଫୁଲ ତୋଳୁଛନ୍ତି l ଫୁଲ ତ ନୁହେଁ , ମନ୍ଦାର କଢ଼ l ଯାହାକୁ ପାଣିରେ ପକେଇ ଘରେ ଫୁଟାଇବେ l ତେଣୁ ସକାଳ ଫୁଲ ତୋଳିବା ପ୍ରତିଯୋଗିତାରୁ ନିଜକୁ ଦୂରେଇ ଦେଇ ପୂର୍ବ ଦିନ ସଂଧ୍ୟାରୁ ସେ କାମ ସାରିଦିଅନ୍ତି l ଏଥିରେ ସେ ଖୁସି ପାଆନ୍ତି ଓ ନିଜ ସ୍ତ୍ରୀକୁ ବି ଖୁସି କରାନ୍ତି l ହେଲେ ତାହାରି ଭିତରେ ସବୁଠାରୁ ବଡ ଖୁସି ସେ ପାଆନ୍ତି ଦାସବାବୁଙ୍କ ସ୍ତ୍ରୀ କୁ ସେ ପରବାଡିରୁ ତୋଳି କି ଆଣିଥିବା କିଛି ମନ୍ଦାର ଫୁଲ ଦେଇ l ଏକଥା ଶୁଣି ନବ କହିଲା ଶେଖର ଭାଇ ଏ ତ ମାମୁଲି କଥା l ଆପଣ ଜାଣିନାହାନ୍ତି କି ଏବେ ପା ସମୟ ଏମିତି ହୋଇଛି ଯେ ମିଛି ମିଛିକା କଥାରେ ମଣିଷ ଅଧିକ ଖୁସି ହେଉଛି l ଯେମିତି ଜଣେ ୭୦ ବର୍ଷର ବୁଢ଼ା ଫେସବୁକରେ ଏକାଉଣ୍ଟ୍ ଖୋଲି ଗୁଡ଼ାଏ ଯୁବକ ଓ ବୟସ୍କ ଲୋକଙ୍କୁ ପାଗଳ କରୁଛି ରାତି ଅଧରେ l ସେ ଚାଟିଙ୍ଗରେ ସେ ଖୁସି , ଅଧା ରାତି ଯାଏ ଅନିଦ୍ରା ହୋଇ ଅନେକ ଯୁବକ ବି ଖୁସି l ଏମିତି ତ ଅନେକ ପାର୍କରେ କେବଳ ପ୍ରେମୀ ଯୁଗଳଙ୍କୁ ଦେଖି ଖୁସି ହୁଅନ୍ତି ତ ଅନେକ ପିକନିକରେ କିଛି ସମୟ ସୁନ୍ଦରୀ ଯୁବତୀ ପଛରେ ପଡ଼ି ଖୁସି ହୋଇଯାଆନ୍ତି l ଆଉ କିଏ କିଏ ମୂଳରୁ ପ୍ରେମ କଣ ଜାଣିନଥିବା ପ୍ରେମିକ ଓ ପ୍ରେମିକା ମଧ୍ୟସ୍ଥି ସାଜି ବହୁତ ଖୁସି ହୁଏ l

ଆରେ ଭାଇ କିଣାବିକା ବେଳେ ଦେଖୁନା ମଲ୍ ମାନଙ୍କରେ ଗେଟ୍ ୱାନ ବାଏ ୱାନ ଅଫରେ ଜିନିଷ ଆଣି ଅନେକ ଶସ୍ତାରେ ଭଲ ଜିନିଷ କିଣିକି ଆଣିଲେ ବୋଲି କେତେ ଖୁସି ହୁଅନ୍ତି l ହେଲେ ବାସ୍ତବ କଥା ହେଲା ଦୁଇଟା ଜିନିଷର ଯାହା ଦାମ ମଲ ବାଲା ଅଫର୍ ନାରେ ଗୋଟେ ଜିନିଷ ମୂଲ୍ୟ ସେତିକି କରିଦିଅନ୍ତି । ଆଉ ତାକୁ ଆଣି ଆମେ ଖୁସି l ସେମିତି ଅନେକ କଥା ଦୁନିଆରେ ଦେଖିବାକୁ ମିଳେ ଯାହାକୁ ଅର୍ଥ କିଛି ନାହିଁ କିନ୍ତୁ ଅନେକ ଖୁସି ମିଳେ l ଅନ୍ୟ ପାଇଁ ହେଉ ଅବା ନିଜ ପାଇଁ ଯେଉଁଥିରେ ଖୁସି ମିଳୁଛି ତାହା କର l ଦେଖିବ ଜୀବନଟା ଭାରୀ ସୁନ୍ଦର ଓ ଶରଶ ଲାଗିବ l ଏତିକି ବେଳେ ନବର ପୁରୁଣା ପ୍ରେମିକା ଖୁସିର ଫୋନ ଆସିଲା…ଆଲୋଚନା ସରିଲା ଖୁସି ଖୁସିରେ ସରିଲା …..

Follow us

20,832FansLike
0FollowersFollow
14,700SubscribersSubscribe

Latest news