ସର୍ବ ଭାରତୀୟ ପ୍ରଶାସନିକ ସେବା କ୍ୟାଡ଼ର ରୁଲ ସଂଶୋଧନ ପ୍ରସ୍ତାବକୁ ନେଇ ଆପତ୍ତି ଉଠାଇଲା ରାଜ୍ୟ…

( )ସର୍ବ ଭାରତୀୟ ପ୍ରଶାସନିକ ସେବା କ୍ୟାଡ଼ର ରୁଲ ସଂଶୋଧନ ପ୍ରସ୍ତାବକୁ ନେଇ ଆପତ୍ତି ଉଠାଇଲା ରାଜ୍ୟ । ଏନେଇ ଟୁଇଟ କରି ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି । ଯେଉଁ ଅଧିକାରୀଙ୍କୁ ଚାହିଁବେ ଡେପୁଟେସନରେ ନେବା ପାଇଁ ଗତ 12 ତାରିଖରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ 25 ତାରିଖ ସୁଦ୍ଧା ନିଜର ମତାମତ ମାଗିଥିଲା କେନ୍ଦ୍ର । ମାତ୍ର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଜଣାଇଛି ରାଜ୍ୟ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହା ଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ରାଜ୍ୟ ।

୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି…

( )୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି ବୋଲି। ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ। ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି। କେବଳ ସହର ସହରରେ ନୁହେଁ ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି ।ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି। ରାଜ୍ୟରେ ଫାଟର୍ନିଟି ରେଟ କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁ ସଂଖ୍ୟା ଦେଖି କହି ହେବ ନାହିଁ ରାଜ୍ୟରେ ମୃତ୍ୟୁ ବଢିଛି ବୋଲି।

ବାଇଟ- ବିଜୟ ମହାପାତ୍ର ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…

( )ପାଇକ ବିଦ୍ରୋହ ର କର୍ଣ୍ଣଧାର baxiଜଗବନ୍ଧୁ ଶ୍ରାଦ୍ଧ ଦିବସ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ବକ୍ସି ଜଗବନ୍ଧୁଙ୍କ ଅପୂର୍ବ ତ୍ଯାଗ, ବଳିଷ୍ଠ ସାହସ ଓ ବୀରତ୍ବର ଗାଥା ଓଡ଼ିଆ ଜାତିର ଶୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଭାବରେ ଚିର ସ୍ମରଣୀୟ।ପାଇକ ବିଦ୍ରୋହର କର୍ମଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେଓଡ଼ିଶା ପାଇକ ରେଜିମେଣ୍ଟ ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର ନିମନ୍ତେ ପ୍ରତିବାଦ କରିଛନ୍ତି ପାଇକପୁଅ।ଭୁବନେଶ୍ବରଠାରେ museum ଛକ ବୁସଇ ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ପାଖରେପାଇକ ଆଖଡ଼ା ପ୍ରଦର୍ଶନ, ଘୋଡ଼ା ଶୋଭାଯାତ୍ରା ଓ ଶପଥ ଗ୍ରହଣ କରାଯାଇଛି।ଏହା ସହ ଶପଥ ଓ ସଂଗ୍ରାମ ଅଭିଯାନର ଶୁଭାରମ୍ଭ କରାଯିବ।

ବଢ଼ିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା…

( )ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ମେଟ୍ରୋ ରେ ୮୦-୯୦ ପ୍ରତିଶତ ଓମିକ୍ରନ ଷ୍ଟ୍ରେନ ଆସିଗଲାଣି।ଆମ ରାଜ୍ୟରେ ସେ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡିବ। ଶେଷ ଥର ପାଇଁ ଜିନମ ସିକ୍ୟୁଏନ୍ସ ତଥ୍ୟରୁ ଜଣା ପଡ଼ିଥିଲା ରାଜ୍ୟରେ ୬୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଥିଲା। ଏବେ ନିଶ୍ଚୟ ବଢିଥିବ। କିନ୍ତୁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ। ଆନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନଥାଇ ଯଦି କୌଣସି ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଲେ ଗୋଷ୍ଠୀ ସଂକ୍ରମଣ କୁହାଯିବ। ଦେଶରେ ବହୁ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହେଲାଣି ଆମ ରାଜ୍ୟରେ ବି ହେବାର ସମ୍ଭାବନା ଅଧିକ।ଖୁବ ଶୀଘ୍ର ହୋଇଯିବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨ ପ୍ରତିଶତ ରୁ କମ ଲୋକ ଡାକ୍ତରଖାନାରେ ଅଛନ୍ତି। ବହୁତ କମ ଲକ୍ଷଣ ଓ କୌଣସି ଲକ୍ଷଣ ଦେଖା ଯାଉନଥିବାରୁ ଲୋକ ଘରେ ରହୁଛନ୍ତି। କମ ଲକ୍ଷଣ ରହୁଥିବା ଭାବି ଟେଷ୍ଟ ନ କଲେ ଅସୁବିଧ। ଥଣ୍ଡା କାଶ ହେଲେ ନିଜକୁ କ୍ଵରେଣ୍ଟାଇନ କରିବା ସହ ପରୀକ୍ଷା କରନ୍ତୁ।ନଚେତ ଘରେ ବ୍ୟାପିବ। ଛୋଟ ପିଲା ଓ ଦୁରାରୋଗ୍ୟରେ ପୀଡିତ ବ୍ୟକ୍ତି ଘରେ ରହୁଛନ୍ତି। ସତର୍କ ନ ରହିଲେ ଘରେ ବ୍ୟାପିବ। ବର୍ତ୍ତମାନ ୪ ଦିନ ହେବ ୧୦ ହଜାର ତଳକୁ ଖସିଛି। ଏହି ତଥ୍ୟ କୁ ଦେଖି କିଛି ଆକଲନ କରି ହେବ ନାହିଁ।ଓମିକ୍ରନର ଟ୍ରାନ୍ସମିଶନ ରେଟ ଅଧିକ ରହୁଥିବାରୁ କେଉଁ ମୁହୂର୍ତ୍ତରେ ବଢ଼ିପାରେ। ରାଣ୍ଡମ ଜିନମ ସିକ୍ୟୁଏସ କରାଯାଉଛି। ଗୋଷ୍ଠି ସଂକ୍ରମଣ ହୋଇଛି ନା ନାହିଁ ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରିବାକୁ ପଡିବ।
ବାଇଟ – ଡଃ ନିରଞ୍ଜନ ମିଶ୍ର, ଜନସ୍ବାସ୍ଥ୍ୟ ନିର୍ଦେଶକ

ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆର୍ଶୀବାଦ ଆଣ ବିରୋଧିଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ…

( )ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍‌ବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ ପରାମର୍ଶ ଦେଇଛନ୍ତି ।
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ
ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କ ସହିତ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ପ୍ରଥମେ ଶ୍ରୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ
ପ୍ରଦାନ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୁଁ ଜାଣିଛି ଆପଣମାନେ ପଞ୍ଚାୟତ ନିର୍ବାଚନରେ ପୂରାପୂରି
ସାମିଲ ହୋଇ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରୁଛନ୍ତି । ଏହି ସମୟରେ ମୁଁ ଆପଣଙ୍କୁ କିଛି କହିବାକୁ
ଚାହୁଁଛି । କୋଭିଡ ମହାମାରୀର ତୃତୀୟ ଲହର ଚାଲିଛି । ମୋର ଅନୁରୋଧ ଆପଣମାନେ କୋଭିଡ ନିୟମ
ପାଳନ କରିବେ । ଆପଣଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ ଅଟେ । ଆପଣମାନେ ଜାଣି ଖୁସି ହେବେ ଯେ
ଓଡିଶା ଆଜି ସାରା ଭାରତ ବର୍ଷରେ କୋଭିଡ ମୁକାବିଲାରେ ଏକ ନମ୍ବର ହୋଇଛି । ଲୋକଙ୍କ ଜୀବନ
ବଞ୍ଚାଇବାରେ ସକ୍ଷମ ହୋଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି । ବିଜେଡି
ସରକାରଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଭାରତରେ ପ୍ରଥମ । ଏହି କଠିନ କୋଭିଡ ମହାମାରୀ ସମୟରେ
ମହିଳାମାନଙ୍କୁ ମିଶନ ଶକ୍ତି, ମା’ମାନଙ୍କୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ
ଆପଣଙ୍କ ବିଜେଡି ସରକାର ଦେଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ୧୦,୦୦୦ ଟଙ୍କା କାଳିଆ
ଯୋଜନାରେ ସହାୟତା ଦେଇଛି ବିଜେଡି ସରକାର ।ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି
ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପ ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ େଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗି
ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନେ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ
ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ
ଲୋକଙ୍କ ଆର୍ଶୀବାଦ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିବା ସଂଗଠନ ସମ୍ପାଦକ ଶ୍ରୀ ଦାସ ଧନ୍ୟବା ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପ
ଗ୍ରହଣ କରି ବିଜେଡି ସରକାର ଅନ୍ୟମାନଙ୍କୁ ବାଟ ଦେଖାଇଛି । ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଆଜି ଓଡିଶା ଅଗ୍ରଣୀ ରାଜ୍ୟ ହୋଇଛି । ମୋ ସରକାର କାର୍ଯ୍ୟକ୍ରମ ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଆମେ ସମସ୍ତେ ଜାଣିଛୁ ଓଡିଶାବାସୀ ବିଜେଡିକୁ ଭଲ ପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି । ବିରୋଧି
ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ତେଣୁ ଆପଣମାନେ ସରକାରଙ୍କ
ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଅନୁରୋଧ ଆପଣମାନେ ଆମ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ବହୁଳ ପରିମାଣରେ ଆଣିବେ । ଏଥିରେ ମୋର ପୂରା ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିବାାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋରୋ ରେ ହୋଇଥିବା ବସ୍ ଦୁର୍ଘଟଣା ରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା…

( )ସୋରୋ ବସ୍ ଦୁର୍ଘଟଣା

ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା।

{ }ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତିପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ସୋମାନଙ୍କ ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସୂଚନାଯୋଗ୍ୟ ଯେ ବସ୍ ଟି ଉଦଳାରୁ ଭୁବନେଶ୍ୱର ଆସୁଥିବା ବେଳେ ସୋରୋ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫ୍ରେବୃଆରୀ ଶେଷ ସୁଦ୍ଧା ଶେଷ ହୋଇଯିବ ତୃତୀୟ ଲହର ବୋଲି ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର…

( )ଆମେ ପିକ କ୍ରସ କରିଯାଇଛୁ | ପାଞ୍ଚ ଛ ଦିନ ପୂର୍ବରୁ ପିକ ଅତିକ୍ରମ କରିଗଲା ଭଳି ଲାଗୁଛି | ରାଜ୍ୟରେ ଯେଉଁଭଳି ଦୈନିକ ସଂକ୍ରମଣ କମୁଛି ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର | ଆଗକୁ ଯଦି କିଛି ବଢିବ ମାଇନର ସ୍ପାଇକ ହୋଇପାରେ | ବର୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହିଲା ଏବଂ ଏହା ଏହିଭଳି ଚାଲିବ, ଆଗାମୀ ସପ୍ତାହ ସୁଦ୍ଧା କେସ ଲୋଡ଼ ବହୁତ କମି ଯାଇଥିବ | ଫ୍ରେବୃଆରୀ ପନ୍ଦର ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ମିଶ୍ର |
ରି ଇନଫେକ୍ସନ…
ୟୁ କେ ସରକାର ଓମୀକ୍ରନ ବିଏ -2 କୁ ଭାରିଆନଟ ଅଫ ଇଂଟରେଷ୍ଟ ଘୋଷଣା କରିଛି | ଡେ଼ନ୍ମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି | ଏହି ସବ-ଭେରିଆନଟ ଭାରତରେ ମଧ୍ୟ ଦେଖାଦେଇଛି | କୌଣସି ଲୋକକୁ ଯଦି ଓମୀକ୍ରନ ବିଏ -1 ହୋଇଥାଏ ତାକୁ ବିଏ -2 ମଧ୍ୟ ହୋଇପାରେ | କିଛି ବିଶେଷଜ୍ଞ ମତରେ ବିଏ-2 ଲାଗି ଦ୍ଵିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ | ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ |

ବାଇଟ – ଡାକ୍ତର ନିରଜ ମିଶ୍ର, ସ୍ୱାସ୍ଥ୍ୟ ବିଶେଷଜ୍ଞ

ପଂଚାୟତ ନିର୍ବାଚନ ପାଇଁ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି କଂଗ୍ରେସ…

{ }ପଂଚାୟତ ନିର୍ବାଚନ ପାଇଁ ଦଳ ଷ୍ଟ୍ରlଟେଜି ଅନୁସାରେ କାମ କରୁଛି । ଆମର ୱାର ରୁମ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । 23 ତାରିଖରେ କିଏ କେଉଁ ଦାଇତ୍ୱ ରେ ରହିବେ ଓ କିପରି ନିର୍ବାଚନ ପରିଚାଳନା ହେବ ତାହା ସ୍ପଷ୍ଟ ହୋଇଯିବ । ଦର ଦାମ ବୃଦ୍ଧି ଓ ନାରୀ ନିର୍ଯାତନା ପ୍ରସଙ୍ଗ କୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଲୋକ ଚାହିଁଲେ ନିଶ୍ଚୟ ପରିବର୍ତ୍ତନ ହେବ ।

ଜଜ୍ଞେସ୍ୱର ବାବୁ , କଂଗ୍ରେସ ଉପସଭପତି

ରାଜ୍ୟରେ କୋଭିଡ ସଂକ୍ରମଣ କମିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା….

( ) ରାଜ୍ୟରେ କୋଭିଡ ସଂକ୍ରମଣ କମିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଆମେ ଟେଷ୍ଟିଂ କମାଇନୁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି ।
ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବା ନେଇ…
ଏହାର ଦୁଇଟି କାରଣ । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟରେ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ 4-5 ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ କହି ହେବନି ପିକରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ । ଯାହାର ବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ । ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା ।
ମୃତ୍ୟୁ ସଂଖ୍ୟା ବଢ଼ିବ ନେଇ… ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି 6% ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଭେଣ୍ଟିଲେଟରକୁ ଯାଉଥିବା 80-90% ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି । ଆମର ଯେଉଁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାହେଉଛି, ଏହା ଭେଣ୍ଟିଲେଟରରେ ଥିବା ରୋଗୀ ଓ କୋମରବିଡ଼ ରୋଗୀ ।
ଭାରିଆଣ୍ଟ ବଦଳିବା ନେଇ… ଭାରିଆଣ୍ଟ ବଦଳିପାରେ କି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । ଗବେଷଣା ଜାରି ରହିଛି । କୋଭିଡ କେଉଁଭଳି ବ୍ୟବହାର କରିବ, ମ୍ୟୁଟେସନ ଉପରେ ନିର୍ଭର କରୁଛି । ହୁଏତ ପୁଣି ରୂପ ବଦଳାଇ ପାରେ । ଅଧିକ ବିପଦଜନକ ହୋଇପାରେ ବା ସ୍ୱଳ୍ପ ପ୍ରଭାବ ଯୁକ୍ତ ହୋଇପାରେ ।
ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ; ନବୀନ…

( ) ଜାତୀୟ ସ୍ତରର ରିପୋର୍ଟ ଅନୁଯାୟୀ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ। ବିଜେଡି ସାଂସଦ ସୁବାସ ସିଂଙ୍କ ପ୍ରତିକ୍ରିୟା। କୋଭିଡ ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ ସର୍ଭେ ରିପୋର୍ଟରେ ପ୍ରତିଫଳିତ ହୋଇଛି। ମହାମାରୀ ସମୟରେ ସାରା ଦେଶକୁ ଅକ୍ସୀଜେନ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ପ୍ରତେକଟି ଜୀବନ ମୂଲ୍ୟବାନ ଲକ୍ଷ ନେଇ କୋଭିଡ ମୁକାବିଲା କରିଥିଲେ ରାଜ୍ୟ ସରକାର। ଗଣତନ୍ତ୍ର ସୁରକ୍ଷା ହେଉ କି ବିଶ୍ୱସ୍ତରୀୟ ହକି ଖେଳର ସଫଳ ପରିଚାଳନା ସବୁଥିରେ ନବୀନ ସଫଳ।

Follow us

20,832FansLike
0FollowersFollow
14,700SubscribersSubscribe

Latest news