କେଉଁ ଦଳ ହାତେଇବ ସର୍ବାଧିକ ବ୍ଲକ ଅଧ୍ୟକ୍ଷ ପଦ…

()ପଂଚାୟତ ନିର୍ବାଚନରେ ପରେ ଏବେ ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ଲଢେଇ। କେଉଁ ଦଳ ହାତେଇବ ସର୍ବାଧିକ ବ୍ଲକ ଅଧ୍ୟକ୍ଷ ପଦ। ଏହାକୁ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ।
ପଞ୍ଚାୟତ ନିର୍ବାଚନ ଯେଉଁ ଭଳି ବିଜୟ ହୋଇଛି ବ୍ଲକ ଚେୟାରମ୍ୟାନ କ୍ଷେତ୍ରରେ ବି ଆମେ 90 ପ୍ରତିଶତ ଅଧିକାର କରିବୁ ବୋଲି ଶାସକ ଦଳ ଦୃଢ଼ ଦାବି ଉପସ୍ଥାପନ କରିଛି । 314 ବ୍ଲକରୁ 90 ପ୍ରତିଶତ ବିଜେଡି ଅକ୍ତିଆର କରିବ ବୋଲି କହିଛି ଦଳ।ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କହିବା କଥା ପୁଲିସ ଏବେ ଶାସକ ଦଳର ଗୁଣ୍ଡା ଓ କର୍ମୀ ସାଜିଛି । ବ୍ଲକ ଚେୟାରମ୍ୟାନ ପଦବୀ ହାତେଇବା ଲାଗି ପୁଲିସ କଳର ବ୍ୟବହାର କରୁଛି ବିଜେଡି ବୋଲି ତାରା ଅଭିଯୋଗ କରିଛନ୍ତି। ଜଗଦଲପୁରରେ କଂଗ୍ରେସର ସମିତି ସଭ୍ୟଙ୍କୁ ତେନ୍ତୁଳିଖୁଣ୍ଟି ଆଇଆଇସି ଜୟପୁରର କିଛି ଗୁଣ୍ଡାଙ୍କ ସହ ମିଶି ସମିତି ସଭ୍ୟଙ୍କୁ ବନ୍ଧୁକ ଦେଖାଇ ଡରାଇ ଧରିକି ଆଣି ରଖିଛନ୍ତି । ଆଇଆଇସିଙ୍କୁ ଗିରଫ କରାଯିବା ଉଚିତ ବୋଲି କହିଛନ୍ତି ତାରା। ଆଜି ଏସପିଙ୍କୁ ଦେଖାକରି ଅଭିଯୋଗ କରାଯାଇଛି । ଡିଜି ଏଥିରେ ହସ୍ତକ୍ଷେପ କରିବା ଉଚିତ ବୋଲି ସେ କହିଛନ୍ତି। ସେପଟେ ବିଜେପିର କହିବା କଥା ଶାସକ ଦଳ ଉଲ୍ଲସିତ ହେଉଛି ଜିଲ୍ଲା ପରିଷଦରେ ଅଭୂତପୂର୍ବ ସଫଳତା ପାଇଁ। କିନ୍ତୁ ସରପଞ୍ଚ ସମିତି ସଭ୍ୟକୁ ଦେଖାଗଲେ ସେମାନେ ସେତେ ଭଲ କରିନାହାନ୍ତି। ଯେଉଁଥିପାଇଁ କିଣାବିକା, ଧମକ ଚମକ କରି ବ୍ଲକ ଚେୟାରମ୍ୟାନ କରିବା ପାଇଁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ଭଲ କରିବ। ପୌର ନିର୍ବାଚନରେ ଭଲ ଫଳ କରିବ। ସହରର ସାଧାରଣ ଲୋକ ସଚେତନ ଲୋକ।ବ୍ଲକରେ ପରୋକ୍ଷ ନିର୍ବାଚନ ହୋଇଥାଏ। ଶାସକ ଦଳ ୯୦ ପ୍ରତିଶତ କଥା କହୁଛନ୍ତି କିଣାବିକା କରୁଥିବାରୁ କହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଜିଲ୍ଲା ପରିଷଦ କ୍ଷେତ୍ରରେ ବ୍ୟାପକ କ୍ଷତି ସହିଥିବା ବିରୋଧୀଙ୍କ ନଜର ଏବେ ବ୍ଲକ ଅଧ୍ୟକ୍ଷ ଉପରେ। କିନ୍ତୁ ଏଥିରେ ବି ବିଜେଡି 90 ପ୍ରତିଶତ ପଦ ହାତେଇବା କଥା କହୁଥିବାରୁ ବିରୋଧୀ ଶିବିରରେ ଭାଲେଣି ପଡିଛି।

5 ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା…

( )ସମଗ୍ର ଭାରତ ବର୍ଷରେ ମୋଦୀଙ୍କ ଯୋଜନା ଓ ମୋଦୀଙ୍କ କାମକୁ ଲୋକେ ଗ୍ରହଣ କରୁଛନ୍ତି । ନିର୍ବାଚନ ରେ ଜନ ସମର୍ଥନ ମିଳୁଛି । ଏହା ପ୍ରମାଣ କରୁଛି ମୋଦୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ସ୍ଥାପନ କରୁଛନ୍ତି ଭାରତ ବାସୀ । ବିଶେଷ କରି ଡବଲ ଇଞ୍ଜିନର ସରକାର ଯେଉଁଠି ଅଛି ସେଠି ଲୋକେ ଅଧିକ ବେନିଫିଟ ପାଇଛନ୍ତି । ସେ ଦୃଷ୍ଟିରୁ ସରକାର ସବୁ ରିପିଟ ହେଉଛି । ମୋଦୀଙ୍କର ଲୋକପ୍ରିୟତା ଏବଂ ବିଶେଷ କରି ଉତ୍ତର ପ୍ରଦେଶରେ ଯୋଗୀଙ୍କର 5 ବର୍ଷର ସୁ ଶାସନ ଆସ୍ଥା ସ୍ଥାପନ କରେଇଛି । ସମାଜର ସବୁ ବର୍ଗର ଲୋକେ ବିଜେପି ପ୍ରତି ଆସ୍ଥା ସ୍ଥାପନ କରି ମୋଦୀଙ୍କ ସହ ଛିଡା ହୋଇଛନ୍ତି । ମହିଳା ମାନଙ୍କ କଲ୍ୟାଣର କାର୍ଯ୍ୟକ୍ରମ ଏବଂ ନାରୀ ଶକ୍ତିକୁ ଯେଉଁଭଳି ପ୍ରାଧାନ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନିଶ୍ଚିତ ରୂପେ 5 ରାଜ୍ୟର ଫଳାଫଳ ହେଉଛି ତାହାର ପ୍ରତିଫଳନ । ସମଗ୍ର ଭାରତ ବର୍ଷର ନାରୀ ଶକ୍ତି ବିଜେପି ସହ ଅଛନ୍ତି ।

ଓଡ଼ିଶାରେ ଏହାର କଣ ଇମ୍ପାକଟ ପଡିବ ପ୍ରଶ୍ନରେ ଉତ୍ତର
ବିଜେପି ଓଡ଼ିଶାରେ ଓଡ଼ିଆ ଲୋକଙ୍କ ହକ ପାଇଁ ଲଢେଇ କରୁଛି । ଲୋକ ମଧ୍ୟ ଆମକୁ ସେ ଦାୟିତ୍ୱ ଦେଇଛନ୍ତି । ଆମ ଦାୟିତ୍ୱ ପ୍ରତି ଆମେ ସଚେତନ ଅଛୁ ଓଡ଼ିଆ ଲୋକଙ୍କ ସ୍ଵାର୍ଥ ପାଇଁ ଲଢେଇ ଜାରି ରହିବ । ନିର୍ବାଚନ ଏକ ରାଜନୈତିକ ଦଳର ପରୀକ୍ଷା ଥାଏ । ଗଣତନ୍ତ୍ରରେ ଜନତା ହେଲେ ମାଲିକ ।ଆମେ ଜନତାଙ୍କ ପାଖକୁ ଯାଉଛୁ ଲୋକଙ୍କ ଆସ୍ଥା ଭାଜନ ହେବୁ । ବିଶେଷ କରି ସହରାଞ୍ଚଳରେ ଏହାର ପ୍ରତିଫଳନ ହେବ ବୋଲି ଆଶା ରଖିଛୁ ।

ଗଣମାଧ୍ୟମ ରେ ଏମିତି କଣ କହିଦେଲେ ତାରା…

( ) 5 ରାଜ୍ୟର ଫଳାଫଳ ଓଡ଼ିଶାରେ କଂଗ୍ରେସ ଦଳ ଉପରେ କୈଣସି ପ୍ରଭାବ ପଡିବନି । ବିଜେଡ଼ି ଉପରେ ପ୍ରଭାବ ପଡ଼ିବ । 5 ରାଜ୍ୟରେ କଂଗ୍ରେସ ହାରିବାର କାରଣ ହେଲା, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଯେଉଁଭଳି ତତ୍ପରତା ଦେଖାଉଛନ୍ତି, ଆମ ଦଳ ନେତାଙ୍କର କିନ୍ତୁ ସେ ତତ୍ପରତା ନାହିଁ । ଆମର ଦଳୀୟ ନେତା ହି ବିଶୃଙ୍ଖଳାର କାରଣ । ବିଧାୟକ, ସାଂସଦ ହେଲା ପରେ ସେମାନେ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି । ମୁଖ୍ୟମନ୍ତ୍ରୀ ହେବ ପାଇଁ ସଭିଏଁ ଚାହୁଁଛନ୍ତି । କେହି ଦଳ କଥା ଚିନ୍ତା କରୁନାହାନ୍ତି । ନିଜେ ହାରୁଛନ୍ତି, ତଥାପି ତ୍ରୁଟିକୁ ଦେଖୁନାହାନ୍ତି । ପଞ୍ଜାବରେ ହାରିବାର ମୁଖ୍ୟ କାରଣ, ମୁଖ୍ୟମନ୍ତ୍ରୀ ପାଇଁ ନେତାଙ୍କ ଦୌଡ଼ । ତାଙ୍କ ବିରୋଧରେ ହାଇକମାଣ୍ଡ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତାହେଲେ କଂଗ୍ରେସ ଦଳ ପୁଣି ସରକାରକୁ ଆସିବ । ନିଜ ଭୁଲ ନିଜେ ସୁଧାରିଲେ, ଲୋକ ପୁଣି ଆମକୁ ଆପଣାଇବେ ।
ମୁଖ୍ୟମନ୍ତ୍ରୀ ପଦବୀ ହିଁ କଂଗ୍ରେସ ଦଳକୁ ଗ୍ରାସ କରିଯାଇଛି । ଓଡ଼ିଶାରେ ଯଦି କୌଣସି କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ, ପିସିସି ପଦ ଲାଗି ଦୌଡ଼ିବେନି, କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଆମେ ଲୋକଙ୍କ ପାଖକୁ ଯାଇପାରୁନୁ । ଯେଉଁଥିପାଇ ଅନ୍ୟ ଦଳ ମହିଳା ଭୋଟରଙ୍କୁ ହାତେଉଛନ୍ତି । କିନ୍ତୁ କଂଗ୍ରେସ ସବୁ ଯୋଜନା କରିଥିଲା, ଏବେ ବିଜେପି, ବିଜେଡି ସେସବୁ ନିଜ ନାମରେ କରି ତାର ଫାଇଦା ନେଉଛନ୍ତି । କେବଳ ରାହୁଲ ଗାନ୍ଧୀ ଆସିଲେ, ସରକାର ଗଢ଼ି ଦେବନି । ନେତାଙ୍କୁ ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବାକୁ ପଡ଼ିବ । ଖାଲି ଘରେ ବସି ରହିଲେ ହେବନି ।
ପୌର ନିର୍ବାଚନ କଂଗ୍ରେସ ସପକ୍ଷରେ ଯିବ । କଂଗ୍ରେସ ଭଲ ପ୍ରଦର୍ଶନ କରିବ । ବିଜେପି କିଛି କରିପାରିବ ନାହିଁ ଓଡ଼ିଶାରେ । ସେ ଖାଲି ୟୁପି ଓ ଏମପିରେ କରିବ, ଓଡ଼ିଶାରେ କିନ୍ତୁ ଶୂନ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସାଙ୍ଘାତିକ ଅଭିଯୋଗ । ପୁଲିସ ଏବେ ଶାସକ ଦଳର ଗୁଣ୍ଡା ଓ କର୍ମୀ ସାଜିଛି । ବ୍ଲକ ଚେୟାରମ୍ୟାନ ପଦବୀ ହାତେଇବା ଲାଗି ପୁଲିସ କଳର ବ୍ୟବହାର କରୁଛି ବିଜେଡି । ଜଗଦଲପୁରରେ କଂଗ୍ରେସର ସମିତି ସଭ୍ୟଙ୍କୁ ତେନ୍ତୁଳିଖୁଣ୍ଟି ଆଇଆଇସି ଜୟପୁରର କିଛି ଗୁଣ୍ଡାଙ୍କ ସହ ମିଶି ସମିତି ସଭ୍ୟଙ୍କୁ ବନ୍ଧୁକ ଦେଖାଇ ଡରାଇ ଧରିକି ଆଣି ରଖିଛନ୍ତି । ଆଇଆଇସିଙ୍କୁ ଗିରଫ କରାଯିବା ଉଚିତ । ଆଜି ଏସପିଙ୍କୁ ଦେଖାକରି ଅଭିଯୋଗ କରାଯାଇଛି । ଡିଜି ଏଥିରେ ହସ୍ତକ୍ଷେପ କରିବା ଉଚିତ ।

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା – ନବୀନ ପଟ୍ଟନାୟକ..

( )ହିଞ୍ଜିଳି, ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା।

ବିକାଶ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା – ନବୀନ ପଟ୍ଟନାୟକ।

ମିଳିମିଶି ଗୋଟିଏ ଟିମ୍‌ ଭାବରେ କାମ କର।

{}ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ତେଣୁ ଆପଣମାନେ ବର୍ତ୍ତମାନ ସମସ୍ତଙ୍କ ପାଇଁ କାମ କରନ୍ତୁ । ଦଳମତ ରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି । ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ବୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଆମେ ଋଣୀ ବୋଲି ସେ କହିଥିଲେ।ଏ ବିଜୟ ଏକ ବହୁତ ବଡ ଦାୟିତ୍ବ ବୋଲି ପ୍ରକାଶ କରି ସେ କହିଥିଲେ, “ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ ।”

5-T ସ୍କୁଲ ରୂପାନ୍ତରରେ ସେମାନଙ୍କ କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ।ହିଞିଳି ଓ ଶେରଗଡ ବ୍ଲକ୍‌ର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଓଡିଶାରେ ବିଜେପି ଜିରୋ…ବୋଲି କହିଲେ ତାରା..

( )ବିଜେପି  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ, ଗୋଆ ଓ ଅନ୍ୟ ରାଜ୍ୟରେ ବିଜେପି ଭଲ କରିବ l ଓଡିଶାରେ ବିଜେପି ବିଗ ଜିରୋ l ଏଠି ହେବେନି ସେମାନେ l ପୌର ନିର୍ବାଚନ ଗୋଟିଏ ବି ଜିତିପାରିବନି ରାଜ୍ୟ ବିଜେପି l କଂଗ୍ରେସ ପୌର ନିର୍ବାଚନ ରେ ଭଲ କରିବ l
ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଦେବେ ଜୋରିମାନ…

() ଗାଁ ରାସ୍ତାକୁ ବିନା ଅନୁମତିରେ ଖୋଳିଲେ ଏଣିକି ଜୋରିମାନ ସହ ଜେଲ ଯିବାକୁ ପଡିବ । ନିମ୍ନ ମାନର କାମ ଆଳରେ ରାଜ୍ୟର ସଂମ୍ପତ୍ତିକୁ ନଷ୍ଟ କରୁଛନ୍ତି ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଏପରି କଠୋର ନିୟମ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି ନିମ୍ନମାନର ପିଚୁ ରାସ୍ତା, ମେଟାଲର କାମକୁ ପ୍ରଶୟ ଦେଉନଥିବାରୁ ଲୋକମାନେ ଅଯଥାରେ ନଖୋଳିବାକୁ ନିଦ୍ଦେଶ ଦେଇଛି ବିଭାଗ । ଏନେଇ ଏଣିକି ମନ୍ଦ ଉଦ୍ଦେଶ୍ୟ ରଖି ଯେଉଁମାନେ ଏପରି କାମ କରୁଛନ୍ତି ସେମାନେ ସତର୍କ କରାଇଦେଇଛି ବିଭାଗ । ଅନ୍ୟପଟେ ଗ୍ରାମ୍ୟ ବିଭାଗର ଏପରି ନିଷ୍ପତିକୁ ରାଜନୈତିକ ଦଳ ଗୁଡ଼ିକ ସ୍ବାଗତ କରିବା ସହ କେତେକ ପ୍ରଶ୍ନ ଉଠାଇଛନ୍ତି । ପାଣି ପାଇବ ବିଛେଇବା, ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଲୋକମାନେ ଗାଁ ରାସ୍ତାକୁ ଖୋଳି ରାଜ୍ୟ ସମ୍ପତ୍ତି ନଷ୍ଟ କରୁଛନ୍ତି । ତେବେ କୌଣସି ଠିକାଦାର ଯଦି ନିମ୍ନ ମାନର କାମ କରିଥିଲେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦ୍ଦେଶ ଦିଆଯାଇଛି ।

ଆସନ୍ତା କାଲି ଠୁ ଆରମ୍ଭ ହେବାକୁ ଯାଉଛି ପରୋକ୍ଷ ନିର୍ବାଚନ ପ୍ରକ୍ରିୟା…

( )ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା କାଲି ଠୁ ଆରମ୍ଭ ହେବାକୁ ଯାଉଛି ପରୋକ୍ଷ ନିର୍ବାଚନ ପ୍ରକ୍ରିୟା । ଆସନ୍ତା କାଲି ନୟାବ ସରପଞ୍ଚ ପାଇଁ ନିର୍ବାଚନ ହେବ, 12 ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ଜିଲ୍ଲା ପରିଷଦ ଅଧକ୍ଷ 13 ତାରିଖରେ ନିର୍ବାଚନ ହେବ। ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେହି ଠାରେ ନାଏବ ସରପଞ୍ଚ ନିର୍ବାଚନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମ ର ବ୍ୟବସ୍ଥା ରହିଛି । ନୟାବ ସରପଞ୍ଚ ପାଇଁ ଦିନ10 ଟାରୁ 11ଟା ଭିତରେ ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ ନୟାବ ସରପଞ୍ଚ ମହିଳା ହେବେ। ସରପଞ୍ଚ ମହିଳା ଥିଲେ ନୟାବ ସରପଞ୍ଚ ମହିଳା ରହିପାରିବେ। ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର 10.30 ରୁ 11.30 ଭିତରେ ଦାଖଲ କରିବେ। 11.30ରୁ 12.30 ଭତରେ ପ୍ରାର୍ଥୀପତ୍ର ପ୍ରତ୍ୟହାର କରିବେ। 12.30 ପରେ ଭୋଟ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ରବୀନ୍ଦ୍ର ନାଥ ସାହୁ, ସଚିବ, ରାଜ୍ୟ ନିର୍ବାଚନ କମିଶନ

ତୁଳଙ୍ଗ ପଞ୍ଚାୟତ ଦାୟିତ୍ବ ନେଲେ ନିବେଦିତା

() ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତୁଳଙ୍ଗ ପଞ୍ଚାୟତର ସରପଞ୍ଚଭାବେ ଦାୟିତ୍ବ ନେଇଛନ୍ତି ନବନିର୍ବାଚିତ ସରପଞ୍ଚ ନିବେଦିତା ମଲ୍ଲିକ । ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରବେଶ ପୂର୍ବରୁ ନୀଳମାଧବଙ୍କ ପୀଠରେ ପୂଜାର୍ଚ୍ଚାନ କରିଥିଲେ । ଅଫିସରେ ମଧ୍ୟ ଏକ ପୂଜାର ଆୟୋଜନ କରାଯାଇଥିଲା । ପଞ୍ଚାୟତ ସଚିବ ନରେନ୍ଦ୍ର ମୁର୍ମୁ ନିବେଦିତାଙ୍କୁ ସ୍ବାଗତ କରିଥିଲେ । ପୂର୍ବତନ ନୋମିନି ମମତା ନାୟକ, ସ୍ଥାନୀୟ ନେତ୍ରୀ ସ୍ବର୍ଣ୍ଣପ୍ରଭା ବିଶ୍ବାଳ, ତୁଳଙ୍ଗ ପଞ୍ଚାୟତର ବିଜେଡି ସଭାପତି ବାବାଜି ରାଉତ ପ୍ରମୁଖ ନୂଆ ସରପଞ୍ଚଙ୍କୁ ସ୍ବାଗତ କରିଥିଲେ । ପଞ୍ଚାୟତରେ ଥିବା ୨୧ଟି ଓ୍ବାର୍ଡରେ କିଭଳି ବିକାଶକୁ ତ୍ବରାନ୍ବିତ କରାଯିବ ଏବଂ ସରକାରଙ୍କର ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ ସେ ଦିଗରେ ସମସ୍ତେ ଆଲୋଚନା କରିଥିଲେ । ଏହି ଅବସରରେ କୁନୁ ଭାଇ, ପ୍ରୀତିରଞ୍ଜନ ନାୟକ, ସୌମ୍ୟରଂଜନ ପରିଡା, ଦେବାଶିଷ ବିଶ୍ବାଳ, ପ୍ରକାଶ ରଂଜନ ଦାସ ଓ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ମୁରବୀମାନେ ଉପସ୍ଥିତ ରହି ନୂଆ ସରପଞ୍ଚକୁ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ନିବେଦିତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଗାଁରେ ଉନ୍ନତି ପାଇଁ ସହଯୋଗ ଲୋଡ଼ିଥିଲେ ।…

ବଜେଟ ଅଧିବେଶନକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା…

( )ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା। ସ୍ୱଳ୍ପ କାଳୀନ ଅଧିବେଶନରେ ଆସିବ କାମଚଳା ବଜେଟ। ମାର୍ଚ୍ଚ 31 ତାରିଖ ରେ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ତା ପୂର୍ବରୁ ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ ଆଗତ ହୋଇଥାଏ। ତେଣୁ ସ୍ଵଳ୍ପକାଳୀନ ଅଧିବେଶନ ଡକାଯାଇଛି। ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ବୋଲି କହିଲେ ଦେବୀ ମିଶ୍ର। ନିର୍ବାଚନ ଫଳାଫଳ ସବୁକିଛି ସୁଚାଇଦେଇଛି। ତେଣୁ ବିରୋଧୀ ଗଠନମୂଳକ ପ୍ରସଙ୍ଗ ଉଠାଇଲେ ଚର୍ଚା ହେବ ବୋଲି କହିଲେ ଦେବୀ ମିଶ୍ର।

ପୌର ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ଆକଳନ…

()ପୌର ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ଆକଳନ। 35 ରୁ 36 ପୌର ପରିଷଦ ଦଖଲ କରିବ କଂଗ୍ରେସ। ବିଜେପି ପୋଛି ହୋଇଯିବ। ମାତ୍ର 3 ରୁ 4 ଟି ସିଟରେ ଜିତିବ ବିଜେପି। ଭୋଟର ସବୁ ନବୀନ ପେଡିରେ। ସେଥିରୁ ମୁଁ ବି ବାଦ ପଡିନି ବୋଲି କହିଲେ ସୁର। ସହର ଭୋଟର ସଚେତନ। ତେଣୁ ପଂଚାୟତ ଭଳି ସ୍ଥିତି ହେବନି। କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିବ ବୋଲି କହିଲେ ସୁର।

Follow us

20,832FansLike
0FollowersFollow
14,700SubscribersSubscribe

Latest news